ଆଜି ସ୍ପଷ୍ଟ ହେବ କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ବସିବ ରାଜସ୍ଥାନ ବିଜେପିର ବିଧାୟକ ଦଳ ବୈଠକ । ।

କନକ ବ୍ୟୁରୋ: ଆଜି ରାଜସ୍ଥାନ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯିବ । ବିଜେପି ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କରାଇଛି । ତେଣୁ ରାଜସ୍ଥାନରେ ମଧ୍ୟ ସମାନ ନୀତି ଆପଣାଇବ ବୋଲି କୁହାଯାଉଛି । କିନ୍ତୁ ଦଳ ପାଇଁ ଅଡୁଆ ସାଜିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ।

କିଛି ବିଧାୟକଙ୍କୁ ନେଇ ବସୁନ୍ଧରା ବୈଠକ କରୁଥିବାରୁ ଦଳରେ ବିଦ୍ରୋହ ହେବାର ଆଶଙ୍କା ମଧ୍ୟ ରହିଛି । ଯାହାକୁ ଦିଲ୍ଲୀରୁ ଥାଇ ଶୀର୍ଷ ନେତୃତ୍ୱ ନଜର ରଖିଛି । ବିଜେପି ୨୦୧୯ ସାଧାରଣ ନିର୍ବାଚନ ପରି ୨୦୨୪ରେ ମଧ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ୧୦ ବର୍ଷ ହେବ କେନ୍ଦ୍ରରେ କ୍ଷମତାରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଜାତିଗତ ସମୀକରଣ, ନେତା-ନେତା ମଧ୍ୟରେ ଥିବା ବିବାଦକୁ ଲକ୍ଷ୍ୟ ରଖି ଶୀର୍ଷ ନେତୃତ୍ୱ ଏପରି ଏକ ନେତା ବାଛିବାକୁ ଚାହୁଁଛି, ଯିଏ ସମସ୍ତଙ୍କୁ ଏକା ସାଙ୍ଗରେ ନେଇ ଚାଲିପାରିବ ।

The post ଆଜି ସ୍ପଷ୍ଟ ହେବ କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ବସିବ ରାଜସ୍ଥାନ ବିଜେପିର ବିଧାୟକ ଦଳ ବୈଠକ ।  । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ଶୀତର ଲହରୀ । ୧୦ ଡିଗ୍ରୀ ତଳକୁ ଖସିଲା ତିନି ସହରର ତାପମାତ୍ରା ।

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ଶୀତର ଲହରୀ । ସକାଳ ସମୟରେ ଅଳ୍ପ କିଛି ସ୍ଥାନରେ କୁହୁଡ଼ି ଥିବା ଦେଖିବାକୁ ମିଳିଛି । ବହୁ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଏବେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଆସିଛି । ୧୦ ଡିଗ୍ରୀ ତଳେ ତିନି ସହର ତାପମାତ୍ରା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସହରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ସୁନ୍ଦରଗଡ ଜିଲ୍ଲାର କିରେଇରେ ୯.୫ ଡିଗ୍ରୀ, କେନ୍ଦୁଝରଗଡ଼ରେ ଗତକାଲି ରାତିର ତାପମାତ୍ରା ୯.୮ ଡିଗ୍ରୀ ରହିଥିଲା । ତେବେ ଦାରିଙ୍ଗବାଡ଼ିରେ ୧୦.୫, ରାଉରକେଲାରେ ୧୦.୯, ନବରଙ୍ଗପୁର ଓ କୋରାପୁଟରେ ୧୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ସହରର ତାପମାତ୍ରା ୧୫.୭ ଡିଗ୍ରୀକୁ ଖସି ଆସିଛି, ଯାହାକି ସ୍ୱାଭାବିକ ୧୫.୯ ଡିଗ୍ରୀ ତୁଳନାରେ ସାମାନ୍ୟ କମ୍ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ।

The post ରାଜ୍ୟରେ ଶୀତର ଲହରୀ । ୧୦ ଡିଗ୍ରୀ ତଳକୁ ଖସିଲା ତିନି ସହରର ତାପମାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ଜମ୍ମୁ କାଶ୍ମୀର ବିଲ୍ । ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର , କହିଲେ ଗୃହମନ୍ତ୍ରୀ ଅମିତ ଶାହ ।

କନକ ବ୍ୟୁରୋ: ଲୋକସଭା ପରେ ଏବେ ରାଜ୍ୟସଭାରେ ପାରିତ ହେଲା ଜମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଏବଂ ସଂରକ୍ଷଣ ସଂଶୋଧନ ବିଲ୍ । ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଉଦବୋଧନ ଦେଇଛନ୍ତି । ଧାରା ୩୭୦ ପ୍ରସଙ୍ଗ ଉଠାଇ କଂଗ୍ରେସ ସମେତ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

ସୋମବାର ରାଜ୍ୟସଭାରେ ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଭାରତରେ ବିଳମ୍ବରେ ମିଶିବା ପଛରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭୁଲ ନିଷ୍ପତି ବୋଲି କହିଛନ୍ତି । ସୁୁପ୍ରିମକୋର୍ଟ ଧାରା ୩୭୦କୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ କାଏମ ରଖିବା ପରେ ବିରୋଧୀଙ୍କୁ ମଧ୍ୟ ଏହି ଅବସରରେ ଟାର୍ଗେଟ କରିଛନ୍ତି । ଯେଉଁମାନେ କେନ୍ଦ୍ରର ନିଷ୍ପତ୍ତିିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସେମାନେ ସମ୍ବିଧାନକୁ ଭଲ ଭାବେ ପଢିନାହାନ୍ତି ।

The post ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ଜମ୍ମୁ କାଶ୍ମୀର ବିଲ୍ । ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର , କହିଲେ ଗୃହମନ୍ତ୍ରୀ ଅମିତ ଶାହ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରମିକ ନେବାକୁ କେରଳରୁ କେନ୍ଦ୍ରାପଡା ଆସିଛି ସ୍ୱତନ୍ତ୍ର ବସ୍ । ଚାଷବାସ ନଥିବାରୁ ପରିବାର ଛାଡି ଦାଦନ ଖଟିବାକୁ ଅନ୍ୟତ୍ର ଯାଉଛନ୍ତି ଲୋକେ ।

କନକ ବ୍ୟୁରୋ: ଦାଦନ ଶ୍ରମିକଙ୍କୁ ନେବା ପାଇଁ ଆସିଛି ସ୍ୱତନ୍ତ୍ର ଶ୍ରମିକ । ଏହି ବସ ଆସିଛି କେରଳରୁ କେନ୍ଦ୍ରାପଡା । ରାଜନଗରର ସାତଭାୟାରୁ କେରଳ ୨୫୦୦ କିମି । ଏହି ବସରେ ଶ୍ରମିକ ଯିବେ ଦାଦନ ଖଟି । ଦାଦନଙ୍କ ପାଇଁ ସ୍ୱତନ୍ତ୍ର ବସ ଚାଲିବା ହୁଏତ ଭାରତରେ ପ୍ରଥମ ବୋଲି କୁହାଯାଉଛି ।

ଓଡିଶାରେ କାମ ମିଳୁନି । ଯଦି କାମ ମିଳୁଛି, ସେ ତୁଳନାରେ ପାରିଶ୍ରମିକ ମିଳୁ ନଥିବାରୁ ନିଜ ପରିବାରର ଆର୍ôଥକ ଅନାଟନକୁ ଦୂରକରିବା ପାଇଁ ଏହି ଯୁବକ ଯୁବତୀ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବିଶେଷକରି ସାତଭାୟା ପଂଚାୟତ ବାସୀଙ୍କର ଚାଷ ଜମି ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ଗାଁରେ ଚାଷବାସ ନଥିବାରୁ ପରିବାର ଛାଡି ଦାଦନ ଖଟିବାକୁ ଅନ୍ୟତ୍ର ଯାଉଛୁ ବୋଲି ଏହି ଶ୍ରମିକମାନେ କହିଛନ୍ତି । ସାତଭାୟାବାସୀଙ୍କ ଚାଷ ଜମି ସମୁଦ୍ର ଗର୍ଭରେ ଚାଲି ଯାଇଥିବା ବେଳେ ଆଉ ଯେତିକି ବି ଅଛି ଲୁଣା ମାଡିଯାଇଛି । ଜୀବନ ବଂଚିଯାଇଛି ମାତ୍ର ଜୀବିକା ଉଜୁଡି ଯାଇଛି । ଏବେ ପରିବାର ପେଟପାଟଣା ପାଇଁ ଯାଉଛନ୍ତି ଦାଦନ ଖଟିବାକୁ  । ଅନ୍ୟ ପଟେ ସାତଭାୟାବାସୀଙ୍କୁ କିପରି ଆତ୍ମ ନିର୍ଭରଶୀଳ କରାଯାଇ ପାରିବ, ସେ ନେଇ ପଦକ୍ଷେପ ନିଆ ଯାଉଛି ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ କହିଛନ୍ତି ।

 

The post ଶ୍ରମିକ ନେବାକୁ କେରଳରୁ କେନ୍ଦ୍ରାପଡା ଆସିଛି ସ୍ୱତନ୍ତ୍ର ବସ୍ । ଚାଷବାସ ନଥିବାରୁ ପରିବାର ଛାଡି ଦାଦନ ଖଟିବାକୁ ଅନ୍ୟତ୍ର ଯାଉଛନ୍ତି ଲୋକେ  । first appeared on Kanak News.

from Kanak News
via <a href="https://ifttt.com/?

ବ୍ୟାଙ୍କରେ ଜମା ହେଲା ୨୮୫ କୋଟି ଟଙ୍କା । ଟିଟିଲାଗଡ ବ୍ୟାଙ୍କ ଲକରରୁ ମିଳିଲା ବହୁ ପରିମାଣର ସୁନା ଗହଣା ।

କନକ ବ୍ୟୁରୋ: ବ୍ୟାଙ୍କରେ ଜମା ହେଲା ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ୨୮୫ କୋଟ ଟଙ୍କା । ଏକ ସ୍ୱତନ୍ତ୍ର ଆକାଉଣ୍ଟରେ ଏହି ପଇସା ରଖାଯାଇଛି । ତେବେ ବ୍ୟାଙ୍କ ଅଧିକାରୀ ଚିରା ନୋଟ ଗୁଡିକୁ ଆୟକର ବିଭାଗକୁ ଫେରାଇ ଦିଆଯାଇଛି । ତେବେ ଆୟକର ବିଭାଗ ବଲାଙ୍ଗୀରରୁ କେତେ ଟଙ୍କା ଜବତ କରିଛି ତାହା ଏଯାଏ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏବେ ବଲାଙ୍ଗୀର ସହରରେ ୫୦ରୁ ଅଧିକ ଆୟକର ଅଧିକାରୀଙ୍କ ସମେତ ବହୁ ସିଆଇଏସ୍ଏଫ୍ ଯବାନ ଡେରା ପକାଇଛନ୍ତି ।

 ସୋମବାର ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସମ୍ପତ୍ତି ସମ୍ପର୍କରେ ପଚରାଉଚରା କରିଥିଲେ । ପରେ ଆରତିଙ୍କ ଉପସ୍ଥିତିରେ ଏକ୍ସିସ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ବ୍ୟାଙ୍କ ଖାତାଗୁଡ଼ିକ ଯାଞ୍ଚ କରିଥିଲେ । ଏହି ସମୟରେ ୩ ଗୋଟି ଲକରରୁ ବହୁ ପରିମାଣରେ ସୁନା ଜବତ ହୋଇଥିବା ଜଣାପଡିଛି ।

ଲକରରେ ସୁନା ଗହଣା, ସୁନା ବିସ୍କୁଟ ଓ ହୀରା ଗହଣା ଭଳି ଜିନିଷ ଥିବା ଜଣାପଡିଛି । ପୂର୍ବରୁ ଟିଟିଲାଗଡ଼ରୁ ୧୧ କୋଟି ଟଙ୍କା ଜବତ ହୋଇଥିବା ବେଳେ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କୁ ଆୟକର ବିଭାଗ ଅଧିକାରୀମାନେ ପଚରାଉଚରା ଜାରି ରଖିଥିବା ଜଣାଯାଇଛି । ଜବତ ଟଂକା ଗୁଡିକ ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ବୋଲି ଜଣାପଡିଛି । ଏବେ ତାଙ୍କର ସମସ୍ତ ସଂପର୍କୟ ଓ ବ୍ୟବସାୟିକ ବନ୍ଧୁଙ୍କ ଉପରେ ନଜର ରଖିଛି ଆୟକର ବିଭାଗ ।

The post ବ୍ୟାଙ୍କରେ ଜମା ହେଲା ୨୮୫ କୋଟି ଟଙ୍କା । ଟିଟିଲାଗଡ ବ୍ୟାଙ୍କ ଲକରରୁ ମିଳିଲା ବହୁ ପରିମାଣର ସୁନା ଗହଣା । first appeared on Kanak News.

from Kanak News
via <a href="https://ifttt.com/?

ଜେଲରୁ ମିକୁଳିଲେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍

କନକ ବ୍ୟୁରୋ: ଆଜି ଜେଲରୁ ମୁକୁଳିଲେ ହନିଟ୍ରାପ୍ କ୍ୱିନ୍ ଭାବେ ଜଣା ଅର୍ଚ୍ଚନା ନାଗ୍ । ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ତାଙ୍କୁ ଆଣିବାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଯାଇଥିବା ଦେଖିବାକୁ ମିଳିଥିଲା ।

ଇଡି ମାମଲାରେ ତାଙ୍କୁ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି । ଇଡି ମାମଲାରେ ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ମାମଲାରେ ମଧ୍ୟ ତାଙ୍କୁ ଜାମିନ୍ ମିଳିସାରିଛି । ତେବେ ମାମଲାର ସବୁ ତଥ୍ୟ ସେ ମାନ୍ୟବର କୋର୍ଟଙ୍କୁ ଦେବେ ଏବଂ ସେ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମରେ କହିଛନ୍ତି ଅର୍ଚ୍ଚନା ନାଗ୍ ।

The post ଜେଲରୁ ମିକୁଳିଲେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍ first appeared on Kanak News.

from Kanak News
via <a href="https://ifttt.com/?

ସିଆଚିନରେ ଗ୍ଲେସିୟରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫତିମା ୱାସିମ: ୧୫ହଜାର୨ଶହ ଫୁଟ ଉଚ୍ଚ ଅପରେସନ ପୋଷ୍ଟରେ ମୁତୟନ

କନକ ବ୍ୟୁରୋ: ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ କ୍ୟାପଟେନ୍ ଫାତିମା ୱାସିମ୍ । ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫ ହଜାର ୨ଶହ ଫୁଟ ଉଚ୍ଚରେ ଥିବା ଅପରେସନ ପୋଷ୍ଟକୁ ପଠାଯାଇଥିଲା । ତେବେ ଭାରତୀୟ ସେନା ଫାୟାର ଆଣ୍ଡ ଫ୍ୟୁରି କପର୍ସ ମଧ୍ୟ କ୍ୟାପଟେନ୍ ଫାତିମା ୱାସିମ୍ଙ୍କ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଲେଖାଯାଇଛି, ୧୫ ହଜାର ଫୁଟ ଉଚ୍ଚରେ କ୍ୟାପଟେନ ଫତିମା ୱାସିମ୍ଙ୍କ ପୋଷ୍ଟିଂ ତାଙ୍କ ଅଦ୍ୟମ ଇଛା ଓ ଉଚ୍ଚ ପ୍ରେରଣାକୁ ପ୍ରତିଫଳିତ କରୁଛି ।

The post ସିଆଚିନରେ ଗ୍ଲେସିୟରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫତିମା ୱାସିମ: ୧୫ହଜାର୨ଶହ ଫୁଟ ଉଚ୍ଚ ଅପରେସନ ପୋଷ୍ଟରେ ମୁତୟନ first appeared on Kanak News.

from Kanak News
via <a href="https://ifttt.com/?

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: କେମିତି ଥିଲା ସାଏଙ୍କ ସଂଘର୍ଷ?

କନକ ବ୍ୟୁରୋ: ଛତିଶଗଡ଼ର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ତେବେ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ସାଏଙ୍କ ରାଜନୀତି ଜୀବନ ଯେତିକି ରୋଚକ ସେତିକି ସଂଘର୍ଷପୂର୍ଣ୍ଣ ରହିଛି । ସବୁଠୁ ବଡ କଥା ହେଉଛି ନିଜ ସାଧାସିଧା ସ୍ୱଭାବ ଓ ନିର୍ବିବାଦୀୟ ଚରିତ୍ର ପାଇଁ ବିଜେପି ହାଇକମାଣ୍ଡଙ୍କ ଧ୍ୟାନ ଆକର୍ଷଣ କରିଥିଲେ । କେମିତି ଜଣେ ସରଂପଚରୁ ସାଏ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଦେଖିବା ଏହି ରିପୋର୍ଟରେ ।

ଛତିଶଗଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ସବୁ ସସପେନ୍ସକୁ ପଛରେ ପକାଇ ଶେଷରେ ଆଦିବାସୀ ନେତା ବିଷ୍ଣୁଦେଓ ସାଏଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି ବିଜେପି । ଯଦିଓ ମୁଖ୍ୟମନ୍ତ୍ରୀ ରେସରେ ଅନେକ ପୁରୁଖା ନେତା ଥିଲେ ତଥାପି ବାଜି ମାରିଛନ୍ତି ବିଷ୍ଣୁଦେଓ ସାଏ । ଚର୍ଚ୍ଚା ହେଉଥିଲା ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରାନଯାଏ ତେବେ ତାଙ୍କର ଜଣେ ନିକଟତର ଲୋକଙ୍କୁ ମିଳିପାରେ ମୌକା । କୁହଯାଇଛି ରମଣ ସିଂ ବିଷ୍ଣୁଦେଓଙ୍କ ନାଁ ସୁପାରିଶ କରିଥିଲେ ।

ସରପଂଚରୁ ମୁଖ୍ୟମନ୍ତ୍ରୀ
-ବିଷ୍ଣୁଦେଓଙ୍କ ସାଏଙ୍କ ନିକଟରେ ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ରହିଛି
-୪ଥର ସାଂସଦ, ୩ଥର ବିଧାୟକ, ୩ଥର ଛତିଶଗଡର ପ୍ରଦେଶ ଅଧ୍ୟକ୍ଷ, କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ସାରିଛନ୍ତି ।
-ଚଳିତ ନିର୍ବାଚନରେ ସାଏଙ୍କ ନେତୃତ୍ୱରେ କଂଗ୍ରେସକୁ ଚକମା ଦେଇଛି ବିଜେପି
-ଆଦିବାସୀ ଗଢ଼ ବସ୍ତର ୮ ଓ ସରଗୁଜରାର ସମସ୍ତ ୧୪ ଆସନ କବଜା କରିଥିଲା ଦଳ
-ପୂର୍ବରୁ ସରଗୁଜାର ସମସ୍ତ ଆସନ କଂଗ୍ରେସ ପାଖରେ ଥିଲା
-ବିଜେପି ଏତେ ସଂଖ୍ୟକ ଆଦିବାସୀ ଆସନ ଜିତିବା ପ୍ରଥମ ଘଟଣା

ବିଷ୍ଣୁଦେଓଙ୍କ ସରଳ, ଶାନ୍ତ ସ୍ୱଭାବ ଏବଂ ନିର୍ବିବାଦୀୟ ଆଚରଣ ହାଇକମାଣ୍ଡଙ୍କ ଧ୍ୟାନ ଆକର୍ଷଣ କରି ଆସୁଥିଲା । ଏପରିକି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସେ ଜଣେ ପସନ୍ଦର ନେତା ଥିଲେ । ଦେଓଙ୍କ ପାଇଁ ପ୍ରଚାର କରି ତାଙ୍କୁ ଜିତାଇବାକୁ କହିଥିଲେ ଶାହା ଓ ତାଙ୍କ ବଡ ଲୋକ କରାଯିବ ବୋଲି କହିଥିଲୋ । ଏଥିସହ ଆରଏସଏସ ମଧ୍ୟ ଦେଓଙ୍କ ନାଁରେ ମୋହର ମାରିଥିଲା ।

ସରଳ ଆଦିବାସୀ ନେତା ଭାବମୂର୍ତି ଯୋଗୁଁ ସାଏଙ୍କୁ ବଡ ସଫଳତା ମିଳିଥିବା କୁହାଯାଉଛି । ତେବେ ସରପଂଚରୁ ମୁଖ୍ୟମନ୍ତ୍ରୀ ଯାତ୍ରା ଯେତିକ ରୋଚକପୂର୍ଣ୍ଣ ରହିଥିଲା ସେତିକି ସଂଘର୍ଷପୂର୍ଣ୍ଣ ମଧ୍ୟ ରହିଥିଲା ।

-୧୯୬୪ ମସିହା ଛତିଶଗଡ଼ ଜଶପୁରର ଏକ ଆଦିବାସୀ ଚାଷୀ ପରିବାରରେ ସାଏଙ୍କ ଜନ୍ମ
-୨୫ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିଲେ
-ପିଲାଦିନରୁ ଦେଓ ଓ ତାଙ୍କ ପରିବାର ଆରଏସଏସ ସହ ଜଡିତ ଅଛନ୍ତି
-୧୯୮୯ରେ ବାଗିଆର ସରପଂଚ ହୋଇଥିଲେ
-ପରେ ୪ଥର ସାଂସଦ, ୩ଥର ବିଧାୟକ, ୩ଥର ଛତିଶଗଡର ପ୍ରଦେଶ ଅଧ୍ୟକ୍ଷ ସହ -କେନ୍ଦ୍ରରାଷ୍ଟ୍ରମନ୍ତ୍ରୀ କମାଣ ସମ୍ଭାଳି ସାରିଛନ୍ତି ।
-ବିଷ୍ଣୁଦେଓଙ୍କ ଜେଜେବାପା ଓ ବାପା ମଧ୍ୟ ବିଧାୟକ ଥିଲେ

ନିର୍ମଳ ଭାବମୂତି ପାଇଁ ଆଜିର ଦିନରେ ସରପଂଚରୁ ମୁଖ୍ୟମନ୍ତ୍ରୀ ବନିପାଇଛନ୍ତି ବିଷ୍ଣୁଦେଓ ସାଏ । ରାଜନୀତି ପ୍ରତି ତାଙ୍କର ଯେତିକି ରୁଚି ରହିଛି ସେତିକି ଦୁର୍ବଳତା ବ୍ୟାଡମିଂଟନ ଓ ଫୁଟବଲ ଖେଳ ପ୍ରତି ମଧ୍ୟ ରହିଛି । ଡିସେମ୍ବର ୧୩ ତାରିଖରେ ଛତିଶଗଡ଼ର ଷଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେଓ ସାଏ ।

The post ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: କେମିତି ଥିଲା ସାଏଙ୍କ ସଂଘର୍ଷ? first appeared on Kanak News.

from Kanak News
via <a href="https://ifttt.com/?

ସରୁନି ରାଜସ୍ଥାନ ସିଏମ ସସପେନ୍ସ: ବିଜେପିକୁ ବସୁନ୍ଧରା ଅଡୁଆ!

କନକ ବ୍ୟୁରୋ: ନିର୍ବାଚନ ଫଳାଫଳକୁ ୯ଦିନ ହେଲାଣି । ବିଜେପି ବହୁମତ ସହ ରାଜସ୍ଥାନ ନିର୍ବାଚନ ମଧ୍ୟ ଜିତିଛି । ତଥାପି କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଛିଣ୍ଡୁନି ଅଙ୍କ । ସେପଟେ ଦଳୀୟ କନ୍ଦଳ ଚର୍ଚ୍ଚା ଭିତରେ ବିଜେପିର ଅଡୁଆ ବଢ଼ାଇଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ସୂଚନା ଅନୁସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବସୁନ୍ଧରା ଅନୁରୋଧ କରି ଗୋଟେ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛନ୍ତି । ସେପଟେ ବିଧାୟକଙ୍କ ସହ ଘନଘନ ବୈଠକ କରୁଥିବାରୁ ବସୁନ୍ଧରାଙ୍କ ଉପରେ ବିଜେପି ଅସନ୍ତୁଷ୍ଟ ଥିବା ଖବର ମଧ୍ୟ ଉଠୁଛି ।

ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳକୁ ୧୦ଦିନ ବିତିଲାଣି । ବହୁମତ ସହ ବିଜେପି ବଡ ବିଜୟ ହାସଲ କରି କଂଗ୍ରେସକୁ କ୍ଷମତାଚ୍ୟୁତ କରିଛି । ତଥାପି ରାଜ୍ୟରେ ଦଳ କାହାକୁ କରିବ ମୁଖ୍ୟମନ୍ତ୍ରୀ ସେନେଇ ଛିଣ୍ଡିପାରୁନି ଅଙ୍କକଷା । ଦଳୀୟ କନ୍ଦଳ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଅନ୍ୟତମ ହାଇପ୍ରୋଫାଇଲ ଚେହେରା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ନେଇ ସରଗରମ ରାଜସ୍ଥାନ ରାଜନୀତି । କୁହାଯାଉଛି ବସୁନ୍ଧରା ମୁଖ୍ୟମନ୍ତ୍ରୀ ହେବାକୁ ଅଡି ବସିଛନ୍ତି । ଦଳ ଉପରେ ଚାପ ପକାଉଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗୋଟେ ବର୍ଷ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରୁଛନ୍ତି । ରବିବାର ନିଜ ବାସଭବନରେ ବିଧାୟକଙ୍କ ସହ ବୈଠକ କରି ଦଳକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି । ବିଧାୟକ ଦଳ ବୈଠକ ପୂର୍ବରୁ ବାସଭବନରେ ବିଧାୟକଙ୍କ ମେଳି ବସୁନ୍ଧରାଙ୍କ ନୀତି ଉପରେ ପ୍ରଶ୍ନ ଉଠାଇଛି ।

ରାଜନୀତି ବିଶେଷଜ୍ଞଙ୍କ ମତରେ ବସୁନ୍ଧରାଙ୍କ ଏଭଳି ଆଭିମୁଖ୍ୟ ବିଜେପି ହାଇକମାଣ୍ଡଙ୍କୁ ଅସନ୍ତୁଷ୍ଟ କରିଛି । ଯଦି ଆବଶ୍ୟକ ପଡେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିପାରେ ଦଳ ।ମୁଖ୍ୟମନ୍ତ୍ରୀ ରେସରେ ଜଣଙ୍କ ପରେ ଜଣଙ୍କ ନାଁ ଯୋଡା ହେଉଛି । ସେପଟେ କିଛି ଚେହେରା ମଧ୍ୟ ବାଦ ପଡୁଛନ୍ତି । କିନ୍ତୁ ବସୁନ୍ଧରା ନିଜ ଜିଦରେ ଅଟଳ ଅଛନ୍ତି । ମୁଖ୍ୟମନ୍ତ୍ରୀ ପଦ ବ୍ୟତିତ ଅନ୍ୟ କୌଣସି ଦାୟିତ୍ୱ ନେବେନି ବୋଲି ସଂକେତ ମଧ୍ୟ ଦେଇ ସାରିଛନ୍ତି । ରାଜସ୍ଥାନରେ ବସୁୁନ୍ଧରାଙ୍କ ଦବଦବା ବେଶ ଅଧିକ ରହିଛି । ଅଭିଜ୍ଞତା ସହ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ନିର୍ବାଚନ ଫଳ ବାହାରିବା ପରେ ବସନ୍ଧୁରାଙ୍କ ଘରେ ବିଧାୟକଙ୍କ ଭିଡ ଓ ଉତ୍ସବ ବି ଦେଖିବାକୁ ମିଳିଥିଲା । ହଠାତ ଦିଲ୍ଲୀରେ ପହଁଚି ହାଇକମାଣ୍ଡଙ୍କ ସହ ବୈଠକ କରିଥିଲେ । ସେପଟେ ରବିବାର ମଧ୍ୟ ବାସଭବନରେ ବୈଠକ କରିବା ଘଟଣା ବସନ୍ଧୁରାଙ୍କୁ ଅଡୁଆରେ ପକାଇପାରେ ।

କୁହାଯାଉଛି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ପରେ ଦଳୀୟ କନ୍ଦଳ ସମ୍ଭାବନା ରହିଛି । ତେଣୁ ରବିବାର ବୈଠକ ମଙ୍ଗଳବାରକୁ ଘୁଂଚାଯାଇଛି । ସେପଟେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିଯୁକ୍ତ ୩ଜଣ ପର୍ଯ୍ୟବେକ୍ଷକ ଜୟପୁରରେ ପହଁଚିବେ । ରାଜସ୍ଥାନ ପାଇଁ ବିଜେପି ଭାବିଚିନ୍ତି ନିଷ୍ପତି ନେବ ।

ମୁଖ୍ୟମନ୍ତ୍ରୀ ରେସରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅଶ୍ୱିନୀ ବୈଷ୍ଣବ, କରୋଡି ଲାଲା ମୀଣା, ଅର୍ଜୁନ ରାମ ମେଘୱାଲ, ଦୀୟା କୁମାରୀଙ୍କ ସହ ଅନେକ ପୁରୁଖା ଓ ନୂଆ ଚେହେରା ରହିଛନ୍ତି

The post ସରୁନି ରାଜସ୍ଥାନ ସିଏମ ସସପେନ୍ସ: ବିଜେପିକୁ ବସୁନ୍ଧରା ଅଡୁଆ! first appeared on Kanak News.

from Kanak News
via <a href="https://ifttt.com/?

ଇତିହାସ ପାଲଟିିଲା ଧାରା ୩୭୦ । ୪ବର୍ଷ, ୪ମାସ ୬ ଦିନ ପରେ ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ରାୟକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା-୩୭୦ । ୪ ବର୍ଷ ୪ ମାସ ୬ ଦିନ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ହଟାଯାଇଥିବା ଧାରା ୩୭୦କୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଧାରା-୩୭୦ ଉଚ୍ଛେଦ ବୈଧ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରାଯାଇଛି । ତେବେ ଆସନ୍ତୁ ନଜର ପକାଇ ଘାଟିରେ ଧାରା ୩୭୦ ଇତିହାସ କ’ଣ ରହିଛି ?

ଘାଟିରେ ‘୩୭୦’ର ଇତିହାସ

  • ୧୯୪୭, ଅକ୍ଟୋବର ୨୬ରେ ଭାରତ ସହ ଯୋଡ଼ି ହୋଇଥିଲା ଜାମ୍ମୁ-କାଶ୍ମୀର
  • ୧୯୪୯ରେ ଜମ୍ମୁ-କାଶ୍ମୀର ପାଇଁ ସମ୍ବିଧାନରେ ଯୋଡ଼ା ହୋଇଥିଲା ଧାରା ୩୭୦
  • ପ୍ରଥମରୁ ଏହାକୁ ବିରୋଧ କରିଥିଲେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକର
  • ଏହାକୁ ଦେଶଦ୍ରୋହ ସହ ସମାନ ବୋଲି କହିଥିଲେ ଆମ୍ବେଦକର
  • ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା
  • ଏହି ଧାରା ଅନୁଯାୟୀ ଭାରତର ସବୁ ଆଇନ ଜାମ୍ମୁ-କାଶ୍ମୀରରେ ଲାଗୁ ହେଉନଥିଲା

ଧାରା ୩୭୦ କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ଯୋଗାଯୋଗ କ୍ଷେତ୍ରରେ ଆଇନ ପ୍ରଣୟନ କରିପାରିବ ଭାରତ । ଅନ୍ୟ କ୍ଷେତ୍ରରେ କିଛି ଆଇନ ଲାଗୁ କରିବାକୁ ହେଲେ ଜାମ୍ମୁ କାଶ୍ମୀର ବିଧାନସଭାର ଅନୁମତି ନେବାକୁ ପଡିବ । ଜାମ୍ମୁ-କାଶ୍ମୀରର ବାସିନ୍ଦା ସ୍ୱତନ୍ତ୍ର ଅଧିକାର ପାଇବେ । ଜାମ୍ମୁ-କାଶ୍ମୀରର ସମ୍ପତ୍ତି ଓ ଜମିକୁ ଅନ୍ୟ ରାଜ୍ୟର ଲୋକେ କିଣି ପାରିବେ ନାହିଁ । କିନ୍ତୁ ଜାମ୍ମୁ-କାଶ୍ମୀରବାସୀ ଅନ୍ୟ ରାଜ୍ୟରେ ଜମି ଓ ସମ୍ପତ୍ତି କିଣିପାରିବେ । ଆର୍ଥିକ ବିପତ୍ତି ବେଳେ ଜାମ୍ମୁ ଓ କାଶ୍ମୀରରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ ନାହିଁ କେବଳ ବାହ୍ୟ ଆକ୍ରମଣ କିମ୍ବା ଯୁଦ୍ଧ ସମୟରେ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ । ତେବେ ଧାରା-୩୭୦ ଏକ ଅସ୍ଥାୟୀ ଅଧିକାର ବୋଲି ସମ୍ବିଧାନରେ ଉଲ୍ଲେଖ ରହିଥିଲା

୨୦୧୯ ଅଗଷ୍ଟ୫ ତାରିଖରେ ଜମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଉଚ୍ଛେଦ ହୋଇଥିଲା । ଏହା ପରେ ଜମ୍ମୁକାଶ୍ମୀର ରାଜ୍ୟ ପରିବର୍ତେ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା । ଯେଉଁଥିରେ ଲଦାଖରୁ ଜମ୍ମୁକାଶ୍ମୀର ଅଲଗା ହୋଇଥିଲା । କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାମ୍ମୁକାଶ୍ମୀରରେ ମଧ୍ୟ ଅନ୍ୟରାଜ୍ୟ ଭଳି ସମାନ ଆଇନ ବ୍ୟବସ୍ଥା ଲାଗୁ ହେବ ।

The post ଇତିହାସ ପାଲଟିିଲା ଧାରା ୩୭୦ । ୪ବର୍ଷ, ୪ମାସ ୬ ଦିନ ପରେ ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ରାୟକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started