କଟକ ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ । ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଦୁର୍ନୀତି ହୋଇଥିବା ମହମ୍ମଦ ମୋକିମଙ୍କ ଅଭିଯୋଗ

କନକ ବ୍ୟୁରୋ : କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ମୋକିମ୍ କହିଛନ୍ତି ଯେ, ବାଲିଯାତ୍ରା ପାଇଁ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ସ୍ଥାୟୀ କାମ ନକରି ଅସ୍ଥାୟୀ କାମ କରି ଅର୍ଥଲୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ବାଲିଯାତ୍ରାର ପ୍ରମୁଖ ଗେଟ ଦୁଇଟି ପାଇଁ ୩୬ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା । ହେଲେ ଟେଣ୍ଟମାଲିକଙ୍କୁ ମାତ୍ର ୨ଟି ଗେଟ ପାଇଁ ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମୋକିମ୍ ଅଭିଯୋଗ କରିଛନ୍ତି ।

ଏହି ଦୁର୍ନୀତିକୁ ନେଇ ଶାସକ ଦଳ ମଧ୍ୟ ଆରଡିସିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ବୋଲି ସେ କହିଛନ୍ତି । ମେୟର ଓ କମିଶନରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଦୁର୍ନୀତି ସମ୍ଭବ ବୋଲି ମୁକିମ୍ ଅଭିଯୋଗ କରିଛନ୍ତି ।

The post କଟକ ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ । ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଦୁର୍ନୀତି ହୋଇଥିବା ମହମ୍ମଦ ମୋକିମଙ୍କ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ନୂଆ ନିୟମ ଲାଗୁ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କଡା ଆଭିମୁଖ୍ୟ । ଚିରା, ଫଟା ପୋଷାକ ପିନ୍ଧିଥିବା ଭକ୍ତଙ୍କୁ ସିଂହଦ୍ୱାରରୁ ଫେରାଇ ଦେଲେ ପୋଲିସ ପ୍ରଶାସନ ଓ ସେବାୟତ ।

କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ । ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ଲାଗୁ ହେବ ଡ୍ରେସ କୋର୍ଡ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପରିଧାନକୁ ଗମ୍ଭୀରତା ସହ ନେଇଛି ପ୍ରଶାସନ । ଯାହାର ଝଲକ ଏବେଠୁ ଦେଖିବାକ ମିଳିଲାଣି । କିଛି ଭକ୍ତ ଚିରା ଜିନ୍ସ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପ୍ରବେଶ ପଥରେ ଅଟକାଇଥିଲେ କିଛି ସେବାୟତ । ଭଲ ଭାବେ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ନିଜର ସଂସ୍କୃତିକୁ ଅପଭ୍ରଂଶ ନ କରିବାକୁ କହିଥିଲେ ।

ସେବାୟତଙ୍କ କଥା ମାନି ଭକ୍ତ ମଧ୍ୟ ଉପଯୁକ୍ତ ପୋଷାକ ପରିଧାନ କରୁଥିବାର ଦେଖିବାକୁ ମିଳିଛି । ଏପରିକି କିଛି ଭକ୍ତ ନିକଟସ୍ଥ ଦୋକାନରୁ ନୂଆ ଡ୍ରେସ କିଣି ପିନ୍ଧିବା ସହ ପାରମ୍ପରିକ ପୋଷାକ ଧୋତି ପିନ୍ଧି ମନ୍ଦିର ଭିତରକୁ ଯାଇଥିଲେ ।

The post ନୂଆ ନିୟମ ଲାଗୁ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କଡା ଆଭିମୁଖ୍ୟ । ଚିରା, ଫଟା ପୋଷାକ ପିନ୍ଧିଥିବା ଭକ୍ତଙ୍କୁ ସିଂହଦ୍ୱାରରୁ ଫେରାଇ ଦେଲେ ପୋଲିସ ପ୍ରଶାସନ ଓ ସେବାୟତ । first appeared on Kanak News.

from Kanak News
via <a href="https://ifttt.com/?

ଟି-୨୦ ବିଶ୍ୱକପରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ? ବିସିସିଆଇ ସଚିବ ଜୟ ଶାହ ଦେଲେ ବଡ ବୟାନ । 

କନକ ବ୍ୟୁରୋ : ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । ଆଇପିଏଲ ପରେ ପରେ ଟି-୨୦ ବିଶ୍ୱକପ ଖେଳାଯିବ । ତେବେ ଆସନ୍ତା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ କିଏ ତୁଲାଇବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବର୍ଷେରୁ ଅଧିକ ସମୟ ହେବ ରୋହିତ ଶର୍ମା ଟିମ୍ ଇଣ୍ଡିଆ ପାଇଁ ଟି-୨୦ କ୍ରିକେଟ ଖେଳିନାହାନ୍ତି । ଗତ ଟି-୨୦ ବିଶ୍ୱକପରେ ହିଁ ରୋହିତ ଶେଷଥର ପାଇଁ ଭାରତ ପକ୍ଷରୁ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏହାପରେ ଏହି ଫର୍ମାଟରେ ଭାରତ ଖେଳିଥିବା ପ୍ରତିଟି ସିରିଜରେ ଅଧିନାୟକ ବଦଳୁଛନ୍ତି । ତେଣୁ ଆସନ୍ତା ଟି-୨୦ ବିଶ୍ୱକପରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବେ କି ନାହିଁ ତାହା ସବୁଠୁ ବଡ ପ୍ରଶ୍ନ । କିନ୍ତୁ ଏହା ଭିତରେ ବିସିସିଆଇ ସଚିବ ଜୟ ଶାହ ବଡ ବୟାନ ଦେଇଛନ୍ତି ।

ଜୟ ଶାହ   କହିଛନ୍ତି, ଏହି ମାମଲାରେ ନିଷ୍ପତ୍ତି ନେବାକୁ ଆହୁରି ବହୁତ ସମୟ ବାକି ଅଛି । ଆସନ୍ତାବର୍ଷ ଜୁନ୍ ମାସରେ ଟି-୨୦ ବିଶ୍ୱକପ ଖେଳାଯିବ । ଏହା ପୂର୍ବରୁ ଆଇପିଏଲ ଓ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ରହିଛି । ତେଣୁ ଏବେଠୁ ଏବାବଦରେ ସ୍ପଷ୍ଟୀକରଣ କଣ ଆବଶ୍ୟକ । ସେହିଭଳି ଦ୍ରାବିଡଙ୍କ କାର୍ଯ୍ୟକାଳକୁ ନେ ଜୟ ଶାହ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ ଏନେଇ ଶେଷ ନିଷ୍ପତ୍ତି ନିଆଯିବ । ଏବେ ରାହୁଲ ଏବଂ ତାଙ୍କର ଟିମର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । କିନ୍ତୁ  ଚୁକ୍ତି ବାବଦରେ ଶେଷ ନିଷ୍ପତ୍ତି ନିଆଯାଇନି । ଆମ ପାଖରେ ସମୟ ଅଭାବରୁ କେବଳ କାର୍ଯ୍ୟକାଳ ବୃଦ୍ଧି ନେଇ ସହମତି ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଫେରିବା ପରେ ଏନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ ।

The post ଟି-୨୦ ବିଶ୍ୱକପରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ? ବିସିସିଆଇ ସଚିବ ଜୟ ଶାହ ଦେଲେ ବଡ ବୟାନ ।  first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାମୀଙ୍କର ହେଉଥିଲା ବାହାଘର, ଖବର ପାଇ ପହଂଚିଗଲେ ସ୍ତ୍ରୀ । ଜାଣନ୍ତୁ ତା ପରର ଘଟଣା

କନକ ବ୍ୟୁରୋ : ବାହାହେଉଥିଲେ ସ୍ୱାମୀ । ଦୁଇ ଝିଅ ସହ ପହଂଚିଗଲେ ସ୍ତ୍ରୀ । ବିବାହ ବେଦୀରେ ହାଇଭୋଲଟେଜ ଡ୍ରାମା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଂଚଳରେ । ସ୍ଥାନୀୟ ଦୁଲ୍ଲା ଦେବୀ ମନ୍ଦିରରେ ଲୁଚିକି ବାହାହେଉଥିବା ସମୟରେ ପହଂଚିଗଲେ ସ୍ତ୍ରୀ । ବେଦୀରେ ସ୍ୱାମୀଙ୍କୁ ଉତମ ମଧ୍ୟମ ଦେବା ସହ ପୁଲିସକୁ ଜିମା ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ । ସୂଚନା ଅନୁସାରେ ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତୀ ଏରଶମା ଅଂଚଳରେ ବିବାହ କରିଥିଲେ । ବାହାଘର କିଛି ବର୍ଷ ଯାଏ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଦୁଇଟି ଝିଅର ବାପା ହେବା ସହ ଯୋଗେଶଙ୍କ ପରିବାର ଖୁସିରେ ଚାଲିଥିଲା    । ହେଲେ କିଛି ମାସ ୍େରହବ ଯୋଗେଶ ଆଉ ଜଣେ ଯୁବତୀଙ୍କ ଭଲପାଇ ବସିଥିଲେ । ଯାହାକୁ ନେଇ ପରିବାର ମଧ୍ୟରେ ଫାଟ ସୃ୍େଟି ହୋଇଥିଲା । ଯୋଗେଶ ଆଜି ବାଳକାଟି ମନ୍ଦିରରେ ବାହାହେଉଥିବା ବେଳେ କୌଣସି ମତେ ଜାଣିପାରିଥିଲେ ତାଙ୍କ ସ୍ତ୍ରୀ । ସ୍ତ୍ରୀ ବିବାହା ବେଦୀରେ ପହଂଚିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତିକୁ ଦେଖି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ

The post ସ୍ୱାମୀଙ୍କର ହେଉଥିଲା ବାହାଘର, ଖବର ପାଇ ପହଂଚିଗଲେ ସ୍ତ୍ରୀ । ଜାଣନ୍ତୁ ତା ପରର ଘଟଣା first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀର ମଦ ଭାଟିରେ ଚଢାଉ ବେଳେ ଆୟକର ବିଭାଗ କରିଛି ଜବତ । ପୋଲିସ କର୍ମଚାରୀ, ରାଜନେତା ଓ ଅନେକ ଅଧିକାରୀଙ୍କ ନାଁ ଥିବା ସୂଚନା

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ପାହାଡ ଭଳି ଟଙ୍କା ମିଳିବାର ଦୃଶ୍ୟ ଆପଣ ଦେଖୁଥିଲେ । ସେହି ଟଙ୍କାର ଗଣତି ଚାଲିଛି । ତେବେ ଏହି ଚଢ଼ାଉବେଳେ ବିଭିନ୍ନ ଠିକଣାରୁ ମିଳିଥିବା ଲାଲ ଡାଏରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଏହି ଡାଏରୀରେ ରହିଛି କଳା ଟଙ୍କା କାରବାରର ଅନେକ ରହସ୍ୟ । ଆଉ କେଉଁମାନେ ଏହି ବେଆଇନ କାରବାର ପାଇଁ ମଦ ବ୍ୟବସାୟୀଙ୍କ ସହଯୋଗ କରୁଥିଲେ । ସବୁ ଜାଣି ମଧ୍ୟ ମାସିକିଆ ଟଙ୍କା ନେଇ ଚୁପ ରହୁଥିଲେ । ଆଉ ଯେଉଁମାନେ ମାସିକିଆ ଟଙ୍କା ନେଉଥିଲେ ସେମାନଙ୍କ ଛାତିରେ ଏବେ ଛନକା ପଶିଛି ।

ଲାଲ ଡାଏରୀରେ କାହାର ନାଁ?
– ରେଡ୍ ବେଳେ ଜବତ ହୋଇଛି ନାଲି ଡାଏରୀ
– ମଦ ଭାଟିରେ ଚଢାଉ ବେଳେ ମିଳିଛି ଡାଏରୀ
– ଡାଏରୀରେ ଲେଖା ଅଛି, କାହାକୁ ଦିଆଯାଏ କେତେ ଟଙ୍କା
– ଡାଏରୀରେ ରହିଛି ଅଧିକାରୀଙ୍କ ନାଁ
– ପୋଲିସ କର୍ମଚାରୀଙ୍କ ନାଁ ଥିବା ସୂଚନା
– ରାଜନେତା, କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ନାଁ
– ବେଆଇନ କାରବାର ପାଇଁ ନେଇଥାନ୍ତି ମାସିକିଆ ବଟି
– ଡାଏରୀର ତଥ୍ୟ ଅଧାରରେ ଆୟକର ବିଭାଗର ତଦନ୍ତ
– ଖୁବ୍ ଶୀଘ୍ର ସାମ୍ନାକୁ ଆସିପାରେ ବଟି ନେଉଥିଲା ଲୋକଙ୍କ ନାଁ

The post ବଲାଙ୍ଗୀର ମଦ ଭାଟିରେ ଚଢାଉ ବେଳେ ଆୟକର ବିଭାଗ କରିଛି ଜବତ । ପୋଲିସ କର୍ମଚାରୀ, ରାଜନେତା ଓ ଅନେକ ଅଧିକାରୀଙ୍କ ନାଁ ଥିବା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

କଳାଟଙ୍କାକୁ ନେଇ ପୁଣି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଁ ନନେଇ ଦେଲେ ଚେତାବନୀ, ‘ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ପଠାଯିବା ଜେଲ’

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ପାହାଡ ଭଳି ନଗଦ ଟଙ୍କା ଜବତ ପରେ, ବିରୋଧୀଙ୍କୁ ଘେରି ଆସୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ବିଜେପି ନେତାମାନେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ଏହି କ୍ରମରେ ଆଜି ପୁଣି ଥରେ କାହାର ନାଁ ନନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚେତାବନୀ କହିଛନ୍ତି, ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ମୋଦୀ ସରକାର କାହାକୁ ବି ଛାଡିବେନି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବା । ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତରଦାୟୀ, ସେମାନେ ଚୁପ ନରହି ଉତର ଦିଅନ୍ତୁ । ଉତର ପାଇଁ ଲୋକେ ଅପେକ୍ଷା କରିଛନ୍ତି ।

The post କଳାଟଙ୍କାକୁ ନେଇ ପୁଣି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଁ ନନେଇ ଦେଲେ ଚେତାବନୀ, ‘ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ପଠାଯିବା ଜେଲ’ first appeared on Kanak News.

from Kanak News
via <a href="https://ifttt.com/?

ନୀଳଗିରି ଅସ୍ତିଆ ଗାଁ ନିକଟରେ ଅଘଟଣ । କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜ୍ ପିଲାର

କନକ ବ୍ୟୁରୋ : ନିମ୍ନ ମାନର କାମ ଯୋଗୁ ଭୁଷୁଡି ପଡିଲା ନିର୍ମାଣଧୀନ ବ୍ରିଜ୍ ପିଲାର । ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନାରେ ଅସ୍ତିଆ ଗାଁ ନିକଟରେ ଚାଲିଥିଲା ବ୍ରିଜ୍ କାମ । ତେବେ ତିଆରି ଚାଲିଥିବା ବେଳେ ଭୁଷୁଡି ପଡିଲା ଏହି ବ୍ରିଜ ପିଲାର । ଗତକାଲି ଢଳେଇ ପଡିଥିବା ବେଳେ ଆଜି ଏହି ଅଘଟଣ ଘଟିଛି । ନିମ୍ନ ମାନର କାମ ଯୋଗୁ ପିଲାର ଭୁଶୁଡିଥିବା ଅଭିଯୋଗ ହୋଇଛି । ସେପଟେ କାମ କରୁଥିବା ସମୟରେ ଅଘଟଣ ଘଟିଥିବା ବେଳେ ଏଥିରୁ ଶ୍ରମିକ ମାନେ ଅଳ୍ପକେ ବର୍ତି ଯାଇଛନ୍ତି ।

The post ନୀଳଗିରି ଅସ୍ତିଆ ଗାଁ ନିକଟରେ ଅଘଟଣ । କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜ୍ ପିଲାର first appeared on Kanak News.

from Kanak News
via <a href="https://ifttt.com/?

 ସଭା କରି ଉତରାଧିକାରୀ ଘୋଷଣା କଲେ ମାୟାବତୀ । ଜାଣନ୍ତୁ କିଏ ସମ୍ଭାଳିବ ମାୟାବତୀଙ୍କ ସାମ୍ରାଜ୍ୟ

କନକ ବ୍ୟୁରୋ : ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ସୁଶ୍ରୀ ମାୟାବତୀ ଆଜି ତାଙ୍କର ଉତରାଧିକାରୀ ଘୋଷଣା କରିଛନ୍ତି । ଲକ୍ଷ୍ନୌରେ ଆୟୋଜିତ ପାର୍ଟି ବୈଂକ କ୍ରମରେ ସେ ଏହି ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି । ପାର୍ଟି ବୈଠକରେ ମାୟାବତୀ ତାଙ୍କର ଭଣାଜା ଆକାଶ ଆନନ୍ଦଙ୍କୁ ନିଜର ଉତରାଧିକାରୀ ଭାବେ ଘୋଷଣା କରିଛନ୍ତି । ଆକାଶ ଆନନ୍ଦ ଲଣ୍ଡନରୁ ମାଷ୍ଟର ଅଫ୍ ବିଜନେଓ ଆଡମିଷ୍ଟ୍ରେସନ କରି ଫେରିଛନ୍ତି ।

ଆକାଶ ଆନନ୍ଦ ୨୦୧୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ସେତେବେଳେ ସେ ସହାରନପୁର ରାଲିରେ ମାୟାବତୀଙ୍କ ସହ ମଞ୍ଚରେ ଦେଖିବାକୁ ମିଳିଥିଲେ । ଆକାଶ ଏବେ ପାର୍ଟିର ଜାତୀୟ ସଂଯୋଜକ ରହିଛନ୍ତି । ୨୦୧୭ ମସିହାରେ ମାୟାବତୀ ଆକାଶଙ୍କୁ ରାଜନୀତିରେ ଲଂଚ୍ କରିଥିଲେ ।

ହେଲେ ଉତର ପ୍ରଦେଶରେ ଆକାଶ ବିଏସପିରେ କାମ କରିବା ପରେ ଦଳ ଦିନକୁ ଦିନ ଦୁର୍ବଳ ହୋଇଛି । ୨୦୧୭ ବିଧାନସଭା ଓ ୨୦୧୯ ଲୋକସଭା ନିର୍ବାଚନରେ ଦଳକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା । ଏହାସହ ୨୦୨୨ ରାଜ୍ୟ ବିଧାନସଭା ନିର୍ବାଚନରେ ବିଏସପିକୁ ମାତ୍ର ଗୋଟିଏ ଆସନ ମିଳିଥିଲା ।

ମାୟାବତୀ ଆଜି ତାଙ୍କ ଉତରାଧିକାରୀ ଘୋଷଣା କରିବା ପରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଆକାଶ ଆନନ୍ଦଙ୍କ ସାଂଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ଦଳର ବରିଷ୍ଠ ନେତାଙ୍କୁ ଅଣଦେଖା କରି ମାୟାବତୀ ଜଣେ ଯୁବ ଚେହେରା ହାତରେ ନେତୃତ୍ୱ ସମର୍ପି ଦେବାକୁ ସହଜରେ ଗ୍ରହଣ କରିପାରିବେ ତ ଦଳୀୟ ନେତା ।

The post  ସଭା କରି ଉତରାଧିକାରୀ ଘୋଷଣା କଲେ ମାୟାବତୀ । ଜାଣନ୍ତୁ କିଏ ସମ୍ଭାଳିବ ମାୟାବତୀଙ୍କ ସାମ୍ରାଜ୍ୟ first appeared on Kanak News.

from Kanak News
via <a href="https://ifttt.com/?

ଧାନ କାଟିବାକୁ ଯାଇଥିଲେ ପରିବାର ଲୋକ, ଫେରିବା ବେଳକୁ କୂଅରେ ପଡି ୨ ଶିଶୁ ମୃତ । ଢେଙ୍କାନାଳରୁ ଆସିଲା ଅଭାବନୀୟ ଘଟଣା ।   

କନକ ବ୍ୟୁରୋ : ଢେଙ୍କାନାଳରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଢେଙ୍କାନାଳ ମଧୁସାହୁ ପାଟଣା ବିମ୍ବୋଳି ନଟକଟା ଗାଁରେ ଅଘଟଣ । କୂଅରେ ପଡି ଦୁଇ ଶିଶୁ ମୃତ । ମୃତ ଶିଶୁ ଦୁଇ ଜଣ ନଟକଟା ଗାଁର ‘କମ୍ପାନୀ’ ପ୍ରଧାନଙ୍କ ପୁଅ ରଞ୍ଜିତ ଓ ସଞ୍ଜିତ ପ୍ରଧାନ । ଦୁଇ ପିଲାଙ୍କୁ ଛାଡି ଘର ଲୋକ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁସାରେ, ଶନିବାର ସଂଧ୍ୟାରୁ  ଉଭୟ ଶିଶୁ ନିଖୋଜ ଥିବା ବେଳେ ଆଜି କୁଅରୁ ମୃତଦେହ ଉଦ୍ଧାର କରାଯାଇଛି । ଦୁଇ ନୀରିହ ଶିଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

The post ଧାନ କାଟିବାକୁ ଯାଇଥିଲେ ପରିବାର ଲୋକ, ଫେରିବା ବେଳକୁ କୂଅରେ ପଡି ୨ ଶିଶୁ ମୃତ । ଢେଙ୍କାନାଳରୁ ଆସିଲା ଅଭାବନୀୟ ଘଟଣା ।    first appeared on Kanak News.

from Kanak News
via <a href="https://ifttt.com/?

ଆମପଡାରେ ରେଞ୍ଜରଙ୍କୁ ଦଳିଦେଲା ଦନ୍ତା । ହାତୀ ଘଉଡାଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ ।

କନକ ବ୍ୟୁରୋ : ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ । ଆମପଡାଠାରେ ହାତୀ ରେଞ୍ଜରଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ।

ସୂଚନା ଅନୁସାରେ ଗତକାଲି ରାତି ଠାରୁ ଆମପଡାକୁ ହାତୀ ପଲ ପଶିଥିଲେ । ଏନେଇ ଗାଁ ଲୋକ ଖବର ଦେବା ପରେ ରେଞ୍ଜର ତାଙ୍କ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ହାତୀପଲକୁ ଘଉଡାଇବା ବେଳେ ସାମ୍ନାକୁ ଚାଲି ଆସିଥିଲେ ହାତୀ । ଜୀବନ ବଞ୍ଚାଇବାକୁ ରେଞ୍ଜର ଦୌଡୁଥିବା ବେଳେ ତଳେ ପଡି ଯାଇଥିଲେ । ଫଳରେ ହାତୀପଲ ରେଞ୍ଜରଙ୍କୁ ଦଳି ଦେଇଥିଲା । ରେଞ୍ଜରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

The post ଆମପଡାରେ ରେଞ୍ଜରଙ୍କୁ ଦଳିଦେଲା ଦନ୍ତା । ହାତୀ ଘଉଡାଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started