ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସାଂସଦଙ୍କ ସହ ପ୍ରତିବାଦ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମ୍ବଲପୁରରେ ବି ବିକ୍ଷୋଭ ।

କନକ ବ୍ୟୁରୋ: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସପ୍ରତିବାଦ କରିଛି ବିଜେପି । ସସଂଦ ଭବନ ସମ୍ମୁଖିରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଆନ୍ଦୋଳନ କରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ କଂଗ୍ରେସକୁ ଲୋକେ ଜାଣିଛନ୍ତି । ଯାହାର ପ୍ରମାଣ ଏବେ ମଧ୍ୟ ଦେଖିବାକୁ ମିଳୁଛି । ଗରିବ ଲୋକଙ୍କ ଠାରୁ ଲୁଟ କରି କୋଟି କୋଟି ଟଙ୍କା କଂଗ୍ରେସ ନେତମାନେ ରଖିଛନ୍ତି ବୋଲି କହିଛନ୍ତି ଜେ.ପି ନଡ୍ଡା । ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି ନଡ୍ଡା କହିଛନ୍ତି, ତଦନ୍ତକାରୀ ସଂସ୍ଥା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତା ଏବେ ଧୀରଜ ସାହଙ୍କୁ ମାମଲାରେ କାହିଁକି ଚୁପ୍ ବସିଛନ୍ତି ।

ସମ୍ବଲପୁରରେ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଛି ଜିଲ୍ଲା ବିଜେପି । ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇଟି ରେଡରୁ ଟଙ୍କା ମିଳିବା ଘଟଣାରେ ବିଜେଡିକୁ ଦାୟୀ କରିଛି ଦଳ । ଆଗକୁ ନିର୍ବାଚନ ଥିବାରୁ ଏହି ଟଙ୍କା ମହଜୁଦ ରଖାଯାଇଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି । କଂଗ୍ରେସ ସାଂସଦ ଧୀରଜ ସାହୁଙ୍କୁ ଗିରଫ କରାଯିବା ସହ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଏହା ସହ ରାଜ୍ୟରେ ଥିବା ଅବକାରୀ ନୀତିର ସଂଶୋଧନ ଦାବି କରିଛି ବିଜେପି ।

The post ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସାଂସଦଙ୍କ ସହ ପ୍ରତିବାଦ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମ୍ବଲପୁରରେ ବି ବିକ୍ଷୋଭ । first appeared on Kanak News.

from Kanak News
via <a href="https://ifttt.com/?

ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ବସୁନ୍ଧରା, ବାଚସ୍ପତି ହେବାକୁ କରିଦେଲେ ମନା! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ପୂର୍ବରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ବଢାଇଲା ଚର୍ଚ୍ଚା ।

କନକ ବ୍ୟୁରୋ : ରାଜସ୍ଥାନରେ ବିଜେପି ବହୁମତ ହାସଲ କରିଥିଲେ ମଧ୍ୟ ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିନି ଦଳ । କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଏଯାଏଁ ସସପେନ୍ସ ଲାଗି ରହିଛି । ଏସବୁ ଭିତରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସାମ୍ନାରେ ଏକ ଭିନ୍ନ ଧରଣର ଦାବି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ବର୍ଷେ ସୁଯୋଗ ଦେବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ସାମ୍ନାରେ ନିଜର ଦାବି ବସୁନ୍ଧରା ରାଜେ ରଖିଥିବା ସୂଚନା ମିଳୁଛି । ବର୍ଷେ ମୁଖ୍ୟମନ୍ତ୍ରୀ ରହିବା ପରେ ଏହି ପଦ ଛାଡିଦେବେ ବୋଲି ବସୁନ୍ଧରା କହିଥିବା ସୂଚନା ମିଳୁଛି । କିନ୍ତୁ ଦଳ ପକ୍ଷରୁ ତାଙ୍କୁ ବାଚସ୍ପତି ପଦବୀରେ ବସିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଗ୍ରହଣ କରିନଥିବା ବିଭିନ୍ନ ସୂତ୍ରରୁ ଖବର ସାମ୍ନାକୁ ଆସିଛି ।

ଗତକାଲି ରାତିରେ ବସୁନ୍ଧରା ରାଜେ ସିନ୍ଧିଆ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ନିବେଦନ କରିଥିଲେ । ଏହାସହ ବିଧାୟକଙ୍କୁ ଅଲଗା ନ ଭେଟିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ତେବେ ନଡ୍ଡାଙ୍କ ପକ୍ଷରୁ ତାଙ୍କୁ ବାଚସ୍ପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଅଗ୍ରାହ୍ୟ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଆସନ୍ତାକାଲି ରାଜସ୍ଥାନର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଦଳୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜିତ ହେବ । ଏହି ବୈଠକ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରେ ।ବିଧାୟକଙ୍କ ସହ ଆଲୋଚନା କରି ରିପୋର୍ଟ ଦେବାକୁ ପର୍ଯ୍ୟବେକ୍ଷକଙ୍କୁ ଦଳର ଶୀର୍ଷ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ରିପୋର୍ଟ ଆଧାରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ଘୂରି ବୁଲୁଛି । ଅନ୍ୟପଟେ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ବିଜୟୀ ବିଧାୟକ ମାନେ ଭେଟିବା କେନ୍ଦ୍ରୀୟ ନେତୃତ୍ୱଙ୍କ ଚିନ୍ତା ବଢାଇ ଦେଇଛି । ବସୁନ୍ଧରା ଯଦି ଅସନ୍ତୁଷ୍ଟ ହୁଅନ୍ତି ତେବେ ଏହାର ପ୍ରଭାବ ଆସନ୍ତା ୨୦୨୪ ନିର୍ବାଚନ ଉପରେ ପଡିବ । ତେଣୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଜସ୍ଥାନ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଏତେ ସହଜ ହେବ ନାହିଁ ।

The post ବର୍ଷକ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଲେ ବସୁନ୍ଧରା, ବାଚସ୍ପତି ହେବାକୁ କରିଦେଲେ ମନା! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ପୂର୍ବରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ବଢାଇଲା ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

‘ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ଦିଅ, ୯ ମାସ ଭିତରେ ନିର୍ବାଚନ କରାଅ’, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

କନକ ବ୍ୟୁରୋ: ସୁପ୍ରିମ କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଜମ୍ମୁ- କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବାକୁ ବୈଧ କହିବା ପରେ ଭିନ୍ନ ପ୍ରକାର ବାତାବରଣ ସୃଷ୍ଟି ହୋଇଛି । ଏହା ସହ ଜମ୍ମୁ- କାଶ୍ମୀରକୁ ଖୁବଶୀଘ୍ର ରାଜ୍ୟ ମାନ୍ୟତା ଦେବା ଓ ଏଠାରେ ନିର୍ବାଚନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜମ୍ମୁ- କାଶ୍ମୀରରେ ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏହାକୁ ଉଚ୍ଛେଦ କରିବା ରାଷ୍ଟ୍ରପତିଙ୍କ କ୍ଷମତା ଅଧିନ । ତେବେ ଜମ୍ମୁ-କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟର ମାନ୍ୟତା ଦିଆଯାଉ ଏବଂ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଏଠାରେ ସାଧାରଣ ନିର୍ବାଚନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଏହାସହ ଲଦାଖକୁ ମଧ୍ୟ ସ୍ୱୟଂଶାସିତ ପ୍ରଦେଶ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

The post ‘ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ଦିଅ, ୯ ମାସ ଭିତରେ ନିର୍ବାଚନ କରାଅ’, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ରୁଷ ଲଗାଇଲା ଯାତ୍ରା ପ୍ରତିବନ୍ଧକ : ବର୍ତ୍ତମାନ ରୁଷର ନାଗରିକମାନେ ନିର୍ବାଚନ ପୂର୍ବରୁ ଦେଶ ଛାଡି ପାରିବେ ନାହିଁ।

ରୁଷ ନିଜ ନାଗରିକମାନେ ବିଦେଶ ଯିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି । ଭ୍ଲାଦିମିର ପୁଟିନଙ୍କ ପ୍ରଶାସନ ଏକ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ଯେଉଁ ନାଗରିକ ମାନଙ୍କ ଉପରେ ବ୍ୟାନ ଲାଗିଛି ସେମାନଙ୍କୁ ସେମାନଙ୍କ ପାସପୋର୍ଟ ସମର୍ପଣ କରିବାକୁ ପଡ଼ିବ । ଏଥିପାଇଁ ପାଞ୍ଚ ଦିନ ସମୟ ଦିଆଯାଇଛି । ଆସନ୍ତା ବର୍ଷ ରୁଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ପୁଟିନ ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି ।

ନିଜ ନାଗରିକଙ୍କ ଉପରେ ରୁଷ ଯାତ୍ରା ଉପରେ ସମ୍ପୂର୍ଣ ପ୍ରତିବନ୍ଧକ ଲଗାଇଛି ।

ବ୍ୟାନ ହେଇଥିବା ଲୋକଙ୍କ ପାସପୋର୍ଟକୁ ଭ୍ଲାଡିମିର୍ ପୁଟିନ୍ ପ୍ରଶାସନ ଜବତ ମଧ୍ୟ କରୁଛି । ସେମାନଙ୍କୁ ସେମାନଙ୍କର ପାସପୋର୍ଟକୁ  ପାଞ୍ଚ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମର୍ପଣ କରିବାକୁ ପଡ଼ିବ । ଆସନ୍ତା ବର୍ଷ ରୁଷରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଭ୍ଲାଡିମିର୍ ପୁଟିନ୍ ପଞ୍ଚମ ଥର ପାଇଁ କ୍ଷମତା ଦୌଡ଼ରେ ଅଛନ୍ତି । ପ୍ରତିପକ୍ଷଙ୍କ ସ୍ୱରକୁ ଦମନ କରିବା ପାଇଁ ପୁଟିନ ପ୍ରସିଦ୍ଧ ଏବଂ ସବୁ ସମୟରେ ତାଙ୍କ ଉପରେ, ତାଙ୍କ ପ୍ରତିପକ୍ଷଙ୍କୁ ଦମନ କରିବାକୁ ଅଭିଯୋଗ ହୋଇଥାଏ ।

ଋଷର ନିୟମ ଅନୁଯାୟୀ, ଫେଡେରାଲ୍ ସିକ୍ୟୁରିଟି ସର୍ଭିସ କିମ୍ବା ଫେଡେରାଲ୍ ସିକ୍ୟୁରିଟି ସର୍ଭିସ (ଏଫଏସବି) ର କର୍ମଚାରୀ, ସୈନିକ, ଦୋଷୀ, କିମ୍ବା ଯେଉଁମାନଙ୍କ ପାଖରେ  କିଛି ରାଜ୍ୟର ଗୁପ୍ତ ତଥ୍ୟ ରହିଛି କିମ୍ବା ଯେଉଁମାନେ ରାଜ୍ୟର ସ୍ଵତନ୍ତ୍ର ପ୍ରସଙ୍ଗ ବିଷୟରେ ସୂଚନା ରହିଛି କିମ୍ବା ସୂଚନା ପାଇବାର ଅଧିକାର ରହିଛି ସେମାନଙ୍କୁ ବିଶେଷଭାବେ ତଦାରଖ କରାଯିବ। ପାସପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କିମ୍ବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିବାକୁ ପଡିବ ବୋଲି କ୍ରମରେ ସ୍ପଷ୍ଟ କରାଯାଇଛି । ତାଙ୍କର ପାସପୋର୍ଟ ଗଚ୍ଛିତ କରାଯିବ । ସେମାନଙ୍କୁ ତାଙ୍କର ପାସପୋର୍ଟ, ପାସପୋର୍ଟ ଅଫିସରେ ଦାଖଲ କରିବାକୁ କୁହାଯାଇଛି । ପାସପୋର୍ଟ ଫେରାଇ ଦିଆଯାଇପାରେ

ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ସଂପୃକ୍ତ ନାଗରିକଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ ହଟାଯିବା ପରେ ସେମାନଙ୍କ ପାସପୋର୍ଟ ମଧ୍ୟ ଫେରସ୍ତ କରାଯାଇପାରିବ। ସାମରିକ ସାଧାରଣ ନାଗରିକଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସୁରକ୍ଷା ଦିଆଯିବ। ଉଦାହରଣ ସ୍ଵରୂପ ଯେଉଁମାନଙ୍କର ଯାତ୍ରା କରିବାର ଅଧିକାର ସାମୟିକ କିମ୍ବା ବିକଳ୍ପ ନାଗରିକ ସେବା ପାଇଁ ସୈନିକ ଆଧାରରେ ସାମୟିକ ଭାବରେ ସୀମିତ ରହିଥିଲା ​​ସେମାନେ ଅତିରିକ୍ତ ଭାବରେ ଏକ ସାମରିକ ID ପ୍ରଦାନ କରିବା ଆବଶ୍ୟକ କରନ୍ତି ଯେ ସେମାନେ ସେବା ସମାପ୍ତ କରିଛନ୍ତି ।

ସମସ୍ତ ନାଗରିକମାନଙ୍କ ପାଇଁ ଏ ପ୍ରତିବନ୍ଧକ ଲାଗୁ ହେବନାହିଁ

ମାର୍ଚ୍ଚରେ ଫାଇନାନ୍ସିଆଲ୍ ଟାଇମ୍ସ ଏହି ଘଟଣାର ଏକ ଅଜ୍ଞାତ ସୂତ୍ରରୁ ପ୍ରକାଶ କରିଛି ଯେ ରୁଷର ସୁରକ୍ଷା ସେବା ବରିଷ୍ଠ ଅଧିକାରୀ ତଥା ରାଜ୍ୟ କମ୍ପାନୀ କାର୍ଯ୍ୟନିର୍ବାହୀମାନଙ୍କ ପାସପୋର୍ଟ ଜବତ କରୁଛି । ତଥାପି, ଏହା ସମସ୍ତ ରୁଷ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ । ଏହା କେବଳ ସେହି ଲୋକଙ୍କ ପାଇଁ ପ୍ରଯୁଜ୍ୟ ହେବ ଯେଉଁମାନଙ୍କର ଜାତୀୟ ସୁରକ୍ଷା ସହ ଜଡିତ ବିଷୟଗୁଡିକ ବିଷୟରେ ସୂଚନା ଅଛି କିମ୍ବା କୌଣସି କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ କିମ୍ବା ଅଭିଯୁକ୍ତ ।

The post ରୁଷ ଲଗାଇଲା ଯାତ୍ରା ପ୍ରତିବନ୍ଧକ : ବର୍ତ୍ତମାନ ରୁଷର ନାଗରିକମାନେ ନିର୍ବାଚନ ପୂର୍ବରୁ ଦେଶ ଛାଡି ପାରିବେ ନାହିଁ। first appeared on Kanak News.

from Kanak News
via <a href="https://ifttt.com/?

ଜମିବାଡିକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଏସିଡ୍ ମାଡ: ଏସିଡ୍ ଆକ୍ରମଣରେ ପୁରୀ, କୃଷ୍ଣପ୍ରସାଦ ବ୍ଲକ ଉଆସପଦର ଗାଁ ଅଧିକାରୀ ତରେଇ ଓ ତାଙ୍କ ପୁଅ ଗୁରୁତର

କନକ ବ୍ୟୁରୋ: ଜମି ବାଡିକୁ କେନ୍ଦ୍ର କରି ଏସିଡି ମାଡ । ଏସିଡି ଆକ୍ରମଣରେ ବାପା-ପୁଅ ଗୁରୁତର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଉଆସପଦର ଗାଁରେ ଏଭଳି ଏକ ଘଟଣା ଘଟିଛି । ଗୁରୁତର ବାପା-ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଦୁଇ ପରିବାର ମଧ୍ୟରେ ଜମିବାଡିକୁ ନେଇ ଦୀର୍ଘଦିନରୁ ବିବାଦ ଲାଗି ରହିଛି । ଉଆସପଦର ଗାଁର ସନ୍ତୋଷ ମହାରଣା ଓ ଅଧିକାରୀ ତରେଇଙ୍କ ପରିବାର ଭିତରେ ବିବାଦ ରହିଛି । ଗତକାଲି ସେହି ବିବାଦ ଉଗ୍ରରୂପ ନେଇଛି । ଅଧିକାରୀ ତରେଇ ଓ ତାଙ୍କ ପୁଅ ରାଜେନ୍ଦ୍ର ତରେଇ ବିଲରେ କାମ କରୁଥିବା ବେଳେ ସନ୍ତୋଷ ମହାରଣା ସେମାନଙ୍କ ଉପରକୁ ଏସିଡି ମାଡ କରିଥିଲେ । ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଗୁରୁତର ହେବାରୁ ବାପ-ପୁଅଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଏସିଡ୍ ଆକ୍ରମଣକୁ ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରୁଛି ।

The post ଜମିବାଡିକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଏସିଡ୍ ମାଡ: ଏସିଡ୍ ଆକ୍ରମଣରେ ପୁରୀ, କୃଷ୍ଣପ୍ରସାଦ ବ୍ଲକ ଉଆସପଦର ଗାଁ ଅଧିକାରୀ ତରେଇ ଓ ତାଙ୍କ ପୁଅ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଏଟିଏମ୍ ଲୁଟ୍: ଲିଙ୍ଗରାଜ ଥାନା ହାଟ ସାହିରେ ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ଲୁଟିନେଲେ ୧୫ ଲକ୍ଷ

କନକ ବ୍ୟୁରୋ: ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ୍ ତାଡି ଲୁଟ୍ ।ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଗ୍ୟାସ୍ କଟରରେ କାଟି ମେସିନ୍ ତାଡି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମ୍ରୁ ୧୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ବାରମ୍ବାର ଏଟିଏମ୍ ଲୁଟ୍ର ଘଟଣା ସାମ୍ନାକୁ ଆସୁଛି । ଏହା ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

The post ରାଜଧାନୀରେ ଏଟିଏମ୍ ଲୁଟ୍: ଲିଙ୍ଗରାଜ ଥାନା ହାଟ ସାହିରେ ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ଲୁଟିନେଲେ ୧୫ ଲକ୍ଷ first appeared on Kanak News.

from Kanak News
via <a href="https://ifttt.com/?

ସୁପ୍ରିମକୋର୍ଟଙ୍କ ରାୟକୁ ‘ଆଶାର କିରଣ’ କହିଲେ ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ଜମ୍ମୁ-କାଶ୍ମୀରବାସୀଙ୍କୁ ଦେଲେ ପ୍ରଗତିର ବାର୍ତ୍ତା ।

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ନିଷ୍ପତ୍ତିକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ସାରା ଜମ୍ମୁ-କାଶ୍ମୀରବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୋର୍ଟଙ୍କ ରାୟ ସେମାନଙ୍କ ପାଇଁ ପ୍ରଗତିର ପଥ ଉନ୍ମୋଚନ କରିଛି ବୋଲି କହିଛନ୍ତି ।

ମୋଦୀ ଆହୁରି କହିଛନ୍ତି , ସୁପ୍ରିମକୋର୍ଟଙ୍କ ରାୟର ଅର୍ଥ, ୫ ଅଗଷ୍ଟ, ୨୦୧୯ରେ ନିଆଯାଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ । ଏହା ନିଷ୍ପତ୍ତି ଜମ୍ମୁ-କାଶ୍ମୀରରେ ଥିବା ଆମ ଭାଇ-ଭଉଣୀଙ୍କ ବିକାଶ ପାଇଁ ନିଆଯାଇଥିଲା । ଆଉ ଏହାକୁ କାଏମ ରଖି ଅଖଣ୍ଡ ଭାରତ ନେଇ ନୂଆ ବାର୍ତା ଦେଇଛନ୍ତି କୋର୍ଟ । ଜମ୍ମୁ-କାଶ୍ମୀର ଓ ଲଦାଖର ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାର ଦେଖିଥିବା ସମସ୍ତ ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ନିଜ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ରାୟ କେବଶ ଐତିହାସିକ ନୁହେଁ ଏହା ଜମ୍ମୁ-କାଶ୍ମୀର ଓ ଲଦାଖ ପାଇଁ ନୂଆ ଆଶାର କିରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

‘ଧାରା ୩୭୦ ଉଚ୍ଛେଦ ଉପରେ ଆଜି ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ଏବଂ ୨୦୧୯ ଅଗଷ୍ଟ ୫ ତାରିଖରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ବଜାୟ ରଖିଛି। ଏହା ଜମ୍ମୁ, କଶ୍ମୀର ଏବଂ ଲଦାଖର ଆମ ର ଭଉଣୀ ଓ ଭାଇମାନଙ୍କ ପାଇଁ ଆଶା, ପ୍ରଗତି ଏବଂ ଏକତାର ଏକ ଚମତ୍କାର ଘୋଷଣା । ଅଦାଲତ ନିଜର ଗଭୀର ଜ୍ଞାନରେ ଏକତାର ସାରକୁ ସୁଦୃଢ଼ କରିଛନ୍ତି, ଯାହାକୁ ଭାରତୀୟ ଭାବରେ ଆମେ ସବୁଠାରୁ ଅଧିକ ପ୍ରିୟ ଏବଂ ସମ୍ମାନ ଦେଇଥାଉ’ ।

‘ମୁଁ ଜମ୍ମୁ-କାଶ୍ମୀର ଏବଂ ଲଦାଖର ଶକ୍ତିଶାଳୀ ଲୋକଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଆପଣଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆମର ପ୍ରତିବଦ୍ଧତା ଅତୁଟ ରହିଛି । ପ୍ରଗତିର ସୁଫଳ ଯେପରି କେବଳ ଆପଣଙ୍କ ପାଖରେ ପହଞ୍ଚିବ ତାହା ନୁହେଁ ବରଂ ଧାରା ୩୭୦ ଯୋଗୁଁ କ୍ଷତିଗ୍ରସ୍ତ ଆମ ସମାଜର ସବୁଠାରୁ ଦୁର୍ବଳ ଏବଂ ଅବହେଳିତ ବର୍ଗଙ୍କୁ ମଧ୍ୟ ଏହାର ଲାଭ ପହଞ୍ଚାଇବାକୁ ଆମେ ସଂକଳ୍ପବଦ୍ଧ’ ।

ଆଜିର ରାୟ କେବଳ ଏକ ଆଇନଗତ ରାୟ ନୁହେଁ ବରଂ ଏହା ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ଏବଂ ଏକ ଶକ୍ତିଶାଳୀ, ଅଧିକ ଅଖଣ୍ଡ ଭାରତ ଗଠନ ପାଇଁ ଆମର ସାମୂହିକ ସଂକଳ୍ପର ପ୍ରମାଣ ବୋଲି କହିଛନ୍ତି ମୋଦୀ ।

The post ସୁପ୍ରିମକୋର୍ଟଙ୍କ ରାୟକୁ ‘ଆଶାର କିରଣ’ କହିଲେ ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ଜମ୍ମୁ-କାଶ୍ମୀରବାସୀଙ୍କୁ ଦେଲେ ପ୍ରଗତିର ବାର୍ତ୍ତା । first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିଲେ ସୁପ୍ରିମ କୋର୍ଟ । ଜାଣନ୍ତୁ କେଉଁ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ଖଣ୍ଡପୀଠ ।

କନକ ବ୍ୟୁରୋ: ଆଜି ଧାରା ୩୭୦ ଉପରେ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜମ୍ମୁ – କାଶ୍ମୀର ଭାରତରେ ମିଶିବା ପରେ ଏହାର କୌଣସି ନିଜସ୍ୱ ସାର୍ବଭୌମତ୍ୱ ନାହିଁ । ତେଣୁ ଏହାକୁ ସ୍ୱତନ୍ତ୍ର କ୍ଷମତା ଦେଉଥିବା ୩୭୦ ଧାରାକୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ:
ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏହାକୁ ଉଚ୍ଛେଦ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି । ତେଣୁ ୨୦୧୯ରେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଶେଷ କରିବାକୁ ରାଷ୍ଟ୍ରପତିଙ୍କ ଆଦେଶ ବୈଧ ଥିଲା । ଅବଶ୍ୟ ଜମ୍ମୁ –କାଶ୍ମୀରକୁ ଖୁବ ଶୀଘ୍ର ରାଜ୍ୟର ମାନ୍ୟତା ଦିଆଯିବ ।

ଏହାସହ ୨୦୨୪ ସେପ୍ଟେମ୍ବର ସୁଦ୍ଧା ଜମ୍ମୁ -କାଶ୍ମୀରରେ ନିର୍ବାଚନ ହେବ । ଏହାର ଅର୍ଥ ୯ ମାସ ଭିତରେ ସରକାରଙ୍କୁ ଏଠାରେ ନିର୍ବାଚନ କରିବାକୁ ପଡିବ । ସରକାର ମଧ୍ୟ ଜମ୍ମୁ-କାଶ୍ମୀରେ ନିର୍ବାଚନ କରିବାକୁ ବୟାନ ଜାରି କରିସାରିଛନ୍ତି । ନିର୍ବାଚନ କମିଶନ ଏନେଇ ଘୋଷଣା କରିବେ ।

ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଲେ ଯେ, ଜମ୍ମୁ-କାଶ୍ମୀର ଦେଶର ଅଭିନ୍ନ ଅଙ୍ଗ । ଏହାର କୌଣସି ନିଜସ୍ୱ ପ୍ରଭୁତ୍ୱ ନାହିଁ ।

ଭାରତୀୟ ସମ୍ବିଧାନରେ ୩୭୦ ଧାରାର ଉଲ୍ଲେଖ ରହିଛି । କିନ୍ତ ଏହାକୁ ଦେଶର ଐକ୍ୟ ପାଇଁ ଲାଗୁ କରାଯାଇଥିଲା , ଜମ୍ମ- କାଶ୍ମୀରର ବିଭାଜନ ପାଇଁ ନୁହେଁ । ତେଣୁ ଏହାକୁ ଉଚ୍ଛେଦ କରିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି । ଏପରିକି ଜମ୍ମୁ-କାଶ୍ମୀରର ସମ୍ବିଧାନ ସଭାକୁ ଭଙ୍ଗ କରାଯିବା ପରେ ମଧ୍ୟ ରାଷ୍ଟ୍ରପତିଙ୍କ ଏହି କ୍ଷମତା ବଜାୟ ରହିବ ।

The post ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିଲେ ସୁପ୍ରିମ କୋର୍ଟ । ଜାଣନ୍ତୁ କେଉଁ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ଖଣ୍ଡପୀଠ । first appeared on Kanak News.

from Kanak News
via <a href="https://ifttt.com/?

ଫ୍ରାନ୍ସରେ ସ୍ଥାପିତ ହେଲା ଭାରତୀୟ କବି ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ।  ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ଏହା ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଫ୍ରାନ୍ସର ସେର୍ଗୀରେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଆମର ମିଳିତ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ସାକ୍ଷ୍ୟ । ତିରୁବଲ୍ଲୁବର ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ । ତାଙ୍କର ଲେଖା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ ।

ରବିବାର ଦିନ ଫ୍ରାନ୍ସର ସେର୍ଗୀ ସହରରେ ଦକ୍ଷିଣ ଭାରତର ମହାନ ସାଧୁ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି ଆମର ସହଭାଗୀ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଜୁଲାଇରେ ବେଷ୍ଟିଲ ଦିବସ ପାଇଁ ପ୍ୟାରିସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଥିଲେ ଏବଂ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ ହେଉଛି ତାହାର କାର୍ଯ୍ୟକାରିତା । ବେଷ୍ଟିଲ ଦିବସ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତ ସମୟରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଫ୍ରାନ୍ସର ସେର୍ଗୀରେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ହେଉଛି ସେହି ଘୋଷଣାର କାର୍ଯ୍ୟକାରିତା ।

https://platform.twitter.com/widgets.js

ଆମର ସାଂସ୍କୃତିକ ସମ୍ପର୍କର ସୁନ୍ଦର ପ୍ରମାଣ: ପିଏମ ମୋଦୀ

ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଜାଭେଦ୍ ଆଶ୍ରାଫ ମଧ୍ୟ ଟ୍ୱିଟରରେ ଏକ ପୋଷ୍ଟରେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଫ୍ରାନ୍ସର ସର୍ଗିରେ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଆମର ସହଭାଗୀ ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ସାକ୍ଷ୍ୟ। ଥିରୁଭାଲୁଭର୍ ବୁଦ୍ଧି ଏବଂ ଜ୍ଞାନର ପ୍ରତୀକ । ତାଙ୍କର ଲେଖା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଏ ।

ପ୍ୟାରିସ ନିକଟ ସେର୍ଗି ସହରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି ହଜାର ହଜାର ଲୋକଙ୍କୁ ପ୍ରେରଣା ଯୋଗାଇବ । ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏହା ଆଉ ଏକ ସୁନ୍ଦର ପ୍ରତୀକ । ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଜାଭେଦ୍ ଆଶ୍ରାଫ ମଧ୍ୟ ଟ୍ୱିଟ୍ କରି ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ ବିଷୟରେ ସୂଚନା ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ରାଜଧାନୀ ପ୍ୟାରିସ ନିକଟ ସେର୍ଗି ସହରରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସେର୍ଗି ମେୟର ଜେଣ୍ଡନ୍ ଏବଂ ପୁଡୁଚେରୀ ମନ୍ତ୍ରୀ କେ ଲକ୍ଷ୍ମିନାରାୟଣଙ୍କ ସମେତ ବହୁ ଅଧିକାରୀ ଏବଂ ନେତା ଉପସ୍ଥିତ ଥିଲେ ।

କବି ତିରୁବଲ୍ଲୁବର କିଏ ?

ଯେପରି ଉତ୍ତର ଭାରତରେ ତୁଲସିଦାସ, ସୁରଦାସ, କବୀର ଏବଂ ରସଖାନଙ୍କ ସ୍ଥାନ ରହିଛି  ଠିକ ସେହିପରି ଦକ୍ଷିଣ ଭାରତର ସାଧୁ ତଥା ପ୍ରସିଦ୍ଧ କବି ତିରୁବଲ୍ଲୁବରଙ୍କ ସମାନ ସ୍ଥାନ ରହିଛି । ଦକ୍ଷିଣ ଭାରତରେ ଲୋକମାନେ ରାମଚରିତମାନ ପରି ତାଙ୍କ ରଚନା ପଠନ କରନ୍ତି । ସନ୍ଥ ତିରୁବଲ୍ଲୁବର ନାମ ଉପରେ ଆଧାରିତ ଗବେଷଣା ଚେୟାରଗୁଡିକ ଅନେକ ବିଶ୍ୱବିଦ୍ୟାଳୟରେ ବିଦ୍ୟମାନ । ସନ୍ଥ ତିରୁବଲ୍ଲୁବରଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ପୁସ୍ତକ ଦକ୍ଷିଣ ଭାରତର ଚାରୋଟି ରାଜ୍ୟର ପ୍ରତ୍ୟେକ ଘରେ ରହିଛି ଏବଂ ସେମାନେ ତାକୁ ପାଠ କରୁଛନ୍ତି ।

The post ଫ୍ରାନ୍ସରେ ସ୍ଥାପିତ ହେଲା ଭାରତୀୟ କବି ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ।  ପ୍ରଧାନମନ୍ତ୍ରୀ ମୋଦୀ କହିଲେ – ଏହା ସାଂସ୍କୃତିକ ସମ୍ପର୍କର ଏକ ସୁନ୍ଦର ପ୍ରମାଣ । first appeared on Kanak News.

from Kanak News
via <a href="https://ifttt.com/?

ବଡ ଲୋକଙ୍କ ଭଳି ଜିନ୍ସ-ଜ୍ୟାକେଟ ପିନ୍ଧି ଆସୁଛନ୍ତି, କେହି ଘରେ ନଥିଲେ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି । ମଞ୍ଚେଶ୍ୱରରୁ ସାମ୍ନାକୁ ଆସିଲା ଏଭଳି ଚୋରି ଘଟଣା, ସିସିଟିଭିରେ କଏଦ ହେଲା ଚୋରଙ୍କ ଚେହେରା । 

କନକ ବ୍ୟୁରୋ :ରାଜଧାନୀରେ ଜିନ୍ସ-ଜ୍ୟାକେଟ୍ ପିନ୍ଧା ଚୋର । ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ୱାର୍ଟରରେ ପଶିଲେ ଲୁଟେରା । ମଞ୍ଚେଶ୍ୱର ରେଲୱେ କଲୋନୀରୁ ଏକ କ୍ୱାର୍ଟରରୁ ଲୁଟ୍ କରିଛନ୍ତି ଦୁଇ ଜଣ ଲୁଟେରା । ରଞ୍ଜନ କୁମାର ସିଂହଙ୍କ ଘରୁ ଲୁଟି ନେଇଛନ୍ତି ସୁନା ମୁଦି ଓ ୨୮ ହଜାର ଟଙ୍କା । ଚୋରିର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏନେଇ ରଞ୍ଜନ କୁମାର ସିଂ ଥାନାରେ ଅଭିଯୋଗ କରିଛନ୍ତି । ସିସିଟିଭି ଅଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏଭଳି ଜିନ୍ସ-ଜ୍ୟାକେଟ ପିନ୍ଧି ଚୋରି କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ତାଙ୍କୁ କେହି ଯେପରି ସନ୍ଦେହ କରିବେ ନାହିଁ । ସାଧାରଣତଃ ସରକାରୀ କଲୋନୀରେ ସୁରକ୍ଷା ବ୍ୟବସ୍ଥା ଟିକେ କଡା ରହିଥାଏ । ତେଣୁ ଜିନ୍ସ-ଜ୍ୟାକେଟ ପିନ୍ଧି ଆସିଲେ କେହି ସନ୍ଦେହ କରିବେନି ଏବଂ ବେଶ ସହଜରେ କଲୋନୀ ମଧ୍ୟକୁ ଆସିପାରିବେ । ତେବେ ଚୋରି କରିବା ପୂର୍ବରୁ ଏହି ଯୁବକ ମାନେ ରେକି କରୁଥିବା ପୋଲିସ ଅନୁମାନ କରୁଛି । ନଚେତ କେଉଁ ଘର କେବେ ଫାଙ୍କା ତାହା ଜାଣିବା ସହଜ ନୁହେଁ । ଚୋର ଘରେ ପଶିବା ପରେ ସିସିଟିଭି ଭାଙ୍ଗିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ । ଯାହା ଏହି ଜିନ୍ସ-ଜ୍ୟାକେଟ ଚୋରଙ୍କର ଅସଲ ଚେହେରାକୁ ସାମ୍ନାକୁ ଆଣିଛି । ଚୋରି କରିବା ପରେ ଯୁବକ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

The post ବଡ ଲୋକଙ୍କ ଭଳି ଜିନ୍ସ-ଜ୍ୟାକେଟ ପିନ୍ଧି ଆସୁଛନ୍ତି, କେହି ଘରେ ନଥିଲେ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି । ମଞ୍ଚେଶ୍ୱରରୁ ସାମ୍ନାକୁ ଆସିଲା ଏଭଳି ଚୋରି ଘଟଣା, ସିସିଟିଭିରେ କଏଦ ହେଲା ଚୋରଙ୍କ ଚେହେରା ।  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started