ଭୁବନେଶ୍ୱରରେ ଭିଣ୍ଟେଜ୍ କାର୍ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବରମୁଣ୍ଡା ପଡ଼ିଆରେ ଚାଲିଛି ପ୍ରଦର୍ଶନୀ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ୨ ଦିନିଆ ଭିଣ୍ଟେଜ୍ କାର ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ ପୁନରୁଦ୍ଧାର କରାଯାଇଥିବା ୫୨ଟି କ୍ଲାସିକ୍ କାର୍ ପ୍ରଦର୍ଶନ କରାଯାଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଆୟୋଜନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ ।

ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପ୍ରଥମ ଓଡ଼ିଶା କନକର୍ସ ଡି-ଏଲିଗାନ୍ସ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ଏହି ପ୍ରଦର୍ଶନୀରେ ଭିଣ୍ଟେଜ୍ ଓ କ୍ଲାସିକ୍ କାର ପ୍ରଦର୍ଶିତ କରାଯାଇଛି । ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଏହାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଭାରତର ବିଭିନ୍ନ ରାଜ୍ୟରୁ ସୁରକ୍ଷିତ ଭାବେ ପୁନରୁଦ୍ଧାର କରାଯାଇଥିବା ୫୨ରୁ ଅଧିକ କାର ପ୍ରଦର୍ଶିତ କରାଯାଇଛି । କାରଗୁଡିକ ମଧ୍ୟରେ ରହିଛି ୧୮୮୬ ମସିହାର ବେଞ୍ଜ ମୋଟରୱାଗନର ପ୍ରତିକୃତି ସହ ରୋଲସ୍ ରଏସ୍, ଫଡ୍ ଭି, ଜଗୁଆର, ବୁଗାଟି, ବ୍ରିଟିଶ କ୍ଲାସିକ୍ ଆଦି ପ୍ରଦର୍ଶିତ ହୋଇଛି । ସ୍ୱାଧୀନତା ପୂର୍ବର ଅନେକ କାର୍ ଏଥିରେ ସ୍ଥାନ ପାଇଛି । ଏପରି କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ପ୍ରକାଶ କରିଛନ୍ତି କାର ମାଲିକ । ଏହାର ଆୟୋଜକ ରହିଛନ୍ତି ଧର୍ମାଦିତ୍ୟ ପଟ୍ଟନାୟକ ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଏପରି ପ୍ରଦର୍ଶନୀ । ଏହା ଦୁଇ ଦିନ ଧରି ଚାଲିବ । ଫାଇଭ-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

The post ଭୁବନେଶ୍ୱରରେ ଭିଣ୍ଟେଜ୍ କାର୍ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ବରମୁଣ୍ଡା ପଡ଼ିଆରେ ଚାଲିଛି ପ୍ରଦର୍ଶନୀ । first appeared on Kanak News.

from Kanak News
via <a href="https://ifttt.com/?

ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ସସପେନ୍ସ, କାଲି ଦୂର ହୋଇପାରେ ଦ୍ୱନ୍ଦ୍ୱ ।

କନକ ବ୍ୟୁରୋ: ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । ତିନି ରାଜ୍ୟରେ ଏକାଧିକ ଦାବିଦାର ଥିବାରୁ ଜଣକ ନାଁରେ ସହମତି ଆଣିବାକୁ ଡେରି ହେଉଛି । ସେଇଥିପାଇଁ ୬ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରୁ ନାହିଁ । ସେପଟେ ୩ରାଜ୍ୟରେ ପହଁଚିଥିବା ନଅ ପର୍ଯ୍ୟବେକ୍ଷକ ନିଜ କାମରେ ଲାଗିପଡିଛନ୍ତି । ନବ ନିର୍ବାଚିତ ବିଧାୟକ, ରାଜ୍ୟସ୍ତରୀୟ ଦଳର ବରିଷ୍ଠ ନେତାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଚୟନ ସଂପର୍କରେ ଆଲୋଚନା କରିଛି । ଆଜି ଛତିଶଗଡ ବିଜେପିର ବିଧାୟକ ଦଳ ବୈଠକ ବସିବ ଓ ସେଥିରେ ବିଧାୟକ ଦଳ ନେତା ବଛାଯିବ ବୋଲି ସୂଚନା ମିଳିଛି ।

ସେହିପରି ଆସନ୍ତାକାଲି ହେବାକୁ ଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକ ଦଳ ବୈଠକରେ ଅନ୍ତିମ ନିଷ୍ପତି ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ସୋମବାର ତିନି ରାଜ୍ୟ ପାଇଁ ଆନୁଷ୍ଠାନିକ ଭାବେ ମ୍ରୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ବିଜେପି ଏହି ତିନି ରାଜ୍ୟରୁ ଅନତଃ ଗୋଟିଏ ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ ଚୟନ କରିବ ବୋଲି କୁହାଯାଉଛି । ଛତିଶଗଡ କିମ୍ବା ରାଜସ୍ଥାନରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀ ଚୟନ କରିବ ବୋଲି ଚର୍ଚ୍ଚା ହେଉଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହେବାକୁ ଦଳ ଉପରେ ଚାପ ପକାଉଛନ୍ତି । ଏପଟେ ମଧ୍ୟପ୍ରଦେଶର ଶିବରାଜ ସିଂ ନିଜର ଲୋକପ୍ରିୟତା ଜାହିର କରିବାକ ୁବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି ।

ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରେସର ଅନ୍ୟତମ ପ୍ରମୁଖ ଦାବିଦାର ବାବା ବାଲକନାଥଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ବଢ଼ିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଘୋଷଣାରେ ଡେରିକୁ ନେଇ ବିଜେପିକୁ ଶାଣିତ କଟାକ୍ଷ କରିଛନ୍ତି ।

The post ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ସସପେନ୍ସ, କାଲି ଦୂର ହୋଇପାରେ ଦ୍ୱନ୍ଦ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀରରୁ ଜବତ କୋଟି କୋଟି । ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ଗଣା ସରିଲାଣି ୧୦୨ଟି ବ୍ୟାଗର ଟଙ୍କା ।

କନକ ବ୍ୟୁରୋ: ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ସୂଚନା ମିଳିଛି । ହେଲେ କେତେ କୋଟି ଟଙ୍କା ମିଳିଛି, ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି କର୍ତୃପକ୍ଷ । ଆହୁରି ୭୪ଟି ବ୍ୟାଗ ଗଣା ହେବାକୁ ରହିଛି । ଗତକାଲି ରାତି ସୁଦ୍ଧା ଆଉ ୨୦ଟି ବ୍ୟାଗ ଗଣତି ଶେଷ ହେବ ବୋଲି କୁହାଯାଇଥିଲା । ଅର୍ଥାତ୍ ଆହୁରି ୫୦ରୁ ଅଧିକ ବ୍ୟାଗ ଟଙ୍କା ଗଣତି ହେବାକୁ ବାକି ରହିଛି । ଆଜି ସବୁ ଟଙ୍କା ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ଆଉ ଟଙ୍କା ଗଣତି ଶେଷ ହେଲେ ଜଣାପଡିବ, ମୋଟ କେତେ ଟଙ୍କା ଜବତ ହୋଇଛି ।

ଶନିବାର ଛୁଟି ଦିନ ହୋଇଥିଲେ ବି ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ୫୦ରୁ ଅଧିକ କର୍ମଚାରୀ । ତଦାରଖ କରିବା ପାଇଁ ମଧ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ । ୨୫ଟି ମେସିନରେ ଟଙ୍କା ଗଣା ଯାଇଛି । କାଳେ ମେସିନ୍ ଖରାପ ହୋଇଯିବ, ସେଥିପାଇଁ ଆଉ ୧୫ଟି ମେସିନକୁ ଷ୍ଟାଣ୍ଡବାୟରେ ରଖାଯାଇଛି । ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଯେଉଁ ଟଙ୍କା ବିଡ଼ା ଓଦାଳିଆ ରହିଛି, ତାକୁ ଶୁଖାଇବା ପାଇଁ ଡ୍ରାୟର ବ୍ୟବହାର କରାଯାଉଛି ।

The post ବଲାଙ୍ଗୀରରୁ ଜବତ କୋଟି କୋଟି । ୧୭୬ଟି ବ୍ୟାଗ ମଧ୍ୟରୁ ଏପର୍ଯ୍ୟନ୍ତ ଗଣା ସରିଲାଣି ୧୦୨ଟି ବ୍ୟାଗର ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ମଦ ସାମ୍ରାଜ୍ୟର କଳା ଟଙ୍କାର ପାହାଡ । ଶନିବାର ସୁଦ୍ଧା ୨୯୦ କୋଟି ଟଙ୍କା ଗଣତି ସରିଥିବା ସୂଚନା ।

କନକ ବ୍ୟୁରୋ: ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିିକି ଖୋଲି ଚାଲିଛି କଳାଟଙ୍କାର ଗୁମର । ଯେଉଁଠି ହାତ ବାଜୁଛି, ସେଇଠି ଦେଖିବାକୁ ମିଳୁଛି ଟଙ୍କାର ପାହାଡ଼ । ସମ୍ବଲପୁରରେ ମିଳିଛି ୩୭ କୋଟି ୫୦ ଲକ୍ଷ ଟଙ୍କା । ସମ୍ବଲପୁର ଏସବିଆଇର ମୁଖ୍ୟ ବ୍ରାଞ୍ଚରେ ଟଙ୍କା ଗଣତି ଚାଲିଥିଲା । ଆଉ ସେହି ସମୟର ଏକ୍ସକ୍ଲୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ମେସିନରେ କେମିତି ବିଡା ବିଡା ନୋଟ ପକାଇ ବ୍ୟାଙ୍କ କର୍ମଚାରୀ ଗଣତି କରୁଛନ୍ତି, ସେହି ଭିଡିଓ ଏବେ ସାମ୍ନାକୁ ଆସିଛି ।

ଗଣତି ପରେ ସାଢ଼େ ୩୭ କୋଟି ମିଳିଥିବା ସୂଚନା ମିଳିଛି । ଏଥିରେ ୫୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ରହିଥିଲା । ପୂର୍ବରୁ ୪ ଜଣ କର୍ମଚାରୀ ଗଣତିରେ ନିୟୋଜିତ ଥିଲେ, ଟଙ୍କା ପରିମାଣକୁ ଦେଖି ଶନିବାର ଛୁଟି ଥିବା ସତ୍ୱେ ୯ ଜଣ କର୍ମଚାରୀଙ୍କୁ ଗଣତିରେ ସାମିଲ କରାଯାଇଥିଲା । ୪ଟି ମେସିନରେ ଟଙ୍କାଗଣା ହୋଇଥିଲା । ଟଙ୍କା ପୁରୁଣା ଓ ଓଦାଳିଆ ରହିଥିବାରୁ ଗଣତିରେ ବିଳମ୍ବ ହୋଇଥିଲା ।

The post ମଦ ସାମ୍ରାଜ୍ୟର କଳା ଟଙ୍କାର ପାହାଡ । ଶନିବାର ସୁଦ୍ଧା ୨୯୦ କୋଟି ଟଙ୍କା ଗଣତି ସରିଥିବା ସୂଚନା  । first appeared on Kanak News.

from Kanak News
via <a href="https://ifttt.com/?

ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିପାରିବେ କି କୋହଲି । ୱେଷ୍ଟ ଇଣ୍ଡିଜ ପୂର୍ବତନ କ୍ରିକେଟର ବ୍ରାଏନ୍ ଲାରାଙ୍କ ବୟାନକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ରେକର୍ଡକୁ ଭାଙ୍ଗିସାରିଛନ୍ତି ବିରାଟ କୋହଲି । ବିଶ୍ୱର ପ୍ରଥମ ଖେଳାଳି ଭାବେ ଦିନିକିଆରେ ଶତକରେ ଅର୍ଦ୍ଧଶତକ ମାରିଛନ୍ତି ବିରାଟ । କୋହଲି ଚଳିତ ବର୍ଷ ବିଶ୍ୱକପରେ ମୁମ୍ବାଇଇ ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫୦ ତମ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ । ସଚିନ ଦିନିକିଆରେ ୪୯ ଟି ଶତକ ମାରିଥିବା ବେଳେ ବିରାଟ ୫୦ ଟି ଶତକ ମାରିଛନ୍ତି । କିନ୍ତୁ କ୍ରିକେଟରେ ସବୁ ଫର୍ମାଟରେ ମୋଟ ୧୦୦ ଶତକ ମାରିବାର ରେକର୍ଡ ସଚିନଙ୍କ ନାଁରେ ଅଛି । କୋହଲି ଏବେ ମୋଟ ୮୦ଟି ଶତକ ମାରିଛନ୍ତି । ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ କୋହଲିଙ୍କୁ ଆହୁରୀ ୨୧ ଟି ଶତକ ଦରକାର ।

କୋହଲି ଏବେ ୩୫ ବର୍ଷରେ ପଦାର୍ପଣ କରିଛନ୍ତି । ନୂଆ ଖେଳାଳି ଆସୁଥିବାରୁ ଟି-୨୦ କ୍ରିକେଟରୁ ବୟସ୍କ ଖେଳାଳିଙ୍କୁ ଅବସର ନେବାକୁ ଚାପ ମଧ୍ୟ ପଡୁଛି । ଏଭଳି ସ୍ଥିତିରେ କୋହଲି ଆହୁରୀ ୨୧ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିବା ସହଜ ହେବନି ବୋଲି କହିଛନ୍ତି ୱେଷ୍ଟ୍ ଇଣ୍ଡିଜ୍ କ୍ରିକେଟର ବ୍ରାଏନ ଲାରା ।

ବିଶ୍ୱକପ ଫାଇନାଲର ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । କିନ୍ତୁ ଏହାର କିଛି ଦିନ ପରେ ଖେଳାଯାଇଥିବା ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ୩-୨ରେ ହରାଇଥିଲା ଭାରତ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ନୂଆ ଖେଳାଳୀମାନେ ଭଲ ପଦର୍ଶନ କରିଥିଲେ । ବିଶେଷକରି ବ୍ୟାଟର ଯଶସ୍ୱୀ ଜୟସ୍ୱାଲ, ଇସାନ କିଶାନ, ରୁତୁରାଜ ଗାଇକ୍ୱାଡ୍, ଶୁଭମନ ଗିଲ, ରିଙ୍କୁ ସିଂ ଚତ୍ମକାର ପ୍ରଦର୍ଶନ କରିଥିଲେ । ଏପରି ସ୍ଥିତିରେ ବିରାଟଙ୍କ ପାଇଁ ଟି-୨୦ ଦଳରେ ସ୍ଥାନ ପାଇବା କଠିନ ହୋଇପାରେ । ଲାରା କହିଛନ୍ତି, କୋହଲିଙ୍କର ଏବେ ୩୫ ବର୍ଷ, ସେ ୮୦ ଶତକ ମାରିଛନ୍ତି, ଓ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ତାଙ୍କୁ ୨୧ ଶତକ ଦରକାର । ଯଦି କୋହଲି ବର୍ଷକୁ ୫ ଟି ଲେଖାଏଁ ଶତକ ମାରନ୍ତି ୪ ବର୍ଷରେ ୨୦ ଶତକ ମାରିପାରିବେ । ସେତେବେଳକୁ ୩୯ ବର୍ଷ ହୋଇଯାଇଥିବ । ସେତେବେଳେ ଶତକ ମାରିବା କୋହଲିଙ୍କ ପାଇଁ ଅତି କଠିନ ହୋଇପାରେ ।

ସଚିନ ଦିନିକିଆରେ ୪୯ ଟି ଶତକ ମାରିଥିବା ବେଳେ ଟେଷ୍ଟରେ ୫୧ ଟି ଶତକ ମାରିଛନ୍ତି । ବିରାଟ ଦିନିକିଆରେ ୫୦ , ଟେଷ୍ଟରେ ୨୯, ଟି-୨୦ରେ ଗୋଟିଏ ଶତକ ମାରିଛନ୍ତି । କୋହଲି ଏବେ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଥିଲେ ମଧ୍ୟ ଆହୁରୀ ୨୧ ଶତକ ମାରିବା କଷ୍ଟକର ବୋଲି କୁହାଯାଉଛି ।

The post ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିପାରିବେ କି କୋହଲି । ୱେଷ୍ଟ ଇଣ୍ଡିଜ ପୂର୍ବତନ କ୍ରିକେଟର ବ୍ରାଏନ୍ ଲାରାଙ୍କ ବୟାନକୁ ନେଇ ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ପ୍ରଥମ ଦୃଶ୍ୟ । ଗର୍ଭଗୃହରେ ଦୁଇଟି ଫଟୋ ପୋଷ୍ଟ କରି କାର୍ଯ୍ୟକ୍ରମର ସୂଚନା ଦେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋରେ ପ୍ରଭୁ ରାମଲାଲା ବିରାଜମାନ ହେବାକୁ ଥିବା ସିଂହାସନ ସମେତ ଗର୍ଭଗୃହ ଭିତରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ଦୁଇଟି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଂଟରେ ସେୟାର କରିଛନ୍ତି । ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।

The post ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ପ୍ରଥମ ଦୃଶ୍ୟ । ଗର୍ଭଗୃହରେ ଦୁଇଟି ଫଟୋ ପୋଷ୍ଟ କରି କାର୍ଯ୍ୟକ୍ରମର ସୂଚନା ଦେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ first appeared on Kanak News.

from Kanak News
via <a href="https://ifttt.com/?

ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟକାଣ୍ଡ । ବକେୟା ବିଲ ନଦେଇ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଷା କୁକୁର ଜରିଆରେ କଲେ ଆକ୍ରମଣ

କନକ ବ୍ୟୁରୋ : ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟ କାଣ୍ଡ । ଉତରପ୍ରଦେଶ ବୁଲନ୍ଦ ସହରରୁ ଆସିଛି ଚକିତ କରିବା ଭଳି ଘଟଣା । ବକେୟା ବିଜୁଳି ବିଲ ମାଗିବାକୁ ଆସିଥିବା ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ କୁକୁର ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ ଲହୁଲୁହାଣ କରିଛନ୍ତି ପୋଷା କୁକୁର । ବୁଲନ୍ଦସହରର ଏହି ଘଟଣାକୁ ନେଇ ଏବେ ସବୁଠି ଆଲୋଡନ । କୁକୁର ଲଗାଇ ଆକ୍ରମଣ କରିଥିବା ଅଭିଯୋଗରେ ୪ଜଣଙ୍କ ନାରେ ମାମଲା ରୁଜୁ କରାଯାଇଛି । ବିଦ୍ୟୁତ ବିଭାଗ ଟିମ ବକେୟା ବିଜୁଳି ବିଲ ଓ ବିଜୁଳି ଚୋରି ତଦନ୍ତ ପାଇଁ କବିତା ଚୌଧୁରୀ ନାମ୍ନୀ ଉପଭୋକ୍ତାଙ୍କ ଘରକୁ ଯାଇଥିଲେ । ଉପଭୋକ୍ତାଙ୍କ ନାଁରେ ୩ଲକ୍ଷ ୫୭ହଜାର ଟଙ୍କା ବାକି ରହଥିଲା । ଟଙ୍କା ପରିଶୋଧ ପାଇଁ ବାରମ୍ବାର କୁହାଯାଉଥିଲେ ବି ଏହାର ଟାଳୁଥିଲେ ଉପଭୋକ୍ତା । ସବୁଠୁ ଆଶ୍ଚଯ୍ୟ କଥା ହେଉଛି କେବଳ ପୋଷା କୁକୁରଙ୍କ ଦ୍ୱାରା ଆକ୍ରମଣ କରାଯାଇନି ବଂର ଅଭିଯୁକ୍ତ କର୍ମଚାରୀଙ୍କୁ ମାଡ଼ପିଟ କରିବା ସହ ଗାଳିଗୁଳଜ କରିଥିବା ଅଭିଯୋଗ ମଧ୍ୟ ରହିଛି ।

The post ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟକାଣ୍ଡ । ବକେୟା ବିଲ ନଦେଇ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଷା କୁକୁର ଜରିଆରେ କଲେ ଆକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ଦିଅର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ନିଧୁର୍ମ ପିଟିଲା ଦିଅର । ସେହୋର ସହର ଘଟିଛି ନିର୍ମମ ହତ୍ୟା କାଣ୍ଡ । ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ବିଜେପିକୁ ଭୋଟ ଦେଇଥିଲେ । ଯେଉଁଥିରେ ଉ୍ତକ୍ଷିପ୍ତ ହୋଇ ଦିଅର ମାଡ଼ ମାରିଥିଲେ । ସୂଚନା ଅନୁସାରେ ଯେଉଁ ଦିନ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା ସେହିଦିନ ମହିଳା ନିଜ ଝିଅ ସହ ଉତ୍ସବ ମନାଉଥିଲେ । ହଠାତ ଅଭିଯୁକ୍ତ ସେଠାରେ ପହଁଚି ତାଙ୍କୁ ନିଧୁର୍ମ ମାଡ ମାରିଥିଲେ । ତେବେ ପୁଲିସ ତାଙ୍କ ଅଭିଯୋଗ ନଶୁଣିବାରୁ ଶେଷରେ ଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି । ଅନ୍ୟପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦୁଖ ଜଣାଇବା ସହ ନ୍ୟାୟ ଦାବି କରିଛନ୍ତି ପୀଡିତା

The post ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ଦିଅର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭାରୁ ବହିଷ୍କାର ପରେ କ’ଣ କରିବେ ମହୁଆ ମୋଇତ୍ରା । ଏଥିକ୍ସ କମିଟି ନିଷ୍ପତିକୁ ବିରୋଧ ପାଇଁ ମହୁଆଙ୍କ ପାଖରେ ରହିଛି ୫ଟି ବିକଳ୍ପ

କନକ ବ୍ୟୁରୋ : ଲୋକସଭାରୁ ବହିଷ୍କୃତ ହେବା ପରେ ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ତାଙ୍କୁ ବହିଷ୍କାର କରାଯିବା ଘଟଣା ଜାତୀୟ ରାଜନୀତିରେ ବର୍ତମାନର ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ ପାଲଟିଛି । ଆରୋପପ୍ରତ୍ୟାରୋପ ଚାଲିଛି । ଏହା ଭିତରେ ସମସ୍ତଙ୍କ ନଜର ରହିଛି କ’ଣ ରହିବ ମହୁଆ ମୋଇତ୍ରାଙ୍କ ଆଗାମୀ ପଦକ୍ଷେପ । ଏଥିକ୍ସ କମିଟି ରିପୋର୍ଟକୁ ଏକତରଫା ନିଷ୍ପତି କହି ନିଜ ଲଢେଇ ଜାରି ରଖିବେ ବୋଲି କହିସାରିଛନ୍ତି ମହୁଆ । ସେପଟେ ମହୁଆଙ୍କ ନିକଟରେ ଏବେବୀ ଏମିତି କିଛି ବିକଳ୍ପ ରହିଛି ଯାହାଦ୍ୱାରା ସେ ନିଜ ପୂର୍ବ ପଦବୀ ଫେରିପାଇବା ସମ୍ଭାବନା ରହିଛି ।

ମହୁଆଙ୍କ ପାଖରେ ବିକଳ୍ପ କ’ଣ?
– ଏଥିକ୍ସ କମିଟି ନିଷ୍ପତିକୁ ପୁର୍ନବାର ସମୀକ୍ଷା କରିବା ପାଇଁ ସଂସଦରେ ମହୁଆ ଅନୁରୋଧ କରିପାରିବେ
-ନିଷ୍ପତିକୁ ଅସାମ୍ବିଧାନିକ କହି ଏଥିକ୍ସ କମିଟିଙ୍କ ଫଇସଲାକୁ ସେ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଚ୍ୟାଂଲେଜ କରିପାରିବେ
-ଏଥିକ୍ସ କମିଟିର ଅଧିକାର କ୍ଷେତ୍ର ଓ ଆଚରଣ ଏବଂ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ କୋର୍ଟରେ ଚ୍ୟାଲେଂଜ କରିପାରିବେ
-ଆଚାର ସଂହିତା ସମିତି ନୁହେଁ ବିଶେଷାଧିକାର ଟିମ ଏଥିକ୍ସ କମିଟି ନିଷ୍ପତିକୁ ସମୀକ୍ଷା କରିବାକୁ ଦାବି କରିପାରିବେ
-ଦିଲ୍ଲୀ ହାଇକୋର୍ଟରେ ଚାଲିଥିବା ମାନହାନି ମାମଲାକୁ ଉପରିସ୍ଥ କୋର୍ଟକୁ ନେଇପାରନ୍ତି
-ଯଦି ଏକଥା ପ୍ରମାଣ ହୋଇଯାଏ ଯେ ମହୁଆଙ୍କ ଭାବମୂର୍ତି ନଷ୍ଟ କରିବାକୁ ମନଗଢ଼ା ଓ ନିନ୍ଦନୀୟ ଅଭିଯୋଗ କରାଯାଇଥିଲା. ତେବେ ଏଥିକ୍ସ କମିଟି ନିଷ୍ପତି ବଦଳିବା ସମ୍ଭାବନା ରହିିଛି
-ଶେଷ ବିକଳ୍ପ ହେଉଛି କମିଟିର ନିଷ୍ପତିକୁ ଗ୍ରହଣ କରିବେ ଓ ୪ମାସ ପରେ ପୁଣି ଥରେ ନିର୍ବାଚନ ଲଢିପାରିବେ । ଯଦି ଜିତିବେ ତେବେ ପୁଣି ଥରେ ସଂସଦକୁ ଫେରିପାରିବେ

ଯଦି ନଜର ପକାଇବା ସାଂସଦଙ୍କ ଉପରେ ଏଥିକ୍ସ କମିଟିର କାର୍ଯ୍ୟାନୁଷ୍ଠାନ ଉପରେ ତେବେ …
-୨୦୦୫ ମସିହାରେ ବିଏସପି ସାଂସଦ ରାଜା ରାମପାଲ ଏଥିକ୍ସ କମିଟି ନିଷ୍ପତିକୁ କୋର୍ଟରେ ଚ୍ୟାଲେଂଜ ଦେଇଥିଲେ
-ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରି୍ନ୍ଦ୍ର ସିଂ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଂଜ ଦେଇ ଆଶ୍ୱସ୍ତି ପାଇଥିଲେ

ବହିଷ୍କୃତ ହେବା ପରେ ମହୁଆ କହିଥିଲେ ଯେ ତାଙ୍କୁ ୪୯ ବର୍ଷ । ସେ ଆଗାମୀ ୩୦ ବର୍ଷ ପାଇଁ ସଂସଦ ଭିତରେ ଓ ବାହାରେ ଯୁଦ୍ଧ ଜାରି ରଖିବେ । ସେପଟେ ଟିଏମସି ଓ ଅନ୍ୟ ବିରୋଧୀ ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଦେଖିବାକୁ ବାକି ରହିଲା ମହୁଆ ନିଜ ମାନ ରଖିବାକୁ ଆଗକୁ ଆଇନ ନା ରାଜନୀତିକୁ ସୁରକ୍ଷା ଅସ୍ତ୍ର ଭାବେ ବ୍ୟବହାର କରିବେ ।

The post ଲୋକସଭାରୁ ବହିଷ୍କାର ପରେ କ’ଣ କରିବେ ମହୁଆ ମୋଇତ୍ରା । ଏଥିକ୍ସ କମିଟି ନିଷ୍ପତିକୁ ବିରୋଧ ପାଇଁ ମହୁଆଙ୍କ ପାଖରେ ରହିଛି ୫ଟି ବିକଳ୍ପ first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣୀଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ

କନକ ବ୍ୟୁରୋ : ଚର୍ଚ୍ଚା ବଢ଼ାଇଲା ଅମିତ ଶାହାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଛାଡ଼ିଥିବା ଏହି ଫୋଟୋରେ ଶାହ ତାଙ୍କ ଦୁଇ ନାତୁଣିଙ୍କ ସହ ଚେସ୍ ଖେଳୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜନୀତିର ଚାଣକ୍ୟ ବୋଲି କୁହାଯାଏ । ତାଙ୍କ ଗୋଟିଚାଳନା ଆଗରେ ବିରୋଧୀଙ୍କ ସବୁ ଯୋଜନା ଫେଲ ମାରିଯାଏ । ସାଧାରଣରେ ଏକ ଧାରଣା ରହିଛି, ଚେସ୍ ବୁଦ୍ଧିମାନଙ୍କ ଖେଳ । ଚେସ୍ ବୋର୍ଡରେ ଗୋଟିଚାଳନା ବେଳେ ପ୍ରତିପକ୍ଷଙ୍କୁ ଚକମା ଦେବା ପାଇଁ ସବୁବେଳେ ରଣନୀତି କରାଯାଏ । ଠିକ୍ ସେହି କଥା ଲେଖିଛନ୍ତି ଅମିତ ଶାହ । ଗୋଟିଏ ଭଲ ଚାଲ ଖେଳି ଚୁପରହିବା ପରିବର୍ତେ ଆଉ ଗୋଟିଏ ଭଲ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଜେପି ରାଜନୀତିକୁ ଅନୁଧ୍ୟାନ କଲେ ଜଣାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡାହାଣ ହାତ ହେଉଛନ୍ତି ଅମିତ ଶାହ । ଶାହଙ୍କ ଚାଣକ୍ୟ ନୀତିକୁ ଆଖିବୁଜି ବିଶ୍ୱାସ କରନ୍ତି ମୋଦୀ । ତେଣୁ ମୋଦୀଙ୍କ ସବୁ ସଫଳତା ପଛରେ ଶାହଙ୍କ ଚାଣକ୍ୟ ବୁଦ୍ଧି ଥିବା କୁହାଯାଏ । ନିକଟରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ୩ରାଜ୍ୟରେ ବାଜିମାତ କରିଛି ବିଜେପି । ମୋଦୀ ଗ୍ୟାରେଂଟିର କଥା କହି ଭୋଟରଙ୍କ ଭରସା ଜିତିବାରେ ବିଜେପି ସମର୍ଥ ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସଫଳତାରେ ବିଜେପି ଅଧିକ ଉତ୍ସାହିତ ନହୋଇ ଲୋକସଭା ନିର୍ବାଚନ ବିଜୟ ପାଇଁ ନୂଆ ରଣନୀତି କରୁଛି । ତେଣୁ ଆଗାମୀ ନିର୍ବାଚନ ଓ ଅମିତ ଶାହଙ୍କ ପୋଷ୍ଟକୁ ଯୋଡ଼ି ଦେଖାଯାଉଛି ।

The post ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣୀଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started