ଲୁଟେରାଙ୍କ ଭୂସ୍ୱର୍ଗ ଭୁବନେଶ୍ୱର: ରାତି ଅଧରେ ଏଟିଏମ ତାଡିଲେ, ଟଙ୍କା ଲୁଟିଲେ

କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ଏଟିଏମ୍ ଲୁଟେରା । ଗ୍ରାମାଂଚଳ କଥା ଛାଡନ୍ତୁ ଖୋଦ୍ ରାଜଧାନୀର ଜନଗହଳିପୂର୍ଣ୍ଣ ଅଂଚଳରେ ଥିବା ଏଟିଏମ ବି ସୁରକ୍ଷିତ ନୁହେଁ । ଗତକାଲି ରାତିରେ ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଏସବିଆଇ ଏଟିଏମକୁ ତାଡି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଲୁଟେରା । ସବୁଠାରୁ ବଡ କଥା ହେଲା, ଖୋଦ୍ ଏସବିଆଇ ଏଟିଏମରେ ସୁରକ୍ଷା କର୍ମୀ ମୁତୟନ ନଥିଲେ । ଆଉ ଏହାର ଫାଇଦା ଉଠାଇ ମାତିଛନ୍ତି ଲୁଟେରା ।

କୁହାଯାଏ ଏସବିଆଇ ଏଟିଏମରେ ସୁରକ୍ଷା ବ୍ୟବସ୍ଥା କଡା ରହିଥାଏ । ସିସିଟିଭି ବି ନଜର ରଖିଥାଏ । କିନ୍ତୁ ଭବନେଶ୍ୱରର ଜନଗହଳିପୂର୍ଣ୍ଣ ଅଂଚଳରେ ବି ଲୁଟେରା ଏହି ଏଟିଏମକୁ ଛାଡିନାହାନ୍ତି । ରାତି ଅଧରେ ଚୋରି କରି ପୋଲିସକୁ କଡା ଚ୍ୟାଲେଞ୍ଜ ଦେଉଛନ୍ତି । ଏଟିଏମରୁ ପାଖାପାଖି ୧୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସକାଳୁ ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଅଧିକାରି ପହଞ୍ଚି ତଦନ୍ତ ଅ।।ରମ୍ଭ କରିଛନ୍ତି ।

ବିଳମ୍ବିତ ରାତିରେ ରାସ୍ତାଘାଟ ଶୁନଶାନ ହୋଇଯିବା ପରେ ମାତିଥିଲେ ଲୁଟେରା ।
-ପ୍ରଥମେ ଏଟିଏମ ବାହାରେ ଜଳୁଥିବା ଲାଇଟରେ କଳାରଙ୍ଗର ସ୍ପ୍ରେ ମାରିଥିଲେ
-ଏହାପରେ ଏଟିଏମ ସାମ୍ନା ଅନ୍ଧାର ହୋଇଯାଇଥିଲା
-ଭିତରକୁ ଯାଇ ସିସିଟିଭିକୁ ମଧ୍ୟ ସ୍ପ୍ରେ ମାରି ବନ୍ଦ କରିଥିଲେ
-ପରେ ଏଟିଏମକୁ ଗ୍ୟାସ କଟରରେ କାଟି ଟଙ୍କା ନେଇଯାଇଥିଲେ

ସବୁଠାରୁ ବଡ କଥା ହେଲା, ଏସବିଆଇ ବ୍ୟାଙ୍କ ଏଟିଏମରେ କୌଣସି ସୁରକ୍ଷା କର୍ମୀ ନଥିଲେ । ଆଉ ଏହାର ଫାଇଦା ଉଠାଇ କଳାକନା ବୁଲାଇଥିଲେ ଲୁଟେରା । ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୁଲିସ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ଲିଙ୍ଗରାଜ ଥାନା ପୁଲିସ ଓ ସ୍ୱତନ୍ତ୍ର ସ୍କାର୍ଡର ଟିମ ଲୁଟେରାଙ୍କୁ କାବୁ କରିବାକୁ ଜାଲ ବିଛାଇଛନ୍ତି । ପ୍ରଶ୍ନ ଉଠୁଛି
-କଣ ପାଇଁ ଏଟିଏମଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେଉନାହିଁ ?
-ଖୋଦ ରାଜଧାନୀର ଅଧିକାଂଶ ଏଟିଏମରେ ସୁରକ୍ଷା ଗାର୍ଡ ରହୁନାହାନ୍ତି?
-ରାତିରେ ପୁଲିସ ଠିକ୍ ଭାବେ ପାଟ୍ରୋଲି କରୁଛି ନା ନାହିଁ?

କେବଳ ଏହି ଘଟଣା ନୁହେଁ , ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ, ଚୋରି ଓ ଡକାୟତି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଆଉ ଏହା କମିଶନରେଟ ପୁଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି ।

The post ଲୁଟେରାଙ୍କ ଭୂସ୍ୱର୍ଗ ଭୁବନେଶ୍ୱର: ରାତି ଅଧରେ ଏଟିଏମ ତାଡିଲେ, ଟଙ୍କା ଲୁଟିଲେ first appeared on Kanak News.

from Kanak News
via <a href="https://ifttt.com/?

୧୦ ହଜାର ଯୁବକଙ୍କୁ ଦିଆଯିବ ନିଯୁକ୍ତି: ଫୋକସରେ ଗ୍ରାମାଞ୍ଚଳ ଯୁବକ

କନକ ବ୍ୟୁରୋ: ସରକାରଙ୍କ ଫୋକସରେ ଗ୍ରାମାଂଚଳ ଯୁବକ । ଖୁବଶୀଘ୍ର ଗାଁ ଗହଳିର ୧୦ ହଜାର ଯୁବକଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବ ରାଜ୍ୟ ପଂଚାୟତରାଜ ବିଭାଗ । ପାଣି ପାଇପ କାମ, ପମ୍ପ ଅପରେଟର, ସୌର ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ମରାମତି କାର୍ଯ୍ୟରେ ନିୟୋଜିତ କରିବା ନେଇ ଜିଲ୍ଲାପାଳ, ବିଡିଓ, ସର୍ବୋଚ୍ଚ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ସେପଟେ ୨୦୨୪ ନିର୍ବାଚନକୁ ନଜରରେ ଏଭଳି ନିଯୁକ୍ତି ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଗ୍ରାମାଚଂଳରେ ୧୦ ହଜାର ଯୁବକଙ୍କୁ ଖୁବଶୀଘ୍ର ନିଯୁକ୍ତି ଦେବ ରାଜ୍ୟ ପଂଚାୟତରାଜ ବିଭାଗ । ଏ ନେଇ ବିଭାଗ ପକ୍ଷରୁ ଜିଲ୍ଲାପାଳ, ବିଡିଓ, ସର୍ବୋଚ୍ଚ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ୧୦ ହଜାର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରି ପାଣି ପାଇପ କାମ, ପମ୍ପ ଅପରେଟର, ସୌର ପାନୀୟ ଜଳ ଯୋଗାଣ ଏବଂ ବିଦ୍ୟୁତ ମରାମତି କାର୍ଯ୍ୟରେ ନିୟୋଜିତ କରିବେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ ବସୁଧା, ଜଳ ଜୀବନ ମିସନର ଦୈନନ୍ଦିନ ପଚିଚାଳନା ଓ ଦେଖାଶୁଣା କରିବେ ଗାଁର ଯୁବକ । ପ୍ରତ୍ୟେକ ପଂଚାୟତରେ ଦୁଇ ଜଣଙ୍କୁ ଅସ୍ଥାୟୀ ନିଯୁକ୍ତି ଦିଆଯିବ । ସମ୍ପୃକ୍ତ ଯୁବକଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିବ । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି ଅଷ୍ଟମ ଶ୍ରେଣୀ ପାସ । ଯୁବକଙ୍କୁ ମନୋନୟନ କରି ନିଯୁକ୍ତ କରିବେ ବିଡିଓ ।

ଅସ୍ଥାୟୀ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା ବିଜେପି?
ଗ୍ରାମାଚଂଳର ଯୁବକ ହେବେ ଆତ୍ମନିର୍ଭରଶୀଳ: ବିଜେଡି
ନିର୍ବାଚନକୁ ଦୃଷ୍ଟିରେ ଏଭଳି ନିଯୁକ୍ତି ଦିଆଯାଉଛି ବୋଲି ଅଭିଯୋଗ କରିଛି ବିଜେପି । ଏହାର ଜବାବରେ ବିଜେଡି କହିଛି, ଗାଁର ଯୁବକ ନିଯୁକ୍ତି ପାଇବେ, ଫଳରେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ।

୨୦୧୯ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା ବିଜୁ ଯୁବବାହିନୀ । କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । କୁହାଯାଇଥିଲା ଏହି କାର୍ଯ୍ୟକ୍ରମ ଯୁବବର୍ଗଙ୍କୁ ସଶକ୍ତ କରିବ । କିଛି ବର୍ଷ ପରେ ଏହି ସ୍କିମ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ସେତେବେଳେ ବି ବିରୋଧୀ ଅଭିଯୋଗ କରିଥିଲେ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଯୋଜନା ହାତକୁ ନେଇଥିଲେ ସରକାର ।

The post ୧୦ ହଜାର ଯୁବକଙ୍କୁ ଦିଆଯିବ ନିଯୁକ୍ତି: ଫୋକସରେ ଗ୍ରାମାଞ୍ଚଳ ଯୁବକ first appeared on Kanak News.

from Kanak News
via <a href="https://ifttt.com/?

ଅପରାଜିତା ବନାମ ବିଜେଡି: ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦଙ୍କ ପୋଷ୍ଟ

କନକ ବ୍ୟୁରୋ: ଚର୍ଚ୍ଚା ବଢାଇଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ସେ ଅଭିଯୋଗ, ରାଜଧାନୀ କାଂଥରେ ଆଉଥରେ ଅପରାଜିତା ଲେଖାକୁ ବିଏମସି ଲିଭାଇ ଦେଉଛି । ହେଲେ କାହିଁକି ବିଜେଡିର ପ୍ରଚାର ଲେଖାକୁ ଲିଭାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏହାର ଜବାବ ରଖି ବିଜେଡି କହିଛି, ଏପରି ହୀନ ରାଜନୀତି କରେ ନାହିଁ ଦଳ ।

ରାଜଧାନୀ କାନ୍ଥରେ କାହା ନାଁ ରହିବ, କାହା ନାଁ ହଟିବ, ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏହାରି ଭିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୋଷ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଅପରାଜିତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ପୋଷ୍ଟ ଉପରେ ନଜର ପକାନ୍ତୁ । ଏଥିରେ, ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । କାନ୍ଥ ବାଡ଼ରେ ଲେଖାଯାଇଥିବା ‘ଆଉ ଥରେ ଅପରାଜିତା’କୁ କାହିଁକି ଲିଭାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ପ୍ରଶ୍ନ କରି ପଚାରିଛନ୍ତି ..

ଅପରାଜିତାଙ୍କ ପ୍ରଶ୍ନ
– ବିଏମ୍ସି ସରକାରୀ ଅନୁଷ୍ଠାନ ନା ବିଜେଡି ସରକାର?
– ସଫେଇ କର୍ମୀ ଓ ଅନ୍ୟ କର୍ମଚାରୀଙ୍କୁ ବ୍ୟବହାର କରି ‘ଆଉଥରେ ଅପରାଜିତା’ କାହିଁକି ଲିଭାଯାଉଛି?
– ସହରର ବିଭିନ୍ନ ସ୍ଥାନରେ ଲେଖାଯାଇଥିବା ‘ଆମ ଶଙ୍ଖ ଚିହ୍ନ, ବିକାଶର ଚିହ୍ନ’ କାହିଁକି ଲିଭାଯାଉନି?
– ଯଦି ଲିଭାଯାଉଛି, ତାହେଲେ କେବଳ ଗୋଟିଏ ଦଳର କାହିଁକି?

ଅପରାଜିତାଙ୍କ ପୋଷ୍ଟ ପରେ ବିଜେଡି- ବିଜେପି ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ଅପରାଜିତାଙ୍କ ସମର୍ଥନରେ ବାହାରି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି କହିଛନ୍ତି, ମ୍ୟୁନିସିପାଲଟି କର୍ମଚାରୀମାନେ ରାଜନୀତିଠାରୁ ଦୂରେଇ ରହିବା କଥା । କିନ୍ତୁ ବିଏମ୍ସି କର୍ମଚାରୀ ବିଜେଡିର ଦଳୀୟ କର୍ମଚାରୀ ଭଳି କାମ କରୁଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ । ସେପଟେ ଏହାର ଜବାବ ରଖିଛି ବିଜେଡି । ଦଳ କହିଛି, ବିଜେଡି କେବେବି ଏପରି ତଳସ୍ତରକୁ ଯାଏନାହିଁ କି ଏପରି ରାଜନୀତି କରେ ନାହିଁ ।

ଦଶହରା ସମୟରୁ ଦୁଇ ଦଳର ନେତାଙ୍କ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଛି । ଦଳୀୟ ନେତା ବିଭିନ୍ନ ଛକରେ ହୋର୍ଡିଂ ମାରିବା ସହ କାନ୍ଥରେ ଏଥର କିଏ? ଲେଖି ନିଜର ଉପସ୍ଥିତି ଜାହିର କରୁଛନ୍ତି । ରାଜଧାନୀର ଏହି ପୋଷ୍ଟର ରାଜନୈତିକ ପାଣିପାଗକୁ ଉଷ୍ଣ କରିଛି ।

The post ଅପରାଜିତା ବନାମ ବିଜେଡି: ଚର୍ଚ୍ଚାରେ ଭୁବନେଶ୍ୱର ସାଂସଦଙ୍କ ପୋଷ୍ଟ first appeared on Kanak News.

from Kanak News
via <a href="https://ifttt.com/?

ଇତିହାସ ପାଲଟିିଲା ଧାରା ୩୭୦ । ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପରାମର୍ଶ

କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା ୩୭୦ । ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ବାବଦରେ ସୁପ୍ରିମ୍ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତିକୁ କାଏମ ରଖିଛନ୍ତି କୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଇଥିବା ରାୟକୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ବର୍ଷ ବର୍ଷ ଧରି ଧାରା ୩୭୦’ର ଜଞ୍ଜାଳରେ ଛନ୍ଦି ହୋଇଥିବା ଭୂସ୍ୱର୍ଗ ଜମ୍ମୁ-କାଶ୍ମୀର ଏବେ ମୁକ୍ତ । ଜନତା ଆଶ୍ୱସ୍ତ, ଭାରତବାସୀ ଖୁସ୍ । ଏଣିକି କାଶ୍ମୀରର ହକ୍ ଛଡ଼ାଇବାକୁ ଉଦ୍ୟମ କରୁଥିବା ଲୋକଙ୍କ ବାଟ ସବୁ ଦିନ ପାଇଁ ବନ୍ଦ । କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ହଟାଯାଇଥିବା ଧାରା ୩୭୦କୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଧାରା-୩୭୦ ଉଚ୍ଛେଦ ବୈଧ । ଜମ୍ମୁ-କାଶ୍ମୀରରେ ଧାରା-୩୭୦ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ । ସମ୍ବିଧାନର ସବୁ ଅନୁଚ୍ଛେଦ ଲାଗୁ ହେବ । ଲଦାଖକୁ ଜମ୍ମୁ-କାଶ୍ମୀର ଠାରୁ ଅଲଗା କରିବା ଘୋଷଣା ଉଚିତ । ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ପଦକ୍ଷେପ ନିଆଯାଉ । ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟର ମାନ୍ୟତା ମିଳୁ ।

ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ନିଷ୍ପତିକୁ ଐତିହାସିକ କହିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦୀ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟର ଅର୍ଥ, ୫ ଅଗଷ୍ଟ, ୨୦୧୯ରେ ନିଆଯାଇଥିବା ନିଷ୍ପତି ସମ୍ପୂର୍ଣ୍ଣ ଠିକ୍ । ଏହି ନିଷ୍ପତ୍ତିି ଜମ୍ମୁ-କାଶ୍ମୀରରେ ଥିବା ଆମ ଭାଇ-ଭଉଣୀଙ୍କ ବିକାଶ ପାଇଁ ନିଆଯାଇଥିଲା । ଏହାକୁ କାଏମ ରଖି ଅଖଣ୍ଡ ଭାରତ ନେଇ ନୂଆ ବାର୍ତ୍ତା ଦେଇଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀର ଓ ଲଦାଖର ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାର ଦେଖିଥିବା ସମସ୍ତ ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତର ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଧାରା ୩୭୦କୁ ଆଇନ ସମ୍ମତ ଦର୍ଶାଇବା ନିଷ୍ପତିକୁ ଗ୍ରହଣ କରିପାରିନି । ଏହା ଆଇନ ସମ୍ମତ ନୁହେଁ ବୋଲି କହିଛି । ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏ ଉଚ୍ଛେଦେ କରିଥିଲେ କେନ୍ଦ୍ର ସରକାର । ସେହିପରି ଜମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା । ଲଦାଖକୁ ଅଲଗା କରି କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା ।

The post ଇତିହାସ ପାଲଟିିଲା ଧାରା ୩୭୦ । ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପରାମର୍ଶ first appeared on Kanak News.

from Kanak News
via <a href="https://ifttt.com/?

ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଦେଶବ୍ୟାପୀ ବିଜେପିର ପ୍ରତିବାଦ । ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ ସିବିଆଇ ତଦନ୍ତ ଦାବି

କନକ ବ୍ୟୁରୋ: ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଦଳର କେନ୍ଦ୍ରୀୟ ନେତୃତ୍ୱ କଂଗ୍ରେସ ଉପରେ ବର୍ଷୁଥିବା ବେଳେ ରାଜ୍ୟ ନେତୃତ୍ୱ ବିଜେଡି ଲିଙ୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେପଟେ ବିଜେପି ଅଭିଯୋଗର ପାଲଟା ଜବାବରେ ବିଜେଡି କହିଛି, କଂଗ୍ରେସକୁ ସୁରକ୍ଷା ଦେଉଛି ରାଜ୍ୟ ବିଜେପି ।

  • ଦେଶବ୍ୟାପୀ ବିଜେପିର ପ୍ରତିବାଦ
  • ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ ସିବିଆଇ ତଦନ୍ତ ଦାବି

ମଦ ବ୍ୟବସାୟୀଙ୍କ ଉପରେ ଆଇଟି ରେଡ୍, ୪୦୦ କୋଟିରୁ ଅଧିକ ଟଙ୍କା ଜବତ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଦେଶବ୍ୟାପୀ ପ୍ରତିବାଦ କରିଛି ବିଜେପି । ମଦ ବ୍ୟବସାୟୀ ତଥା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରେ କଂଗ୍ରେସକୁ କାଠଗଡ଼ାକୁ ଟାଣିଛି ଦଳ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଧାରଣା ଦେଇ ଆନ୍ଦୋଳନ କରିଛନ୍ତି । ଗରିବ ଲୋକଙ୍କ ଠାରୁ ଲୁଟ କରି କୋଟି କୋଟି ଟଙ୍କା କଂଗ୍ରେସ ନେତାମାନେ ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜେ.ପି ନଡ୍ଡା । ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରି ନଡ୍ଡା କହିଛନ୍ତି, ତଦନ୍ତକାରୀ ସଂସ୍ଥାର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତା ଏବେ ଧୀରଜ ସାହଙ୍କ ମାମଲାରେ କାହିଁକି ଚୁପ୍ ବସିଛନ୍ତି ।

  • କଳାଧନକୁ ନେଇ ଓଡ଼ିଶାରେ ବିଜେପିର ବିକ୍ଷୋଭ
  • କଂଗ୍ରେସ ସହ ବିଜେଡିକୁ ଯୋଡିଲା ଦଳ
  • ବିଜେଡିର ଅଭିଯୋଗ, କଂଗ୍ରେସକୁ ସୁରକ୍ଷା ଦେଉଛି ରାଜ୍ୟ ବିଜେପି

ଧୀରଜ ସାହୁଙ୍କ କୁଶପୁତଳିକା ଦାହ କରି ଭୁବନେଶ୍ୱରରେ ବିକ୍ଷୋଭ କରିଛି ବିଜେପି । ଏହା ସହ ବିଜେଡି ଲିଙ୍କକୁ ନେଇ ବି ପ୍ରଶ୍ନ ଉଠାଇଛି ଦଳ । କଂଗ୍ରେସ ଓ ବିଜେଡିର ମଧୁଚନ୍ଦ୍ରିକାରେ ମଦ କାରବାର ଚାଲୁଥିବା ଅଭିଯୋଗ କରିଛି ବିଜେପି । ସମ୍ବଲପୁରରେ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛି ଦଳ । ଭୁବନେଶ୍ୱରରୁ ସମ୍ବଲପୁର, ପୁରୀରୁ ବାରିପଦା, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବିକ୍ଷୋଭ ଓ ପ୍ରତିବାଦ । କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଗିରଫ କରାଯିବା ସହ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଏହା ସହ ରାଜ୍ୟରେ ଥିବା ଅବକାରୀ ନୀତିର ସଂଶୋଧନ ଦାବି କରିଛି ବିଜେପି ।

ବିଜେଡି ଆଡକୁ ରାଜ୍ୟ ବିଜେପି ଆଙ୍ଗୁଳି ଉଠାଇବା ପରେ ବର୍ଷିଛି ବିଜେଡି । ରାଜ୍ୟ ବିଜେପି, କଂଗ୍ରେସକୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛି ଦଳ । ଆୟକର ବିଭାଗର ଚଢାଉ ପରେ, ଦୁର୍ନୀତି କଂଗ୍ରେସ କରିଛି ବୋଲି କହୁଛନ୍ତି କେନ୍ଦ୍ର ନେତୃତ୍ୱ । କାହିଁକି ରାଜ୍ୟରେ କଂଗ୍ରେସକୁ ସୁରକ୍ଷା ଦିଆଯାଉଛି, ସେନେଇ ବିଜେପି ସ୍ପଷ୍ଟ କରୁ ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର । ଏହାର ଜବାବ ରଖିଛି ବିଜେପି । କାହିଁକି ବିନା ଟେଣ୍ଡରରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବାରମ୍ବାର ଲାଇସେନ୍ସ ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛି ଦଳ ।

ସୂଚନାଯୋଗ୍ୟ ଯେ, ମଦ ସାମ୍ରାଜ୍ୟର ଟଙ୍କା ପାହାଡ଼କୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଲାଗିଛି ରାଜନୈତିକ ରଙ୍ଗ । ପରସ୍ପର ଉପରେ ଦୋଷ ଲଦୁଛନ୍ତି ରାଜନୈତିକ ଦଳର ନେତା ।

The post ଧୀରଜ ସାହୁଙ୍କ କଳାଧନକୁ ନେଇ ତେଜୁଛି ରାଜନୀତି । ଦେଶବ୍ୟାପୀ ବିଜେପିର ପ୍ରତିବାଦ । ମଦ ସାମ୍ରାଜ୍ୟର ଗୁମର ଖୋଲିବାକୁ ସିବିଆଇ ତଦନ୍ତ ଦାବି first appeared on Kanak News.

from Kanak News
via <a href="https://ifttt.com/?

ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ଖୋଳତାଡ, ଆସିବେ କି ଇଡି- ସିବିଆଇ?

କନକ ବ୍ୟୁରୋ: ମଦବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ହୋଇଥିବା ପାହାଡ ଭଳି ଟଙ୍କାର ଗଣତି ଶେଷ ହେବା ପରେ, ଆଗକୁ ଆଉ କଣ ବାହାରିବ? ତାହା ଜାଣିବାକୁ ସମସ୍ତଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । ଅନ୍ୟପଟେ ଆୟକର ବିଭାଗର ରେଡ୍ ପରେ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆସୁଥିବା ଶୁଣି ଅନେକ ଛାନିଆ ହୋଇପଡିଥିବା ଚର୍ଚ୍ଚା ହେଉଛି ।

ପାଂଚ ଦିନର ଗଣତି ପରେ ଶେଷ ହୋଇଛି ଟଙ୍କା ଗଣତି । ରବିବାର ସନ୍ଧ୍ୟା ସୁଦ୍ଧା ବଲାଙ୍ଗୀରରେ ଓ ଶନିବାର ସୁଦ୍ଧା ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡ ଓ ଝାରଖଣ୍ଡରେ ଜବତ ଟଙ୍କାର ଗଣତି ଶେଷ ହୋଇଛି । ସୂଚନା ଅନୁସାରେ, ମୋଟ ଟଙ୍କାରୁ କେବଳ ଓଡ଼ିଶାରୁ ପାଖାପାଖି ୪୫୦ କୋଟି ଟଙ୍କା ଜବତ ହୋଇଛି । ସେଥିରୁ କେବଳ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ, ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରାଯାଇଛି ।

ଟଙ୍କା ଗଣତି ପରେ ଏବେ ମଦ ବ୍ୟବସାୟୀଙ୍କ ସମ୍ପତିକୁ ନେଇ ଖୋଳତାଡ୍ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଥିବା ବହୁ ସ୍ଥାବର – ଅସ୍ଥାବର ସମ୍ପତି, ଆକଳନ କରୁଛନ୍ତି ଆୟକର ଅଧିକାରୀ ।

ଟଙ୍କା ଗଣତି ପରେ ଏବେ ସମସ୍ତଙ୍କ ନଜର, ଆଗକୁ କଣ ହେବ? ତଦନ୍ତ କେଉଁ ଦିିଗରେ ଯିବ? ତଦନ୍ତ ହେଲେ, ଆଉ କଣ ବାହାରିବ? ଏହା ଜାଣିବାକୁ ଲୋକଙ୍କ ଭିତରେ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କିନ୍ତୁ ପରବର୍ତି ପଦକ୍ଷେପ କଣ ରହିବ, ସେ ନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ହେଲେ, କୋଟି କୋଟି ଟଙ୍କା ଜବତ ହୋଇଥିବାରୁ ଓ ବେଆଇନ ଭାବେ ଅର୍ଥ ଠୁଳ କରାଯାଇଥିବାରୁ ଏହି ମାମଲାରେ ଖୁବ୍ ଶୀଘ୍ର ଇଡି ତଦନ୍ତ କରିବାକୁ ଆସିପାରେ ବୋଲି ଆଲୋଚନା ହେଉଛି । ସେହିପରି ବିରୋଧୀ ଦଳ ବିଜେପି ମାମଲାର ସିବିଆଇ ତଦନ୍ତ ଦାବି କରୁଥିବାରୁ, ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏଂଟ୍ରି ମାରିପାରେ ବୋଲି କୁହାଯାଉଛି ।

ଇଡି ଓ ସିବିଆଇ ତଦନ୍ତ କଲେ ମାମଲା ନୂଆ ମୋଡ ନେବ । କେଉଁମାନେନ ଏତେ ପରିମାଣର ଟଙ୍କା ଠୁଳ କରିଥିଲେ ଓ କେଉଁମାନେ ସହଯୋଗ କରିଥିଲେ, ସେମାନଙ୍କୁ ପଚରାଉଚୁରା କରିବାକୁ ଡାକିବ । ଆବଶ୍ୟକ ପଡିଲେ ସେମାନଙ୍କୁ ଗିରଫ ମଧ୍ୟ କରିପାରେ ।

ଇଡି ଓ ସିବିଆଇ କଥା ସାମନାକୁ ଆସିବା ପରେ କଳା ସାମ୍ରାଜ୍ୟର ସହଯୋଗୀ ସାଜିଥିବା ଅନେକଙ୍କ ଛାତିରେ ଏବେ ଛନକା ପଶିଲାଣି । କେଉଁଦିନ କାହାର ଯେ ପାଳି ପଡିବ ତାକୁ ନେଇ ଚିନ୍ତାରେ ପଡିଲେଣି ।

The post ସରିଲା ଟଙ୍କା ଗଣତି: ଏବେ ସମ୍ପତ୍ତିକୁ ନେଇ ଖୋଳତାଡ, ଆସିବେ କି ଇଡି- ସିବିଆଇ? first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଆହତ

କନକ ବ୍ୟୁରୋ: ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଗୁଳିମାଡରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ସନ୍ତୁକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । କିଛିଦିନ ତଳେ ମହିଳାଙ୍କୁ ଗୁଳି କରି ଫେରାର ଥିଲା ସନ୍ତୁ । ସନ୍ତୁ ନାଁରେ ବିଭିନ୍ନ ଥାନାରେ ଅକାଧିକ ମାମଲା ରହିଛି ।

The post ପୁରୀ ଗିରଳ ଜଙ୍ଗଲରେ ପୋଲିସର ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଆହତ first appeared on Kanak News.

from Kanak News
via <a href="https://ifttt.com/?

ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ କଲେଜ ଛାତ୍ରୀ: ଗଂଜାମ ଆସିକାରେ ଅଭାବନୀୟ ଘଟଣା 

କନକ ବ୍ୟୁରୋ: ପେଟ୍ରୋଲ ଢାଳି ଛାତ୍ରୀଙ୍କ ଆତ୍ମହତ୍ୟା । ଗଂଜାମ ଜିଲ୍ଲା ଆସିକା, କୋଟିନଡା ଥାନା ଭେଟନଇ ଗାଁରେ ଅଘଟଣ । ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ପୂଜା ଗୌଉଡ, ଘର ଭିତରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ବାଲିପଦର କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ତେବେ କେଉଁ କାରଣ ପାଇଁ ପୂଜା ଆତ୍ମହତ୍ୟା କରିଛନ୍ତି ଏହାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ମୃତହେଦ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପ୍ରାରମ୍ଭିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ ।

The post ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ କଲେଜ ଛାତ୍ରୀ: ଗଂଜାମ ଆସିକାରେ ଅଭାବନୀୟ ଘଟଣା  first appeared on Kanak News.

from Kanak News
via <a href="https://ifttt.com/?

୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ । ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ତୁଲାଇବେ ବାଚସ୍ପତି ଦାୟିତ୍ୱ ।

କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୁଖ୍ୟମନ୍ତ୍ରୀ ରେସରେ ଅନେକ ନାଁ ସାମ୍ନାକୁ ଆସୁଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରି ମୋହନ ଯାଦବ ଏଥିରେ ବାଜି ମାରିଛନ୍ତି । ବିଜେପିର ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କୁ ସର୍ବସମ୍ମତି କ୍ରମେ ନେତା ଭାବେ ଘୋଷଣା କରାଯାଇଛି । ଏହାସହ ମଧ୍ୟପ୍ରଦେଶରେ ପୁଣିଥରେ ଶିବରାଜ ମୁଖ୍ୟମନ୍ତ୍ରୀ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଥିବା ବେଳେ ଛତିଶଗଡ ଭଳି ୨ ଉପ-ମୁଖ୍ୟମନ୍ତ୍ରୀ ଫର୍ମୁଲା ଆପଣାଇଛି ବିଜେପି । ମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ରାଜେଶ ଶୁକ୍ଳା ଓ ଜଗଦୀଶ ଦେବଡା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେହିଭଳି ଅନୁଭବୀ ନେତା ନରେନ୍ଦ୍ର ସିଂ ତୋମାରଙ୍କୁ ବାଚସ୍ପତି ଭାବେ ଦେଖିବାକୁ ମିଳିବ । ଏହାପୂର୍ବରୁ ନରେନ୍ଦ୍ର ସିଂ ତୋମାର ମୁଖ୍ୟମନ୍ତ୍ରୀ ରେସରେ ରହିଥିଲେ । କିନ୍ତୁ ରାଜନୈତିକ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଗୃହର ସୁପରିଚାଳନା ପାଇଁ ତୋମାରଙ୍କୁ ବାଚସ୍ପତି ଭାବେ ବାଛିଛନ୍ତି ବିଜେପି ବିଧାୟକ ।

The post ୨ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ । ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ତୁଲାଇବେ ବାଚସ୍ପତି ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ୟୁଏଇରେ ଭାରତୀୟ ସଫେଇ କର୍ମଚାରୀଙ୍କୁ ମିଳିଲା ୨୨  ଲକ୍ଷ ଟଙ୍କା ପୁରସ୍କାର । ଏହାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ

କେରଳର ବାସିନ୍ଦା ପାମିଲା କୃଷ୍ଣନ ଗତ ୧୩ ବର୍ଷ ଧରି ୟୁଏଇର ଏକ କମ୍ପାନୀରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ଏମିରେଟ୍ସ ଲେବର ମାର୍କେଟ ପୁରସ୍କାର ବିତରଣ ଉତ୍ସବରେ ପାମେଲାଙ୍କୁ ଅନ୍ୟ ବୃତ୍ତିଗତ ବର୍ଗରେ ବିଶିଷ୍ଟ କାର୍ଯ୍ୟ ପାଇଁ ୨୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

କେରଳର ପାଲକ୍କଡ ଜିଲ୍ଲାର ବାସିନ୍ଦା ପାମିଲା ଗତ ୧୩ ବର୍ଷ ଧରି ଏକ କମ୍ପାନୀରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର ବିଶିଷ୍ଟ ସେବାପାଇଁ ତାଙ୍କୁ ଏମିରେଟ୍ସ ଲେବର ମାର୍କେଟ ପୁରସ୍କାରରେ ଏକ ଲକ୍ଷ ଦିରହମ୍ ଅର୍ଥାତ୍ ୨୨ ଲକ୍ଷ ଭାରତୀୟ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟ ବ୍ୟବସାୟ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାମିଲାଙ୍କୁ ପ୍ରଥମ ଏମିରେଟ୍ସ ଲେବର ମାର୍କେଟ ପୁରସ୍କାର ଅଧୀନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଏକ ଲକ୍ଷ ଦିରହମ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ ଲକ୍ଷ ତାଙ୍କ ପୁରସ୍କାର ପାଇବା ପରେ ପାମିଲା କହିଛନ୍ତି ଯେ ସେ ଏବେ ବି ଆଶ୍ଚର୍ଯ୍ୟ ଚକିତ ଅଛନ୍ତି । ଏହି ପୁରସ୍କାର ପାଇ ମୁଁ  ଆଶ୍ଚର୍ଯ୍ୟ ହୋଇଛି, ମୁଁ ଏବେ ବି ଭାବୁଛି ଏହା ସ୍ୱପ୍ନ ବୋଲି । ଯେତେବେଳେ ମୁଁ ମୋର ଟ୍ରଫି ଆଣିବାକୁ କରିବାକୁ ଗଲି, ବିଶିଷ୍ଟ ଅତିଥି ଏବଂ ସରକାରୀ କର୍ମଚାରୀଙ୍କ ସାମନାରେ  ମୋତେ ଆଶ୍ଚର୍ଯ୍ୟ ଲାଗିଲା କିନ୍ତୁ ଏହା ସମ୍ପୂର୍ଣ ବାସ୍ତବ ।   ମୁଁ ଏଥିପାଇଁ ବହୁତ ଖୁସି ଅନୁଭବ କରୁଛି । ତଥାପି ମୋତେ ଲାଗୁଛି ଯେ ମୁଁ ସ୍ୱପ୍ନ ଦେଖୁଛି ।

କେରଳର ବାସିନ୍ଦା

ପାମିଲା ୫୧ ବର୍ଷିୟ ପାମିଲା କେରଳର ବାସିନ୍ଦା ଅଟନ୍ତି ଏବଂ ସେ କେବଳ ମାଲାୟାଲମ୍ କହିପାରନ୍ତି । ପାମିଲା ଗତ ୧୩ ବର୍ଷ ଧରି କାନାଡିୟ ମେଡିକାଲ ସେଣ୍ଟରରେ କ୍ଲିନର୍ ଭାବରେ କାର୍ଯ୍ୟ କରିଆସୁଛନ୍ତି । ପାମିଲା ଅନ୍ୟ ବୃତ୍ତିଗତ ବର୍ଗରେ ପ୍ରଥମେ ହୋଇଛନ୍ତି । ପୁରସ୍କାର ସ୍ଵରୂପ ପାମିଲାଙ୍କୁ ଏକ ଲକ୍ଷ ଦିରହମ୍, ଟ୍ରଫି ଏବଂ ପ୍ରମାଣପତ୍ର ଦିଆଯାଇଛି । ଟ୍ରଫି ଜିତିବା ପରେ ପାମିଲା କହିଛନ୍ତି, “ଏହି କମ୍ପାନୀରେ କାମ କରିବା ସମୟରେ ମୁଁ ଅନେକ ପୁରସ୍କାର ଜିତିଛି, କିନ୍ତୁ ପ୍ରଥମ ଥର ପାଇଁ ମୁଁ ଅନ୍ୟ କୌଣସି ବାହାର ସଂସ୍ଥାରୁ ପୁରସ୍କାର ପାଇଛି ।  ପାମିଲାର ସହକର୍ମୀ ଶ୍ରୀଜା କୁହନ୍ତି ‘ ସେ ଯେତେବେଳେ ପୁରସ୍କାର ଆଣିବାକୁ ଗଲେ ଆମେ ବହୁତ ଡରିକି ଥିଲୁ କାରଣ ସେ ବହୁତ ଭୟଭୀତ ଥିଲେ । କିନ୍ତୁ ପରେ ସବୁ ଠିକ ହେଇଗଲା ଏବଂ ସେ ମଞ୍ଚରୁ ଠିକ ଭାବରେ ପୁରସ୍କାର ଗ୍ରହଣ କରି ଆସିଥିଲେ । ଏହି ପୁରସ୍କାର ଆମ ପାଇଁ କୌଣସି ଓସ୍କାରଠୁ କମ ନୁହେଁ ।

କଣ ପାଇଁ ପାମିଲା ଏହି ପୁରସ୍କାର ପାଇଲେ ? 

ପାମିଲାର ସହକର୍ମୀ ଶ୍ରୀଜାଙ୍କୁ ଯେତେବେଳେ ଏ ପୁରସ୍କାର ଚୟନ ବାବଦରେ ପଚରାଗଲା ଯେ ‘ ଏ ପୁରସ୍କାର ପାଇଁ କାହିଁକି ପାମିଲାଙ୍କୁ ଚୟନ କରାଗଲା” , ଉତ୍ତରରେ ସେ କହିଛନ୍ତି ‘ଏହି ପୁରସ୍କାର ପାମିଲାଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ କାର୍ଯ୍ୟ ପ୍ରତି ତାଙ୍କର କଠିନ ପରିଶ୍ରମର ଫଳ । ସେ ଗତ ୧୩ ବର୍ଷ ଧରି ଏହି କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ମୁଁ ବିଗତ ୫ ବର୍ଷ ଧରି ଏ କମ୍ପାନୀରେ କାମ କରିଆସୁଛି । ସବୁ ପରିସ୍ଥିତିରେ ସେ ହସ ହସ ମୁହଁରେ ନିଜର କର୍ତବ୍ୟ ସମ୍ପାଦନା କରି ଆସିଛନ୍ତି । ‘

The post ୟୁଏଇରେ ଭାରତୀୟ ସଫେଇ କର୍ମଚାରୀଙ୍କୁ ମିଳିଲା ୨୨  ଲକ୍ଷ ଟଙ୍କା ପୁରସ୍କାର । ଏହାର କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started