ଏଥର ଭୁବନେଶ୍ୱର ଲୋକସଭା ଆସନ ଦେଖିପାରେ ମହିଳା ଫାଇଟ । ଉତର ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କ ଜନସର୍ମ୍ପକ ଯାତ୍ରା, ବିଜେଡି ସାଂସଦ ପ୍ରାର୍ଥୀ କହି ମାଇକରେ ହେଲା ପ୍ରଚାର

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରେ ଦେଖିବାକୁ ମିଳିବ କି ମହିଳାଙ୍କ ଲଢେଇ? ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଚେକ୍ ଦେବାକୁ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବ କି ବିଜୁ ଜନତା ଦଳ? ଉତର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାରମ୍ବାର ସ୍ମୋଗାନ ଦିଆଯାଉଥିଲା ‘ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ସ୍ୱାଗତମ । ୨୦୨୪ ସାଧାରଣ ନିର୍ବାଚନକୁ ମାସ କେଇଟା ବାକି ଥିବା ବେଳେ ଦଳ ଶ୍ରୀମୟୀ ମିଶ୍ରଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ଗାଁରେ ଜନସର୍ମ୍ପକ ଅଭିଯାନ ଆରମ୍ଭ କରିଛନ୍ତି ଶ୍ରୀମୟୀ ମିଶ୍ର । ଶ୍ରୀମୟୀ ମିଶ୍ର ଜଣାଶୁଣା ପୁରୁଣା ଟେଲିଭିଜନ ଚେହେରା, ପଶ୍ଚିମ ଓଡ଼ିଶାରେ ଲୋକପ୍ରିୟ ନେତ୍ରୀ । ପୂର୍ବରୁ ବିଜେଡିର ମୁଖପାତ୍ର, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥିବା ବେଳେ ଓଟିଡିସିର ଚେୟାରମ୍ୟାନ ଭାବେ ବି ଦାୟିତ୍ୱ ତୁଲାଇଛନ୍ତି । ବିଜେଡି ଏଥର ଅଧିକ ମହିଳାଙ୍କୁ ଟିକେଟ ଦେବାର ସମ୍ଭାବନା ଥିବାରୁ ଅପରାଜିତାଙ୍କ ବିରୋଧରେ ଶ୍ରୀମୟୀ ନିର୍ବାଚନକୁ ଓହ୍ଲାଇବା ସମ୍ଭାବନା ସୃଷ୍ଟି ହୋଇଛି ।

The post ଏଥର ଭୁବନେଶ୍ୱର ଲୋକସଭା ଆସନ ଦେଖିପାରେ ମହିଳା ଫାଇଟ । ଉତର ଭୁବନେଶ୍ୱରରେ ଶ୍ରୀମୟୀ ମିଶ୍ରଙ୍କ ଜନସର୍ମ୍ପକ ଯାତ୍ରା, ବିଜେଡି ସାଂସଦ ପ୍ରାର୍ଥୀ କହି ମାଇକରେ ହେଲା ପ୍ରଚାର first appeared on Kanak News.

from Kanak News
via <a href="https://ifttt.com/?

ନିଜ ବାହାଘରରେ ମଦ ପିଇ ନାଚିଲା ବର । ମଦୁଆ ବରକୁ ବାହାହେବାକୁ ମନା କରିଦେଲେ କନିଆ

କନକ ବ୍ୟୁରୋ : ବାହାଘରରେ ମଦ ପିଇ ନାଚିଲେ ବର । ମଦୁଆ ବରକୁ ବାହାହେବାକୁ ମନା କରିଦେଲେ କନିଆ । ଏଭଳି ଏକ ଖବର ଆସିଛି ଉତରପ୍ରଦେଶ ମୈନପୁରୀରରୁ । ବିବାହ ପାଇଁ କନିଆ ଘର ଦ୍ୱାରରେ ଆସି ପହଁଚି ସାରିଥିଲେ ବରଯାତ୍ରୀ । ଭୋଜି, ଭାତ ସହ ସବୁ କିଛି ଚାଲିଥିଲା । ହେଲେ ଏତିକି ବେଳେ ବରର ଅସ୍ୱାଭାବିକ ନାଚିବା ଶୈଳି ଦେଖି କନିଆକୁ ସନ୍ଦେହ ହୋଇଥିଲା । ପଚରା ଉଚରା ପରେ କନିଆ ଜାଣିବାକୁ ପାଇଥିଲା ଯେ, ମଦ ନିଶାରେ ମଜ୍ଜି ରହିଛି ତାକୁ ବିବାହ କରିବାକୁ ଆସିଥିବା ବର । ଏହାକୁ ନେଇ କ୍ଷୁବ୍ଧ ହେବା ସହ ବିବାହ କରିବାକୁ ସଫା ସଫା ମନା କରିଦେଇଥିଲେ କନିଆ ଜଣଙ୍କ । ନିଜ ବାପା-ମାଆଙ୍କୁ ବୁଝାଇଥିଲେ, ଯେଉଁ ବ୍ୟକ୍ତି ନିଜ ବାହାଘରରେ ମଦ ନିଶାରେ ରହୁଛି, ଆଗକୁ ଯାଇ ସେ କଣ କରିବ । ମଦ ନିଶାରେ ମତେ ମାରପିଟ୍ ନକରିବ ଏ କଥାର କଣ ଗ୍ୟାରେଂଟି । ଝିଅ ଜିଦ୍ ଆଗରେ ବାପା-ମାଆ ମାନି ଯାଇଥିଲେ ଆଉ ବାହାଘର ଭାଙ୍ଗିଦେଇଥିଲେ । ବିନା ବିବାହରେ ଶିଶୁପାଳ ହୋଇ ଫେରିଥିଲା ବର । ଘଟଣାଟି ମୈନିପୁରୀର ଏକ ଛୋଟିଆ ଗାଁ ଗମ୍ଭିରାର ହୋଇଥିବାବେଳେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କନିଆ ଓ ତାଙ୍କ ପରିବାରର ଏଭଳି ନିଷ୍ପତି ଆମ ସମାଜକୁ ବଡ ବାର୍ତା ଦେଇଛି ।

The post ନିଜ ବାହାଘରରେ ମଦ ପିଇ ନାଚିଲା ବର । ମଦୁଆ ବରକୁ ବାହାହେବାକୁ ମନା କରିଦେଲେ କନିଆ first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର । କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁ ଓ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଆୟକର ବିଭାଗର ଚଢାଉ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷ ହେଲା ଜାରି ରହିଛି କଂଗ୍ରେସର ଟଙ୍କା ଲୁଟ୍ । ଦେଶରେ ଟଙ୍କା ଲୁଟ୍ କରିବାକୁ ଚାହୁଁଛି କିଏ? ଯେତେବେଳେ ଆମ ପାଖରେ କଂଗ୍ରେସ ପରି ଦଳ ଅଛନ୍ତି ଆଉ ଯିଏ ୭୦ ବର୍ଷ ହେଲା ଦେଶର ଟଙ୍କାକୁ ଲୁଟ୍ କରୁଛି ଓ ଏବେ ବି ସମାନ କଥା ଜାରି ରଖିଛି ବୋଲି କହିଛନ୍ତି ମୋଦୀ । ବର୍ତମାନ ଜାରି ରହିଥିବା ଆୟକର ବିଭାଗର ବଡ଼ ରେଡରେ ଯେଉଁ ବିପୁଳ ନଗଦ ଟଙ୍କା ଜବତ ହୋଇଛି, ସେହି ଟଙ୍କା ଓ କଂଗ୍ରେସ ନେତାଙ୍କୁ ନେଇ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଥିଲା । ଏହି ଭିଡିଓକୁ ରିଟ୍ୱିଟ୍ କରିବା ସହ କଂଗ୍ରେସକୁ ଏପରି କଡା ଭାଷାରେ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଏହି ଟ୍ୱିଟ୍ ନେଇ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

The post ମଦ ବ୍ୟବସାୟୀଙ୍କ ଠିକଣାରୁ କୋଟି କୋଟି ଟଙ୍କା ଜବତ ପରେ ରାଜନୀତି ଜୋର । କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ first appeared on Kanak News.

from Kanak News
via <a href="https://ifttt.com/?

ନେହରୁଙ୍କ ଉପରେ ଅମିତ୍ ଶାହାଙ୍କ ବୟାନକୁ ନେଇ ଜବାବ ରଖିଲେ ରାହୁଲ ଗାନ୍ଧୀ । କହିଲେ , ତାଙ୍କୁ ଜଣା ନାହିଁ ଇତିହାସ, ଏହା ସର୍ବଦା ପରିବର୍ତ୍ତନଶୀଳ

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଉପରେ କଡା ମନ୍ତବ୍ୟ ଦେଇଥିଲେ । ଗୃହମନ୍ତ୍ରୀ କହିଥିଲେ କି, ଯଦି ଅସ୍ତ୍ରବିରତି ହୋଇନଥାନ୍ତା ତେବେ ପାକ୍ ଅଧିକୃତ କାଶ୍ମୀର ଆଜି ଭାରତର ଅଙ୍ଗ ହୋଇ ରହିଥାନ୍ତା । ଏହାସହ ସେ କହିଥିଲେ କି ଯଦି ନେହରୁ ୨ ଦିନ ରହିଯାଇଥାନ୍ତେ ତେବେ ପୂରା ପିଓକେରେ ତ୍ରିରଙ୍ଗା ଉଡିଥାନ୍ତା । ଅମିତ ଶାହାଙ୍କ ବୟାନ ଉପରେ ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ କହିଛନ୍ତି କି, ଅମିତ୍ ଶାହାଙ୍କୁ ଇତିହାସ ଜଣାନାହିଁ । ପଣ୍ଡିତ ଜବାହରଲାଲ ନେହରୁ ଭାରତ ପାଇଁ ନିଜର ଜୀବନ ଉତ୍ସଗ କରିଛନ୍ତି । ବର୍ଷ ବର୍ଷ ଧରି ଜେଲରେ ରହିଛନ୍ତି । ଏଭଳି ମନ୍ତବ୍ୟ କେବଳ ଲୋକଙ୍କୁ ଭ୍ରମିତ କରିବା ପାଇଁ । ସଂସଦରେ ମୂଳ ପ୍ରସଙ୍ଗ ଜାତିଗତ ଜନଗଣନାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ସେ ନେହରୁଙ୍କ ପ୍ରତି ଏଭଳି ବୟାନ ଦେଇଛନ୍ତି । ଏହାସହ ସେ କହିଛନ୍ତି କି, ଭାଗିଦାରୀରେ ଦେଶର ସମ୍ପତ୍ତି କୁଆଡେ ଯାଉଛି ତା ଉପରେ ସଂସଦରେ ଚର୍ଚ୍ଚା ହେଉନାହିଁ । ଏସବୁ ମୂଳ ପ୍ରସଙ୍ଗକୁ ବିଜେପି ଭୟ କରୁଥିବାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ସେ ନେହରୁଙ୍କ ସହାୟତା ନେଉଛନ୍ତି ବୋଲି ୱାଇନାଡ ସାଂସଦ କହିଛନ୍ତି ।

ସେପଟେ ମଧ୍ୟପ୍ରଦେଶରେ ବିଜେପି ଜଣେ ପଛୁଆ ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଉପରେ ରାହୁଲ ଗାନ୍ଧୀ କହିଛନ୍ତି କି ନିଜେ ପ୍ରଧାନମନ୍ତ୍ରୀ ମୋଦୀଜୀ ପଛ୍ରୁଆ ବର୍ଗର ମାତ୍ର ପ୍ରଶାସନ କ୍ଷେତ୍ରରେ କେତେଜଣ ଓବିସି ରହିଛନ୍ତି ଓ ଦେଶରେ ଓବିସିଙ୍କ ଭାଗିଦାରୀ କେତେ ବୋଲି ସେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।

The post ନେହରୁଙ୍କ ଉପରେ ଅମିତ୍ ଶାହାଙ୍କ ବୟାନକୁ ନେଇ ଜବାବ ରଖିଲେ ରାହୁଲ ଗାନ୍ଧୀ । କହିଲେ , ତାଙ୍କୁ ଜଣା ନାହିଁ ଇତିହାସ, ଏହା ସର୍ବଦା ପରିବର୍ତ୍ତନଶୀଳ first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ୪ ଜଣ ପୋଲିସ କର୍ମୀ ସମେତ ୨ ଜଣ ଆତଙ୍କବାଦୀ ନିହତ

ଆଜି ପୁଣିଥରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳ ଥରି ଉଠିଛି । ଆତଙ୍କବାଦୀମାନେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ ଗାଡିକୁ ଖାଇବର ପାଖ୍ଟନଖୱା ସହରର ଏକ ପୋଲିସ୍ ଷ୍ଟେସନ କାନ୍ଥରେ ଧକ୍କା ଦେଇଥିଲେ । ଯାହା ପରେ ସେଠାରେ ବିସ୍ପୋରଣ ହୋଇଥିଲା । ଏହି ଘଟଣାରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଜିଲ୍ଲାର ସ୍କୁଲ ଓ କଲେଜଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି ।

ଆତଙ୍କବାଦୀମାନେ ପୁଣି ଥରେ ପାକିସ୍ତାନରେ ଏକ ବଡ଼ ଧରଣର ଅପରାଧ ଭିଆଇଛନ୍ତି ।

ଆତଙ୍କବାଦୀମାନେ ମଙ୍ଗଳବାର ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ସିଧାସଳଖ ପୋଲିସକୁ ଟାର୍ଗେଟ କରିଛନ୍ତି । ପୋଲିସ ଷ୍ଟେସନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅତି କମରେ ଚାରି ଜଣ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଘଟଣାରେ ୧୬ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଦକ୍ଷିଣ ୱାଜିରିସ୍ତାନ ଆଦିବାସୀ ଜିଲ୍ଲା ସୀମାନ୍ତରେ ଥିବା ଡେରା ଇସମାଇଲ ଖାନ ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ସୂଚନାନୁସାରେ, ଆତଙ୍କବାଦୀମାନେ ପ୍ରଥମେ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ  ପୋଲିସ ଷ୍ଟେସନରେ ଧକ୍କା ଦେଇଥିଲେ ଏବଂ ପରେ ମୋର୍ଟାର ମାଡ଼ କରାଯାଇଥିଲା । ପ୍ରତି ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ମୃତ ଏହି ଘଟଣାରେ ସ୍ଥାନୀୟ ପୋଲିସ କହିଛି ଯେ ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳି ବିନିମୟରେ ଅତି କମରେ ଚାରି ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ଏବଂ ୧୬ ଜଣ ଆହତ ହୋଇଛନ୍ତି । ତେବେ ଖାଇବର ପାଖ୍ଟନଖୱା ପୋଲିସ ମଧ୍ୟ ସୂଚନା ଦେଇଛି ଯେ ଏହି ଏନକାଉଣ୍ଟର ବେଳେ ପୋଲିସ ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରିଛି। ଅବଶିଷ୍ଟ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ଆତଙ୍କବାଦୀଙ୍କ ସଂଖ୍ୟା କେତେ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସ୍ଥାନୀୟ ପୋଲିସର କହିବାନୁସାରେ, ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସକୁ ସଚେତନ କରାଯାଇଥିଲା । ଏହି ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଇଥିଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ।ଖାଇବର ପାଖ୍ଟନଖୱାଠାରେ ସ୍କୁଲ ଏବଂ କଲେଜ ବନ୍ଦଏହି ଆତଙ୍କବାଦୀ ଘଟଣା ପରେ ତୁରନ୍ତ ଏକ ନୂତନ ପୋଲିସ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଜିଲ୍ଲା ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି।

The post ପାକିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ୪ ଜଣ ପୋଲିସ କର୍ମୀ ସମେତ ୨ ଜଣ ଆତଙ୍କବାଦୀ ନିହତ first appeared on Kanak News.

from Kanak News
via <a href="https://ifttt.com/?

ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମରେ ମହୁମାଛି ଆତଙ୍କ । କାର୍ଯ୍ୟକ୍ରମ ସ୍ଥଳ ଛାଡି ପଳାଇଲେ ଉପସ୍ଥିତ ଲୋକେ

କନକ ବ୍ୟୁରୋ : ‘ନବୀନ ଓଡିଶା ଯୁବ ଓଡିଶା’ କାର୍ଯ୍ୟକ୍ରମରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣ ଯୋଗୁ କାର୍ଯ୍ୟକ୍ରମ ବାତିଲ ହୋଇଥିବା ସୂଚନା । କାର୍ଯ୍ୟକ୍ରମ ସ୍ଥଳ ଛାଡି ଧାଇଁଲେ କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ । ଯାଜପୁର ଚଣ୍ଡିଖୋଲ ବି.ବି ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ନବୀନ ଓଡିଶା ଯୁବ ଓଡିଶା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ଅଚାନକ ବାଘୁଆ ମହୁମାଛି ଆକ୍ରମଣ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ସ୍ଥାନୀୟ ବିଧାୟକ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରୁ ପଳାଇଥିଲେ ।

The post ନବୀନ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମରେ ମହୁମାଛି ଆତଙ୍କ । କାର୍ଯ୍ୟକ୍ରମ ସ୍ଥଳ ଛାଡି ପଳାଇଲେ ଉପସ୍ଥିତ ଲୋକେ first appeared on Kanak News.

from Kanak News
via <a href="https://ifttt.com/?

ଲୋହିତ ସାଗର ଉତ୍ତେଜନା ଚରମ ଶିଖରରେ । ହୁତି ବିଦ୍ରୋହୀମାନଙ୍କ ଇସ୍ରାଏଲ୍ ଜାହାଜ ଉପରେ ଆକ୍ରମଣ

ରିପୋର୍ଟରେ କୁହାଯାଇଛି ଯେ ଜାହାଜରେ ନିଆଁ ଲାଗିଯାଇଥିଲା । ଯଦିଓ ସମସ୍ତେ ସୁରକ୍ଷିତ ଅଛନ୍ତି । କୁହାଯାଉଛି ଯେ ଏହି ଜାହାଜର  ଇସ୍ରାଏଲ ସହିତ ସିଧାସଳଖ ସମ୍ବନ୍ଧ ଅଛି ।  ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ଦାବି କରିଛନ୍ତି ଯେ ୟେମେନରେ ହୁତି ବିଦ୍ରୋହୀମାନେ ଏହାକୁ ଲକ୍ଷ୍ୟକରି  କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି ।

ୟେମେନ ଉପକୂଳ ନିକଟ ଲୋହିତ ସାଗରରେ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଛି । କୁହାଯାଉଛି ଯେ ଇସ୍ରାଏଲର ଜାହାଜକୁ ଟାର୍ଗେଟ କରି ଏହି ଆକ୍ରମଣ ଘଟିଛି । ଘରୋଇ ଗୁପ୍ତଚର କମ୍ପାନୀଗୁଡିକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ଜାହାଜ ଉପରେ ହୋଇଥିବା ଆକ୍ରମଣ ଏପରି ଏକ ସମୟରେ ହୋଇଛି ​​ଯେତେବେଳେ ଗାଜା ଷ୍ଟ୍ରିପରେ ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି ।  ୟେମେନର ହୁତି ବିଦ୍ରୋହୀମାନେ ହମାସକୁ ସମର୍ଥନ କରି ଇସ୍ରାଏଲର ବାଣିଜ୍ୟିକ ଜାହାଜକୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ବ୍ରିଟେନର ନୌସେନା ଏହି ଆକ୍ରମଣକୁ ନିଶ୍ଚିତ କରିଛି । ବ୍ରିଟେନର ନୌସେନା ଓ ଆମେରିକାର ନୌସେନା ବର୍ତ୍ତମାନ ଲୋହିତ ସାଗରରେ ନିୟୋଜିତ ଅଛନ୍ତି ।

ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାଁନ୍ତି, କିନ୍ତୁ ବିଦ୍ରୋହୀ ସାମରିକ ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ୍ ୟାହି ସାରୀ କହିଛନ୍ତି ଯେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯିବ। ଅକ୍ଟୋବର ୭ ପରଠାରୁ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଜାହାଜ ଉପରେ ବାରମ୍ବାର ଆକ୍ରମଣ କରିଛନ୍ତି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଲୋହିତ ସାଗରରେ ଟେନସନ ଚରମ ସୀମାରେ ପହଞ୍ଚିଛି ।

ଅକ୍ଟୋବର ୭ ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ପ୍ରାୟ ୧୪୦୦ ଲୋକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ ଇସ୍ରାଏଲ୍ ହମାସକୁ ସମ୍ପୂର୍ଣରୂପେ ଧ୍ୱଂସ କରିବାକୁ ଶପଥ ନେଇଛି ଏବଂ ତିନି ମାସ ଧରି ଆତଙ୍କବାଦୀ ସଂଗଠନ ସହ ଯୁଦ୍ଧ କରିଆସୁଛି । ହୁତି ବିଦ୍ରୋହୀମାନେ ସେହି ସବୁ ଜାହାଜ ଉପରେ ଆକ୍ରମଣ କରୁଛନ୍ତି ଯାହାର ଇସ୍ରାଏଲ ସହିତ ସିଧାସଳଖ ସମ୍ବନ୍ଧ ଅଛି । ୱାଶିଂଟନ୍‌ ଅନୁଯାୟୀ, ଚଳିତ ମାସ ଆରମ୍ଭରେ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜକୁ ସହାୟତା ଯୋଗାଉଥିବା ଆମେରିକା ଯୁଦ୍ଧପୋତ ତିନୋଟି ଡ୍ରୋନ୍‌ କୁ ଗୁଳି କରି ଖସାଇଥିଲା । ଏହିପରି ଆକ୍ରମଣକୁ  ସାମୁଦ୍ରିକ ସୁରକ୍ଷା ପାଇଁ ସିଧାସଳଖ ବିପଦ ବୋଲି ଜାତିସଂଘ କହିଛି ।

The post ଲୋହିତ ସାଗର ଉତ୍ତେଜନା ଚରମ ଶିଖରରେ । ହୁତି ବିଦ୍ରୋହୀମାନଙ୍କ ଇସ୍ରାଏଲ୍ ଜାହାଜ ଉପରେ ଆକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ବାଲିଯାତ୍ରା ଦୁର୍ନୀତି ଅଭିଯୋଗ ନେଇ ସ୍ପଷ୍ଟିକରଣ ରଖିଲେ ସିଏମସି କମିଶନର । କହିଲେ, କୌଣସି ସଂସ୍ଥାକୁ ଦିଆଯାଇନି ଟଙ୍କା

କନକ ବ୍ୟୁରୋ : ଦାନା ବାନ୍ଧୁଛି ରାଜ୍ୟସ୍ତରୀୟ ବାଲିଯାତ୍ରା କଟକ ଉତ୍ସବ ଆୟୋଜନରେ ଦୁର୍ନୀତି ପ୍ରସଙ୍ଗ ।ତଦନ୍ତ ପାଇଁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛି ରାଷ୍ଟ୍ରୀୟ ପଛୁଆ ବର୍ଗ । ଯେତେ ଦିନ ବଢୁଛି ସେତେ ବାଲିଯାତ୍ରା ଦୁର୍ନିତିର ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ଚଳିତ ବର୍ଷ ସ୍ଥିତି ଏମିତି ହୋଇଛି ଯେ ବାଲିଯାତ୍ରା ସମୟରେ ଜିଲ୍ଲା ପ୍ରଶାସନ ୧ ହଜାର ସ୍ମରଣିକା ବି ଛାପି ପାରିନାହିଁ । ଏଥିପାଇଁ କିନ୍ତୁ ବଜେଟ ହୋଇଥିଲା ସାଢେ ୩ ଲକ୍ଷ ଟଙ୍କା । କଟକ ପୌର ନିଗମ ପକ୍ଷରୁ ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମହାନଦୀ ଜଳରାଶିରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲେଜର ସୋ ଯୋଜନା ହେଲା ଯେ ତାହା ମାତ୍ର ୩ ଦିନରେ ବନ୍ଦ ହେଇଗଲା । ୨ କୋଟି ୧୦ ଲକ୍ଷ ୧୩ ହଜାର ୨୧୫ ଟଙ୍କା ବ୍ୟୟରେ ବାଲିଯାତ୍ରା ପଡ଼ିଆରେ ଏମିତି ମୋରମ୍ ପୂର୍ତ ବିଭାଗ ପକ୍ଷରୁ ବିଛାଗଲା ଯେ ପାଣି ପଡ଼ି କାଦୁଅ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସ୍କାନରରେ ରହିଛି । କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ କଟକ ମହାନଗର ନିଗମ ଦ୍ୱାରା ହୋଇଥିବା ମହାଦୁର୍ନୀତି ତଥା ସାଧାରଣ ଜନତାଙ୍କ ଅର୍ଥକୁ ଅପବ୍ୟବହାର କରିବାର ଅଭିଯୋଗ ଆଣିଛନ୍ତି ।

ସେପଟେ ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି କି, ବାଲିଯାତ୍ରା ପାଇଁ ହୋଇଥିବା ଆୟୋଜନ ବାବଦରେ କୌଣସି ସଂସ୍ଥାକୁ ଟଙ୍କା ଦିଆଯାଇନାହିଁ । ଆୟୋଜନ ପୂର୍ବରୁ ହୋଇଥିବା ସମସ୍ତ ବଜେଟର ଅପ୍ରୁଭାଲ ସ୍ୱଚ୍ଛତାର ସହ ହୋଇଛି ଓ ସଠିକ୍ ଧାରାରେ ଟେଣ୍ଡର ହୋଇଥିବା କଥା ସେ କହିଛନ୍ତି ।

The post ବାଲିଯାତ୍ରା ଦୁର୍ନୀତି ଅଭିଯୋଗ ନେଇ ସ୍ପଷ୍ଟିକରଣ ରଖିଲେ ସିଏମସି କମିଶନର । କହିଲେ, କୌଣସି ସଂସ୍ଥାକୁ ଦିଆଯାଇନି ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତାକାଲି ମଧ୍ୟପ୍ରଦେଶ-ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କନକ ବ୍ୟୁରୋ: ଆସନ୍ତାକାଲି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଦୁଇଟି ରାଜ୍ୟରେ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ହେବାକୁ ଥିବାବେଳେ, ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ବୁଧବାର ଦିନ ସାଢେ ୧୧ଟା ବେଳେ ମୋଦୀ ମଧ୍ୟପ୍ରଦେଶରେ ପହଞ୍ଚିବେ । ସେଠାରେ ସେ ମୋହନ ଯାଦବଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ । ଏହାପରେ ଅପରାହ୍ନ ୪ଟା ବେଳେ ଛତିଶଗଡରେ ପହଞ୍ଚିବା ସହିତ ସେଠାରେ ବିଷ୍ଣୁଦେଓ ସାଏଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ଗତ ସୋମବାର ଦିନ ବିଜେପି ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ବାଛିଥିଲା ଦଳ । ଶିବରାଜ ସିଂ ଚୌହାନଙ୍କ ବଦଳରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା । ଯାହାପରେ ଆସନ୍ତାକାଲି ତାଙ୍କର ଶପଥଗ୍ରହଣ ସମାରୋହ ହେବାକୁ ଯାଉଛି ।

ସେହିପରି ଛତିଶଗଡରେ ମଧ୍ୟ କଂଗ୍ରେସକୁ ହଟେଇ ବିଜେପି ସତ୍ତା ଫେରି ପାଇବା ପରେ ବିଷ୍ଣୁ ଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି । ମିଳିଥିବା ସୂଚନା ମୁତାବକ, ବିଷ୍ଣୁ ଦେଓ ସାଏଙ୍କ ଏହି ଶପଥ ଗ୍ରହଣ ସମାରୋହ ରାଜଧାନୀ ରାୟପୁରର ସାଇନ୍ସ କଲେଜ ପଡିଆରେ ହେବାକୁ ଯାଉଛି । ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରୀୟ ମନ୍ତ୍ରୀ ବି ସାମିଲ ହେଇପାରନ୍ତି ।

The post ଆସନ୍ତାକାଲି ମଧ୍ୟପ୍ରଦେଶ-ଛତିଶଗଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଠିକଣାରେ ଆଇଟି ଚଢଉକୁ ନେଇ ରାଜନୀତି ଜୋର୍ । ବଲାଙ୍ଗୀର ସମେତ, ବିଭିନ୍ନ ସ୍ଥାନରେ ବିଜେପିର ବିକ୍ଷୋଭ ।

କନକ ବ୍ୟୁରୋ: ବଲାଙ୍ଗିରରେ ଆୟକର ବିଭାଗର ଚଢାଉକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । କଳାଧନ ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲା ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । ବଲାଙ୍ଗିରରେ ୬ ଦିନ ହେବ ଚଢାଉ କରିଥିଲା ଆୟକର ବିଭାଗ । ଏହା ସହ ବ୍ୟାଙ୍କରେ ଟଙ୍କା ଗଣତି ପରେ ପାଖାପାଖି ୪୫୦ କୋଟି ଟଙ୍କା ବାହାରିଥିଲା । ଏହା ସହ ୬୦ କେଜିରୁ ଅଧିକ ସୁନା ଜବତ କରିଥିଲା ଆୟକର ବିଭାଗ ।

ଟଙ୍କା ଗଣତି ପରେ ଏବେ ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ଟିଟଲାଗଡ଼ ପରେ ଆଜି ବଲାଙ୍ଗିରରେ ଲକର ଖୋଲିପାରେ ଆୟକର ବିଭାଗ । ଗତକାଲି ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସଂପତି ସଂପର୍କରେ ପଚରାଉଚରା କରିଥିଲେ । ପରେ ଆରତିଙ୍କ ଉପସ୍ଥିତିରେ ଏକ୍ସିସ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ବ୍ୟାଙ୍କ ଖାତାଗୁଡ଼ିକ ଯାଂଚ କରିଥିଲେ । ଏହିସମୟରେ ୩ ଗୋଟି ଲକରରୁ ବହୁ ପରିମାଣରେ ସୁନା ଜବତ ହୋଇଥିବା ଜଣାପଡିଛି । ଲକରରେ ସୁନା ଗହଣା, ସୁନା ବିସ୍କୁଟ ଓ ହୀରା ଗହଣା ଭଳି ଜିନିଷ ଥିବା ଜଣାପଡିଛି । ପୂର୍ବରୁ ଟିଟିଲାଗଡ଼ରୁ ୧୧ କୋଟି ଟଙ୍କା ଜବତ ହୋଇଥିବା ବେଳେ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କୁ ଆୟକର ବିଭାଗ ଅଧିକାରୀମାନେ ପଚରାଉଚରା ଜାରି ରଖିଥିବା ଜଣାଯାଇଛି । ଜବତ ଟଂକା ଗୁଡିକ ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ବୋଲି ଜଣାପଡିଛି । ଏବେ ତାଙ୍କର ସମସ୍ତ ସଂପର୍କୟ ଓ ବ୍ୟବସାୟିକ ବନ୍ଧୁଙ୍କ ଉପରେ ନଜର ରଖିଛି ଆୟକର ବିଭାଗ ।

The post ମଦ ବ୍ୟବସାୟୀଙ୍କ ଠିକଣାରେ ଆଇଟି ଚଢଉକୁ ନେଇ ରାଜନୀତି ଜୋର୍ । ବଲାଙ୍ଗୀର ସମେତ, ବିଭିନ୍ନ ସ୍ଥାନରେ ବିଜେପିର ବିକ୍ଷୋଭ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started