ସମ୍ବଲପୁରରେ ଅଭାବନୀୟ ଘଟଣା । ୨୦ ଫୁଟ୍ ବୋରୱେଲ ଭିତରେ ନବଜାତ ଶିଶୁ

କନକ ବ୍ୟୁରୋ : ବୋରୱେଲ ଭିତରେ ନବଜାତ ଶିଶୁ । ସମ୍ବଲପୁର ରେଂଗାଲି ଅଂଚଳରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ଏକ ଜଙ୍ଗଲରେ ନଳକୂଆ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ପଡ଼ିଯାଇଛି । ତେବେ ଶିଶୁଟି କେମିତି ପଡ଼ିଲା, ସେ ନେଇ କୌଣସି ସୂଚନା ମିଳିନାହିଁ । କୁହାଯାଉଛି ଶିଶୁଟିକୁ କେହି ଜଣେ ଆଣି ଫୋପାଡ଼ି ଦେଇଛି । ସୂଚନା ଅନୁସାରେ, ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲ ଭିତରେ ପରିତ୍ୟକ୍ତ ଅବସ୍ଥାରେ ଏକ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏନେଇ ପୁଲିସ ଓ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ । ଶିଶୁକୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି ।

The post ସମ୍ବଲପୁରରେ ଅଭାବନୀୟ ଘଟଣା । ୨୦ ଫୁଟ୍ ବୋରୱେଲ ଭିତରେ ନବଜାତ ଶିଶୁ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଥମ ଥର ବିଧାୟକ ଜିତି ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା । ବିଜେପି ବିଧାୟକ ଦଳରେ ନିଷ୍ପତ୍ତି, ଦୀର୍ଘ ବର୍ଷ ହେବ ଦଳର ସଙ୍ଗଠନ ପାଇଁ କରୁଥିଲେ କାମ ।

କନକ ବ୍ୟୁରୋ : ସବୁ ଚର୍ଚ୍ଚାର ଘଟିଲା ଅନ୍ତ । ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରା ଉପରେ ମୋହର ମାରିଛି ବିଜେପି । ସାଙ୍ଗାନେରରୁ ବିଧାୟକ ଥିବା ଭଜନଲାଲ ଶର୍ମାଙ୍କୁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛି ବିଜେପି । ସବୁଠୁ ବଡ କଥା ହେଲା, ପ୍ରଥମ ଥର ବିଧାୟକ ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭଜନଲାଲ । ଯାହା ସମସ୍ତଙ୍କୁ ଚକିତ କରିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରେସରେ ଭଜନଲାଲଙ୍କ ନାଁକୁ ନେଇ ଆଦୌ ଚର୍ଚ୍ଚା ହେଉନଥିଲା । ଅନେକ ବଡ ଚେହେରା ମୁଖ୍ୟମନ୍ତ୍ରୀ ରେସରେ ଥିଲେ ମଧ୍ୟ ଶେଷରେ ଭଜନଲାଲଙ୍କ ନାଁରେ ମୋହର ବାଜିଛି ।

ଭଜନଲାଲ ଶର୍ମା ବିଜେପି ସଙ୍ଗଠନ ସହ ଦୀର୍ଘଦିନ ହେବ ଜଡିତ ଅଛନ୍ତି । ରାଜସ୍ଥାନ ବିଜେପି ସଙ୍ଗଠନରେ ଏବେ ମହାମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି ଭଜନଲାଲ । କିନ୍ତୁ ଦୀର୍ଘଦିନ ହେବ ଆରଏସଏସ ଓ ଏବିଭିପିରେ କାର୍ଯ୍ୟ କରି ଆସିଛନ୍ତି ଭଜନଲାଲ । ସବୁଠୁ ବଡ କଥା ହେଲା, ପ୍ରଥମଥର ପାଇଁ ଟିକେଟ ପାଇଥିବା ଭଜନଲାଲଙ୍କୁ ବିଜେପିର ଗଡ କୁହାଯାଉଥିବା ସାଙ୍ଗନେରରୁ ପ୍ରାର୍ଥୀ କରିଥିଲା ଦଳ । ବିଧାୟକ ଅଶୋକ ଲାହୋଟିଙ୍କ ଟିକେଟ କାଟି ଭଜନଲାଲଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା ଦଳ ।

https://platform.twitter.com/widgets.jsକେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ, ବିନୋଦ ତାବଡେ ଓ ସରୋଜ ପାଣ୍ଡେଙ୍କ ଉପସ୍ଥିତିରେ ଭଜନଲାଲଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଭଜନଲାଲଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଦୀୟା ସିଂ ଏବଂ ପ୍ରେମ ଚନ୍ଦ୍ର ବୈରୱା ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ସେହିଭଳି ବାସୁଦେବ ଦେବନାନୀଙ୍କୁ ବାଚସ୍ପତି ଭାବେ ବାଛିଛନ୍ତି ବିଜେପି ବିଧାୟକ ।

The post ପ୍ରଥମ ଥର ବିଧାୟକ ଜିତି ମୁଖ୍ୟମନ୍ତ୍ରୀ ହେବେ ଭଜନଲାଲ ଶର୍ମା । ବିଜେପି ବିଧାୟକ ଦଳରେ ନିଷ୍ପତ୍ତି, ଦୀର୍ଘ ବର୍ଷ ହେବ ଦଳର ସଙ୍ଗଠନ ପାଇଁ କରୁଥିଲେ କାମ । first appeared on Kanak News.

from Kanak News
via <a href="https://ifttt.com/?

ସବୁ ଅପେକ୍ଷାର ଅନ୍ତ ଘଟିଛି । ରାଜସ୍ଥାନରେ ବିଜେପି ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ଏବେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିଛି ବିଜେପି ବିଧାୟକ ଦଳ । ଏହି କ୍ରମରେ ପୂର୍ବରୁ ଆଲୋଚନା ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ସାଂସଦରୁ ବିଧାୟକ ହୋଇଥିବା ବାବା ବାଳକନାଥଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀରୁ ଆସିଥିବା ବିଜେପିର ପର୍ଯ୍ୟବେକ୍ଷକ ଟିମ୍ ବିଧାୟକଦଳ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛି ।

ଭରତପୁରରେ ରହୁଥିବା ଭଜନଲାଲ୍ ଶର୍ମା ଦୀର୍ଘଦିନ ହେବ ବିଜେପି ସହ ଜଡିତ । ସେ ରାଜ୍ୟରେ ବିଜେପି ମହାମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ବିଜେପି ତାଙ୍କୁ ପ୍ରଥମଥର ପାଇଁ ଜୟପୁର ସାଂଗାନେର ଭଳି ସୁରକ୍ଷିତ ଆସନରୁ ଟିକେଟ ଦେଇଥିଲା । ଏବେ ମୁଖ୍ୟମନ୍ତ୍ରୀ ପାଇଁ ଦଳ ତାଙ୍କୁ ଚୟନ କରିଛି ।

The post ସବୁ ଅପେକ୍ଷାର ଅନ୍ତ ଘଟିଛି । ରାଜସ୍ଥାନରେ ବିଜେପି ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି first appeared on Kanak News.

from Kanak News
via <a href="https://ifttt.com/?

ରାଉରକେଲା ଇସ୍ପାତ କାରଖାନା ଆଗରେ ମିଳିତ ଶ୍ରମିକ ସଂଗଠନର ଆନ୍ଦୋଳନ । ସାରା ଦେଶରେ କର୍ମଚାରୀଙ୍କ ନୂତନ ମଞ୍ଜୁରୀ ଚୁକ୍ତିନାମା ଲାଗୁ କରିବାକୁ ଦାବି

କନକ ବ୍ୟୁରୋ : ରାଉରକେଲାରେ ମିଳିତ ଶ୍ରମିକ ସଂଗଠନ ତରଫରୁ ଆନ୍ଦୋଳନ । ସେଲ ଅଧିନରେ ଦେଶର ବିଭିନ୍ନ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିିବା କର୍ମଚାରୀଙ୍କ ନୂତନ ମଞ୍ଜୁରୀ ଚୁକ୍ତିନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ପାଂଚ ଦଫା ଦାବିରେ ଏହି ଆନ୍ଦୋଳନ କରୁଛନ୍ତି । ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ଗେଟ୍ ସମ୍ମୁଖ ବିସ୍ରା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଟୁ, ଆରଏସଏସ, ଆରଏମଏସ, ଏୟୁଟୁୟୁସି, ଜିଏମଏମ, ଏଲପିଏଫ, ଏଆଇୟୁଟୁୟୁଆଇସି, ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ଏହି ଆନ୍ଦୋଳନ ଚାଲିଛି । ଇସ୍ପାତ କର୍ମିଚାରୀଙ୍କୁ ସମସ୍ତ ବକେୟା ଅର୍ଥ ପ୍ରଦାନ ପାଇଁ ଦାବି କରିଛନ୍ତି । ବୋନସ ନିୟମରେ ପରିବର୍ତନ ଓ ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ଦାବିରେ ଏହି ଆନ୍ଦୋଳନ କରୁଛନ୍ତି ଶ୍ରମିକ ସଂଗଠନ ।

The post ରାଉରକେଲା ଇସ୍ପାତ କାରଖାନା ଆଗରେ ମିଳିତ ଶ୍ରମିକ ସଂଗଠନର ଆନ୍ଦୋଳନ । ସାରା ଦେଶରେ କର୍ମଚାରୀଙ୍କ ନୂତନ ମଞ୍ଜୁରୀ ଚୁକ୍ତିନାମା ଲାଗୁ କରିବାକୁ ଦାବି first appeared on Kanak News.

from Kanak News
via <a href="https://ifttt.com/?

ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଅଘଟଣ । ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଲା ଶିଶୁ

କନକ ବ୍ୟୁରୋ : ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଘଟିଛି ଅଘଟଣ । ଏଠାରେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଏକ ଶିଶୁ ଗଳିପଡିଛି । ବୋରୱେଲ ଗାତରୁ ଶିଶୁଟିକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ସୂଚନା ପାଇ ଦଳକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଂଚିଛି ।

The post ସମ୍ବଲପୁର ନିକଟ ରେଙ୍ଗାଲି ଲାରିପାଲିରେ ଅଘଟଣ । ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଲା ଶିଶୁ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ପୂର୍ବରୁ କାଶ୍ମୀରରେ ଆତଙ୍କ ରଚିବାକୁ ଆତଙ୍କବାଦୀ ସଙ୍ଗଠନର ନିର୍ଦ୍ଦେଶ, ଟାର୍ଗେଟରେ ଅଛନ୍ତି ବିଜେପି ନେତା । ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବାହିନୀ ହେଲା ସଜାଗ ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ନିର୍ବାଚନ ହେବା ନେଇ ସୁପ୍ରିମକୋର୍ଟ ରାୟ ଦେବା ପରେ ଚିହିଁକି ଉଠିଛନ୍ତି ଆତଙ୍କବାଦୀ ସଙ୍ଗଠନ । ଏହି ଖବର ଜାଣିବା ପରେ ଏବେ ପୁଣିଥରେ ଆତଙ୍କ ରଚିବାକୁ ପ୍ରସ୍ତୁତ ହେଉଛନ୍ତି ଆତଙ୍କବାଦୀ ସଙ୍ଗଠନ । ଯାହାକୁ ନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଆତଙ୍କବାଦୀ ମାନେ ଜମ୍ମୁ-କାଶ୍ମୀରରେ ବିଜେପି ନେତାଙ୍କୁ ଟାର୍ଗେଟ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜେପି ନେତାଙ୍କ ସୁରକ୍ଷାକୁ ନେଇ ବଡ ପଦକ୍ଷେପ ନିଆଯାଇପାରେ । ପାକିସ୍ତାନରୁ ଅପରେଟ କରୁଥିବା କୁଖ୍ୟାତ ଆତଙ୍କବାଦୀ ମାନେ ଜମ୍ମୁ-କାଶ୍ମୀରରେ ନିର୍ବାଚନ ପୂର୍ବରୁ ଆତଙ୍କ ରଚି ଭୟଭୀତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଯେଉଁମାନେ ନିର୍ବାଚନ ଲଢିବାକୁ ଭାଗ ନେବାକୁ ଇଚ୍ଛୁକ ଏବଂ ସେମାନଙ୍କର ସମର୍ଥକଙ୍କୁ ଟାର୍ଗେଟ କରିବାକୁ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ନିର୍ଦ୍ଦେଶ ଦେଇଛନ୍ତି । ଖାସକରି ବିଜେପି ନେତା ଓ କର୍ମୀଙ୍କୁ ଟାର୍ଗେଟ କରିବାକୁ କୁହାଯାଇଛି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କାଶ୍ମୀରରେ ଥିବା ବିଜେପି ନେତାଙ୍କ ସୁରକ୍ଷାକୁ କଡାକଡି କରିପାରେ ପୋଲିସ ଓ ସୁରକ୍ଷାବାହିନୀ । ସେହିଭଳି ଯେଉଁମାନେ ଆତଙ୍କବାଦୀଙ୍କ ଆଶ୍ରୟ ଦେଉଥିଲେ ସେମାନଙ୍କ ଉପରେ ମଧ୍ୟ ସୁରକ୍ଷାବାହିନୀ ମଧ୍ୟ ନଜର ରଖିଛି ।

The post ନିର୍ବାଚନ ପୂର୍ବରୁ କାଶ୍ମୀରରେ ଆତଙ୍କ ରଚିବାକୁ ଆତଙ୍କବାଦୀ ସଙ୍ଗଠନର ନିର୍ଦ୍ଦେଶ, ଟାର୍ଗେଟରେ ଅଛନ୍ତି ବିଜେପି ନେତା । ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବାହିନୀ ହେଲା ସଜାଗ । first appeared on Kanak News.

from Kanak News
via <a href="https://ifttt.com/?

ଭୂତ ସହର ପାଲଟିଗଲା ୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଚୀନ କରିଥିବା ସ୍ଵପ୍ନର ସହର

ଚୀନ୍ ଏକ ସହର ନିର୍ମାଣ କରିଛି ଯାହାକୁ ବର୍ତ୍ତମାନ ଭୂତ ସହର କୁହାଯାଉଛି । ଏଥିରେ ଅନେକ କୋଠା, ପାର୍କ, ମଲ୍ ଅଫିସ୍, ବାର୍-ହୋଟେଲ ଏବଂ ସମସ୍ତ ପ୍ରକାରର ସୁବିଧା ଅଛି, କିନ୍ତୁ ଏଠାରେ  ରହିବାକୁ ଲୋକ ନାହାନ୍ତି ।  ପ୍ଲାନିଂ ଅନୁଯାୟୀ ଚୀନ୍ ସମୁଦ୍ର କୂଳରେ ସମସ୍ତ ସୁବିଧା ସହିତ ଏକ ଆଧୁନିକ ସହର ନିର୍ମାଣ କରିଥିଲା ​​ଯେଉଁଥିରେ ଉଚ୍ଚ ଉଚ୍ଚ କୋଠା, ମଲ୍ ,ଅଫିସ୍, ୱାଟର ପାର୍କ, ହୋଟେଲ-ବାର୍-ରେଷ୍ଟୁରାଣ୍ଟ ସବୁ ଅଛି ।  ଏହି ସ୍ୱତନ୍ତ୍ର ସହରରେ ପରିବେଶ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା ଏବଂ ଏହାର ନାମ ଫରେଷ୍ଟ ସିଟି ରଖାଯାଇଥିଲା ।  ଏହି ସମସ୍ତ ସୁବିଧା ସତ୍ତ୍ବେ ଏଠାରେ ରହିବାକୁ କେହି ଆସୁନାହାନ୍ତି ।

ଏବେ  ଏହି ସମଗ୍ର ସହରଟି ନିଛାଟିଆ ହେଇ ପଡ଼ିଛି । ଏବେ ଏହାକୁ ଚାଇନାର ଭୂତ ସହର ବୋଲି କୁହାଯାଉଛି | ମିଡିଆ ରିପୋର୍ଟ ଅନୁଯାୟୀ, କଣ୍ଟ୍ରି ଗାର୍ଡେନ୍ କମ୍ପାନୀ  ଏକ ନୂତନ ସହରର ଯୋଜନା ଚୀନ ସରକାରଙ୍କୁ ଦେଇଥିଲେ । ସେହି ଅନୁସାରେ କାମ ମଧ୍ୟ ରମ୍ଭ ହୋଇଥିଲା । ଏଠାରେ ୧୦ ଲକ୍ଷ ଲୋକ ବାସ କଲାଭଳି ଯୋଜନା କରାଯାଇଥିଲା । ଏଥିପାଇଁ ୧୩୭୦ ହେକ୍ଟର ଅଞ୍ଚଳରେ ଅନେକ ବଡ଼ ବଡ ଅଟ୍ଟାଳିକା ନିର୍ମାଣ କରାଯାଇଥିଲା ।

ପ୍ରକୃତରେ ଏହି ସହରରେ କରୋନା ମହାମାରୀ ହେତୁ କେହି ରହିବାକୁ ଆସିଲେ ନାହିଁ । ବାସ୍ତବରେ ଚୀନ୍ ମାଲେସିଆକୁ ଜଙ୍ଗଲ ପରି ପରିବେଶ ସହିତ ଏକ ସୁନ୍ଦର ସହରର ସ୍ୱପ୍ନ ଦେଖାଇଥିଲା । ଚୀନ୍ ଦାବି କରିଛି ଯେ ସମସ୍ତ ଆଧୁନିକ ସୁବିଧା ସତ୍ତ୍ବେ ଏଠାରେ ପ୍ରଚୁର ଗଛ ଏବଂ ଉଦ୍ଭିଦ ଲଗାଯିବ ଏବଂ ପ୍ରଦୂଷଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ।

୨୦୧୬ରେ କାମ ଆରମ୍ଭ ହେଇଥିଲା ଏବଂ ତିନିବର୍ଷ ପରେ କୋରୋନା ଲୋକଙ୍କ ପାଇଁ ସତେଜ ପବନ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏଥିରେ ଅନେକ ପାର୍କ, ୱାଟର ପାର୍କ ଇତ୍ୟାଦି ନିର୍ମାଣ କରାଯାଇଛି । ଏହା ଉପରେ ୨୦୧୬ ରେ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏହା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (BRI) ଅଧୀନରେ ପ୍ରୋଜେକ୍ଟ କରାଯାଇଥିଲା । ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଚାଇନାର ଏକ କମ୍ପାନୀ କଣ୍ଟ୍ରି ଗାର୍ଡେନ୍ ଏହି ନୂତନ ସହରର ପ୍ରକଳ୍ପ ପାଇଁ ୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି ।

କମ୍ପାନୀର କୋଟି କୋଟି ଟଙ୍କା କ୍ଷତି , ପ୍ରୋଜେକ୍ଟ ବନ୍ଦ

ଏଠାରେ ନିର୍ମାଣ କାର୍ଯ୍ୟ ୨୦୧୬ ରେ ଆରମ୍ଭ ହୋଇଥିଲା ଏବଂ ମାତ୍ର ୩  ବର୍ଷ ପରେ କରୋନା ମହାମାରୀ ବ୍ୟାପିଗଲା ଏବଂ ଏହାର ସିଧାସଳଖ ପ୍ରଭାବ କ୍ଲୁଙ୍ଗ ଜୋହନରେ ନିର୍ମିତ ଏହି ସହର ଉପରେ ମଧ୍ୟ ପଡିଥିଲା । ଏଠାରେ ପ୍ରଥମେ କାର୍ଯ୍ୟର ଗତି ମନ୍ଥର ହୋଇଗଲା ଏବଂ ତା’ପରେ ସମଗ୍ର କାର୍ଯ୍ୟ ବନ୍ଦ ହୋଇଗଲା । କରୋନା ଯୋଗୁଁ କମ୍ପାନୀ କୋଟି କୋଟି ଟଙ୍କାର କ୍ଷତି ସହିଛି ।  ବର୍ତ୍ତମାନ ଏହି ପ୍ରକଳ୍ପ ସମ୍ପୂର୍ଣରୂପେ ବନ୍ଦ ଅଛି ଏବଂ ମାତ୍ର ୧୫ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି । ଏହି ସହର ଏବେ ପୁର ଶୂନଶାନ ଅବସ୍ଥାରେ ପଡିଛି । କଦବାକ୍ଵଚିତ କେହି ଲୋକ ଏଠି ନଜରକୁ ଆସନ୍ତି ।ନହେଲେ ଅନ୍ୟ ସମ୍ପୂର୍ଣ ସମୟ ଏହା ଖାଲି ଖାଲି ହେଇ ରୁହେ ।  ବେଳେବେଳେ ହୋଟେଲ, ପାର୍କ, ସ୍କୁଲ, କଲେଜ, ବସଷ୍ଟାଣ୍ଡ  ଏବଂ ରାସ୍ତାରେ କେହି କେହି ଦେଖାଯାନ୍ତି ।

The post ଭୂତ ସହର ପାଲଟିଗଲା ୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଚୀନ କରିଥିବା ସ୍ଵପ୍ନର ସହର first appeared on Kanak News.

from Kanak News
via <a href="https://ifttt.com/?

ଜନପ୍ରତିନିଧି ହୋଇ ବି ମିଳିନାହିଁ ସରକାରୀ ସହାୟତା । ସରକାରୀ ପାଇଖାନାରେ ଜୀବନ ବିତାଉଛନ୍ତି ଉଦଳା ବଡ଼ଖମଣ ପଂଚାୟତ କୁଟଲିଂର ୱାର୍ଡ ମେମ୍ବର

କନକ ବ୍ୟୁରୋ : ପାଇଖାନାରେ ଦିନ କାଟୁଛନ୍ତି ୱାର୍ଡ ମେମ୍ବର । ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ଉଦଳା ବ୍ଲକ ବଡ଼ଖମଣ ପଂଚାୟତ କୁଟଲିଂ ଗ୍ରାମର ରାଇକାଳି ସାହିର ବଂଶୀଧର ମୁଖୀ ଓ ପତ୍ନୀ ସୁମତି । ଉଭୟେ ବହୁତ ଗରିବ । ପତ୍ନୀ ହେଉଛନ୍ତି ସମିତି ସଭ୍ୟ । ବର୍ଷକ ତଳେ ନିଆଁ ଲାଗି ତାଙ୍କ ଘର ଜଳି ପାଉଁଶ ହୋଇଯାଇଥିଲା । ଯାହା ପରଠାରୁ ଏହି ଦମ୍ପତି ଘର ଖଣ୍ଡିଏ ପାଇବା ପାଇଁ ସରଂପଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଘର ମିଳିପାରିଲା ନାହିଁ । ଫଳରେ ଏବେ ସମିତି ସଭ୍ୟ ଓ ତାଙ୍କ ସ୍ୱାମୀ ପାଇଖାନାରେ ଜୀବନ ବିତାଉଛନ୍ତି । ଦୀର୍ଘ ଦିନ ଧରି ଏମିତି ଜୀବନ ବିତାଉଥିଲେ ବି ଆଜି ପର୍ଯ୍ୟନ୍ତ ନା ସରକାରୀ ସହାୟତା ନା କାହାରି ନଜର ସେମାନଙ୍କ ଉପରେ ପଡ଼ିନାହିଁ ।

The post ଜନପ୍ରତିନିଧି ହୋଇ ବି ମିଳିନାହିଁ ସରକାରୀ ସହାୟତା । ସରକାରୀ ପାଇଖାନାରେ ଜୀବନ ବିତାଉଛନ୍ତି ଉଦଳା ବଡ଼ଖମଣ ପଂଚାୟତ କୁଟଲିଂର ୱାର୍ଡ ମେମ୍ବର first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ବାଗେଶ୍ୱର ବାବାଙ୍କ ଓଡ଼ିଶା ଗସ୍ତ । ଦୁଇ ଦିନ ତଳେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ବେଳାଭୂମିରେ କରିଥିଲେ ହନୁମାନ ଚାଳିଶା

କନକ ବ୍ୟୁରୋ : ପୁରୀ ବେଳାଭୂମିରେ ବାଗେଶ୍ୱର ବାବାଙ୍କ ହନୁମାନ ଚାଳିଶା ପାଠ । ଓଡିଶା ଗସ୍ତରେ ଆସିଥିବା ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୁମାର ଶାସ୍ତ୍ରୀ ଦୁଇ ଦିନ ତଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ    । ପରେ ରାତି ୩ଟା ସମୟରେ ନିଜ ସମର୍ଥକଙ୍କ ସହ ବାଗେଶ୍ୱର ବାବା ପୁରୀ ବେଳାଭୂମିକୁ ଯାଇ ହନୁମାନ ଚାଳିଶା ପାଠ କରୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ହନୁମାନ ଚାଳିଶା ପାଠ ଦ୍ୱାରା ମାନସିକ ସ୍ତରରେ ଶାନ୍ତି ମିଳିଥାଏ ବୋଲି ସେ କହିଛନ୍ତି ।

The post ଚର୍ଚ୍ଚାରେ ବାଗେଶ୍ୱର ବାବାଙ୍କ ଓଡ଼ିଶା ଗସ୍ତ । ଦୁଇ ଦିନ ତଳେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ବେଳାଭୂମିରେ କରିଥିଲେ ହନୁମାନ ଚାଳିଶା first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ନିମନ୍ତ୍ରଣ ପାଇଁ ବୁଲୁଛି ଅକ୍ଷତ କଳସଯାତ୍ରା, ଓଡ଼ିଶା ରାଜ୍ୟପାଳଙ୍କୁ ଭେଟି କରାଗଲା ନିମନ୍ତ୍ରଣ

କନକ ବ୍ୟୁରୋ : ଅଯୋଧ୍ୟା ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ରାଜ୍ୟପାଳ ରଘୁବର ଦାସଙ୍କୁ ଦିଆଗଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଅକ୍ଷତ କଳସ ସହ ରାଜ୍ୟାପାଳଙ୍କୁ ନିମନ୍ତ୍ରଣ କରାଯାଇଛି । ଅଯୋଧ୍ୟାରୁ ଆସିଥିବା କର୍ମକର୍ତା ରାଜ୍ୟପାଳଙ୍କୁ ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳଙ୍କୁ ଦେଇଛନ୍ତି । ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ମନ୍ଦିର । ଏଥିରେ ବହୁ ପ୍ରତିଷ୍ଠିତ ବ୍ୟକ୍ତବିଶେଷ ଯୋଗଦେବେ । ସେଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେବେ । ଏହି ଐତିହାସିକ ମହୋତ୍ସବକୁ ଏକ ଭବ୍ୟ ରୂପରେଖା ଦେବା ପାଇଁ ପ୍ରଶାସନିକ ସ୍ତରରେ ସହଯୋଗ କାମନା କରିଥିଲେ । ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଭୁବନେଶ୍ୱର ମହାନଗର ପ୍ରମୁଖ ଶୁଭ୍ରାଂଶୁ ଶେଖର ଶତପଥୀ, ଉମାଶଙ୍କର ଆଚାର୍ଯ୍ୟ, ପ୍ରସନ୍ନ କୁମାର ସେନାପତି, ପ୍ରଦୀପ୍ତ କୁମର ମହାନ୍ତି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।

The post ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ନିମନ୍ତ୍ରଣ ପାଇଁ ବୁଲୁଛି ଅକ୍ଷତ କଳସଯାତ୍ରା, ଓଡ଼ିଶା ରାଜ୍ୟପାଳଙ୍କୁ ଭେଟି କରାଗଲା ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started