ଫ୍ରିଜ ଖୋଲି ଫ୍ରୁଟି ପିଇଲେ, ଲୁଟି ନେଲେ ସୁନା ଅଳଙ୍କାର । ଭୁବନେଶ୍ୱର ଗାଡ଼କଣରେ ୫ଟି ଫ୍ଲାଟରୁ ଲୁଟ୍ ।

କନକ ବ୍ୟୁରୋ: ଭୁବନେଶ୍ୱର ଗାଡ଼କଣ ସ୍ଥିତ ସ୍ପେସ୍ ଟାଉନ ଆପାର୍ଟମମେଂଟରୁ ସିରିଜ ଲୁଟ । ଘରେ ପଶି ଫ୍ରିଜରେ ଥିବା ଫ୍ରୁଟି ପିଇ ୫ଟି ଫ୍ଲାଟରେ ବୁଲାଇଲେ କଳାକନା । ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ନେଇଗଲେ ସୁନା ଅଳଙ୍କାର । ମଂଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ ଜାରି ରହିଛି । ରାଜଧାନୀରେ ଲୁଟେରାଙ୍କ ଆତଙ୍କ ରାଜ ବଢ଼ି ଚାଲିଛି । ରବିବାର ଦିନ ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ୍ ତାଡି ଲୁଟ୍ କରିଥିଲେ ଲୁଟେରା । ଷ୍ଟେବ୍ବ୍ୟାଙ୍କର ଏଟିଏମ୍ ତାଡି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ସାଧାରଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକେ ଆପାଟମେଂଟରେ ରହିବାକୁ ପସନ୍ଦ କରନ୍ତି । ହେଲେ ଆପାଟମେଂଟକୁ ଲୁଟେରା ଟାର୍ଗେଟ କରୁଥିବାରୁ ଲୋକଙ୍କ ଭିତରେ ଭୟ ବଢ଼ିବାରେ ଲାଗିଛି ।

The post ଫ୍ରିଜ ଖୋଲି ଫ୍ରୁଟି ପିଇଲେ, ଲୁଟି ନେଲେ ସୁନା ଅଳଙ୍କାର । ଭୁବନେଶ୍ୱର ଗାଡ଼କଣରେ ୫ଟି ଫ୍ଲାଟରୁ ଲୁଟ୍ । first appeared on Kanak News.

from Kanak News
via <a href="https://ifttt.com/?

ହସ୍ପିଟାଲରେ ଅପରେସନ କରୁଥିଲେ ଝିଅ, ବାପାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ହେଲା ଘୋଷଣା । ତା ପରେ… ।

କନକ ବ୍ୟୁରୋ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । କାରଣ ମୁଖ୍ୟମନ୍ତ୍ରୀ ରେସରେ ଅନେକ ବଡ ବଡ ନାଁ ଥିଲେ ମଧ୍ୟ ମୋହନଙ୍କ ଉପରେ ଶୀର୍ଷ ନେତୃତ୍ୱ ଭରସା କରିବେ ତାହା କେହି କଳ୍ପନା ମଧ୍ୟ କରିନଥିଲେ । ଏହା ମୋହନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା । ପୂରା ପରିବାରବର୍ଗ ଏଭଳି ନିଷ୍ପତ୍ତିରେ ଚକିତ ହୋଇଯାଇଥିଲେ ।

ଯେତେବେଳେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଗଲା ସେତେବେଳେ ତାଙ୍କ ଝିଅ ରୋଗୀଙ୍କର ଅପରେସନ କରୁଥିଲେ । କିନ୍ତୁ ବାପା ମୁଖ୍ୟମନ୍ତ୍ରୀ ହେବା ଖବର ଶୁଣି ଅଧିକ ଉତ୍ସାହିତ ହୋଇ ନିଜ କାର୍ଯ୍ୟ ଛାଡିନଥିଲେ ଝିଅ ଆକାଂକ୍ଷା । ବରଂ ରୋଗୀଙ୍କର ସଫଳତାପୂର୍ବକ ଅପରେସନ କରିବା ପରେ ହିଁ ଘରକୁ ଫେରିଥିଲେ ଆକାଂକ୍ଷା । ଏନେଇ ଗଣମାଧ୍ୟମକୁ ଆକାଂକ୍ଷା କହିଛନ୍ତି, ବାପା ମୁଖ୍ୟମନ୍ତ୍ରୀ ହେବା ଜାଣିବା ପରେ ହସ୍ପିଟାଲରୁ ଘର ପର୍ଯ୍ୟନ୍ତ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ସମସ୍ତେ ବାଜା ବଜାଇ, ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରୁଥିଲେ ।

ମୋହନ ଯାଦବ ବିଜେପିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ଶିବରାଜଙ୍କ ସରକାରରେ ମୋହନ ଶିକ୍ଷାମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବାକୁ ଥିବା ବେଳେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ସେହିଭଳି ନରେନ୍ଦ୍ର ସିଂ ତୋମାର ବାଚସ୍ପତି ଦାୟିତ୍ୱରେ ରହିବେ ।

The post ହସ୍ପିଟାଲରେ ଅପରେସନ କରୁଥିଲେ ଝିଅ, ବାପାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ହେଲା ଘୋଷଣା । ତା ପରେ… । first appeared on Kanak News.

from Kanak News
via <a href="https://ifttt.com/?

ଚାଷୀଙ୍କୁ ସର୍ତ୍ତ ଅଡୁଆ । ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ ।

କନକ ବ୍ୟୁରୋ: ବ୍ୟାଙ୍କ ସାମ୍ନାରେ ଲମ୍ବା ଲାଇନ୍ । ଉଠାଜଳସେଚନ ଯୋଜନାରେ ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ । କେବଳ ୟୁନିୟନ ବ୍ୟାଙ୍କରେ ଆବେଦନ କରିବାର ସୁବିଧା ଥିବାରୁ ଲୋକେ ଏହି ବ୍ୟାଙ୍କରେ ଭିଡ ଜମାଇଛନ୍ତି ଚାଷୀ ।

ନବରଙ୍ଗପୁର ଉମରକୋଟ ଅଞ୍ଚଳରେ ଥିବା ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଏଭଳି ଭିଡ ଦେଖିବାକୁ ମିଳିଛି । ଉଠା ଜଳସେଚନ ବିଭାଗ ପକ୍ଷରୁ ଚାଷୀଙ୍କୁ ନଳକୂପ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ଯୋଜନାର ଅର୍ନ୍ତଭୁକ୍ତ ହେବାକୁ ହେଲେ କେବଳ ୟୁନିୟନ ବ୍ୟାଙ୍କ ମାଧ୍ୟମରେ ହିଁ ଟଙ୍କା ପୈଠ କରି ପଞ୍ଜିକରଣ କରିବାର ନିୟମ ରହିଛି । ନବରଙ୍ଗପୁର ଜିଲ୍ଲାରେ ୟୁନିୟନ ବ୍ୟାଙ୍କର ଦୁଇଟି ଶାଖା ରହିଛି । ଆସନ୍ତା ୧୬ ତାରିଖ ଭିତରେ ଟଙ୍କା ପୈଠ କରିନପାରିଲେ ଯୋଜନାରୁ ବଂଚିତ ହେବାର ଆଶଙ୍କା ଥିବାରୁ ଲୋକ ବ୍ୟାଙ୍କରେ ଭିଡ ଜମାଇଛନ୍ତି । ସୂଚନା ମୁତାବକ ୧୦ରୁ ୨୦ ହଜାର ଟଙ୍କା ଜମା କଲେ ଚାଷ କରିବା ପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ନୂଳକୁପ ବସାଇଦିଆଯିବ । ଯାହାଦ୍ୱାରା ଚାଷୀମାନେ ସବୁ ସମୟରେ ଚାଷ କରିପାରିବେ ।

ଏନେଇ ଓଡିଶା ଉଠା ଜଳସେଚନର ଉପଦେଷ୍ଟା ପ୍ରମୋଦ ପାଢ଼ୀ କହିଛନ୍ତି, ଯଦି ଜିଲା ପ୍ରଶାସନ ଅନ୍ୟ ବ୍ୟାଙ୍କକୁ ଜଡିତ କରିବା ସହ ଆବେଦନ କରିବାର ଅବଧି ଆଉ ୧୫ଦିନ ଯଦି ବଢ଼ାଇ ଦିଅନ୍ତି ତାହେଲେ ଜିଲାର ଅନେକ ଚାଷୀ ଉପକୃତ ହୋଇ ପାରିବେ ।

The post ଚାଷୀଙ୍କୁ ସର୍ତ୍ତ ଅଡୁଆ । ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ଭୁଟାନ ଏବେ ଚୀନ୍ କଥାରେ ଉଠ୍ ବସ । ଭାରତ ପାଇଁ କେତେ ବିପଦଜନକ ?

ଚୀନ୍ ଭୁଟାନର ଉତ୍ତର ଅଞ୍ଚଳ ନିକଟରେ ଦ୍ରୁତ ଗତିରେ ଭିତ୍ତିଭୂମି ବିକାଶ କରୁଛି । ଏହା ଭାରତ ପାଇଁ ଏକ ଆଲାର୍ମ ଘଣ୍ଟି ସଦୃଶ୍ୟ । ଚୀନ ଯେପରି ଢଙ୍ଗରେ ଭୁଟାନକୁ ଋଣ ଜାଲରେ ବୁଡେଇ ସାରିଲାଣି ଆଗାମୀ ଦିନରେ ଭୁଟାନର ଜାକରଲୁଙ୍ଗ ଉପତ୍ୟକା ଚୀନ୍ ହାତକୁ ଯିବାରେ କିଛି ଅସୁବିଧା ହେବନାହିଁ । ଚୀନ୍ ଉଭୟ ଜାକରଲୁଙ୍ଗ ଏବଂ ପଡୋଶୀ ମେନଚୁମା ଉପତ୍ୟକାକୁ ଏକପ୍ରକାର ଦଖଲ କରି ନେଇଛି ଏବଂ ଭୁଟାନ ଏହି ଜମିକୁ ଚୀନ୍ କୁ ହସ୍ତାନ୍ତର କରିବ ସେ ଦିନ ବୋଧହୁଏ ଆଉ ବେଶି ଦୂର ନାହିଁ ।

୨୦୧୭ ରେ ଭାରତ ଏବଂ ଚୀନ୍ ମଧ୍ୟରେ ଡୋକଲାମ ବିବାଦ ସମୟରେ ପଶ୍ଚିମ ଭୁଟାନ ନିକଟ ସିଲିଗୁଡି କରିଡର ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ସ୍ଥାନ ଭାବରେ ଉଭା ହୋଇଥିଲା । ଅନେକ ଦଶନ୍ଧି ଧରି ଚୀନ୍ ଏହା ଉପରେ ଦୃଷ୍ଟି ରଖିଥିଲା । ଏଥି ସହିତ, ଗତ କିଛି ବର୍ଷ ଧରି ଚୀନ୍ ଭୁଟାନର ଉତ୍ତର ଅଞ୍ଚଳ ଉପରେ ମଧ୍ୟ ନଜର ରଖିଛି । ସାଟେଲାଇଟ୍ ଚିତ୍ରରୁ ଜଣାପଡିଛି ଯେ ଭୁଟାନର ଉତ୍ତର ଅଞ୍ଚଳ ନିକଟରେ ଚୀନ୍ ଦ୍ରୁତ ଗତିରେ ଭିତ୍ତିଭୂମି ବିକାଶ କରୁଛି, ଯାହା ଭାରତ ପାଇଁ ଚିନ୍ତାର ମୁଖ୍ୟ କାରଣ । ଭାରତ ପାଇଁ ଏହା ଏକ ସତର୍କ ସୂଚନା ସଦୃଶ୍ୟ କାରଣ ଜାକରଲୁଙ୍ଗ ଉପତ୍ୟକା ଆଗାମୀ ସମୟରେ ଚୀନ୍ ହାତକୁ ଯାଇପାରେ ।  ଚୀନ୍ ଉଭୟ ଜାକରଲୁଙ୍ଗ ଏବଂ ପଡୋଶୀ ମେନଚୁମା ଉପତ୍ୟକାକୁ ଏକପ୍ରକାର ଦଖଲ କରି ନେଇଛି ଏବଂ ଭୁଟାନ ଏହି ଜମିକୁ ଚୀନ୍ କୁ ହସ୍ତାନ୍ତର କରିବ ସେ ଦିନ ବୋଧହୁଏ ଆଉ ବେଶି ଦୂର ନାହିଁ ।

ଭୁଟାନରେ ଚୀନର ଚାଲ୍

ଚୀନ୍ ଭୁଟାନର ଅନେକ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ କରିଛି । ଚୀନ୍ ଭୁଟାନର ବିୟୁଲ୍ ଉପତ୍ୟକାରେ ସଡ଼କ ନେଟୱାର୍କ ତିଆରି କରିଛି । ଚୀନ ନିଜର ସୈନ୍ୟ ପାଇଁ ସାମରିକ ପୋଷ୍ଟ ମଧ୍ୟ ନିର୍ମାଣ କରିଛି । ଚୀନ୍ ପୂର୍ବରୁ ମଧ୍ୟ ଭୁଟାନ ଅଞ୍ଚଳରେ ରାସ୍ତା ନିର୍ମାଣ କରିବାକୁ ଚେଷ୍ଟା କରିଥିଲା । ତେବେ ସେହି ସମୟରେ ପଶ୍ଚିମ ଭୁଟାନରେ ଏହା ଚାଲିଥିଲା । ୨୦୧୭ ରେ ଚୀନ୍ ଦକ୍ଷିଣ-ପଶ୍ଚିମର ଡୋକଲାମରେ ଏକ ରାସ୍ତା ନିର୍ମାଣ କରିବାକୁ ଚେଷ୍ଟା କରିଥିଲା, ଯାହାକୁ ଭାରତ ବିରୋଧ କରିଥିଲା। ସେତେବେଳେ PLA ଓ ଭାରତୀୟ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେଇଥିଲା ।

ଯାହା ଜଣାପଡୁଛି ଭୁଟାନ ଚୀନ୍ ଆଗରେ ମୁଣ୍ଡ ନୂଆଁଇ ସାରିଲାଣି ।  ଯାହା କୌଣସି ଦିଗରୁ ବି ଭାରତ ପାଇଁ ଭଲ ସଙ୍କେତ ନୁହେଁ । ଚୀନ୍‌ର କାର୍ଯ୍ୟକଳାପ ଉପରେ ନୀରବ ରହିବା ବ୍ୟତୀତ ଭୁଟାନର ଅଧିକ ବିକଳ୍ପ ନାହିଁ କାରଣ ଭୁଟାନ ଚୀନ୍ ସାମ୍ନାରେ ନିଜକୁ ବହୁତ ଦୁର୍ବଳ ଅନୁଭବ କରୁଛି ଏବଂ ଏହି କାରଣରୁ ଚୀନ୍‌ର ସେହି ଅଞ୍ଚଳରେ ଅନୁପ୍ରବେଶ ଏତେ ବୃଦ୍ଧି ପାଇଛି ।

ସୀମା ନିର୍ଦ୍ଧାରିତ କରିବେ ଉଭୟ ଚୀନ ଓ ଭୁଟାନ

ବିୟୁଲ ବ୍ୟତୀତ ଭୁଟାନର ମେନଚୁମା ଉପତ୍ୟକାରେ ଚାଇନାର ନିର୍ମାଣ ମଧ୍ୟ ଦେଖିବାକୁ ମିଳିଛି । ୨୦୨୧ ମସିହାରେ କିଛି ସମୟ ପାଇଁ ଚୀନ୍ ଏହି ଉପତ୍ୟକା ଦଖଲ କରିଥିବା ଖବର ସାମନାକୁ ଆସିଥିଲା । ବିୟୁଲ୍ ଏବଂ ମେନଚୁମା ନିକଟରେ ଚାଇନିଜ୍ ଲିବରେସନ୍ ଆର୍ମି ଷ୍ଟେସନ୍ ମଧ୍ୟ ଅଛି । ବେଜିଂରେ ଭୁଟାନର ବୈଦେଶିକ ମନ୍ତ୍ରୀ ତାଣ୍ଡି ଡୋର୍ଜି ଚୀନ୍‌ର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହା ଅଧୀନରେ ଉଭୟ ଦେଶ ସେମାନଙ୍କର ସୀମା ନିର୍ଣ୍ଣୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ଷ ଆରମ୍ଭରେ ପଡୋଶୀ ଦେଶ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଥେରିଙ୍ଗ ଡୋକଲାମ ଅଞ୍ଚଳକୁ ନେଇ ବିବାଦକୁ ତିନି ଦେଶ ମଧ୍ୟରେ ବିବାଦ ବୋଲି କହିଥିଲେ । ସେ କହିଛନ୍ତି ଯେ ଡୋକଲାମ ବିବାଦକୁ ଭାରତ, ଚୀନ୍ ଏବଂ ଭୁଟାନ ମିଳିତ ଭାବେ ସମାଧାନ କରିବା ଉଚିତ, କାରଣ ଏହି ବିବାଦରେ ତିନି ଦେଶ ସମାନ ଭାବରେ ଦାୟୀ ଏବଂ ଅଂଶୀଦାର ଅଟନ୍ତି ।

 

 

The post ଭୁଟାନ ଏବେ ଚୀନ୍ କଥାରେ ଉଠ୍ ବସ । ଭାରତ ପାଇଁ କେତେ ବିପଦଜନକ ? first appeared on Kanak News.

from Kanak News
via <a href="https://ifttt.com/?

୧୫ ଡିଗ୍ରୀ ତଳେ ଟ୍ୱିନ ସିଟିର ପାରଦ । ସବୁଠୁ ଥଣ୍ଡା ସହର ଜି. ଉଦୟଗିରି । 

କନକ ବ୍ୟୁରୋ: ଦୁଇ ଦିନ ହେବ କୋରାପୁଟ ଜିଲ୍ଲାରେ ବଢ଼ିଛି ଶୀତ ଲହରୀ । ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ଦ୍ୱା ଯାତାୟତରେ ବାଧା ସୃଷ୍ଟି ହୋଇଛି । ବିଶେଷ କରି ଜିଲ୍ଲାର ସିମିଳିଗୁଡ଼ା ଦାମନ ଯୋଡ଼ି ଏବଂ ଦସ୍ ମନ୍ତପୁର ଅଂଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି ।

କନ୍ଧମାଳ ଜିଲ୍ଲାରେ ଶୀତ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ବର୍ତମାନ ୧୦ ଡିଗ୍ରୀ ତଳେ ରହିଛି । ଗତକାଲି ଜିଲ୍ଲାର ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଏବଂ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ୧୦ ଦଶମିକ ୫ ଡିଗ୍ରୀ ଏବଂ ଜି. ଉଦୟଗିରିରେ ୯ଦଶମିକ ୪ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛ

The post ୧୫ ଡିଗ୍ରୀ ତଳେ ଟ୍ୱିନ ସିଟିର ପାରଦ । ସବୁଠୁ ଥଣ୍ଡା ସହର ଜି. ଉଦୟଗିରି ।  first appeared on Kanak News.

from Kanak News
via <a href="https://ifttt.com/?

ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ସେୟାର ମାର୍କେଟ । ୭୦ ହଜାର ଉପରେ ସେନସେକ୍ସ, ୨୧ ହଜାର ଉପରେ ନିଫ୍ଟି ।

କନକ ବ୍ୟୁରୋ: ବଢୁଛି ସେୟାର ମାର୍କେଟ । ଲଗାତାର ଦ୍ୱିତୀୟ ଦିନରେ ବଢିଲା ବିଏସଇ ସେନସେକ୍ସ୍ସ ଓ ନିଫ୍ଟି । ମଙ୍ଗଳବାର ସେନସେକ୍ସ ୭୦ ହଜାର ଅତିକ୍ରମ କରିଥିବା ବେଳେ ନିଫ୍ଟି ୨୧ ହଜାର ଉପରେ ରହିଛି । ସକାଳୁ ୭୭ ପଏଂଟ ବୃଦ୍ଧି ପାଇ ସେନସେକ୍ସ ୭୦ ହଜାର ୫ ଛୁଇଛି । ନିଫ୍ଟି ୨୯ ପଏଣ୍ଟ ବୃଦ୍ଧି ପାଇ ୨୧ ହଜାର ୨୬ରେ ପହଞ୍ଚିଛିି । ସେହିପରି ବ୍ୟାଙ୍କ ନିଫ୍ଟି ଇଣ୍ଡେକ୍ସ ୧୦୭ ଦଶମିକ ୪୫ ପଏଂଟ ବୃଦ୍ଧି ପାଇଁ ୪୭ ହଜାର ୪୨୧ରେ ଛୁଇଁଛି ।

ନିଫ୍ଟି୫୦ରେ ଏଚଡିଏଫସି ଲାଇଫ, ବାଜାଜ ଅଟୋ, ହିରୋ ମୋକୋକପ, ଏସବିଆଇ ଲାଇଫ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ବଳିଛି । ଆଇଟିସି, ଟିସିଏସ୍ ଭଳି କମ୍ପାନୀଗୁଡିକର ସେୟାର ମୂଲ୍ୟ ବୃଦ୍ଧି ପାଇଛି । ସେୟାର ମାର୍କେଟରେ ବୃଦ୍ଧି ଯୋଗୁ ଘରୋଇ ଅର୍ଥନିତିରେ ବୃଦ୍ଧି ଘଟିବା ନେଇ ସେୟାର ମାର୍କେଟ ଆନାଲିଷ୍ଟମାନେ ଆକଳନ କରିଛନ୍ତି ।

The post ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ସେୟାର ମାର୍କେଟ । ୭୦ ହଜାର ଉପରେ ସେନସେକ୍ସ, ୨୧ ହଜାର ଉପରେ ନିଫ୍ଟି । first appeared on Kanak News.

from Kanak News
via <a href="https://ifttt.com/?

ଜେଲରୁ ବାହାରି ଲ’ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି ଅର୍ଚ୍ଚନା । 

କନକ ବ୍ୟୁରୋ: ଝାରପଡା ଜେଲରୁ ବାହାରି ଆଇନ ପରୀକ୍ଷ ଦେବାକୁ ଯାଇଛନ୍ତି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ଆଜି ସକାଳୁ ସେ ଜେଲରୁ ରିଲିଜ୍ ହେବା ପରେ ତାଙ୍କସ୍ୱାମୀ ଜଗବନ୍ଧୁ ତାଙ୍କୁ ଆଣିବାକୁ ଯାଇଥିଲେ ।

୧୪ ମାସ ପରେ ସେ ଆଜି ସକାଳୁ ଝାରପଡ଼ା ଜେଲରୁ ବାହାରିଛନ୍ତି । ଅର୍ଚ୍ଚନାଙ୍କୁ ନେବା ଝାରପଡ଼ା ଜେଲକୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ । ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା କହିଛନ୍ତି, ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ । କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ । କୋର୍ଟରେ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି, ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଅର୍ଚ୍ଚନା ନାଗ । କିଛି ଦିନ ତଳେ ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ । ଦୁଇ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ଅର୍ଚ୍ଚନା ନାଗଙ୍କୁ  ଜାମିନ ଦେଇଥିଲେ ହାଇକୋର୍ଟ । ଏହା ପୂର୍ବରୁ ତାଙ୍କୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାର ଦୁଇଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ୍ ମିଳିସାରିଥିଲା । ଇଡି ମାମଲାରେ ହାଇକୋର୍ଟଙ୍କ ସର୍ତମୂଳକ ଜାମିନ୍ ପରେ ସେ ଜେଲରୁ ବାହାରିବା ନେଇ ପଥ ପରିଷ୍କାର ହୋଇଯାଇଥିଲା । ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା ସମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି ହୋଇଥିଲା । ଏହି ହାଇପ୍ରୋଫାଇଲ ମାମଲାରେ ବହୁ ବଡବଡିଆଙ୍କ ସମ୍ପୁୃକ୍ତି ଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ବହୁ ରାଜନେତାଙ୍କ ସହ ଅର୍ଚ୍ଚନା ଫୋଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଓ ତାଙ୍କ ବନ୍ଧୁ ଖଗେଶ୍ୱର ମଧ୍ୟ ଗିରଫ ହୋଇ ଜେଲରେ ଥିଲେ ।

The post ଜେଲରୁ ବାହାରି ଲ’ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି ଅର୍ଚ୍ଚନା ।  first appeared on Kanak News.

from Kanak News
via <a href="https://ifttt.com/?

କଟକ ପରେ ଭୁବନେଶ୍ୱରରେ ମଧ୍ୟ ସିିରିଜ୍ ଚୋରୀ । ୫ଟି ପ୍ଲାଟରେ କଳାକନା ବୁଲାଇଲେ ଚୋର ।

କନକ ବ୍ୟୁରୋ: ଭୁବନେଶ୍ୱର ଗାଡ଼କଣ ସ୍ଥିତ ସ୍ପେସ ଟାଉନ ଆପାର୍ଟମମେଣ୍ଟରୁ ସିରିଜ ଲୁଟ । ଗୋଟିଏ ରାତିରେ ୫ଟି ଫ୍ଲାଟରେ ବୁଲାଇଲେ କଳାକନା । ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ନେଇଗଲେ ସୁନା ଅଳଙ୍କାର । ମଂଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ ଜାରି ।

କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରୁ ମଧ୍ୟ  ଘନଘନ ଚୋରି । ତରଡପଡା ଗାଁରୁ ଗୋଟିଏ ରାତିରେ ୭ଟି ଘରୁ ସୁନା, ରୁପା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ପୋଲିସକୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ ।

The post କଟକ ପରେ ଭୁବନେଶ୍ୱରରେ ମଧ୍ୟ ସିିରିଜ୍ ଚୋରୀ । ୫ଟି ପ୍ଲାଟରେ କଳାକନା ବୁଲାଇଲେ ଚୋର । first appeared on Kanak News.

from Kanak News
via <a href="https://ifttt.com/?

ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ସମ୍ବଲପୁରରର ଏକ କାର୍ଯ୍ୟକ୍ରମରେ ହେବେ ସାମିଲ ।

କନକ ବ୍ୟୁରୋ : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି । ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ବେଳେ ପୂରା କାର୍ଯ୍ୟସୂଚୀ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସୁଥିବା ନେଇ ସୂଚନା ମିଳିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ପଶ୍ଚିମ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସୁଥିବା ଖବର ସାମ୍ନାକୁ ଆସିବା ପରେ ଏହାର ରାଜନୈତିକ ଗୁରୁତ୍ୱ ଯଥେଷ୍ଟ ଅଧିକ ବଢିଯାଇଛି । କାରଣ ପଶ୍ଚିମ ଓଡ଼ିଶା ବିଜେପିର ଗଡ ଭାବେ ପରିଚିତ । ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ଅଧିକ ସଂଖ୍ୟକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ।

ମୋଦିଙ୍କ ଓଡ଼ିଶା ଗସ୍ତ ପରେ ଅନ୍ୟ କେନ୍ଦ୍ର ନେତୃତ୍ୱ ମଧ୍ୟ ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ଓଡ଼ିଶା ଆସିପାରନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଗସ୍ତରେ ଆସିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ମୋହନ ମାଝୀ ।

The post ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ସମ୍ବଲପୁରରର ଏକ କାର୍ଯ୍ୟକ୍ରମରେ ହେବେ ସାମିଲ । first appeared on Kanak News.

from Kanak News
via <a href="https://ifttt.com/?

ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ବହୁ ପରିମାଣର ସୁନା ଜବତ ସୂଚନା । ଆଜି ବଲାଙ୍ଗୀରରେ ଲକର ଖୋଲିପାରେ ଇଡି ।

କନକ ବ୍ୟୁରୋ: ଟଙ୍କା ଗଣତି ପରେ ଏବେ ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ଟିଟଲାଗଡ଼ ପରେ ଆଜି ବଲାଙ୍ଗିରରେ ଲକର ଖୋଲିପାରେ ଆୟକର ବିଭାଗ । ଗତକାଲି ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସଂପତ୍ତି ସଂପର୍କରେ ପଚରାଉଚରା କରିଥିଲେ । ପରେ ଆରତିଙ୍କ ଉପସ୍ଥିତିରେ ଏକ୍ସିସ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ବ୍ୟାଙ୍କ ଖାତାଗୁଡ଼ିକ ଯାଞ୍ଚ କରିଥିଲେ । ଏହିସମୟରେ ୩ ଗୋଟି ଲକରରୁ ବହୁ ପରିମାଣରେ ସୁନା ଜବତ ହୋଇଥିବା ଜଣାପଡିଛି । ଲକରରେ ସୁନା ଗହଣା, ସୁନା ବିସ୍କୁଟ ଓ ହୀରା ଗହଣା ଭଳି ଜିନିଷ ଥିବା ଜଣାପଡିଛି ।

ପୂର୍ବରୁ ଟିଟିଲାଗଡ଼ରୁ ୧୧ କୋଟି ଟଙ୍କା ଜବତ ହୋଇଥିବା ବେଳେ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କୁ ଆୟକର ବିଭାଗ ଅଧିକାରୀମାନେ ପଚରାଉଚରା ଜାରି ରଖିଥିବା ଜଣାଯାଇଛି । ଜବତ ଟଙ୍କା ଗୁଡିକ ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ବୋଲି ଜଣାପଡିଛି । ଏବେ ତାଙ୍କର ସମସ୍ତ ସଂପର୍କୟ ଓ ବ୍ୟବସାୟିକ ବନ୍ଧୁଙ୍କ ଉପରେ ନଜର ରଖିଛି ଆୟକର ବିଭାଗ ।

The post ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ବହୁ ପରିମାଣର ସୁନା ଜବତ ସୂଚନା । ଆଜି ବଲାଙ୍ଗୀରରେ ଲକର ଖୋଲିପାରେ ଇଡି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started