ଢେଙ୍କାନାଳ ବଲ୍ଲଭ ଗାଁ ନିକଟରେ ନଦୀ ପାର ହୋଇ ପଶିଛନ୍ତି ହାତୀ । ଗାଁରୁ ନେଇ ଧାନ କ୍ଷେତରେ ହାତୀ ପଲ ଆତଙ୍କ

କନକ ବ୍ୟୁରୋ : ଢେଙ୍କାନାଳରେ ହାତୀ ଆତଙ୍କ । ଷଡ଼ଙ୍ଗୀ ବାଇସିଙ୍ଗା ପଂଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲ ନେଇ ଆତଙ୍କ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି ହାତୀ ପଲ । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି । ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତି । ବର୍ଷକ ଅମଳ ଫସଲ ହାତୀ ଉଜାଡିବାକୁ ବସିଥିବା ବେଳେ ହାତୀ ଘଉଡାଇବାକୁ ଚାଷୀ ଅନୁରୋଧ କରିଛନ୍ତି । ଗାଁରୁ ନେଇ ଧାନ କ୍ଷେତରେ ପଶି ରହିଛନ୍ତି ହାତୀ ପଲ । ଏବେ ଷଡଙ୍ଗୀ ରେଂଜ ପକ୍ଷରୁ ଏକ ଟିମ୍ ସେଠାକୁ ଯାଇ ହା୍ତୀଙ୍କ ଗତିବିଧି ଉପରେ ନଜର ରଖିଛି ।

The post ଢେଙ୍କାନାଳ ବଲ୍ଲଭ ଗାଁ ନିକଟରେ ନଦୀ ପାର ହୋଇ ପଶିଛନ୍ତି ହାତୀ । ଗାଁରୁ ନେଇ ଧାନ କ୍ଷେତରେ ହାତୀ ପଲ ଆତଙ୍କ first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ଼ରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ । ରାୟପୁରରେ ଚାଲିଛି ବିଜେପି ବିଧାୟକ ଦଳ ବୈଠକ, ଉପସ୍ଥିତ ଅଛନ୍ତି ୩ ପର୍ଯ୍ୟବେକ୍ଷକ

କନକ ବ୍ୟୁରୋ : ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । ତିନି ରାଜ୍ୟରେ ଏକାଧିକ ଦାବିଦାର ଥିବାରୁ ଜଣକ ନାଁରେ ସହମତି ଆଣିବାକୁ ଡେରି ହେଉଛି । ସେଇଥିପାଇଁ ୬ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରୁ ନାହିଁ । ସେପଟେ ୩ରାଜ୍ୟରେ ପହଁଚିଥିବା ନଅ ପର୍ଯ୍ୟବେକ୍ଷକ ନିଜ କାମରେ ଲାଗିପଡିଛନ୍ତି । ନବ ନିର୍ବାଚିତ ବିଧାୟକ, ରାଜ୍ୟସ୍ତରୀୟ ଦଳର ବରିଷ୍ଠ ନେତାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଚୟନ ସଂପର୍କରେ ଆଲୋଚନା କରିଛି । ଆଜି ଛତିଶଗଡ ବିଜେପିର ବିଧାୟକ ଦଳ ବୈଠକ ବସିବ ଓ ସେଥିରେ ବିଧାୟକ ଦଳ ନେତା ବଛାଯିବ ବୋଲି ସୂଚନା ମିଳିଛି ।

ସେହିପରି ଆସନ୍ତାକାଲି ହେବାକୁ ଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକ ଦଳ ବୈଠକରେ ଅନ୍ତିମ ନିଷ୍ପତି ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ସୋମବାର ତିନି ରାଜ୍ୟ ପାଇଁ ଆନୁଷ୍ଠାନିକ ଭାବେ ମ୍ରୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ବିଜେପି ଏହି ତିନି ରାଜ୍ୟରୁ ଅନତଃ ଗୋଟିଏ ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ ଚୟନ କରିବ ବୋଲି କୁହାଯାଉଛି । ଛତିଶଗଡ କିମ୍ବା ରାଜସ୍ଥାନରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀ ଚୟନ କରିବ ବୋଲି ଚର୍ଚ୍ଚା ହେଉଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହେବାକୁ ଦଳ ଉପରେ ଚାପ ପକାଉଛନ୍ତି । ଏପଟେ ମଧ୍ୟପ୍ରଦେଶର ଶିବରାଜ ସିଂ ନିଜର ଲୋକପ୍ରିୟତା ଜାହିର କରିବାକ ୁବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି । ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରେସର ଅନ୍ୟତମ ପ୍ରମୁଖ ଦାବିଦାର ବାବା ବାଲକନାଥଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ବଢ଼ିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଘୋଷଣାରେ ଡେରିକୁ ନେଇ ବିଜେପିକୁ ଶାଣିତ କଟାକ୍ଷ କରିଛନ୍ତି ।

The post ଛତିଶଗଡ଼ରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ । ରାୟପୁରରେ ଚାଲିଛି ବିଜେପି ବିଧାୟକ ଦଳ ବୈଠକ, ଉପସ୍ଥିତ ଅଛନ୍ତି ୩ ପର୍ଯ୍ୟବେକ୍ଷକ first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀରରେ ଆଜି ବି ଚାଲିଛି ଟଙ୍କା ଗଣତି । ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି ଶେଷ, ଆହୁରି ବାକି ଅଛି ୭୧ଟି ବସ୍ତା

କନକ ବ୍ୟୁରୋ : ବଲାଙ୍ଗୀରରେ ଚାଲିଛି ଜବତ ହୋଇଥିବା ଟଙ୍କାର ଗଣତି । ରବିବାର ଛୁଟି ଦିନରେ ଟଙ୍କା ଗଣିବାରେ ସାମିଲ ହୋଇଛନ୍ତି କର୍ମଚାରୀ । ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି ଶେଷ ହୋଇଛି । ଆହୁରି ୭୧ଟି ବସ୍ତା ଗଣିବାକୁ ବାକି ରହିଛି । ଏସବୁ ବସ୍ତାରୁ କେତେ କୋଟି ଟଙ୍କା ବାହାରିବ ତାହା ଉପରେ ନଜର ରହିଛି । ଆଜି ସଂଧ୍ୟା ସୁଦ୍ଧା ଗଣତି ଶେଷ ହୋଇଯିବ ବୋଲି ଆଶା ରଖାଯାଇଛି । ୨୫ଟି ମେସିନରେ ଟଙ୍କା ଗଣା ଯାଉଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନକୁ ଷ୍ଟାଣ୍ଡବାୟରେ ରଖାଯାଇଛି । ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଯେଉଁ ଟଙ୍କା ବିଡ଼ା ଓଦାଳିଆ ରହିଛି, ତାକୁ ଶୁଖାଇବା ପାଇଁ ଡ୍ରାୟର ବ୍ୟବହାର କରାଯାଉଛି । ବ୍ୟାଙ୍କରେ ଟଙ୍କା ଗଣା ଚାଲିଥିବା ବେଳେ ଅନ୍ୟପଟେ ବଲଙ୍ଗୀରରେ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି ।

ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଯେଉଁଠି ହାତ ବାଜୁଛି, ସେଇଠି ଦେଖିବାକୁ ମିଳୁଛି ଟଙ୍କାର ପାହାଡ଼ । ସମ୍ବଲପୁରରେ ମିଳିଛି ୩୭ କୋଟି ୫୦ ଲକ୍ଷ ଟଙ୍କା । ସମ୍ବଲପୁର ଏସବିଆଇର ମୁଖ୍ୟ ବ୍ରାଂଚରେ ଟଙ୍କା ଗଣତି ଚାଲିଥିଲା । ଆଉ ସେହି ସମୟର ଏକ୍ସକ୍ଲୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ମେସିନରେ କେମିତି ବିଡା ବିଡା ନୋଟ ପକାଇ ବ୍ୟାଙ୍କ କର୍ମଚାରୀ ଗଣତି କରୁଛନ୍ତି, ସେହି ଭିଡିଓ ଏବେ ସାମ୍ନାକୁ ଆସିଛି । ଗଣତି ପରେ ସାଢ଼େ ୩୭ କୋଟି ମିଳିଥିବା ସୂଚନା ମିଳିଛି । ଏଥିରେ ୫୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ରହିଥିଲା । ପୂର୍ବରୁ ୪ ଜଣ କର୍ମଚାରୀ ଗଣତିରେ ନିୟୋଜିତ ଥିଲେ, ଟଙ୍କା ପରିମାଣକୁ ଦେଖି ଶନିବାର ଛୁଟି ଥିବା ସତ୍ୱେ ୯ ଜଣ କର୍ମଚାରୀଙ୍କୁ ଗଣତିରେ ସାମିଲ କରାଯାଇଥିଲା । ୪ଟି ମେସିନରେ ଟଙ୍କାଗଣା ହୋଇଥିଲା । ଟଙ୍କା ପୁରୁଣା ଓ ଓଦାଳିଆ ରହିଥିବାରୁ ଗଣତିରେ ବିଳମ୍ବ ହୋଇଥିଲା ।

The post ବଲାଙ୍ଗୀରରେ ଆଜି ବି ଚାଲିଛି ଟଙ୍କା ଗଣତି । ୧୦୫ଟି ବସ୍ତାରୁ ୧୬୪ କୋଟି ଟଙ୍କା ଗଣତି ଶେଷ, ଆହୁରି ବାକି ଅଛି ୭୧ଟି ବସ୍ତା first appeared on Kanak News.

from Kanak News
via <a href="https://ifttt.com/?

ହନୁମାନଙ୍କ ଭକ୍ତ ରିଙ୍କୁ ସିଂ, ପିଲାବେଳେ କାମୁଡିଥିଲା ମାଙ୍କଡ । କ୍ୟାମେରା ସାମ୍ନାରେ କହିଲେ କ୍ରିକେଟ କ୍ୟାରିୟରର କାହାଣୀ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ରିଙ୍କୁ ସିଂଙ୍କୁ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ମୈଦାନରେ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଭାରତ ପାଇଁ ସହଜ ହେବନି ସତ କିନ୍ତୁ ବିଦେଶ ମାଟିରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ରିଙ୍କୁ । ମ୍ୟାଚ୍ ପୂର୍ବରୁ ରିଙ୍କୁ ସିଂ କ୍ୟାମେରା ସାମ୍ନାରେ ଅନେକ ଅକୁହା କଥା କହିଛନ୍ତି ।

ମ୍ୟାଚ୍ ପୂର୍ବରୁ ବିସିସିଆଇ ପକ୍ଷରୁ ହୋଇଥିବା ସାକ୍ଷାତକାରରେ ରିଙ୍କୁ ସିଂ କହିଛନ୍ତି, ସେ ହନୁମାନଙ୍କର ପରମଭକ୍ତ । ସବୁବେଳେ ତାଙ୍କ ଭଜନ ଶୁଣିବାକୁ ପସନ୍ଦ କରନ୍ତି । ଏହାସହ ପଡିଆ ବାହାରେ ମଜା ମସ୍ତି କରିବାକୁ ଭଲ ପାଅନ୍ତି ବୋଲି କହିଛନ୍ତି ରିଙ୍କୁ । କାରଣ ଏହାଦ୍ୱାରା ସେ ମାନସିକ ଭାବେ ଠିକ୍ ରୁହନ୍ତି । ଏହାସହ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ସେହିଭଳି ଖେଳ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଭାରତ ପାଇଁ ଟି-୨୦ରେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରିବାକୁ ପଡୁଛି । ଏହି ନମ୍ବରରେ ବ୍ୟାଟିଂ କରିବା ବେଶ କଷ୍ଟକର । କାରଣ ଦଳର ଅଧା ଖେଳାଳୀ ପ୍ୟାଭିଲିୟନ ଫେରି ସାରିଥିବେ । ତେଣୁ ପାର୍ଟନରସିପ ସହ ଦଳ ପାଇଁ ରନ୍ ସଂଗ୍ରହ କରିବା ଚ୍ୟାଲେଞ୍ଜ ହୋଇଥାଏ । ଯେହେତୁ ମୁଁ ପ୍ରଥମରୁ ଏହି ସ୍ଥାନରେ ବ୍ୟାଟିଂ କରି ଆସୁଛି ତେଣୁ ଏହି ପରିସ୍ଥିତିରେ କାମ କରିବା ଏତେ କଷ୍ଟ ହୋଇନଥାଏ । ତେବେ ଏହି ସ୍ଥିତିରେ ଶାନ୍ତ ରହିବା ସହ ନିଜ ଉପରେ ବିଶ୍ୱାସ ରଖିବା ସବୁଠୁ ବଡ କଥା ବୋଲି କହିଛନ୍ତି ରିଙ୍କୁ । ଯାହାଦ୍ୱାରା ବ୍ୟାଟିଂ ବେଳେ ଏହା ସହାୟକ ହୋଇଥାଏ ।

https://platform.twitter.com/widgets.jsଏହି ସାକ୍ଷାତକାରରେ ରିଙ୍କୁ କହିଛନ୍ତି, ହନୁମାନଙ୍କୁ ସେ ବେଶ ମାନନ୍ତି ଏବଂ ତାଙ୍କ ଭଜନ ଶୁଣନ୍ତି । ଏହାସହ ନିଜର ଏକ ଅକୁହା କଥା ମଧ୍ୟ ବଖାଣିଛନ୍ତି । ଛୋଟବେଳେ ତାଙ୍କୁ ହାତରେ ମାଙ୍କଡ କାମୁଡିଥିଲା ବୋଲି କହିଛନ୍ତି । ରିଙ୍କୁ କେବଳ ପ୍ରଭୁ ହନୁମାନଙ୍କ ଭକ୍ତ ନୁହଁନ୍ତି ବରଂ ହିନ୍ଦୁ ଧର୍ମର ଅନ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଭଗବାନଙ୍କ ଉପରେ ରିଙ୍କୁଙ୍କର ପ୍ରଗାଢ ବିଶ୍ୱାସ ରହିଛି । ଯାହାର ପ୍ରମାଣ ପୂର୍ବରୁ ଦେଖିବାକୁ ମିଳିଛି । ଏସିଆନ୍ ଗେମ୍ସ ଖେଳିବାକୁ ଯିବା ପୂର୍ବରୁ ଏକ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ କରିଥିଲେ ରିଙ୍କୁ ।

ଅତି ଗରିବ ପରିବାରରୁ ଆସିଥିବା ରିଙ୍କୁ ଦୀର୍ଘଦିନର ସଂଘର୍ଷ ପରେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିବା ଆରମ୍ଭ କରିଛନ୍ତି । କିନ୍ତୁ ନିଜର ଅତୀତକୁ ଆଦୌ ଭୁଲିନାହାନ୍ତି ରିଙ୍କୁ । ତାଙ୍କ ଭଳି ଯେପରି ଅନ୍ୟ କେହି ସମସ୍ୟାରେ ନ ପଡନ୍ତୁ ସେଥିପାଇଁ ସବୁବେଳେ ସାହାଯ୍ୟର ହାତ ବଢାଇ ଆସିଛନ୍ତି ରିଙ୍କୁ । ଗରିବ ପିଲାଙ୍କ ପାଇଁ କ୍ରିକେଟ ଏକାଡେମୀ ଓ ହଷ୍ଟେଲ ଖୋଲିବାକୁ ୫୦ ଲକ୍ଷ ଟଙ୍କାର ଦାନ କରିଥିଲେ ରିଙ୍କୁ । ସେତେବେଳେ ରିଙ୍କୁଙ୍କର ଏଭଳି ପ୍ରୟାସକୁ ବେଶ ପ୍ରଂଶସା କରିଥିଲେ କ୍ରିକେଟପ୍ରେମୀ ।

The post ହନୁମାନଙ୍କ ଭକ୍ତ ରିଙ୍କୁ ସିଂ, ପିଲାବେଳେ କାମୁଡିଥିଲା ମାଙ୍କଡ । କ୍ୟାମେରା ସାମ୍ନାରେ କହିଲେ କ୍ରିକେଟ କ୍ୟାରିୟରର କାହାଣୀ । first appeared on Kanak News.

from Kanak News
via <a href="https://ifttt.com/?

ଢେଙ୍କାନାଳରେ ହାତୀ ଆତଙ୍କ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ କଲେ ନଷ୍ଟ ।

କନକ ବ୍ୟୁରୋ: ଢେଙ୍କାନାଳରେ ହାତୀ ଆତଙ୍କ । ଷଡ଼ଙ୍ଗୀ ବାଇସିଙ୍ଗା ପଂଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲ ନେଇ ଆତଙ୍କ । ଗାଁରେ ପଶି ହାତୀ ପଲ ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି ହାତୀ ପଲ । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି । ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତି । ବର୍ଷକ ଅମଳ ଫସଲ ହାତୀ ଉଜାଡିବାକୁ ବସିଥିବା ବେଳେ ହାତୀ ଘଉଡାଇବାକୁ ଚାଷୀ ଅନୁରୋଧ କରିଛନ୍ତି । ଗାଁରୁ ନେଇ ଧାନ କ୍ଷେତରେ ପଶି ରହିଛନ୍ତି ହାତୀ ପଲ । ଏବେ ଷଡଙ୍ଗୀ ରେଞ୍ଜ ପକ୍ଷରୁ ଏକ ଟିମ୍ ସେଠାକୁ ଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି ।

The post ଢେଙ୍କାନାଳରେ ହାତୀ ଆତଙ୍କ । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ କଲେ ନଷ୍ଟ । first appeared on Kanak News.

from Kanak News
via <a href="https://ifttt.com/?

୩ହଜାର ଆଶାୟୀଙ୍କ ମଧ୍ୟରୁ ଚୟନ ହେଲେ ଏହି ଯୁବକ । ଅଯୋଧ୍ୟାରେ କରିବେ ପ୍ରଭୁ ଶ୍ରୀରାମଙ୍କ ସେବା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜକ ଭାବେ ନିଯୁକ୍ତି ମିଳିଛି । ମୋହିତ ପାଣ୍ଡ୍ୟା ବିଶେଷ ଭାବେ ଶ୍ରୀ ଦୂଧେଶ୍ୱର ନାଥ ମଠ ମହାଦେବ ମନ୍ଦିରରେ ଶ୍ରୀ ଦୂଧେଶ୍ୱର ପୀଠାଧିଶ୍ମର, ଦିଲ୍ଲୀ ସଂନ୍ଥ ମହାମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ୟୁନାଇଟେଡ ହିନ୍ଦୁ ଫ୍ରଣ୍ଟର ସଭାପତି ଶ୍ରୀ ପଞ୍ଚମ ଦଶମ ଜୁନା ଆଖଡାଙ୍କ ତତ୍ୱାବଧାନରେ ଶ୍ରୀ ଦୂଧେଶ୍ୱର ପୀଠାଧିଶ୍ୱରଙ୍କ ପାଇଁ ଏହା ଏକ ବଡ ସଫଳତା ।

ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରର ପୂଜକ ଭାବେ ଶ୍ରୀ ଦୂଧେଶ୍ୱର ପୀଠର ଛାତ୍ର ମୋହିତ ପାଣ୍ଡେଙ୍କୁ ମନୋନୀତ କରାଯାଇଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ଦିରରେ ଭଗବାନ ରାମଙ୍କ ସେବା ପାଇଁ ପୁରୋହିତ ନିଯୁକ୍ତ କରାଯିବ । ଏନେଇ ସାରା ଦେଶରୁ ୩ ହଜାର ଆବେଦନକାରୀ ଏବଂ ପୂଜକଙ୍କ ସାକ୍ଷାତକାର ନିଆଯାଇଥିଲା । ଏହି ସାକ୍ଷାତକାରରେ ଦୁଧେଶ୍ୱର ବେଦ ବିଦ୍ୟାପୀଠର ଛାତ୍ର ମୋହିତ ପାଣ୍ଡେଙ୍କ ସମେତ ୫୦ ଜଣଙ୍କୁ ରାମ ମନ୍ଦିରର ପୂଜକ ଭାବେ ଚୟନ କରାଯାଇଛି ।

ମୋହିତ ପାଣ୍ଡେଙ୍କ ସମେତ ମନୋନୀତ ସମସ୍ତ ପ୍ରାଥୀଙ୍କୁ ପ୍ରଥମ ୬ ମାସ ପାଇଁ ପ୍ରଶିକ୍ଷଣ ଦିଆଯିବ ଏବଂ ଏହାପରେ ସେମାନଙ୍କୁ ଭଗବାନ ରାମଙ୍କ ସେବାରେ ନିଯୁକ୍ତ କରାଯିବ । ଏନେଇ ଦୁଧେଶ୍ୱର ପୀଠର ମହନ୍ତ ନାରାୟଣ ଗିରି କହିଛନ୍ତି, ରାମ ମନ୍ଦିରର ପୂଜକ ଭାବେ ମୋହିତ ପାଣ୍ଡେଙ୍କ ଚୟନ କେବଳ ମନ୍ଦିର ବିଦ୍ୟାପୀଠ ଏବଂ ଗାଜିଆବାଦ ନୁହେଁ ବରଂ ସମଗ୍ର ଉତ୍ତରପ୍ରଦେଶ ଏବଂ ଦେଶପାଇଁ ଗର୍ବ ଓ ଗୌରବ ।

ସେହିପରି ସିଦ୍ଧ ସମାଧୀ ଗୁରୁ ତୟୋରାଜ ଉପାଧ୍ୟାୟ ଓ ଆଚାର୍ଯ୍ୟ ନିତ୍ୟାନନ୍ଦ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ । ଜାନୁଆରୀ ୮ ତାରିଖରୁ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ସେ ବେଦପାଠ କରିବେ ।

ଶ୍ରୀମହନ୍ତ ନାରାୟଣ ଗିରି କହିଛନ୍ତି କି, ଶ୍ରୀ ଦୁଧେଶ୍ୱର ବେଦ ବିଦ୍ୟାପୀଠ ଆଜି ଉତର ଭାରତର ସର୍ବବୃହତ ବେଦ ଓ ବିଧି ବିଦ୍ୟାଳୟ । ଯେଉଁଥିରେ ସମଗ୍ର ଦେଶର ଶିକ୍ଷାର୍ଥୀମାନେ ବେଦ ଓ ରାତିନୀତି ଶିକ୍ଷା ପାଉଛନ୍ତି ଏବଂ ବିଦ୍ୟାଳୟ, ମନ୍ଦିର ଗାଜିଆବାଦ, ଉତ୍ତରପ୍ରଦେଶ ଏବଂ ଭାରତର ସମଗ୍ର ବିଶ୍ୱରେ ସନାତନ ସଂସ୍କୃତିର ଗୌରବ ବୃଦ୍ଧି କରୁଛନ୍ତି ।

The post ୩ହଜାର ଆଶାୟୀଙ୍କ ମଧ୍ୟରୁ ଚୟନ ହେଲେ ଏହି ଯୁବକ । ଅଯୋଧ୍ୟାରେ କରିବେ ପ୍ରଭୁ ଶ୍ରୀରାମଙ୍କ ସେବା first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରୁ ଜଗନ୍ନାଥଧାମ ଆସିଲା ନିମନ୍ତ୍ରଣପତ୍ର । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ।

କନକ ବ୍ୟୁରୋ: ଅଯୋଧ୍ୟାରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆସିଲା ନିମନ୍ତ୍ରଣ ପତ୍ର । ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଅକ୍ଷତ କଳସ ଯାତ୍ରା ବାହାରିଛି । ଏହି କ୍ରମରେ ଓଡିଶାର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ବିଶ୍ୱ ହିନ୍ଦ ପରିଷଦ ପୁରୀ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା କରି ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଓ ଚାଉଳ ଗୁଆ ପ୍ରଦାନ କରାଯାଇଛି । ଏହି ଶୋଭାଯାତ୍ରାରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତାଙ୍କ ସହ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

The post ଅଯୋଧ୍ୟାରୁ ଜଗନ୍ନାଥଧାମ ଆସିଲା ନିମନ୍ତ୍ରଣପତ୍ର । ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଫେସର ଲକ୍ଷ୍ମଣ ଯାଦବଙ୍କ ପାଇଁ ଖୋଲିଲା ରାଜନୀତିର ରାସ୍ତା । ଏସପିରେ ଯୋଗଦେବା ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଜାକିର ହୁସେନ କଲେରେ ଗତ ୧୪ ବର୍ଷ ଧରି ହିନ୍ଦୀ ବିଭାଗରେ ଆସିଷ୍ଟାଣ୍ଡ ପ୍ରଫେସର ଥିବା ଲକ୍ଷ୍ମଣ ଯାଦବଙ୍କ କଲେଜ ତରଫରୁ ବହିସ୍କାର କରାଯାଇଛି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ ମିଡିଆରେ ଲକ୍ଷ୍ମଣ ଯାଦବଙ୍କର ଅନେକ ଫଲୋଅର୍ସ ରହିଛନ୍ତି । ସେପଟେ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଲକ୍ଷ୍ମଣଙ୍କ ସପକ୍ଷରେ ରାଜରାସ୍ତାକୁ ଉହ୍ଲାଇଛନ୍ତି । ଲକ୍ଷ୍ମଣ ଯାଦବଙ୍କ କଲେଜରୁ ବହିସ୍କାର କରାଯିବା ପରେ ଏବେ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ତାଙ୍କୁ ଦଳରେ ମିଶାଇବା ନେଇ ଇଶାରା କରିଛି । ଏବେ ଅଖିଳେଶ ଯାଦବ ଲକ୍ଷ୍ମଣଙ୍କୁ ସହାୟତାର ହାତ ବଢାଇଛନ୍ତି ।

ଏକ ସଭାରେ ଲକ୍ଷ୍ମଣ ଯାଦବଙ୍କ ବହିସ୍କାର ନେଇ ଅଖିଳେଶଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲା । ଏହାର ଉତ୍ତରରେ ଅଖିଳେଶ କହିଥିଲେ କି, ଲକ୍ଷ୍ମଣ ଯାଦବ ସମାଜବାଦୀ ପାର୍ଟିରେ ଯୋଗଦେଇ ସମାଜର ଅବହେଳିତଙ୍କ ପାଇଁ କାମ କରନ୍ତୁ ବୋଲି ଅଖିଳେଶ କହିଥିଲେ ।

ପ୍ରଫେସର ଲକ୍ଷ୍ମଣ ଯାଦବ ବିଶେଷ ଭାବେ ଆମ୍ବେଦକରବାଦୀ ଓ ସେ ସମାଜବାଦରେ ବିଶ୍ୱାସ ରଖନ୍ତି । ଅନେକ ସଭା ମଞ୍ଚରେ ଲକ୍ଷ୍ମଣ ଯାଦବଙ୍କ ଭାଷଣ ଲକ୍ଷ ଲକ୍ଷ ଲୋକ ଶୁଣିବା ସହ ସୋସିଆଲ ମିଡିଆରେ ମଧ୍ୟ ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି ଏହି ପ୍ରଫେସରଙ୍କର ।

The post ପ୍ରଫେସର ଲକ୍ଷ୍ମଣ ଯାଦବଙ୍କ ପାଇଁ ଖୋଲିଲା ରାଜନୀତିର ରାସ୍ତା । ଏସପିରେ ଯୋଗଦେବା ନେଇ ବଢିଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ମୋଦୀ ପରେ ନବୀନ ସେଲ୍ଫି ପଏଣ୍ଟ । ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ।

କନକ ବ୍ୟୁରୋ: ମୋଦୀ ପରେ ଏବେ ନବୀନ ସେଲ୍ଫି ପଏଂଟ । ନବୀନ ପଟ୍ଟନାୟକ ସେଲ୍ଫି ପଏଣ୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ କୁହାଯାଇଛି । କ୍ୟାମ୍ପସର ପ୍ରମୁଖ ସ୍ଥାନରେ ସେଲ୍ଫି ପଏଂଟ ପ୍ରତିଷ୍ଠା କରିବା ସହ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ୟାମ୍ପସରେ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ରାଜ୍ୟ ସରକାର ନଭେମ୍ବରରେ ଆଇୱାଇଡିପିର ଶୁଭାରମ୍ଭ କରିଥିଲେ । ପରେ ପ୍ରୋଗ୍ରାମ ନାଁ ବଦଳାଇ ନୂତନ ଉନ୍ନତ ଅଭିଲାଷ ଓଡ଼ିଶା ବା ‘ନୂଆ-ଓ’କୁ ପରିବର୍ତନ କରାଯିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏବେ ଆଉ ଏକ ପରିବର୍ତନ ମଧ୍ୟ ହୋଇଛି । ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି ସେମାନଙ୍କୁ ଦିଆଯାଉଥିବା ପ୍ରଶ୍ନପତ୍ରର ଉପରି ଭାଗରେ ‘ହ୍ୟାସ୍ ଗ୍ୟାଗ୍ ନୂଆ-ଓ’ ଲୋଗୋ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖିବାକୁ କୁହାଯାଇଛି । ପ୍ରଶ୍ନପତ୍ରର ପଛପାଶ୍ୱର୍ରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଲେଖାଯିବା ସହ ଶଙ୍ଖ ଚିହ୍ନ ଥିବା ଲୋଗୋ ରଖିବାକୁ ଶିକ୍ଷାନୁଷ୍ଠାନ ଗୁଡିକୁ ପରାମର୍ଶ ଦିଆଯାଇଛି । ଗତ ସପ୍ତାହରେ ମୋଦୀ ସେଲ୍ଫି ପଏଂଟ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଥ୍ରୀ-ଡି ସେଲ୍ଫି ପଏଂଟ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ପ୍ରତିଷ୍ଠା କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା ।

The post ମୋଦୀ ପରେ ନବୀନ ସେଲ୍ଫି ପଏଣ୍ଟ । ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଉଦଳା ଜଙ୍ଗଲରେ ପଡିଛି ଗରିବଙ୍କ ଦାନା । ବସ୍ତା ବସ୍ତା ପିଡିଏସ ଚାଉଳ ପଡିଥିବା ଦେଖି ଲୋକେ ଚକିତ

କନକ ବ୍ୟୁରୋ : ଗରିବ ଲୋକଙ୍କ ପାଇଁ ସରକାର ଯୋଗାଉଥିବା ରାସନର କେମିତି ଅପବ୍ୟବହାର ହେଉଛି ତାହା ଏବେ ଜଙ୍ଗଲ ଭିତରେ ପଡିଥିବା ପିଡିଏସ ଚାଉଳ ଦେଖିବା ପରେ ସ୍ପଷ୍ଟ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ଉଦଳାର ବହୂବନ୍ଧ ଜଙ୍ଗଲ ଭିତରେ ୩୦ ବସ୍ତାରୁ ଅଧିକ ପିଡିଏସ୍ ଚାଉଳ ପଡିଥିବାର ଦେଖିବାକୁ ମିଳିଛି । ଏଭଳି ବସ୍ତା ବସ୍ତା ଚାଉଳ ପଡିଥିବାର ଦେଖି ଏହାକୁ ନେଇ ବିିଭିନ୍ନ ଆଲୋଚନା ମଧ୍ୟ ହେଉଛି । କୁହାଯାଉଛି କି, ପିଡିଏସ ଚାଉଳକୁ ଏଠାରେ ଲୁଚାଇ ରଖାଯାଇଥାଇ ପାରେ । ଏହି ଚାଉଳକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଛି । ଏନେଇ ଗ୍ରାମବାସୀ ଦୁଇଜଣଙ୍କୁ ଅଟକ ରଖିଛନ୍ତି ।

The post ଉଦଳା ଜଙ୍ଗଲରେ ପଡିଛି ଗରିବଙ୍କ ଦାନା । ବସ୍ତା ବସ୍ତା ପିଡିଏସ ଚାଉଳ ପଡିଥିବା ଦେଖି ଲୋକେ ଚକିତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started