ମଧ୍ୟପ୍ରଦେଶରେ ଆରମ୍ଭ ହେଲା ‘ମୋହନ’ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋହନ ଯାଦବ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଉପସ୍ଥିତ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ସରକାର । ବୁଧବାର ଲାଲ ପରେଡ୍ ଗ୍ରାଉଣ୍ଡରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଯାଦବ । ରାଜ୍ୟପାଳ ଛଗନ ଭାଇ ପଟେଲ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

https://platform.twitter.com/widgets.js

ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିଛନ୍ତି । ତାଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେଡି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୀତିନ ଗଡକରି ପ୍ରମୁଖ ଉପସ୍ଥିତ ରହିଛନ୍ତି ।

 

https://platform.twitter.com/widgets.js

 

The post ମଧ୍ୟପ୍ରଦେଶରେ ଆରମ୍ଭ ହେଲା ‘ମୋହନ’ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋହନ ଯାଦବ । ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଉପସ୍ଥିତ । first appeared on Kanak News.

from Kanak News
via <a href="https://ifttt.com/?

ବୁଲା କୁକୁର କାମୁଡାରେ ମୃତ ଶିଶୁ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା । ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ପୁରୀ ପୌରପାଳିକାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବ ପୁରୀ ପୌରପରିଷଦ । ୨୦୧୬ରେ ପୁରୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଶିଶୁର ପରିବାରକୁ କ୍ଷତିପୁରଣ ପାଇଁ ପୁରୀ ପୌରପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ କୁନି ପୁଅଟି ଖେଳୁଥିବା ବେଳେ ୪ଟି ବୁଲା କୁକୁର ତାକୁ ଝୁଣି ପକାଇଥିଲେ । ଶିଶୁଟିକୁ ଘୋଷାଡି ଘୋଷାଡି ଏକ ବୁଦା ମୂଳକୁ ନେଇ ଯାଇଥିଲେ । ତେବେ ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଏନେଇ ସେତେବେଳେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୁରୀ ପୌରପରିଷଦ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି, ସେନେଇ ସତ୍ୟପାଠରେ ଦର୍ଶାଯାଇଥିଲା । ଏହାସହ ବୁଲା କୁକୁର କାମୁଡାରେ କାହାରି ମୃତ୍ୟୁ ହେଲେ କ୍ଷତିପୂରଣ ଦେବା ପାଇଁ ମ୍ୟୁନିସିପାଲଟି ଆକ୍ଟରେ କୌଣସି ବ୍ୟବସ୍ଥା ନଥିବା ସତ୍ୟପାଠରେ ଦର୍ଶାଇଥିଲା ପୁରୀ ପୌରପରିଷଦ । ଏହି ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରି ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି ।

ମୃତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପୌର ପରିଷଦକୁ ନିର୍ଦେଶ ଦେଇଛନ୍ତି । ବିଭୁତି ମହାନ୍ତି ନାମକ ବ୍ୟକ୍ତି ଆବେଦନ କରିଥିବା ବେଳେ ଆଇନ୍ଜୀବୀ ରାଜକିଶୋର ସ୍ୱାଇଁ ଏହି ମାମଲାର ପରିଚାଳନା କରୁଥିଲେ ।

The post ବୁଲା କୁକୁର କାମୁଡାରେ ମୃତ ଶିଶୁ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା । ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ପୁରୀ ପୌରପାଳିକାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ସବ୍ ରେଜିଷ୍ଟ୍ରାର ଶାଶ୍ୱତ୍ କୁମାର ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏହି ଚଢ଼ଉରେ ୮ଜଣ ଡିଏସପି, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟ ଅଧିକାରୀ ମାନେ ସାମିଲ ହୋଇଛନ୍ତି । ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ସ୍ଥାନରେ ରେଡ଼ କରୁଛି ଭିଜିଲାନ୍ସ । କେନ୍ଦ୍ରାପଡ଼ାର ୪ଟି ଓ ନୟାଗଡ଼ର ୨ ସ୍ଥାନରେ ଚଢା଼ଉ କରାଯାଉଛି । କେନ୍ଦ୍ରାପଡ଼ା ସ୍ଥିତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ସେହିପରି ନୟାଗଡ଼ ସ୍ଥିତ ଭଡ଼ାଘର ଓ ଅଫିସରେ ଭିଜିଲାନ୍ସ ଯାଞ୍ଚ ଜାରି ରହିଛି ।

The post ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରାର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ first appeared on Kanak News.

from Kanak News
via <a href="https://ifttt.com/?

ଶୀତରାତିରେ ଦେଖାଗଲାନି ରାସ୍ତା । ହାଇୱେ-କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଗୁରୁତର ।

କନକ ବ୍ୟୁରୋ: ଶୀତ ରାତିରେ ଘନ କୁହୁଡିରେ ଦେଖାଗଲା ନାହିଁ ରାସ୍ତା । ଫଳରେ ହାଇୱା-କାର ମଧ୍ୟରେ ମୁହାଁମୁହିଁ ଧକ୍କା । ନବରଙ୍ଗପୁର ଜିଲ୍ଲା ଲକ୍ଷ୍ମୀପୁର ଟିମଝୋଲା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ଏସଏଲଏନ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତି ତେନ୍ତୁଳିଖୁଂଟି ବ୍ଲକ ଗୁମ୍ମା ଗାଁର । ଏମାନେ ଭୁବନେଶ୍ୱରରୁ ଏକ କାର ଯୋଗେ ନବରଙ୍ଗପୁରକୁ ଫେରୁଥିଲେ । ଶିବରାମ ଆଚାର୍ଯ୍ୟ, ଦୀନେଶ ମିଶ୍ର, ବିମଳ ଚୌଧୁରୀ ଓ ସୁବୀର ସାହୁଙ୍କ ସ୍ୱ୍ୟାସ୍ଥାବସ୍ଥା ସଂକଟାପନ୍ନ ରହିଛି ।

The post ଶୀତରାତିରେ ଦେଖାଗଲାନି ରାସ୍ତା । ହାଇୱେ-କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଗୁରୁତର । first appeared on Kanak News.

from Kanak News
via <a href="https://ifttt.com/?

ଘରୋଇ କଲେଜ ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଫେଲ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଥାନାରେ ଏତଲା

କନକ ବ୍ୟୁରୋ: ଜୟପୁରରେ ଘରୋଇ କଲେଜର ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରୀକ୍ଷାରେ ଫେଲ୍ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁର୍ଷ୍କମ । ଏପରିକି ନାବାଳିକା ଛାତ୍ରୀଙ୍କ ମାଙ୍କୁ ମଧ୍ୟ ଅସଦାଚରଣ କରାଯିବା ସହ ମାଡ ମରାଯାଇଛି । ଏନେଇ ଛାତ୍ରୀ ଜଣକ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । କେବଳ ସେ ନୁହଁନ୍ତି, କଲେଜର ବହୁ ଛାତ୍ରୀ, କଲେଜ ଅଧ୍ୟକ୍ଷଙ୍କ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ଆଧାରରେ ପୋଲିସ ତନାଘନା ଆରମ୍ଭ କରିଛି ।

The post ଘରୋଇ କଲେଜ ପ୍ରିନ୍ସପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଫେଲ କରିଦେବାର ଧମକ ଦେଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ଥାନାରେ ଏତଲା first appeared on Kanak News.

from Kanak News
via <a href="https://ifttt.com/?

୫୦ କୋଟି ଥିବା ନେଇ ହୋଇଥିଲା ଚଢ଼ାଉ, ହେଲେ ମିଳିଲା ୩୫୦ କୋଟି । ଏବେ ଅଧିକ ଖୋଳତାଡ଼ କରିବ ଇଡି

କନକ ବ୍ୟୁରୋ: ଆଇଟି ରେଡରେ ମଦ ବ୍ୟବସାୟୀଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ଘଟଣାକୁ ନେଇ ଆଗକୁ ତଦନ୍ତ କରିବ ଇଡି । ୫୦ କୋଟିର କଳାଧନ ନେଇ ଆଇଟି ବିଭାଗ ପାଖରେ ଗୁଇନ୍ଦା ସୂଚନା ରହିଥିଲା । ହେଲେ ଆଇଟି ଅଧିକାରୀ ଖୋଜୁ ଖୋଜୁ ଓଡିଶାର ବିଭିନ୍ନ ଜିଲ୍ଲାରୁ ଧରିଛନ୍ତି ୩୫୦ କୋଟି । ଗତ ୬ତାରିଖରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ଚଢାଉ ଗତ ୧୨ ତାରିଖରେ ଶେଷ ହୋଇଛି । ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଟିଟିଲାଗଡରୁ ମିଳିଥିବା ଟଙ୍କା ଗଣତି ସରିବା ସହ ଆଇଟି ବିଭାଗର କାମ ସରିଛି । ଆଗକୁ ମଦ ବ୍ୟବସାୟୀଙ୍କ କଳାଧନ ଆୟର ଉତ୍ସ ଖୋଜିବ ଇଡି ।
ଏସବୁ ଟଙ୍କା କାହାର? ଏଠାରେ ଜମା ହେବା ପଛର ରହସ୍ୟ କଣ? ଏ ଟଙ୍କା ଆଗାମୀ ନିର୍ବାଚନରେ ଖର୍ଚ୍ଚ ହେବା ପାଇଁ ରଖାଯାଇଥିଲା କି? ଏସବୁ ଜାଣିବା ପାଇଁ ଇଡି ତଦନ୍ତ କରିବା କଥା ଶୁଣିବା ପରେ ମଦ ବ୍ୟବସାୟୀ ସହ ସଂପର୍କରେ ଥିବା ବଡବଡିଆଙ୍କ ଛାତିରେ ଛନକା ପଶିଲାଣି । କଳଟଙ୍କାର ଚେର ଖୋଜୁ ଖୋଜୁ ତଦନ୍ତକାରୀ ସଂସ୍ଥା, କେତେବେଳେ କାହା ପାଖରେ ପହଞ୍ଚିଯିବ, ତାକୁ ନେଇ ଭୟ ବଢିଲାଣି । ଖାତାରେ କିଏ କିଏ ଅଛନ୍ତି, ସେମାନେ ଧୀରଜଙ୍କ ଠାରୁ ଟଙ୍କା ନେଣଦେଣ କରିଛନ୍ତି କି ନାହିଁ । ଯଦି କରିଛନ୍ତି କାହିଁକି କରିଛନ୍ତି, ସବୁର ଖୋଳତାଡ କରିବ ଇଡି ।

The post ୫୦ କୋଟି ଥିବା ନେଇ ହୋଇଥିଲା ଚଢ଼ାଉ, ହେଲେ ମିଳିଲା ୩୫୦ କୋଟି । ଏବେ ଅଧିକ ଖୋଳତାଡ଼ କରିବ ଇଡି first appeared on Kanak News.

from Kanak News
via <a href="https://ifttt.com/?

ସରକାରୀ କାର୍ଯ୍ୟାଳୟରେ ମାତାଲ ଅଧିକାରୀ । ଖରାପ ବ୍ୟବହାର ପରେ, ଥାନାରେ ଅଟକ ।

କନକ ବ୍ୟୁରୋ: ସରକାରୀ କାର୍ଯ୍ୟାଳୟରେ ମାତାଲ ଅଧିକାରୀ । ରାଉରକେଲା ଉଦିତ ନଗରରେ ଥିବା ବଏଲର ଏଣ୍ଡ ଫ୍ୟାକ୍ଟ୍ରି କାର୍ଯ୍ୟାଳୟରେ ଅଧିକାରୀ ଜଣଙ୍କ ମଦ ପିଇଥିବା ଦେଖିବାକୁ ମିଳିଛି । ରାଉରକେଲା ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ କାରଖାନା ମାନଙ୍କୁ ତଦାରଖ କରିବା ପାଇଁ ଅଛି ବଏଲର ଏଣ୍ଡ ଫ୍ୟାକ୍ଟ୍ରି । ହେଲେ ଅଧିକାରୀ କାରଖାନା ମାନଙ୍କ ସହ ମଧୁଚନ୍ଦ୍ରିକା ସମ୍ପର୍କ ଯୋଗୁଁ ଘଟୁଛି ଦୁର୍ଘଟଣା, ଆଉ ଯାଉଛି ଶ୍ରମିକଙ୍କ ଜୀବନ । ଏହାକୁ ନେଇ ଆସନ୍ତା ୨୪ ତାରିଖ ଦିନ ଶ୍ରମିକ ସଂଗଠନ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ କରିବା ପାଇଁ ଲିଖିତ ଭାବରେ ଜଣାଇବା ଲାଗି ଶ୍ରମିକ ସଂଗଠନର ଏକ ଟିମ୍ ପହଞ୍ଚିଥିଲା କାର୍ଯ୍ୟାଳୟରେ । ଡେପୁଟି ଡାଇରେକ୍ଟରଙ୍କ ସହ ସହକାରୀ ନିର୍ଦ୍ଦେଶକଙ୍କ ସହ ଚାଲିଥିଲା ଆଲୋଚନା । ହେଲେ ମଦ ପିଇ ମାତାଲ୍ ଅବସ୍ଥାରେ ଥିଲେ ସହକାରୀ ନିର୍ଦ୍ଦେଶକ ବିବେକାନନ୍ଦ ନାୟକ । ଆଲୋଚନା ସମୟରେ ଶ୍ରମିକ ସଂଗଠନ ସିଟୁର ବରିଷ୍ଠ ନେତାଙ୍କୁ କରିଥିଲେ ଦୁର୍ବ୍ୟବହାର । ଶେଷରେ ଉଦିତ ନଗର ପୋଲିସ କୁ ଖବର ଦେଇଥିଲେ ଶ୍ରମିକ ସଂଗଠନ ସିଟୁ ର ବରିଷ୍ଟ ନେତା ମାନେ । ଘଟଣା ସ୍ଥଳରେ ପହଞ୍ଚି ଉଦିତ ନଗର ପୋଲିସ ମଦୁଆ ଅଧିକାରୀଙ୍କୁ ନେଇ ରଖିଛି ଥାନାରେ ଅଟକ ।

The post ସରକାରୀ କାର୍ଯ୍ୟାଳୟରେ ମାତାଲ ଅଧିକାରୀ । ଖରାପ ବ୍ୟବହାର ପରେ, ଥାନାରେ ଅଟକ । first appeared on Kanak News.

from Kanak News
via <a href="https://ifttt.com/?

ରାଜନୈତିକ ଶତ୍ରୁତାର ଚରମ ପରିଣତି । ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଗୋଟିଏ ଗାଈ ଜୀବନ୍ତ ଦଗ୍ଧ, ଆଉ ୫ ଗୁରୁତର

କନକ ବ୍ୟୁରୋ: ରାଜନୈତିକ ଶତ୍ରୁତାରୁ ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ତାରସିଂଙ୍ଗ ଥାନା ଅନ୍ତର୍ଗତ ବାଙ୍କତରା ଗାଁରୁ ଆସିଛି ଏଭଳି ଘଟଣା । ରାଜନୈତିକ ଗଣ୍ଡଗୋଳକୁ କେନ୍ଦ୍ର କରି ଗାଁର ଯୋଗେନ୍ଦ୍ର ନାୟକଙ୍କ ଗୁହାଳରେ କେହି ଦୁର୍ବୁତ ନିଆଁ ଲଗାଇଦେଇଛନ୍ତି । ଯାହାଫଳରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହେବା ସହ ଅନ୍ୟ ୫ଟି ଗାଈଙ୍କ ଅବସ୍ଥା ଗୁରୁତର ରହିଛି । ଯୋଗେନ୍ଦ୍ର ଜଣେ ବନବିଭାଗର ଠିକା କର୍ମଚାରୀ । ଗତକାଲି ରାତିରେ କେହି ତାଙ୍କ ଗୁହାଳରେ ନିଆଁ ଲଗାଇ ଜାଳିଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପରଠାରୁ ଗାଁରେ ଏଭଳି ରାଜନୈତିକ ଶତ୍ରୁତା ଦେଖିବାକୁ ମିଳୁଛି ।

ପୂର୍ବରୁ ଗାଁରେ ଘର ପୋଡ଼ି, ଗାଡ଼ିପୋଡ଼ି ଆଦି ଘଟଣା ଘଟୁଥିବା ଏବେ ଗୁହାଳ ପୋଡିଦେଇଛନ୍ତି ଦୁବୃର୍ତ । ଗତ ୨୦ ଦିନ ତଳେ ମଧ୍ୟ ଗାଁରେ ଏକ ଟ୍ରାକ୍ଟରକୁ କେହି ନିଆଁ ଲଗାଇ ପୋଡ଼ିଦେଇଥିଲେ । ତେବେ ଏନେଇ ପୋଲିସରେ ଅଭିଯୋଗ ହୋଇଥିଲେ ବି କୈାଣସି ସୁଫଳ ମିଳିନାହିଁ । ଗାଁରେ ଦୁଇ ରାଜନୈତିକ ଗୋଷ୍ଠୀ ଅଲଗା ଅଲଗା କାମକୁ ନେଇ ପାଟିତୁଣ୍ଡ ହେବା ପରେ ଏଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତୁରନ୍ତ ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ଗାଁରେ ଶାନ୍ତି ପେଂରାଇବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

The post ରାଜନୈତିକ ଶତ୍ରୁତାର ଚରମ ପରିଣତି । ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଗୋଟିଏ ଗାଈ ଜୀବନ୍ତ ଦଗ୍ଧ, ଆଉ ୫ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ବିଜ୍ଞାନ ମେଳା ସରିବା ପରେ ଶୀତରାତିରେ ହଣ୍ଡାହାଣ୍ଡି ମାଜିଲେ ବିଦ୍ୟାଳୟର ୧୦ ଛାତ୍ର । ଉପରେ ଠିଆ ହୋଇ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ଦେଖାଇଲେ ଶିକ୍ଷକ

କନକ ବ୍ୟୁରୋ: ଦିନରେ ଭୋଜି ରାତିରେ ବାସନ ମଜା । ପୁଣି ଅନ୍ଧାର ରାତିରେ ପିଲାଙ୍କ ଦ୍ୱାରା ଛାତ୍ରଙ୍କୁ ଲଗାଇ ଦୟାନଦୀରେ ବାସନ ମଜାଇରେ ବିଦ୍ୟାଳୟ କର୍ତୃପକ୍ଷ । ଶୀତ ସାଙ୍ଗକୁ କିଟକିଟ୍ ଅନ୍ଧାର, ଶୀତରେ ସମସ୍ତେ ଶୋଇ ଯାଇଥିବା ବେଳେ ପିଲାମାନେ ନଦୀ କୂଳରେ ବଡବଡ ଟପ୍, ବାଲିଟି ଓ ଡାବ ମାଜି ପାଣିରେ ପସି ଧୋଉଥିବା ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ଜଣେ ଶିକ୍ଷକ ବନ୍ଧ ଉପରେ ଥାଇ ମୋବାଇଲ୍ ଲାଇଟ୍ ଦେଖାଉଛନ୍ତି, ଆଉ ତଳେ ପିଲାମାନେ ମଜାମଜି କରୁଛନ୍ତି । ଏଭଳି ଖବର ଆସିଛି ପୁରୀ ଜିଲ୍ଲା କଣାସରୁ । କଣାସ ବ୍ଲକ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୫ଶହ ଲୋକଙ୍କ ଭୋଜିର ଆୟୋଜନ କରାଯାଇଥିଲା । ଦିନରେ ବିଜ୍ଞାନ ମେଳା ଓ ଭୋଜି ସରିବା ପରେ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଚାଲିଯାଇଥିଲେ । ସବୁ କାମ ସରୁ ସରୁ ରାତି ହୋଇଯାଇଥିଲା । ଏହାପରେ ପିଲାଙ୍କୁ ନେଇ ବାସନ ମଜା କାମ ଆରମ୍ଭ କରିଥିଲେ ଶିକ୍ଷକ, ତାହା ପୁଣି ରାତି ୧୧ଟାରେ । ସାର ଉପରେ ଥାଇ ମୋବାଇଲ୍ ଲାଇଟ୍ ଦେଖାଉଥିଲେ, ଆଉ ପ୍ରାୟ ୧୦ଜଣ ଛାତ୍ର ବିଦ୍ୟାଳୟରୁ ସବୁ ହାଣ୍ଡିହଣ୍ଡା ବୋହି ନଦୀକୂଳକୁ ନେଇ ମଜାମଜି କରିଛନ୍ତି ।

The post ବିଜ୍ଞାନ ମେଳା ସରିବା ପରେ ଶୀତରାତିରେ ହଣ୍ଡାହାଣ୍ଡି ମାଜିଲେ ବିଦ୍ୟାଳୟର ୧୦ ଛାତ୍ର । ଉପରେ ଠିଆ ହୋଇ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ଦେଖାଇଲେ ଶିକ୍ଷକ first appeared on Kanak News.

from Kanak News
via <a href="https://ifttt.com/?

ସମୁଦ୍ର ଗର୍ଭରେ ନିଆରା ବାର୍ତ୍ତା । ଚର୍ଚ୍ଚାରେ ଦୁବାଇରେ ରହୁଥିବା ଓଡିଶାର ବାପା-ଝିଅ

କନକ ବ୍ୟୁରୋ: ସମୁଦ୍ର ଗର୍ଭରେ ନିଆରା ବାର୍ତ୍ତା । ଦୁବାଇରେ ରହୁଥିବା ଓଡିଶାର ବାପା-ଝିଅ ସ୍କୁବା ଡ୍ରାଇଭିଂ ଯୋଡି ପୁଣି ଚର୍ଚ୍ଚାରେ । ଦୁବାଇରେ ଆୟୋଜିତ ସିଏପି ୨୮ ସମ୍ମିଳନୀ ସମୟରେ ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ଝିଅ ତିସ୍ୟା ପାଣିଗ୍ରାହୀ ସଂଯୁକ୍ତ ଆରବ ଏମିରେଟ୍ସକ ଜାତୀୟ ଦିବସରେ ଏକ ସ୍ୱତନ୍ତ୍ର ନିବେଦନ କରିଛନ୍ତି । ସମୁଦ୍ର ୭୦ ଫୁଟ ଗଭୀରରୁ ବାପା ଝିଅ ସ୍କୁବା ଡାଇଭ୍ ଯୋଡିଙ୍କ ସିଓପି ୨୮ର ନିଆରା ବାର୍ତା ଦେଇଛନ୍ତି । ମାଲଦୀପର ପ୍ରାୟ ୭୦ ଫୁଟ ଗଭୀରରେ ଡାଇଭ କରିଛନ୍ତି ବାପା ଝିଅ । ସାଉଥ ମାଲେ ଆଟୋଲର ସନ୍ ସିଆମ୍ ଓଲହୁଭେଲି ରିସର୍ଟ ନିକଟରେ ଅକ୍ଷତ ଓ ସୁନ୍ଦର ଅବସ୍ଥାରେ ଥିବା କରାଲ ରିଫରେ ଡାଇଭ କରିଛନ୍ତି ବାପା ପ୍ରିୟଦର୍ଶୀ ଓ ଝିଅ ତିସ୍ୟା । ୭୦ ଫୁଟ ଗଭୀରତାରେ ପହଞ୍ଚିବା ସହ ସଫଟିକ ପରିଷ୍କାର ଜଳରେ ରଙ୍ଗୀନ ପ୍ରବାହ ଏବଂ ବହୁମୁଲ୍ୟ ସାମୁଦ୍ରିକ ଜୀବ ଦ୍ୱାରା ଘେରି ରହି ସେମାନେ ପ୍ଲାକାର୍ଡ ଧରି ନିବେଦନ କରିଥିଲେ । ସେଥିରେ ଲେଖାଯାଇଥିଲା ପ୍ଲିଜ ୟୁନାଇଟ , ଆକ୍ଟ ଡେଲିଭର । ତିସ୍ୟାଙ୍କ ପ୍ଲାକାର୍ଡରେ ଥିଲା ସିଓପିର ଲୋଗୋ । ଜଳବାୟୁ ପରିବର୍ତନ ଓ ପୃଥିବୀ ଉପରେ ଧିରେ ଧିରେ ବିପଦ ସୃଷ୍ଟି ହେଉଥିବାବେଳେ ଏ ଦିଗରେ ତୁରନ୍ତ କାର୍ଯ୍ୟ କରିବାର ଆବଶ୍ୟକତା ଥିବା କହିଛନ୍ତି ପ୍ରିୟଦର୍ଶୀ ଏବଂ ତିସ୍ୟା ।

The post ସମୁଦ୍ର ଗର୍ଭରେ ନିଆରା ବାର୍ତ୍ତା । ଚର୍ଚ୍ଚାରେ ଦୁବାଇରେ ରହୁଥିବା ଓଡିଶାର ବାପା-ଝିଅ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started