ବିଦେଶୀ ମଦରୁ କେମିତି ହୁଏ କୋଟି କୋଟି ଟଙ୍କା ରୋଜଗାର? । ବ୍ୟାଗ୍ କି ବସ୍ତା ନୁହେଁ ଟ୍ରକରେ ବୁହା ହେଉଛି ଟଙ୍କା, ଗଣିବାକୁ ଅନ୍ୟ ଜିଲ୍ଲାରୁ ଆସୁଛି ମେସିନ୍

କନକ ବ୍ୟୁରୋ : ବିଦେଶୀ ମଦରୁ କେମିତି ହୁଏ କୋଟି କୋଟି ଟଙ୍କା ରୋଜଗାର? । ବ୍ୟାଗ୍ କି ବସ୍ତା ନୁହେଁ ଟ୍ରକରେ ବୁହା ହେଉଛି ଟଙ୍କା । ଗଣିବାକୁ ଅନ୍ୟ ଜିଲ୍ଲାରୁ ଆସୁଛି ମେସିନ୍ । ୩୦୦ କୋଟିରୁ ଅଧିକ ଟଙ୍କା ଜବତ ପରେ ଉଠିଲା ପ୍ରଶ୍ନ । ପୂରା ଦେଶର ନଜର ଏବେ ଓଡିଶା ଉପରେ । କୋଟିଏ କି ୧୦କୋଟି ନୁହଁ ପୂରା ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଟଙ୍କା ଗଣି ଗଣି ମେସିନ ଓ ମଣିଷ ନୟାନ୍ତ ହୋଇଗଲେଣି । ସିପ୍ଟ ଅନୁସାରେ ଆୟକର ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣୁଛନ୍ତି । ହେଲେ ସବୁଠାରୁ ବଡକଥା ହେଉଛି ଏହି ବିଦେଶୀ ମଦରୁ କିଭଳି ହୁଏ କଳା ଟଙ୍କା ରୋଜଗାର ହୁଏ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

The post ବିଦେଶୀ ମଦରୁ କେମିତି ହୁଏ କୋଟି କୋଟି ଟଙ୍କା ରୋଜଗାର? । ବ୍ୟାଗ୍ କି ବସ୍ତା ନୁହେଁ ଟ୍ରକରେ ବୁହା ହେଉଛି ଟଙ୍କା, ଗଣିବାକୁ ଅନ୍ୟ ଜିଲ୍ଲାରୁ ଆସୁଛି ମେସିନ୍ first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣିଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ

କନକ ବ୍ୟୁରୋ : ବୁଲେଟିନରେ ଏବେ ନଜର ପକାଇବା ଏକ ଗୁୁରୁତ୍ୱପୂର୍ଣ୍ଣ ଖବର ଉପରେ । ଚର୍ଚ୍ଚା ବଢ଼ାଇଲା ଅମିତ ଶାହାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସକାଳୁ ଏକ ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଛାଡ଼ିଥିବା ଏହି ଫୋଟୋରେ ଶାହ ତାଙ୍କ ଦୁଇ ନାତୁଣିଙ୍କ ସହ ଚେସ୍ ଖେଳୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜନୀତିର ଚାଣକ୍ୟ ବୋଲି କୁହାଯାଏ । ତାଙ୍କ ଗୋଟିଚାଳନା ଆଗରେ ବିରୋଧୀଙ୍କ ସବୁ ଯୋଜନା ଫେଲ ମାରିଯାଏ । ସାଧାରଣରେ ଏକ ଧାରଣା ରହିଛି, ଚେସ୍ ବୁଦ୍ଧିମାନଙ୍କ ଖେଳ । ଚେସ୍ ବୋର୍ଡରେ ଗୋଟିଚାଳନା ବେଳେ ପ୍ରତିପକ୍ଷଙ୍କୁ ଚକମା ଦେବା ପାଇଁ ସବୁବେଳେ ରଣନୀତି କରାଯାଏ । ଠିକ୍ ସେହି କଥା ଲେଖିଛନ୍ତି ଅମିତ ଶାହ । ଗୋଟିଏ ଭଲ ଚାଲ ଖେଳି ଚୁପରହିବା ପରିବର୍ତେ ଆଉ ଗୋଟିଏ ଭଲ ସୁଯୋଗ ସୃଷ୍ଟି ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଜେପି ରାଜନୀତିକୁ ଅନୁଧ୍ୟାନ କଲେ ଜଣାଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡାହାଣ ହାତ ହେଉଛନ୍ତି ଅମିତ ଶାହ । ଶାହଙ୍କ ଚାଣକ୍ୟ ନୀତିକୁ ଆଖିବୁଜି ବିଶ୍ୱାସ କରନ୍ତି ମୋଦୀ । ତେଣୁ ମୋଦୀଙ୍କ ସବୁ ସଫଳତା ପଛରେ ଶାହଙ୍କ ଚାଣକ୍ୟ ବୁଦ୍ଧି ଥିବା କୁହାଯାଏ । ନିକଟରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ୩ରାଜ୍ୟରେ ବାଜିମାତ କରିଛି ବିଜେପି । ମୋଦୀ ଗ୍ୟାରେଂଟିର କଥା କହି ଭୋଟରଙ୍କ ଭରସା ଜିତିବାରେ ବିଜେପି ସମର୍ଥ ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସଫଳତାରେ ବିଜେପି ଅଧିକ ଉତ୍ସାହିତ ନହୋଇ ଲୋକସଭା ନିର୍ବାଚନ ବିଜୟ ପାଇଁ ନୂଆ ରଣନୀତି କରୁଛି । ତେଣୁ ଆଗାମୀ ନିର୍ବାଚନ ଓ ଅମିତ ଶାହଙ୍କ ପୋଷ୍ଟକୁ ଯୋଡ଼ି ଦେଖାଯାଉଛି ।

The post ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣିଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ first appeared on Kanak News.

from Kanak News
via <a href="https://ifttt.com/?

ଆୟକର ବିଭାଗ ଚଢାଉ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୋହରାଇଲେ ମୋଦୀ ଗ୍ୟାରେଣ୍ଟି କଥା

କନକ ବ୍ୟୁରୋ : ଆୟକର ବିଭାଗର ଚଢାଉ ଉପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ଗ୍ୟାରେଂଟି କଥା ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗୋଟି ଗୋଟି କରି ଜନତାଙ୍କ ଠାରୁ ହରିଲୁଟ୍ ହୋଇଥିବା ଅର୍ଥ ଆଦାୟ କରାଯିବ । ଏହା ସହ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ହେଉଛି ମୋଦୀଙ୍କ ଗ୍ୟାରେଂଟି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହା ସହ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ନୈତିକତାର କଥା କହୁଥିବା କିଛି ରାଜନୈତିକ ଦଳର ନେତାମାନେ ଏହି ଘଟଣାରେ ନୀରବ ଥିବାରୁ ସାଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏହି ବେନାମୀ ଅର୍ଥର ମୂଳ ଉତ୍ସ କେଉଁଠି? ଘଟଣାର ସତ୍ୟାସତ୍ୟ କ’ଣ? ଜବତ ହୋଇଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକଙ୍କ ସଂପର୍କ ଅଛି କି? ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ଭଳି ରାଜ୍ୟରୁ ଏକାସଙ୍ଗେ ଏତେ ପରିମାଣର ବେନାମୀ ଅର୍ଥ ଜବତ ହେବା ଚିନ୍ତାର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

The post ଆୟକର ବିଭାଗ ଚଢାଉ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୋହରାଇଲେ ମୋଦୀ ଗ୍ୟାରେଣ୍ଟି କଥା first appeared on Kanak News.

from Kanak News
via <a href="https://ifttt.com/?

ଆନ୍ଧ୍ରରେ ହଜିଲା ଗାଡି ଓଡ଼ିଶାରେ ମିଳିଲା । ଗାଡି ପାଇବା ପରେ ଓଡିଶା ପୋଲିସକୁ ଧନ୍ୟବାଦ ଜଣାଇଲେ ମାଲିକ ।

କନକ ବ୍ୟୁରୋ: ଆନ୍ଧ୍ରରେ ହଜିଲା, ଓଡ଼ିଶାରେ ମିଳିଲା । ଆନ୍ଧ୍ରପ୍ରଦେଶରୁ ଚୋରି ହୋଇଥିବା ବୁଲେଟ୍ ଭୁବନେଶ୍ୱରରୁ ମିଳିଛି । ଆଉ ଆନ୍ଧ୍ରପ୍ରଦେଶରୁ ଆସି ବୁଲେଟ୍ ନେଇଛନ୍ତି ଗାଡ଼ି ମାଲିକ । ବୁଲେଟ୍ ପାଇ ଖୁସି ହେବା ସହ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଗାଡ଼ି ମାଲିକ । ତେବେ ଚୋରଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଓ ମୋଟର ସାଇକେଲ ଉପଯୁକ୍ତ ଲୋକଙ୍କୁ ଫେରାଇଛି କମିଶନରେଟ୍ ପୋଲିସ । ପାଖାପାଖି ୮୦ଟି ମୋବାଇଲ, ୨୭ଟି ଚୋରି ବାଇକ ମାଲିକଙ୍କୁ ଫେରାଇଛି ପୋଲିସ । ଚଳିତ ବର୍ଷ ପାଖାପାଖି ୮୦୦ ମୋବାଇଲ ସହ ୧୬୭ଟି ଚୋରି ବାଇକ୍ ମାଲିକଙ୍କୁ ଫେରାଇଲାଣି ପୋଲିସ ।

The post ଆନ୍ଧ୍ରରେ ହଜିଲା ଗାଡି ଓଡ଼ିଶାରେ ମିଳିଲା । ଗାଡି ପାଇବା ପରେ ଓଡିଶା ପୋଲିସକୁ ଧନ୍ୟବାଦ ଜଣାଇଲେ ମାଲିକ । first appeared on Kanak News.

from Kanak News
via <a href="https://ifttt.com/?

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ । ଜାଣନ୍ତୁ ସବୁଠାରୁ ଦାମୀ ଖେଳାଳୀ ସ୍ମୃତି ମନ୍ଧାନାଙ୍କ ବାବଦରେ

କନକ ବ୍ୟୁରୋ : ଶନିବାର ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳୀ ନିଲାମୀ ହେଉଛି । ଗତବର୍ଷ ମହିଳା ପ୍ରିମିୟର ଲିଗର ଆରମ୍ଭ ହୋଇଥିଲା । ମାତ୍ର ଆପଣ ଜାଣିଛନ୍ତି କି, ମହିଳା ପ୍ରିମିୟର ଲିଗ ନିଲାମୀରେ ସବୁଠାରୁ ଦାମୀ ଖେଳାଳୀ କିଏ । ଭାରତୀୟ ମହିଳା କ୍ରିକେଟ ଟିମର ଖେଳାଳୀ ସ୍ମୃତି ମନ୍ଧାନା ହେଉଛନ୍ତି ପ୍ରିମିୟର ଲିଗର ଦାମୀ ଖେଳାଳୀ । ଗତବର୍ଷ ପ୍ରିମିୟର ଲିଗ୍ ନିଲାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସ୍ମୃତି ମନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଥିଲା ।

ଯଦି ପ୍ରଦର୍ଶନ କଥା କହିବା ତେବେ ଗତବର୍ଷ ସ୍ମୃତିଙ୍କ ପ୍ରଦର୍ଶନ ସବୁଠାରୁ ଖରାପ ଥିଲା । ଗତବର୍ଷ ସବୁଠାରୁ ଅଧିକ ରନ କରିଥିବା ୧୫ ଖେଳାଳୀଙ୍କ ମଧ୍ୟରେ ମଧ୍ୟ ସ୍ମୃତି ସ୍ଥାନ ପାଇ ନଥିଲେ । ଏହାସହ ସମୁଦାୟ ସିରିଜରେ ସେ ଗୋଟିଏ ବି ଅର୍ଦ୍ଧଶତକ କରିବାରେ ସଫଳ ହୋଇ ନଥିଲେ । ସେ ଆରସିବି ତରଫରୁ ୮ ଟି ମ୍ୟାଚ ଖେଳି ମୋଟ ୧୪୯ ରନ କରିବାରେ ସକ୍ଷମ ହୋଇଥିଲେ । ପୁରା ସିଜିନରେ ସେ ୨୨ ଟି ଚୌକା ଓ ୩ଟି ଛକ୍କା ମାରିଥିଲେ ।

ସେପଟେ ସ୍ମୃତିଙ୍କ ଖରାପ ପ୍ରଦର୍ଶନର ପ୍ରଭାବ ଦଳ ଉପରେ ପଡିଥିଲା । ଗତବର୍ଷ ଆରସିବି ୮ଟି ମ୍ୟାଚ ଖେଳି ମାତ୍ର ୨ଟି ମ୍ୟାଚରେ ବିଜୟୀ ହୋଇଥିଲା । ଏହି କାରଣରୁ ଦଳ ପ୍ଲେ ଅଫରୁ ବାଦ ପଡିଥିଲା ।

The post ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ । ଜାଣନ୍ତୁ ସବୁଠାରୁ ଦାମୀ ଖେଳାଳୀ ସ୍ମୃତି ମନ୍ଧାନାଙ୍କ ବାବଦରେ first appeared on Kanak News.

from Kanak News
via <a href="https://ifttt.com/?

ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବଡ ଧରଣର ଏନଆଇଏ ରେଡ । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସଂପର୍କ ଥିବା ଅଭିଯୋଗରେ ୧୩ ଗିରଫ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ଆଇଏସଆଇଏସର ଷଡଯନ୍ତ୍ର ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ ରୁ ଅଧିକ ସ୍ଥାନରେ ଚଢାଉ କରିଛି । ଆଜି ସକାଳେ ଏନଆଇଏ ଦ୍ୱାରା ମୋଟ ୪୧ଟି ସ୍ଥାନରେ ଚଢାଉ କରାଯାଇଛି । ଏହି କ୍ରମରେ ୧୩ ଜଣଙ୍କୁ ଗିରଫ କରାଯାଇଛି ।

ଅଲକାଏଦା ଓ ଆଇଏସଆଇଏସ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ହିଂସାତ୍ମକ ଉଗ୍ରବାଦୀ ବିଚାରଧାରାର ଶପଥ ନେଇ ଆତଙ୍କବାଦୀ ଗ୍ୟାଙ୍ଗ ଗଠନ କରିଥିବା ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀଙ୍କ ଷଡଯନ୍ତ୍ର ସଂପର୍କରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ଫୋର୍ସ ସହ ଏନଆଇଏ ଆଧିକାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଧର୍ମ ଆଧାରେ ଏବଂ ସମଭାବାପ୍ନ ଯୁବକମାନଙ୍କୁ ନିଯୁକ୍ତି ଦେଇ ଭାରତରେ ଇସଲାମିକ ଶାସନ ପ୍ରତିଷ୍ଠା କରିବା ପାଇଁ ଆତଙ୍କବାଦୀ ସଂଗଠନଗୁଡିକ ହିଂସାତ୍ମକ ଜିହାଦ ଆରମ୍ଭ କରିଛନ୍ତି ।

ଗତମାସରେ ଆଇଏସଆଇଏସର ଏକ ବଡ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ ହୋଇଥିଲା । ସେତେବେଳେ ଆଇଏସ ଆଇଏସର ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଥିଲା । ତାର ବୟାନ ଆଧାରରେ ଏହି ଷଡଯନ୍ତ୍ରର ଗୁମର ଫିଟିଥିଲା ।

The post ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବଡ ଧରଣର ଏନଆଇଏ ରେଡ । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସଂପର୍କ ଥିବା ଅଭିଯୋଗରେ ୧୩ ଗିରଫ first appeared on Kanak News.

from Kanak News
via <a href="https://ifttt.com/?

କେସିଆରଙ୍କ ଅସ୍ତ୍ରୋପଚାର ସଫଳ । ଶୁକ୍ରବାର ପଡିଯାଇ ଆହତ ହୋଇଥିଲେ ।

କନକ ବ୍ୟୁରୋ: ଶୁକ୍ରବାର ଦିନ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବାମପାଶ୍ୱର୍ ନିତମ୍ବାସ୍ଥି ଖଞ୍ଜାର ସମ୍ପୂର୍ଣ୍ଣ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଥିବା କଥା ‘ଯଶୋଦା ହସ୍ପିଟାଲ୍‌’ କହିଛି। ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଓ ଅନ୍ୟ ଡାକ୍ତରୀ କର୍ମଚାରୀମାନେ ‘କେସିଆର୍‌’ଙ୍କ ନିତମ୍ବାସ୍ଥି ଖଞ୍ଜା ପ୍ରତିରୋପଣ ନିମନ୍ତେ ଅସ୍ତ୍ରୋପଚାର କରିଥିଲେ।

ଶୁକ୍ରବାର ରାତିରେ ଡାକ୍ତରଖାନା ଜାରି କରିଥିବା ‘ହେଲ୍‌ଥ୍‌ ବୁଲେଟିନ୍‌’ରେ କହିଛି, ବ୍ୟବସ୍ଥିତ ଭାବେ ରାଓଙ୍କ ବାମପାର୍ଶ୍ବ ନିତମ୍ବାସ୍ଥିର ସମ୍ପୂର୍ଣ୍ଣ ପ୍ରତିରୋପଣ କରାଯାଇଛି। ଏଥି ନିମନ୍ତେ କରାଯାଇଥିବା ଅସ୍ତ୍ରୋପଚାରକୁ ସେ ଖୁବ୍‌ ସହ୍ୟ କରିଛନ୍ତି ଓ ଅସ୍ତ୍ରୋପଚାର ସମୟରେ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସ୍ବାଭାବିକ ଥିଲା।

ଅସ୍ତ୍ରୋପଚାର ପରେ ରାଓଙ୍କୁ ଅନ୍ୟ ଏକ ପ୍ରକୋଷ୍ଠକୁ ସ୍ଥାନାନ୍ତର କରାଯାଇଛି ଓ ସେ ସୁସ୍ଥ ହେଉଛନ୍ତି। ୬ରୁ ୭ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ତାଙ୍କୁ ସାଲାଇନ୍‌, ସଂକ୍ରମଣ ପ୍ରତିରୋଧକାରୀ ଆଣ୍ଟିବାୟୋଟିକ୍‌ ଓ ଯନ୍ତ୍ରଣାନାଶକ ଔଷଧ ଦିଆଯାଉଛି। ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ପରେ ଚଳପ୍ରଚଳ କରିବା, ଫିଜିଓଥେରାପି ଦେବା ଓ ପୋଷକତତ୍ତ୍ବ ଦେବା ବିଷୟରେ ବିଚାର କରାଯିବ ବୋଲି ଡାକ୍ତରଖାନା ଜାରି କରିଥିବା ବୁଲେଟିନ୍‌ରେ କୁହାଯାଇଛି।

The post କେସିଆରଙ୍କ ଅସ୍ତ୍ରୋପଚାର ସଫଳ । ଶୁକ୍ରବାର ପଡିଯାଇ ଆହତ ହୋଇଥିଲେ । first appeared on Kanak News.

from Kanak News
via <a href="https://ifttt.com/?

ପାରାଦ୍ୱୀପରେ ଜାହାଜରୁ ୨୨୦କୋଟି ଟଙ୍କାର କୋକେନର ଖୋଲିବ ରହସ୍ୟ । ତଦନ୍ତରେ ସହଯୋଗ ପାଇଁ ପହଞ୍ଚିଲେ ଟ୍ରାନ୍ସଲେଟର ।

କନକ ବ୍ୟୁରୋ: ଜାହାଜରୁ କୋକେନ୍ ଜବତ ଘଟଣା । ତଦନ୍ତରେ ସହଯୋଗ ପାଇଁ ପାରାଦୀପରେ ପହଂଚିଛନ୍ତି ଅନୁବାଦକ । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକଙ୍କର ସହଯୋଗ ନିଆଯାଇଛି । ନଭେମ୍ବର ୧ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତେଣୁ ଅନୁବାଦକଙ୍କର ସହାୟତା ନିଆଯାଇଛି ।

ଅନୁବାଦକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବାବେଳେ ଆଜି ଅଟକ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କୁ ସକ୍ଷାତ କରି ସେମାନଙ୍କ ମାଧ୍ୟମରେ ପ୍ରଶ୍ନ ପଚରାଜାଇ ତଦନ୍ତ ଆରମ୍ଭ ହୋଇଛି । ତେବେ କେଉଁଠୁ ଆସିଥିଲା ଏବେ ଟଙ୍କାର କୋକେନ୍ ଏବଂ କେଉଁଠିକୁ ଯାଉଥିଲା ତଦନ୍ତ ପରେ ଜବତ କୋକେନର ରହସ୍ୟ ଖୋଲିବ ବୋଲି କୁହାଯାଉଛି ।

The post ପାରାଦ୍ୱୀପରେ ଜାହାଜରୁ ୨୨୦କୋଟି ଟଙ୍କାର କୋକେନର ଖୋଲିବ ରହସ୍ୟ । ତଦନ୍ତରେ ସହଯୋଗ ପାଇଁ ପହଞ୍ଚିଲେ ଟ୍ରାନ୍ସଲେଟର । first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ, ଗାଁକୁ ଯାଇ ଲୋକଙ୍କୁ ଭେଟିବାକୁ ମିଳିଛି ନିର୍ଦ୍ଦେଶକ ।

କନକ ବ୍ୟୁରୋ: ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ବିଜପି ରାଜ୍ୟ ସଭାପତି ମନମୋହନ ସାମଲ ନିଜ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରୀୟ ନେତୃତ୍ୱଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ ପୁଣି ଥରେ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାକୁ ସୂଚନା ଦେଇଛନ୍ତି ମନମୋହନ । ଗାଁକୁ ଯିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ । ଏନେଇ ନିଜର ଓ ପାଖ ପଞ୍ଚାୟତ ଯିବାକୁ ଟାସ୍କ ଦେଇଛନ୍ତି । ଏବେ ସୁଦ୍ଧା ୧୨ଶହ ପାଖାପାଖି ପଞ୍ଚାୟତ ଗସ୍ତ ସରିଲାଣି । ବାକି ୫ହଜାର ପଞ୍ଚାୟତ ଗୁଡିକୁ ଖୁବ ଶିଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଓ କାର୍ଯ୍ୟକର୍ତା ମାନେ । ଶୀର୍ଷନେତୃତ୍ୱଙ୍କ ଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ । ତୃଣମୁଳ ସଙ୍ଗଂନ ସୁଦୃଢ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।

The post କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ, ଗାଁକୁ ଯାଇ ଲୋକଙ୍କୁ ଭେଟିବାକୁ ମିଳିଛି ନିର୍ଦ୍ଦେଶକ । first appeared on Kanak News.

from Kanak News
via <a href="https://ifttt.com/?

୩ଶହ କୋଟିରୁ ଅଧିକ ଟଙ୍କା ଜବତ ମାମଲାରେ ରାଜନୀତି ଜୋରଦାର । ଚର୍ଚ୍ଚାରେ ମୋଦୀଙ୍କ ପୋଷ୍ଟ । କହିଲେ ଲୋକଙ୍କ ପାଖକୁ ଫେରିବ ଟଙ୍କା  । 

କନକ ବ୍ୟୁରୋ: ଚାରି ଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉରେ ଜବତ ହୋଇଛି ୩ଶହରୁ ଅଧିକ ଟଙ୍କା । ପ୍ରଶ୍ନ ଉଠୁଛି, ତା ପଛର ଚେହେରା କିଏ? ଯଦିଓ ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ଆୟକର ଫାଙ୍କି ଜମା କରିଥିବା ଏହି ଟଙ୍କା ବୋଲି କୁହାଯାଉଛି । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଏତେ ଟଙ୍କା ଜବତ ପରେ ରାଜନୀତି ତେଜିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଲୁଟ୍ ଟଙ୍କାର ଗୋଟିଏ ଗୋଟିଏ ପଇସା ସୁଝିବାକୁ ପଡ଼ିବ । କଂଗ୍ରେସକୁ ଟାର୍ଗେଟକୁ କରି  ମୋଦୀ ଲେଖିଛନ୍ତି, ଦେଶବାସୀ ଏହି ଟଙ୍କା ପାହାଡ଼କୁ ଦେଖନ୍ତୁ ଏବଂ ଏମାନଙ୍କ ନେତାଙ୍କ ସଚ୍ଚୋଟତାର ଭାଷଣକୁ ମଧ୍ୟ ଶୁଣନ୍ତୁ । ଜନତାଙ୍କ ଠାରୁ ଯେତେ ଟଙ୍କା ଲୁଟ୍ ହୋଇଛି ତାର ପ୍ରତିଟି ପଇସା ଫେରାଇବାକୁ ହେବ । ଏହା ମୋଦୀଙ୍କ ଗ୍ୟାରେଂଟି ।

ମୋଦୀଙ୍କ ଏହି ପୋଷ୍ଟ ପରେ ବିଜେପି ମଧ୍ୟ ମୋଦୀଙ୍କ ଗ୍ୟାରେିଂଟି କଥା କହି ଲୋକଙ୍କ ଟଙ୍କା ଫେରିବ ବୋଲି କହିଛି । ତେବେ ଜବତ ହୋଇଥିବା ଟଙ୍କା ଲୋକଙ୍କ ପାଖକୁ କେମିତି ଫେରିବ, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଜବତ ହୋଇଥିବା ଟଙ୍କା ଆଇନ ଅନୁସାରେ ଆୟକର ବିଭାଗ, ଆରବିଆଇ ଭଳି ସଂସ୍ଥା ଅଧୀନରେ ରହିବ । ତେଣୁ ଏହି ଟଙ୍କା ଲୋକ କେମିତି ପାଇବେ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।

The post ୩ଶହ କୋଟିରୁ ଅଧିକ ଟଙ୍କା ଜବତ ମାମଲାରେ ରାଜନୀତି ଜୋରଦାର । ଚର୍ଚ୍ଚାରେ ମୋଦୀଙ୍କ ପୋଷ୍ଟ । କହିଲେ ଲୋକଙ୍କ ପାଖକୁ ଫେରିବ ଟଙ୍କା  ।  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started