ଆଜିଠୁ ଆରମ୍ଭ ହେବାକୁ ଯାଉଛି ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ଲେଟସ୍ ସଟଲ ଟୁ ପଏଣ୍ଟ’ । ଭାଗ ନେଇଛନ୍ତି ୪୩୪ ଖେଳାଳି ।

କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ପକ୍ଷରୁ ଲେଟସ୍ ସଟଲ ‘ଟୁ ପଏଣ୍ଟ’ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ମ୍ୟାଚଗୁଡ଼ିକ ପୂର୍ବତଟ ରେଳବାଇ ଇନଡୋର ଷ୍ଟାଡିୟମରେ ହେବ । ବ୍ୟାଡମିଣ୍ଟନ କ୍ଷେତ୍ରରେ ନୂଆ ବିପ୍ଳବ ସୃଷ୍ଟି କରିବାକୁ ଯାଉଛି ।

ଏହି ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣରେ ଭାଗ ନେଉଛନ୍ତି ୪୩୪ ଖେଳାଳି । ମୋଟ ୪ଟି ବର୍ଗରେ ଖେଳାଯିବ । ବରିଷ୍ଠ ପୁରୁଷ, ମହିଳା, କର୍ପୋରେଟ୍/ ସରକାରୀ କର୍ମଚାରୀ ଏବଂ ଜମ୍ବଲ୍ଡ ବର୍ଗରେ ହେବ ପ୍ରତିଯୋଗିତା । ରାଜ୍ୟ ମାନ୍ୟତାର ଶ୍ରେଷ୍ଠ ୧୦ ମହିଳା ଖେଳାଳି ଓ କ୍ରୀଡ଼ା କୋଟାରେ ଚାକିରି ପାଇଥିବା ଖେଳାଳିଙ୍କୁ ବାଦ ଦେଇ ଅନ୍ୟ ମହିଳା ଖେଳାଳି ଭାଗ ନେବେ । ପ୍ରତିବର୍ଗ ଲାଗି ବିଜେତାଙ୍କୁ ୨୦ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ । ସେହିପରି ଉପବିଜେତାଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ । ଏଥିସହ ସେମିଫାଇନାଲିଷ୍ଟଙ୍କୁ ୫ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଜାତୀୟ ବ୍ୟାଡମିଣ୍ଟନ ବିଜେତା ମିଥୁନ ମଂଜୁନାଥ ।

The post ଆଜିଠୁ ଆରମ୍ଭ ହେବାକୁ ଯାଉଛି ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ଲେଟସ୍ ସଟଲ ଟୁ ପଏଣ୍ଟ’ । ଭାଗ ନେଇଛନ୍ତି ୪୩୪ ଖେଳାଳି । first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ବିଧାୟକଙ୍କୁ ବିବାହ କରିବେ ଆଇଏଏସ୍ । ନିମନ୍ତ୍ରଣ ହୋଇଛନ୍ତିି ପାଖାପାଖି ୩ ଲକ୍ଷ ଅତିଥି ।

କନକ ବ୍ୟୁରୋ: ଆଦମପୁରର ବିଜେପି ବିଧାୟକ ଓ ଆଇଏଏସ୍ ଅଧିକାରୀଙ୍କ ବିବାହ ଚର୍ଚ୍ଚାରେ ରହିଛି। ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀ ବି‌ଷ୍ଣୋଇ ଡିସେମ୍ବର ୨୨ ତାରିଖରେ ବିବାହ ହେବାକୁ ଯାଉଛି। ଏହି ବିବାହକୁ ୩ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ଭୋଜି ହେବାର ଯୋଜନା ରହିଛି। ବିବାହ ପରେ ଭବ୍ୟ ବି‌ଷ୍ଣୋଇ ଓ ଆଇଏଏସ ପରୀଙ୍କୁ ନେଇ ନୂଆଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ଭିଭିଆଇପି ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।

ଆଇଏସ ପରୀ ବି‌ଷ୍ଣୋଇ ରାଜସ୍ଥାନର ବାସିନ୍ଦା । ସେ ବିବାହ କରିବାକୁ ଯାଉଥିବା ବିଧାୟକ ଜଣକ ଦକ୍ଷିଣ ଅକ୍ସଫୋର୍ଡରୁ ଡିଗ୍ରୀ ହାସଲ କରିଛନ୍ତି। ଭାଜପା ବିଧାୟକ ଭବ୍ୟ ବି‌ଷ୍ଣୋଇଙ୍କ ବାପା ହେଉଛନ୍ତି ପୂର୍ବତନ ସାଂସଦ କୁଲଦୀପ ବି‌ଷ୍ଣୋଇ। ସେ ହିସାରର ଆଦମପୁରରେ ୫୫ଟି ଗାଁ ବୁଲିବୁଲି ପୁଅ ବିବାହର ନିମନ୍ତ୍ରଣ ଦେଇଛନ୍ତି।

କୁଲଦୀପ ବି‌ଷ୍ଣୋଇ କହିଛନ୍ତି, ‘ଯେ‌ତେ‌ବେଣଳେ ମୋର ବିବାହ ହୋଇଥିଲା, ମୋର ବାପା ଆଦମପୁର ଗ୍ରାମକୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ। ବାପାଙ୍କ ପଦାଙ୍କ ଅନୁସରଣ କରି ମୁଁ ବି ପୁଅ ବିବାହ ପାଇଁ ଗାଁ ଗାଁ ବୁଲି ନିମନ୍ତ୍ରଣ କାର୍ଡ ବାଣ୍ଟିଛି। ସମ୍ପର୍କକୁ ଯୋଡ଼ି ରଖିବାକୁ ମୁଁ ସର୍ବଦା ଚାହେଁ। ତେଣୁ ପୁଅ ବିବାହର ନିମନ୍ତ୍ରଣ ଦେବା ପାଇଁ ମୁଁ ଅନ୍ୟ ‌ଲୋକଙ୍କୁ ବି ପଠାଇ ପାରି ଥାଆନ୍ତି କିନ୍ତୁ ମୋତେ ତାହା ଠିକ ଲାଗିଲା ନାହିଁ। ତେଣୁ ମୁଁ ନିଜେ ଯାଇ ଗାଁ ଲୋକଙ୍କୁ ନିମନ୍ତ୍ରଣ ଦେଇ ଆସିବାକୁ ସ୍ଥିର କରିଥିଲି।’ ବିଜେପି ବିଧାୟକ ଭବ୍ୟଙ୍କ ଜେଜେବାପା ଚୌଧୁରୀ ଭଜନଲାଲ ଦୁଇଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଥରେ ହରିୟାଣାରୁ ରାଜ୍ୟସଭା ଓ ତିନିଥର ଲୋକସଭାର ସଦସ୍ୟ ରହିଛନ୍ତି।

The post ବିଜେପି ବିଧାୟକଙ୍କୁ ବିବାହ କରିବେ ଆଇଏଏସ୍ । ନିମନ୍ତ୍ରଣ ହୋଇଛନ୍ତିି ପାଖାପାଖି ୩ ଲକ୍ଷ ଅତିଥି । first appeared on Kanak News.

from Kanak News
via <a href="https://ifttt.com/?

ସୋମବାର ସୁଦ୍ଧା ଘୋଷଣା ହୋଇପାରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀ ଚେହେରା ନେଇ ସିଧାସଳଖ ବିଧାୟକଙ୍କ ମତ ନେବେ ପର୍ଯ୍ୟବେକ୍ଷକ ।

କନକ ବ୍ୟୁରୋ: ଆସନ୍ତା ସୋମବାର ସୁଦ୍ଧା ତିନି ରାଜ୍ୟ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ବିଜେପି । ତିନି ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ସିଧାସଳଖ ବିଧାୟକଙ୍କ ସହ କଥା ହୋଇ ସେମାନଙ୍କ ମତ ନେବେ ପର୍ଯ୍ୟବେକ୍ଷକ । ଏହା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ପରାମର୍ଶ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ।

ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଜେପି କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନକରି ବିଜୟୀ ହୋଇଥିଲା । ଏହି ତିନି ରାଜ୍ୟରେ ଅନେକ ସାଂସଦ ଓ ମନ୍ତ୍ରୀ ବିଧାନସଭା ନିର୍ବାଚନ ଲଢିଥିଲେ । ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜୟୀ ହୋଇଛନ୍ତି । ଏହା ପରେ ସେମାନେ ସାଂସଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୌଡ ଅଧିକ ରୋଚକ ହୋଇପଡିଛି । ଏମାନଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ମଧ୍ୟ ବଢିଛି ।

The post ସୋମବାର ସୁଦ୍ଧା ଘୋଷଣା ହୋଇପାରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ । ମୁଖ୍ୟମନ୍ତ୍ରୀ ଚେହେରା ନେଇ ସିଧାସଳଖ ବିଧାୟକଙ୍କ ମତ ନେବେ ପର୍ଯ୍ୟବେକ୍ଷକ । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ଖୋଲା ସ୍ଥାନରେ ମଦ ବିକୁଥିଲେ ସାବଧାନ । ଉଠାଇନେବ କମିଶନରେଟ୍ ପୋଲିସ ।

କନକ ବ୍ୟୁରୋ:ରାଜଧାନୀରେ ଏଣିକି ଖୋଲା ସ୍ଥାନରେ ମଦ୍ୟପାନ କରିବା ପଡ଼ିବ ମହଙ୍ଗା । ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୁବନେଶ୍ୱରର ବିଭିନ୍ନ କଲୋନୀ, ଆବାସିକ ଅଂଚଳ, ଖଣ୍ଡଗିରି ଥାନା, କ୍ୟାପିଟାଲ ଥାନା ଅଂଚଳରେ ଥିବା ବିଭିନ୍ନ ଖଟି ଉପରେ ବ୍ୟାପକ ଅଭିଯାନ ଆରମ୍ଭ କରିଛି ପୋଲିସ । ଅଭିଯାନ ଆଧାରରେ ଖୋଲା ସ୍ଥାନରେ ମଦ୍ୟପାନ କରୁଥିବା ୧୫ଜଣଙ୍କୁ ଖଣ୍ଡଗିରି ଥାନା ଏବଂ ୧୧ ଜଣଙ୍କୁ କ୍ୟାପିଟାଲ ଥାନା ଉଠାଇ ନେଇଛି । ସେଫ୍ ସିଟି ଡ୍ରାଇଭ ଭୁବନେଶ୍ୱର ଅନ୍ତର୍ଗତ ଏହି ଅଭିଯାନ ଚଳାଇଛି କମିଶନରେଟ୍ ପୋଲିସ । ଏଥିରେ ଟିମ୍-୬୦ ଓ ସିଟିଏସ୍ ଫୋର୍ସର ଅଧିକାରୀ ନିୟୋଜିତ ହୋଇଛନ୍ତି ।

The post ରାଜଧାନୀରେ ଖୋଲା ସ୍ଥାନରେ ମଦ ବିକୁଥିଲେ ସାବଧାନ । ଉଠାଇନେବ କମିଶନରେଟ୍ ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରୋରୁ ଆସିଲା ଖୁସି ଖବର । ସୂର୍ଯ୍ୟ ସହ ସେଲଫି ଉଠାଇଥିଲା ଆଦିତ୍ୟ ଏଲ-୧ ,ପଠାଇଲା ସୂର୍ଯ୍ୟର ପୂର୍ଣ୍ଣ ଗୋଲାକାର ଫଟୋ  । 

କନକ ବ୍ୟୁରୋ: ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର କଏଦ କରିଛି ଆଦିତ୍ୟ ଏଲ୍-ୱାନ । ସୂର୍ଯ୍ୟର ଏହି ଚିତ୍ର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ଏପରି ଚିତ୍ର ପ୍ରଥମ ଥର ପାଇଁ ଉତୋଳନ କରାଯାଇଛି । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଫଟୋ ଅପ୍ଲୋଡ୍ କରିବା ସହ ଏ ନେଇ ସୂଚନା ଦେଇଛି ଇସ୍ରୋ ।

ସୂର୍ଯ୍ୟର ଏହି ପୂର୍ଣ୍ଣ ଗୋଲାକାର ଚିତ୍ରରେ ‘ଫଟୋସ୍ପିୟର’ ଓ ‘କ୍ରୋମୋସ୍ପିୟର’ର ଛୋଟ ଛୋଟ ଅଂଶ ଦୃଶ୍ୟମାନ ହେଉଛି । ଆଦିତ୍ୟ ଏଲ-ୱାନ୍ ସହ ସଂଯୁକ୍ତ ସୋଲାର ଅଲଟ୍ରା ଭାଓଲେଟ୍ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେ-ଲୋଡ୍ରୁ ଏହି ଚିତ୍ର ନିଆଯାଇଛି । ୨୦୦ରୁ ୪୦୦ ନାନୋମିଟର ୱେଭ୍ଲେନ୍ଥ ରେଂଜ ମଧ୍ୟରେ ଫଟୋ ଉଠାଯାଇଛି । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସଂପର୍କରେ ଅଧ୍ଚଳ ଗବେଷଣା ପାଇଁ ଏହା ସହାୟକ ହେବ । ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୨୦ ତାରିଖରେ ‘ସୁଟ’ ପେ-ଲୋଡ୍କୁ ସକ୍ରୀୟ କରାଯାଇଥିଲା । ଡିସେମ୍ବର ୬ ତାରିଖରେ ପେ-ଲୋଡ୍ର ଟେଲିସ୍କୋପ୍ ପ୍ରଥମ ଚିତ୍ର କଏଦ କରିଥିଲା ।

The post ଇସ୍ରୋରୁ ଆସିଲା ଖୁସି ଖବର । ସୂର୍ଯ୍ୟ ସହ ସେଲଫି ଉଠାଇଥିଲା ଆଦିତ୍ୟ ଏଲ-୧ ,ପଠାଇଲା ସୂର୍ଯ୍ୟର ପୂର୍ଣ୍ଣ ଗୋଲାକାର ଫଟୋ  ।  first appeared on Kanak News.

from Kanak News
via <a href="https://ifttt.com/?

ବିଡିଓଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୋଗରାଇ କଂଗ୍ରେସ । ବ୍ଲକ ପରିସରରେ ଥିବା ୨୦ରୁ ଅଧିକ ଗଛ କାଟି ଲକ୍ଷାଧିକ ଟଙ୍କାରେ ବିକ୍ରି ଅଭିଯୋଗ ।

କନକ ବ୍ୟୁରୋ: ଭୋଗରାଇ ବ୍ଲକ ପରିସରରୁ ଗଛ କଟାଯିବା ଘଟଣାରେ ବିଡିଓଙ୍କ ଗିରଫଦାରୀ ଦାବି କରିଛି କଂଗ୍ରେସ । ଗଛ କଟା ପାଇଁ ବିଡିଓଙ୍କୁ ଦାୟୀ କରିବା ସହ ପ୍ରଶାସନକୁ ତିନି ଦିନ ସମୟ ଦେଇଥିଲା କଂଗ୍ରେସ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଭୋଗରାଇ କଂଗ୍ରେସ ଦଳ ଭୋଗରାଇ ଥାନାରେ ଏତଲା ଦେଇଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଶହ ଶହ ବର୍ଷର ପୁରୁଣା ଗଛକୁ ରାତି ଅଧରେ ଲୁଟ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା । ଲୁଟ ବେଳର ଭିଡିଓ ଭାଇରଲ ମଧ୍ୟ ହୋଇଥିଲା । ଆଉ ଏଥିରେ ସିଧାସଳଖ ବିଡିଓଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ଆଣି ମାମଲା ରୁଜୁ କରିବାକୁ ଦାବି କରିଥିଲା କଂଗ୍ରେସ । ବ୍ଲକ ପରିସରରୁ ପ୍ରାୟ ୨୦ରୁ ଅଧିକ ଗଛ କଟାଯାଇ ଏହାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ପ୍ରମାଣ ନଷ୍ଟ ପାଇଁ କିଛି ଗଛର ମୂଳକୁ ତାଡ଼ି ଦିଆଯିବା ସହିତ ଅନ୍ୟ କିଛି ଗଛର ମୂଳକୁ ନିଆଁ ଲଗାଇ ପୋଡ଼ାଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା । ତେବେ ଆଗକୁ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ଦଳ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅନଶନରେ ବସିବ ବୋଲି ଚେତାବନୀ ଦେଇଛି । ସେପଟେ ବିଡିଓ କହିଛନ୍ତି ଏହି ସବୁ ଗଛ ପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ ।

The post ବିଡିଓଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୋଗରାଇ କଂଗ୍ରେସ । ବ୍ଲକ ପରିସରରେ ଥିବା ୨୦ରୁ ଅଧିକ ଗଛ କାଟି ଲକ୍ଷାଧିକ ଟଙ୍କାରେ ବିକ୍ରି ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ । ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୬୪କଳା । ଆନନ୍ଦବଜାରରେ ହେବ ନୂଆ କଳେବର ।

କନକ ବ୍ୟୁରୋ: ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ । ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୧୬ କଳା । ଆନନ୍ଦବଜାରରେ ହେବ ନୂଆ କଳେବର । ଏନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିର୍ମାଣ ପ୍ରକ୍ରିୟା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭିକସନ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ନାକଚଣା ଦ୍ୱାର ନିକଟ ବରଗଛକୁ ହୋଇଥିବା ପିଣ୍ଡିକୁ ମଧ୍ୟ ଜେସିପି ସାହାଯ୍ୟରେ ହଟାଇ ଦିଆଯାଇଛି । ଏଥିସହିତ ମନ୍ଦିର ପରିସରକୁ ଲାଗି ରହିଥିବା ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି ।

The post ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ । ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୬୪କଳା । ଆନନ୍ଦବଜାରରେ ହେବ ନୂଆ କଳେବର । first appeared on Kanak News.

from Kanak News
via <a href="https://ifttt.com/?

ଛତ୍ରପୁର ଯବାନ ଡିଲେଶ୍ୱର ପାତ୍ର ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତ ଗିରଫ । ୨ଟି ଫୋନ୍ ,୨ଟି ଗାଡ଼ି ଜବତ । କ୍ରିକେଟ ଖେଳକୁ ନେଇ ହୋଇଥିଲା ହତ୍ୟା ।

କନକ ବ୍ୟୁରୋ: ଛତ୍ରପୁର ଯବାନ ଜେ. ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଚମାଖଣ୍ଡି ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାଳିପଲ୍ଲୀ ଗ୍ରାମର ଜେ. କଲ୍ୟାଣୀ ପାତ୍ର, ସିଏଚ୍. ଶେଖର, ବି. ଚେନେୟା, ନିମଖଣ୍ଡି ଥାନା ଅଂଚଳର ବି. ବୁଲୁ ପାତ୍ର ଓ ସିଏଚ. ବିକି କୁମାର ପାତ୍ର । ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଓ ଦୁଇଟି ଗାଡି ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମିନା ।

ଗତ ରବିବାର ଡିଲେଶ୍ୱର ଗୋପାଳପୁରରେ ଆୟୋଜିତ ଏକ କ୍ରିକେଟ ମ୍ୟାଚରେ ଅତିଥି ହୋଇ ଯାଇଥିଲେ । ସେଠାରେ କୌଣସି କାରଣରୁ ପରାଜିତ ଦଳର କିଛି ଖେଳାଳୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ତାପରେ ଡିଲେଶ୍ୱର ଘରକୁ ଫେରୁଥିବାବେଳେ କିଛି ଦୁବୃର୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁରର ଏମକେସିଜି ଓ ତାପରେ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତାଙ୍କୁ ବଂଚାଇବା ସମ୍ଭବ ହୋଇନଥିଲା । ଶେଷରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

The post ଛତ୍ରପୁର ଯବାନ ଡିଲେଶ୍ୱର ପାତ୍ର ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତ ଗିରଫ । ୨ଟି ଫୋନ୍ ,୨ଟି ଗାଡ଼ି ଜବତ । କ୍ରିକେଟ ଖେଳକୁ ନେଇ ହୋଇଥିଲା ହତ୍ୟା । first appeared on Kanak News.

from Kanak News
via <a href="https://ifttt.com/?

ଆଗକୁ କ’ଣ କରିବେ ଟିଏମସି ସାଂସଦ ମହୁଆ ମୋଇତ୍ରା  । ସାଂସଦ ପଦ ଯିବା ପରେ ମୌଳିକ ଅଧିକାର ଉଲଙ୍ଘନ ନେଇ ଯାଇପାରନ୍ତି ସୁପ୍ରିମକୋର୍ଟ ।

କନକ ବ୍ୟୁରୋ: କ୍ୟାସ ଫର୍ କ୍ୟୁରୀ ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରା ତାଙ୍କର ସଂସଦୀୟ ପଦ ହରାଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦର ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ମୋଇତ୍ରାଙ୍କୁ ଗୃହରୁ ବହିଷ୍କାର କରିବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ସଂସଦରୁ ପ୍ରତ୍ୟାହାର ହେବା ପରେ ମହୁଆ ମୋଇତ୍ରାଙ୍କ ପାଖରେ କ’ଣ ବିକଳ୍ପ ରହିଛି ।

ସାମ୍ବିଧାନିକ ବିଶେଷଜ୍ଞଙ୍କ ମତରେ, ମହୁଆଙ୍କ ପାଖରେ ଯେଉଁସବୁ ବିକଳ୍ପ ଅଛି, ସେଥିରୁ ତାଙ୍କୁ କେତେ ଆଶ୍ୱସ୍ତି ମିଳିବ ତାହା କହିବା ସମ୍ଭବ ନୁହେଁ । ସାଂସଦ ତଥା ବରିଷ୍ଠ ଓକିଲ ବିବେକ ତନ୍ଖାଙ୍କ କହିବା ଅନୁସାରେ, ମହୁଆ ମୋଇତ୍ରା ତିନୋଟି ବିକଳ୍ପ ବ୍ୟବହାର କରିପାରିବେ । ପ୍ରଥମେ ସେ ଏହି ନିଷ୍ପତିର ସମୀକ୍ଷା କରିବା ପାଇଁ ସଂସଦକୁ ଅନୁରୋଧ କରିପାରିବେ । ତେବେ ଏହାକୁ ପୁନର୍ବିଚାର କରାଯିବ କି ନାହିଁ ତାହା ସଂସଦ ଉପରେ ନିର୍ଭର କରିବ । ଦ୍ୱିତୀୟରେ, ମୌଳିକ ଅଧିକାର ଓ ପ୍ରାକୃତିକ ନ୍ୟାୟର ଉଲ୍ଲଙ୍ଘନର ସୀମିତ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ତୃତୀୟରେ ରାୟକୁ ଗ୍ରହଣ କରି ୪ ମାସ ମଧ୍ୟରେ ପୁଣି ନିର୍ବାଚନ ଲଢ଼ନ୍ତୁ ବୋଲି କହିଛନ୍ତି ବିବେକ । ସେପଟେ ମହୁଆଙ୍କ ସଂସଦୀୟ ପଦକୁ ରଦ୍ଦ କରିବା ସହ ପୂରା ମାମଲାର ଆଇନଗତ ତଦନ୍ତ ପାଇଁ ସୁପାରିସ କରିଛି । ତେଣୁ ଆଗକୁ ମହୁଆଙ୍କ ଅଡ଼ୁଆ ବଢ଼ିପାରେ ବୋଲି କୁହାଯାଉଛି ।

The post ଆଗକୁ କ’ଣ କରିବେ ଟିଏମସି ସାଂସଦ ମହୁଆ ମୋଇତ୍ରା  । ସାଂସଦ ପଦ ଯିବା ପରେ ମୌଳିକ ଅଧିକାର ଉଲଙ୍ଘନ ନେଇ ଯାଇପାରନ୍ତି ସୁପ୍ରିମକୋର୍ଟ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଦୁନିଆର ଲୋକପ୍ରିୟ ନେତା । ‘ମର୍ଣ୍ଣିଂ କନସଲ୍ଟ’ ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ, ଦ୍ୱିତୀୟରେ ମେକ୍ସିକୋ ରାଷ୍ଟ୍ରପତି । 

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା । ଆମେରିକାର କନସଲଟାନ୍ସି ଫର୍ମ ‘ମର୍ଣ୍ଣିଂ କନସଲ୍ଟ’ର ସର୍ଭେରେ ଏହା ସାମ୍ନାକୁ ଆସିଛି । ସର୍ଭେରେ ମୋଦୀଙ୍କୁ ୭୬ ପ୍ରତିଶତ ଆପ୍ରୁଭାଲ ରେଟିଂ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ ଓବ୍ରାଡର୍ । ସେ ୬୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଦୁନିଆର ଦ୍ୱିତୀୟ ଲୋକପ୍ରିୟ ନେତା ହୋଇଛନ୍ତି ।

ଏହା ପରେ ସ୍ୱିଜରଲାଣ୍ଡର ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ ୫୮ ପ୍ରତିଶତ ଓ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭା ୪୯ ପ୍ରତିଶତ ରେଟିଂ ପାଇଛନ୍ତି । ଅଷ୍ଟ୍ରେଲିଆର ଆନ୍ଥୋନୀ ଅଲବାନିଜ୍ ତାଲିକାର ପଂଚମ ସ୍ଥାନରେ ରହିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୩୭ ପ୍ରତିଶତ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ୨୫ ପ୍ରତିଶତ ରେଟିଂ ପାଇଛନ୍ତି । ଗତ କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତାଲିକାର ଶୀର୍ଷରେ ରହିଆସିଛନ୍ତି । ବିଶ୍ୱର ୨୨ ଜଣ ନେତାଙ୍କ ଉପରେ କରାଯାଇଥିବା ସର୍ଭେକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୨୦୨୩ ମସିହା ସେପ୍ଟେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ହୋଇଥିବା ତଥ୍ୟ ଅନୁସାରେ, ଏହି ତାଲିକାରେ ମାତ୍ର ୧୮ ପ୍ରତିଶତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଡିସଆପ୍ରୁଭାଲ ବା ନାପସନ୍ଦ କରିଛନ୍ତି ।

The post ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଦୁନିଆର ଲୋକପ୍ରିୟ ନେତା । ‘ମର୍ଣ୍ଣିଂ କନସଲ୍ଟ’ ସର୍ଭେରେ ମିଳିଲା ୭୬ ପ୍ରତିଶତ ରେଟିଂ, ଦ୍ୱିତୀୟରେ ମେକ୍ସିକୋ ରାଷ୍ଟ୍ରପତି ।  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started