କଟକର ସାଲେପୁର ଓ ମାହାଙ୍ଗାର ଗାଁ ଗାଁରେ ରହିଛି ଭାଗବତ ଟୁଙ୍ଗି: ବର୍ଷକୁ ଥରେ ହେଇଛି ଭାଗବତ ମେଳଣ

କନକ ବ୍ୟୁରୋ: ମେଳଣ ଉତ୍ସବ କହିଲେ, ସମସ୍ତେ ପ୍ରାୟ ବୁଝନ୍ତି ଦୋଳ ମେଲଣକୁ । ବିଭିନ୍ନ ସ୍ଥାନରୁ ସୁସଜିତ ବିମାନରେ ରାଧାକୃଷ୍ଣଙ୍କୁ ଶୋଭାଯାତ୍ରାରେ ଆଣି ଗୋଟିଏ ସ୍ଥାନରେ ରଖି ପୂଜାର୍ଚ୍ଚନା କରିବାକୁ । ହେଲେ କଟକ ଜିଲ୍ଲା ସାଲେପୁର ଓ ମାହାଙ୍ଗା ଅଂଚଳରେ ପାଳନ ହୁଏ ଭାଗବତ ମେଲଣ । ଏଠି ବିମାନରେ ରାଧାକୃଷ୍ଣ ନୁହେଁ ପ୍ରଭୁ ଜଗନ୍ନାଥଙ୍କୁ ବିଜେ କରାଯାଏ । ଭାଗବତର ପ୍ରଚାର ପ୍ରସାର ସହ ଭକ୍ତି ଭାବନା ଓ ଭାଇଚାରା ବଜାୟ ରଖିଛି ଏହି ନିଆରା ମେଲଣ । କିମ୍ବଦନ୍ତି କହେ, ନଅଙ୍କ ଦୃଭିକ୍ଷ ସମୟରୁ ଏହି ମେଳଣ ହୋଇଆସୁଛି ।

ଭାଗବତ । ଏଇ ଶବ୍ଦ ସହ ଯୋଡି ହୋଇଛି ଭାବବେଗ । ଭାଗବତ ଉଚାରଣ କରିବା ମାତ୍ରେ ମନରେ ଜାଗ୍ରତ ହୁଏ ଭକ୍ତିଭାବ । ପ୍ରାୟ ସବୁ ହିନ୍ଦୁଙ୍କ ଠାକୁର ଘରେ ନିହାତି ଭାଗବତଟିଏ ଥିବ । ଆଗରୁ ଗାଁରେ ଭାଗବତ ଟୁଙ୍ଗି ଥିଲା । ଯଦିଓ ସମୟ କ୍ରମେ ଗାଁରୁ ଭାଗବତ ଟୁଙ୍ଗି ହଜି ଯାଉଛି । କିନ୍ତୁ କଟକ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ଅଂଚଳରେ ଗାଁର ଭାଗବତ ଟୁଙ୍ଗି ରହିଛି । ସବୁଦିନ ସକାଳ ଓ ସଂଧ୍ୟାରେ ପୂଜାର୍ଚ୍ଚନା ସହ ଭାଗବତ ପାଠ କରାଯାଉଛି । ବର୍ଷକୁ ଥରେ ଭାଗବତ ମେଳଣ କରାଯାଉଛି ।

କାର୍ତିକ ମାସ ପୂର୍ଣ୍ଣିମାରୁ ମାର୍ଗଶୀର ମାସ ୮ ଦିନ ଯଏଁ ଭାଗବତ ମେଳଣ ଉତ୍ସବ ଅନୁଷ୍ଠିତ ହୁଏ । ଜଗତନାଥ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ବିମାନରେ ବିଜେ କରାଯାଏ । ବିମାନରେ ପରମ ଶାସ୍ତ୍ର ଭାଗବତ ରଖାଯାଉଥିବାରୁ ଏହାକୁ ଭାଗବତ ବିମାନ ବୋଲି କୁହାଯାଏ । ପ୍ରତିଦିନ ଭାଗବତ ବିମାନରେ ଭଗବାନ ଘର ଘରକୁ ଯାଇ ଭୋଗ ଖାଇବା ପରେ ସଂଧ୍ୟାରେ ମେଳଣ ପଡିଆକୁ ଆସିଥାନ୍ତି । ରାତି ସାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସଂକିର୍ତନରେ ମେଳଣ ଅନୁଷ୍ଠିତ ହୋଇଥାଏ । ପରେ ସକାଳେ ଭାଗବତ ପଠନ ସହ ଭୋଗରାଗ କରିଥାନ୍ତି ଶ୍ରଦ୍ଧାଳୁ । ଭାଗବତର ପ୍ରଚାର ପ୍ରସାର ସହ ଭକ୍ତି ଭାବନା ଓ ଭାଇଚାରା ବଜାୟ ରଖିଛି ସାଲେପୁର ଅଂଚଳରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ନିଆରା ମେଲଣ ଉତ୍ସବ ।

The post କଟକର ସାଲେପୁର ଓ ମାହାଙ୍ଗାର ଗାଁ ଗାଁରେ ରହିଛି ଭାଗବତ ଟୁଙ୍ଗି: ବର୍ଷକୁ ଥରେ ହେଇଛି ଭାଗବତ ମେଳଣ first appeared on Kanak News.

from Kanak News
via <a href="https://ifttt.com/?

ଗରିବ ଶ୍ରମିକଙ୍କ ପାଇଁ ଆସୁଥିବା କାମ ଯାଉଛି କୁଆଡେ? କିଏ ନେଉଛି ଜବକାର୍ଡ ଧାରୀଙ୍କ ପାରିଶ୍ରମିକ

କନକ ବ୍ୟୁରୋ: ସରକାର ମନରେଗା ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ବର୍ଷକରେ ୧୦୦ ଦିନର କାମ ଯୋଗାଉଛନ୍ତି । ଗରିବ ଶ୍ରମିକଙ୍କ ଅପେକ୍ଷା ଏହାର ଅଧିକ ଫାଇଦା ନେଉଛନ୍ତି ବ୍ଲକର ଅସାଧୁ କର୍ମଚାରୀ । କେଉଁଠି କାମ ନକରି ଅର୍ଥ ହଡପ ହୋଉଛି ତ କେଉଁଠି କାମ କରି ବର୍ଷ ବର୍ଷ ଧାରି ପାରିଶ୍ରମିକ ପାଉ ନାହାନ୍ତି ଜବକାର୍ଡ ଧାରୀ । ଏହି ଅର୍ଥ ଗୋଟିଏ ସପ୍ତାହରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାର ନିୟମ ରହିଥିବା ବେଳେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ପାରିଶ୍ରମିକ ପାଉ ନଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳରୁ ଏଭଳି ଅଭିଯୋଗ ଆସିଛି ।

ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତରେ ମନରେଗା ଯୋଜନାରେ ମହାଘୋଟାଲା । ପଞ୍ଚାୟତର ଜିଆରଏସ ଏହାର ମୁଖ୍ୟ କାର୍ପୋଟଦାର ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ୨୦୨୦ରୁ ୨୦୨୨ ମଧ୍ୟରେ ପାଖାପାଖି ୩ କୋଟି ଟଙ୍କାର ଦୁର୍ନିତି ! ହୋଇଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ । ଅନେକ ପ୍ରକଳ୍ପ କାର୍ଯ୍ୟ ନକରି ଅର୍ଥ ହଡପ ହୋଇଛି, କରୋନା ସମୟରୁ ଜବକାର୍ଡରେ କାମ କରିଥିବା ଜବକାର୍ଡଧାରୀଙ୍କୁ ଏ ପର୍ଯ୍ୟନ୍ତ ପରିଶ୍ରମିକ ମିଳି ନାହିଁ । ପଇସା ମାଗିଲେ ଜିଆରଏସ ନାଲି ଆଖି ଦେଖାଉଛଥିବା ଅଭିଯୋଗ ହୋଇଛି ।

ମଧୁପୁରା ପଞ୍ଚାୟତରେ ମନରେଗା ଯୋଜନାରେ ଅନେକ ପ୍ରକାଳ୍ପ କାର୍ଯ୍ୟକାରୀ ହୋଇଥିବା ସୁଚନା ଫଳକରୁ ଦେଖିବାକୁ ମିଳୁଛି, ମାତ୍ର ବାସ୍ତବରେ କାମ ହୋଇନଥିବା ଅଭିଯୋଗ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୯ ଲକ୍ଷ ଟଙ୍କାରେ ଗ୍ରାମୀଣ ପାର୍କ ନିର୍ମାଣର ସୁଚନା ଫଳକ ମରାଯାଇଛି, କିନ୍ତୁ କାମର ଚିହ୍ନ ନାହିଁ । ସେହି ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କାର ଅଟକଳ ମୁଲ୍ୟରେ ଏକ ରାସ୍ତା କାମ ହୋଇଥିବା ସୂଚନା ଦିଆଯାଇଛି, ମାତ୍ର କେବଳ ୧୦୦ରୁ ୨୦୦ ଫୁଟ କାମ ହୋଇଛି । ଏଭଳି ଅନେକ ପ୍ରକଳ୍ପରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ବାଲିଆପାଳ ବିଡିଓ କହିଛନ୍ତି ଏହା ମଥ୍ୟା ଅଭିଯୋଗ । ଲୋକେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ କରାଯିବ ।

The post ଗରିବ ଶ୍ରମିକଙ୍କ ପାଇଁ ଆସୁଥିବା କାମ ଯାଉଛି କୁଆଡେ? କିଏ ନେଉଛି ଜବକାର୍ଡ ଧାରୀଙ୍କ ପାରିଶ୍ରମିକ first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତା ମରାମତିରେ ବ୍ୟାପକ ଅନିୟମିତତା: କାମ ସରୁ ସରୁ ନଷ୍ଟ ହେଲା ରାସ୍ତା

କନକ ବ୍ୟୁରୋ: ରାସ୍ତାରେ ପିଚୁ ପକାଇବାର ଦୁଇ ଦିନ ଯାଇନି, ଉଠିଗଲାଣି ପିଚୁ । ପାରଳାଖେମୁଣ୍ଡି ଉପକଣ୍ଠ ସୀତାସାଗର ଦେଇ ଆନ୍ଧ୍ରସୀମାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ । ଏନେଇ ସାଧାରଣରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇବା ସହ ସଠିକ୍ ଭାବେ କାର୍ଯ୍ୟ କରିବାକୁ ଦାବି ହୋଇଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦୁର୍ଗମ ଅଂଚଳ ପାଇଁ ସୁବିଧା ଯୋଗାଉଛନ୍ତି । ହେଲେ କେତେକ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କାମ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ । ପାରଳଖେମୁଣ୍ଡି ପୌର ପରିଷଦର ୫ନମ୍ବର ୱାର୍ଡ ଜଙ୍ଗମ ସାହି ଛକରୁ ସୀତାସାଗର ଦେଇ ଆନ୍ଧ୍ରକୁ ସଂଯୋଗ ହେଉଥିବା ରାସ୍ତା ନିମ୍ନ ମାନର ହେଉଥିବା ଅଭିଯୋଗ । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କାମ ସଠିକ୍ ଭାବେ କରାଯିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

The post ରାସ୍ତା ମରାମତିରେ ବ୍ୟାପକ ଅନିୟମିତତା: କାମ ସରୁ ସରୁ ନଷ୍ଟ ହେଲା ରାସ୍ତା first appeared on Kanak News.

from Kanak News
via <a href="https://ifttt.com/?

ଅନ୍ଧବିଶ୍ୱାସ ଆଗରେ ଫେଲ ମାରୁଛି ବିଜ୍ଞାନ: ଯାଜପୁରରେ ଲୋକଲଜ୍ଜା ଭୟରେ ରୋଗ ଲୁଚାଉଛନ୍ତି ରୋଗୀ

କନକ ବ୍ୟୁରୋ: ଅନ୍ଧବିଶ୍ୱାସ ଆଗରେ ଫେଲ ମାରୁଛି ବିଜ୍ଞାନ । ବିଜ୍ଞାନର ବହୁଳ ବ୍ୟବହାର ସତ୍ୱେ ରାଜ୍ୟର ଅଗ୍ରଣୀ ଜିଲ୍ଲା ଯାଜପୁରରେ ଅନ୍ଧବିଶ୍ୱାସର ଛାପ ରହିଛି । ଫଳରେ କୁଷ୍ଠ ରୋଗ ନିରାକରଣରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ସାମାଜିକ ବାସନ୍ଦ ଭୟରେ ସଂକ୍ରମିତ ରୋଗୀ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଠାରୁ ଦୁରେଇ ରହୁଛନ୍ତି । ଫଳରେ ଦିବ୍ୟାଙ୍ଗ ବନିଯାଉଛନ୍ତି ।

ରୋଗକୁ ନେଇ ଥିବା ସନ୍ଦେହ ଓ ସଂକୋଚକୁ ଦୂର କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉଦ୍ୟମ କରୁଥିଲେ ମଧ୍ୟ ଅନ୍ଧବିଶ୍ୱାସ ଜାଲରେ ଛନ୍ଦି ହୋଇପଡିଛି କୁଷ୍ଠ ନିରାକରଣ ଯୋଜନା । ଡିସେମ୍ବର ୧ରୁ ୧୪ ପର୍ଯ୍ୟନ୍ତ କୁଷ୍ଠ ରୋଗ ଚିହ୍ନଟ କରି ରୋଗୀ ପାଖରେ ପହଂଚିବାକୁ ଉଦ୍ୟମ କରୁଛନ୍ତି ସରକାର । କିନ୍ତୁ ଲୋକଲଜ୍ୟା ଭୟରେ ରୋଗୀ ନିଜର ରୋଗ ଜଣାଇବାକୁ ପଛଘୁଂଚା ଦେଉଛନ୍ତି । ତେଣୁ ରୋଗ ନିରାକରଣ କରାଇବାରେ ସମସ୍ୟା ହେଉଛି । ଜିଲ୍ଲାରେ ପ୍ରତିବର୍ଷ ଶହଶହ ରୋଗୀ ଚିହ୍ନଟ ହେଉଥିବା ବେଳେ ମାଗଣା ଏମଡିଟି ଔଷଧ ଜରିଆରେ ରୋଗ ଭଲ କରାଯାଉଛି । କିନ୍ତୁ ଯେଉଁମାନେ ରୋଗ ଲୁଚାଇ ରଖୁଛନ୍ତି ସେମାନେ ଦିବ୍ୟାଙ୍ଗ ପାଲଟି ଯାଉଛନ୍ତି ।

କିଛି ବର୍ଷରେ ଯାଜପୁର ଜିଲ୍ଲାରେ ୨ହଜାର ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ୨୦୧୭-୧୮ରେ ୩୪୨ ଜଣ, ୧୮-୧୯ ରେ ୩୭୫, ୧୯-୨୦ରେ ୩୨୬, ୨୦-୨୧ରେ ୨୮୩, ୨୧-୨୨ରେ ୨୦୫, ୨୨-୨୩ରେ ୩୦୮ ଜଣ ଓ ଚଳିତ ବର୍ଷ ୨୩୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଅନୁସାରେ ୨ଟି ପର୍ଯ୍ୟାୟରେ ୬ମାସ ଓ ୧ ବର୍ଷର ଔଷଧ ଯୋଗାଇ ଦିଆଯାଉଛି । ଆଉ ଯେଉଁମାନେ ଲୋକଲଜ୍ଜା ଭୟରେ ରୋଗ ବାବଦରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଉନାହାନ୍ତି, ସେମାନେ ୮ରୁ ୧୦ ବର୍ଷ ପରେ ଦିବ୍ୟାଙ୍ଗ ବନି ଯାଉଛନ୍ତି । ୨୦୧୭-୧୮ରେ ୧୭ ଜଣ, ୧୮-୧୯ରେ ୪, ୧୯-୨୦ରେ ୨, ୨୦-୨୧ରେ ୨, ୨୨-୨୩ରେ ଜଣେ ଓ ୨୩-୨୪ରେ ୬ ଜଣ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ଅନ୍ୟପଟେ ଜିଲ୍ଲାରେ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଧୀରେଧୀରେ କମୁଥିବା ଜିଲ୍ଲା କୁଷ୍ଠ ଅଧିକାରୀ କହିଛନ୍ତି ।

ଜିଲ୍ଲାର ବ୍ୟାସନଗର ଅଂଚଳରେ ଆଜି ବି ଗାନ୍ଧୀନଗର ନାଁରେ ୧୮୧ ଜଣ କୁଷ୍ଠ ରୋଗୀଙ୍କୁ ନେଇ କୁଷ୍ଠ କଲୋନୀ ରହିଛି । ପ୍ରତିମାସର ଦ୍ୱିତୀୟ ଓ ଚତୁର୍ଥ ଗୁରୁବାର ସ୍ୱାସ୍ଥ୍ୟ ବିଭାଗ କଲୋନୀରେ ପହଂଚି ସେବା ଯୋଗାଇ ଦିଆଯାଉଛି ।

The post ଅନ୍ଧବିଶ୍ୱାସ ଆଗରେ ଫେଲ ମାରୁଛି ବିଜ୍ଞାନ: ଯାଜପୁରରେ ଲୋକଲଜ୍ଜା ଭୟରେ ରୋଗ ଲୁଚାଉଛନ୍ତି ରୋଗୀ first appeared on Kanak News.

from Kanak News
via <a href="https://ifttt.com/?

ଗାଁରେ ଅଚଳ ହୋଇଯାଇଛି ନଳକୂପ: କାମରେ ଆସୁନି ସରକାରଙ୍କ ଜଳ ଯୋଗାଣ ପ୍ରକଳ୍ପ

କନକ ବ୍ୟୁରୋ: ଖରା ନୁହେଁ ଶୀତ ଦିନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ପାଣି ବାଲିଟିଏ ପାଇଁ ରାତି ପାହିଲେ କସରତ କରିବାକୁ ପଡୁଛି । ଗରା ବାଲିଟି ଧରି ନଳକୂଅ ନିକଟରେ ଭିଡ ଲଗାଇବାକୁ ପଡୁଛି । ପୁଣି ନଳକୂଅରୁ ଗୋଳିଆ ପାଣି ବାହାରୁଛି । ତେଣୁ ପୋଖରୀ ଓ ଚୁଆ ପାଣିକୁ ହିଁ ଭରସା କରିବାକୁ ପଡୁଛି । ଏସବୁ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା କୁହାଯାଇ ପାରେ, ଏଠି ବିଶୁଦ୍ଧ ପାଣି ଟୋପାଏ ପାଇବା ସ୍ୱପ୍ନ ପାଲଟିଯାଇଛି ।

ବାଲେଶ୍ୱର ଔପଦା ବ୍ଲକ ଶ୍ୟାମସୁନ୍ଦର ପଂଚାୟତ ରଙ୍ଗମାଟିଆ ଗାଁରେ ପାଣି ପାଇଁ ନୟାନ୍ତ ହେଉଛନ୍ତି ଶତାଧିକ ପରିବାର । ଗାଁରେ ୪ଟି ନଳକୂପ ସହ ପାଣି ଟାଙ୍କି ଓ ଟ୍ୟାପ ଅଛି । ହେଲେ ସେଗୁଡିକ କାମରେ ଆସୁନାହିଁ । ଦୁଇଟି ନଳକୂପ ଅଚଳ ହୋଇପଡିଥିବା ବେଳେ ୨ଟିରୁ ଗୋଳିଆ ପାଣି ବାହାରୁଛି । ଜଳ ଯୋଗାଣ ପ୍ରକଳ୍ପ ବି କାର୍ଯ୍ୟରେ ଲାଗୁନାହିଁ । ତେଣୁ ଲୋକେ ପୋଖରି ପାଣି ପିଇ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ଗାଁରେ ଜଳ ସମସ୍ୟା ଆଜି କାଲିର ନୁହେଁ । ବର୍ଷ ବର୍ଷ ଧରି ପିଇବା ପାଣି ମୁନ୍ଦେ ପାଇଁ ସରପଂଚଙ୍କ ଠାରୁ ବିଧାୟକ ଓ ସାଂସଦଙ୍କୁ ଜଣାଇଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି ।

The post ଗାଁରେ ଅଚଳ ହୋଇଯାଇଛି ନଳକୂପ: କାମରେ ଆସୁନି ସରକାରଙ୍କ ଜଳ ଯୋଗାଣ ପ୍ରକଳ୍ପ first appeared on Kanak News.

from Kanak News
via <a href="https://ifttt.com/?

କାର ଭିତରେ ବର, କନ୍ୟା ସହ ଜଳିଗଲେ ୫ ସମ୍ପର୍କୀୟ । ଟ୍ରକ୍ ସହ ଧକ୍କା ହୋଇ କାରରେ ଲାଗିଗଲା ନିଆଁ ।

କନକ ବ୍ୟୁରୋ: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାରେ ରବିବାର ସକାଳେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। କାରକୁ ଟ୍ରକ ଧକ୍କା ଦେବା ଫଳରେ ଘଟିଥିବା ଦୁର୍ଘଟଣାରେ ବର ଓ ବଧୂଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଦୁର୍ଘଟଣାଗସ୍ତ କାରଟି ରାମଗଢ଼ରୁ ଅକଲତରା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ମୁଲମୁଲା ଥାନା ପକରିଆ ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟଲୋକ ଏହି ଦୁର୍ଘଟଣାର ସୂଚନା ୧୧୨କୁ କଲ କରି ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟଲୋକଙ୍କ ସାହାଯ୍ୟରେ କାର ଭିତ‌ରେ ଫସିଥିବା ‌ଲୋକଙ୍କୁ ଅନେକ ଚେଷ୍ଟା ପରେ ପୁଲିସ କାଢ଼ି ବାହାର କରିଥିଲା। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ରାମଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସମସ୍ତଙ୍କୁ ମୃତଘୋଷଣା କରିଥିଲେ। ଏହାପରେ ସମସ୍ତ ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯିବା ସହିତ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା।

ବଲୌଦାରେ ବସବାସ କରୁଥିବା ଶୁଭମ ସୋନି ଓ ଶିବରିନାରାୟଣରେ ରହୁଥିବା ନେହାଙ୍କ ବିବାହ ଶନିବାର ରାତିରେ ସମ୍ପର୍ଣ୍ଣ ହୋଇଥିଲା। ଏହାପରେ ରବିବାର ସକାଳେ ଶୁଭମ ନୂଆବୋହୂକୁ ଧରି ଘରକୁ ଫେରୁଥି‌ଲେ। ଗାଡ଼ିରେ ବର-ବଧୂଙ୍କ ସମେତ ଅନ୍ୟ ତିନିଜଣ ସଦସ୍ୟ ବି ଥିଲେ। ବିବାହ ପରେ ହସଖୁସିରେ ଘରକୁ ‌ଫେରୁଥିବା ବେଳେ ହଠାତ ବର-ବଧୂ ଥିବା କାରଟି ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଧକ୍କାରେ କାର ଭିତରେ ବସିଥିବା ସମସ୍ତ ଯାତ୍ରୀ ଜଳି ଯାଇଥିଲେ। ଏହି ଦୁର୍ଘଟଣାର ଖବର ପାଇଁ ପରେ ବର ଓ ବଧୂ ଉଭୟଙ୍କ ପରିବାର ଉପ‌ରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

The post କାର ଭିତରେ ବର, କନ୍ୟା ସହ ଜଳିଗଲେ ୫ ସମ୍ପର୍କୀୟ । ଟ୍ରକ୍ ସହ ଧକ୍କା ହୋଇ କାରରେ ଲାଗିଗଲା ନିଆଁ । first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ଖର୍ଚ୍ଚ ପାଇଁ ଦଳ ଦେଇଥିଲା ୨୦ ଲକ୍ଷ ଟଙ୍କା । ୧୩ ଲକ୍ଷ ଖର୍ଚ୍ଚ କରି ବାକି ଟଙ୍କା ଫେରାଇଦେଲେ ଏହି ବିଜେପି ବିଧାୟକ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିିଳିଛି । ହେଲେ ଫଳ ବାହାରିବାର ୮ ଦିନ ପରେ ମଧ୍ୟ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ ନେଇ ଦଳ ତରଫରୁ ନିଷ୍ପତ୍ତି ହୋଇପାରି ନାହିଁ । ହେଲେ ଏହି ସମୟରେ ଏମିତି ଜଣେ ବିଧାୟକଙ୍କ ସଚ୍ଚୋଟତା ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ବିଧାୟକ ଅଛନ୍ତି ସେମାନଙ୍କୁ ନିର୍ବାଚନ ଖର୍ଚ୍ଚ ପାଇଁ ଦଳ ଦେଇଥିବା ଟଙ୍କା ଯଦି ବଳିପଡିଲା ତେବେ ସେମାନେ ତାହାକୁ ନିଜ ଖର୍ଚ୍ଚରେ ଲଗାଇ ଦେଇଥାନ୍ତି । ହେଲେ ଏବେ ଏଭଳି ଜଣେ ବିଧାୟକଙ୍କ ନାମ ସାମ୍ନାକୁ ଆସିଛି ଯେ, କି ନିର୍ବାଚନ ପାଇଁ ଦଳ ଦେଇଥିବା ଟଙ୍କା ବଳିପଡିବାରୁ ସେ ସଚ୍ଚୋଟତାର ସହ ବଳିପଡିଥିବା ଟଙ୍କାକୁ ଦଳକୁ ଫେରାଇ ଦେଇଛନ୍ତି । ବିଧାୟକ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶ ଉଜୈନର ନାଗଦା ନିର୍ବାଚନ ମଣ୍ଡଳୀର ବିଜୟୀ ହୋଇଥିବା ଡାକ୍ତର ବାହାଦୂର ସିଂ ଚୌହାନ । ନିର୍ବାଚନ ଖର୍ଚ୍ଚ ପାଇଁ ପାର୍ଟି ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲା । ବିଧାୟକ ଜଣଙ୍କ ସେଥିରୁ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଥିଲେ ଓ ବାକି ୭ ଲକ୍ଷ ଟଙ୍କା ଏବେ ସେ ପାର୍ଟିକୁ ଫେରାଇ ଦେଇଛନ୍ତି । ତାଙ୍କର ସଚ୍ଚୋଟତାକୁ ନେଇ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ସୂଚନା ଥାଉକି ନାଗଦା ବିଧାନସଭା ମଣ୍ଡଳୀରୁ ଡାକ୍ତର ବାହାଦୂର ସିଂ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରର୍ଥୀ ଦିଲ୍ଲୀପ ଗୁର୍ଜରଙ୍କୁ ୧୫ ହଜାର ଭୋଟରେ ପରାଜିତ କରିଥିଲେ ।

The post ନିର୍ବାଚନ ଖର୍ଚ୍ଚ ପାଇଁ ଦଳ ଦେଇଥିଲା ୨୦ ଲକ୍ଷ ଟଙ୍କା । ୧୩ ଲକ୍ଷ ଖର୍ଚ୍ଚ କରି ବାକି ଟଙ୍କା ଫେରାଇଦେଲେ ଏହି ବିଜେପି ବିଧାୟକ first appeared on Kanak News.

from Kanak News
via <a href="https://ifttt.com/?

ଯୌତୁକ ଦେଉଛି ଯନ୍ତ୍ରଣା: କେବେ ଶେଷ ହେବ ଏ କଳୁଷିତ ପ୍ରଥା?

କନକ ବ୍ୟୁରୋ: ଝିଅକୁ ଛୋଟରୁ ବଡ କରିବା, ତାର ସବୁ ଅଳି ଅଝଟ ସହି ତାକୁ ପାଳିବା । ତାପରେ ଏ ସମାଜ ଆଗରେ ତାକୁ ବଞ୍ଚିବା ଶିଖାଇବା । ପାଠ ପଢାଇ ନିଜ ଗୋଡରେ ଛିଡା କରାଇବା… ଏହା ହେଉଛି ଜଣେ ବାପା ମାଙ୍କ କର୍ତ୍ତବ୍ୟ । ଏତେ ସବୁ ପରେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ସେହି ଝିଅକୁ ବାପା ମା ପର ଘରେ ବିବାହ ଦେଇଥାନ୍ତି । କେବଳ ସେତିକି ନୁହେଁ ପୁଅ ବାଲାଙ୍କ ଯୌତୁକ ଯାତନାକୁ ମଧ୍ୟ ସେ ସହି ଥାନ୍ତି । ନକହିଲେ ବି ନିଜ ଝିଅର ଖୁସି ପାଇଁ ବାପା ମା ସବୁ କିଛି ନିଜ ଝିଅକୁ ଦେଇ ତାକୁ ଶାଶୂଘରକୁ ବିଦା କରିଥାନ୍ତି । ହେଲେ ଏହି ଯୌତୁକ ଯେତେବେଳେ ଯମ ସାଜେ ସେତେବେଳେ ବାପା, ମାଙ୍କ ଆଖିରୁ ଲୁହ ଶୁଖେନି ।

ଯୌତୁକ, ଆମ ସମାଜର ଏହା ହେଉଛି ଏକ କଳୁଷିତ ପ୍ରଥା । ଏବେ ଏହାକୁ କେହି ଯୌତୁକ କହୁ ନାହାନ୍ତି । ଏହାକୁ ଖୁସି ବୋଲି କହୁଛନ୍ତି । ଖୁସିରେ ତମେ ତମ ଝିଅକୁ ଯାହା ଦେବ କହି ଯୌତୁକ ମାଗୁଛନ୍ତି । ତେବେ ଏହି ଯୌତୁକକୁ ନେଇ ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି । ଯୌତୁକ ପାଇଁ ଚୁରମାର ହୋଇଯାଇଛି ଜଣେ ଯୁବତୀଙ୍କ ଡାକ୍ତର ହେବାର ସ୍ୱପ୍ନ । ଆଜ୍ଞା ହଁ ଆମେ କହୁଛୁ କେରଳରେ ଯୌତୁକ ପାଇଁ ଆତ୍ମହତ୍ୟା କରିଥିବା ଡାକ୍ତରୀ ଛାତ୍ରୀ ସହାନାଙ୍କ କଥା ।

କେରଳର ଥିରୁଅନନ୍ତପୁରମ ମେଡିକାଲ କଲେଜରେ ସହାନା ସର୍ଜରୀ ବିଭାଗରେ ପିଜି ପଢୁଥିଲେ । ସେଠାରେ ସେ ତାଙ୍କର ଜଣେ ଡାକ୍ତର ବନ୍ଧୁଙ୍କୁ ଭଲପାଉଥିଲେ । ସବୁ କିଛି ଠିକଠାକ ଚାଲିଥିଲା । ଘରେ ବି ବିବାହ ପାଇଁ ରାଜି ହୋଇଯାଇଥିଲେ । ହେଲେ ହଠାତ ବିବାହ ଭାଙ୍ଗିଯାଇଥିଲା । କାରଣ ଥିଲା ଯୌତୁକ । ପୁଅବାଲା ଘର ଯୌତୁକ ଆକାରରେ ୧୫୦ ଭରି ଅର୍ଥାତ ଦେଢ ଭରି ସୁନା, ଏକ ବିଏମଡବ୍ଲୁ କାର ସହ ୧୫ ଏକର ଜମି ଦେବାକୁ କହିଥିଲେ । କିନ୍ତୁ ଝିଅ ଘର ୫୦ ଭରି ସୁନା, ବିଏଡବ୍ଲୁ କାର ସହ ୫୦ ଲକ୍ଷ ଟଙ୍କାର ଜମି ଦେବାକୁ ରାଜି ଥିଲେ । ହେଲେ ଏଥିରେ ପୁଅବାଲା ରାଜି ନଥିଲେ । ତେଣୁ ସେମାନେ ବିବାହ ଭାଙ୍ଗି ଦେଇଥିଲେ ।

ବିବାହ ଭାଙ୍ଗିଯିବା ପରେ ୨୬ ବର୍ଷିୟ ମହିଳା ଡାକ୍ତର ଡିପ୍ରେସନକୁ ଚାଲିଯାଇଥିଲେ । ଆଉ ଆନେସ୍ଥେଟିକ ଔଷଧ ଖାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ଗୋଟିଏ ଚିଠି ଲେଖିଥିଲେ ଯେଉଁଥିରେ ଲେଖାଥିଲା ସମସ୍ତଙ୍କୁ କେବଳ ଟଙ୍କା ଦରକାର । ଯେଉଁ ବାପା ମା ତାଙ୍କ ଝିଅକୁ ପିଲାରୁ ବଡ କରି ଡାକ୍ତର କରିବାକୁ ସ୍ୱପ୍ନ ଦେଖଥିଲେ । ତା ଖୁସି ପାଇଁ ସେ ଭଲ ପାଉଥିବା ପୁଅ ସହ ବିବାହ କରିବାକୁ ରାଜି ହୋଇଯାଇଥିଲେ । ଆଉ ଝିଅର ଖୁସି ପାଇଁ ଯୌତୁକ ଦେବାକୁ ବି ରାଜି ଥିଲେ… ସେ ବାପା ମାଙ୍କ କଷ୍ଟ ହୁଏତ ତାଙ୍କ ଛଡା କେହି ବୁଝିପାରିବେନି ।

ସତରେ ଏ ଯୌତୁକ ପ୍ରଥା କୌଣସି ଯମ ଯନ୍ତ୍ରଣାଠୁ ବି କମ ନୁହେଁ । ଏଥିରେ ମାଗୁଥିବା ଲୋକ ଯେତିକି ଦୋଷୀ ଦେଉଥିବା ଲୋକ ବି ଏଥିରେ ସମାନ ଦୋଷୀ । ବାପା ମା ନିଜ ଜୀବନ ଯାକାର ପାରିଶ୍ରମିକ ରଖି ନିଜ ଝିଅର ବିବାହ କରିଥାନ୍ତି । ଝିଅର ଖୁସି ପାଇଁ ସବୁ ଦେଇଦିଅନ୍ତି । ହେଲେ ସେଠାରେ ପୁଅଘର ଲୋକଙ୍କୁ ବୁଝିବାର ଥିଲା । ଯଦି ସେମାନେ ଯୌତୁକ ପାଇଁ ବିବାହ ଭାଙ୍ଗି ନଥାନ୍ତେ ଆଜି ହୁଏତ ଗୋଟୋ ନିରିହ ଜୀବନ ବଞ୍ଚି ଯାଇଥାନ୍ତା ।

The post ଯୌତୁକ ଦେଉଛି ଯନ୍ତ୍ରଣା: କେବେ ଶେଷ ହେବ ଏ କଳୁଷିତ ପ୍ରଥା? first appeared on Kanak News.

from Kanak News
via <a href="https://ifttt.com/?

ଭାରତର ଧନୀ ଭିକାରୀ ଭାରତ ଜୈନ: ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍

କନକ ବ୍ୟୁରୋ: ଅର୍ଥ, ଖାଦ୍ୟ, ବାସଗୃହ ଭଳି ମୌଳିକ ସମସ୍ୟା ସହ ଜଡିତ ବ୍ୟକ୍ତିଙ୍କୁ ଆମେ ଭିକାରୀ ବୋଲି କହିଥାଉ । ଚିରାଫଟା କପଡା, ନୁଖୁରା କେଶ ଏମିତି କିଛି ଥାଏ ଭିକାରୀଙ୍କ ବେଶଭୂଷା । ସେମାନେ ଏ ସମାଜର ସବୁଠାରୁ ଗରିବ ବର୍ଗରେ ରହିଥାନ୍ତି । କାହାକୁ ଭିକ ମାଗିବାକୁ ନିଜ ପରିସ୍ଥିତି ବାଧ୍ୟ କରିଥାଏ ତ ଆଉ କିଏ ଭିକ ମାଗିବାକୁ ନିଜ ପେଶା କରିଦେଇଛନ୍ତି । ଏମିତି କି ଭିକ ମାଗି ସେମାନେ କୋଟି କୋଟି ଟଙ୍କାର ସମ୍ପତ୍ତି ରଖି ସାରିଲେଣି ।

ଆମେ ଆଜି ଏମିତି ଜଣେ ଭିକାରୀଙ୍କ କଥା କଗିବୁ ଯିଏ ଭାରତର ସବୁଠାରୁ ଧନୀ ଭିକାରୀ ଭାବେ ପରିଚିତ । ଗୋଟିଏ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଗ୍ଲୋବାଲ ସ୍ତରରେ ଭାରତ ଜୈନ ଭାରତର ସବୁଠାରୁ ଧନୀ ଭିକାରୀ । ସେ ମୁମ୍ବାଇ ସହରରେ ରହୁଛନ୍ତି । ମୁମ୍ବାଇ ରାସ୍ତାରେ ତାଙ୍କୁ ଭିକ ମାଗୁଥିବାର ଦେଖାଯାଏ । ଆର୍ଥିକ ସମସ୍ୟା ପାଇଁ ସେ ଶିକ୍ଷା ପ୍ରାପ୍ତ କରିପାରିନଥିଲେ । ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ, ଭାଇ ଓ ବାପା ।

ଆରମ୍ଭରୁ ଆର୍ଥିକ ସମସ୍ୟା ଭିତରେ ଭାରତ ଜୈନ ନିଜ ପିଲାଙ୍କ ଶିକ୍ଷା ପୂରା କରିପାରିଛନ୍ତି । ଅଭାବ ଭିତରେ ଥାଇ ବି ସେ ନିଜ ପିଲାଙ୍କୁ କନଭେଟ ସ୍କୁଲରେ ପାଠ ପଢାଇଛନ୍ତି । ହେଲେ ଏବେ ତାଙ୍କ ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭାରତଙ୍କ ପାଖରେ ଏବେ ୭ କୋଟି ୫୦ ଲକ୍ଷ ଅର୍ଥାତ ୧ ମିଲିୟନ ଡଲାରର ସମ୍ପତ୍ତି ରହିଛି । ଭିକ ମାଗି ସେ ମାସକୁ ୬୦ ହଜାରରୁ ୭୫ ହଜାର ଟଙ୍କା ଆୟ କରୁଛନ୍ତି । ତାଙ୍କ ପାଖରେ ମୁମ୍ବାଇରେ ୧ କୋଟି ୨୦ ଲକ୍ଷ ଟଙ୍କା ମୂଲ୍ୟର ୨ ବେଡରୁମ ଥିବା ଫ୍ଲାଟ୍ ରହିଛି । ଏହାସହ ଥାଣେ ଅଞ୍ଚଳରେ ସେ ୨ଟି ଦୋକାନ କରିଛନ୍ତି, ଯେଉଁଥିରୁ ମାସକୁ ତାଙ୍କ ପାଖକୁ ୩୦ ହଜାର ଟଙ୍କା ଭଡା ବି ମିଳୁଛି । ପରିବାରର ଅନ୍ୟ ଆୟ କହିଲେ ଏକ ଷ୍ଟେସନାରୀ ଦୋକାନ ବି ରହିଛି । ପରିବାର ଲୋକ ତାଙ୍କୁ ଭିକ ମାଗିବାକୁ ମନା କରିଥିଲେ ବି ସେ କିନ୍ତୁ ଭିକ ମାଗିବା ଛାଡିନାହାନ୍ତି ।

ଭାରତ ଜୈନଙ୍କୁ ପ୍ରାୟ ସମୟ ଛତ୍ରପତି ଶିବାଜୀ ଟର୍ମିନସ କିମ୍ବା ଆଜାଦ ମୈଦାନ ପାଖରେ ଭିକ ମାଗୁଥିବାର ଦେଖିବାକୁ ମିଳେ । ଏତେ ସମ୍ପତ୍ତି ଥାଇ ବି ସେ ଆଜି ଯାଏଁ ମୁମ୍ବାଇର ରାସ୍ତାରେ ଭିକ ମାଗୁଥିବାର ଦେଖିବାକୁ ମିଳେ । ସେ ପ୍ରତିଦିନ ୧୦ରୁ ୧୨ ଘଣ୍ଟା ଭିତରେ ୨ ହଜାର ଟଙ୍କାରୁ ଅଢେଇ ହଜାର ଟଙ୍କା ଆୟ କରିଦେଇଥାନ୍ତି । ଯାହା ଗୋଟେ ଲୋକ ଦିନ ଯାକ ପରିଶ୍ରମ କରି ବି କମାଇ ପାରନ୍ତିନି ।

କେବଳ ଭାରତ ଜୈନ ନୁହେଁ ଭାରତରେ ଏମିତି ଭିକାରୀ ଅଛନ୍ତି ଯେଉଁମାନେ ଭିକ ମାଗି ଅନେକ ଟଙ୍କାର ମାଲିକ ହୋଇପାରିଛନ୍ତି । ଆଉ ଭିକ ମାଗିବାକୁ ଏକ ପେଶା କରିଦେଇଛନ୍ତି ।

The post ଭାରତର ଧନୀ ଭିକାରୀ ଭାରତ ଜୈନ: ସମ୍ପତ୍ତି ଜାଣିଲେ ଉଡିଯିବ ହୋସ୍ first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେବ ସାଏ

କନକ ବ୍ୟୁରୋ : ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ବିଷ୍ଣୁଦେବ ସାଏଙ୍କ ନାମ ଘୋଷଣା କରିଛି ବିଜେପି । ବିଜେପି ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ବିଷ୍ଣୁଦେବଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି ।

ନିର୍ବାଚନ ଫଳାଫଳ ବାହାରିବାର ୮ ଦିନ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଷ୍ଣୁଦେବଙ୍କ ନାମ ଘୋଷଣା କରିଛନ୍ତି । ବିଶେଷ ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକା ସିଂଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବିଜେପି ବିଷ୍ଣୁଦେବଙ୍କ ମୁଣ୍ଡରେ ସୁନା କଳସ ଢାଳିଛି ।

The post ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି । ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବିଷ୍ଣୁଦେବ ସାଏ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started