୩ରାଜ୍ୟର କିଏ ଧରିବେ ମଙ୍ଗ, ଖୋଜ ସହ ମାନସମନ୍ଥନ କରୁଛି ବିଜେପ । ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତିି ପର୍ଯ୍ୟବେକ୍ଷକ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଚେହେରା ଭିତରେ ଜାରି ରହିଛି ବିଜେପିର ମାନସମନ୍ଥନ । ରାଜସ୍ଥାନ ପାଇଁ ସବୁଠୁ ଅଧିକ କସରତ କରୁଛି ଦଳ । ସେପଟେ ଚର୍ଚ୍ଚା ସାଉଁଟିଛି ମୁଖ୍ୟମନ୍ତ୍ରୀ ରେସର ଅନ୍ୟତମ ପ୍ରମୁଖ ଦାବିଦାର ବାବା ବାଲକନାଥଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଖବରକୁ ଅଣଦେଖା କରିବାକୁ ବାବା ବାଲକନାଥ କହିଛନ୍ତି । ଜଣେ ସାଂସଦ ଓ ବିଧାୟକଭାବେ ଦେଶର ସେବା କରିବାକୁ ମୌକା ମିଳିଛି ଓ ଆଗକୁ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ ଜାରି ରଖିବେ ବୋଲି ପୋଷ୍ଟ କରିଛନ୍ତି । ବାବା ବାଲକନାଥଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ଦୀୟା କୁମାରୀ ଓ ନୂଆ ଚେହେରା ଭାବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଥିବା ଚର୍ଚ୍ଚା ହେଉଛି ।

ସେପଟେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ୩ରାଜ୍ୟକୁ ୯ଜଣ ପର୍ଯ୍ୟବେକ୍ଷକଙ୍କୁ ପଠାଇଛି । ସୋମବାର ବିଧାୟକ ଦଳ ବୈଠକ ବସିବା ପରେ ମଧ୍ୟପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ନିଷ୍ପତି ନିଆଯାଇପାରେ ବୋଲି କହିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ମନହୋର ଲାଲ ଖଟ୍ଟର ।ସେପଟେ ଛତିଡଗଡ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଳାଉଥିବା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର ବାଜିବ ।

ତିନି ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ସିଧାସଳଖ ବିଧାୟକଙ୍କ ସହ କଥା ହୋଇ ସେମାନଙ୍କ ମତ ନେବେ ପର୍ଯ୍ୟବେକ୍ଷକ । ଏହା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ପରାମର୍ଶ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ଅନ୍ୟପ୍ଣଙ୍କ ବିଜେପିକୁ କଟାକ୍ଷ କରିଛନ୍ତି ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ବିଜେପି ଅନୁଶାସନ କଥା କହୁଛି କିନ୍ତୁ ଫଳାଫଳକୁ ୭ଦିନ ବିତିଯାଇଥିଲେ ବି ମୁଖ୍ୟମନ୍ତ୍ରୀ ଚୟନ କରିପାରୁନି

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ବିଜୟୀ ହୋଇଥିଲା । ଏହି ତିନି ରାଜ୍ୟରେ ଅନେକ ସାଂସଦ ଓ ମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜୟୀ ହୋଇଛନ୍ତି । ଏହା ପରେ ସେମାନେ ସାଂସଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୌଡ ଅଧିକ ରୋଚକ ହୋଇପଡିଛି । ଏମାନଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମଧ୍ୟ ବଢିଛି

The post ୩ରାଜ୍ୟର କିଏ ଧରିବେ ମଙ୍ଗ, ଖୋଜ ସହ ମାନସମନ୍ଥନ କରୁଛି ବିଜେପ । ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତିି ପର୍ଯ୍ୟବେକ୍ଷକ first appeared on Kanak News.

from Kanak News
via <a href="https://ifttt.com/?

କଳାଟଙ୍କାକୁ ନେଇ ସାରା ଦେଶରେ ଆନ୍ଦୋଳନ । ଚଢ଼ାଉକୁ ନେଇ ତେଜୁଛି ରାଜନୀତି

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ବିଭିନ୍ନ ଠିକଣା ଉପରେ ଆୟକର ବିଭାଗ ଛଢାଉରେ ବର୍ତମାନ ସୁଦ୍ଧା ପାଖାପାଖି ୩୦୦ କୋଟି ନଗଦ ଟଙ୍କା ଜବତ ହୋଇ ସାରିଲାଣି । ଏତେ ମାତ୍ରାରେ କଳାଧନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଶହ ଶହ କୋଟି ଟଙ୍କାରେ ରାଜନେତାଙ୍କ ସମ୍ପୃକ୍ତି ଅଭିଯୋଗ ପରେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ବିଭିନ୍ନ ସ୍ଥାନରେ ବିଜପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦିଲ୍ଲୀ, ଜମ୍ମୁ, ରାଜସ୍ଥାନ, ଉତରପ୍ରଦେଶରେ ବିଜେପି କର୍ମୀ କଳାଟଙ୍କାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଶହ ଶହ କୋଟି ଟଙ୍କାର କଳାଧାନ ଜବତ ହେବା ପରେ ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଶୁକ୍ରବାର ମୋଦୀ ଟ୍ୱିଟ୍ କରି କହିଥିଲେ, ଯିଏ ଜନତାକୁ ଲୁଟିଛି, ତା’ଠୁ ସବୁ କିଛି ଅସୁଲ୍ ହେବ । ଏହା ମୋଦୀଙ୍କ ଗ୍ୟାରେଂଟି । ଜନତାଙ୍କୁ ବିକାଶର ଗ୍ୟାରେଂଟି ଦେଉଥିବା ପ୍ରଧାନମନ୍ତ୍ରୀ ଏବେ ଦୁର୍ନତିଗ୍ରସ୍ତ ଲୋକଙ୍କୁଠାରୁ ଗୋଟିଏ ଗୋଟିଏ ପାଉଣା ଅସୁଲ କରିବାର ଗ୍ୟାରେଂଟି ଦେଉଛନ୍ତି । ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କ ୧୦ଟି ଠିକଣାରେ ଆୟକର ରୋଡ୍ । ଏବଂ ରେଡ୍୍ରୁ ଶହ ଶହ କୋଟି ଟଙ୍କା ଠାବ ହେବା ପରେ ଆକ୍ରମଣାତ୍ମ ଆଭିମୁଖ୍ୟ ଗ୍ରହଣ କରିଛି ଭାରତୀୟ ଜନତା ପାର୍ଟି ।

ଅନେକ ସମୟରେ ନେତାମାନେ କ୍ଷମତାକୁ ଆସିବା ପାଇଁ ଜନତାଙ୍କୁ ବଡ ବଡ ସ୍ୱପ୍ନ ଦେଖାଇଥାନ୍ତି । ଅନେକ ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ମୋଦୀ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରିଥିବା ଦାବି କରୁଛି ବିଜେପି । ମୋଦୀ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତି ବୋଲି ବିଜେପି ଯୁକ୍ତି ବାଢୁଛି । ମୋଦୀଙ୍କୁ ଭରସା କରୁଛନ୍ତି ଦେଶର ଜନତା । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନରେ ଲୋକେ ‘ମୋଦୀ ଗ୍ୟାରେଂଟି’କୁ ଭରସା କରିଛନ୍ତି । ବିକଶିତ ଭାରତର ସଂକଳ୍ପ ଛାଡି ‘ମୋଦୀ ଗ୍ୟାରେଂଟି’କୁ ପ୍ରସଙ୍ଗ କରୁଛି ବିଜେପି । ସେପଟେ କଂଗ୍ରେସ କହିଛି ମୋଦୀ ଗ୍ୟାରେଂଟି – ଚାଇନିଜ୍ ଗ୍ୟାରେଂଟି ସହ ସମାନ ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରି ରହିଛି ।

The post କଳାଟଙ୍କାକୁ ନେଇ ସାରା ଦେଶରେ ଆନ୍ଦୋଳନ । ଚଢ଼ାଉକୁ ନେଇ ତେଜୁଛି ରାଜନୀତି first appeared on Kanak News.

from Kanak News
via <a href="https://ifttt.com/?

ଆନ୍ଧ୍ରପ୍ରଦେଶରୁ ଚୋରି, ଭୁବନେଶ୍ୱରରେ ଠାବ । ପୋଲିସ ଫେରାଇଲା ଚୋରି ବାଇକ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଶ୍ରିକାକୁଲମ ନିବାସୀ ତୁଲସିଦାସଙ୍କ ବୁଲେଟ ତାଙ୍କ ଇଚ୍ଛାପୁରମ ଅଫିସ ନିକଟରୁ ଗତ ମାସ ଚୋରି ହୋଇଥିଲା । ରାତିରେ ନାଇଟ ଡ୍ୟୁଟି କରୁଥିବା ସମୟରେ ଚୋର ତାଙ୍କ ବୁଲେଟର ହ୍ୟାଣ୍ଡେଲ ଲକ ଭାଙ୍ଗି ବୁଲେଟଟିକୁ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ । ସେ ଏନେଇ ଆନ୍ଧ୍ରପ୍ରଦେଶର ସ୍ଥାନିୟ ଥାନାରେ ଏତଲା ଦେଇଥିଲେ,ହେଲେ ନିଜ ପ୍ରିୟ ବୁଲେଟ ଯେ ମିଳିବ, ସେ ଆଶା ଛାଡି ଦେଇଥିଲେ । କିନ୍ତୁ ଶୁକ୍ରବାର ଯେତେବେଳେ ଭୁବନେଶ୍ୱର ଖଣ୍ଡଗିରି ଥାନା ପୋଲିସ ନିକଟରୁ ତାଙ୍କ ଚୋରି ହୋଇଥିବା ବାଇକ ମିଳିଥିବା ନେଇ ଖବର ପାଇଲେ, ବେଶ୍ ଖୁସି ହୋଇଗଲେ ତୁଲସୀଦାସ । ଆଉ ଏବେ ଆସି ନିଜ ବୁଲେଟ ଫେରିପାଇଛନ୍ତି ।

କେବଳ ତୁଲସୀ ଦାସ ନୁହଁନ୍ତି, ତାଙ୍କ ପରି ଅନେକ ନିଜର ଚୋରି ବାଇକ ଓ ଚୋରି ମୋବାଇଲ ଫେରିପାଇଛନ୍ତିି । ଶନିବାର କମିଶନରେଟ୍ ପୋଲିସ୍ ଚୋରି ହୋଇଥିବା ୮୧ଟି ମୋବାଇଲ ଓ ୨୭ଟି ବାଇକ ଏହାର ମାଲିକଙ୍କୁ ଫେରାଇ ଦେଇଛି ।

ଚୋରି ହୋଇଥିବା ବାଇକ୍ ଓ ମୋବାଇଲକୁ ଠାବ କରିବାକୁ ପୋଲିସ୍ ସ୍ୱତନ୍ତ୍ର ଅଭିଯାନ ଚଳାଇଛି । ଗୋଟିଏ ବର୍ଷ ମଧ୍ୟରେ କମିଶନରେଟ ପୋଲିସ୍ ୮ଶହ ମୋବାଇଲ ଓ ୧୬୭ଟି ବାଇକ୍ ଏହାର ମାଲିକଙ୍କୁ ଫେରାଇ ସାରିଲାଣି ।

The post ଆନ୍ଧ୍ରପ୍ରଦେଶରୁ ଚୋରି, ଭୁବନେଶ୍ୱରରେ ଠାବ । ପୋଲିସ ଫେରାଇଲା ଚୋରି ବାଇକ first appeared on Kanak News.

from Kanak News
via <a href="https://ifttt.com/?

ରେଳବାଇର ଅଜବ ନୀତି । ଦୂରତା ସମାନ, ହେଲେ ଭଡ଼ା ଭିନ୍ନ

କନକ ବ୍ୟୁରୋ : ପାସେଞ୍ଜର ଟ୍ରେନରେ ସବୁଦିନ ହଜାର ହଜାର ଲୋକ ଯାତ୍ରା କରିବା ଭଳି ଏହି ଦୁଇ ଷ୍ଟେସନ ମଧ୍ୟରେ ମଧ୍ୟ ଯାତ୍ରୀଙ୍କ ଯିବା ଆସିବା ଚାଲେ । ଏମିତିକି ବାଲେଶ୍ୱରର ଲୋକ ସବୁଦିନ ଭଦ୍ରକ ଆସି ଚାକିରିରେ ଯୋଗଦେଇ ଫେରିଯାଆନ୍ତି । ସେମିତି ଭଦ୍ରକରୁ ଯାତ୍ରୀ ପ୍ରତିଦିନ ବାଲେଶ୍ୱର ଯାଆନ୍ତି । ଏଥିପାଇଁ ମୁଖ୍ୟତଃ ପାସେଞ୍ଜର ଟ୍ରେନ ଉପରେ ନିର୍ଭର କରନ୍ତିି । ହେଲେ ଏହି ଦୁଇ ଷ୍ଟେସନ ଭିତରେ ଯିବା , ଆଉ ଆସିବାର ଭଡ଼ା ଅଲଗା ଅଲଗା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, ହେଲେ ସତ । ବାଲେଶ୍ୱରରୁ ପାସେଞ୍ଜର ଟ୍ରେନରେ ଭଦ୍ରକ ଆସିଲେ ୨୦ ଟଙ୍କା ଦେଇ ଟିକେଟ କିଣିବାକୁ ପଡ଼େ । ହେଲେ ଭଦ୍ରକରୁ ବାଲେଶ୍ୱର ଗଲାବେଳେ ଟିକେଟ ଖର୍ଚ୍ଚ ୪୦ ଟଙ୍କା । ସମାନ ପାସେଞ୍ଜର ଟ୍ରେନ, ସମାନ ଷ୍ଟେସନ, ହେଲେ କେମିତି ଭଡ଼ା ଭିନ୍ନ ହେଉଛି, ତାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ।

ତେବେ ରେଲୱେ ଡିଭିଜନ ମଧ୍ୟରେ ତାଳମେଳ ରହୁନଥିବାରୁ ଏପରି ଟିକେଟ୍ ମୂଲ୍ୟରେ ଫରକ ଆସୁଥିବା କୁହାଯାଇଛି । ବାଲେଶ୍ୱର ଷ୍ଟେସନ ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ଦକ୍ଷିଣ-ପୂର୍ବ ରେଳବାଇ ଅଧୀନରେ ଆସୁଛି । ସେପଟେ ଭଦ୍ରକ ଷ୍ଟେସନ ପୂର୍ବତଟ ରେଳବାଇ ଅଧୀନରେ ଆସୁଛି । ହେଲେ ଟିକେଟ ମୂଲ୍ୟରେ ଫରକ ନେଇ ରେଲୱେ କୌଣସି ପଦକ୍ଷେପ ନେଇନାହିଁ ।

ଭାରତୀୟ ରେଳ ଅଧୀନରେ ସାରା ଦେଶରେ ପ୍ରତିଦିନ ହଜାର ହଜାର ଷ୍ଟେସନ ଭିତରେ ଟ୍ରେନ୍ ଚଳାଚଳ ହୁଏ । ହେଲେ ଭଦ୍ରକ ଓ ବାଲେଶ୍ୱର ଷ୍ଟେସନ ଭିତରେ ଏହି ଅଲଗା ଟିକେଟ ମୂଲ୍ୟ ବିରଳ ଘଟଣା ।

The post ରେଳବାଇର ଅଜବ ନୀତି । ଦୂରତା ସମାନ, ହେଲେ ଭଡ଼ା ଭିନ୍ନ first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତାଖୋଳି ଲୋକଙ୍କୁ ମରଣଯନ୍ତାରେ ପକାଉଛି ୱାଟକୋ । ଗାତରେ ପଡି ମହିଳା ଗୁରୁତର

କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ସ୍ୱେରେଜ୍ ଲାଇନ ପାଇଁ ୱାଟକୋ ଖୋଳିଥିବା ୧୫ଫୁଟ ଗଭୀର ଗାତରେ ଖସି ପଡିଛନ୍ତି ମହିଳା । ସ୍କୁଟି ଭାଂଗି ଯାଇଥିଲେ ବି ସୌଭାଗ୍ୟ ବସତଃ ମହିଳାଙ୍କ ମୁଣ୍ଡରେ ହେଲମେଟ ଥିବାରୁ ତାଙ୍କ ଜୀବନ ବଂଚିଯାଇଛି ।

ସବୁଦିନ ଭଳି ପିଲାକୁ ସ୍କୁଲକୁ ଆଣିବାକୁ ଯାଉଥିଲେ ୫୮ନମ୍ବର ୱାର୍ଡର ଶିବନଗରୀରେ ରହୁଥିବା ନନ୍ଦିତା ଆଚାର୍ଯ୍ୟ । ସ୍କୁଟିରେ ଯିବା ସମୟରେ ସେ ରାସ୍ତାରେ ଖୋଳା ଯାଇଥିବା ସ୍ୱେରେଜ ଖାଲରେ ପଡି ଯାଇଥିଲେ । ଗାତ ଅଧିକ ଗଭୀର ଥିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ସିଡି ପକାଇ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ନନ୍ଦିତା ଆହତ ହୋଇଛନ୍ତି । ଆଉ ସେ ସମୟର କାହାଣୀ କହିବାବେଳେ ଥରି ଉଠିଛନ୍ତିି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଦିନ ହେଲା ମୁକୁଳା ପଡିଥିବା ଗାତରେ ଅଘଟଣ ଘଟିବା ପରେ ରାତାରାତି ଗାତକୁ ପୋତି ଦେଇଛନ୍ତି ଠିକାଦାର । ୱାଟକୋର ଏଭଳି କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କେବଳ ଶିବନଗର ନୁହେଁ ରାଜଧାନୀର ବିଭିନ୍ନ ଅଂଚଳରେ ସମାନ ସମସ୍ୟା ଦେଖିବାକୁ ମିଳୁଛି । ମହାଦେବନଗର .. ଜାଗମରା.. ଝାରପଡା..ରାସ୍ତା ଉପରେ ବଡ ବଡ ଗାତ ଖୋଳାଯାଇଛି । ସୁରକ୍ଷା ଦୃଷ୍ଟିରୁ କେବଳ ଦୁଇଖଣ୍ଡ ବାଉଁଶ ଆଉ ସବୁଜ ରଂଗର ଦରି ଘେରା ଯାଇଛି । କେତେକ ସ୍ଥାନରେ ଗାତକୁ ସେମିତି ମୁକୁଳା ଛାଡି ଦିଆଯାଇଛି ।

ଦୁଇ ଦିନ ତଳେ ୱାଟକୋକୁ ତାଗିଦ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ । ଯୁଦ୍ଧ କାଳିନ ଭିତିରେ କାମ କରି ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ, ଶିବନଗରରେ ଦୁର୍ଘଟଣା ଘଟିବା ପରେ, ୱାଟକୋର କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।

The post ରାସ୍ତାଖୋଳି ଲୋକଙ୍କୁ ମରଣଯନ୍ତାରେ ପକାଉଛି ୱାଟକୋ । ଗାତରେ ପଡି ମହିଳା ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ । ୩୪ ହଜାରରୁ ଅଧିକ ଶିଶୁ ଓ ମହିଳାଙ୍କ ମିଳୁନି ପତ୍ତା

କନକ ବ୍ୟୁରୋ : ଅପରାଧ, ଦୁର୍ନୀତି ଓ ଆଇନ ଶୃଙ୍ଖଳାର ସ୍ଥିତି ନେଇ ପ୍ରକାଶ ପାଇଛି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୨ର ରିପୋର୍ଟ । ଏଥିରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ ଚିନ୍ତାଜନକ । କାରଣ ଦେଶରେ ମହିଳା ଓ ଶିଶୁଙ୍କ ନିଖୋଜ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି, କେମିତି ଉଭାନ ହୋଇ ଯାଉଛନ୍ତି ଏତେ ସଂଖ୍ୟକ ମହିଳା ଓ ଛୋଟ ପିଲା? ଓଡିଶା ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି ତାହା ମଧ୍ୟ ଚକିତ କଲାଭଳି । ଏବେ ନଜର ପକାଇବା, ଓଡ଼ିଶାରେ କେତେ ନିଖୋଜ ଅଛନ୍ତି ..
ଓଡ଼ିଶାରେ କେତେ ଶିଶୁ ନିଖୋଜ?
ରାଜ୍ୟରେ ୭,୫୬୫ ଜଣ ପିଲାଙ୍କ ପତ୍ତା ମିଳୁନି
ନିଖୋଜ ଅଛନ୍ତି ୬,୭୦୬ ଜଣ ଛୋଟ ଝିଅ
୮୫୯ ଜଣ ବାଳକଙ୍କ ମିଳୁନି ଖୋଜଖବର

ନିଖୋଜ ମାମଲା ଦାୟର ହୋଇଛି, ପୁଲିସ ଛାନଭିନ କରୁଛି, ହେଲେ ସାଢ଼େ ୭ ହଜାରରୁ ଅଧିକ ପିଲା କେଉଁଠି ଅଛନ୍ତି, କେଉଁ ଅବସ୍ଥାରେ ଅଛନ୍ତି, ସେ ନେଇ କାହା ପାଖରେ କିଛି ସୂଚନା ନାହିଁ ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳା ଓ ଶିଶୁକନ୍ୟା ସବୁଠୁ ବିପଦଜ୍ଜନକ ସ୍ଥିତିରେ ଅଛନ୍ତି ।

ଏନସିଆରବି ଦେଇଥିବା ରିପୋର୍ଟ ଅନୁସାରେ –
ଓଡିଶାରେ କେତେ ନିଖୋଜ?
ରାଜ୍ୟରେ ୩୪,୧୮୬ ଜଣଙ୍କ ପତ୍ତା ମିଳୁନି
ସେମାନଙ୍କ ମଧ୍ୟରେ ଅଛନ୍ତି ୨୭,୩୮୩ ମହିଳା
ନିଖୋଜ ଅଛନ୍ତି ୬,୮୦୩ ପୁରୁଷ

ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜବାବ ରଖିଛି ଶାସକ ଦଳ ।

ହଜିଥିବା ଛୋଟ ପିଲାଙ୍କୁ ଖୋଜିବା ପାଇଁ ଅନେକ ପଦକ୍ଷେପ ନେଇଛି ପୁଳିସ । ଅପରେସନ ମୁସ୍କାନ, ପରୀ, ଚାଇଲ୍ଡ ଲାଇନ ପକ୍ଷରୁ ମଧ୍ୟ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହା ସତ୍ୱେ ବର୍ଷ ବର୍ଷ ଏତେ ସଂଖ୍ୟକ ନିଖୋଜ ରହିବା ଚିନ୍ତା ବଢାଇ ଦେଇଛି ।

The post ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ । ୩୪ ହଜାରରୁ ଅଧିକ ଶିଶୁ ଓ ମହିଳାଙ୍କ ମିଳୁନି ପତ୍ତା first appeared on Kanak News.

from Kanak News
via <a href="https://ifttt.com/?

ତିନି ରାଜ୍ୟରେ ବିଜେପିର ବିଜୟ । ଓଡି଼ଶାରେ ଗାଁ ମୁହାଁ ବିଜେପି

କନକ ବ୍ୟୁରୋ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଜୟ ପରେ ଓଡିଶା ବିଜୟ ଲାଗି ଉତ୍ସାହିତ ରାଜ୍ୟ ବିଜେପି । ରାଜ୍ୟରେ କିଭଳି ସରକାର କରିବେ ସେ ନେଇ ରାମ ମନ୍ଦିର ପାଖ ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି ତତ୍ପରତା । କେନ୍ଦ୍ରିୟ ନେତୃତ୍ୱଙ୍କୁ ଭେଟି ରାଜ୍ୟରେ ସରକାର କରିବାକୁ ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ବିଜେପି । କେନ୍ଦ୍ରିୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପରେ ଏବେ ରାଜ୍ୟ ବିଜେପି ଗାଁ ମୁହାଁ । ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବାକୁ ଅଂଟା ଭିଡିଛି ଦଳ ।

ରାଜ୍ୟ ବିଜେପିର ୩୬ଟି ସାଂଗଠନିକ ଜିଲ୍ଲା ଏବଂ ୩୭ ହଜାର ବୁଥକୁ ମଜବୁତ କରିବାକୁ ରାଜ୍ୟ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରିୟ ନେତୃତ୍ୱ ।

– ବିଧାୟକ, ସାଂସଦ, କାର୍ଯ୍ୟକର୍ତା, ଜିଲ୍ଲା ସଭାପତିମାନେ ଗାଁ ମୁହାଁ ହେବେ
– ୭ ଛାମୁଆ ସଂଗଠନକୁ ମଧ୍ୟ ମିଳିବ ଗୁରୁ ଦାୟିତ୍ୱ
– ବିଜେପିର ବିଧାୟକ, ସାଂସଦ ପ୍ରାର୍ଥୀ ପ୍ରଥମେ ନିଜ ଅଂଚଳ ଓ ପରେ ପାଖ ଅଂଚଳରେ ଥିବା ଗାଁକୁ ଯିବାକୁ ନିର୍ଦ୍ଦେଶ
– ଶୀର୍ଷ ନେତୃତ୍ୱରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତା ପର୍ଯ୍ୟନ୍ତ ପଂଚାୟତ ସ୍ତରକୁ ଯିବେ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ଆଗରେ ରଖିବେ
ଏପଟେ ବିଜେପିକୁ କଟାକ୍ଷ କରିଛି ବିଜେଡି । କହିଛି,
– ବିଜେପି ନେତା ଏବେ ଗାଁକୁ ଯିବା କଥା ଚିନ୍ତା କରୁଛନ୍ତି କିନ୍ତୁ ବିଜେଡି ଗାଁ ଲୋକଙ୍କ ସହିତ ରହିଛି
– ଓଡି଼ଶାର ଜନତା ୫ ଥର ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଛନ୍ତି ଏବଂ ଆଗାମୀ ନିର୍ବାଚନରେ ବିଜେଡି ସଫଳତା ଦୋହରାଇବ

ବାରମ୍ବାର ଓଡିଶା ଗସ୍ତରେ ଆସି ବିଜେପିର କେନ୍ଦ୍ରିୟ ନେତୃତ୍ୱ ତୃଣମୂଳ ସଂଗଠନକୁ ସଂଗଠିତ କରିବାକୁ ବିଜେପି କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେଇଥାନ୍ତି । କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନ ସଫଳତା ଛଡା ଆଜିଯାଏଁ ତୃଣମୂଳ ସ୍ତରରେ ଆଖିଦୃଶିଆ ସଫଳତା ପାଇ ପାରି ନାହିଁ ରାଜ୍ୟ ବିଜେପି ।

The post ତିନି ରାଜ୍ୟରେ ବିଜେପିର ବିଜୟ । ଓଡି଼ଶାରେ ଗାଁ ମୁହାଁ ବିଜେପି first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଟଙ୍କାର ପାହାଡ ଦେଖି ତାଜୁବ ଲୋକେ, ମୋଦୀ ଗ୍ୟାରେଣ୍ଟି ନେଇ ଧର୍ମେନ୍ଦ୍ରଙ୍କ ବୟାନ ପରେ ତେଜିଲା ରାଜନୀତି

କନକ ବ୍ୟୁରୋ : ଆଇଟି ରେଡ୍ ବେଳେ ମଦ ବ୍ୟବସାୟୀଙ୍କ ନିକଟରେ ଟଙ୍କାର ପାହାଡ଼ ଦେଖି ତାଜୁବ ହୋଇ ଯାଇଛନ୍ତି ସମସ୍ତେ । ଏହାକୁ ନେଇ ରାଜନୀତି ବି ସରଗରମ ହେବାରେ ଲାଗିଛି । ଜବତ ହୋଇଥିବା କୋଟି କୋଟି କଳାଟଙ୍କା ଉପରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଟଙ୍କା ଗୋଟି ଗୋଟି ଅସୁଲ କରାଯିବ ବୋଲି ମୋଦୀ କହିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହା ହେଉଛି ମୋଦୀଙ୍କ ଗ୍ୟାରେଂଟି । ଏହାସହ କିଛି ମୌଳିକ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ସେ ପଚାରିଛନ୍ତି,
ଏହି ବେନାମୀ ଧନର ମୂଳ ଉତ୍ସ କେଉଁଠି?
ଓଡ଼ିଶାର ଅବକାରୀ ନୀତି ସହ ସଂପର୍କ ଅଛି କି ନାହିଁ?
ଜବତ ହୋଇଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକଙ୍କ ସଂପର୍କ ଅଛି କି?
ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା ଲୋକ ଏହି ଘଟଣାରେ ଚୁପ୍ କାହିଁକି?

ଏହି ଘଟଣାରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି । ପରସ୍ପର ଉପରେ ଦୋଷ ଲଦୁଛନ୍ତି ରାଜନୈତିକ ଦଳର ନେତା ।

ଚଢ଼ାଉ କରି ଶହ ଶହ କୋଟିର ବେନାମୀ ଟଙ୍କା ଜବତ କରୁଛି ଆୟକର ବିଭାଗ । ଏତେ ପରିମାଣର ଟଙ୍କା କିପରି ହଡ଼ପ କରାଯାଇଛି, ତା’ର ଚେର ଖୋଜା ଆରମ୍ଭ ହୋଇଛି । ଏଠି ବଡ଼ ପ୍ରଶ୍ନ ହେଉଛି, ପ୍ରକୃତରେ ଏହି କଳା ସାମ୍ରାଜ୍ୟ ପଛରେ ରହିଛି କାହାର ହାତ?

The post ମଦ ବ୍ୟବସାୟୀଙ୍କ ଟଙ୍କାର ପାହାଡ ଦେଖି ତାଜୁବ ଲୋକେ, ମୋଦୀ ଗ୍ୟାରେଣ୍ଟି ନେଇ ଧର୍ମେନ୍ଦ୍ରଙ୍କ ବୟାନ ପରେ ତେଜିଲା ରାଜନୀତି first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଘରେ ଚତୁର୍ଥ ଦିନରେ ବି ଚାଲିଛି ଚଢାଉ । ମଦ ସମ୍ରାଟଙ୍କ ଲକରରୁ ପୁଣି ମିଳିଲା ପୁଳା ପୁଳା ଟଙ୍କା

କନକ ବ୍ୟୁରୋ : ବିଦେଶୀ ମଦ ପାଲଟିଛି କଳାଧନ ଆଦାୟର ମାଧ୍ୟମ । ରାଜ୍ୟରେ ମଦବ୍ୟବସାୟୀଙ୍କଠାରୁ ୩ଶହ କୋଟିରୁ ଅଧିକ ଟଙ୍କା ମିଳିବା ପରେ ସମସ୍ତଙ୍କ ଆଖି ଖୋସିହୋଇଯାଇଛି । ତେବେ ବିଦେଶୀ ମଦରୁ କେମିତି ଏତେ ଟଙ୍କାର କଳାଧନ ଆସୁଛି ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।

କୁହାଯାଉଛି, ଏହି ଟଙ୍କା ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କମ୍ପାନୀର
-ଧୀରଜ ସାହୁ ଓ କିଛି ବ୍ୟବସାୟୀ ବୌଦ୍ଧ ଡିଷ୍ଟଲାରୀ ନାମରେ ଏକ ମଦ କମ୍ପାନୀ କରିଥିଲେ
-ମଦ ପ୍ରସ୍ତୁତ ପାଇଁ ଏମାନଙ୍କୁ ଅବକାରୀ ନିଗମ ତରଫରୁ ଅର୍ଡର ଆସୁଥିଲା
-ଯେତେ ମଦ ପାଇଁ ଅର୍ଡର ଆସୁଥିଲା ତାଠାରୁ ଢେର ଅଧିକ ମଦ ପ୍ରସ୍ତୁତ କରୁଥିଲା ଏହି କମ୍ପାନୀ
– ଏହି ମଦକୁ ବିଭିନ୍ନ ମଦ ଦୋକାନକୁ ଚୋରାରେ ବିକ୍ରି କରାଯାଇଥାଏ
– ସରକାରଙ୍କ ଅଜାଣତରେ ଏହି ମଦ ବିକ୍ରି କରାଯାଇ ମାଲାମାଲ ହୋଇଥାନ୍ତି ମଦବେପାରୀ
-ଆଉ ଏହି କାରବାର ନଗଦ ଆକାରରେ ହୋଇଥାଏ
-କୁଚିଆ ମଦବେପାରୀ ବିନା ଲାଇସେନ୍ସରେ ମଦ ବିକ୍ରିଥାନ୍ତି
-ଏମାନଙ୍କଠାରୁ ମଦ ବେପାରୀ ନଗଦ କୋଟି କୋଟି ଟଙ୍କା ପାଇଥାନ୍ତି

କେବଳ ବିଦେଶୀ ନୁହେଁ ଦେଶମଦ ବିକ୍ରୀ କରି କୋଟି କୋଟି ଟଙ୍କା ମାଲାମାଲ ହେଉଛନ୍ତି ମଦ ବ୍ୟବସାୟୀ । ଦେଶୀମଦ ପାଉଚର ମୂଲ୍ୟ ପ୍ରାୟ ୩୦ ହୋଇଥାଏ । ମହୁଲ ଗଛର ଫୁଲରୁ ତିଆରି ହୋଇଥାଏ ମଦ । ଏହି ମହୁଲକୁ ପାଣିରେ ବତୁରାଇ ପୋଚ ପ୍ରସ୍ତୁତ କରାଯାଇଥାଏ । ଆଉ ସେହି ପୋଚକୁ ନେଇ ଭାଟିରେ ଜଳୁଥିବା ନିଆଁରେ ଏକ ହାଣ୍ଡିରେ ଦିଆଯାଏ । ଯାହା ପରେ ମଦ ପ୍ରସ୍ତୁତ ହୋଇ ଗାଁ ଗାଁ ରେ ମଦଭାଟି ମାନଙ୍କରେ ବିକ୍ରି ହୋଇଥାଏ । ହେଲେ ସରକାରୀ ଦର ମହୁଲ ୫୦ରୁ ୬୦ ଟଙ୍କା ହେଉଥିବା ବେଳେ ଏହାକୁ ଗାଁ ଗାଁ ରୁ ୨୦ ରୁ ୩୦ ଟଙ୍କାରେ କିଣି ସିଧାସଳଖ ଏହାର ଲାଭ ପକେଟକୁ ନେଇଥାନ୍ତି ମାଲିକ । ଦେଶୀମଦର କାରବାର ନଗଦ ଆକାରରେ ହୋଇଥାଏ ।ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି କାରବାରରେ ମଦ ବ୍ୟବସାୟୀ, ରାଜନେତା ଓ ପ୍ରଶାସନର ମଧୁଚନ୍ଦ୍ରିକା ଥାଏ । ଲାଇସେନ୍ସ ଦେବାରେ ଏକଚାଟିଆ କାରବାର ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।

ଦେଶୀ ମଦ ହେଉ କି ବିଦେଶୀ ମଦ ବେଆଇନ ଭାବେ ଅଧିକ ମଦ ପ୍ରସ୍ତୁତ କରି ମାଲାମାଲ ହୋଇଥାନ୍ତି ମଦ ବ୍ୟବସାୟୀ । ଆଉ ଏହାର କାରବାର ସିଧାସଳଖ ନଗଦ ଆକାରରେ ହୋଇଥାଏ । ଓଡିଶାକୁ ଏହ ନିରାପଦ ସ୍ଥାନ ଭାବି ଏହି ଟଙ୍କାକୁ ରଖାଯାଇଥିଲା ବୋଲି କୁହାଯାଉଛି । ଆଉ ଏହାପଛରେ ବଡ ବଡ ନେତା ଥିବା ଚର୍ଚ୍ଚା ହେଉଛି ।

The post ମଦ ବ୍ୟବସାୟୀଙ୍କ ଘରେ ଚତୁର୍ଥ ଦିନରେ ବି ଚାଲିଛି ଚଢାଉ । ମଦ ସମ୍ରାଟଙ୍କ ଲକରରୁ ପୁଣି ମିଳିଲା ପୁଳା ପୁଳା ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ତନୟା ପଟ୍ଟନାୟକ ହେଲେ ‘କନକ ନ୍ୟୁଜ୍’ର ସମ୍ପାଦକ

କନକ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ବୈଦ୍ୟୁତିକ ଗଣମାଧ୍ୟମ କନକ ନ୍ୟୁଜର ସମ୍ପାଦକ ଦାୟିତ୍ୱ ନେଲେ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ । ଦୀର୍ଘ ଦଶନ୍ଧିରୁ ଅଧିକ ସମୟ ଧରି ଗଣମାଧ୍ୟମ ଜଗତ ସହ ଜଡିତ ଏବଂ ସମ୍ବାଦ ଗ୍ରୁପର ବରିଷ୍ଠ ପରିଚାଳନା ମଣ୍ଡଳୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଛନ୍ତି ତନୟା ।

ତନୟାଙ୍କ ନେତୃତ୍ୱ ଏବଂ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କନକ ନ୍ୟୁଜ୍, ରେଡିଓ ଚକଲେଟ୍ ଏବଂ ସମ୍ବାଦ ଡିଜିଟାଲ ପରିଚାଳିତ ହୋଇ ଆସୁଥିଲା । ନିକଟରେ ସେ ରାଜ୍ୟର ଅଗ୍ରଣୀ ଖବର କାଗଜ ସମ୍ବାଦର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ।

ଖବର ପରିବେଷଣ ଏବଂ ଗଣମାଧ୍ୟମ କ୍ଷେତ୍ରରେ ନୂଆ ଧାରା ସୃଷ୍ଟି କରିବା ସହ ପରିଚାଳନା କ୍ଷେତ୍ରରେ ବଳିଷ୍ଠ ନେତୃତ୍ୱ ଦେଖାଇ ଆସିଥିବା ତନୟା ୨୪ ଘଣ୍ଟିଆ ନ୍ୟୁଜ ଚାନେଲ ‘କନକ ନ୍ୟୁଜ’ର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ଆଜି ସମ୍ବାଦ ଗ୍ରୁପ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

The post ତନୟା ପଟ୍ଟନାୟକ ହେଲେ ‘କନକ ନ୍ୟୁଜ୍’ର ସମ୍ପାଦକ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started