ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

କନକ ବ୍ୟୁରୋ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଉଜ୍ଜୟନୀ ଦକ୍ଷିଣରୁ ବିଧାୟକ ଅଛନ୍ତି ବିଧାୟକ ମୋହନ ଯାଦବ । ୨୦୧୩ରେ ସେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶିବରାଜ ସରକାରରେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଥିଲେ ।

ସେହିପରି ନରେନ୍ଦ୍ର ତୋମାର ହେବେ ନୂଆ ବାଚସ୍ପତି । ଏହାସହ ମଧ୍ୟପ୍ରଦେଶରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶକ୍ଲା ଉପମୁଖ୍ୟମନ୍ତ୍ରୀ ରହିବେ । ସାଧାରଣ ନିର୍ବାଚନରେ ବିଜୟ ପରେ କିଏ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଯାହାର ଏବେ ଅନ୍ତ ଘଟିଛି ।

The post ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି first appeared on Kanak News.

from Kanak News
via <a href="https://ifttt.com/?

ଦେଶର ସବୁଠାରୁ ବଡ଼ ଆଇଟି ରେଡରେ ଓଡ଼ିଆ ପୁଅ । ମଦ ବ୍ୟବସାୟୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରିଛନ୍ତି ଓଡ଼ିଆ ଅଫିସର ହୃଦୟ କୁମାର ଦାସ ।

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଆଇଟି ରେଡରେ ରହିଛନ୍ତି ଓଡିଆ ପୁଅ । ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର ଚଢାଉରେ ସାମିଲ ହୋଇଛନ୍ତି ଓଡିଆ ଅଫିସର ହୃଦୟ କୁମାର ଦାସ । ୨୪ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ପୁଳାପୁଳା ଟଙ୍କା ଜବତ କରିଛନ୍ତି ।  ଏହି ଟିମରେ ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳି ଗାଁର ସୁନା ପୁଅ ହୃଦୟ ।

ଆଇଆରଏସ୍ ଅଫିସର ହୃଦୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ପିଲାଦିନେ ବହୁ କଷ୍ଟରେ ପାଠ ପଢିବା ସହ ଖେଳକୁଦରେ ବି ବେଶ ଭଲ ଥିଲେ । କଳାହାଣ୍ଡି କପରେ କେନ୍ଦ୍ରାପଡା ଜିଲ୍ଲାର ନେତୃତ୍ୱ ନେଇଥିଲେ । ଭଲ ବ୍ୟାଟର ଭାବେ ପରିଚିତ ଥିବା ହୃଦୟ ଏବେ ଜଣେ ଭଲ ଅଫିସର । ଗାଁର ସରକାରୀ ସ୍କୁଲରେ ପାଠ ପଢିବା ସହ ମାର୍ଶାଘାଇ କଲେଜର ଯୁକ୍ତ ଦୁଇ ପାସ କରିଥିଲେ । ଏହାପରେ ସହ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଇଂଟିଗ୍ରେଟେଡ୍ ଏମସିଏ ପଠିବା ସହ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ । ୨ ଥର ବିଫଳ ହେବା ପରେ ତୃତୀୟ ଥର ସଫଳ ହୋଇ ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାକିରି କରୁଛନ୍ତି । ଆଉ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ରେଡରେ ତାଙ୍କର ଭୂମିକା ରହିଛି । ଝାଡଖଣ୍ଡର କଂଗ୍ରେସ ସାଂସଦ ତଥା  ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ଟଙ୍କାକୁ ପଦାକୁ କାଢିବାରେ ହୃଦୟଙ୍କର ବଡ ଭୂମିକା ରହିଛି ।

The post ଦେଶର ସବୁଠାରୁ ବଡ଼ ଆଇଟି ରେଡରେ ଓଡ଼ିଆ ପୁଅ । ମଦ ବ୍ୟବସାୟୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରିଛନ୍ତି ଓଡ଼ିଆ ଅଫିସର ହୃଦୟ କୁମାର ଦାସ । first appeared on Kanak News.

from Kanak News
via <a href="https://ifttt.com/?

କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ବାସ୍ କିଛି ସମୟର ଅପେକ୍ଷା, ନାଁ ଘୋଷଣା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।

କନକ ବ୍ୟୁରୋ : ଛତିଶଗଡ ପରେ ଏବେ ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ସସପେନ୍ସ । ମଧ୍ୟପ୍ରଦେଶରେ କାହାର ରାଜ୍ ଚାଲିବ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଉ କିଛି ସମୟ ପରେ ଏହା ଉପରୁ ହଟିବ ପରଦା । ଏସବୁ ଭିତରେ ଏବେ ମଧ୍ୟପ୍ରଦେଶରେ ଚାଲିଛି ବିଧାୟକ ଦଳର ବୈଠକ । ପର୍ଯ୍ୟବେକ୍ଷକଙ୍କ ସହ ଚାଲିଛି ଏହି ବୈଠକ । ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ଲାଗିବ ମୋହର ।

ମଧ୍ୟପ୍ରଦେଶର କିଏ ହେବ ମୁଖିଆ, ସମସ୍ତଙ୍କ ନଜର ସେଠାରେ କେନ୍ଦ୍ରିତ ହୋଇ ରହିଛି । ଶିବରାଜ ସିଂହ ଚୌହ୍ୱାନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲାଗିଛନ୍ତି । ଏମପିର ଲୋକପ୍ରିୟ ନେତା ସେ ବୋଲି ନିଜ କାର୍ଯ୍ୟକ୍ରମ ଜରିଆରେ ଜଣାଇବାକୁ ଚେଷ୍ଟା ଚଳାଇଛନ୍ତି ଶିବରାଜ । ସେପଟେ ରେସରେ ଆହୁରି ବଡ ବଡ ନେତା ବି ରହିଛନ୍ତି । ମଧ୍ୟପ୍ରଦେଶରେ ବହୁମତ ପାଇଁ ୧୧୬ଟି ଆସନ ଆବଶ୍ୟକ ଥିବାବେଳେ ବିଜେପି ୧୬୩ଟି ଆସନରେ ବିଜୟ ହାସଲ କରିଛି । ଗତ ୩ ତାରିଖରୁ ଫଳାଫଳ ଘୋଷଣା ହୋଇଥିଲେ ବର୍ତମାନ ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ ।

ଗତକାଲି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥିଲା । ବିଷ୍ଣୁଦେବ ସାଏ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଖୁବଶୀଘ୍ର ଶପଥ ନେଇପାରନ୍ତି । ସେହିପରି ବିଜୟ ଶର୍ମା ଓ ଅରୁଣ ସାଓ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ରମଣ ସିଂହଙ୍କୁ ବାଚସ୍ପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

The post କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ବାସ୍ କିଛି ସମୟର ଅପେକ୍ଷା, ନାଁ ଘୋଷଣା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । first appeared on Kanak News.

from Kanak News
via <a href="https://ifttt.com/?

ଅସୁବିଧାରେ  ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକ୍ :  ସହଯୋଗୀମାନେ କାହିଁକି ଛାଡୁଛନ୍ତି ଦଳ ?

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ତାଙ୍କ ଦେଶର ଶରଣାର୍ଥୀ ମାନଙ୍କୁ ରୁୱାଣ୍ଡାକୁ ସ୍ଥାନାନ୍ତର କରିବା ନୀତିକୁ  ବଦଳାଇବାକୁ ଚାହୁଁଛନ୍ତି, ଯାହା ସେ ତାଙ୍କ ନିର୍ବାଚନ ରାଲିରେ ମଧ୍ୟ ପ୍ରତିଶୃତି ଦେଇଥିଲେ । ବ୍ରିଟେନରେ ଶରଣାର୍ଥୀମାନେ ଏକ ବଡ଼ ପ୍ରସଙ୍ଗ ହୋଇଥିବାବେଳେ କଞ୍ଜରଭେଟିଭ ପାର୍ଟିର ନୀତି କିଛି ପରିମାଣରେ ଶରଣାର୍ଥୀଙ୍କୁ ସମର୍ଥନ କରିଆସୁଛି । ଏଭଳି ପରିସ୍ଥିତିରେ ଦଳର ନେତାମାନଙ୍କୁ ସରକାରଙ୍କ ନୀତିରେ ଏକଜୁଟ କରିବା ସୁନକଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ହୋଇ ଛିଡା ହୋଇଛି ।

ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସାମ୍ନାରେ ଏବେ ଅନେକ ସମସ୍ୟା ମୁଣ୍ଡ ଟେକି ଛିଡା ହେବାରେ ଲାଗିଛି ।  ଆଜିକାଲି ସେ ନିଜ ପାର୍ଟିକୁ ଏକଜୁଟ କରିବାକୁ ଚେଷ୍ଟାରେ ବ୍ୟସ୍ତ ଅଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସମୟରେ ସୁନକ ନିଜ କ୍ୟାରିଅରର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । କରୋନା ନିୟମ ଉଲ୍ଲଂଘନ ପାଇଁ ତାଙ୍କ ବିରୋଧରେ ମାମଲା ମଧ୍ୟ ବିଚାରାଧୀନ ଅଛି ।  ଯେଉଁ କାରଣରୁ ବୋରିସ୍ ଜନସନଙ୍କୁ କ୍ଷମତା ହରାଇବାକୁ ପଡିଥିଲା । ଏମାନଙ୍କ ବ୍ୟତୀତ ଦଳର ନେତାମାନେ ମଧ୍ୟ ତାଙ୍କ ଶରଣାର୍ଥୀ ସମ୍ବନ୍ଧୀୟ ବିଲ୍ ଉପରେ ଏକମତ ହୋଇପାରୁନାହାନ୍ତି । ଏହାକୁ ନେଇ ଦଳରେ ବିରୋଧର ସ୍ବର ଶୁଭିବାକୁ ଆରମ୍ଭ ହେଲାଣି ।

ଭାରତୀୟ ମୂଳ ବ୍ରିଟିଶ ପ୍ରଧାନମନ୍ତ୍ରୀ ସୁନକଙ୍କ ପାଇଁ ବର୍ତ୍ତମାନ ସବୁଠାରୁ ବଡ ଆହ୍ବାନ ହେଉଛି ଦଳର ନେତାମାନଙ୍କୁ ସରକାରଙ୍କ ନୀତିରେ ଏକଜୁଟ କରିବା । ରୁୱାଣ୍ଡାକୁ ଶରଣାର୍ଥୀ ସ୍ଥାନାନ୍ତର ନେଇ ସେ ବ୍ରିଟେନର ନୀତିରେ  ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ରୁୱାଣ୍ଡାକୁ ସ୍ଥାନାନ୍ତର କଳାପରେ ବ୍ରିଟେନରେ ରହୁଥିବା ଶରଣାର୍ଥୀଙ୍କୁ ନିଜ ଦେଶକୁ ପଠାଯିବ। ତାଙ୍କ ନିର୍ବାଚନ ରାଲିରେ ମଧ୍ୟ ସୁନକ ଏହି ପ୍ରତିଶ୍ରୁତି ଦେଇଥିଲେ । ବ୍ରିଟେନରେ ଶରଣାର୍ଥୀ ଏକ ବଡ଼ ପ୍ରସଙ୍ଗ ଏବଂ କଞ୍ଜରଭେଟିଭ ପାର୍ଟିର ନୀତି ଶରଣାର୍ଥୀ ମାନଙ୍କୁ କିଛି ପରିମାଣରେ ସମର୍ଥନ କରିଆସୁଛି ।

ଯଦି ବିଲ୍ ଅଣାଯାଏ ତେବେ ଆମେ ଏହା ବିରୋଧରେ ଭୋଟ୍ ଦେବୁ!

ରୁଷି ସୁନାକ କଞ୍ଜରଭେଟିଭ ପାର୍ଟିର ଜଣେ ନେତା, ଯିଏ ବର୍ଷେ ହେଲା  ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଇଛନ୍ତି । ସୁନକ କେବଳ ନିଜ ଦଳର ନେତାଙ୍କ ବିରୋଧର ସମ୍ମୁଖୀନ ନୁହଁନ୍ତି, ଶରଣାର୍ଥୀ ସମ୍ବନ୍ଧୀୟ ନିୟମକୁ ପୁନ ସମୀକ୍ଷା କରିବା ପ୍ରସଙ୍ଗରେ ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ ଉଭୟ ବିଚାରର ବିରୋଧର ମଧ୍ୟ  ସମ୍ମୁଖୀନ ହେଉଛନ୍ତି । ଦଳର ନେତାମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଏଭଳି ବିଲ୍ ସଂସଦରେ ଉପସ୍ଥାପିତ ହୁଏ ତେବେ ସେମାନେ ତାହା  ବିରୋଧରେ ଭୋଟ୍ ଦେବେ।

ପାର୍ଟିର ଉଦରବାଦୀ ନେତାମାନେ ସୁନକଙ୍କ ବିରୋଧରେ

ବ୍ରିଟିଶ ସଂସଦ ମଙ୍ଗଳବାର ଦିନ ଏହାର ପ୍ରଥମ ଭୋଟ୍ ଗ୍ରହଣ କରିବ ଯାହା କିଛି ମାନବ ଅଧିକାର ଆଇନ ଉପରେ ପ୍ରଭାବ ପକାଇବ। ଏହାର ଉଦ୍ଦେଶ୍ୟ ହେଉଛି ଏହା ଆସନ୍ତା ବର୍ଷ ଜାତୀୟ ନିର୍ବାଚନ ପୂର୍ବରୁ ରୁୱାଣ୍ଡା ଅଭିମୁଖେ ଶରଣାର୍ଥୀ ମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦେବ। ଦଳର କିଛି ଉଦାରବାଦୀ ନେତା ସୁନାକଙ୍କ ଏହି ନୀତିକୁ ବିରୋଧ କରୁଛନ୍ତି। ବ୍ରିଟେନର ଏହା ମାନବିକ ଅଧିକାରର ଉଲ୍ଲଂଘନ ହେବ ବୋଲି ସେମାନେ କହିଛନ୍ତି । ଏହାକୁ ଆନ୍ତର୍ଜାତୀୟ ମାନବିକ ଅଧିକାର ଆଇନର ଉଲ୍ଲଂଘନ ବୋଲି ମଧ୍ୟ ବିବେଚନା କରାଯିବ । ଏଥି ସହିତ କିଛି ଦକ୍ଷିଣପନ୍ଥୀ ଉଦାରବାଦୀ ନେତା ମଧ୍ୟ ଏହି ନୀତିର ବିରୋଧ କରୁଛନ୍ତି । ବ୍ରିଟିଶ କୋର୍ଟ ଏହି ନୀତିକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତିରୁଷି ସୁନକ କେବଳ ରାଜନନୈତିକ କ୍ଷେତ୍ରରେ ନୁହେଁ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆସନ୍ତା ବର୍ଷ ନିର୍ବାଚନ ମଧ୍ୟ ସୁନକଙ୍କ ପାଇଁ ଆହ୍ବାନପୂର୍ଣ୍ଣ ଅଟେ । ଓପିନିଅନ ପୋଲ ହିସାବରେ  କଞ୍ଜରଭେଟିଭ ପାର୍ଟିର ଆସନ୍ତା ନିର୍ବାଚନରେ ହାରୁଥିବାର ଜଣାପଡିଛି । ଏଭଳି ପରିସ୍ଥିତିରେ ସୁନାକଙ୍କ ରୁୱାଣ୍ଡା ନୀତି ତାଙ୍କ ସରକାର ପାଇଁ ଏକ ବଡ ଆହ୍ବାନ ହୋଇପାରେ । ଆଇନଜୀବୀମାନେ ମଧ୍ୟ କହିଛନ୍ତି ଯେ ଏହା ନୀତି କାମ କରିବ ନାହିଁ । ବ୍ରିଟିଶ ସୁପ୍ରିମକୋର୍ଟ ପୂର୍ବରୁ ଏହି ନୀତିକୁ ଅସାମ୍ବିଧାନିକ ରାୟ ଦେଇ କହିଛନ୍ତି ଯେ ଏହା କେତେକ ବୈଧ ଶରଣାର୍ଥୀଙ୍କୁ ମଧ୍ୟ ପ୍ରଭାବିତ କରିପାରେ ।

The post ଅସୁବିଧାରେ  ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକ୍ :  ସହଯୋଗୀମାନେ କାହିଁକି ଛାଡୁଛନ୍ତି ଦଳ ? first appeared on Kanak News.

from Kanak News
via <a href="https://ifttt.com/?

ଏଥିକ୍ସ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ମହୁଆ ମୋଇତ୍ର । ସଂସଦର ସଦସ୍ୟତା ହରାଇବା ବିରୋଧରେ ସୁପ୍ରିମକୋର୍ଟଙ୍କ ହେଲେ ଦ୍ୱାରସ୍ଥ ।

କନକ ବ୍ୟୁରୋ : ସଂସଦର ସଦସ୍ୟତା ହରାଇବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଟିଏମସି ସାଂସଦ । ନିଜ ଉପରେ ଲାଗିଥିବା ବହିଷ୍କାରକୁ ଚ୍ୟାଲେଞ୍ଜ ଦେବା ପାଇଁ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଏଥିକ୍ସ କମିଟି ମାମଲାର ରିପୋର୍ଟକୁ ଲୋକସଭା ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଥିଲା । ଯାହା ପରେ ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ବହିଷ୍କାର କରିଥିଲେ ।

ମହୁଆଙ୍କ ବିରୋଧରେ ଟଙ୍କା ନେଇ ପ୍ରଶ୍ନ ପଚାରିବାର ସାଂଘାତିକ ଅଭିଯୋଗ ଲଗାଇଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ମାମଲାର ଯାଞ୍ଚ ପାଇଁ ଲୋକସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ନିଶିକାନ୍ତ । ଏହା ପରେ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । କମିଟି ନଭେମ୍ବର ୯ ତାରିଖରେ ମହୁଆଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିସ କରିବା ସହ ଏକ ବିସ୍ତୁତ ରିପୋର୍ଟ ପ୍ରସ୍ତୁତ କରିଥିଲା । ମହୁଆ ନିଜ ସଂସଦୀୟ ଆଇଡି ଲଗଇନ୍ ଓ ପାସୱାର୍ଡ ବ୍ୟବସାୟୀ ହୀରାନନ୍ଦାନୀଙ୍କୁ ଦେଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଥିଲା । କମିଟି ଏହାକୁ ଗୁରୁତ୍ୱର ସହ ନେଇ ମାମଲା ଜାତୀୟ ସୁରକ୍ଷାର ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲା । ଯାହା ପରେ ଏହାର ରିପୋର୍ଟ ଲୋକସଭା ଅଧ୍ୟକ୍ଷଙ୍କୁ ପାଖକୁ ପଠାଯାଇଥିଲା । ଏବେ ମହୁଆ ନିଜ ବହିଷ୍କାର ବିରୋଧରେ ସୁପ୍ରିମକୋର୍ଟ ଯିବା ପରେ ଆଗକୁ କ’ଣ ରହିବ ପଦକ୍ଷେପ, ତା’ ଉପରେ ସମସ୍ତଙ୍କ ନଜର ।

The post ଏଥିକ୍ସ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ମହୁଆ ମୋଇତ୍ର । ସଂସଦର ସଦସ୍ୟତା ହରାଇବା ବିରୋଧରେ ସୁପ୍ରିମକୋର୍ଟଙ୍କ ହେଲେ ଦ୍ୱାରସ୍ଥ । first appeared on Kanak News.

from Kanak News
via <a href="https://ifttt.com/?

ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ରେଙ୍ଗାଲି ବିସ୍ଥାପିତଙ୍କ ୭ ଦଫା ଦାବି ପୂରା କରିବାକୁ କଲେ ଅନୁରୋଧ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ରେଙ୍ଗାଲି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରେଙ୍ଗାଲି ବହୁମୁଖୀ ନଦୀବନ୍ଧ ଯୋଜନା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁଚିରକାଳ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି ।

ରେଙ୍ଗାଲି ଯୋଜନାରେ ୧୯୭୩ ମସିହାରେ ଅନୁଗୋଳ ଜିଲ୍ଲାର ପାଲଲହଡା, ତାଳଚେର ଏବଂ ଦେବଗଡ଼ ଜିଲ୍ଲାର ମୋଟ ୨୬୩ ଗୋଟି ଗ୍ରାମ ଜଳମଗ୍ନ ହେବା ସହ ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଥିଲେ । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଅନେକଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା । କୌଣସି ସ୍ପଷ୍ଟ ବିସ୍ଥାପନ ନୀତି ନ ଥାଇ କିମ୍ବା କୌଣସି ଗ୍ରାମସଭା, ପଲ୍ଲୀସଭା ଅବା ଜନଶୁଣାଣି କରା ନ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରାଗଲା । ଏ ଭିତରେ ବ୍ରାହ୍ମଣୀରେ ଅନେକ ପାଣି ବହିଗଲାଣି । ନ୍ୟାୟ ପାଇଁ ଅନେକ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ ମଧ୍ୟ ହୋଇଗଲାଣି । ତଥାପି ବିସ୍ଥାପିତଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ।

ବିସ୍ଥାପିତଙ୍କ ହକ୍ ପାଇଁ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଏକଦା ଆନ୍ଦୋଳନର ଡାକରା ଦେଇଥିଲେ । ତାଙ୍କ ଅବର୍ତ୍ତମାନରେ ଅନୁରୂପ ବଳିଷ୍ଠ ନେତୃତ୍ୱର ଅଭାବରୁ କ୍ଷତିଗ୍ରସ୍ତଙ୍କୁ ଆଉ ନ୍ୟାୟ ମିଳିଲା ନାହିଁ, ଯାହା ଦୁଃଖର ବିଷୟ। ଗରିବ, ଖଟିଖିଆ, ଚାଷୀ, ପଛୁଆ ବର୍ଗ, ତଥା ଦଳିତ ଓ ଆଦିବାସୀ ଜନସାଧାରଣ ବର୍ଗର ପ୍ରାୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ବିସ୍ଥାପିତ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ସମ୍ବଳ ନ ଥିବାରୁ ଆଜି ନିଜକୁ ଉପେକ୍ଷିତ ଓ ଅପମାନିତ ମଣୁଛନ୍ତି । ଏପରିକି ଗଡ଼ଜାତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଏହା ଚରମ ପ୍ରତିଫଳନ ବୋଲି ମଧ୍ୟ ବିଚାରୁଛନ୍ତି ।

ପାଲଲହଡ଼ା ରେଙ୍ଗାଳି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ସଭ୍ୟମାନେ ୭ ଦଫା ଦାବି ନେଇ ରେଙ୍ଗାଲି ଜଳଭଣ୍ଡାର ସଂଲଗ୍ନ ପାଳଲହଡା ଦ୍ଵିତୀୟ ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏବେ ଜଳ ସତ୍ୟାଗ୍ରହ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଉକ୍ତ ଜଳଭଣ୍ଡାରରେ ସେମାନେ ଜଳସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ବିସ୍ଥାପିତମାନଙ୍କ ସମସ୍ତ ଦାବିକୁ ସମ୍ମାନ ଜଣାଇ ଏଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇବା ସହ ସମୟୋଚିତ ପଦକ୍ଷେପ ଗ୍ରହଣପୂର୍ବକ ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପରତା ପ୍ରକାଶ କରିବେ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।

ବିସ୍ଥାପିତଙ୍କ ୭ ଦଫା ଗୁଡିକ ହେଲା ଉଚ୍ଚକ୍ଷମତା ସମ୍ପୂର୍ଣ୍ଣ କମିଟିର ସୁପାରିଶ କ୍ରମେ ଏକର ପ୍ରତି ୫୦ ହଜାର ଅନୁକମ୍ପା ମୂଳକ ବନ୍ଧିତ କ୍ଷତିପୂରଣ ଟଙ୍କା ତୁରନ୍ତ ପ୍ରଦାନ କରିବା । ସ୍ଥାୟୀ ପଟ୍ଟା ପ୍ରଦାନ, ଖଣି ଖାଦାନ ଅଂଚଳରେ ବିସ୍ଥାପିତ ପରିବାରର ଜଣେ ସଦସ୍ୟଙ୍କ ସ୍ଥାୟୀ ନିଯୁକ୍ତି, ସମସ୍ତ ବିସ୍ଥାପିତଙ୍କୁ ଗରିବ ଶ୍ରେଣୀ ଭୂକ୍ତ କରାଯାଇ ସେମାନଙ୍କୁ ରାସନ କାର୍ଡ ଏବଂ ସ୍ଵାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା, ରେଙ୍ଗାଲି ପାଓ୍ବାର ହାଉସର ଉତ୍ପାଦିତ ବିଦ୍ୟୁତରୁ ସମସ୍ତ ବିସ୍ଥାପିତଙ୍କୁ ଆଜୀବନ ମାଗଣା ବିଦ୍ୟୁତ ଲାଇନ ଯୋଗାଇବା ସହ ଚକଧର ସମାକୋଇ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି ରହିଛି । ଏହାବ୍ୟତୀତ ବିସ୍ଥାପିତ ହିନ୍ଦୁ ଦେବାଦେବୀ ଓ ସେବକ ପୂଜାରୀଙ୍କ ଚିହ୍ନଟ ପଞ୍ଜିକରଣ, ମନ୍ଦିରର ପୁନରୁଦ୍ଧାର, ଉନ୍ନତି କରଣ ପାଇଁ ସେମାନେ ଦାବି ରଖିଛନ୍ତି ।

The post ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ରେଙ୍ଗାଲି ବିସ୍ଥାପିତଙ୍କ ୭ ଦଫା ଦାବି ପୂରା କରିବାକୁ କଲେ ଅନୁରୋଧ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀକ୍ଷେତ୍ରରେ ବାଗେଶ୍ୱର ବାବା । ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ହେଲେ ଭାବବିହ୍ୱଳ । 

କନକ ବ୍ୟୁରୋ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ମନ୍ଦିର ଭିତରେ ପ୍ରାୟ ଘଣ୍ଟାଏ କାଳ ରହିଥିଲେ ବାଗେଶ୍ୱର ବାବା । ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଥିଲେ । ବଡ ଦେଉଳରେ ବଡ ଠାକୁରଙ୍କ ଦର୍ଶନ କରିବା ପରେ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିରକୁ ଯାଇ ମହାମାୟୀ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ । ଏହାପରେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ମହାପ୍ରସାଦ ସେବନ କରିଥିଲେ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ସିଂହଦ୍ୱାର ପାଖରେ ନିଜ କଠଉ ରଖି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ବାବା ବାଗେଶ୍ୱର ସରକାର । କାଳିଆ ସାଆନ୍ତଙ୍କ ଦର୍ଶନ କରିବା ପରେ ଉପସ୍ଥିତ ଶ୍ରଦ୍ଧାଳୁ ଆଗରେ ଜଗନ୍ନାଥଙ୍କୁ ନେଇ ତାଙ୍କ ଅନୁଭୁତି ବଖାଣି ଥିଲେ ।

ବାବା ବାଗେଶ୍ୱର ମନ୍ଦିର ଭିତରେ ଥିବା ବେଳେ ବାହାରେ ତାଙ୍କ କଠଉ ପାଖରେ ଅନୁଗାମୀଙ୍କ ଭିଡ ଲାଗିଥିଲା । ଏହି ଅବସରରେ ହନୁମାନ ସାଧକ ବାବା ବାଗେଶ୍ୱରଙ୍କୁ ଦେବା ପାଇଁ ତାଙ୍କର ଜଣେ ଅନୁଗାମୀ ଏକ ଗଦା ଧରି ପୁରୀରେ ପହଂଚିଥିଲେ । ନିଜ ମାନସିକ ପୁରୁଣ ହେବାରୁ ବାବାଙ୍କୁ ଦେବା ପାଇଁ ସାଢେ ୬ କିଜି ଓଜନର ପିତଳ ଗଦା ଆଣିଥିଲେ ଧବଳେଶ୍ୱରଙ୍କ ପୂଜକ ସିତେଶ ପତ୍ରି ।

The post ଶ୍ରୀକ୍ଷେତ୍ରରେ ବାଗେଶ୍ୱର ବାବା । ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ହେଲେ ଭାବବିହ୍ୱଳ ।  first appeared on Kanak News.

from Kanak News
via <a href="https://ifttt.com/?

ମାଛ ଗୋଟାକୁ ୪ ଲକ୍ଷ ଟଙ୍କା । ୧୭ ଟି ମାଛର ଓଜନ ୩ କ୍ୱିଂଟାଲ ।

କନକ ବ୍ୟୁରୋ: ମାଛ ଗୋଟାଏକୁ ୪ ଲକ୍ଷ ଟଙ୍କା । ୨୫ ଲକ୍ଷ ଟଙ୍କାରେ ବିକ୍ରି ହେଲା ୧୭ ଟି ମାଛ । ତେଲିଆ ପ୍ରଜାତିର ଏହି ମାଛର ଚାହିଦା ଅଧିକ ଥିବାରୁ ଏତେ ଦାମରେ ବିକ୍ରି ହୋଇଛି । ଜାଲରେ ପଡିଥିବା ଏଭଳି ୧୭ ଟି ମାଛର ଓଜନ ୩ କ୍ୱିଂଟାଲ । ଯାହା କିଲୋ ୮ ହଜାର ୫୦ ଟଙ୍କା ଲେଖାଏଁରେ ବିକ୍ରି ହୋଇଛି । ପାରାଦୀପ ନେହେରରୁ ବଙ୍ଗଳା ମାଛଧରା ଜେଟିରେ ଏହି ମାଛ ବିକ୍ରି ହୋଇଛି । ତେବେ ଏହି ମାଛକୁ ଓଡ଼ିଶା ବାହାରକୁ ଚାଲାଣ କରାଯିବ ବୋଲି ସୂଚନା ମଳିଛି ।

The post ମାଛ ଗୋଟାକୁ ୪ ଲକ୍ଷ ଟଙ୍କା । ୧୭ ଟି ମାଛର ଓଜନ ୩ କ୍ୱିଂଟାଲ । first appeared on Kanak News.

from Kanak News
via <a href="https://ifttt.com/?

୩୭୦ ଉଚ୍ଛେଦ ନିଷ୍ପତ୍ତି କାଏମ ରହିବା ପରେ ଜମ୍ମୁରେ ଖୁସିର ମାହୋଲ । ଜାଣନ୍ତୁ କ’ଣ ଏହି ଧାରା ୩୭୦?

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ପରେ ଏହାକୁ ନେଇ ଜମ୍ମୁରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏଠାରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ପାକିସ୍ତାନ ଓ ଅନ୍ୟ ସ୍ଥାନର ରିଫ୍ୟୁଜିମାନେ ଏବେ ଉତ୍ସାହର ସହ ଖୁସି ମନାଉଛନ୍ତି । ମିଠା ବାଂଟି ବାଜା ବଜାଇ ଉତ୍ସବ ପାଳନ କରିଛନ୍ତ

– ୧୯୪୭, ଅକ୍ଟୋବର ୨୬ରେ ଭାରତ ସହ ଯୋଡ଼ି ହୋଇଥିଲା ଜାମ୍ମୁ-କାଶ୍ମୀର
– ୧୯୪୯ରେ ଜମ୍ମୁ-କାଶ୍ମିର ପାଇଁ ସମ୍ବିଧାନରେ ଯୋଡ଼ା ହୋଇଥିଲା ଧାରା ୩୭୦
– ପ୍ରଥମରୁ ଏହାକୁ ବିରୋଧ କରିଥିଲେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକର
– ଏହାକୁ ଦେଶଦ୍ରୋହ ସହ ସମାନ ବୋଲି କହିଥିଲେ ଆମ୍ବେଦକର
– ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା
– ଏହି ଧାରା ଅନୁଯାୟୀ ଭାରତର ସବୁ ଆଇନ ଜାମ୍ମୁ-କାଶ୍ମୀରରେ ଲାଗୁ ହେଉନଥିଲା
– କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ଯୋଗାଯୋଗ କ୍ଷେତ୍ରରେ ଆଇନ ପ୍ରଣୟନ କରିପାରିବ ଭାରତ
– ଅନ୍ୟ କ୍ଷେତ୍ରରେ କିଛି ଆଇନ ଲାଗୁ କରିବାକୁ ହେଲେ ଜାମ୍ମୁ କାଶ୍ମୀର ବିଧାନସଭାର ଅନୁମତି ନେବାକୁ ପଡିବ
– ଜାମ୍ମୁ-କାଶ୍ମୀରର ବାସିନ୍ଦା ସ୍ୱତନ୍ତ୍ର ଅଧିକାର ପାଇବେ
– ଜାମ୍ମୁ-କାଶ୍ମୀରର ସମ୍ପତ୍ତି ଓ ଜମିକୁ ଅନ୍ୟ ରାଜ୍ୟର ଲୋକେ କିଣି ପାରିବେ ନାହିଁ
– କିନ୍ତୁ ଜାମ୍ମୁ-କାଶ୍ମୀରବାସୀ ଅନ୍ୟ ରାଜ୍ୟରେ ଜମି ଓ ସମ୍ପତ୍ତି କିଣିପାରିବେ
– ଆର୍ôଥକ ବିପତ୍ତି ବେଳେ ଜାମ୍ମୁ ଓ କାଶ୍ମୀରରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ ନାହିଁ
– କେବଳ ବାହ୍ୟ ଆକ୍ରମଣ କିମ୍ବା ଯୁଦ୍ଧ ସମୟରେ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ
– ତେବେ ଧାରା-୩୭୦ ଏକ ଅସ୍ଥାୟୀ ଅଧିକାର ବୋଲି ସମ୍ବିଧାନରେ ଉଲ୍ଲେଖ ରହିଥିଲା

ଜମ୍ମୁ କାଶ୍ମୀର ଦେନ୍-ନାଓ— ଗ୍ରାଫିକ୍ସ- ଫାଇନାଲ୍
ଧାରା-୩୭୦
ପୂର୍ବରୁ ଏବେ
ଜାମ୍ମୁ କାଶ୍ମୀରକୁ ଦିଆଯାଇଥିଲା ସ୍ୱତନ୍ତ୍ର କ୍ଷମତା — କୌଣସି ସ୍ୱତନ୍ତ୍ର କ୍ଷମତା ନାହିଁ
ମିଳିଥିଲା ଦୈତ୍ୟ ନାଗରିକତା — କେବଳ ଏକକ ନାଗରିକତ୍ୱ ମିଳିବ
ଜାମ୍ମୁ କାଶ୍ମୀର ପାଇଁ ଥିଲା ସ୍ୱତନ୍ତ୍ର ପତାକା — ତ୍ରିରଙ୍ଗା ହିଁ ଏକମାତ୍ର ପତକା ରହିବ
ଆର୍ଥିକ ଜୁରୁରୀକାଳୀନ(ଧାରା ୩୬୦) ଲାଗୁ ହୋଇପାରୁନଥିଲା– ଧାରା ୩୬୦ ଲାଗୁ ହୋଇପାରିବ
ହିନ୍ଦୁ, ଶିଖଙ୍କ ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ନଥିଲା ସଂରକ୍ଷଣ– ସଂଖ୍ୟାଲଘୁଙ୍କୁ ୧୬% ସଂରକ୍ଷଣ ମିଳିିବ
ଅନ୍ୟ ରାଜ୍ୟର ଲୋକେ ଏଠାରେ ଜମି କିଣିପାରୁନଥିଲେ — ଅନ୍ୟ ରାଜ୍ୟର ଲୋକେ ଜମି କଣିପାରିବେ
ଜାମ୍ମୁ କାଶ୍ମୀରରେ ଆରଟିଆଇ ବ୍ୟବସ୍ଥା ନଥିଲା – ଆରଟିଆଇ ସୁବିଧା ଉପଲବ୍ଧ ହେବ
ଅନ୍ୟ ରାଜ୍ୟର ପୁରୁଷଙ୍କୁ ବିବାହ କଲେ ମହିଳା ହରାଉଥିଲେ ନାଗରିକତା— ଏବେ ଯିବନି ନାଗରିକତା
ପଂଚାୟତର କୌଣସି କ୍ଷମତା ନଥିଲା — ଅନ୍ୟ ରାଜ୍ୟ ଭଳି ପଂଚାୟତକୁ ମିଳିବ କ୍ଷମତା
ଶିକ୍ଷା ଅଧିକାର ମିଳୁନଥିଲା — ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ଅଧିକାର

The post ୩୭୦ ଉଚ୍ଛେଦ ନିଷ୍ପତ୍ତି କାଏମ ରହିବା ପରେ ଜମ୍ମୁରେ ଖୁସିର ମାହୋଲ । ଜାଣନ୍ତୁ କ’ଣ ଏହି ଧାରା ୩୭୦? first appeared on Kanak News.

from Kanak News
via <a href="https://ifttt.com/?

ଏମ୍ସରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ  । ଠିକା ସଂସ୍ଥା ବିରୋଧରେ ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ  । 

କନକ ବ୍ୟୁରୋ: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମୀଙ୍କ ଧାରଣା । ଠିକା ସଂସ୍ଥା ବିଆଇଏସ୍ ବିରୋଧରେ ଧାରଣାକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ । ଠିକା ସଂସ୍ଥା ବେଆଇନ୍ ଭାବେ ୧୦ହଜାର ଟଙ୍କା ଆଦାୟ ଏବଂ ବେଆଇନ୍ ଛଟେଇକୁ ବିରୋଧ କରି କର୍ମଚାରୀମାନେ ଧାରଣା ଦେଇଛନ୍ତି । ଆନ୍ଦୋଳନରେ ଶତାଧିକ ସଫେଇ କର୍ମଚାରୀ ସାମିଲ ହୋଇଛନ୍ତି । ଯାହାଫଳରେ ଆଜି ସକାଳୁ ଏମ୍ସରେ ସଫେଇ କାମ ବନ୍ଦ ରହିଛି । ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଆଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କର୍ମଚାରୀ ।

The post ଏମ୍ସରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ  । ଠିକା ସଂସ୍ଥା ବିରୋଧରେ ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ  ।  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started