ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ଉଚ୍ଛେଦ ନିଷ୍ପତ୍ତି ଠିକ୍ ନା ଭୁଲ ରାୟ ଶୁଣାଇବେ ୫ ଜଣିଆ ଖଣ୍ଡପୀଠ ।

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯାଇଥିଲା । ଏହାକୁ ବିରୋଧ କରି ଦାଖଲ ହୋଇଥିବା ପିଟିସନ ଉପରେ କୋଟଙ୍କ ରାୟ ଆସିବ । ୧୬ ଦିନର ଶୁଣାଣି ପରେ ସୁପ୍ରିମକୋର୍ଟ ଚଳିତ ବର୍ଷ ସେପ୍ଟେମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଚ୍ୟାଲେଞ୍ଜ କରି ବହୁ ପିଟିସନ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ।

The post ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ଉଚ୍ଛେଦ ନିଷ୍ପତ୍ତି ଠିକ୍ ନା ଭୁଲ ରାୟ ଶୁଣାଇବେ ୫ ଜଣିଆ ଖଣ୍ଡପୀଠ । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ଼ ପରେ ଆଜି ମଧ୍ୟପ୍ରଦେଶରେ ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ । ରେସରେ ଅଛନ୍ତି ବଡ ବଡ ନେତା ।

କନକ ବ୍ୟୁରୋ: ଛତିଶଗଡ ପରେ ଏବେ ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ସସପେନ୍ସ । ମଧ୍ୟପ୍ରଦେଶରେ କାହାର ରାଜ୍ ଚାଲିବ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଜି ବିଧାୟକଙ୍କ ସହ ବୈଠକ କରିବେ ପର୍ଯ୍ୟବେକ୍ଷକ । ଏହାପରେ କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା ହୋଇପାରେ ।

ମଧ୍ୟପ୍ରଦେଶର କିଏ ହେବ ମୁଖିଆ, ସମସ୍ତଙ୍କ ନଜର ସେଠାରେ କେନ୍ଦ୍ରିତ ହୋଇ ରହିଛି । ଶିବରାଜ ସିଂହ ଚୌହ୍ୱାନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲାଗିଛନ୍ତି । ଏମ୍ପିର ଲୋକପ୍ରିୟ ନେତା ସେ ବୋଲି ନିଜ କାର୍ଯ୍ୟକ୍ରମ ଜରିଆରେ ଜଣାଇବାକୁ ଚେଷ୍ଟା ଚଳାଇଛନ୍ତି ଶିବରାଜ । ସେପଟେ ରେସ୍ରେ ଆହୁରି ବଡ ବଡ ନେତା ବି ରହିଛନ୍ତି । ମଧ୍ୟପ୍ରଦେଶରେ ବହୁମତ ପାଇଁ ୧୧୬ଟି ଆସନ ଆବଶ୍ୟକ ଥିବାବେଳେ ବିଜେପି ୧୬୩ଟି ଆସନରେ ବିଜୟ ହାସଲ କରିଛି । ଗତ ୩ ତାରିଖରୁ ଫଳାଫଳ ଘୋଷଣା ହୋଇଥିଲେ ବର୍ତମାନ ସୁଦ୍ଧା ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇପାରି ନାହିଁ । ଗତକାଲି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଥିଲା । ବିଷ୍ଣୁଦେବ ସାଏ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଖୁବଶୀଘ୍ର ଶପଥ ନେଇପାରନ୍ତି । ସେହିପରି ବିଜୟ ଶର୍ମା ଓ ଅରୁଣ ସାଓ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ରମଣି ସିଂହଙ୍କୁ ବାଚସ୍ପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି

The post ଛତିଶଗଡ଼ ପରେ ଆଜି ମଧ୍ୟପ୍ରଦେଶରେ ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ । ରେସରେ ଅଛନ୍ତି ବଡ ବଡ ନେତା  । first appeared on Kanak News.

from Kanak News
via <a href="https://ifttt.com/?

ସମୁଦ୍ରରେ ବୁଡି କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର  । ଚଢାଉବେଳେ କ୍ର୍ୟୁମେମ୍ବର କୋକେନ୍ ସମୁଦ୍ରକୁ ଫୋପାଡି ଦେଇଥିବା ସନ୍ଦେହ ।

କନକ ବ୍ୟୁରୋ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା କୋକେନ୍ ମାମଲାରେ ନୂଆ ମୋଡ । ପିଆଇସିଟି ବର୍ଥରେ ସ୍କୁବା ଡାଇଭର ପହଂଚି ଗଭୀର ସମୁଦ୍ରରେ କୋକେନ ଖୋଜିଛନ୍ତି । ସୀମା ଶୁଳ୍କ ବିଭାଗର ଚଢାଉ ବେଳେ ଜାହାଜର କ୍ରିଉ ମେମ୍ବରମାନେ କିଛି କୋକେନ୍ ପ୍ୟାକେଟ୍ ସମୁଦ୍ରକୁ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ୨୩ ପ୍ୟାକେଟ୍ କୋକେନ୍ରୁ ୨୨ ପ୍ୟାକେଟ୍ ମିଳିଥିବା ବେଳେ ଗୋଟିଏ ପ୍ୟାକେଟ୍ ଜାହାଜ ତଳେ ଥିବା ପାଣି ଟ୍ୟାଙ୍କରରେ ଥାଇପାରେ ବୋଲି ତଦନ୍ତକାରୀ ଟିମ୍ ସନ୍ଦେହ କରୁଛନ୍ତି ।

ତେବେ ପାଣିରୁ କ’ଣ ମିଳିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ମାମଲାର ପ୍ରମାଣ ଯୋଗାଡ କରିବା ଓ ତଦନ୍ତକୁ ଆହୁରି ଜୋରଦାର କରିବା ପାଇଁ ଆଜି ଫରେନ୍ସିକ୍ ଟିମ୍ ଜାହାଜକୁ ଆସି ତଦନ୍ତ କରିବେ ବୋଲି ଜଣାପଡ଼ିଛି । ଗତ ୧ ତାରିଖ ଦିନ ଜାହାଜର କ୍ରେନ୍ ଚ୍ୟାମ୍ପରରୁ ମିଳିଥିଲା କୋକେନ୍ । ଏହି କୋକେନକୁ ନେଇ ୧୦ ଦିନ ହେବ କଷ୍ଟମ ବିଭାଗ, ଦିଲ୍ଲୀର ଏନ୍ସିବି ଓ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଥିବା ବେଳେ ସାମ୍ପଲ ଟେଷ୍ଟ ପାଇଁ କୁଜଙ୍ଗ କୋର୍ଟର ଅନୁମତି ମିଳିସାରିଛି ।

The post ସମୁଦ୍ରରେ ବୁଡି କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର  । ଚଢାଉବେଳେ କ୍ର୍ୟୁମେମ୍ବର କୋକେନ୍ ସମୁଦ୍ରକୁ ଫୋପାଡି ଦେଇଥିବା ସନ୍ଦେହ  । first appeared on Kanak News.

from Kanak News
via <a href="https://ifttt.com/?

ହଟହଟା କରୁଛନ୍ତି ମାଙ୍କଡ । ମଣିଷଙ୍କୁ ଗୋଡାଇ ଗୋଡାଇ କରୁଛନ୍ତି ଆକ୍ରମଣ । ଭୟରେ ବାହାରୁନାହାଁନ୍ତି ଲୋକେ ।

କନକ ବ୍ୟୁରୋ: ସୀମା ଟପିଲାଣି ମାଙ୍କଡଙ୍କ ଉପଦ୍ରବ । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ମାଙ୍କଡଙ୍କ ଉପଦ୍ରବ ବଢିବାରେ ଲାଗିଛି । ରାସ୍ତାରେ ମଣିଷଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ଆତଙ୍କ ସୃଷ୍ଟି କରୁଛନ୍ତି ମାଙ୍କଡ ଦଳ । ଗତକାଲି ବାଟଗ୍ରାମର ଗୌରାଙ୍ଗ ଧଳଙ୍କ ପତ୍ନୀ ସମୁତି ଧଳଙ୍କୁ ମାଙ୍କଡ ଆକ୍ରମଣ କରିବାରୁ ତାଙ୍କ ଅବସ୍ଥାର ଗୁରୁ୍ତର ରହିଛି । ପ୍ରଥମେ ତାଙ୍କୁ ଜଳେଶ୍ୱର ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ସୁମତି ବିଲରୁ ଧାନ ନଡା ଖଳାକୁ ଆଣୁଥିଲେ । ସେହି ସମୟରେ ଗୋଟିଏ ମାଙ୍କଡ ତାଙ୍କ ଆଡକୁ ଗୋଡେଇ ଆସି ଆକ୍ରମଣ କରିଥିଲା । ଡାହାଣ ହାତର କହୁଣୀ ଠାରୁ ପାପୁଲି ଯାଏଁ ମାଙ୍କଡ କାମୁଡି ରକ୍ତାକ୍ତ କରି ପକାଇଛି । ସୁମତିଙ୍କ ଚିକ୍ରାର ଶୁଣି ଦଉଡି ଆସିଥିଲେ ସ୍ଥାନୀୟ ଲୋକ । ଲୋକମାନଙ୍କୁ ଦେଖି ମଙ୍କଡଟି ଚାଲି ଯାଇଥିବା ବେଳେ ଲୋକମାନେ ସୁମତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଥିଲେ ।

The post ହଟହଟା କରୁଛନ୍ତି ମାଙ୍କଡ । ମଣିଷଙ୍କୁ ଗୋଡାଇ ଗୋଡାଇ କରୁଛନ୍ତି ଆକ୍ରମଣ । ଭୟରେ ବାହାରୁନାହାଁନ୍ତି ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ସରକାର । ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ, ୨୦ କିମି ଭିତରେ ମାଛ ଧରା ମନା ।

କନକ ବ୍ୟୁରୋ: ଓଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ସରକାର । କଇଁଛ ଅଣ୍ଡା ଦେଉଥିବା ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ । ମୁତୟନ ହେବ ହାଇସ୍ପିଡ୍ ବୋଟ୍ । ୪ ଟି ସ୍ଥାନରେ କରାଯିବ ପାଟ୍ରୋଲିଂ ଘାଟି ।

ସମୁଦ୍ରରେ ବେଆଇନ ଭାବେ ମାଛଧରା ଟ୍ରଲର ବୁଲୁଥିବାରୁ ବହୁ କଇଁଛଙ୍କ ମୃତ୍ୟୁ ହେଉଛି । ଏହାକୁ କିପରି ରୋକାଯାଇପାରିବ ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଊଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ, ରାଜନଗର ବନ୍ୟପାଣୀ, ଭଦ୍ରକ ବନ୍ୟପ୍ରାଣୀ, ବ୍ରହ୍ମୁପର ଡିଭିଜନରେ କଇଁଛଙ୍କ ସୁରକ୍ଷା ପାଇଁ ହାଇସ୍ପିଡ ବୋଟ ମୁତୟନ ହେବ । ସେହିପରି ବାବୁବାଲି, ଅଗରନାସୀ, ନୂଆ ଦେବୀ ନାସି ଦ୍ୱୀପ, ପୁରୁଣାବନ୍ଧ ଆଦି ସମୁଦ୍ର ଯାତାୟତରେ ପାଟ୍ରୋଲିଂ ହେବ । ସେହିପର ନଭେମ୍ବର ପହିଲାରୁ ମେ ୩୧ ତାରିଖ ମଧ୍ୟରେ ଧାମରା, ଦେବୀ ଓ ଋଷିକୁଲ୍ୟା ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ୨୦ କିଲୋମିଟର ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି ।

ଏଥିସହ ପୁରୀ, ଭଦ୍ରକ, ବ୍ରହ୍ମପର ଡିଭିଜନରେ ଗୋଡିଏ ଳେଖାଏଁ ଏବଂ ରାଜନଗରରେ ୪ଟି ଏପିଆର ସେକ୍ସନ ମୁତୟନ ରହିବେ । ତେବେ ଉପକୂଳବର୍ତି ଜିଲ୍ଲାଗୁଡିକର ଜିଲ୍ଲାପାଳ ଏବଂ ଏସପିଙ୍କୁ ଡିଏଫଓମାନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

The post ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ସରକାର । ଉପକୂଳ ଅଞ୍ଚଳ ଜଗିବେ ସ୍ୱତନ୍ତ୍ର ଫୋର୍ସ, ୨୦ କିମି ଭିତରେ ମାଛ ଧରା ମନା । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ରଣମ ସିଂଙ୍କୁ ମିଳିପାରେ ବାଚସ୍ପତି ପଦବୀ । ଆସନ୍ତା ୧୩ରେ ଶପଥ ପାଠ ।

କନକ ବ୍ୟୁରୋ: ବିଷ୍ଣୁଦେଓ ସାଏ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତିି ହେବା ପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଷ୍ଣୁଦେଓ ଆସନ୍ତା ୧୩ ତାରିଖ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତେବେ ବିଷ୍ଣୁଦେଓଙ୍କ ରାଜନୈତିକ ଯାତ୍ରା ଏତେଟା ସହଜ ନଥିଲା । ଆଦିବାସୀ ପରିବାରରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ପଡିଛି । ସରପଂଚରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଷ୍ଣୁଦେଓ ସାଏ । ୧୯୯୮ରେ ସେ ବାଗିଆ ପଂଚାୟତର ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୦ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ଛତିଶଗଡ ମଧ୍ୟପ୍ରଦେଶରୁ ଅଲଗା ହୋଇନଥିଲା ।

The post ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ରଣମ ସିଂଙ୍କୁ ମିଳିପାରେ ବାଚସ୍ପତି ପଦବୀ । ଆସନ୍ତା ୧୩ରେ ଶପଥ ପାଠ । first appeared on Kanak News.

from Kanak News
via <a href="https://ifttt.com/?

ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ଆଜି ଆନ୍ଦୋଳନ କରିବ ବିଜେପି । ରାଜ୍ୟର ସବୁ ସବଡିଭିଜନ ସମ୍ମୁଖରେ କରିବ ପ୍ରତିବାଦ ।

କନକ ବ୍ୟୁରୋ: ଆୟକର ବିଭାଗ ଏତେ ଟଙ୍କା ଜବତ କରିବା ପରେ ବିଜେଡିକୁ ଘେରିଛି ରାଜ୍ୟ ବିଜେପି । ରାଜ୍ୟରେ ମଦ ଦୁନୀତିର ଅଭିଯୋଗ ଆଣି ଆଜି ବିକ୍ଷୋଭ କରିବାକୁ ନିଷ୍ପତ୍ତିି ନେଇଛି ବିଜେପି । ରାଜ୍ୟର ସମସ୍ତ ସବଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ବିକ୍ଷୋଭ କରାଯିବ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଅନୁକମ୍ପାରେ ‘ସାହୁ ବ୍ରଦର୍ସ ଆଣ୍ଡ କୋ’ ୫୦୦ କୋଟିର କଳା ଟଙ୍କା ଠୁଳ କରିଛି । ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢୁଛି ବୋଲି କହିଛି ବିଜେପି । ବିଜେଡି ସରକାର ବିନା ପ୍ରୋତ୍ସାହନରେ କ’ଣ କେହି ୫୦୦ କୋଟିର କଳାଟଙ୍କା ନିର୍ଭୟରେ ଜମା ରଖିପାରିବ କି ବୋଲି ପ୍ରଶ୍ନ କରିଛି ବିଜେପି ।

The post ମଦ ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ଆଜି ଆନ୍ଦୋଳନ କରିବ ବିଜେପି । ରାଜ୍ୟର ସବୁ ସବଡିଭିଜନ ସମ୍ମୁଖରେ କରିବ ପ୍ରତିବାଦ । first appeared on Kanak News.

from Kanak News
via <a href="https://ifttt.com/?

ବିପୁଳ ଟଙ୍କା ଜବତ ପରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଭୟଭୀତ ଥିବାରୁ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଣୁଥିଲେ ଅଭିଯୋଗ ।

କନକ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ଠାରୁ ଏତେ ପରିମାଣରେ ଟଙ୍କା ଜବତ ହେବା ଘଟଣାକୁ ନେଇ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜଣେ ସାଂସଦଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରାଯାଇଛି । କଂଗ୍ରେସ ଘଟଣାକୁ ନେଇ ଚୁପ୍ ରହିବା ସ୍ୱାଭବିକ କିନ୍ତୁ ଇଣ୍ଡିଆ ମେଣ୍ଟରେ ଥିବା ଅନ୍ୟ ଦଳମାନେ କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶାହା । ତଦନ୍ତକାରୀ ସଂସ୍ଥା ଚଢାଉ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଥିଲେ । ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଥିବା କହୁଥିଲେ । କାରଣ ସେମାନେ ଭୟଭୀତ ଥିଲେ ବୋଲି କହିଛନ୍ତିି ଗୃହମନ୍ତ୍ରୀ ।

The post ବିପୁଳ ଟଙ୍କା ଜବତ ପରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଭୟଭୀତ ଥିବାରୁ ତଦନ୍ତକାରୀ ସଂସ୍ଥା ବିରୋଧରେ ଆଣୁଥିଲେ ଅଭିଯୋଗ  । first appeared on Kanak News.

from Kanak News
via <a href="https://ifttt.com/?

୫ ଦିନରେ ବାହାରିଲାଣି ୪୫୪ କୋଟି ଟଙ୍କା, ୬୦ କିଲୋ ସୁନା । ୫ ଦିନ ହେଲା ୨୫ ମେସିନରେ ଟଙ୍କା ଗଣୁଛନ୍ତି ୫୦ କର୍ମଚାରୀ । ଏବେବି ଚଢାଉ ଜାରି ।

କନକ ବ୍ୟୁରୋ: ପାଞ୍ଚ ଦିନରେ ଜବତ ହେଲାଣି ୪୫୪ କୋଟି ୫୦ ଲକ୍ଷ ଟଙ୍କା । ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍ ନେଇ ଆୟକର ବିଭାଗ ଚଢାଉ ଜାରିରଖିଛି । ତେବେ ଏହି ୫ ଦିନରେ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମଳିଛି । ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗର ସବୁଠୁ ବଡ଼ ରେଡ ବୋଲି କୁହାଯାଉଛି । ମୋଟ ଟଙ୍କାରୁ କେବଳ ଓଡ଼ିଶାରୁ ୪୪୮ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ସେଥିରୁ କେବଳ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ, ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ ସ୍ଥାନୀୟ ପିଡି ଆକାଉଣ୍ଟରେ ଜମା କରାଯାଉଛି ।

ଏଥିସହ ବଲାଙ୍ଗୀରରୁ ୬୦ କିଲୋ ଓଜନର ସୁନା ଜବତ କରାଯାଇଥିବା ସୂଚନା ମଳିଛି । ଓଡ଼ିଶା ବ୍ୟତୀତ ବାହାର ରାଜ୍ୟରୁ ମଧ୍ୟ ଟଙ୍କା ଜବତ ଆରମ୍ଭ ହୋଇଛି । ଗତକାଲି ଆୟକର ବିଭାଗ ଝାଡଖଣ୍ଡରୁ ନଗଦ ୬ କୋଟି ଟଙ୍କା ଜବତ କରିଛି । ଝାଡଖଣ୍ଡରେ ଥିବା ଜୟଶ୍ୱାଲ ଟ୍ରେଡର୍ସରୁ ଏହି ଟଙ୍କା ଜବତ କରାଯାଇଛି । ଓଡ଼ିଶା ଏବଂ ଝାଡଖଣ୍ଡେରେ ଏକକାଳୀନ ୩୭ ଟି ଟିମ ୩୭ ଟି ସ୍ଥାନରେ ଚଢାଉ କରି ଏସବୁ ଟଙ୍କା ଜବତ କରିଛି । ତେବେ ଜବତ ୧୭୬ ଟଙ୍କା ବ୍ୟାଗରୁ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଟଙ୍କା ଗଣିବାରେ ୨୫ଟି ମେସିନ ଓ ୫୦ ଜଣ କର୍ମଚାରୀ ସାମିଲ ହୋଇଥିଲେ ।

The post ୫ ଦିନରେ ବାହାରିଲାଣି ୪୫୪ କୋଟି ଟଙ୍କା, ୬୦ କିଲୋ ସୁନା । ୫ ଦିନ ହେଲା ୨୫ ମେସିନରେ ଟଙ୍କା ଗଣୁଛନ୍ତି ୫୦ କର୍ମଚାରୀ । ଏବେବି ଚଢାଉ ଜାରି । first appeared on Kanak News.

from Kanak News
via <a href="https://ifttt.com/?

ଚାଷୀଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ବାସୁମତି ଧାନ ଚାଷ । ଏକର ପିଛା ଅମଳ ହେଉଛି ୮ରୁ ୧୦ କ୍ୱିଂଟାଲ ଧାନ । ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ହେଉଛି ରପ୍ତାନୀ ।

କନକ ବ୍ୟୁରୋ: ବାସୁମତି ଧାନ ଚାଷ ଦେଇଛି ପରିଚୟ । ଆଉ ଚାଷି ମାନଙ୍କ ପାଇଁ ପାଲଟିଛି ରୋଜଗାରର ମୁଖ୍ୟ ମାଧ୍ୟମ । ପ୍ରାୟ ୨ହଜାର ହେକ୍ଟର ଜମିରେ ବାସୁମତି ଧାନ ଚାଷ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି କେନ୍ଦ୍ରାପଡା ବ୍ଲକ ଖରୀନାସି ପଂଚାୟତର ଚାଷି ମାନେ । ଧାନ ଜମିରେ ମହ ମହ ମହକୁଛି ବାସୁମତି । ପାଚିଲା ଧାନରେ ଭର୍ତି ହୋଇଛି କ୍ଷେତ । ଏବେ ଅମଳ ସମୟ ହୋଇଥିବା ବେଳେ କିଏ ଧାନ କାଟିବାରେ ବ୍ୟସ୍ତ ତ ପୁଣି କିଏ ଧାନକୁ ସୁଖାଇ ସାଇତି ରଖିବାରେ ବ୍ୟସ୍ତ ଅଛନ୍ତି । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ ଖରିନାସୀ, ରାମନଗର ଓ ଜମ୍ମୁ ପଂଚାୟତ ଚାଷୀ କ୍ଷେତର ଦୃଶ୍ୟ । ଏହି ତିନୋଟି ପଂଚାୟତର ପ୍ରାୟ ୫ହଜାର ହେକ୍ଟର ଜମିରେ ବାସୁମତି ଧାନ ଚାଷ ହୋଇଛି । ଏହି ଧାନରୁ ପ୍ରସ୍ତ୍ୁତ ହେଉଥିବା ଚାଉଳର ଚାହିଦା ଅଧିକ ରହିଥିବା ବେଳେ ଭଲ ରୋଜଗାର ଆଶାରେ ଚାଷୀମାନେ ଏହି ଚାଷ କରିଛନ୍ତି ।

ଖରିନାସୀ ପଂଚାୟତର ଚାଷୀ ପୁର୍ବରୁ ପାଟଣି, କଲମା ଓ ଭାଲିକି ଓ ରାସପଂଜା କିଶମର ଧାନ ଚାଷ କରୁଥିଲେ । କିନ୍ତୁ ଏହି ଧାନର ବଜାର ଦର କମ ରହିବା ସାଙ୍ଗକୁ ଅମଳ ଭଲ ହେଉନଥିଲା । ତେଣୁ ବାସୁମତି ଧାନର ଦାମ୍ ଅଧିକ ଓ ଭଲ ଅମଳ ହେଉଥିବାରୁ ଏହା ଚାଷୀଙ୍କୁ ସହାୟକ ହୋଇଛି । ଏହି ଧାନ ଏକର ପିଛା ୮ରୁ ୧୦ କୁଇଂଟାଲ ପର୍ଯ୍ୟନ୍ତ ଅମଳ ହେଉଥିବା ବେଳେ କୁଇଂଟାଲ ପିଛା ୩ହଜାରରୁ ୩୨ଶହ ଟଙ୍କା ଦାମ୍ରେ ବିକ୍ରି ହୋଇଥାଏ । ପଶ୍ଚିମବଙ୍ଗ ଓ ଆନ୍ଧ୍ରରୁ ବ୍ୟବସାୟୀ ମାନେ ଆସି ଚାଷିଙ୍କ ନିକଟରୁ ଏହି ଧାନ କିଣି ନେଉଛନ୍ତି । ବଜାରରେ ଏବେ ଏହି ଚାଉଳ କିଲୋ ୮୦ ଟଙ୍କା ଦାମରେ ବିକ୍ରି ହେଉଛି । ହେଲେ ମଣ୍ଡିରେ ଏହି ଧାନ କୁଇଂଟାଲ ପ୍ରତି ୨୧ଶହ ୮୩ ଟଙ୍କାରେ ବିକ୍ରି ହେଉଥିବାରୁ ବାହାର ରାଜ୍ୟର ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି ଚାଷୀ ।

The post ଚାଷୀଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ବାସୁମତି ଧାନ ଚାଷ । ଏକର ପିଛା ଅମଳ ହେଉଛି ୮ରୁ ୧୦ କ୍ୱିଂଟାଲ ଧାନ । ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ହେଉଛି ରପ୍ତାନୀ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started