ସରୁନି ଗଣତି, ଚାଲିଛି ଚଢାଉ, ଆଜି ଛୁଟି ଦିନରେ ବି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଟଙ୍କା ଗଣୁଛନ୍ତି ଅଧିକାରୀ ।

କନକ ବ୍ୟୁରୋ: ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ଆଜି ରବିବାର ଛୁଟି ଦିନରେ ପୁଣି ଆରମ୍ଭ ହୋଇଛି ଟଙ୍କା ଗଣା । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ । ଆଜି ଟଙ୍କା ଗଣତି ଶେଷ ହେବ ବୋଲି ଆଶା ରଖିଛନ୍ତି ଅଧିକାରୀ । ଟଙ୍କା ଗଣତି ଶେଷ ହେବା ପରେ ମୋଟ କେତେ ଟଙ୍କା ଜବତ ହୋଇଛି ଜଣାପଡ଼ିବ ।

ଗତକାଲି ଶନିବାର ଛୁଟି ଦିନରେ ବି ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ୫୦ରୁ ଅଧିକ କର୍ମଚାରୀ । ତଦାରଖ କରିବା ପାଇଁ ମଧ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ । ୨୫ଟି ମେସିନରେ ଟଙ୍କା ଗଣା ଯାଉଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନ୍କୁ ଷ୍ଟାଣ୍ଡବାୟରେ ରଖାଯାଇଛି । ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଯେଉଁ ଟଙ୍କା ବିଡ଼ା ଓଦାଳିଆ ରହିଛି, ତାକୁ ଶୁଖାଇବା ପାଇଁ ଡ୍ରାୟର ବ୍ୟବହାର କରାଯାଉଛି ।

The post ସରୁନି ଗଣତି, ଚାଲିଛି ଚଢାଉ, ଆଜି ଛୁଟି ଦିନରେ ବି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଟଙ୍କା ଗଣୁଛନ୍ତି ଅଧିକାରୀ । first appeared on Kanak News.

from Kanak News
via <a href="https://ifttt.com/?

ଭାଲୁ ମଣିଷ ଲଢ଼େଇ, ଜୀବନ ନେଲା ଭାଲୁ । ପାଲଟା ଆକ୍ରମଣ କରି ଭାଲୁକୁ ମାରିଦେଲେ ଲୋକେ ।

କନକ ବ୍ୟୁରୋ: ଭାଲୁ-ମଣିଷ ଲଢେଇ । ଭାଲୁ ସହ ୪୦ ମିନିଟ୍ ଲଢିଲେ ଠିକାଦାର । ଆଉ ହିଂସ୍ର ଜଙ୍ଗଲୀ ଭାଲୁ ଆକ୍ରମଣରୁ ବର୍ତି ନପାରି ଚାଲିଗଲା ଜୀବନ । ଏପରି ଏକ ଛାତିଥରା ଘଟଣା ଘଟିଛି ନବରଙ୍ଗପୁର ଭତରାସିଉନି ସ୍ଥିତ ଠିକାସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ । ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କଲା ବେଳେ ଭାଲୁକୁ ପିଟି ମାରିଦେଲେ ଲୋକେ ।

ପ୍ରଥମେ ଠିକାଦାରଙ୍କୁ ମାରିବା ପରେ ରକ୍ତମୁଖା ଭାଲୁ ଅନ୍ୟମାନଙ୍କୁ ଆକ୍ରମଣ କରିବାକୁ ଆସିଥିଲା । ଏହି ସମୟରେ ଶତାଧିକ ଲୋକ ଏକାଠି ହୋଇ ଭାଲୁକୁ ପିଟି ପିଟି ମାରିଦେଇଥିଲେ । ମୃତ ଠିକାଦାର ହେଉଛନ୍ତି ମଧ୍ୟପ୍ରଦେଶ ସତନା ଜିଲ୍ଲା ମହିହାର ଗାଁର ବ୍ରିଜେଶ ଦିୱେଦି । ସେ ଶନିବାର ଭୋରରୁ ଶୌଚ ପାଇଁ ଯାଉଥିବା ବେଳେ ଭାଲୁ ମୁହଁରେ ପଡିଯାଇଥିଲେ । ବ୍ରିଜେଶଙ୍କ ଚିତ୍କାର ଶୁଣି କ୍ୟାମ୍ପର ଶ୍ରମିକ ଓ ଗାଁଲୋକେ ଭାଲୁକୁ ଘଉଡାଇ ଦେଇଥିଲେ । ସେତେବେଳକୁ ବ୍ରିଜେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଅପରାହ୍ଣ ଭାଲୁ ପୁଣି ଗାଁର ୨ ଜଣଙ୍କୁ ଆକ୍ରମଣ ପାଇଁ ଗୋଡାଉ ଥିବା ବେଳେ ଲୋକେ ପିଟି ପିଟି ମାରିଦେଇଥିଲେ ।

The post ଭାଲୁ ମଣିଷ ଲଢ଼େଇ, ଜୀବନ ନେଲା ଭାଲୁ । ପାଲଟା ଆକ୍ରମଣ କରି ଭାଲୁକୁ ମାରିଦେଲେ ଲୋକେ । first appeared on Kanak News.

from Kanak News
via <a href="https://ifttt.com/?

ବାରହା ଶିକାର ପାଇଁ ବିଛାଇଥିଲେ ତାର, ହେଲେ ଚାଲିଗଲା ଦୁଇ ନାବାଳକଙ୍କ ଜୀବନ ।

କନକ ବ୍ୟୁରୋ: ବିଦ୍ୟୁତ୍ ତାର ଲାଗି ଗଲା ୨ ନାବାଳକଙ୍କ ଜୀବନ । ବାରହା ଶିକାର ପାଇଁ ବିଛାଇଥିଲେ ତାର, ହେଲେ ଚାଲିଗଲା ପିଲାଙ୍କ ଜୀବନ । ଘଟଣା ଘଟିଛି ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ସିଂହପାଲି ଗାଁରେ । ଗାଁ ନିକଟ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି । ବାର୍ହା ଶିକାର ପାଇର୍ ବିଛାଯାଇଥିବା ତାରରେ ଲାଗି ଦୁଇ ଜଣ ନାବାଳକଙ୍କ ମୃତୁ ହୋଇଛି । ସେମାନଙ୍କ ଅଜା ଗୁରୁତର ହୋଇଛନ୍ତି । ନାବାଳକ ଦୁଇ ଜଣ ଅଜାଙ୍କ ସହିତ ଜଙ୍ଗଲ ନିକଟରେ ଥିବା କ୍ଷେତକୁ ରାତିରେ ଧାନ ଜଗିବାକୁ ଯାଇଥିଲେ । ଏହି ସମୟରେ ବିଦ୍ୟୁତ୍ ତାର ଫାଶରେ ଲାଗି ଯାଇଥିଲେ ।

The post ବାରହା ଶିକାର ପାଇଁ ବିଛାଇଥିଲେ ତାର, ହେଲେ ଚାଲିଗଲା ଦୁଇ ନାବାଳକଙ୍କ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ବରେଲି-ନୈନିତାଲ ନ୍ୟାସନାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବରେଲି-ନୈନିତାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ । ଶନିବାର ବିଳମ୍ବିତ ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାର ଚକା ଫାଟିଯିବା କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାର ଅପରପାଶ୍ୱର୍କୁ ମାଡିଯିବା ସହ ସମ୍ମୁଖରୁ ଆସୁଥିବା ଡମ୍ପରକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉଭୟ ଗାଡିରେ ନିଆଁ ଲାଗିଯାଇଥିବା ବେଳେ କାରରେ ଥିବା ସମସ୍ତ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଥିବା ଜଣାପଡିଛି । ବରେଲି ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ କରୁଛି ।

The post ବରେଲି-ନୈନିତାଲ ନ୍ୟାସନାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ । first appeared on Kanak News.

from Kanak News
via <a href="https://ifttt.com/?

ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ । ପାରିବାରିକ କଳହରୁ ଅଭାବନୀୟ କାଣ୍ଡ ।

କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଂଚିଲା ସ୍ୱାମୀ । ହତ୍ୟା କରିବା ପରେ ଏକ ଅଖାରେ ସ୍ତ୍ରୀର ମୁଣ୍ଡ ଓ ଟାଙ୍ଗିଆକୁ ଧରି ଥାନାରେ ଆତ୍ମସମର୍ପଣ କରିଛି ଯୁବକ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଥାନା ଅଧିକାରୀଙ୍କ ସମେତ ଏସ୍ଡିପିଓ ଓ ଦଶପଲ୍ଲା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସର କହିବା ଅନୁସାରେ ବିଡ଼ାପାଜୁ ଗାଁର ଅର୍ଜୁନ ବାଘ ଓ ତାଙ୍କ ପତ୍ନୀ ଧରିତ୍ରୀ ବାଘଙ୍କ ମଧ୍ୟରେ ଘଗଡ଼ା ହୋଇଥିଲା । ଝଗଡା ବଢିବାରୁ ଅର୍ଜୁନ ଏକ ଟାଙ୍ଗିଆରେ ସ୍ତ୍ରୀକୁ ଆକ୍ରମଣ କରିଥିଲା ।

The post ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ । ପାରିବାରିକ କଳହରୁ ଅଭାବନୀୟ କାଣ୍ଡ । first appeared on Kanak News.

from Kanak News
via <a href="https://ifttt.com/?

ପୁଅକୁ କାନ୍ଧରେ ଧରି କାଳିଆଧାମ । ମାନସିକ ପୂରଣ ପରେ ଭାରାରେ ପୁଅକୁ ନେଇ ଆସିଲେ ପୁରୀ ।

କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଜମିଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମାନସିକ ପୂରଣ ହେବା ପରେ ପୁଅ ଝିଅଙ୍କୁ ଭାରାରେ ଆଣିଛନ୍ତି ଜଣେ ଭକ୍ତ । ଜଟଣୀ କୁସୁମାଟିରୁ ଚାଲି ଚାଲି ଆସିଛନ୍ତି ଅଜୟ କୁମାର ଖମାରୀ । ତାଙ୍କ ପୁଅ ଅସୁସ୍ଥ ଥିବାରୁ ଦୀର୍ଘ ଦିନ ଧରି ଆଇସିୟୁରେ ଚିକିତ୍ସା ଚାଲିଥିଲା । ଆଉ ପୁଅ ଭଲ ହେବା ପରେ ପୁଅ ଓ ଝିଅକୁ ଭାରାରେ ଆଣି ଜଗା ଦର୍ଶନ କରାଇଛନ୍ତି । ଗତକାଲିଠୁ ଚାଲି ଚାଲି ଆସି ଆଜି ସକାଳୁ ପୁରୀରେ ସେ ପୁରୀରେ ପହଂଚିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଖୁସି ଅନୁଭବ କରିଥିବା କହିଛନ୍ତି ।

The post ପୁଅକୁ କାନ୍ଧରେ ଧରି କାଳିଆଧାମ । ମାନସିକ ପୂରଣ ପରେ ଭାରାରେ ପୁଅକୁ ନେଇ ଆସିଲେ ପୁରୀ । first appeared on Kanak News.

from Kanak News
via <a href="https://ifttt.com/?

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଦେଖାଇଲା ଶିକ୍ଷା କ୍ଷେତ୍ରରେ ନୂଆ ଦିଶା । 

କନକ ବ୍ୟୁରୋ: ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ନୂଆ ରାହା ଦେଖାଇଛି ରେଭେନ୍ସା ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଭଳି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିପାରିଛି ଏହି ଲାଇବ୍ରେରୀ । ବିଭିନ୍ନ ବିଭାଗରେ ପଢୁଥିବା ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ନିୟମିତ ବ୍ରେଲୀ ଲାଇବ୍ରେରୀକୁ ପାଠ ପଢିବାକୁ ଆସୁଛନ୍ତି ।

ଏପରିକି କମ୍ପ୍ୟୁଟରକୁ ନିଜେ ଅପରେଟ କରୁଛନ୍ତି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ । ମାଉସକୁ ଧରି ଡେସ୍କଟପ ଉପରେ କ୍ଲିକ କଲେ ହେଡଫୋନ ଜରିଆରେ କେଉଁଟା କି ଆପ ଅଡିଓ ଜରିଆରେ ସବୁ ଜାଣିପାରୁଛନ୍ତି । ଲାଇବ୍ରେରୀକୁ ଆସିବା ପାଇଁ ସ୍ୱତନ୍ତ୍ର ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ରେଭେନ୍ସାର ଏହି ଅତ୍ୟାଧୁନିକ ଲାଇବ୍ରେରୀକୁ କିଛି ଦିନ ତଳେ ଆସିଥିବା ନାକ ଟିମ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି । ଏବେ ବିଶ୍ୱବିଦ୍ୟାଳୟ ପ କ୍ଷରୁ ଆହୁରି ଅତ୍ୟାଧୁନିକ ଉପକରଣ ଆଣିବାକୁ ଉଦ୍ୟମ କରାଯାଉଥିବା ଲାଇବ୍ରେରୀ ଦାୟିତ୍ୱରେ ଥିବା ପ୍ରଫେସର କହିଛନ୍ତି ।

The post ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଦେଖାଇଲା ଶିକ୍ଷା କ୍ଷେତ୍ରରେ ନୂଆ ଦିଶା ।  first appeared on Kanak News.

from Kanak News
via <a href="https://ifttt.com/?

ଶୋଷରେ ଅଧାରାଜଧାନୀ । ଫାଟି ଯାଇଛି କୁଆଖାଇରୁ ପାଣି ଉଠାଉଥିବା ପାଇପ ।

କନକ ବ୍ୟୁରୋ: ଶୋଷରେ ଅଧା ରାଜଧାନୀ । କୁଆଖାଇରୁ ପାଣି ଉଠାଉଥିବା ପାଇପ ମାଟି ତଳେ ଫାଟି ଯାଇଛି । ପ୍ରାୟ ୧୮ ଫୁଟ ତଳେ ଫାଟିଯିବାରୁ ଏହାକୁ ଯାଞ୍ଚ କରି ମରାମତି କାମ ଆରମ୍ଭ ହୋଇଛି । ଗତକାଲି ଦିନ ତମାମ ମରାମତି ଚାଲିଥିଲେ ବି କାମ ସରିନାହିଁ । ଯାହା ଫଳରେ ସାରା ଦିନ ୱାଟକୋ ଡିଭିଜନ୍-୨ ଅଧିନରେ ଥିବା ଅଞ୍ଚଳ ପ୍ରଭାବିତ ହୋଇଛି । ୱାଟକୋ ପକ୍ଷରୁ ପ୍ରଭାବିତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି । ଆଜି ବି ଟ୍ୟାଙ୍କର ଆଗରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଆଜି ସୁଦ୍ଧା କାମ ସରିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

The post ଶୋଷରେ ଅଧାରାଜଧାନୀ । ଫାଟି ଯାଇଛି କୁଆଖାଇରୁ ପାଣି ଉଠାଉଥିବା ପାଇପ । first appeared on Kanak News.

from Kanak News
via <a href="https://ifttt.com/?

ଟଙ୍କାର ପାହାଡ ମିଳିବା ପରେ ବଢିଲା ସାଂସଦ ଧୀରଜ ସାହୁଙ୍କ ଅଡୁଆ, ମାମଲାରୁ ଦୂରେଇ ରହିଲା କଂଗ୍ରେସ ।

କନକ ବ୍ୟୁରୋ: ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବଢିବାରେ ଲାଗିଛି । ତାଙ୍କର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରି ଶହ ଶହ କୋଟି ଟଙ୍କା ଜବତ କରିଛି । ଏପରି ସମୟରେ କଂଗ୍ରେସ ତାଙ୍କ ଠାରୁ ଦୂରେଇ ରହଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟ ସହ କଂଗ୍ରେସର କୌଣସି ନେଣଦେଣ ନାହିଁ । ଅନ୍ୟପଟେ ରାଞ୍ଚିରେ ଧୀରଜ ସାହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ ବିଜେପି କର୍ମୀ । ଧୀରଜ ସାହୁଙ୍କ କଳାଟଙ୍କା ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି ।

The post ଟଙ୍କାର ପାହାଡ ମିଳିବା ପରେ ବଢିଲା ସାଂସଦ ଧୀରଜ ସାହୁଙ୍କ ଅଡୁଆ, ମାମଲାରୁ ଦୂରେଇ ରହିଲା କଂଗ୍ରେସ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ । ଦକ୍ଷିଣ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ । ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବ । ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଦଳ ।

ତେବେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତିବା ପରେ ଭାରତୀୟ ମନୋବଳ ଦୃଢ ରହିଛି । ତେବେ ବିଦେଶ ମାଟିରେ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ବିସ୍ପୋରକ ବ୍ୟାଟିଂ ଉପରେ ଲକ୍ଷ୍ୟ ରଖିଛି ଦଳ । ଟି-୨୦ ବିଶ୍ୱକପକୁ ଆଉ ମାତ୍ର ୬ମାସରୁ କମ ସମୟ ବାକି ଥିବା ବେଳେ ପ୍ରସ୍ତୁତିରେ ଉଭୟ ଦଳ ।

The post ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ । ଦକ୍ଷିଣ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started