ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଜମ୍ମୁ-କାଶ୍ମୀରରୁ ‘୩୭୦ ଧାରା’ ଉଚ୍ଛେଦକୁ ବୈଧ କହିଲେ ମୁଖ୍ୟ ବିଚାରପତି ।  

କନକ ବ୍ୟୁରୋ: ଜମ୍ମୁ କାଶ୍ମୀରରୁ ୩୭୦  ଧାରା ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବା କ୍ରମରେ ମୁଖ୍ୟ ବିଚାରପତି କହିଲେ ଯେ,   ଜମ୍ମୁ କାଶ୍ମୀରରେ ୩୭୦ ଧାର ଲାଗୁ କରିବା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । କିନ୍ତୁ ଭାରତରେ ମିଶ୍ରଣ ପରେ ଆଉ ଏହି ସ୍ୱତନ୍ତ୍ର ମାନ୍ୟତା ବଜାୟ ରହିପାରିବ ନାହିଁ । କାରଣ ଭାରତରେ ମିଶ୍ରଣ ହେବା ସହ ଜମ୍ମୁ-କାଶ୍ମରର ସାର୍ବଭୌମତ୍ୱ ଶେଷ ହୋଇଥିଲା । ଯେହେତୁ ଜମ୍ମୁ- କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ ତେଣୁ ଏହାର ନିଜସ୍ୱ ପ୍ରଭୁତ୍ୱ ନାହିଁ ।

 ସୂଚନା ମୁତାବକ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ –କାଶ୍ମୀରରୁ ଧାରା ୩୭୦ କୁ ଉଚ୍ଛେଦ କରିବା ସହ ରାଜ୍ୟକୁ ଦୁଇ ଭାଗରେ ଯଥା, ଜମ୍ମୁ-କାଶ୍ମୀର ଓ ଲଦାଖରେ ବାଣ୍ଟି ଦେଇଥିଲେ । ଏବଂ ଦୁଇଟିକୁ କେନ୍ଦ୍ର ଶାସିତ ଅଞ୍ଚଳ  ଭାବେ ଘୋଷଣା କରିଥିଲେ । କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମ କୋର୍ଟରେ ୨୩ ଟି ଆବେଦନ ପତ୍ର ଦାଖଲ ହୋଇଥିଲା । ଏହା ଉପରେ ସେପ୍ଟେମ୍ବରରେ ଶୁଣାଣୀ କରି କେନ୍ଦ୍ରର ନିଷ୍ପତ୍ତିକୁ ବଜାୟ ରଖିଥିଲେ କୋର୍ଟ । ଆଜି ପୁଣି ଥରେ ଏହି ମାମଲାର ବିଚାର କରି ୩୭୦ ଧାରା ଉଚ୍ଛେଦକୁ ବୈଧ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।

The post ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଜମ୍ମୁ-କାଶ୍ମୀରରୁ ‘୩୭୦ ଧାରା’ ଉଚ୍ଛେଦକୁ ବୈଧ କହିଲେ ମୁଖ୍ୟ ବିଚାରପତି ।   first appeared on Kanak News.

from Kanak News
via <a href="https://ifttt.com/?

ଜବତ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସଂସଦ ଭବନ ସାମ୍ନାରେ ସାଂସଦଙ୍କ ସହ ପ୍ରତିବାଦରେ ସାମିଲ ହେଲେ ବିଜେପି ସଭାପତି ଜେ.ପି ନଡ୍ଡା ।

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସପ୍ରତିବାଦ କରିଛି ବିଜେପି । ସଂସଦ ଭବନ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦମାନେ ଗାନ୍ଧୀମୂର୍ତି ତଳେ ଆନ୍ଦୋଳନ କରିଛନ୍ତି । ଦୁର୍ନୀତି, ଭ୍ରଷ୍ଟାଚାର ପାଇଁ କଂଗ୍ରେସକୁ ଲୋକେ ଜାଣିଛନ୍ତି । ଯାହାର ପ୍ରମାଣ ଏବେ ମଧ୍ୟ ଦେଖିବାକୁ ମିଳୁଛି । ଗରିବ ଲୋକଙ୍କ ଠାରୁ ଲୁଟ କରି କୋଟି କୋଟି ଟଙ୍କା କଂଗ୍ରେସ ନେତାମାନେ ରଖିଛନ୍ତି ବୋଲି କହିଛନ୍ତି ଜେ.ପି ନଡ୍ଡା । ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି ନଡ୍ଡା କହିଛନ୍ତି, ତଦନ୍ତକାରୀ ସଂସ୍ଥା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଉଥିବା ନେତା ଏବେ ଧୀରଜ ସାହଙ୍କୁ ମାମଲାରେ କାହିଁକି ଚୁପ୍ ବସିଛନ୍ତି?

https://platform.twitter.com/widgets.jsଅନ୍ୟପଟେ ଆୟକର ବିଭାଗ ଏତେ ଟଙ୍କା ଜବତ କରିବା ପରେ ବିଜେଡିକୁ ଘେରିଛି ରାଜ୍ୟ ବିଜେପି । ରାଜ୍ୟରେ ମଦ ଦୁର୍ନୀତିର ଅଭିଯୋଗ ଆଣି ଆଜି ବିକ୍ଷୋଭ କରିବାକୁ ନିଷ୍ପତି ନେଇଛି ବିଜେପି । ରାଜ୍ୟର ସମସ୍ତ ସବଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିକ୍ଷୋଭ କରାଯିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଅନୁକମ୍ପାରେ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ୫୦୦ କୋଟିର କଳା ଟଙ୍କା ଠୁଳ କରିଛି । ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି ବୋଲି କହିଛି ବିଜେପି । ବିଜେଡି ସରକାର ବିନା ପ୍ରୋତ୍ସାହନରେ କ’ଣ କେହି ୫୦୦ କୋଟିର କଳାଟଙ୍କା ନିର୍ଭୟରେ ଜମା ରଖିପାରିବ କି ବୋଲି ପ୍ରଶ୍ନ କରିଛି ବିଜେପି ।

The post ଜବତ କଳା ଟଙ୍କା ବିରୋଧରେ ବିଜେପିର ଆନ୍ଦୋଳନ । ସଂସଦ ଭବନ ସାମ୍ନାରେ ସାଂସଦଙ୍କ ସହ ପ୍ରତିବାଦରେ ସାମିଲ ହେଲେ ବିଜେପି ସଭାପତି ଜେ.ପି ନଡ୍ଡା । first appeared on Kanak News.

from Kanak News
via <a href="https://ifttt.com/?

ଗଛରେ ପିଟିହେଲା ବରଯାତ୍ରୀ ଗାଡି, ଦୁଇ ମୃତ ଜଣେ ଗୁରତର । ବାଙ୍କୀ ରଣଶଙ୍ଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

କନକ ବ୍ୟୁରୋ: ଗଛରେ ପିଟିହେଲା ବରଯାତ୍ରୀ ଗାଡି, ଦୁଇ ମୃତ ଜଣେ ଗୁରତତର । ବାଙ୍କୀ ରଣଶଙ୍ଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ବରଯାତ୍ରୀ କାର ଭାରସ୍ୟାମ ହରାଇ ଗଛରେ ମାଡ ହୋଇଥିଲା । କାରଟି ଆଠଗଡ ଅଂଚଳରୁ ବାଙ୍କୀ ଯାଉଥିବା ବେଳେ ରଣଶଙ୍ଖ ନିକଟରେ ଦୁର୍ଘଟଣାଗସ୍ତ ହେଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଅଛି । ସମସ୍ତ ମୃତ ଏବଂ ଆହତ ଆଠଗଡ଼ ଅଞ୍ଚଳରେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ବାଙ୍କୀ ପୁଲିସ ପହଞ୍ଚି ଛାନଭିନ୍ କରୁଛି ।

The post ଗଛରେ ପିଟିହେଲା ବରଯାତ୍ରୀ ଗାଡି, ଦୁଇ ମୃତ ଜଣେ ଗୁରତର । ବାଙ୍କୀ ରଣଶଙ୍ଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ  । ସରକାରୀ ଘରଟେ ପାଇଁ ୧୫ କିଲୋମିଟର ଟ୍ରାଇ ସାଇକେଲରେ ସ୍ୱାମୀଙ୍କୁ ଠେଲି ଠେଲି ନେଲେ ବ୍ଲକ୍ ଅଫିସ୍ ।

କନକ ବ୍ୟୁରୋ: ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଂଚିତ ହେବା ପରେ ଏବେ ସ୍ୱାମୀଙ୍କୁ ଧରି ସରକାରୀ କାର୍ଯ୍ୟାଳୟ ବୁଲୁଛନ୍ତି ସ୍ୱାମୀ । ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ପଂଚାୟତ ରତାପଡା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଗାଁର ବାନାମ୍ବର ମଲିକ, ଜଣେ ଦିବ୍ୟାଙ୍ଗ ହୋଇ ଥିବାବେଳେ ତାଙ୍କୁ ତିନିଚକିଆ ସାଇକେଲରେ ଠେଲି ଠେଲି ସରକାରୀ କାର୍ଯ୍ୟାଳୟ ବୁଲି ନୟାନ୍ତ ହେଲେଣି ପତ୍ନୀ କଳ୍ପନା ।

ଭଙ୍ଗା ଝାଟିମାଟି ଘରେ ରହୁଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାନାମ୍ବରଙ୍କୁ ଘର ଖଣ୍ଡେ ମିଳିବ ବୋଲି ସରକାର ନିଷ୍ପତି ନେଇଥିଲେ । ଏନେଇ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ବାନାମ୍ବରଙ୍କ ଆକାଉଣ୍ଟକୁ ଆସିଥିଲା ମଧ୍ୟ । ଟଙ୍କା ମିଳିବା ପରେ ଘର କାମ ଆରମ୍ଭ କରିଦେଇଥିଲେ ବାନାମ୍ବରଙ୍କ ପରିବାର । ହେଲେ ଏହାର କିଛିଦିନ ପରେ ଡେଲାଙ୍ଗ ବ୍ଲକ୍ ପ୍ରଶାସନ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହୋଲ୍ଡ କରି ଦେଇଛନ୍ତି । ଫଳରେ ଦିବ୍ୟାଙ୍ଗ ବାନାମ୍ବରଙ୍କ ଦୁର୍ଦ୍ଦଶା ବଢିଯାଇଛି । ବାରମ୍ବାର ବ୍ଲକ୍ କାର୍ଯ୍ୟାଳୟ ଦୌଡୁଥିବାବେଳେ କାହିଁକି ତାଙ୍କ ଆକାଉଣ୍ଟ ହୋଲ୍ଡ କରାଯାଇଛି, ସେବିଷୟରେ କିଛି ସୂଚନା ତାଙ୍କୁ ଦିଆଯାଉ ନାହିଁ । ଏପଟେ ଘର କରିବା ପାଇଁ ଧାର କରଜ କରି ପଥର, ବାଲି, ଗୋଡି, ସିମେଣ୍ଟ ଆଣି ସାରିଛନ୍ତି । ଏବେ ଧାର ଟଙ୍କା କିପରି ସୁଝିବେ ସେନେଇ ବି ଚିନ୍ତାରେ ବାନାମ୍ବର ।

The post ଦିବ୍ୟାଙ୍ଗ ସ୍ୱାମୀଙ୍କ ସାରଥୀ ସାଜିଛନ୍ତି ପତ୍ନୀ  । ସରକାରୀ ଘରଟେ ପାଇଁ ୧୫ କିଲୋମିଟର ଟ୍ରାଇ ସାଇକେଲରେ ସ୍ୱାମୀଙ୍କୁ ଠେଲି ଠେଲି ନେଲେ ବ୍ଲକ୍ ଅଫିସ୍  । first appeared on Kanak News.

from Kanak News
via <a href="https://ifttt.com/?

ଟଙ୍କା ପରେ ଆଇଟିକୁ ମିଳିଛି ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରାକ୍  । ମଦ ମାଲିକଙ୍କ ଅଫିସରେ ଜବତ ହୋଇଛି ବେନାମୀ ଜମି ପଟ୍ଟା ।

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରୁ ପୁଳା ପୁଳା ଟଙ୍କା ବାହାରିବା ପରେ ଏବେ ସମ୍ପତ୍ତିକୁ ନେଇ ଖୋଳତାଡ୍ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଆୟକର ବିଭାଗକୁ ମିଳିଛି, ବହୁ ସ୍ଥାବର , ଅସ୍ଥାବର ସମ୍ପତ୍ତିର ସୁରାକ୍ । ମଦ ବ୍ୟବସାୟୀଙ୍କ ଅଫିସରୁ ବହୁ ବେନାମୀ ଜମି ପଟ୍ଟା ଜବତ କରାଯାଇଛି । କୁହାଯାଉଛି, ଏହି ମଦ ମାଲିକମାନେ ଟଙ୍କ ଲୁଚାଇବା ପାଇଁ ନିଜ ବିହାରୀ କର୍ମଚାରୀଙ୍କ ନାଁରେ କୋଟି କୋଟି ଟଙ୍କାର ଜମି କିଣିଛନ୍ତି । ଏବେ ଏସବୁ ଦିଗକୁ ନେଇ ଆୟକର ବିଭାଗ ଛାନଭିନ୍ କରିବ । ଏହାପରେ ଘଟଣାର ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

The post ଟଙ୍କା ପରେ ଆଇଟିକୁ ମିଳିଛି ସ୍ଥାବର, ଅସ୍ଥାବର ସମ୍ପତ୍ତିର ସୁରାକ୍  । ମଦ ମାଲିକଙ୍କ ଅଫିସରେ ଜବତ ହୋଇଛି ବେନାମୀ ଜମି ପଟ୍ଟା  । first appeared on Kanak News.

from Kanak News
via <a href="https://ifttt.com/?

ନଦୀକୁ ଡେଇଁ ପଡିଲେ ୬ ସାଇବର ଅପରାଧୀ । ପହଁରି ପହଁରି ଯାଇ ଗିରଫ କଲା ପୋଲିସ

କନକ ବ୍ୟୁରୋ: ସାଇବର୍‌ ଅପରାଧରେ ସମ୍ପୃକ୍ତ ବୋଲି ଅଭିଯୋଗ ହେଉଥିବା ୬ଜଣ ବ୍ୟକ୍ତି ଗିରଫଦାରି ଏଡ଼ାଇବା ଲାଗି ଅଳ୍ପ ଦିନ ତଳେ ଝାଡ଼ଖଣ୍ଡରେ ପ୍ରବାହିତ ଏକ ନଈକୁ ଡେଇଁ ପଡ଼ିଥିବା କଥା ପୁଲିସ କହିଛି। ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ଲାଗି ପୁଲିସ ଅଧିକାରୀମା‌ନଙ୍କୁ ନଈପାରି ହେବକୁ ପଡ଼ିଥିଲା। ସୂଚନାଯୋଗ୍ୟ, ବରାକର ନଈ କୂ‌ଳରେ ଉକ୍ତ ସାଇବର୍‌ ଅପରାଧୀମାନଙ୍କ ସହିତ ମୁହାଁମୁହିଁ ହେବା ବେଳେ ଏହି ଅଭିଯାନରେ ସମ୍ପୃକ୍ତ ଥିବା ପୁଲିସ ଅଧିକାରୀମାନେ ସାଦା ପୋଷାକ ପିନ୍ଧିଥିଲେ।

ପୁଲିସ ଅଧିକାରୀମାନଙ୍କୁ ଚିହ୍ନିପାରି ଅଭିଯୁକ୍ତମାନେ ନଈକୁ ଡେଇଁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ପୁଲିସ ଅଧିକାରୀମାନେ ପିଛା କରି ସମସ୍ତ ସନ୍ଦିଗ୍ଧଙ୍କୁ ଗିରଫ କଲେ। ସନ୍ଦିଗ୍ଧମାନଙ୍କୁ ଗିରଫ କରିବା ଲାଗି ପୁଲିସ ଅଧିକାରୀମା‌ନଙ୍କୁ ନଈପାରି ହେବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ବରାକର ନଈ କୂ‌ଳରେ ଉକ୍ତ ସାଇବର୍‌ ଅପରାଧୀମାନଙ୍କ ସହିତ ମୁହାଁମୁହିଁ ହେବା ବେଳେ ଏହି ଅଭିଯାନରେ ସମ୍ପୃକ୍ତ ଥିବା ପୁଲିସ ଅଧିକାରୀମାନେ ସାଦା ପୋଷାକ ପିନ୍ଧିଥିଲେ।

The post ନଦୀକୁ ଡେଇଁ ପଡିଲେ ୬ ସାଇବର ଅପରାଧୀ । ପହଁରି ପହଁରି ଯାଇ ଗିରଫ କଲା ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଘରୁ ଜବତ ଡାଏରୀ ଓ ଲାପଟପ୍ । ମିଳିବ କି ଅମାପ ଟଙ୍କାର ସୁରାକ ?

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ମିଳିଥିବା ଡାଏରୀ ଓ ଲାପଟପ୍ ଉପରେ ଏବେ ତଦନ୍ତକାରୀ ସଂସ୍ଥାର ନଜର । ବିପୁଳ ଟଙ୍କାର ଉତ୍ସ ଓ ଏହା କେଉଁଠିକୁ ଯାଇଛି ତାହାର ସୁରାକ ଏଥିରୁ ମିଳିପାରିବ ବୋଲି ଅନୁମାନ କରାଯାଉଛି । ରାଞ୍ଚିିରେ ସାଂସଦଙ୍କ ଘରେ ଚଢାଉ ସମୟରେ ୮ କୋଟି ଟଙ୍କା, ଏକ ଡାଏରୀ, ଲାପଟପ୍, ପ୍ରିଂଟର ଓ ତିନିଟି ଆଟାଚି ନିଜ ହେପାଜତକୁ ନେଇଛନ୍ତି ତଦନ୍ତକାରୀ ଅଧିକାରୀ । ବଲାଙ୍ଗିରରେ ମଧ୍ୟ ଚଢାଉ ବେଳେ ତଦନ୍ତାକରୀ ସଂସ୍ଥା ହାର୍ଡଡିସ୍କ ମଧ୍ୟ ଜବତ କରିଥିବା କୁହାଯାଉଛି ।

ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିବା ଲାଞ୍ଚୁଆ ଅଧିକାରୀ, କଳା କାରବାରରେ ସମ୍ପୃକ୍ତ ଥିବା ନେତା ଛାନିଆ ହୋଇପଡିଛନ୍ତି । କେତେବେଳେ ଯେ ସେମାନଙ୍କ ପାଳି ପଡିଯିବ ତାକୁ ନେଇ ଚିନ୍ତାରେ ଅଛନ୍ତି । ଲାଲ ଡାଏରୀକୁ ମଦ ବ୍ୟବସାୟୀ କୁତା ଖାତା କହିଥାନ୍ତି । କୁତା ଖାତା କାହିଁକି ନାଁ ଦିଆଯାଇଛି, ସେ ସମ୍ପର୍କରେ ଭିନ୍ନ ଭିନ୍ନ କଥା କୁହାଯାଉଛି । ଯେଉଁଥିରେ ବିଭିନ୍ନ ସମୟରେ ଲାଂଚ ନେଉଥିବା ଲୋକଙ୍କ ହିସାବ ରହିଥାଏ ବୋଲି ସୂଚନା ମିଳିଛି ।

The post ମଦ ବ୍ୟବସାୟୀଙ୍କ ଘରୁ ଜବତ ଡାଏରୀ ଓ ଲାପଟପ୍ । ମିଳିବ କି ଅମାପ ଟଙ୍କାର ସୁରାକ ? first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି । ଲକ୍ଷାଧିକ ଦୀପରେ ଝଲସିବ ଶ୍ରୀକ୍ଷେତ୍ର ।

କନକ ବ୍ୟୁରୋ: ଆଜିଠାରୁ ଶ୍ରୀକ୍ଷେତ୍ରରେ ପାଳିତ ହେବ ଦେବ ଦୀପାବଳି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ । ଆସନ୍ତାକାଲି ବଡଦାଣ୍ଡରେ ହେବ ସମୂହ ଦୀପଦାନ । ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ । ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ । ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ ।

ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହେବ ଦୀପଦାନ କାର୍ଯ୍ୟକ୍ରମ । ଏନେଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପତ ପ୍ରସ୍ତୁତି କରାଯାଇଛି । ଏଥିସହ ଶ୍ରୀମନ୍ଦିରରେ ବି ଦୀପ ପ୍ରଜ୍ୱଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀରେ ପାଳିତ ହେଉଛି ଦେବ ଦୀପାବଳି ।

The post ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି । ଲକ୍ଷାଧିକ ଦୀପରେ ଝଲସିବ ଶ୍ରୀକ୍ଷେତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଶେଷ ହେଲା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଟସ ସଟଲ ୨.୦ । ଭାଗ ନେଇଥିଲେ ୨୧୯ ଦଳ ।

କନକ ବ୍ୟୁରୋ: ଶେଷ ହେଲା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଲେଟସ୍ ସଟଲ ୨.୦ । ମଞ୍ଚେଶ୍ୱର ସ୍ଥିତ ରେଳବାଇ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତା ଶେଷ ହୋଇଛି । ପତିଯୋଗିତାରେ ଭାଗ ନେଇ କୋର୍ଟରେ ଦମ ଦେଖାଇଛନ୍ତି ସଟଲର । ଶେଷରେ ପ୍ରତିବର୍ଗରେ ଫାଇନାଲ ଟକ୍କର ହୋଇଛି । ଫାଇନାଲ ଲଢ଼େଇରେ ବରିଷ୍ଠ ପୁରୁଷ ଯୁଗଳ ବର୍ଗରେ ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକ ଚାମ୍ପିୟନ୍ସ ହୋଇଥିବାବେଳେ, ମହିଳା ଯୁଗଳ ବର୍ଗରେ ହର୍ଷିତା ରାଉତ ଓ ସୃତି ସ୍ୱାଇଁ ଚାମ୍ପିୟନ୍ସ ହୋଇଛନ୍ତି । ପୁରୁଷ ଜମ୍ବଲ୍ଡ ବର୍ଗରେ ରଞ୍ଜିତ କୁମାର ବନଥା ଓ ସନ୍ତୋଷ ଚୌଧୁରୀ ଚାମ୍ପିଅନ ହୋଇଛନ୍ତି । କର୍ପୋରେଟ ବର୍ଗରେ ଆଶିଷ୍ ମିଶ୍ର ଓ ମଳୟ କୁମାର ପାତ୍ର ଓ ସରକାରୀ ବର୍ଗରେ ଦିବ୍ୟଜ୍ୟୋତି ସିଂ ଓ ସୁଶାନ୍ତ କୁମାର ରାଉତ ଚାମ୍ପିଅନ ହୋଇଛନ୍ତି ।
ଚାମ୍ପିଆନମାନଙ୍କୁ ଆୟୋଜକଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି ।

ପ୍ରତିବର୍ଗର ଉପବିଜେତା ଓ ସେମିଫାଇନାଲିଷ୍ଟଙ୍କୁ ପୁରସ୍କୃତ କରାଯାଇଛି । ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ, ରୁଚି ଫୁଡଲାଇନ ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ, ବେଦାନ୍ତ ଲିମିଟେଡର ପ୍ରେସିଡେଣ୍ଟ ତପନ କୁମାର ଚାନ୍ଦ, ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଂଟର ଅଧ୍ୟକ୍ଷା ଶର୍ମିଳା ସୁବ୍ରମଣ୍ୟମ ଓ ଟୁସି ମୋଟର୍ସର ଡାଇରେକ୍ଟର ପ୍ରୀତି ପଲବି ପଟ୍ଟନାୟକ ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି । ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ୨୧୯ ଦଳ ଭାଗ ନେଇଥିଲେ । ଜମ୍ବଲ୍ଡରେ ୫୭ ବରିଷ୍ଠ ପୁରୁଷ ଯୁଗଳରେ ୭୫, ମହିଳା ଯୁଗଳରେ ୧୫, କର୍ପୋରେଟ୍ ବର୍ଗରେ ୪୬ ଓ ସରକାରୀ ବର୍ଗରେ ୨୬ ଦଳ ପ୍ରତିଦ୍ୱନ୍ଦିତା କରିଥିଲେ । ଦୁଇ ଦିନ ଧରି ଚାଲିଥିଲା ପ୍ରତିଯୋଗିତା । ଏହି ପ୍ରତିଯୋଗିତା ଅବସରରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

The post ଶେଷ ହେଲା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଟସ ସଟଲ ୨.୦ । ଭାଗ ନେଇଥିଲେ ୨୧୯ ଦଳ । first appeared on Kanak News.

from Kanak News
via <a href="https://ifttt.com/?

ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ୨୪ ଘଣ୍ଟାରେ ତିନି ଡିଗ୍ରୀ ଖସିଲା ରାତି ତାପମାତ୍ରା । ଆହୁରି ଖସିବ ପାରଦ ।

କନକ ବ୍ୟୁରୋ: ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଦୁଇ ତିନି ଡିଗ୍ରୀ ଖସିଛି । ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡିବା ପରେ ଶୀତ ବଢିବାରେ ଲାଗିଛି ।

୧୪ ତାରିଖ ବେଳକୁ ରାଜ୍ୟ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀକୁ ଖସିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କୋରାପୁଟରେ ରାତି ତାପମାତ୍ରା ୯ ଡ୍ରିଗ୍ରୀକୁ ଖସିଆସିବ ବୋଲି ଆକଳନ କରାଯାଇଛି । ତେବେ ରାଜ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୧୧ ଦଶମିକ ୫, ବାରିପଦାରେ ୧୪ ଦଶମିକ ୨, ଦାରିଙ୍ଗବାଡିରେ ୧୨ ଦଶମିକ ୫, ରାଉରକେଲାରେ ୧୩ ଦଶମିକ ୩, ଝାରସୁଗୁଡାରେ ୧୩ ଦଶମିକ ୨, ଫୁଲବାଣୀରେ ୧୪ ଦଶମିକ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

The post ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ୨୪ ଘଣ୍ଟାରେ ତିନି ଡିଗ୍ରୀ ଖସିଲା ରାତି ତାପମାତ୍ରା । ଆହୁରି ଖସିବ ପାରଦ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started