୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ । ସିଧାସଳଖ କ୍ୟାପିଟାଲ ଲ କଲେଜକୁ ଯାଇ ଦେଲେ ପରୀକ୍ଷା । କହିଲେ, ତଦନ୍ତରେ କରିବେ ସହଯୋଗ

କନକ ବ୍ୟୁରୋ: ୧୪ ମାସ ପରେ ଜେଲରୁ ମୁକୁଳିବାର ଆନନ୍ଦ । ଶେଷରେ ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା ନାଗ । ଜାମିନ ପାଇବା ପରେ ମଙ୍ଗଳବାର ଦିନ ଝାଡପଡା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ସକାଳୁ ସକାଳୁ ଅର୍ଚ୍ଚନାଙ୍କୁ ନେବାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜେଲ ଆସିଥିଲେ । ଆଉ ଜେଲରୁ ବାହାରିବାବେଳେ ଅର୍ଚ୍ଚନାଙ୍କ କହିବା ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ବହୁତ କନଫିଡେଣ୍ଟ ଲାଗୁଥିଲେ । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ, ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବି । ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବି । ଯେଉଁମାନେ କଣ୍ଟା ବିଛାଇଥିଲେ , ତାହା ଫୁଲରେ ପରିଣତ ହୋଇଛି । କୋର୍ଟ ଉପରେ ଭରସା ରହିଛି । ଯେଉଁମାନେ ଫସାଇବାକୁ ଚାହିଁଛନ୍ତି ସେମାନଙ୍କ ମୁଖା ଖୋଲିବି ।

  • କାହାର ମୁଖା ଖୋଲିବେ ଅର୍ଚ୍ଚନା?
  • ପୁଣି ଦୋହଲି ବି କି ଓଡିଶା?
  • ବଡବଡିଆଙ୍କ ବଢିଲାଣି ହାର୍ଟବିଟ୍ 

ଜେଲରୁ ବାହାରିବା ପରେ ଅର୍ଚ୍ଚନା ନାଗ ସିଧା ଭୁବନେଶ୍ୱର ସ୍ଥିତ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ଘର ଲୋକେ ମିଠା ଖୁଆଇ ସ୍ୱାଗତ କରିଥିଲେ । ପରେ ସେ ଲ’ ପରୀକ୍ଷା ଦେବାକୁ କ୍ୟାପିଟାଲ ଲ କଲେଜ ଯାଇଥିଲେ । ଆଉ ଏଠାରେ ବି ସେହି ପୁରୁଣା କଥା ଦୋହରାଇଥିଲେ । କହିଥିଲେ, ସେ ମୁଣ୍ଡ ନୁଆଁଇବା ପିଲା ନୁହନ୍ତି । କୋର୍ଟକୁ ସବୁ ତଥ୍ୟ ଦେବେ । ପୂର୍ବରୁ ଅର୍ଚ୍ଚନା କହିଥିଲେ ସେ ମୁହଁ ଖୋଲିଲେ ସାରା ଓଡିଶା ଦୋହଲିଯିବ । ଏବେ ଅର୍ଚ୍ଚନା କାହା ନାଁ ନେବେ ଏବଂ କି ବିସ୍ଫୋରଣ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି ଟଙ୍କା ମାଗିବା ଅଭିଯୋଗରେ ୬ ଅକ୍ଟୋବର ୨୦୨୨ ମସିହାରେ ଅର୍ଚ୍ଚନା ନାଗଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା । ଏହାପରେ ଅନ୍ୟ ଏକ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା । ସେ ସମୟରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗଙ୍କ ସାମ୍ରାଜ୍ୟ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ବ୍ଲାକମେଲିଂ ଓ ହନିଟ୍ରାପ ଭଳି ମାମଲାରେ ଛନ୍ଦି ହୋଇପଡିିଥିଲେ ଅର୍ଚ୍ଚନା । ବଡବଡିଆଙ୍କୁ ହନିଟ୍ରାପ କରି ଟଙ୍କା ହଡପ କରିଥିବା ଅଭିଯୋଗ ଆସିଥିଲା । ଏଥିରେ ବଡ ବଡ ନେତା, ପ୍ରଶାସକ, ସିନେମା ପ୍ରଯୋଜକଙ୍କ ନାଁ ସାମ୍ନାକୁ ଆସିଥିଲା । ଅର୍ଚ୍ଚନାଙ୍କ ଦାମୀ ଗାଡି ବି ସିଜ୍ ହୋଇଥିଲା । ଏହା ସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇଥିଲେ । ଏହି ଘଟଣାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଓ ଖଗେଶ୍ୱର ପାତ୍ର ବି ଆଇନର ଜାଲରେ ଛନ୍ଦି ହୋଇଛନ୍ତି ।

The post ୧୪ ମାସ ପରେ ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ । ସିଧାସଳଖ କ୍ୟାପିଟାଲ ଲ କଲେଜକୁ ଯାଇ ଦେଲେ ପରୀକ୍ଷା । କହିଲେ, ତଦନ୍ତରେ କରିବେ ସହଯୋଗ first appeared on Kanak News.

from Kanak News
via <a href="https://ifttt.com/?

ବୋରୱେଲ୍ ଭିତରୁ ଶୁଭୁଛି କୁନି ଶିଶୁର କାନ୍ଦ । ପାଇପ୍ ଭିତରକୁ ପଠାଯାଉଛି ଅକ୍ସିଜେନ୍ । ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍ ।

କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିରେ ବୋରୱେଲ ଭିତରେ ଫସିଥିବା ଶିଶୁଟି ଜୀବିତ ରହିଛି । ଶିଶୁଟିକୁ ଉଦ୍ଧାର କରିବାକୁ ଏବେ ବି ଜାରି ରହିଛି ଅପରେସନ୍ । ତେବେ ଉଦ୍ଧାରକାରୀ ଟିମର କହିବା ମୁତାବକ, ଛୁଆର କାନ୍ଦ ଶୁଣାଯାଉଛି । ତା ସହିତ ପିଲାଟି ଯେଭଳି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ ନକରେ ସେଥିପାଇଁ ପାଇପ୍ ଭିତରକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଗତ ୪ ଘଣ୍ଟାରୁ ଅଧିକ ସମୟ ଧରି ଫସିରହିଛି ଶିଶୁ । ତେଣୁ ଛୁଆକୁ ଉଷୁମ ରଖିବାକୁ ଡାକ୍ତରୀ ଟିମ୍ ବଲବ ଲଗାଇଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ରେଙ୍ଗାଲି ଅଞ୍ଚଳର ଏକ ଜଙ୍ଗଲରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଛି । ତେବେ ଶିଶୁଟି କେମିତି ପଡ଼ିଲା, ସେ ନେଇ କୌଣସି ସୂଚନା ମିଳିନାହିଁ । କୁହାଯାଉଛି ଶିଶୁଟିକୁ କେହି ଜଣେ ଆଣି ଫୋପାଡ଼ି ଦେଇଛି । ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ ।

https://platform.twitter.com/widgets.js

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ୩ଟି ଜେସିବି ମେସିନ ସହାୟତାରେ ବୋରୱେଲକୁ ଲାଗିଥିବା ସ୍ଥାନକୁ ଖୋଳାଯାଉଛି । ପିଲାଟି ପ୍ରାୟ ୨୦ ଫୁଟ ତଳେ ଥିବା ଜଣାପଡିଛି । ଓଡ୍ରାଫ, ଅଗ୍ନିଶମ ଓ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ପାଇପ ସହାୟତାରେ ପିଲାଙ୍କୁ ଅକ୍ସିଜେନ ଯୋଗାଇଦିଆଯାଉଛି । ଘଟଣାସ୍ଥଳ ଅନ୍ଧାର ହୋଇଯାଇଥିବାରୁ ଲାଇଟର ବ୍ୟବସ୍ଥା କରାଯାଇଛି ।

The post ବୋରୱେଲ୍ ଭିତରୁ ଶୁଭୁଛି କୁନି ଶିଶୁର କାନ୍ଦ । ପାଇପ୍ ଭିତରକୁ ପଠାଯାଉଛି ଅକ୍ସିଜେନ୍ । ଉଦ୍ଧାର ପାଇଁ ଚାଲିଛି ରେସ୍କ୍ୟୁ ଅପରେସନ୍ । first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଚୟନ କଲା ୩ ନୂଆ ଚେହେରା । ବିଷ୍ଣୁ, ମୋହନ ଓ ଭଜନଙ୍କ ଉପରେ ଅସ୍ଥା ପ୍ରକଟ କଲା ଦଳ

କନକ ବ୍ୟୁରୋ : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ୩ ଟି ରାଜ୍ୟରେ ବହୁମତ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ଗୋଟିଏ ରାଜ୍ୟରେ ବହୁମତ ମିଳିଲା । ତେଲେଙ୍ଗାନା ନିର୍ବାଚନ ଫଳାଫଳ ୩ ତାରିଖରେ ପ୍ରକାଶ ପାଇବା ପରେ କଂଗ୍ରେସ ତରଫରୁ ୪ ତାରିଖରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ନିଷ୍ପତ୍ତି କରି ୭ ତାରିଖରେ ରେବାନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଘୋଣୋ କଲା ଓ ରେଡ୍ଡୀ ଶପଥ ନେଲେ ।

ସେପଟେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପିକୁ ବହୁମତ ମିଳିଥିଲେ ବି କେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ଦୀର୍ଘଦିନ ଧରି ମାନସ ମନ୍ଥନ ଚାଲିଲା । ଶେଷରେ ଦଳ ରାଜସ୍ଥାନବାସୀଙ୍କୁ ଚମକାଇଦେଲା  । ପ୍ରଥମଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ୍ ଶର୍ମାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କଲା । ମୋହନଲାଲ ମୁଖ୍ୟମନ୍ତ୍ରୀ ହେବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ହାତ ଥିବା କୁହାଯାଉଛି । ସେପଟେ ମୋହନଲାଲ ଅନେକ ବର୍ଷ ଧରି ସଂଘ ପରିବାର ସହ ଜଡିତ ଥିଲେ ଓ ରାଜ୍ୟର ମହାମନ୍ତ୍ରୀ ଥିଲେ । ତେଣୁ ମୋହନଲା ମୁଖ୍ୟମନ୍ତ୍ରୀ ହେବା ପଛରେ ସଂଘ ପରିବାର ହାତ ଥିବା କୁହାଯାଉଛି  । ମୋହନଲାଲ ମୁଖ୍ୟମନ୍ତ୍ରୀ ହେବା ପରେ ବସୁନ୍ଧରା ରାଜେ ସିନ୍ଧିଆ ଓ ସାଂସଦରୁ ବିଧାୟକ ହୋଇଥିବା ବାଳକନାଥଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ମଉଳି ଯାଇଛି ।

ସେହିଭଳି ଛତିଶଗଡ ପାଇଁ ବିଜେପି ଏକ ଆଦିବାସୀ ଚେହେରାଙ୍କ ଉପରେ ଭରଶା କରିଛି । ଦଳ ତରଫରୁ ବିଷ୍ଣୁଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକା ସିଂଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ହେଲେ ବିଜେପିର କେନ୍ଦ୍ରୀୟ ନେତୃତ୍ୱମାନେ ବିଷ୍ଣୁଙ୍କ ଉପରେ ଭରଶା କରିଥିଲେ । ବିଷ୍ଣୁଦେବ ବିଶେଷ ଭାବେ ଜଣେ ଆଦିବାସୀ ନେତା ଓ ଛତିଶଗଡରେ ବେଶ୍ ଲୋକପ୍ରିୟ । ସେ କୁନକୁରୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ଏହାସହ ସେ ରାୟଗଡ ସଂସଦୀୟ କ୍ଷେତ୍ରରୁ ୪ଥର ସାଂସଦ ରହିବା ସହ ମୋଦୀ ସରକାରଙ୍କ ପ୍ରଥମ ପାଳିରେ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ହେଲେ ୨୦୨୦ ମସିହାରେ ଦଳ ତରଫରୁ ତାଙ୍କୁ ଛତିଶଗଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ।

ଅନ୍ୟପଟେ ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଜଣେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । ମୋହନଲାଲ ଓଜୈନ ଦକ୍ଷିଣରୁ ବିଧାୟକ ଅଛନ୍ତି । ମୋହନଲାଲଙ୍କ ରାଜନୈତିକ ଜୀବନ ୧୯୮୪ ମସିହାରୁ ଏବିଭିପିରୁ ଆରମ୍ଭ ହୋଇଥିଲା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ପିଏଚଡି । ତାଙ୍କୁ ୨୦୨୦ ମସିହାରେ ମଧ୍ୟପ୍ରଦେଶ ସରକାରରେ ଶିକ୍ଷାମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ମୋହନଲାଲ ୨୦୧୩ ମସିହାରେ ମଧ୍ୟପ୍ରଦେଶର ଓଜୈନରୁ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ କ୍ରମାଗତ ଭାବେ ସେ ସେହି ଆସନରୁ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି ।

The post ୩ ରାଜ୍ୟ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଚୟନ କଲା ୩ ନୂଆ ଚେହେରା । ବିଷ୍ଣୁ, ମୋହନ ଓ ଭଜନଙ୍କ ଉପରେ ଅସ୍ଥା ପ୍ରକଟ କଲା ଦଳ first appeared on Kanak News.

from Kanak News
via <a href="https://ifttt.com/?

ଜୟପୁର ଜୟନଗରର ନାବାଳିକା ଝିଅ ପ୍ରତୀକ୍ଷାର କରୁଣ କାହାଣୀ । ମା’ ଆରପାରିକୁ ଚାଲିଯିବା ପରେ ଦିବ୍ୟାଙ୍ଗ ବାପାଙ୍କ ସାହାରା ପାଲଟିଛନ୍ତି ପ୍ରତୀକ୍ଷା

କନକ ବ୍ୟୁରୋ : ପାଠ ପଢ଼଼ିବା ବୟସରେ ବାପାଙ୍କ ପାଇଁ ପାଲଟିଛି ଶ୍ରବଣ କୁମାର । ଦିବ୍ୟାଙ୍ଗ ବାପାର ଆଶାବାଡ଼଼ି ସାଜିଛି ପ୍ରତିକ୍ଷା । ନା ଅଛି ଘର, ନା ଅଛି ରୋଜଗାର । ପରିବାର କହିଲେ ଦିବ୍ୟାଙ୍ଗ ବାପା ଓ ଝିଅ । ଗତ ୩ ବର୍ଷ ତଳେ ମାଆଙ୍କ ଦେହାନ୍ତ ପରେ ବାପାଙ୍କ ସେବା କରିବା ପାଇଁ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଦେଇଛନ୍ତି ଏହି ନାବାଳିକା ଝିଅ । ଭଙ୍ଗା ଦଦରା ଏହି ବିପଦ ସଙ୍କୁଳ ଘରେ ରହୁଛନ୍ତି ବାପା-ଝିଅ ।

ପ୍ରତିଦିନ ଶିବ ମନ୍ଦିର ସାମ୍ନାରେ ଭିକ ମାଗିବା ହେଲା ଜୀବିକା । ସେଥିରୁ ଯାହା କିଛି ମିଳେ ସେଇଥିରେ ଚଳେ ପରିବାର । ଘରର ରୋଷେଇ ସାଙ୍ଗକୁ ବାପାଙ୍କୁ ନେବା ଆଣିବା କରିବା ହେଉ ସବୁ କିଛି ପ୍ରତିକ୍ଷା ଉପରେ ନିର୍ଭର କରେ । ସରକାରୀ ଯୋଜନା କହିଲେ କେବଳ ଦିବ୍ୟାଙ୍ଗ ବାପାଙ୍କୁ ମିଳୁଛି ମାସିକ ୫୦୦ ଟଙ୍କାର ଭତା ଓ ୩୫ କେଜି ଚାଉଳ । ମୁଣ୍ଡ ଗୁଞିବାକୁ ଘର ଖଣ୍ଡିଏ ପାଇଁ ବାର ଦୁଆର ହେଲେଣି ତଥାପି ଘର ଖଣ୍ଡିଏ ମିଳୁନାହିଁ । ସାହି ପଡ଼ିଶାଙ୍କ ସହଯୋଗରେ କଟୁଛି ଜୀବନ ।

ବେଶ ସୁରୁଖୁରୁରେ କଟୁଥିଲା ପୁର୍ଣ୍ଣଚନ୍ଦ୍ରଙ୍କ ଜୀବନ । ପତ୍ନୀ କୁଲି କାମ କରି ପରିବାର ଚଳାଉଥିଲେ । ଯେହେତୁ ପିଲାଟି ଦିନରୁ ପର୍ଣ୍ଣଚନ୍ଦ୍ର ଦୁଷ୍ଟି ବାଧିତ । ଝିଅକୁ ପାଠ ପଢ଼ାଇ ଭଲ ମଣିଷ କରିବେ ବୋଲି ଆଶା ବାନ୍ଧିଥିଲେ । ହେଲେ ସବୁ ଆଶା ତାଙ୍କର ଆଶାରେ ରହିଯାଇଛି ।

The post ଜୟପୁର ଜୟନଗରର ନାବାଳିକା ଝିଅ ପ୍ରତୀକ୍ଷାର କରୁଣ କାହାଣୀ । ମା’ ଆରପାରିକୁ ଚାଲିଯିବା ପରେ ଦିବ୍ୟାଙ୍ଗ ବାପାଙ୍କ ସାହାରା ପାଲଟିଛନ୍ତି ପ୍ରତୀକ୍ଷା first appeared on Kanak News.

from Kanak News
via <a href="https://ifttt.com/?

ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା । ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ ପରୀକ୍ଷା ।

କନକ ବ୍ୟୁରୋ: ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା । ଆସନ୍ତା ଫେବ୍ରୁଆରୀ ୧୫ ତାରିଖରୁ ସିବିଏସଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି । ତେବେ ଦଶମ ପରୀକ୍ଷା ଫେବ୍ରୁଆରୀ ୧୫ ତାରିଖରୁ ମାର୍ଚ୍ଚ ୧୩ ତାରିଖ ଯାଏଁ ହେବାକୁ ଥିବାବେଳେ, ଯୁକ୍ତ ଦୁଇ ପରୀକ୍ଷା ମାର୍ଚ୍ଚ ୧୫ ତାରିଖରୁ ଏପ୍ରିଲ ୨ ତାରିଖ ଯାଏଁ ହେବ ।

https://platform.twitter.com/widgets.js

The post ସିବିଏସଇ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା । ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ ପରୀକ୍ଷା । first appeared on Kanak News.

from Kanak News
via <a href="https://ifttt.com/?

ଭିକ୍ଷା ବୃତି କରି ଅସହାୟ ଲୋକଙ୍କ ମୁହଁରେ ଦେଉଛନ୍ତି ଦାନା । ବୃଦ୍ଧ-ବୃଦ୍ଧା ଓ ଗରିବ ପିଲାଙ୍କ ପାଇଁ ସାଜିଛନ୍ତି ମା’

କନକ ବ୍ୟୁରୋ : କିନ୍ନର ସାଜିଛନ୍ତି ଅସହାୟ ବୃଦ୍ଧ-ବୃଦ୍ଧା ଓ ପିଲାମାନଙ୍କ ଆଶାବାଡ଼ି । ଭିକ ମାଗି କରୁଛନ୍ତି ସମାଜ ସେବା । ସମାଜରେ ଏବେ ବି ଅନେକ କିନ୍ନର ଅଛନ୍ତି ଯେଉଁମାନେ ସମ୍ମାନର ସହ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଇଏ ଏମିତି ଜଣେ କିନ୍ନର ଯିଏ ଅସହାୟ ଲୋକଙ୍କର ସାହାରା ପାଲଟିଛନ୍ତି । କାକଟପୁର ପାଟସୁନ୍ଦରପୁର ଗାଁର ଚିନୁ ମିଶ୍ର ଓରଫ ଚିନୁ କିନ୍ନର । ମନ୍ଦିର ଆକୃତିର ଏହି ଘରେ ସେ ଠାକୁରଙ୍କୁ ପୂଜା କରିବା ସହ ବୃଦ୍ଧ-ବୃଦ୍ଧାଙ୍କର ସେବା କରୁଛନ୍ତି । ଖାଲି ବୃଦ୍ଧ ଲୋକ ନୁହଁନ୍ତି ଗରିବ ଅସହାୟ ପିଲାଙ୍କୁ ମଧ୍ୟ ଆପଣାଇଛନ୍ତି ଚିନୁ ।

ସକାଳୁ ଉଠି ନିଜର ନିତ୍ୟକର୍ମ ପରେ ଠାକୁର ପୂଜାରୁ ଆରମ୍ଭ ହୁଏ ଚିନୁଙ୍କ ଜୀବନ ଚର୍ଜ୍ୟା । ଏହା ପରେ ବୃଦ୍ଧାଶ୍ରମରେ ରହୁଥିବା ଲୋକଙ୍କ ସେବା କରନ୍ତି ଚିନୁ । ସେମାନଙ୍କ ପାଦରେ ତେଲ ମାଲିସ୍ କରିବା ସହ ସେମାନଙ୍କୁ ଖୁଆଇଦେବା, ଗାଧୋଇଦେବା ଭଳି ସମସ୍ତ କାମ କରନ୍ତି । ଆଉ ଏହା ପରେ ବିଭିନ୍ନ ସ୍ଥାନକୁ ଭିକ୍ଷାବୃତି ପାଇଁ ବାହାରିଯାଆନ୍ତି । ବସ ଷ୍ଟାଣ୍ଡ ହେଉ ଅବା ବଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନ ଭିକ୍ଷା ବୃତି କରି ଯାହା ମିଳେ ସେଇଥିରେ ଚଳେ ବୃଦ୍ଧାଶ୍ରମ ।

ଆଜିର ସ୍ୱାର୍ଥପର ସମାଜରେ ଚିନୁ କିନ୍ନରଙ୍କ ଏଭଳି ନିସ୍ୱାର୍ଥପର ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

The post ଭିକ୍ଷା ବୃତି କରି ଅସହାୟ ଲୋକଙ୍କ ମୁହଁରେ ଦେଉଛନ୍ତି ଦାନା । ବୃଦ୍ଧ-ବୃଦ୍ଧା ଓ ଗରିବ ପିଲାଙ୍କ ପାଇଁ ସାଜିଛନ୍ତି ମା’ first appeared on Kanak News.

from Kanak News
via <a href="https://ifttt.com/?

ଆବାସ ଯୋଜନାରେ ଆକାଉଂଟକୁ ଆସିଛି ଟଙ୍କା । ହେଲେ ବ୍ଲକ ପ୍ରଶାସନ ଆକାଉଂଟ ହୋଲ୍ଡ କରିଥିବାରୁ ମିଳୁନି ଅର୍ଥ

କନକ ବ୍ୟୁରୋ :  ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ  । ଘର ଖଣ୍ଡିଏ ପାଇଁ ସ୍ୱାମୀଙ୍କୁ ଟ୍ରାଇ ସାଇକେଲରେ ବସାଇ ୧୫ କିଲୋମିଟର ବାଟ ଚାଲି ଚାଲି ବ୍ଲକ ଅଫିସରେ ପହଂଚିଛନ୍ତି ଡେଲାଙ୍ଗ ଚାଇଁପୁର ପଂଚାୟତ ରତାପଡ଼ା ଗାଁର କଳ୍ପନା ମଲ୍ଲିକ । ଫନି ବାତ୍ୟାରେ ଘର ଭାଙ୍ଗିଯିବା ପରେ ଆବାସ ଯୋଜନାରେ ବାନାମ୍ବରଙ୍କ ନାଁ ଅନ୍ତର୍ଭୁକ୍ତ ହୋଇଛି  । ଘର କରିବା ପାଇଁ ତାଙ୍କ ବ୍ୟାଙ୍କ ଆକାଉଂଟକୁ ଅଗ୍ରୀମ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ହେଲେ ବାନାମ୍ବରଙ୍କ ବ୍ୟାଙ୍କ ଆକାଉଂଟକୁ ହୋଲ୍ଡ କରିଦେଇଛନ୍ତି ବ୍ଲକ ପ୍ରଶାସନ୍ । ତେଣୁ ଆକାଉଂଟକୁ ସଚଳ କରିବା ପାଇଁ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ତିନିଚକିଆ ସାଇକେଲରେ ବସାଇ ଏ ଅଫିସରୁ ସେ ଅଫିସ ଦୌଡ଼ୁଛନ୍ତି ପତ୍ନୀ କଳ୍ପନା ମଲ୍ଲିକ ।

ଝାଟି ମାଟିର  ଘରେ ରହୁଛନ୍ତି ସ୍ୱାମୀ-ସ୍ତ୍ରୀ । ଘର କରିବା ପାଇଁ ଦୋକନାରୁ ବାକିରେ ବାଲି, ଗୋଡ଼ି, ପଥର, ସିମେଂଟ କିଣିଛନ୍ତି ବାନାମ୍ବର । ହେଲେ ବ୍ୟାଙ୍କରେ ୪୦ ହଜର ଟଙ୍କା ହୋଲ୍ଡ ହୋଇ ରହିଥିବାରୁ ଏହାକୁ ସୁଝିବା ଏବେ କଷ୍ଟକର ହୋଇପଡ଼ିଛି । ଏପଟେ ଅର୍ଥ ଅଭାବରୁ ଘରକୁ ମଧ୍ୟ ବିଦ୍ୟୁତ୍ ସଂଯୋଗ ନାହିଁ । ଡିବିରି ଆଲୁଅର ଚଳୁଛନ୍ତି ପରିବାର ।

ଖୁବ୍ ଶିଘ୍ର ଦିବ୍ୟାଙ୍ଗ ବାନାମ୍ବରଙ୍କ ଆକାଉଂଟ ସଚଳ କରିବା ସହ ଅବଶିଷ୍ଟ ଅନୁଦାନ ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।

The post ଆବାସ ଯୋଜନାରେ ଆକାଉଂଟକୁ ଆସିଛି ଟଙ୍କା । ହେଲେ ବ୍ଲକ ପ୍ରଶାସନ ଆକାଉଂଟ ହୋଲ୍ଡ କରିଥିବାରୁ ମିଳୁନି ଅର୍ଥ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡାରୁ କେରଳ ଯାଉଛି ସ୍ୱତନ୍ତ୍ର ଦାଦନ ବସ । ଜୀବନ ଜୀବିକା ପାଇଁ ପରିବାର ଛାଡି ଦାଦନ ଖଟିବାକୁ ଯାଉଛନ୍ତି ଯୁବକ, ଯୁବତୀ

କନକ ବ୍ୟୁରୋ : ଦାଦନ ଶ୍ରମିକଙ୍କ ପାଇଁ ଚାଲୁଛି ସ୍ୱତନ୍ତ୍ର ବସ୍ । କେନ୍ଦ୍ରାପଡା ରାଜନଗରର ସାତଭାୟାରୁ ୨୫ଶହ କିମି ଦୂର କେରଳକୁ ଚାଲୁଛି ଏହି ବସ୍ । ପଂଚାୟତରେ ପରିବାର ସଂଖ୍ୟା ଯେତିକି, ଦାଦନଙ୍କ ସଂଖ୍ୟା ତା’ଠୁଁ ଅଧିକ । ପ୍ରାୟ ସମସ୍ତ ପରିବାରର ଯୁବକ, ଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ବିଶେଷକରି କେରଳ ଯାଉଛନ୍ତି । ଓଡିଶାରେ କାମ ମିଳୁନି । ଯଦି କାମ ମିଳୁଛି, ସେ ତୁଳନାରେ ପାରିଶ୍ରମିକ ମିଳୁ ନଥିବାରୁ ନିଜ ପରିବାରର ଆର୍ôଥକ ଅନାଟନକୁ ଦୂରକରିବା ପାଇଁ ଏହି ଯୁବକ ଯୁବତୀ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି ।

ସାତଭାୟାର ୭ଟି ଗାଁକୁ ଗର୍ଭସ୍ଥ କରିସାରିଛି ସମୁଦ୍ର । ଦୀର୍ଘ ୪୦ବର୍ଷ ଧରି ଥଇଥାନର ପ୍ରତିଶ୍ରୁତି ପରେ ମାତ୍ର ୫୭୧ ପରିବାରକୁ ବଗପାଟିଆ ଠାରେ ଥଇଥାନ କରାଯାଇଛି । ବିସ୍ଥାପିତଙ୍କ ପାଇଁ ସ୍କୁଲ ଠାରୁ ଆରମ୍ଭ କରି ଖେଳପଡିଆ ଯାଏଁ ସବୁ ବ୍ୟବସ୍ଥା ପାଇଁ କରାଯାଇଛି । ମାତ୍ର ଜୀବିକା ପାଇଁ କୌଣସି ବ୍ୟବସ୍ଥା ନାହିିଁ । ଚାଷ ଜମି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ବେଳେ ଆଉ ଯେତିକି ବି ଅଛି ଲୁଣା ମାଡିଯାଇଛି । ତେଣୁ ସାତଭାୟାର ଯୁବକ, ଯୁବତୀ ମାନେ ଦାଦନ ଖଟିବାକୁ କେରଳ ଯାଉଥିବା ଜଣାପଡ଼ିଛି ।

ସାତଭାୟା ପଂଚାୟତର ଜନସଂଖ୍ୟା ପ୍ରାୟ ୫ ହଜାର । ଭୋଟର ସଂଖ୍ୟା ପାଖାପାଖି ୨୯ ଶହ । ମାତ୍ର ପଂଚାୟତରୁ ରାଜ୍ୟ ବାହାରକୁ ବିଶେଷିକରି କେରଳ ଯାଇ ଦାଦନ ଖଟୁଥିବା ଯୁବକ, ଯୁବତୀଙ୍କ ସଂଖ୍ୟା ୧୨ଶହରୁ ଅଧିକ । ଆଖ ପାଖ ଅଂଚଳରୁ ପ୍ରାୟ ୨ହଜାର ଦାଦନ କେରଳ ଯାଉଛନ୍ତି । ଯାହା ସରକାରଙ୍କ ଯୋଜନା ଓ କାର୍ଯ୍ୟକାରିତା ମଧ୍ୟରେ ଥିବା ପ୍ରଭେଦକୁ ସାମ୍ନାକୁ ଆଣିଛି ।

The post କେନ୍ଦ୍ରାପଡାରୁ କେରଳ ଯାଉଛି ସ୍ୱତନ୍ତ୍ର ଦାଦନ ବସ । ଜୀବନ ଜୀବିକା ପାଇଁ ପରିବାର ଛାଡି ଦାଦନ ଖଟିବାକୁ ଯାଉଛନ୍ତି ଯୁବକ, ଯୁବତୀ first appeared on Kanak News.

from Kanak News
via <a href="https://ifttt.com/?

ମରଣ ଯନ୍ତା ପାଲଟିଛି କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥ । ଦୀର୍ଘ ୧୨ ବର୍ଷ ହେବ ଚାଲିଛି ରାସ୍ତାକାମ, ନୀୟମିତ ଘଟୁଛି ଦୁର୍ଘଟଣା

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଜୀବନ ରଖା ଭାବେ ପରିଚିତ ଜାତୀୟ ରାଜପଥ ୨୦ ଓ ୫୨୦ ଏବେ ମରଣଯନ୍ତା ପାଲଟିଛି। ବର୍ଷକୁ ଏହି ରାଜପଥରେ ଯାଉଛି ୩୦୦ ରୁ ଅଧିକ ଜୀବନ। ଏହି ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଯାଜପୁର ଜିଲ୍ଲାର ପାଣିକୋଇଲି ଠାରୁ ଆରମ୍ଭ କରି କେନ୍ଦୁଝର ଦେଇ ରାଜା ମୁଣ୍ଡା ଯାଏଁ ୨୦୧୧ ମସିହାରୁ ଆରମ୍ଭ ହୋଇଥିଲା । ହେଲେ ଦୁଃଖର ବିଷୟ ଏଯାବତ ଏହି ଜାତୀୟ ରାଜପଥ ଅଧାପନ୍ତରିଆ ଭାବେ ପଡି ରହିଛି। ବିଶେଷ କରି ଗୋଟିଏ ପଟେ ଶାଳପଡା ଠାରୁ ବେଲବାହାଳି କୁଶେଇ ବ୍ରିଜ୍ ପର୍ୟ୍ୟନ୍ତ ରାଜପଥର ୨କିମି ରାସ୍ତା ଏବେ ଏକ ଅଘୋଷିତ ବ୍ଲାକ୍ ସ୍ପଟ୍ରେ ପରିଣତ ହୋଇଛି। ନିୟମିତ ଭାବେ ଏଠାରେ ଘଟିଚାଲିଛି ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଗାଡ଼ିରେ ଗାଡ଼ି ଧକ୍କା ହୋଇ ଅନେକଙ୍କ ମୃତ୍ୟୁ ଘଟୁଛି। ବିଶେଷ କରି ଲୁହାପଥ ବୋଝେଇ ଭାରିଯାନ ସହ ଅନେକ ଛୋଟ ବଡ ଗାଡିର ଯାତାୟତକୁ ନେଇ ବ୍ୟସ୍ତବହୁଳ ଏହି ରାସ୍ତା ଏବେ ଅସୁରକ୍ଷିତ ହୋଇ ପଡ଼ିଛି।

କେନ୍ଦୁଝର ସହ ମୟୁରଭଞ୍ଜ, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଥିବା ଶାଳପଡା ଛକ ଓଭରବ୍ରିଜ୍ ଠାରେ ରାସ୍ତାର ଗୋଟିଏ ପାର୍ଶ୍ୱ କାମ ଆଜିଯାଏଁ ଅସମ୍ପୂର୍ଣ୍ଣ ରହିଛି। ଯାହା ଫଳରେ ଏହିଠାରେ ରାସ୍ତାର ଉଭୟ ପାର୍ଶ୍ବରୁ ଆସୁଥିବା ଗାଡି ଗୁଡିକ ଡାଇଭଟ ହୋଇ ଗୋଟିଏ ରାସ୍ତାରେ ଯିବାକୁ ପଡୁଛି। ଅନ୍ୟପଟେ ଶାଳପଡା ଠାରେ ଏକ ଅଣ୍ଡରପାସ, ଘଷିପୁରା ବସଷ୍ଟାଣ୍ଡ କୁ ସଂଯୋଗ କରୁଥିବା ଭିଆଇପି ରାସ୍ତା ରେ ଏକ ଗୋଲେଇ ଛକ ଓ ଆନନ୍ଦପୁରକୁ ଯିବା ପାଇଁ ନିର୍ମାଣ ହୋଇଥିବା ଅଣ୍ଡରପାସକୁ ଚଉଡା କରିବାର ଦାବି ସ୍ଥାନୀୟ ଲୋକେ ରଖି ଆସୁଥିବା ବେଳେ ଆଗକୁ ଏନେଇ ବିରାଟ ଜନଆନ୍ଦୋଳନ ମୁଣ୍ଡ ଟେକୁଥିବା ଦେଖିବାକୁ ମିଳିଛି।

ପୂର୍ବରୁ ଭଲ ରାସ୍ତାଟିଏ ପାଇଁ ବାରମ୍ବାର ଆନ୍ଦୋଳନ ପରେ ନିର୍ମାଣ ହୋଇଥିଲା କେନ୍ଦୁଝର ଜିଲ୍ଲା ପାଇଁ ଏନ ଏଚ୍ ୨୦ ହେଲେ ବର୍ତମାନ ଅଧାପନ୍ତରିଆ ହୋଇ ପଡିରହିଥିବା ଏହି ରାସ୍ତା ଏବେ ସ୍ଥାନୀୟ ବାସୀଙ୍କ ପାଇଁ ପାଲଟିଛି ମୃତ୍ୟୁର ଜନ୍ତା। ତୁରନ୍ତ ରାସ୍ତା କାମ ସମ୍ପୁର୍ଣ୍ଣ ପାଇଁ କରିବା ପାଇଁ ଦାବି କରିଛନ୍ତି ସାଧାରଣ ଲୋକେ।

The post ମରଣ ଯନ୍ତା ପାଲଟିଛି କେନ୍ଦୁଝରର ୨୦ ନମ୍ବର ଜାତୀୟ ରାଜପଥ । ଦୀର୍ଘ ୧୨ ବର୍ଷ ହେବ ଚାଲିଛି ରାସ୍ତାକାମ, ନୀୟମିତ ଘଟୁଛି ଦୁର୍ଘଟଣା first appeared on Kanak News.

from Kanak News
via <a href="https://ifttt.com/?

କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟ ରାଜନୀତି । ଡିସେମ୍ବର ୨୦ରୁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ଧରି ଆନ୍ଦୋଳନ କରିବ କଂଗ୍ରେସ

କନକ ବ୍ୟୁରୋ : କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଏହାର ପ୍ରତିବାଦ କରି କଂଗ୍ରେସ ଡିସେମ୍ବର ୨୦ରୁ ଜାନୁଆରୀ ୨୦ ଯାଏଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ଧରି ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛି । ଦଳ କହିଛି, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୁଣାତ୍ମକ ଶିକ୍ଷାକୁ ଆଦୌ ଗୁରୁତ୍ୱ ଦେଉନଥିବା ବେଳେ କେବଳ ଆତ୍ମ ପ୍ରଚାରରେ ବ୍ୟସ୍ତ ରହୁଛନ୍ତି । ସରକାରୀ କଲେଜରେ କେବଳ ଦଳୀୟ ପ୍ରଚାର କରାଯାଉଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । କିନ୍ତୁ ଏଠାରେ ନିଜ ନିଜର ଫଟୋ ଲଗାଇ ପ୍ରଚାର କରିବାରେ ବ୍ୟସ୍ତ ସରକାର । ଏହା ବିରୋଧରେ ଦଳ ପ୍ରତିବାଦ କରିଛି ବୋଲି ସୂଚନା ଦେଇଛି ।

The post କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସେଲଫି ପଏଂଟ ରାଜନୀତି । ଡିସେମ୍ବର ୨୦ରୁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁଙ୍କ ଫଟୋ ଧରି ଆନ୍ଦୋଳନ କରିବ କଂଗ୍ରେସ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started