୭୩ବର୍ଷ ବୟସରେ ପାଦ ଦେଲେ ମେଗାଷ୍ଟାର ରଜନୀକାନ୍ତ । ପୂଜାପାଠ କରି, କେକ କାଟି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

କନକ ବ୍ୟୁରୋ : ଦକ୍ଷିଣ ଭାରତ ସିନେମାର ସବୁଠୁ ଲୋକପ୍ର୍ରିୟ ସବୁଠୁ ଅଧିକ ସଫଳ ଓ ସବୁଠୁ ଅଧିକ ଲୋକଙ୍କ ହୃଦୟରେ ରାଜ କରୁଥିବା ମେଗାଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ ତାରିଖରେ ବୟସର ଆଉ ଏକ ସୋପାନରେ ପହଁଚିଛନ୍ତି । ଜନ୍ମଦିନ ଅବସରରେ ରଜନୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିିଡିଆଠୁ ନେଇ ଚେନ୍ନାଇସ୍ଥିତ ବାସଭବନ ।ସବୁଠି ପହଁଚି ନିଜ ନିଜ ତରିକାରେ ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶଂକ । ସେପଟେ କିଛି ସ୍ଥାନରେ ରଜନୀଙ୍କ ସୁଖ ସମୃଦ୍ଧି ଓ ଦୀଘାୟୁ କାମନା କରି ଆୟୋଜିତ ହୋଇଛି ପୂଜାପାଠ ହୋମଯଜ୍ଞ । ପ୍ରଥମେ ସହ ଅଭିନେତା ଭାବେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ପରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଭେଟି ଦେଇ ପାଲଟିଛନ୍ତି ସାଉଥର ସୁପରଷ୍ଟାର । କେବଳ ଦକ୍ଷିଣଭାରତୀୟ ଚଳଚିତ୍ରରେ ସୀମିତ ନରହି ବିଭିନ୍ନ ଭାଷାଭାଷୀ ସିନେମାରେ ରଜନୀଙ୍କ ଚମକ୍ରାର ଅଭିନୟ କରିଛନ୍ତି । ସିନେମା ତାଲିକା ଯେତେ ଗଣିଲେ ବି କମ ପଡିବ । ନିକଟରେ ତାଙ୍କ ଅଭିନିତ ସିନେମା ‘ଜେଲର’ ବକ୍ସଅଫିସରେ ସଫଳ ପ୍ରଦର୍ଶନ କରି ରେକର୍ଡ କରିଥିଲା । ଦୀର୍ଘ ୪ ଦଶକରୁ ଅଧିକ ସମୟ ଧରି ସିନେମା ଜଗତରେ ରାଜ୍ କରୁଛନ୍ତି ରଜନୀକାନ୍ତ । ପୁରା ଦେଶରେ ରଜନୀକାନ୍ତଙ୍କ ଫ୍ୟାନ୍ସ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳିଛନ୍ତି । ନିଜ ପ୍ରିୟ ଅଭିନେତାଙ୍କ ଝଲକ ପାଇବାକୁ ରଜନୀକାନ୍ତଙ୍କ ଘର ଆଗରେ ପୋଷ୍ଟର ଧରି ଭିଡ ଜମାଇଛନ୍ତି ଫ୍ୟାନ୍ସ ।

The post ୭୩ବର୍ଷ ବୟସରେ ପାଦ ଦେଲେ ମେଗାଷ୍ଟାର ରଜନୀକାନ୍ତ । ପୂଜାପାଠ କରି, କେକ କାଟି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ first appeared on Kanak News.

from Kanak News
via <a href="https://ifttt.com/?

ଲୋହିତ ସାଗରରେ ଯୁଦ୍ଧ ସ୍ଥିତି । ନରୱେ ଯୁଦ୍ଧପୋତ ଉପରକୁ ମିସାଇଲ ମାଡ଼ କରି ଇସ୍ରାଏଲକୁ ଧମକ ଦେଲା ୟେମନ ହୁତୀ ଆତଙ୍କୀ ସଗଂଠନ

କନକ ବ୍ୟୁରୋ : ଲୋହିତ ସାଗରରେ ଯୁଦ୍ଧ ପରିସ୍ଥିତି । ଇସ୍ରାଏଲ ସେନାର ଜାହଜ ଉପରେ ଇରାନ ସମର୍ଥିତ ୟେମନ ହୁତୀ ମିସାଇଲ ମାଡ କରିଛି । ଯୁଦ୍ଧପୋତ ଉପରେ ଜୋରଦାର ଆକ୍ରମଣ କରିଛି ହୁତୀ ଆତଙ୍କୀ ସଂଗଠନ । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ବାରମ୍ବାର ଧମକ ଦେଇ ଆସୁଛି ହୁତି । କିଛି ଦିନ ପୂର୍ବରୁ ମଝି ସମୁଦ୍ରରୁ ଜାହଜ ଅପହରଣ କରି ଭିଡିଓ ମଧ୍ୟ ଜାରି କରିଥିଲା । ପୁଣି ଆକ୍ରମଣ କରି ହୁତୀ ସଂଗଠନ ଇସ୍ରାଏଲକୁ ଖୋଲା ଚ୍ୟାଲେଂଚ ଦେଇଛି । ଇରାନ ସମର୍ଥିତ ହୁତି ବିଦ୍ରୋହୀ ଅକ୍ଟୋବର ୭ପରଠୁ ଲୋହିତ ସାଗର ଦେଇ ଯାଉଥିବା ଇସ୍ରାଏଲ ଜାହଜ ଓ ଯୁଦ୍ଧପୋତ ଉପରେ ବାରମ୍ବାର ଅକ୍ରମଣ କରୁଛି । ଗୋଟେପଟେ ଗାଜାରେ ଯୁଦ୍ଧ ଚାଲିଛି ଅନ୍ୟପଟେ ଲୋହିତ ସାଗରରେ ଉତେଜନ ଚରମସୀମାରେ ପହଁଚିଲାଣି ।

The post ଲୋହିତ ସାଗରରେ ଯୁଦ୍ଧ ସ୍ଥିତି । ନରୱେ ଯୁଦ୍ଧପୋତ ଉପରକୁ ମିସାଇଲ ମାଡ଼ କରି ଇସ୍ରାଏଲକୁ ଧମକ ଦେଲା ୟେମନ ହୁତୀ ଆତଙ୍କୀ ସଗଂଠନ first appeared on Kanak News.

from Kanak News
via <a href="https://ifttt.com/?

କେରଳରେ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ଉପରେ ରାଜ୍ୟପାଳଙ୍କ ମହମ୍ମଦ ଆରିଫଙ୍କ ସଂଗୀନ ଅଭିଯୋଗ । କହିଲେ, ଗୁଣ୍ଡାଗର୍ଦ୍ଦି କରୁଛନ୍ତି ବିଜୟନ

କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାଜ୍ୟପାଳଙ୍କ ସଂଗୀନ ଅଭିଯୋଗ । ରାଜ୍ୟପାଳ ମହମ୍ମଦ ଆରିଫ ଅଭିଯୋଗ କରିଛନ୍ତି କି ତାଙ୍କୁ ମାରିବା ପାଇଁ, କ୍ଷତି ପହଁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପି ବିଜୟନ ଷଡଯନ୍ତ୍ର କରିଛନ୍ତି । ସଂଘବଦ୍ଧ ଆକ୍ରମଣ ପାଇଁ କିଛି ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ରାଜ୍ୟପାଳ । ଏଥିସହ ପୁଲିସ ସବୁ ଜାଣିଶୁଣି ଚୁପ ରହିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସୋମବାର ବିମାନବନ୍ଦରକୁ ଯାଉଥିବା ସମୟରେ ଆରିଫଙ୍କୁ କଳାପତାକା ଦେଖାଇ କିଛି ପ୍ରଦର୍ଶନକାରୀ ରୋକିଥିଲେ । ଏଥିସହ ତାଙ୍କୁ କାରକେଡ ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ପଛରେ ଉଭୟ ରାଜ୍ୟ ସରକାର ଓ ପୁଲିସର ହାତ ଥିବା ଅଭିଯୋଗ କରିଛନ୍ତି ରାଜ୍ୟପାଳ ।

The post କେରଳରେ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ଉପରେ ରାଜ୍ୟପାଳଙ୍କ ମହମ୍ମଦ ଆରିଫଙ୍କ ସଂଗୀନ ଅଭିଯୋଗ । କହିଲେ, ଗୁଣ୍ଡାଗର୍ଦ୍ଦି କରୁଛନ୍ତି ବିଜୟନ first appeared on Kanak News.

from Kanak News
via <a href="https://ifttt.com/?

ପୁସ୍ତକ ପ୍ରଣବ ମାଇ ଫାଦରରେ ବଡ ଖୁ୍ଲ୍ଲାସା କଲେ ଝିଅ ଶମିଷ୍ଠା । କହିଲେ, ଭରସା ଅଭାବରୁ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଥିଲେ ରାଜୀବ ଗାନ୍ଧୀ

କନକ ବ୍ୟୁରୋ : -ପୁଣି ଥରେ ଚର୍ଚ୍ଚା ସାଉଁଟୁଛି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୂଖାର୍ଜୀଙ୍କ ଝିଅ ତଥା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୂଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର-ଏ ଡଟର ରିମେମ୍ବରର୍ସ । ପୁସ୍ତକରେ ଦ୍ୱାରା ଶର୍ମିଷ୍ଠା କହିଛନ୍ତି …….ବିଶ୍ୱାସ ଅଭାବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଦେଇଥିଲେ । ରାଜୀବ ଓ ସୋନିଆ ଗାନ୍ଧୀ ପ୍ରଣବଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିପାରୁନଥିଲେ । ରାଜୀବଙ୍କ ମତରେ ପ୍ରଣବ ଥିିଲେ ଜଣେ କଠୋର ବ୍ୟକ୍ତିତ୍ୱ । ଯିଏ ଅନ୍ଧ ଭାବରେ କାହାକୁ ମାନିପାରୁନଥିଲେ କିମ୍ବା ମୁଣ୍ଡ ନୁଅାଁଉନଥିଲେ । ଏହି କାରଣରୁ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଥିଲେ ରାଜୀବ    । ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରଣବଙ୍କ ରାଜନୈତିକ କ୍ୟାରିୟର ସୁବର୍ଣ୍ଣ ସମୟ ରହିଥିଲା ।

ପୁସ୍ତକ ପ୍ରଣବ ମାଇ ଫାଦର ଏ ଡଟର ରିମ୍ବେବରର୍ସରେ ଉନ୍ମୋଚନ ପୂର୍ବରୁ ଯେତିକି ଖବରରେ ରହିଛି ପରେ ମଧ୍ୟ ସେତିକି ଚର୍ଚ୍ଚା ସାଉଁଟୁଛି । ଶର୍ମିଷ୍ଠାଙ୍କ ପୁସ୍ତକରେ କୁହାଯାଇଛି ୨୦୧୩ ମସିହାରେ ସଂସଦରେ ଏକ ପ୍ରସ୍ତାବିତ ନିୟମ ଉପରେ ଆଲୋଚନା କରାଯିବାର ଥିଲା । କିନ୍ତୁ ଏହାର ଏକ କପିକୁ ଚିରି ଫିଙ୍ଗି ଦେଇଥିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ପ୍ରତି ପ୍ରଣବଙ୍କ ବିଚାର କ’ଣ ଥିଲା ସେକଥା ପୁସ୍ତକରେ ମଧ୍ୟ ସ୍ଥାନ ଦିଆଯାଇଛି । କିଛି ଦିନ ପୂର୍ବରୁ ଯାହାର ଖୁଲ୍ଲାସା କରି ଚର୍ଚ୍ଚାକୁ ଆସିଥିଲେ ଶର୍ମିଷ୍ଠା ।

ପ୍ରଣବ ମାଇ ଫାଦର ପୁସ୍ତକରେ ଏକଥା ମଧ୍ୟ କୁହାଯାଇଛି….ରାଷ୍ଟ୍ରପତି ଦାୟିତ୍ୱରେ ରହିବା ସମୟରେ ପ୍ରଣବ ଓ ମୋଦୀ ଏକ ଟିମ ଭାବେ କାମ କରୁଥିଲେ । ଯଦି କୌଣସି ଆରଏସଏସ କାର୍ଯକ୍ରମକୁ ଯିବା ପାଇଁ ପ୍ରଣବ ଚାହୁଁଥିଲେ ତେବେ ତାଙ୍କୁ କଂଗ୍ରେସର ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା । ଗାନ୍ଧୀ ପରିବାରର ସଦସ୍ୟଙ୍କ ମନରେ ପ୍ରଣବଙ୍କୁ ନେଇ କି ଭାବନା ଥିଲା ସେକଥା ସ୍ପଷ୍ଟ କରିବା ବେଶ ମୁସ୍କିଲ ବୋଲି ଶର୍ମିଷ୍ଠାଙ୍କ ପୁସ୍ତକରେ କୁହାଯାଇଛି ।

ନୂଆଦିଲ୍ଲୀରେ ପ୍ରଣବ ମୂର୍ଖାଜୀଙ୍କ ଜନ୍ମଦିନ ମୌକାରେ ପୁସ୍ତକ ପ୍ରଣବ ମାଇ ଫାଦର ଲଂଚ ହୋଇଛି । କାର୍ଯ୍ୟକ୍ରମରେ ଅନେକ ବିଜେପି ନେତା ଯୋଗ ଦେଇଥିବାବେଳେ କେବଳ ଜଣେ ମାତ୍ର କଂଗ୍ରେସ ନେତା ଭାବେ ପି.ଚିଦାମ୍ବରମ ଯୋଗ ଦେଇଥିଲେ । ଯାହା ତାଙ୍କୁ ବେଶ ଦୁଖିତ କରିଥିବା ଶର୍ମିଷ୍ଠା ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଥିଲେ । ଏଠି କହି ରଖୁଛୁ ବାପା ପ୍ରଣବଙ୍କ ସହ ଶର୍ମିଷ୍ଠାଙ୍କ ଆଲୋଚନା ଓ ପ୍ରଣବଙ୍କ ଡାଏରୀ ଲେଖାକୁ ନେଇ ଶର୍ମିଷ୍ଠା ପ୍ରସ୍ତୁତ କରିଛନ୍ତି ପୁସ୍ତକ ପ୍ରଣବ ମାଇ ଫାଦର—ଏ ଡଟର ରିମେମ୍ବରର୍ସ

The post ପୁସ୍ତକ ପ୍ରଣବ ମାଇ ଫାଦରରେ ବଡ ଖୁ୍ଲ୍ଲାସା କଲେ ଝିଅ ଶମିଷ୍ଠା । କହିଲେ, ଭରସା ଅଭାବରୁ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଥିଲେ ରାଜୀବ ଗାନ୍ଧୀ first appeared on Kanak News.

from Kanak News
via <a href="https://ifttt.com/?

ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି ପାଇଁ ମିଳିଲା ନିର୍ଦ୍ଦେଶ

କନକ ବ୍ୟୁରୋ : ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଲୋକସଭା ସଭାଗୃହ କମିଟି ନଗର ଉନ୍ନୟନ ମନ୍ତ୍ରାଳୟକୁ ଏକ ଚିଠି ଲେଖି ମହୁଆଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଖାଲି କରିବାକୁ କହିଛି । ନଗର ଉନ୍ନୟନ ମନ୍ତ୍ରାଳୟଦ୍ୱାରା ସ୍ୱତନ୍ତ୍ର କୋଟାରେ ମହୁଆଙ୍କୁ ଘର ଦିଆଯାଇଥିଲା । ଅନ୍ୟପଟେ ଲୋକସଭାରୁ ବହିଷ୍କୃତି ହେବା ପରେ ମହୁଆ ସୋମବାର ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି ।

The post ପୁଣି ସମସ୍ୟାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଲୋକସଭାରୁ ବହିଷ୍କୃତ ହେବା ପରେ ଏବେ ତାଙ୍କୁ ସରକାରୀ ବାସଭବନ ଖାଲି ପାଇଁ ମିଳିଲା ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାହୁଲ କହିଲେ ଶାହା ଜାଣନ୍ତି ନାହିଁ ଇତିହାସ

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ପ୍ରସଙ୍ଗରେ ବିଜେପି-କଂଗ୍ରେସ ମଧ୍ୟରେ ବୟାନବାଜୀ ଜୋର ଧରିଛି ।ସୋମବାର ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମକାଶ୍ମୀର ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହେରୁଙ୍କୁ ଟାର୍ଗେଟ କରିଥିଲେ । ମଙ୍ଗଳବାର ଏହା ଉପରେ ଜବାବ ରଖିଛନ୍ତି କଂଗ୍ରେସ ସାଂସଦ । ରାହୁଲ କହିଛନ୍ତି ଇତିହାସ ଜାଣନ୍ତି ନାହିଁ ଅମିତ ଶାହା । ଦେଶ ପାଇଁ ନିଜ ଜୀବନରର ବଳିଦାନ ଦେଇଛନ୍ତି ନେହେରୁ । ବର୍ଷ ବର୍ଷ ଧରି ସେ ଜେଲରେ ରହିଥିଲେ । ପ୍ରକୃତ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ ଏଭଳି ବୟାନବାଜୀ କରୁଛି ବିଜେପି । ଦେଶର ବର୍ତମାନ ଗୁରୁତ୍ୱପୂଣ୍ଣ ପ୍ରସଙ୍ଗ ରହିଛି ଜାତିଭିତିକ ଜନଗଣନା । ଯାହା ଉପରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ଚାଲିଛି ପ୍ରୟାସ । ସୋମବାର ଜମ୍ମୁକାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ ୨୦୨୩ ଓ ଜମ୍ମୁକାଶ୍ମୀର ପୁନଗଠନ ସଂଶୋଧନ ବିଲ ୨୦୨୩ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଏହା ଉପରେ ସଂସଦରେ ଆଲୋଚନା କରାଯାଇଥିଲା । ଏହି ସମୟରେ ଶାହା କହିଥିଲେ ଜମ୍ମୁକଶ୍ମୀର ସମସ୍ୟା ପାଇଁ ନେହେରୁଙ୍କୁ ଦାୟୀ କରିଥିଲେ ଅମିତ ଶାହା ।

The post ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ରାହୁଲ କହିଲେ ଶାହା ଜାଣନ୍ତି ନାହିଁ ଇତିହାସ first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର ।  କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷ ହେଲା ଜାରି ରହିଛି କଂଗ୍ରେସର ଟଙ୍କା ଲୁଟ୍ । ଦେଶରେ ଟଙ୍କା ଲୁଟ୍ କରିବାକୁ ଚାହୁଁଛି କିଏ? ଯେତେବେଳେ ଆମ ପାଖରେ କଂଗ୍ରେସ ପରି ଦଳ ଅଛନ୍ତି ଆଉ ଯିଏ ୭୦ ବର୍ଷ ହେଲା ଦେଶର ଟଙ୍କାକୁ ଲୁଟ୍ କରୁଛି ଓ ଏବେ ବି ସମାନ କଥା ଜାରି ରଖିଛି ବୋଲି କହିଛନ୍ତି ମୋଦୀ । ବର୍ତମାନ ଜାରି ରହିଥିବା ଆୟକର ବିଭାଗର ବଡ଼ ରେଡ୍ରେ ଯେଉଁ ବିପୁଳ ନଗଦ ଟଙ୍କା ଜବତ ହୋଇଛି, ସେହି ଟଙ୍କା ଓ କଂଗ୍ରେସ ନେତାଙ୍କୁ ନେଇ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଥିଲା । ଏହି ଭିଡିଓକୁ ରିଟ୍ୱିଟ୍ କରିବା ସହ କଂଗ୍ରେସକୁ ଏପରି କଡା ଭାଷାରେ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଏହି ଟ୍ୱିଟ୍ ନେଇ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

The post ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର ।  କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ first appeared on Kanak News.

from Kanak News
via <a href="https://ifttt.com/?

ବିଜେପିର ନୂଆ ରାଜନୀତି । ପୁରୁଣା ଗଲେ ନୂଆ ଆସିଲେ

କନକ ବ୍ୟୁରୋ : ଛତିଶଗଡ, ମଧ୍ୟପ୍ରଦେଶ ପରେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏଠାରେ ବି ସମସ୍ତଙ୍କୁ ଚକମା ଦେଇ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ରେସରେ ସେ ଶେଷ ଯାଏଁ ଚର୍ଚ୍ଚାରେ ନଥିଲେ । ମଙ୍ଗଳବାର ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଭଜନଲାଲଙ୍କୁ ନେତା ବଛାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଭଜନଲାଲଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆଣିଥିଲେ ।

-ଭଜନଲାଲ ଆରଏସଏସ ଓ ଏବିଭିପି ସହ ଦୀର୍ଘଦିନ ଧରି ଜଡିତ ଅଛନ୍ତି
-ପ୍ରଥମ ଥର ଲାଗି ଜୟପୁର ସାଙ୍ଗାନେରରୁ ବିଧାୟକ ହୋଇଛନ୍ତି
– ବିଜେପି ବିଧାୟକଙ୍କ ଟିକେଟ କଟାଯାଇ ଭଜନଲାଲଙ୍କୁ ଟିକେଟ ଦିଆଯାଇଥିଲା
-ରାଜସ୍ଥାନର ବ୍ରାହ୍ମଣ ଚେହେରା ହେଉଛନ୍ତି ଭଜନଲାଲ ଶର୍ମା
ଛତିଶଗଡ ଓ ମଧ୍ୟପ୍ରଦେଶ ଢାଂଚାରେ ରାଜସ୍ଥାନରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ । ଦିଆକୁମାରୀ ଓ ପ୍ରେମଚନ୍ଦ ବୈରୱାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ।

ମୁଖ୍ୟମନ୍ତ୍ରୀ ବାଛିବାର ମୋଦି-ଶାହ ଷ୍ଟାଇଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବଡ ବଡ ନେତାଙ୍କ ନାଁ କି ସେମାନଙ୍କ ଶକ୍ତି ପ୍ରଦର୍ଶନ କିଛି ବି କାମ ଦେଉନାହି ଁ । ନେତା ନୁହେଁ ବରଂ କର୍ମକର୍ତ୍ତା ଭଳି କାମ କଲେ ପଦ ମିଳିବ ବୋଲି ଏକ ବଡ ସନ୍ଦେଶ ଦେଇଛନ୍ତି ମୋଦି-ଶାହ ଯୋଡି ।

ଛତିଶଗଡରେ ବିଷ୍ଣୁ, ମଧ୍ୟପ୍ରଦେଶରେ ମୋହନ ଓ ରାଜସ୍ଥାନରେ ଭଜନଙ୍କୁ ଆଣି ବିଜେପିର ସ୍ଥାନୀୟ ବଡ ନେତାଙ୍କୁ ବଡ ମେସେଜ ଦେଇଛ ିବିଜେପି । ରମଣ ସିଂହ ହୁଅନ୍ତୁ କି ଶିବରାଜ ସିଂହ ଚୌହ୍ୱାନ କି ବସୁନ୍ଧରା ରାଜେ ଏମାନେ ହିଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ଆଗକୁ ଆଣିଛନ୍ତି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବାଛିବାବେଳେ ସଂପୃକ୍ତ ରାଜ୍ୟର ଜାତିଗତ ସମୀକରଣକୁ ବେଶ ଗୁରୁତ୍ୱ ଦିଆଯାଇଛି । ୨୦୨୪ ନିର୍ବାଚନକୁ ଏହା ଫାଇଦା ଦେବ ବୋଲି ବିଜେପି ଆଶା ରଖିଛି । ଏହାଛଡା ନେତା ବାଛିବା ବେଳେ ଗୋଟିଏ ସନ୍ଦେଶ ଦେବାକୁ ଉଦ୍ୟମ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ଚେହେରା ନୁହେଁ ନିର୍ବାଚନ ଜିତିବା ପାଇଁ ମୋଦି-ଶାହ ଯୋଡି ଙ୍କ ନାଁ ହିଁ ଯଥେଷ୍ଟ ।

ବିଜେପି ଶାସିତ ରାଜ୍ୟରେ ନୂଆ ଚେହେରା ଉପରେ ଭରସା କରିଛି ବିଜେପି । ଏ ଯାଏଁ ଓଡିଶାରେ ବି ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିନାହିଁ । ଯଦି ୨୦୨୪ରେ ଦଳ କ୍ଷମତାକୁ ଆସେ, ତାହାହେଲେ ଏଭଳି କିଛି ସରପ୍ରାଇଜ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ କି ବୋଲି ଆଲୋଚନା ଆରମ୍ଭ ହୋଇଛି ।

The post ବିଜେପିର ନୂଆ ରାଜନୀତି । ପୁରୁଣା ଗଲେ ନୂଆ ଆସିଲେ first appeared on Kanak News.

from Kanak News
via <a href="https://ifttt.com/?

କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଚର୍ଚ୍ଚାରେ ଉନ୍ନୟନ କମିଶନର ଅନୁ ଗର୍ଗ, ଡିସେମ୍ବରରେ ସରୁଛି ପ୍ରଦୀପଙ୍କ କାର୍ଯ୍ୟକାଳ

କନକ ବ୍ୟୁରୋ : ଡିସେମ୍ବରରେ ୩୧ରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୧୦ ମାସ ଧରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି ୧୯୮୯ ବ୍ୟାଚ୍ର ଏହି ପ୍ରଶାସନିକ ଅଧୀକାରୀ । ଏବେ ଏହି ଟପ୍ ପୋଷ୍ଟରେ କିଏ ବସିବେ ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ସିଏସ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତମାନର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚର ଆଇଏଏସ ଅନୁ ଗର୍ଗ । ଯଦି ଅନୁ ଗର୍ଗ ଏହି ପୋଷ୍ଟରେ ବସିନ୍ତି ତାହା ହେଲେ ଓଡିଶା ପ୍ରଶାସନିକ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ । କାରଣ ପ୍ରଥମଥର ଜଣେ ମହିଳା ଆଇଏଏସ ଓଡିଶା ପ୍ରଶାସନିକ ମୁଖିଆ ହେବେ ।

ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ଅନେକ ଅଧିକାରୀ ମଧ୍ୟ ମୁଖ୍ୟ ଶାସନ ସଚିବ ରେସରେ ଅଛନ୍ତି
ସତ୍ୟବ୍ରତ ସାହୁ
୧୯୯୧ ବ୍ୟାଚର ଆଇଏଏସ ଅଧୀକାରୀ
ବର୍ତ୍ତମାନ ଏସଆରସି ଓ ରାଜସ୍ୱ ବିଭାଗ ଦାୟିତ୍ୱରେ ଅଛନ୍ତି
ଅନୁ ଗର୍ଗଙ୍କ ପରେ ଚର୍ଚ୍ଚାରେ ଅଛନ୍ତି ସତ୍ୟବ୍ରତ ସାହୁ ।

ତୁହିନିକାନ୍ତ ପାଣ୍ଡେ
୧୯୮୯ ବ୍ୟାଚର ଆଇଏଏସ ଅଧୀକାରୀ
ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଛନ୍ତି
ବରିଷ୍ଠତା ଦୃଷ୍ଟିରୁ ସୁବୁଠୁ ଆଗରେ, ହେଲେ ଓଡି଼ଶା ଆସିବା ସମ୍ଭାବନ କ୍ଷୀଣ

ଆଗକୁ ନିର୍ବାଚନ ଥିବା ସବୁ ଦିଗକୁ ବିଚାର କରି ନିଷ୍ପତି ନେବେ ସରକାର । ଅନ୍ୟପଟେ ପାୱାର କରିଡରରେ ଚର୍ଚ୍ଚା ମଧ୍ୟ ହେଉଛି ସୁରେଶ ମହାପାତ୍ରଙ୍କ ଭଳି ପ୍ରଦୀପ ଯେନାଙ୍କ କାର୍ଯ୍ୟକାଳ ବଢାଇପାରନ୍ତି ସରକାର । କିନ୍ତୁ ବଡ କଥା ହେଉଛି ସିଏସ ଓ ଡିଜିପି ରେସରେ ଦୁଇ ମହିଳା ଅଛନ୍ତି । ଡିଜିପି ପାଇଁ ବି. ରାଧିକା ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି ।

The post କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ଚର୍ଚ୍ଚାରେ ଉନ୍ନୟନ କମିଶନର ଅନୁ ଗର୍ଗ, ଡିସେମ୍ବରରେ ସରୁଛି ପ୍ରଦୀପଙ୍କ କାର୍ଯ୍ୟକାଳ first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ବଢ଼ିଚାଲିଛି ଲୁଟ୍ । ଗାଡ଼କଣ ସ୍ଥିତ ଆପାଟମେଣ୍ଟର ୫ଟି ଫ୍ଲାଟରୁ ଚୋରି

କନକ ବ୍ୟୁରୋ: ଭୁବନେଶ୍ୱର ଗାଡକଣ ଅଞ୍ଚଳରେ ଥିବା ସ୍ପେସ ଟାଉନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଗତକାଲି ବିଳମ୍ବିତ ରାତିରେ କବାଟ ତାଲା ଭାଙ୍ଗି ଆପାର୍ଟମେଂଟର ୫ଟି ଫ୍ଲାଟରେ କଳାକନା ବୁଲାଇଛନ୍ତି ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ । ଘରେ କେହି ନଥିବାର ସୁଯୋଗ ନେଇ ଯୋଜନାବଦ୍ଧ ଭାବେ ଏହି ଲୁଟ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଚୋରି କରିବା ସମୟରେ ଭୋକ ଶୋଷ ଲାଗିବାରୁ ଫ୍ରିଜରେ ଥିବା ଫ୍ରୁଟି ପିଇଦେଇ ଚୋରୀ କରିଛନ୍ତି ଦୁର୍ବୁତ । ଘଟଣା ସ୍ଥଳରେ ମଂଚେଶ୍ୱର ଥାନା ପୋଲିସ ଓ ସାଇଂଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରଙ୍କୁ ଧରିବା ପାଇଁ ସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଇଛି ।

  • କେତେ ସୁରକ୍ଷିତ ରାଜଧାନୀ ଆପାର୍ଟମେଣ୍ଟ?
  • ଚୋରଙ୍କ ଟାର୍ଗେଟରେ ଭୁବନେଶ୍ୱରର ଫ୍ଲାଟ୍

ରାଜଧାନୀରେ ଆପାର୍ଟମେଂଟରୁ ଚୋରି ଏବେ ନିତିଦିନିଆ କଥାରେ ପରିଣତ ହେଲାଣି । ପୋଲିସକୁ ଖୁଲମଖୁଲା ଚ୍ୟାଲେଂଜ ଦେଇ ଚୋରମାନେ ସିରିଜ ଚୋରି କରିଚାଲିଛନ୍ତି । ନଜର ପକାନ୍ତୁ, ଗତ ତିନି ମାସ ମଧ୍ୟରେ ଭୁବନେଶ୍ୱରରେ ଭିନ୍ନଭିନ୍ନ ଆପାର୍ଟମେଂଟରେ ହୋଇଥିବା କିଛି ଚୋରି ଉପରେ । ୧୪ ଅକ୍ଟୋବରରେ ଚନ୍ଦକା ଥାନା ଅନ୍ଧାରୁଆରେ ଥିବା ଏମ.ଜେ.ଉଡ ଆପାର୍ଟମେଂଟରେ ଥିବା ଏକ ଫ୍ଲାଟରୁ ଚୋରି କରି ଫେରାର ହୋଇଥିଲେ ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ କଳାକନା ବୁଲାଇଥିଲେ ଚୋର । ସେହିଭଳି ଅକ୍ଟୋବର ୧୭ରେ ଇନଫୋସିଟି ଥାନା ପଛପଟେ ଥିବା ରାଜବାଟିକା ଆପାର୍ଟମେଂଟର ୪ଟି ଫ୍ଲାଟରୁ କୋଟିଏରୁ ଅଧିକ ଟଙ୍କାର କ୍ୟାସ ଓ ସୁନାଗହଣା ଲୁଟି ନେଇଥିଲେ ଲୁଟେରା । ୬ ନଭେମ୍ବରରେ ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ରେସିଡେନ୍ସି ଆପାର୍ଟମେଂଟର ଦୁଇଟି ଫ୍ଲାଟରେ ଦୁର୍ବୃତ୍ତ ବୁଲାଇଥିଲେ କଳାକନା ।

ସେପଟେ ଆପାର୍ଟମେଂଟ ଗୁଡିକରେ ବାରମ୍ବାର ଚୋରି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି, ଅପରାଧୀ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଯାରି ରହିଥିବା ସେ କହିଛନ୍ତି । ତେବେ ଆପାର୍ଟମେଣ୍ଟରୁ ଚୋରି ଏବେ ପୋଲିିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚୋର ମାନେ ଆପାର୍ଟମେଂଟ ଗୁଡିକରୁ ଚୋରି କରି ଚାଲୁଥିବା ବେଳେ ପୋଲିସ ସେମାନଙ୍କ ଟେର ପାଉନି ।

The post ରାଜଧାନୀରେ ବଢ଼ିଚାଲିଛି ଲୁଟ୍ । ଗାଡ଼କଣ ସ୍ଥିତ ଆପାଟମେଣ୍ଟର ୫ଟି ଫ୍ଲାଟରୁ ଚୋରି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started