ଚିଦାତ୍ମିକା ଖଟୁଆଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପଜିଟିଭ ଚେଞ୍ଜ ମେକର ତାଲିକାରେ ମିଳିଲା ସ୍ଥାନ ।

କନକ ବ୍ୟୁରୋ: ପଜିଟିଭ ଚେଞ୍ଜ ମେକର ତାଲିକାରେ ଓଡିଶାର ଚିଦାତ୍ମିକା ଖଟୁଆ ପାଇଛନ୍ତି ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପ୍ରଥମ ଥର ପାଇଁ ଗିନିଜ ବୁକ ପକ୍ଷରୁ ଏହି ଚାପ୍ଟର ଆରମ୍ଭ ହୋଇଥିବା ବେଳେ ସମଗ୍ର ବିଶ୍ୱରୁ ୧୦୦୦ ରୁ ଉର୍ଦ୍ଧ୍ୱ ଲୋକେ ଏହି ବିଭାଗ ପାଇଁ ଆବେଦନ କରିଥିବା ବେଳେ ମାତ୍ର ୨୩ ଜଣଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ ପଜିଟିଭ ଚେଞ୍ଜ ମେକରରେ ସ୍ଥାନ ମିଳିଛି । ଆଉ ଏହି ୨୩ ଜଣ ଙ୍କ ଭିତରେ ଚିଦାତ୍ମିକା ଖଟୁଆ ସ୍ଥାନ ପାଇଛନ୍ତି । ଏହା ଓଡିଶା ପାଇଁ ଗର୍ବ । ତେବେ ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଡିସେମ୍ବର ୩ ତାରିଖରେ ଲଣ୍ଡନର ଲର୍ଡସ୍ କ୍ରିକେଟ ଗ୍ରାଉଣ୍ଡରେ ତାଙ୍କୁ ଗିନିଜ ବୁକ ଅଫ ରେକର୍ଡ ପ୍ରଦାନ କରାଯାଇଛି । ଆଗକୁ ସମାଜରେ ସକାରାତ୍ମକ ପରିବର୍ତନ ଆଣିବା ପାଇଁ ଆହୁରି ପ୍ରୟାସ କରିବେ ବୋଲି ସେ କହିଛନ୍ତି ।

The post ଚିଦାତ୍ମିକା ଖଟୁଆଙ୍କୁ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ । ପଜିଟିଭ ଚେଞ୍ଜ ମେକର ତାଲିକାରେ ମିଳିଲା ସ୍ଥାନ । first appeared on Kanak News.

from Kanak News
via <a href="https://ifttt.com/?

ମତ୍ସ୍ୟଜୀବୀଙ୍କ ପରମ୍ପରା ବଜାୟ ରଖିବାକୁ ବନ ବିଭାଗ ପକ୍ଷରୁ ନୌକା ପ୍ରତିଯୋଗିତା । ପ୍ରଥମ ସ୍ଥାନ ହାସଲ କଲା ସୋରିଷମାଳ ଗାଁର ନୌକା ଦଳ

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ଆୟୋଜିତ ହୁଏ ନୌକାଚାଳନା ପ୍ରତିଯୋଗିତା । ମତ୍ସ୍ୟଜୀବୀଙ୍କ ନୌଚାଳନା ପରମ୍ପରାକୁ ବଜାୟ ରଖିବା ଲାଗି ଜିଲ୍ଲା ପ୍ରଶାସନର ଉଦ୍ୟମରେ ଏହି ପ୍ରତିଯୋଗିତା ପ୍ରତିବର୍ଷ ଆୟୋଜିତ କରୁଛିି । ମାଲକାନଗିରି ଜିଲ୍ଲାର ମାଲ୍ୟବନ୍ତ ମହୋତ୍ସବ ୨୦୨୩ ଉପଲକ୍ଷେ ସତିଗୁଡା ଜଳଭଣ୍ଡାରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ବନ ବିଭାଗ ପାଖଆଖ ଗାଁର ମତ୍ସ୍ୟଜୀବୀଙ୍କୁ ନେଇ ନୌଚାଳନା ପ୍ରତିଯୋଗିତା ଆୟୋଜନ କରିଛି । ଏଥିରେ ସତୁଗୁଡା ଜଳ ଭଣ୍ଡାରର ଆଖପାଖ ଅଞ୍ଚଳର ୧୦ଟି ଦଳ ଭାଗ ନେଇଥିବା ବେଳେ ପ୍ରଥମ ସ୍ଥାନ ହାସଲ କରିଥିଲେ ସୋରିଷମାଳ ଗାଁର ନୌକା ଦଳ । ସେହିପରି ଦ୍ୱିତୀୟ ସ୍ଥାନରେ ଚମ୍ପାଖାରି ଓ ତୃତୀୟ ସ୍ଥାନରେ ଏମଭି ୧୧୧ ନୌକା ଦଳ ସ୍ଥାନ ପାଇ ଥିଲେ । ସତିଗୁଡା ଜଳ ଭଣ୍ଡାରର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଏହି ନୌଚାଳନାର ମନୋରମ ଦୃଶ୍ୟକୁ ଦେଖିବା ଲାଗି ସତିଗୁଡା ଠାରେ ଦର୍ଶକଙ୍କ ପ୍ରବଳ ଭିଡ ଜମି ଥିଲା ।

The post ମତ୍ସ୍ୟଜୀବୀଙ୍କ ପରମ୍ପରା ବଜାୟ ରଖିବାକୁ ବନ ବିଭାଗ ପକ୍ଷରୁ ନୌକା ପ୍ରତିଯୋଗିତା । ପ୍ରଥମ ସ୍ଥାନ ହାସଲ କଲା ସୋରିଷମାଳ ଗାଁର ନୌକା ଦଳ first appeared on Kanak News.

from Kanak News
via <a href="https://ifttt.com/?

ସାରା ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୨୩ ସହର । କନ୍ଧମାଳରେ ଶୀତର ରାଜୁତି 

କନକ ବ୍ୟୁରୋ: ସାରା ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୨୩ ସହରର ତାପମାତ୍ରା । ଦାରିଙ୍ଗବାଡିରେ ଏବେ ଶୀତର ରାଜୁତି ଦେଖିବାକୁ ମିଳିଛି  । ପ୍ରବଳ ଶୀତ ସାଙ୍ଗକୁ କୁହୁଡି ପାଗ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବା ବେଳେ କିନ୍ତୁ ପ୍ରକୃତିର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ  । କନ୍ଧମାଳ ଜିଲ୍ଲାରେ ବିଳମ୍ଭରେ ଶୀତ ଛୁଇଁଥିବା ବେଳେ ଏବେ ଚାରି ଦିନରେ ପାରଦ ୫ ଡିଗ୍ରୀ ଖସିଥିବା ବେଳେ ଶୀତର ପ୍ରକୋପ ବୃଦ୍ଧି ପାଇଛି  । ଏବେ ଦାରିଙ୍ଗବାଡିର ତାପମାତ୍ରା ୯.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଜିଲ୍ଲାର ଅନ୍ୟ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶୀତର ପ୍ରକୋପ ଅନୁଭୂତ ହେଉଛି  । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବ ।

The post ସାରା ରାଜ୍ୟରେ ଶୀତର ଲହରୀ । ୧୫ ଡିଗ୍ରୀ ତଳେ ୨୩ ସହର । କନ୍ଧମାଳରେ ଶୀତର ରାଜୁତି  first appeared on Kanak News.

from Kanak News
via <a href="https://ifttt.com/?

ବାହାରିନରେ ୨୩ ତମ ରୋଟାକ୍ସ ମ୍ୟାକ୍ସ ଚ୍ୟାଲେଞ୍ଜ । ଭାରତରୁ ପ୍ରତିନିଧିତ୍ୱ କଲେ ଓଡିଆ ପୁଅ ଆଦିତ୍ୟ ପଟ୍ଟନାୟକ । 

କନକ ବ୍ୟୁରୋ: ଡିସେମ୍ବର ୨ ରୁ ୯ ମଧ୍ୟରେ ବାହାରିନରେ ଆୟୋଜିତ ହୋଇଥିଲା ୨୩ ତମ ରୋଟାକ୍ସ ମ୍ୟାକ୍ସ ଚ୍ୟାଲେଞ୍ଜ । ଏହି ଗ୍ରାଣ୍ଡ କାର୍ଟିଂ ଫାଇନାଲରେ ଓଡିଶାର ୧୯ ବର୍ଷୀୟ ଆଦିତ୍ୟ ପଟ୍ଟନାୟକ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ବାହାରିନ କାର୍ଟିଂରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ତିନିଜଣ ଜାତୀୟ ଚାମ୍ପିଅନ୍ ମଧ୍ୟରେ ଯୁବ ଭାରତୀୟ ଆଦିତ୍ୟ ପଟ୍ଟନାୟକ ଥିଲେ । ଆଦିତ୍ୟଙ୍କ ସହ ତାଙ୍କ କୋଚ୍ ଶ୍ରୀ ଷ୍ଟିଭ୍ ଥିଲେ । ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଆଦିତ୍ୟ ଏବଂ ଷ୍ଟିଭଙ୍କୁ ବାହାରିନ ଓଡିଆ ସମାଜ ଦ୍ୱାରା ସମ୍ମାନିତ କରାଯାଇଛି । ଆଦିତ୍ୟଙ୍କୁ ଭାରତୀୟ ପତାକା ସହିତ ଭାରତର ପ୍ରତିନିଧିତ୍ୱ କରୁଥିବା ଦେଖିବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଡଃ ଅରୁଣ ପ୍ରହରାଜ କହିଛନ୍ତି  । ଆଦିତ୍ୟ ବହୁତ ଉଦ୍ୟୋଗୀ ଏବଂ ନିଜ କ୍ୟାରିୟରରେ ବହୁତ ଆଗକୁ ଯିବେ ଏବଂ ଭବିଷ୍ୟତରେ ଭାରତ ପାଇଁ ଅନେକ ପୁରସ୍କାର ଆଣିବ ବୋଲି ସେ କହିଛନ୍ତି ।

The post ବାହାରିନରେ ୨୩ ତମ ରୋଟାକ୍ସ ମ୍ୟାକ୍ସ ଚ୍ୟାଲେଞ୍ଜ । ଭାରତରୁ ପ୍ରତିନିଧିତ୍ୱ କଲେ ଓଡିଆ ପୁଅ ଆଦିତ୍ୟ ପଟ୍ଟନାୟକ ।  first appeared on Kanak News.

from Kanak News
via <a href="https://ifttt.com/?

ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ବୋହି ସମ୍ପର୍କୀୟ ଦୌଡିଲେ ଦେଢ କିଲୋମିଟର ।

କନକ ବ୍ୟୁରୋ: ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ବୋହି ସମ୍ପର୍କୀୟ ଦୌଡିଲେ ଦେଢ କିଲୋମିଟର । ଉଦଳାର ଜଇଦା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉଦଳା-ବାଲେଶ୍ୱର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ଦୁଇବର୍ଷ ହେଲା ପୋଲ ଏଭଳି ଅବସ୍ଥାରେ ଅଛି । ବାରମ୍ବାର ଦାବି ସତ୍ୱେ ଏଥିପ୍ରତି କେହି ଦୃଷ୍ଟିଦେଉନାହାନ୍ତି । ଗତକାଲି ଜଇଦା ଗାଁରେ ଜଣେ ମହିଳାଙ୍କ ଶରୀର ଅସୁସ୍ଥ ହୋଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସଙ୍କୁ ଫୋନ କରାଯାଇଥିଲା । ହେଲେ ଆମ୍ବୁଲାନ୍ସ ଆସି ପୋଲ ଅତିକ୍ରମ କରିପାରିନଥିଲା । ପୋଲ ପାଖରେ ଆମ୍ବୁଲାନ୍ସ ଛିଡା ହୋଇଥିବାରୁ ପାଖାପାଖି ଦେଢ କିଲୋମିଟର ରୋଗୀକୁ ଧରି ଆସିଥିଲେ ସମ୍ପର୍କୀୟ । ପରେ ରୋଗୀଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

The post ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ରୋଗୀଙ୍କୁ ବୋହି ସମ୍ପର୍କୀୟ ଦୌଡିଲେ ଦେଢ କିଲୋମିଟର । first appeared on Kanak News.

from Kanak News
via <a href="https://ifttt.com/?

ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା । ଫିକା ପଡିଲା ରିଙ୍କୁ ସିଂ ଏବଂ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ।

କନକ ବ୍ୟୁରୋ: ମଙ୍ଗଳବାର ଖେଳାଯାଇଥିବା ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି ଘରୋଇ ଦଳ । ବର୍ଷା ପ୍ରଭାବିତ ଏହି ମ୍ୟାଚରେ ଟାର୍ଗେଟ ପରିବର୍ତ୍ତନ କରାଯାଇଥିଲା । ଯାହା ଦକ୍ଷିଣ ଆଫ୍ରିକା ଦଳକୁ ମ୍ୟାଚ ଜିତିବାକୁ ବାଟ ଫିଟାଇଥିଲା । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୮୦ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ବର୍ଷା ହେତୁ ସଂଶୋଧିତ ଲକ୍ଷ୍ୟ ହାସଲ କରିଥିଲା ଯାହା ୧୫ ଓଭରରେ ୧୫୨ ରନ୍ ଥିଲା । ଦକ୍ଷିଣ ଆଫ୍ରିକା ମାତ୍ର ୧୪ ଓଭରରେ ଏହି ଲକ୍ଷ୍ୟ ହାସଲ କରିଛି ।

ଦକ୍ଷିଣ ଆଫ୍ରିକା ପାଇଁ ଅଧିନାୟକ ଆଡେନ ମାର୍କ୍ରାମ ୧୭ ବଲରେ ୩୦ ରନ୍ ଏବଂ ରିଜା ହେଣ୍ଡ୍ରିକ୍ସ ୨୯ ବଲରେ ୪୭ ରନ୍ ସଂଗ୍ରହ କରିଥିଲେ । ଉଭୟର ବିସ୍ଫୋରକ ଇନିଂସ ଯୋଗୁଁ ସାଉଥ ଆଫ୍ରିକା ଏକ ଜବରଦସ୍ତ ବ୍ୟାଟିଂ ଆରମ୍ଭ କରିଥିଲା । ଯାହା ଶେଷରେ ଦଳକୁ ବିଜୟ ଦେଇଛି । ଏହାସହ ଦକ୍ଷିଣ ଆଫ୍ରିକା ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି । ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ହେତୁ ଧୋଇ ହୋଇଯାଇଥିଲା । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ୭ ୱିକେଟ୍ ହରାଇ ୧୮୦ ରନ୍ ସଂଗ୍ରହ କରିଥିଲା । ଏହା ପରେ ବର୍ଷା ହେତୁ ମ୍ୟାଚ୍ ବନ୍ଦ କରିବାକୁ ପଡିଥିଲା । ଭାରତ ପାଇଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୬ ବଲରେ ୫୬ ରନ କରିଥିଲେ, କିନ୍ତୁ ଦଳର ପ୍ରକୃତ ଷ୍ଟାର ରିଙ୍କୁ ସିଂ ୩୯ ବଲରେ ୬୮ ରନ ଖେଳି ବିସ୍ଫୋରକ ଇନିଂସ ଖେଳିଥିଲେ । ରିଙ୍କୁ ୯ଟି ଚୌକା ଓ ୨ଟି ଛକା ମାରିଥିଲେ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତିି ନେଇଥିଲେ ।

The post ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା । ଫିକା ପଡିଲା ରିଙ୍କୁ ସିଂ ଏବଂ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ । first appeared on Kanak News.

from Kanak News
via <a href="https://ifttt.com/?

ଜାଲ ନୋଟ୍ କାରବାରକୁ ଧରାଯିବ ଆତଙ୍କବାଦୀ କାର୍ଯ୍ୟକଳାପ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ବି ସାମିଲ ହେବେ ଆତଙ୍କବାଦୀ କାର୍ଯ୍ୟକଳାପରେ

କନକ ବ୍ୟୁରୋ: ଦେଶରେ ବଢୁଥିବା ଜାଲ ନୋଟ୍ କାରବାର ଉପରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଜାଲ ଟଙ୍କା କାରବାରକୁ ଏଣିକି ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଧରାଯିବ । ଏହାସହିତ ସରକାରୀ କର୍ମଚାରୀଙ୍କୁ ଅପହରଣ କିମ୍ବା ଆକ୍ରମଣ ଭଳି ଅପରାଧ ମଧ୍ୟ ଆତଙ୍କବାଦ ଶ୍ରେଣୀରେ ସାମିଲ ହେବ । ପ୍ରସ୍ତାବିତ କ୍ରିମିନାଲ କୋଡରେ ଏଭଳି ଅପରାଧକୁ ସାମିଲ କରିବା ଲାଗି କେନ୍ଦ୍ର ସରକାର ‘ଆତଙ୍କବାଦ’ର ଆଇନଗତ ସଂଜ୍ଞାରେ ସଂଶୋଧନ କରିଛନ୍ତି । ଯେଉଁମାନେ ଆତଙ୍କବାଦୀ କାର୍ଯ୍ୟ ପାଇଁ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ । ଯେଉଁମାନେ ଏଭଳି ଅପରାଧ ପାଇଁ ଷଡ଼ଯନ୍ତ୍ର କରନ୍ତି କିମ୍ବା ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରନ୍ତି କିମ୍ବା ଜାଣିଶୁଣି କୌଣସି ଆତଙ୍କବାଦୀ କାର୍ଯ୍ୟ କରିବାରେ ସହାୟକ ହୁଅନ୍ତି, ସେମାନଙ୍କୁ ଅତି କମ୍ରେ ୫ ବର୍ଷରୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିପାରେ ।

ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୩ ଅନୁଯାୟୀ ଯେଉଁମାନେ ନକଲି ଭାରତୀୟ ନୋଟର ଉତ୍ପାଦନ କିମ୍ବା ଚୋରା ଚାଲାଣ କିମ୍ବା ପ୍ରଚଳନ ମାଧ୍ୟମରେ ଭାରତର ଆର୍ôଥକ ସ୍ଥିରତାକୁ କ୍ଷତି ପହଞ୍ଚାଉଛନ୍ତି ସେମାନଙ୍କ କାର୍ଯ୍ୟକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ବିଚାର କରାଯିବ । ବିଏନଏସ୍ ଏବଂ ଅନ୍ୟ ଦୁଇଟି ବିଲ୍- ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ପ୍ରଥମେ ଅଗଷ୍ଟ ମାସରେ ସଂସଦରେ ଉପସ୍ଥାପିତ କରାଯାଇଥିଲା ଏବଂ ଅଧିକ ଯାଞ୍ଚ ପାଇଁ ଏକ କମିଟିକୁ ପଠାଯାଇଥିଲା । କମିଟିର ଆଉ କେତେକ ସୁପାରିସକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହାକୁ ଚଳିତ ସପ୍ତାହରେ ପ୍ରତ୍ୟାହାର କରାଯାଇଥିଲା । ଗତକାଲି ସଂଧ୍ୟାରେ ଲୋକସଭାରେ ଏହି ତିନୋଟିର ସଂଶୋଧିତ ବିଲ୍ ଉପସ୍ଥାପନ କରାଯାଇଛି ।

The post ଜାଲ ନୋଟ୍ କାରବାରକୁ ଧରାଯିବ ଆତଙ୍କବାଦୀ କାର୍ଯ୍ୟକଳାପ । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କଲେ ବି ସାମିଲ ହେବେ ଆତଙ୍କବାଦୀ କାର୍ଯ୍ୟକଳାପରେ first appeared on Kanak News.

from Kanak News
via <a href="https://ifttt.com/?

ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ନେବେ ଶପଥ । ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀଙ୍କ ସମେତ ବିଜେପି ସଭାପତି

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେଇସାରିଛି । ଏବେ ଅପେକ୍ଷା ଦୁହିଁଙ୍କ ଶପଥ ଗ୍ରହଣ ଉତ୍ସବକୁ । ପ୍ରଥମେ ଭୋପାଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ମୋତିଲାଲ ନେହେରୁ ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟା ୩୦ରେ ଶପଥ ନେବେ । ଏହାପରେ ଅପରାହ୍ନ ୪ଟାରେ ରାୟପୁରରେ ଏକ କଲେଜ ପଡିଆରେ ଛତିଶଗଡରେ ବିଷ୍ଣୁ ଦେବ ସାଏ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଦଳର ଅନ୍ୟ ଶୀର୍ଷ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପାର୍ଟି ସୂତ୍ର ଅନୁଯାୟୀ ମୋହନ ଯାଦବଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିପାରିବେ । ଶପଥ ଗ୍ରହଣ ସମାରୋହ ପାଇଁ ଉଭୟ ରାଜ୍ୟରେ ପ୍ରସ୍ତୁତି ଶେଷ ହୋଇଛି । ଦୁଇ ରାଜ୍ୟରେ ଦୁଇ ନୂଆ ଚେହେରା ଦେଇ ବିଜେପି ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ୨୦୨୪ ନିର୍ବାଚନରେ ଦୋହରାଇବାକୁ ଲକ୍ଷ୍ୟ ରଖିଛି । ସେହିପରି ରାଜସ୍ଥାନରେ ମଧ୍ୟ ପ୍ରଥମ ଥର ବିଧାୟକ ହୋଇଥିବା ଭଜନ ଲାଲଙ୍କୁ ମୁଖ୍ୟମନ୍ତ୍ରୀ କରାଇଛି ବିଜେପି । ୧୫ ତାରିଖରେ ରାଜସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

The post ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ ନେବେ ଶପଥ । ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀଙ୍କ ସମେତ ବିଜେପି ସଭାପତି first appeared on Kanak News.

from Kanak News
via <a href="https://ifttt.com/?

ଦିନରେ ଲୁଚୁଛି ,ରାତିରେ ବୁଲୁଛି ମହାବଳ ବାଘ । ରାୟଗଡାରେ ବାଛୁରୀକୁ ଖାଇଥିବା ନେଇ ବନ ଅଧିକାରୀଙ୍କ ସୂଚନା

କନକ ବ୍ୟୁରୋ: ବାଛୁରୀକୁ ଖାଇଗଲା ମହାବଳ ବାଘ । ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ତେମ୍ବାଗୁଡା ନିକଟରେ ଏକ ବାଛୁରୀକୁ ସମ୍ପୂର୍ଣ୍ଣ ଖାଇଯାଇଛି ମହାବଳ ବାଘ । ବନ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ତେମ୍ବାଗୁଡା ରାଜେସ ରାଓଙ୍କ ଗୁହାଳରୁ ବାଛୁରୀକୁ ନେଇ ଖାଇଯାଇଥିଲା । ବାଛୁରୀର କିଛି ଗୋଡ ଅଂଶ ପଡିବା ସହ ରକ୍ତଛିଟା ଓ ମହାବଳର ପାଦଚିହ୍ନକୁ ଠାବ କରିଛି ଗୁଡାରି ବନ ବିଭାଗ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଏବେ ସରକାରୀ ନିୟମ ଅନୁଯାୟୀ ବାଛୁରୀ ମାଲିକଙ୍କୁ କ୍ଷତିପୂରଣ ମିଳିବ ।

କିଛି ଦିନ ହେବ ମହାବଳ ଗୁଣୁପୁର, ଗୁଡାରି ମୁନିଗୁଡା ବନାଞ୍ଚଳରେ ନାକେଦମ କରିବା ବନ ବିଭାଗର ନିଦ ହଜାଇ ଦେଇଛି । ଏବେ ବାଘର ପାଦଚିହ୍ନ ଠାବ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ପାଖ ଗ୍ରାମାଞ୍ଚଳ ଗୁଡିକରେ ସଚେତନ କରୁଛି ବନ ବିଭାଗ । ମିଳିଥିବା ସୂଚନା ଅନୁସାରେ ବାଘଟି ଦିନ ହେଲେ ଲୁଚିଯାଉଛି ଏବଂ ରାତି ହେଲେ ବୁଲୁଛି । ଏହି ସମୟରେ ସେ ଶିକାର କରୁଛି । ସେହିପରି ବାଘଟି ନିଜ ଶିକାର ଶୈଳୀରେ ପରିବର୍ତ୍ତନ କରିଥିବା ଜଣାପଡିଛି । ଯାହାକୁ ନେଇ ବନ ବିଭାଗ ମଧ୍ୟ ଚିନ୍ତିତ ।

The post ଦିନରେ ଲୁଚୁଛି ,ରାତିରେ ବୁଲୁଛି ମହାବଳ ବାଘ । ରାୟଗଡାରେ ବାଛୁରୀକୁ ଖାଇଥିବା ନେଇ ବନ ଅଧିକାରୀଙ୍କ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ବୁର୍ଲାରେ ଚାଲିଛି ବୋରୱେଲ ଭିତରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ଚିକିତ୍ସା । ୭ ଘଣ୍ଟର ଅପରେସନ ପରେ ଉଦ୍ଧାର ହେଲା ଶିଶୁକନ୍ୟା ।

କନକ ବ୍ୟୁରୋ: ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛି ନବଜାତ ଶିଶୁକନ୍ୟା । ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ଯୋଗେ ଉଦ୍ଧାର ପରେ ଅଣାଯାଇଛି ଏହି ଶିଶୁକନ୍ୟାକୁ । ଗତକାଲି ଦିନ ପାଖାପାଖି ୨ଟା ବେଳେ ଖବର ମିଳିଥିଲା ଯେ, ସମ୍ବଲପୁର ରେଙ୍ଗାଲି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲରେ ପଡ଼ିଯାଇଛି ନବଜାତ ଶିଶୁ । ଜଣେ ମହିଳା ସେଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ଶୁଣିବାକୁ ପାଇଥିଲେ । ଆଉ ତୁରନ୍ତ ଏହି ଖବର ପୁଲିସ ଓ ଅଗ୍ନିଶମ ବାହିନୀ ପାଖରେ ପହଞ୍ଚିଥିଲା । ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରେଙ୍ଗାଲି ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ପରେ ସମ୍ବଲପୁର ଅଗ୍ନିଶମ ବିଭାଗର ଟିମ୍ ସାମିଲ ହୋଇଥିଲା ।

ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଥମେ ଜେସିବି ଦ୍ୱାରା ମାଟି ଖୋଳାଯାଇଥିଲା । କଟକରୁ ଭୁବନେଶ୍ୱର ଆସିଥିଲା ଭିଏଲସି କ୍ୟାମେରା । ଏହାକୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ପଠାଗଲା । ଏହାପରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ରେଙ୍ଗାଲି ଯାଇଥିଲା ଭିଏଲସି କ୍ୟାମେରା । ଭିଏଲସି ସହାୟତାରେ ଶିଶୁକୁ ଠାବ କରିବା ସହଜ ହୋଇଥିଲା । ଭିଏଲସିରେ ଶିଶୁଟିକୁ ଦେଖିବା ପରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ବୋରୱେଲ ପାଇପରେ ବିୟର ବୋତଲ ଓ ପାଣି ବୋତଲ ପଡ଼ି ରହିଥିଲା । ବିୟର ବୋତଲ ଯୋଗୁଁ ତଳକୁ ଖସିବା ଅପେକ୍ଷା ଅଧାରେ ଅଟକି ରହିଥିଲା । ଫଳରେ ଶିଶୁଟିକୁ ଉଦ୍ଧାର କରିବା ସହଜ ହୋଇଥିଲା । ୨୦ ଫୁଟର ବୋରୱେଲରେ ୧୫ ଫୁଟ୍ ଖୋଳିବାକୁ ପଡ଼ିଥିଲା । ଶେଷରେ ସମସ୍ତଙ୍କ ଡାକ ଶୁଣିଛନ୍ତି ଭଗବାନ । ଆଉ ବୋରୱେଲରୁ ନବଜାତକୁ ଜୀବିତ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଉଦ୍ଧାରରେ ସାମିଲ ଓଡ୍ରାଫ, ଅଗ୍ନିଶମ ବାହିନୀ, ପୁଲିସ , ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଇଛନ୍ତି । ତେବେ କିଏ ସେହି ନିର୍ଦୟ ମଣିଷ ଯିଏ ଏହି ନବଜାତ ଶିଶୁକନ୍ୟାକୁ ହତ୍ୟା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ଗଭୀର ନଳକୂପ ଭିତରକୁ ଫିଙ୍ଗିଦେଇଛି ତାକୁ ନେଇ ଚର୍ଚ୍ଚା ବଢିଛି ।

The post ବୁର୍ଲାରେ ଚାଲିଛି ବୋରୱେଲ ଭିତରୁ ଉଦ୍ଧାର ନବଜାତ ଶିଶୁକନ୍ୟାର ଚିକିତ୍ସା । ୭ ଘଣ୍ଟର ଅପରେସନ ପରେ ଉଦ୍ଧାର ହେଲା ଶିଶୁକନ୍ୟା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started