ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ଦେବ ଦୀପାବଳି । ୩ ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ଦେବ ଦୀପାବଳି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । ଆଜି ବଡଦାଣ୍ଡରେ ହେବ ସମୂହ ଦୀପଦାନ । ଓଡିଶା ଇଂଟରନ୍ୟାସନାଲ ସେଂଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ । ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ ।

ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ । ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହେବ ଦୀପଦାନ କାର୍ଯ୍ୟକ୍ରମ । ଏନେଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପତ ପ୍ରସ୍ତୁତି କରାଯାଇଛି । ଏଥିସହ ଶ୍ରୀମନ୍ଦିରରେ ବି ଦୀପ ପ୍ରଜ୍ୱଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀରେ ପାଳିତ ହେଉଛି ଦେବ ଦୀପାବଳି ।

The post ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ଦେବ ଦୀପାବଳି । ୩ ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱକପ ବିଜୟର ଯୋଦ୍ଧା ଯୁବରାଜ ସିଂ: ସିକ୍ସର କିଙ୍ଗଙ୍କୁ ଜନ୍ମଦିନର ଶୁଭେଚ୍ଛା

କନକ ବ୍ୟୁରୋ: ଯୁବରାଜ… କେବଳ ନାଁ ହିଁ କାଫି । ଦିନିକିଆ ହେଉ କି ଟି-୨୦ ବ୍ୟାଟ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ୍ । ସେଥିପାଇଁ ତ ତାଙ୍କ ନାଁ ଯୁବରାଜ । କ୍ରିକେଟରେ ତାଙ୍କୁ କୁହାଯାଏ ସିକ୍ସର କିଙ୍ଗ । ଟିମ ଇଣ୍ଡିଆ ପାଇଁ ସେ ଥିଲେ ସଙ୍କଟ ମୋଚକ । ସେ ଯେତେବେଳେ ପଡିଆ ମଝିରେ ବ୍ୟାଟ ଧରି ଛିଡା ହୁଅନ୍ତି ସେତେବେଳେ ବଡ ବଡ ବୋଲରଙ୍କ ନିଦ ହଜିଯାଏ । ତାଙ୍କ ଷ୍ଟାଇଲିସ ବ୍ୟାଟିଂ ଆଉ ଚିତା ପରି ଫିଲ୍ଡିଂ ଆଗରେ ବିରୋଧୀ ଚିତ୍ ହୋଇଯାଆନ୍ତି । ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟଙ୍କ ଜନ୍ମଦିନ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ।

୧୨ ଡିସେମ୍ବର ୧୯୮୧ ମସିହାରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ । ଆଜି ତାଙ୍କୁ ୪୨ ବର୍ଷ ହୋଇଛି । ଯୁବରାଜ ଏମିତି ଜଣେ ଖେଳାଳି ଯିଏ ଟି-୨୦ ଆଉ ଦିନିକିଆ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । କେବଳ ସଦସ୍ୟ ନୁହେଁ ଭାରତକୁ ଚାମ୍ପିୟନ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଉ ଏହି ଦୁଇ ବିଶ୍ୱକପରେ ଟିମ ଇଣ୍ଡିଆ ପାଉଁ ତାଙ୍କ ଅବଦାନକୁ ଭାରତ କେବେ ବି ଭୁଲିବନି ।

ମନେଥିବ ୨୦୦୭ ଟି-୨୦ ବିଶ୍ୱକପର ଇଂଲଣ୍ଡ ବିପକ୍ଷ ମ୍ୟାଚ । ଯେଉଁ ମ୍ୟାଚରେ ସେ ପ୍ରମାଣ କରିଥିଲେ ତାଙ୍କୁ କାହିଁକି କୁହାଯାଏ ସିକ୍ସର କିଙ୍ଗ । ସେହି ମ୍ୟାଚରେ ଯୁବରାଜ ଇଂଲଣ୍ଡର ଦୁର୍ଦ୍ଦଶ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ୬ଟି ବଲରେ ୬ଟି ଛକା ମାରି ତାଙ୍କ ନିଦ ହଜାଇଦେଇଥିଲେ । ଆଉ ଏହି ୬ଟି ଛକା ସହ ସେ ବିଶ୍ୱ ରେକର୍ଡ ମଧ୍ୟ କରିଥିଲେ । କେବଳ ସେତିକି ନୁହେଁ ସେ ଏହି ମ୍ୟାଚରେ ଦ୍ରୁତତମ ଅର୍ଦ୍ଧ ଶତକ ମଧ୍ୟ ହାସଲ କରିଥିଲେ । ସେ ୧୨ଟି ବଲରୁ ୫୦ ରନ କରିଥିଲେ । ଏଭଳି ରେକର୍ଡ କରିବାରେ ସେତେବେଳେ ସେ ବିଶ୍ୱର ପ୍ରଥମ ଖେଳାଳି ଥିଲେ ।

ସେହିପରି ୨୦୧୧ ବିଶ୍ୱକପରେ ଯୁବରାଜଙ୍କ ଅବଦାନ ଥିଲା ଅତୁଳନୀୟ । ଏହି ବିଶ୍ୱକପରେ ଭାରତ ବିଶ୍ୱ ବିଜେତା ବନିଥିଲା । ଆଉ ଯୁବରାଜ ହୋଇଥିଲେ ମ୍ୟାନ ଅଫି ଦି ସିରିଜ । ତାଙ୍କୁ ବିଶ୍ୱକପ ବିଜେତାର ଯୋଦ୍ଧା ବି କହିଲେ ଭୁଲ ହେବନି । କାରଣ କ୍ୟାନ୍ସରରେ ପୀଡିତ ହୋଇ ବି ସେ ଦଳ ପାଇଁ ଖେଳିବାକୁ ଗୁରୁତ୍ୱ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ମିଡିଲ ଅର୍ଡର ବେଶ ଶକ୍ତିଶାଳୀ ଥିଲା । ଏହାର କାରଣ ଥିଲେ ଯୁବରାଜ ସିଂ । କାରଣ ସେ ୨୦୧୧ ବିଶ୍ୱକପରେ ଜବରଦସ୍ତ ଫର୍ମରେ ରହିଥିଲେ ।

ହେଲେ କ୍ୟାନ୍ସର ଯୋଗୁଁ ୨୦୧୧ ବିଶ୍ୱକପ ପରେ ସେ ଦଳଠୁ ଦୂରରେ ରହିଥିଲେ । ଆଉ ଯେତେବେଳେ ସୁସ୍ଥ ହୋଇ ଫେରିଥିଲେ ସେତେବେଳେ ତାଙ୍କ ଫର୍ମ ଆଉ ଫେରିନଥିଲା । ଖରାପ ଫର୍ମ ଯୋଗୁଁ ସେ ଟିମରେ ବହୁତ ସଂଘର୍ଷ କରିଥିଲେ ଆଉ ୨୦୧୯ ଜୁନ ୧୦ ତାରିଖରେ କ୍ରିକେଟକୁ ସବୁଦିନ ପାଇଁ ଗୁଡ ବାଏ କହିଥିଲେ । ଏହାପରଠୁ ନା ଦେଖିବାକୁ ମିଳୁଛି ଯୁବରାଜ ସିଂଙ୍କ ବଡ ବଡ ଛକା ନା ଷ୍ଟାଇଲିସ ବ୍ୟାଟିଂ । ଆଜି ଏହି କିମ୍ବଦନ୍ତି କ୍ରିକେଟରଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଦେଶ ।

The post ବିଶ୍ୱକପ ବିଜୟର ଯୋଦ୍ଧା ଯୁବରାଜ ସିଂ: ସିକ୍ସର କିଙ୍ଗଙ୍କୁ ଜନ୍ମଦିନର ଶୁଭେଚ୍ଛା first appeared on Kanak News.

from Kanak News
via <a href="https://ifttt.com/?

ଧାରା ୩୭୦ ଉଚ୍ଛେଦ କାଏମ ପରେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପାଦକୀୟ । କହିଲେ, ସୁପ୍ରିମକୋର୍ଟଙ୍କ ରାୟ ଭାରତର ଅଖଣ୍ଡତାକୁ ବଜାୟ ରଖିଛି ।

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପାଦକୀୟ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ରାୟ ଜରିଆରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରହିଛି । ଜମ୍ମୁ କାଶ୍ମୀରରେ ଯାହା ଘଟିଛି, ତାହା ଆମ ଦେଶ ଓ ସେଠାରେ ରହୁଥିବା ଲୋକଙ୍କ ପ୍ରତି ଏକ ବଡ଼ ବିଶ୍ୱାସଘାତକତା ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା ।

ମୋଦୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଲୋକଙ୍କ ପ୍ରତି ହେଉଥିବା ଭେଦଭାବ ଓ ଅନ୍ୟାୟକୁ ଦୂର କରିବା ପାଇଁ ଯାହା କରିପାରିବି ତାହା କରିବା ପାଇଁ କାମ କରିବାକୁ ଇଚ୍ଛା ଥିଲା । ସେ ସବୁବେଳେ ଜମ୍ମୁ କାଶ୍ମୀରବାସୀଙ୍କ ଦୁଃଖ ଦୂର କରିବା ପାଇଁ ଚାହାନ୍ତି ବୋଲି କହିଛନ୍ତି । ଏହି ଧାରା ଯୋଗୁଁ ଗୋଟିଏ ଦେଶର ଲୋକମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ଦୂରତା ସୃଷ୍ଟି ହୋଇଥିଲା । ଏହି ଦୂରତା କାରଣରୁ ଦେଶର ଅନେକ ଲୋକ ଯେଉଁମାନେ ଜମ୍ମୁ କାଶ୍ମୀରର ସମସ୍ୟାର ସମାଧାନ କରିବା ପାଇଁ ଚାହୁଥିଲେ ମଧ୍ୟ କରିପାରୁନଥିଲେ । ତେଣୁ ଜମ୍ମୁ କାଶ୍ମୀରର ବିକାଶ ଯାତ୍ରାକୁ ସୁଦୃଢ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତକାଲି ଧାରା ୩୭୦କୁ ନେଇ ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଧାରା ୩୭୦ ଉଚ୍ଛେଦକୁ କାଏମ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

The post ଧାରା ୩୭୦ ଉଚ୍ଛେଦ କାଏମ ପରେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପାଦକୀୟ । କହିଲେ, ସୁପ୍ରିମକୋର୍ଟଙ୍କ ରାୟ ଭାରତର ଅଖଣ୍ଡତାକୁ ବଜାୟ ରଖିଛି । first appeared on Kanak News.

from Kanak News
via <a href="https://ifttt.com/?

ପ୍ରହସନ ପାଲଟିଲା କଇଁଛ ସୁରକ୍ଷା । ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ ବେଳେ ମଝି ସମୁଦ୍ରରେ ଚାଲିଥିଲା ଡିଲ୍ ।

କନକ ବ୍ୟୁରୋ: ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଆଉ ସେହିଦିନ ମଝି ସମୁଦ୍ରରେ ହୋଇଥିଲା ଡିଲ୍ । ଭିତରକନିକାରେ ଦୁଇଟି ଟ୍ରଲର ଜବତ ହୋଇଥିବା ବେଳେ ବନ ବିଭାଗ ପେଟ୍ରୋଲିଂ ଟିମ୍ ଗୋଟିଏକୁ ଧରି କୂଳକୁ ଆସିଥିଲେ । ଏହା ସହ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ହେଲେ ଅନ୍ୟ ଏକ ଟ୍ରଲରକୁ ଫୋନ୍ କଲ ପାଇ ମଝି ସମୁଦ୍ରରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । କାହା ଫୋନ୍ ପାଇ ପେଟ୍ରୋଲିଂ ଟିମ୍ ମଝି ସମୁଦ୍ରରେ ଜବତ ଟ୍ରଲରକୁ ଛାଡି ଦେଲେ ତାକୁ ନେଇ ଚର୍ଚ୍ଚା ଚାଲିଛି ।

କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର ଭିତରେ କଟକଣା ଜାରି କରାଯାଇଛି । ଏହି ସମୟରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଏହି ଟ୍ରଲର ଜବତ ହୋଇଥିଲା । ଦୁଇଟି ଟ୍ରଲରକୁ ଜବତ ପରେ ଶାସନପଟା ଅଣାଯାଉଥିଲା । ଟ୍ରଲର ଜବତ ହେବାର ୩ ନଟିକାଲ ମାଇଲ ଅଣାଯିବା ପରେ ପାଟ୍ରୋଲିଂ ଟିମ୍କୁ ଫୋନ୍ ଆସିଥିଲା । ଫରେଷ୍ଟର ଏହି ଫୋନ୍ କଲ ପାଇବା ପରେ ମଝି ସମୁଦ୍ରରେ ପାରାଦୀପ ଅଂଚଳର ଜବତ ଟ୍ରଲରକୁ ଝାଡି ଦେଇଥିଲେ । ସାରଙ୍କ ଫୋନ୍ କଲ ପରେ ଗୋଟିଏ ଟ୍ରଲରକୁ ଛାଡି ଦେଇଥିବା ଫରେଷ୍ଟର ସ୍ୱୀକାର କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ କହିଛନ୍ତି ।

The post ପ୍ରହସନ ପାଲଟିଲା କଇଁଛ ସୁରକ୍ଷା । ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ ବେଳେ ମଝି ସମୁଦ୍ରରେ ଚାଲିଥିଲା ଡିଲ୍ । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଗରୀବଙ୍କ ପାଇଁ ପୋଷାକ ପସରା । ଉହ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋଲିଛି ଷ୍ଟଲ ।

କନକ ବ୍ୟୁରୋ: ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ବାପୁଜୀନଗର ସ୍ଥିତ ପ୍ୟାରିସ୍ ବେକରୀ ଠାରେ ଏହାର ଆରମ୍ଭ ହୋଇଛି । ଦୀର୍ଘ ୮ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କଠାରୁ ନୂଆ-ପୁରୁଣା ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟା ଯାଉଛି ।

କିଛି ବର୍ଷ ହେବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କର ଅଭୁତପୂର୍ବ ସମର୍ଥନ ଦେଖି ଏହି କାର୍ଯ୍ୟକ୍ରମକୁ ବର୍ଷସାରା ଚଳାଇବା ପାଇଁ ‘ଉଡ୍ର’ ପରିବାର ପକ୍ଷରୁ ନିଷ୍ପତି ନିଆଯାଇଛି ।ତେଣୁ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି । ଏହା ବ୍ୟତୀତ କଟକ, ବ୍ରହ୍ମପୁର, ପୁରୀ, ପାରାଦ୍ୱୀପ, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ, ମୁମ୍ବାଇ, କୋଲକତା, ପୁନେ, ହାଇଦ୍ରାବାଦ ଠାରେ ‘ଉଡ୍ର’ ପରିବାରର ସଦସ୍ୟମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

The post ରାଜଧାନୀରେ ଗରୀବଙ୍କ ପାଇଁ ପୋଷାକ ପସରା । ଉହ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଖୋଲିଛି ଷ୍ଟଲ । first appeared on Kanak News.

from Kanak News
via <a href="https://ifttt.com/?

ଖୋର୍ଦ୍ଧାରେ କାଉ ମଡକ । ବାର୍ଡ ଫ୍ଲୁ ଯୋଗୁଁ ରାସ୍ତାରେ ମରି ପଡୁଛନ୍ତି କାଉ ।

କନକ ବ୍ୟୁରୋ: କାଉ ମଡ଼କ, ଖୋର୍ଦ୍ଧାରେ ବାର୍ଡ ଫ୍ଲ୍ୟୁ ଆଶଙ୍କା । ଖୋର୍ଦ୍ଧା ପୁର୍ବସାହି ଅଂଚଳରେ କାଉ ମଡକ ଦେଖିବାକୁ ମିଳିଛି । ଦୁଇ ଦିନ ହେବ ଗାଁରେ ଥିବା ଏକ ମନ୍ଦିର ଏବଂ ବଜାରରେ ୨୦ରୁ ଅଧିକ କାଉ ମରିପଡିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

ଲୋକେ ବାର୍ଡ ଫ୍ଲ୍ୟୁ ଆଶଙ୍କା କରି ପ୍ରାଣୀଧନ ବିଭାଗ ଖବର ଦେଇଥିଲେ । ପାଣୀଧନ ବିଭାଗର ଉପନିର୍ଦ୍ଦେଶକ ଡ. ମାନସ ଚାନ୍ଦଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଟିମ୍ ମରିପଡିଥିବା କାଉଁର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଫୁଲନଖରାରେ ଥିବା ପ୍ରାଣୀରୋଗ ଗବେଷଣା ଲାବକୁ ପଠାଯାଇଛି । ପରେ ମୃତ କାଉଗୁଡିକୁ ପୋଡି ପୋତି ଦେଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଆଜି ସ୍ଥାନୀୟ ଅଂଚଳରେ ଥିବା କୁକୁଡା ଏବଂ ଅନ୍ୟ କାଉଙ୍କ ନମୂନା ସଂଗ୍ରହ ପ୍ରକ୍ରିୟା ଅରମ୍ଭ ହୋଇଛି । ଯଦି ବାର୍ଡ ଫ୍ଲୁ ଯୋଗୁ କାଉଁଙ୍କ ମୃତ୍ୟୁ ହୋଇଥାଏ ତେବେ କୁକୁଡାଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା ପାଇଁ ଭୋପାଳ ପଠାଯିବ ।

The post ଖୋର୍ଦ୍ଧାରେ କାଉ ମଡକ । ବାର୍ଡ ଫ୍ଲୁ ଯୋଗୁଁ ରାସ୍ତାରେ ମରି ପଡୁଛନ୍ତି କାଉ । first appeared on Kanak News.

from Kanak News
via <a href="https://ifttt.com/?

କଟକରେ ଘନଘନ ଚୋରୀ । ଗୋଟିଏ ରାତିରେ ୭ ଘରେ କଳାକନା ବୁଲାଇଲେ ଚୋର ।

କନକ ବ୍ୟୁରୋ: କଟକ ଜିଲ୍ଲା କିଶନନଗର ଥାନା ଅଂଚଳରୁ ଘନଘନ ଚୋରି । ତରଡପଡା ଗାଁରୁ ଗୋଟିଏ ରାତିରେ ୭ଟି ଘରୁ ସୁନା, ରୁପା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ପୋଲିସକୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ ।

ବାରମ୍ବାର କିଶନନଗର ଥାନା ଅଞ୍ଚଳରେ ଏହିପରି ଚୋରି ହେଉଥିବା ବେଳେ ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାତିରେ ପୋଲିସ ପାଟ୍ରୋଲିଂ ଠିକଠାକ ହେଉନଥିବା ବେଳେ ଚୋରମାନେ ଏହାର ଫାଇଦା ନେଉଛନ୍ତି ବୋଲି ଅଭିଯୋଗ ହୋଇଛି ।

The post କଟକରେ ଘନଘନ ଚୋରୀ । ଗୋଟିଏ ରାତିରେ ୭ ଘରେ କଳାକନା ବୁଲାଇଲେ ଚୋର । first appeared on Kanak News.

from Kanak News
via <a href="https://ifttt.com/?

ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ।

କନକ ବ୍ୟୁରୋ: ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟା ହେବ ଏବଂ ଭୋର ୫ଟା ୨୦ରୁ ପହିଲି ଭୋଗ ନୀତି ହେବ । ଡିସେମ୍ବର ୧୫ରୁ ଜାନୁଆରି ୧୫ ତାରିଖ ଯାଏ ଭକ୍ତଙ୍କ ଦର୍ଶନ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଖୋଲିବ । ରାତି ୧୧ଟାରେ ପହୁଡ ପଡିବ ।

ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ । ଏଥିପାଇଁ ସଅଳ ନୀତିକାନ୍ତ ହେବା ସହ ମହାପ୍ରସାଦ ମଧ୍ୟ ବାହାରିବ । ଏନେଇ ଗତକାଲି ହୋଇଥିବା ଛତିଶାନିୟୋଗ ବୈଠକ ନିଷ୍ପତ୍ତି ହୋଇଛି । ଡିସେମ୍ବର ୧୫ ତାରିଖରେ ଦେବାଭିଷେକ ପୂର୍ଣ୍ଣିମାରେ ପୂର୍ବାହ୍ନ ସାଢେ ୧୧ଟାରେ ମହାପ୍ରଭୁଙ୍କ ଶୀପୟର ଲାଗି ଅଭିଷେକ ବେଶ ହେବ । ତେବେ ଜାନୁଆରୀ ୧୫ ତାରିଖ ମକର ସଂକ୍ରାନ୍ତି ପାଇଁ ସକାଳ ୧୧ ଟାରେ ନୁଆଲୁଗା ଲାଗି ହୋଇ ମହାପ୍ରଭୁ ମକର ବେଶରେ ଦର୍ଶନ ଦେବେ ।

The post ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି । ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର । first appeared on Kanak News.

from Kanak News
via <a href="https://ifttt.com/?

କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର । ଗୋଟିଏ ଛାତ ତଳେ ଖେଳାଳିଙ୍କ ପାଇଁ ରହିଛି ସବୁପ୍ରକାରର ସୁବିଧା ।

କନକ ବ୍ୟୁରୋ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି  ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଖେଳାଳିଙ୍କ ପାଇଁ ଗୋଟିଏ ଛାତତଳେ ସବୁ ପ୍ରକାରର ବ୍ୟବସ୍ଥା ରହିଛି । ଖେଳାଳିଙ୍କୁ ଫିଟ୍ ରଖିବାରେ ଏହି  କେନ୍ଦ୍ର ସହାୟକ ହେବ । କ୍ରୀଡା ବିଜ୍ଞାନ କେନ୍ଦ୍ରରେ ବିଶ୍ୱସ୍ତରୀୟ ଉପକରଣ ଲଗାଯାଇଛି । ରହିବାଠାରୁ ଆରମ୍ଭ କରି ପ୍ରଶିକ୍ଷଣ ଯାଏଁ ସବୁପ୍ରକାରର ସୁବିଧା ଏଠାରେ ରହିଛି । ଉଭୟ ଦିବ୍ୟାଙ୍ଗ ଓ ଅନ୍ୟ ଖେଳାଳିଙ୍କ ପାଇଁ କ୍ରୀଡା ବିଜ୍ଞାନ କେନ୍ଦ୍ରରେ ଉଚ୍ଚକୋଟିର ବ୍ୟବସ୍ଥା ରହିଛି । ଏଠାରେ ମାଇଣ୍ଡ ଲ୍ୟାବ, ରିହାବିଲିଟେସନ ଲ୍ୟାବ, ରିକୋଭରୀ ଲ୍ୟାବ, ଗେଟ୍ ଲ୍ୟାବ, ଫଙ୍କସ୍ନାଲ ଲ୍ୟାବ, ଫିଜିଓଲୋଜି ଲ୍ୟାବ ଓ ପାରା-ଆଥଲେଟ୍ ପର୍ଫର୍ମାନ୍ସ ଲ୍ୟାବ ରହିଛି । ଖେଳାଳିଙ୍କୁ ଫିଟ ରଖିବାରେ ଏହି କେନ୍ଦ୍ର ସହାୟକ ହେବ । ଏଥିପାଇଁ ଉଚ୍ଚ ପ୍ରଶିକ୍ଷିତ ଟ୍ରେନରଙ୍କୁ ନିଯୁକ୍ତି ଦିଆଯାଇଛି ।

The post କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଦେଶର ସର୍ବବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର । ଗୋଟିଏ ଛାତ ତଳେ ଖେଳାଳିଙ୍କ ପାଇଁ ରହିଛି ସବୁପ୍ରକାରର ସୁବିଧା । first appeared on Kanak News.

from Kanak News
via <a href="https://ifttt.com/?

ଡିସେମ୍ବର ୧୯ରେ ୨୦୨୪ ଆଇପିଏଲ ପାଇଁ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର ।ଦୁବାଇରେ ହେବ ନିଲାମୀ ।  

କନକ ବ୍ୟୁରୋ: ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ  । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଂଚାଇଜିଙ୍କ ନଜର ରଖିଛନ୍ତି ।

ଗୁଜରାଟ ପକେଟରେ ଅଛି ସର୍ବାଧିକ ଟଙ୍କା ରହିଛି । ୨ କୋଟି ବେସ ପ୍ରାଇସରେ ୨୩ ଖେଳାଳି ରହିଛନ୍ତି । ଏଥିମଧ୍ୟରୁ ୩ ଜଣ ଭାରତୀୟ ଖେଳାଳି ହର୍ସଲ ପଟେଲ, ଉମେଶ ଯାଦବ ଏବଂ ଶାର୍ଦୁଲ ଠାକୁରଙ୍କ ନାଁ ରହିଛି । ତେବେ ୨୦୨୪ ଆଇପିଏଲ ରିଷଭ ପନ୍ତ ଖେଳିବା ନେଇ ସଙ୍କେତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଯେଉଁ ଖେଳାଳି ନିଲାମୀରେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ବିଶ୍ୱକପ୍ ବିଜେତା ଦଳର ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍ ହେଡ୍ ଏବଂ ପ୍ୟାଟ୍ କମିନ୍ସଙ୍କ ନାମ ମଧ୍ୟ ରହିଛି । ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇଛନ୍ତି । ଯଏକି ସବୁଠୁ ଦାମୀ ଖେଳାଳି ରହିଛନ୍ତି ।

-୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜୀକରଣ ହୋଇଥିଲା

-୩୩୩ଜଣ ଖେଳାଳୀଙ୍କୁ ନିଲାମ ପାଇଁ ଚୟନ କରାଯାଇଛି

-୨୧୪ ଭାରତୀୟ ଖେଳାଳି ଏବଂ ୧୧୯ ବିଦେଶୀ ଖେଳାଳି ରହିଛନ୍ତି

-୭୭ଜଣ ଖେଳାଳି କିଣା ହେବେ

-ଫ୍ରାଚାଇଜି ମାନଙ୍କ ପକେଟରେ ମୋଟ ୨୬୨.୯୫ କୋଟି ଟଙ୍କା ରହିଛି

-ଗୁଜୁରାଟ ଟାଇଟନ୍ସ ପର୍ସରେ ସବୁଠୁ ଅଧିକ ୩୮.୧୫ କୋଟି ଟଙ୍କା ଅଛି

-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପର୍ସରେ ୪୦.୭୫ କୋଟି

-ସନରାଇଜର୍ସ ହାଇଦ୍ରାବାଦର ପର୍ସରେ ୩୪ କୋଟି

-କୋଲକାତା ନାଇଟ୍ ରାଇଡର୍ସ ପର୍ସରେ ୩୨.୭ କୋଟି

-ଚେନ୍ନାଇ ସୁପର କିଙ୍ଗ୍ସ ପର୍ସରେ ୩୧.୪ କୋଟି

-ପଞ୍ଜାବ କିଙ୍ଗସ ପକେଟରେ ୨୯.୧ କୋଟି

-ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ ୨୮.୯୫ କୋଟି

-ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫.୨୫ କୋଟି ଟଙ୍କା ଅଛି

The post ଡିସେମ୍ବର ୧୯ରେ ୨୦୨୪ ଆଇପିଏଲ ପାଇଁ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର ।ଦୁବାଇରେ ହେବ ନିଲାମୀ ।   first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started