ଭାରତକୁ ଅଟକେଇବାକୁ ଆଣିଥିଲେ ନିଜ୍ଜର ହତ୍ୟା ଅଭିଯୋଗ । ଶେଷରେ ସ୍ପଷ୍ଟୀକରଣ ଦେଲେ କାନାଡା ପ୍ରଧାନମନ୍ତ୍ରୀ

ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତକୁ ଦାୟୀ କରିବା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଟ୍ରୁଡୋ କହିଛନ୍ତି ଯେ ଭାରତକୁ ରୋକିବା ପାଇଁ ନିଜ୍ଜର ହତ୍ୟାକାଣ୍ଡ ସଂପର୍କରେ ସେ ସଂସଦରେ ଅଭିଯୋଗ କରିଥିଲେ ।  ଜି -20 ସମୟରେ ମଧ୍ୟ ସେ ନିଜ୍ଜର  ପ୍ରସଙ୍ଗ ଉଠାଇଥିଲେ ବୋଲି କାନାଡା ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ।

ନିଜ୍ଜର ହତ୍ୟା ମାମଲାରେ ଭାରତର ବାରମ୍ବାର ଦାବି ସତ୍ତ୍ବେ  ପ୍ରମାଣ ପ୍ରଦାନ କରିପାରିନାହାଁନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।  ଖାଲିସ୍ତାନୀଙ୍କ ପ୍ରତି ତାଙ୍କର ସହୃଦୟତା ବିଷୟରେ ସମସ୍ତେ ଜାଣନ୍ତି । ନିଜ୍ଜର ହତ୍ୟା ମାମଲାରେ ଭାରତକୁ ଦାୟୀ କରୁଥିବା ବିଷୟରେ ଏବେ ସିଏ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି । ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ଶିଖ ସମ୍ପ୍ରଦାୟ ପାଇଁ ସୁରକ୍ଷା ଚିନ୍ତା ତଥା ଭାରତକୁ ରୋକିବା ପାଇଁ ଭାରତ ସରକାରଙ୍କ ଉପରେ ଏକ ସମ୍ଭାବ୍ୟ ସନ୍ଦେହକୁ ସେ ସର୍ବସାଧାରଣରେ ଅଭିଯୋଗ କରିଛନ୍ତି ।  ଏହାପୂର୍ବରୁ ଟ୍ରୁଡୋ କାନାଡା ସଂସଦ ଭିତରେ ଅଭିଯୋଗ କରିଥିଲେ ଯେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାରେ ଭାରତ ସରକାରଙ୍କର ଲିଙ୍କ୍ ଅଛି ବୋଲି  ।

କାନାଡାର ସୁରେର ଗୁରୁଦ୍ୱାରରେ ହରଦୀପ ସିଂ ନିଜ୍ଜରକୁ ଗୁଳି କରି ହତ୍ୟା କରାଯାଇଥିଲା । କାନାଡିୟ ପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ସେଦିନ ହାଉସ ଅଫ କମନ୍ସକୁ ତାଙ୍କ ବାର୍ତ୍ତା କାନାଡିୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ‘ପ୍ରତିଷେଧକ ବ୍ୟବସ୍ଥା’ ସମ୍ବନ୍ଧରେ ଥିଲା । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସୁରେରେ ଥିବା ଶିଖ ସମ୍ପ୍ରଦାୟର ଅବସ୍ଥା ପରବର୍ତ୍ତୀ ସମୟରେ କ’ଣ ହୋଇପାରେ ସେ ନେଇ ଚିନ୍ତିତ ଅଛନ୍ତି । ଯେ ଜଷ୍ଟିନ ଟ୍ରୁଡୋଙ୍କ ଏହି ବିବୃତ୍ତି ପରେ ଭାରତ ସରକାର ଏବଂ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ଆହୁରି ଖରାପ ହୋଇଯାଇଥିଲା ।

ମୋଦିଙ୍କ  ନିକଟରେ ନିଜ୍ଜର ହତ୍ୟା ପ୍ରସଙ୍ଗ ଉଠାଯାଇଥିଲା

ଭାରତ ଏହି ହତ୍ୟା ସହ କୌଣସି ବି ସମ୍ପର୍କକୁ କ୍ରମାଗତ ଭାବରେ ଅସ୍ୱୀକାର କରିଛି ଏବଂ ଯଦି କାନାଡା ପ୍ରମାଣ ଯୋଗାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି । ଏହାପୂର୍ବରୁ ଭାରତ ଦ୍ୱାରା ଅନୁସନ୍ଧାନ କରାଯାଉଥିବା ଗୁରୁ ପନୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ଆମେରିକା ପ୍ରମାଣ ଦେଇଛି । କାନାଡା ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଯୋଗାଇବାରେ ବିଫଳ ହୋଇଛନ୍ତି । ଟ୍ରୁଡୋ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କର ଏହି ସାର୍ବଜନୀନ ବିବୃତ୍ତି ସପ୍ତାହେ ପରେ “ଶାନ୍ତ କୂଟନୀତି” ପରେ ଆସିଛି ଯେଉଁଥିରେ ଭାରତ ସହ ସର୍ବୋଚ୍ଚ ସ୍ତରରେ ଅଭିଯୋଗ ବୃଦ୍ଧି କରାଯାଇଥିଲା । ନୂଆଦିଲ୍ଲୀରେ ହେଇଥିବା ଜି -20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ଟ୍ରୁଡୋ କହିଛନ୍ତି ।  “ଏହି ବୈଠକ ସମୟରେ ଆମେ ଉଭୟ ଏକ ବନ୍ଦ କୋଠରୀରେ ୧୬ ମିନିଟ୍ ପାଇଁ ସାକ୍ଷାତ ହୋଇଥିଲୁ ।  ଟ୍ରୁଡୋ କହିଛନ୍ତି, ‘ଆମେ ଜାଣିଥିଲୁ ଏହା ବାର୍ତ୍ତାଳାପ ଆମପାଇଁ କଷ୍ଟସାଧ୍ୟ ହେବ କିନ୍ତୁ ଆମେ ଏହା ମଧ୍ୟ ଜାଣିଥିଲୁ ଯେ ଜି -20 ସହିତ ବିଶ୍ୱ ସ୍ତରରେ ଏହାର ନେତୃତ୍ୱ ପ୍ରଦର୍ଶନ କରିବା ଭାରତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଏବଂ ଆମେ ଭାବୁଥିଲୁ ଏକାଠି ମିଶି କାମ କରିବା ପାଇଁ ଏକ ସୃଜନଶୀଳ ସୁଯୋଗ ଭାବରେ ବ୍ୟବହାର କରିପାରିବା ।

ସଂସଦରେ ହୋଇଥିବା ଅଭିଯୋଗ ଉପରେ ଟ୍ରୁଡୋ ସ୍ପଷ୍ଟୀକରଣ ଦେଇଛନ୍ତି

ଯେତେବେଳେ ଟ୍ରୁଡୋଙ୍କୁ ଏ ବିଷୟରେ ପଚରାଯାଇଥିଲା ସେ ଉତ୍ତର ଦେଇଥିଲେ ଯେ “ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତୀୟ ନେତାଙ୍କ ସହ ତାଙ୍କର ସାକ୍ଷାତ ଗଠନମୂଳକ ଅଟେ” । ଜଷ୍ଟିନ ଟ୍ରୁଡୋ ଘୋଷଣା କରିଛନ୍ତି ଯେ ସେ ଏହି ସୂଚନାକୁ ସେପ୍ଟେମ୍ବର ୧୮ ରେ ସାର୍ବଜନୀନ କରିଛନ୍ତି କାରଣ ସେ ଅନୁଭବ କରିଛନ୍ତି ଯେ ଏହି ସୂଚନା ଗଣମାଧ୍ୟମକୁ ଲିକ୍ ହୋଇଯାଇପାରେ । ସେ ଚାହୁଁଥିଲେ ଯେ କାନାଡିୟମାନେ ଜାଣିବେ ଯେ ତାଙ୍କ ସରକାର ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। ସେ କହିଛନ୍ତି ଯେ କାନାଡା ଏହି ବିଷୟରେ ଭାରତକୁ ଚେତାବନୀ ଦେଇସାରିଛି। ଗଣମାଧ୍ୟମ ସହ ବାର୍ତ୍ତାଳାପରେ ମଧ୍ୟ ଟ୍ରୁଡୋ କୌଣସି ପ୍ରମାଣ ଉପସ୍ଥାପନ କରିନାହାଁନ୍ତି ।

The post ଭାରତକୁ ଅଟକେଇବାକୁ ଆଣିଥିଲେ ନିଜ୍ଜର ହତ୍ୟା ଅଭିଯୋଗ । ଶେଷରେ ସ୍ପଷ୍ଟୀକରଣ ଦେଲେ କାନାଡା ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ହଠାତ୍ ଲୋକସଭାରେ ପଶିଲେ ୨ ଯୁବକ । କାବୁ କଲେ ସୁରକ୍ଷାକର୍ମୀ ।

କନକ ବ୍ୟୁରୋ: ଲୋକସଭାର ସୁରକ୍ଷା ବଡ ତ୍ରୁଟି । ଲୋକସଭାରେ ଅଚାନକ ପଶିଗଲେ ଦୁୁଇ ଜଣ ଅଜଣା ଯୁବକ । ତେବେ ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲିଥିବାବେଳେ ହଠାତ୍ ଦୁଇ ଜଣ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସାଂସଦ ତାଙ୍କୁ କାବୁ କରିବା ସହିତ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ତା ସହିତ ଏହି ଘଟଣା ପରେ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି ।

https://platform.twitter.com/widgets.js

ସୂଚନାଯୋଗ୍ୟ ଯେ, ଲୋକସଭାରେ ହଠାତ୍ ପଶିଆସିଥିବା ଏହି ଦୁଇ ଯୁବକଙ୍କ ଭିତରୁ ଜଣକର ନାମ ସାଗର ଅଟେ । ଦୁଇ ଜଣ ସାଂସଦଙ୍କ ନାମ ନେଇ ଭିଜିଟର ପାସରେ ସଂସଦ ଭିତରେ ପ୍ରବେଶ କରିଥିଲେ । ସାଂସଦ ଦାନିଶ ଅଲ୍ଲୀଙ୍କ ସୂଚନା ମୁତାବକ, ଦୁଇ ଜଣ ଯୁବକ ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ନାମରେ ଭିଜିଟର୍ ପାସ୍ ଆଣିଥିଲେ ।

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ କହିବା କଥା, ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେଇଁଥିଲେ । ସେମାନେ କିଛି ଫୋପାଡି ମଧ୍ୟ ଥିଲେ । ଏହାପରେ ଲୋକସଭାରେ ଉପସ୍ଥିତ ଥିବା ସାଂସଦ ତାଙ୍କୁ ଧରିନେଇଥିଲେ । ସୁରକ୍ଷାକର୍ମୀମାନେ ଦୁଇ ଯୁବକଙ୍କୁ ବାହାରକୁ ନେଇଯାଇଥିଲେ ।

The post ଲୋକସଭାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ହଠାତ୍ ଲୋକସଭାରେ ପଶିଲେ ୨ ଯୁବକ । କାବୁ କଲେ ସୁରକ୍ଷାକର୍ମୀ । first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । କୋଟି କୋଟି ନଗଦ ଟଙ୍କା ଜବତ ପରେ ସୁନା ଖୋଜୁଛନ୍ତି ଆୟକର ଅଧିକାରୀ 

କନକ ବ୍ୟୁରୋ: ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଘରେ ପହଞ୍ଚିଛି ଆୟକର ବିଭାଗର ୧୨ ଜଣିଆ ଟିମ । ବଡ଼ କଥା ହେଉଛି ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିିଲାନ୍ସ ସିଷ୍ଟମ । କୁହାଯାଉଛି ଏହି ଯନ୍ତ୍ର ମାଟି ତଳେ  ଥିବା ସୁନାକୁ ଠାବ କରିପାରିବ । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢାଉ ପରେ ଟଙ୍କାର ପାହାଡ ଜବତ ହୋଇଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରୁଛି ଆୟକର ବିଭାଗ । ତେଣୁ କେତେ ସୁନା, ରୂପା ଲୁଚାଇ ରଖିଛନ୍ତି ଧୀରଜ ସାହୁ ତାର ଖୋଳତାଡ ହେବ । ଦରକାର ପଡିଲେ ଧୀରଜଙ୍କ ଘର ମାଟି ତାଡି ସୁନା ଗହଣାର ସନ୍ଧାନ କରିବ ଆୟକର ବିଭାଗ । ଧୀରଜଙ୍କ ଘରେ ପହଞ୍ଚିବା ବେଳେ ପରିବାରର ତିନିଜଣ ସଦସ୍ୟ ଓ ସିଆଇଏସଫ ଯବାନଙ୍କୁ ନେଇ ପହଞ୍ଚିଛି ଆୟକର ବିଭାଗ ।

The post ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । କୋଟି କୋଟି ନଗଦ ଟଙ୍କା ଜବତ ପରେ ସୁନା ଖୋଜୁଛନ୍ତି ଆୟକର ଅଧିକାରୀ  first appeared on Kanak News.

from Kanak News
via <a href="https://ifttt.com/?

ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏଯାଏଁ ଜଣାପଡ଼ିନି କିଏ ଫିଙ୍ଗିଦେଇଥିଲା ଶିଶୁକନ୍ୟା?

କନକ ବ୍ୟୁରୋ: ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏହି ଘଟଣାରେ ଖୋଳତାଡ଼ ଆରମ୍ଭ କରିଛି ସମ୍ବଲପୁର ପୋଲିସ । ଶିଶୁ କନ୍ୟାଟିକୁ କେହି ମହିଳା ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ୭ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ଶିଶୁକନ୍ୟା । ଏବେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି ନବଜାତ ଶିଶୁକନ୍ୟା । ଝିଅର ଚିକିତ୍ସା ପାଇଁ ୫ ଜଣିଆ ଡାକ୍ତରୀ ଟିମ୍ ନିଯୋଜିତ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ଯୋଗେ ଉଦ୍ଧାର ପରେ ଶିଶୁକନ୍ୟାକୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଛି ।

ତେବେ ଗତକାଲି ଦିନ ପାଖାପାଖି ୨ଟା ବେଳେ ଖବର ମିଳିଥିଲା ଯେ ସମ୍ବଲପୁର ରେଙ୍ଗାଲି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲରେ ପଡ଼ିଯାଇଛି ନବଜାତ ଶିଶୁ । ଜଣେ ମହିଳା ସେଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ଶୁଣିବାକୁ ପାଇଥିଲେ । ଆଉ ତୁରନ୍ତ ଏହି ଖବର ପୁଲିସ ଓ ଅଗ୍ନିଶମ ବାହିନୀ ପାଖରେ ପହଞ୍ଚିଥିଲା । ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରେଙ୍ଗାଲି ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ପରେ ସମ୍ବଲପୁର ଅଗ୍ନିଶମ ବିଭାଗର ଟିମ୍ ସାମିଲ ହୋଇଥିଲା ।
ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ପ୍ରଥମେ ଜେସିବି ଦ୍ୱାରା ମାଟି ଖୋଳାଯାଇଥିଲା । କଟକରୁ ଭୁବନେଶ୍ୱର ଆସିଥିଲା ଭିଏଲସି କ୍ୟାମେରା । ଏହକୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ପଠାଗଲା । ଏହା ପରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ରେଙ୍ଗାଲି ଯାଇଥିଲା ଭିଏଲସି କ୍ୟାମେରା । ଭିଏଲସି ସହାୟତାରେ ଶିଶୁକୁ ଠାବ କରିବା ସହଜ ହୋଇଥିଲା । ଭିଏଲସିରେ ଶିଶୁଟିକୁ ଦେଖିବା ପରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ବୋରୱେଲ ପାଇପ୍ରେ ବିୟର ବୋତଲ ଓ ପାଣି ବୋତଲ ପଡ଼ି ରହିଥିଲା । ବିୟର ବୋତଲ ଯୋଗୁଁ ତଳକୁ ଖସିବା ଅପେକ୍ଷା ଅଧାରେ ଅଟକି ରହିଥିଲା । ଫଳରେ ଶିଶୁଟିକୁ ଉଦ୍ଧାର କରିବା ସହଜ ହୋଇଥିଲା । ୨୦ ଫୁଟ୍ର ବୋରୱେଲରେ ୧୫ ଫୁଟ୍ ଖୋଳିବାକୁ ପଡ଼ିଥିଲା । ଶେଷରେ ସମସ୍ତଙ୍କ ଡାକ ଶୁଣିଛନ୍ତି ଭଗବାନ । ଆଉ ବୋରୱେଲରୁ ନବଜାତକୁ ଜୀବିତ ଉଦ୍ଧାର କରାଯାଇଥିଲା ।

The post ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏଯାଏଁ ଜଣାପଡ଼ିନି କିଏ ଫିଙ୍ଗିଦେଇଥିଲା ଶିଶୁକନ୍ୟା? first appeared on Kanak News.

from Kanak News
via <a href="https://ifttt.com/?

ଦେଶର ସବୁଠୁ ବଡ ଆଇଟି ରେଡରେ ଓଡିଆ ପୁଅ । ଚଢାଉରେ ସାମିଲ ଅଛନ୍ତି ହୃଦୟ କୁମାର ଦାସ ।

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ଆଇଟି ରେଡରେ ରହିଛନ୍ତି ଓଡିଆ ପୁଅ । ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର ଚଢାଉରେ ସାମିଲ ହୋଇଛନ୍ତି ଓଡିଆ ଅଫିସର ହୃଦୟ କୁମାର ଦାସ । ୨୪ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ପୁଳାପୁଳା ଟଙ୍କା ଜବତ କରିଛନ୍ତି । ଏହି ଟିମରେ ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳି ଗାଁର ସୁନା ପୁଅ ହୃଦୟ ଦାସ । ଆଇଆରଏସ୍ ଅଫିସର ହୃଦୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ପିଲାଦିନେ ବହୁ କଷ୍ଟରେ ପାଠ ପଢିବା ସହ ଖେଳକୁଦରେ ବି ବେଶ ଭଲ ଥିଲେ । କଳାହାଣ୍ଡି କପରେ କେନ୍ଦ୍ରାପଡା ଜିଲ୍ଲାର ନେତୃତ୍ୱ ନେଇଥିଲେ । ଭଲ ବ୍ୟାଟ୍ସ ମ୍ୟାନେ ହୃଦୟ ଏବେ ଜଣେ ଭଲ ଅଫିସର । ଗାଁର ସରକାରୀ ସ୍କୁଲରେ ପାଠ ପଢିବା ସହ ମାର୍ଶାଘାଇ କଲେଜରେ ଯୁକ୍ତ ଦୁଇ ପାସ କରିଥିଲେ । ଏହାପରେ ସହ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଇଂଟିଗ୍ରେଟେଡ୍ ଏମସିଏ ପଠିବା ସହ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ । ୨ ଥର ବିଫଳ ହେବା ପରେ ତୃତୀୟ ଥର ସଫଳ ହୋଇ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାକିରି କରୁଛନ୍ତି । ଏହି ଚର୍ଚ୍ଚିତ ଅଧିକାରୀଙ୍କ ପିଲା ଦିନର କାହାଣୀ କହିଛନ୍ତି ତାଙ୍କ ପିଲାବେଳର ବନ୍ଧୁ ।

The post ଦେଶର ସବୁଠୁ ବଡ ଆଇଟି ରେଡରେ ଓଡିଆ ପୁଅ । ଚଢାଉରେ ସାମିଲ ଅଛନ୍ତି ହୃଦୟ କୁମାର ଦାସ । first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧବିରାମ ସପକ୍ଷରେ ଭାରତର ଭୋଟ , ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧ ଉପରେ ଭୋଟିଂ

 

ଗାଜାରେ ହାମାସ ବିରୁଦ୍ଧରେ ଯୁଦ୍ଧ ବନ୍ଦ କରିବାକୁ ମିଳିତ ଜାତିସଂଘ (ଜାତିସଂଘ) ରେ ମଙ୍ଗଳବାର ଦିନ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଛି । ଭାରତ ସମେତ ୧୫୩ ଦେଶ ଏହାକୁ ସମର୍ଥନ କରିଥିଲେ । ଗାଜାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ଏବଂ ଜାତିସଂଘ ଗତ କିଛି ଦିନ ହେବ ଯୁଦ୍ଧ ବନ୍ଦ ପାଇଁ ଡାକରା ଦେଇଛି ।

ନ୍ୟୁୟର୍କ: ଇସ୍ରାଏଲ-ହମାସ ଯୁଦ୍ଧରେ ମିଳିତ ଜାତିସଂଘ (ଜାତିସଂଘ) ମଙ୍ଗଳବାର ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଛି । ଜାତିସଂଘର ଏହି ପ୍ରସ୍ତାବ ୧୯୩ ସଦସ୍ୟ ବିଶିଷ୍ଟ ସାଧାରଣ ସଭାର ତିନି ଚତୁର୍ଥାଂଶରୁ ଅଧିକ ସମର୍ଥନ ପାଇଛି । କୌତୁହଳର ବିଷୟ ହେଉଛି ଯେ ସବୁକଥାରେ ଇସ୍ରାଏଲକୁ ସମର୍ଥନ ଦେଉଥିବା ଭାରତ ଜାତିସଂଘର ଏହି ଯୁଦ୍ଧ ବନ୍ଦ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛି ।  ଏହା ହେଉଛି ସେହି ସମାନ ପ୍ରସ୍ତାବ ଯାହା ନିକଟ ଅତୀତରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଆମେରିକା ଦ୍ୱାରା ଭିଟୋ କରାଯାଇ ସ୍ଥଗିତ ରଖାଯାଇଥିଲା ।

ଅକ୍ଟୋବର ୭ ରୁ ଗାଜାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି ।  ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣ ପରେ ସେଠାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଇସ୍ରାଏଲ ଶପଥ ନେଇ ଗାଜା ଉପରେ ଆକ୍ରମଣ କରିଥିଲା। ଇସ୍ରାଏଲର ପ୍ରତି ଆକ୍ରମଣରେ ଗାଜା ସହର ଏକ ପ୍ରକାର ଧ୍ବଂସସ୍ତୂପରେ ପରିଣତ ହେଇଗଲାଣି ।

ସପକ୍ଷରେ ୧୫୩ ଦେଶ

ଜାତିସଂଘର ଏହି ପ୍ରସ୍ତାବରେ ଆରବ ଦେଶଗୁଡିକର ସମର୍ଥନ ରହିଛି । ଏହି ପ୍ରସ୍ତାବ ସପକ୍ଷରେ ଭାରତ ମଧ୍ୟ ଭୋଟ୍ ଦେଇଛି । ଏହି ପ୍ରସ୍ତାବରେ ଗାଜାରେ ଅସ୍ତ୍ରବିରତି ପାଇଁ ଆବେଦନ ରହିଛି । ଏହାର ସପକ୍ଷରେ ୧୫୩ ଭୋଟ୍ ଦିଆଯାଇଥିବାବେଳେ କେବଳ ୧୦ ଜଣ ସଦସ୍ୟ ଏହା ବିରୁଦ୍ଧରେ ଭୋଟ ଦେଇଛନ୍ତି ସେହିପରି ୨୩ ଜଣ ସଦସ୍ୟ ମତଦାନରୁ ନିବୃତ୍ତ ରହିଥିଲେ । ଏହି ସାଧାରଣ ସଭାରେ ଆମେରିକାର ଭିଟୋ ପ୍ରୟୋଗର ଅଧିକାର ନାହିଁ । ଇସ୍ରାଏଲ ଏବଂ ଅବଶିଷ୍ଟ ଆଠଟି ଦେଶ ସହିତ ଆମେରିକା ଏହି ସଂକଳ୍ପ ବିରୋଧରେ ଭୋଟ୍ ଦେଇଛି ।

ପୂର୍ବରୁ ମଧ୍ୟ ଭାରତ ସମର୍ଥନ କରିଥିଲା

ବିପୁଳ କରତାଳି ମଧ୍ୟରେ ଏହି ପ୍ରସ୍ତାବ ପାରିତ ହୋଇଥିଲା ।  ଏହାପୂର୍ବରୁ ନଭେମ୍ବର ୧୩ ରେ ଆଗତ ହେଇଥିବା ଏକ ପ୍ରସ୍ତାବରେ  ମଧ୍ୟ ଭାରତ  ଇସ୍ରାଏଲ ବିରୋଧରେ ଭୋଟ୍ ଦେଇଥିଲା ।  ଜାତିସଂଘରେ ପାଲେଷ୍ଟାଇନର ରାଷ୍ଟ୍ରଦୂତ ରିୟାଦ ମାନସୁର ସମଗ୍ର ବିଶ୍ୱରେ ପାଲେଷ୍ଟାଇନ ସମର୍ଥକ ବିରୋଧ ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ଆମେରିକା ଏହି ବିଶାଳ ଶକ୍ତିକୁ ଅଣଦେଖା କରିପାରିବ ନାହିଁ । ସେ  ଆହୁରି ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହି ଆକ୍ରୋଶ ଶେଷ ନହୁଏ ସେ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ରାସ୍ତାରେ ଏକାଠି ଚାଲିବାକୁ ପଡ଼ିବ ।

ସୁରକ୍ଷା ପରିଷଦରେ ଆମେରିକାର ଭିଟୋ

ଗତ ଥର ଏହି ପ୍ରସ୍ତାବ ଯେତେବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ କରାଯାଇଥିଲା ସେତେବେଳେ ଆମେରିକା ଏହାକୁ ଭିଟୋ କରିଥିଲା । ସେତେବେଳେ ତିନି ସ୍ଥାୟୀ ସଦସ୍ୟ ରୁଷ, ଚୀନ୍ ଏବଂ ଫ୍ରାନ୍ସ ଏହାର ସମର୍ଥନରେ ଭୋଟ୍ ଦେଇଥିଲେ । ୟୁଏନଏସିରେ ଆମେରିକାର ରାଷ୍ଟ୍ରଦୂତ ରବର୍ଟ ଉଡ଼ ଜାତିସଂଘକୁ ସମାଲୋଚନା କରିଛନ୍ତି । ସେ କହିଥିଲେ ଯେ ସେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାରେ ବିଫଳ ହୋଇଥିଲା । ରବର୍ଟ ଉଡ଼ କହିଛନ୍ତି ଯେ ସାମରିକ କାର୍ଯ୍ୟ ବନ୍ଦ କରିବା ଦ୍ୱାରା ହମାସ ଗାଜା ଉପରେ ଶାସନ ଜାରି ରଖିବ। ଅଧିକନ୍ତୁ, ଏହି ପ୍ରସ୍ତାବ କେବଳ ପରବର୍ତ୍ତୀ ଯୁଦ୍ଧ ପାଇଁ ବୀଜ ବପନ କରିବ ତା ବ୍ୟତୀତ ଆଉକିଛି ନୁହେଁ ।

The post ଯୁଦ୍ଧବିରାମ ସପକ୍ଷରେ ଭାରତର ଭୋଟ , ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧ ଉପରେ ଭୋଟିଂ first appeared on Kanak News.

from Kanak News
via <a href="https://ifttt.com/?

ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ । ପୋଷ୍ଟ ଅଫିସରୁ ଟଙ୍କା ଉଠାଇପାରୁନାହାଁନ୍ତି ଉପଭୋକ୍ତା ।

କନକ ବ୍ୟୁରୋ: ଦେଶବ୍ୟାପୀ ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଛି ଡାକସେବା । ପୋଷ୍ଟ ଅଫିସରୁ ମଧ୍ୟ ଟଙ୍କା ଉଠାଇପାରୁନାହାନ୍ତି ଉପଭୋକ୍ତା । ଏପରିକି ଚିଠି ନେଣ ଦେଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଡାକ ସେବକଙ୍କ ପ୍ରତି ବୈମାତୃକ ମନୋଭାବ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ଦାବି ନେଇ ଏମାନେ ଆନ୍ଦୋଳନ କରୁଥିବା ବେଳେ ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

The post ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ । ପୋଷ୍ଟ ଅଫିସରୁ ଟଙ୍କା ଉଠାଇପାରୁନାହାଁନ୍ତି ଉପଭୋକ୍ତା । first appeared on Kanak News.

from Kanak News
via <a href="https://ifttt.com/?

ବଟି ମାଗି ଗିରଫ ହେଲେ ୪ ଯୁବକ, ଯୁବତୀ । ନକଲି ମାଓବାଦୀର ପରିଚୟ ଦେଇ ମାଗୁଥିଲେ ଟଙ୍କା ।

କନକ ବ୍ୟୁରୋ: ବଟି ମାଗି ଗିରଫ ହେଲେ ଦୁଇ ଯୁବତୀଙ୍କ ସହ ଦୁଇ ଯୁବକ । ନିଜକୁ ମାଓବାଦୀ ପରିଚୟ ଦେଇ ୬୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି । ରାୟଗଡ଼ା ଦୋରାଗୁଡା ପୁଲିସ ୪ ନକଲି ମାଓବାଦୀଙ୍କୁ ଗିରଫ କରିବା ସହ ନକଲି ମାଓବାଦୀ ଚିଠି ଓ ମୋବାଇଲ ଜବତ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦମ୍ପତି ମଧ୍ୟ ଅଛନ୍ତି । ପୁଲିସ ସୂଚନା ମୁତବକ, ଗତ ୧୧ ତାରିଖରେ କାଶୀପୁର ଅଞ୍ଚଳର ଠିକାଦାର ପରାମାନନ୍ଦ ନାୟକ ମାଓବାଦୀଙ୍କ ନାମରେ ଏକ ନକଲି ଚଠି ଆସିଥିଲା । ଚିଠିରେ ୬୦ ଲକ୍ଷ ଟଙ୍କା ଦେବାକୁ ଲେଖାଯାଇଥିଲା । ନଚେତ୍ ପ୍ରଜାକୋର୍ଟରେ ଦଣ୍ଡିତ କରିବାକୁ ଚେତାବନି ଦିଆଯାଇଥିଲା । ଏନେଇ ଠିକାଦାର ଦୋରଗୁଡା ପୁଲିସକୁ ଜଣାଇଥିଲେ । ପରେ ପୁଲିସ ୪ ନକଲି ମାଓବାଦୀଙ୍କୁ ଗିରଫ କରିଛି । ସେମାନେ ହେଲେ କଳାହାଣ୍ଡି ମଣ୍ଡଳ ଗାଁର ସୂର୍ଯ୍ୟ ନାୟଓ ଓ ତାଙ୍କ ପତ୍ନି ବର୍ଷା ନାୟକ, କାଶୀକୁର ମାଲିଙ୍ଗା ଗାଁର ରମେଶ ନାୟକ, ଝାରସୁଗୁଡା ବ୍ରଜରାଜନଗର କଲ୍ୟାଣୀ ପଂଚଭାୟ । ପୁଲିସ ସେମାନଙ୍କ ଠାରୁ ନକଲି ଚିଠି, ୪ ଟି ମୋବାଇଲ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।

The post ବଟି ମାଗି ଗିରଫ ହେଲେ ୪ ଯୁବକ, ଯୁବତୀ । ନକଲି ମାଓବାଦୀର ପରିଚୟ ଦେଇ ମାଗୁଥିଲେ ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ପରୀକ୍ଷା ପାଇଁ ୬ କିଲୋମିଟର ବାଟ ଚାଲିଲେ ୯୦ ଛାତ୍ରୀ । ପ୍ରଧାନ ଶିକ୍ଷୟିତ୍ରୀ କହିଲେ, ଗାଡି ପାଇଁ ନାହିଁ ଟଙ୍କା

କନକ ବ୍ୟୁରୋ: ପରୀକ୍ଷା ପାଇଁ ୬ କିଲୋମିଟରରୁ ଅଧିକ ବାଟ ଚାଲିଲେ ୯୦ ଜଣ ଛାତ୍ରୀ । ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୋରଡା ବ୍ଲକ ଅଧିନସ୍ଥ ଭାଲିଆଡିହା କେଜିବିଭି ସ୍କୁଲର ଷଷ୍ଠଶ୍ରେଣୀର ଛାତ୍ରୀ ଏବଂ ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟର ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ରାସ୍ତାରେ ଚଲାଇ ନିଆଯାଇଛି । କୁନି କୁନି ପିଲାଙ୍କୁ ଏତେବାଟ ଚଳାଇବା ନେଇ ଘଟଣାକୁ ନେଇ ତାତିଛନ୍ତି ଅଭିଭାବକ । ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଜେନା ୯୦ ଜଣ ଛାତ୍ରୀଙ୍କୁ ୬ କିଲୋମିଟରରୁ ଅଧିକ ବାଟ ଚଳାଇ ନେଇଛନ୍ତି । ଘଟଣାକୁ ନେଇ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିବା ସହ ଘଟଣାର ଦୃଢ ନିନ୍ଦା କରିଛନ୍ତି ।

The post ପରୀକ୍ଷା ପାଇଁ ୬ କିଲୋମିଟର ବାଟ ଚାଲିଲେ ୯୦ ଛାତ୍ରୀ । ପ୍ରଧାନ ଶିକ୍ଷୟିତ୍ରୀ କହିଲେ, ଗାଡି ପାଇଁ ନାହିଁ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା । ରୋଡ୍ ରୋମିଓଙ୍କୁ ମାଡ ମାରି, ପୋଲିସର ଜିମା ଦେଲେ ଲୋକେ ।

କନକ ବ୍ୟୁରୋ: ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା । ରୋଡ ରୋମିଓଙ୍କୁ ମାଡ ମାରିବା ସହ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଯାଜପର ଜିଲ୍ଲା ଧର୍ମଶାଳା ଥାନା କାନପୁର ଛକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଥାନୁଆଳ ପଞ୍ଚାୟତ ଗୁଆରଙ୍ଗ ଗାଁର କିଛି କଲେଜ ଛାତ୍ରୀଙ୍କୁ ଗତ କିଛି ଦିନ ହେବ ଅସାମାଜିକ ଯୁବକ ଗ୍ୟାଙ୍ଗ ବାଟରେ କମେଣ୍ଟ ମାରିବା ସହ ଅଟକାଇ ଜୋରଜବରଦସ୍ତି ଫୋନ୍ ନମ୍ବର ମାଗି ହଇରାଣ କରୁଥିଲେ  ।  ତେବେ ଛାତ୍ରୀମାନେ ଏନେଇ ଘରେ ଜଣାଇବା ପରେ ଗ୍ରାମବାସୀ ଯୁବକଙ୍କ ପିଛା କରିଥିଲେ । ଗତକାଲି ଏହି ଗ୍ୟାଙ୍ଗ ମଙ୍ଗଳପୁର ଗାଁର ଜଣେ ସ୍କୁଲ ଛାତ୍ରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଅସଦାଚରଣ ବେଳେ ଗ୍ରାମବାସୀଙ୍କ ହାବୁଡରେ ଧରା ପଡି ନିସ୍ତୁକ ମାଡ ଖାଇଛନ୍ତି  । ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ଖବର ପାଇଁ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଛି ।

The post ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା । ରୋଡ୍ ରୋମିଓଙ୍କୁ ମାଡ ମାରି, ପୋଲିସର ଜିମା ଦେଲେ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started