ସରୁନି ଟଙ୍କା ଗଣତି । ଗଣା ହେବାକୁ ଆହୁରି ବାକି ୧୩୬ ପ୍ୟାକେଟ୍ ନୋଟ୍ ।  ନିୟୋଜିତ ହୋଇଛନ୍ତି ୨୫ମେସିନ୍, ୧୫୦ କର୍ମଚାରୀ ।

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି । ବଲାଙ୍ଗୀର ଏସବିଆଇ ଶାଖା ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୭୬ ପ୍ୟାକେଟ ନୋଟ୍ ଜବତ ହୋଇଛି । ତାଭିତରୁ ୪୦ଟି ପ୍ୟାକେଟ ଗଣତି ସରିଛି । ସେଥିରୁ ପ୍ରାୟ ୪୬ କୋଟି ଟଙ୍କା ବାହାରିଛି । କାଲିଠୁ ଦୁଇ ଦିନ ଛୁଟି ଥିବା ବେଳେ କାମରେ ଦ୍ରୁତରେ କରାଯାଉଛି । ୨୫ଟି ମେସିନ୍ ସା୍ଙ୍ଗକୁୁ ୫୦ ଜଣ ଷ୍ଟାଫଙ୍କୁ ରଖାଯାଇଛି । ଆଉ କିଛି ମେସିନ୍ ମଧ୍ୟ ମଗାଯାଇଛି । ତାହା ବି କାମରେ ଲଗାଯିବ । ମେସିନ୍ ଗଣତି ବେଳେ ଖରାପ ହେଲେ ଅନ୍ୟ ମେସିନ ସବୁ ବ୍ୟାକଅପ୍ କରି ରଖାଯାଇଛି । ବ୍ୟାଗରେ ଶହେ ଟଙ୍କିଆରୁ ନେଇ ୫ଶହ ଟଙ୍କିଆ ପର୍ଯ୍ୟନ୍ତ ରହିଛି । ସେଥିପାଇଁ ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରାଯାଇପାରିବନି । ସଠିକ୍ ଭାବେ ମୂଲ୍ୟ କୁହାଯାଇପାରିବନି ।

ଏତେ ପରିମାଣରେ ଟଙ୍କା ମିଳୁଛି ଯେ ଗଣିବା ପାଇଁ ମେସିନ ମଧ୍ୟ ନିଅଂଟ ପଡ଼ୁଛି । ସେଥିପାଇଁ ବାରମ୍ବାର ଅଧିକ ମେସିନ ମଗାଯାଉଛି । ସେପଟେ ବଲାଙ୍ଗୀରରେ ପହଂଚିଛି ହାଇଦ୍ରାବାଦର ୨୫ ଜଣିଆ ଆନାଲିସିସ୍ ଟିମ୍ । ଏମାନେ ଚଡାଉ ହେଉଥିବା ସ୍ଥାନରେ କମ୍ପ୍ୟୁଟରର ଯାଂଚ କରିବେ । ଟଙ୍କା ନେଣଦେଣ ତର୍ଜମା କରିବେ । ସେହିପରି ବଡ଼ ଚଢାଉ ପାଇଁ ଆୟକର ବିଭାଗର ୧୫୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ଏମାନେ ବିଭିନ୍ନ ସ୍ଥାନରେ ଚଢାଉରେ ସାମିଲ ହୋଇଛନ୍ତି । ଗତକାଲି ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଥିଲା । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।

The post ସରୁନି ଟଙ୍କା ଗଣତି । ଗଣା ହେବାକୁ ଆହୁରି ବାକି ୧୩୬ ପ୍ୟାକେଟ୍ ନୋଟ୍ ।  ନିୟୋଜିତ ହୋଇଛନ୍ତି ୨୫ମେସିନ୍, ୧୫୦ କର୍ମଚାରୀ  । first appeared on Kanak News.

from Kanak News
via <a href="https://ifttt.com/?

ଭାଙ୍ଗିଗଲା ସୁଖର ସଂସାର ଗଢିବା ସ୍ୱପ୍ନ । ଶାଶୁଘର ଲୋକଙ୍କ ନିର୍ଯାତନା ଉଜାଡିଦେଲା ଜୀବନ । ଯନ୍ତ୍ରଣାରେ ରଶ୍ମୀତା ।

କନକ ବ୍ୟୁରୋ:ସବୁ ଝିଅଙ୍କ ଭଳି ବିବାହ କରି ସ୍ୱାମୀ ଓ ପରିବାର ସହ ସୁଖର ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖିଥିଲେ ଗୁଣୁପୁର ଜଗନ୍ନାଥ ନଗରର ଉଚ୍ଚ ଶିକ୍ଷିତ ଝିଅ ରଶ୍ମୀତା । କିନ୍ତୁ ସେହି ବିବାହ ଯେ ତାଙ୍କ ଜୀବନର ମୋଡକୁ ସମ୍ପୂର୍ଣ୍ଣ ବଦଳାଇ ଦେବ, ମରଣ ମୁହଁକୁ ଠେଲିଦେବ, ପ୍ରତି ଦିନ ମରି ମରି ବଂଚିବାକୁ ବାଧ୍ୟ କରିବ ତାହା ହୁଏତ ସେ ଭାବିନଥିଲେ । ହେଲେ ଶାଶୁଘର ଲୋକଙ୍କ ନିର୍ଯାତନାର ଶିକାର ହେବା ପରେ, ବଂଚିବାକୁ ସଂଘର୍ଷ କରୁଥିବା ରସ୍ମିତା, ଆମ୍ବୁଲାନ୍ସରେ କୋର୍ଟକୁ ଯାଇ ଜଜଙ୍କ ସାମନାରେ କହିଛନ୍ତି ସେଦିନର ଲୋମଟାଙ୍କୁରା କାହାଣୀ । ୨୦୨୨ ମସିହାର ରାୟଗଡାର ବହୁଚର୍ଚ୍ଚିତ ବଧୁହତ୍ୟା ଉଦ୍ୟମ ମାମଲାରେ ପୀଡିତା ରଶ୍ମିତା ପାଣିଗ୍ରାହୀ କୋର୍ଟରେ ପହଁଚି ବିଚାରପତିଙ୍କ ସମ୍ମୁଖରେ ନିଜର ବୟାନ ରଖିଛନ୍ତି । ଦୁଇ ପକ୍ଷରୁ ଓକିଲଙ୍କ ଉପସ୍ଥିତିରେ କହିଛନ୍ତି, ଶାଶୁଘରେ ସ୍ୱାମୀ କିରୋସିନ୍ ଢ଼ାଳି ଦେଇଥିବାବେଳେ, ଦେଢ଼ଶୁର ନିଆଁ ଲଗାଇ ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ।

The post ଭାଙ୍ଗିଗଲା ସୁଖର ସଂସାର ଗଢିବା ସ୍ୱପ୍ନ । ଶାଶୁଘର ଲୋକଙ୍କ ନିର୍ଯାତନା ଉଜାଡିଦେଲା ଜୀବନ । ଯନ୍ତ୍ରଣାରେ ରଶ୍ମୀତା । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାର ବରପୁତ୍ର  ବିଜୁ ବାବୁଙ୍କୁ ବି ଛାଡିଲେନି । ରିଲ୍ସ ବନାଇବାକୁ ଷ୍ଟାଚ୍ୟୁରୁ ଚଷମା ନେଇ ପିନ୍ଧିଲେ, ପୋଜ୍ ଦେଲେ ରାଜନଗର ଛାତ୍ର । 

କନକ ବ୍ୟୁରୋ: ଓଡ଼ିଶାର ବରପୁତ୍ର ଙ୍କୁ ବି ଛାଡ଼ିଲେନି । ରିଲ୍ସ କରିବାର ସବୁ ସୀମା ଟପିଗଲେ ଯୁବକ । କେନ୍ଦ୍ରାପଡ଼ା ରାଜନଗରର ଜଣେ ଛାତ୍ର ବିଜୁବାବୁଙ୍କ ଷ୍ଟାଚ୍ୟୁ ସହିତ ରିଲସ୍ କରୁଥିବାର ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।  ଛାତ୍ର ଜଣଙ୍କ ହେଉଛନ୍ତି ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଆଜାଦ କୁମାର ଦାସ । ବିଜୁ ବାବୁଙ୍କ ଷ୍ଟାଚ୍ୟୁରେ ଥିବା ଚଷମାରେ ବିଭିନ୍ନ ପୋଜ ଦେବା ସହ ତାଙ୍କ କାନ୍ଧରେ ହାତ ପକାଇ ରିଲସ୍ କରୁଛନ୍ତି ଯୁବକ ଜଣଙ୍କ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

The post ଓଡ଼ିଶାର ବରପୁତ୍ର  ବିଜୁ ବାବୁଙ୍କୁ ବି ଛାଡିଲେନି । ରିଲ୍ସ ବନାଇବାକୁ ଷ୍ଟାଚ୍ୟୁରୁ ଚଷମା ନେଇ ପିନ୍ଧିଲେ, ପୋଜ୍ ଦେଲେ ରାଜନଗର ଛାତ୍ର ।  first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଚର୍ଚ୍ଚାରେ ସୀମାପାର ପ୍ରେମ । ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ । ପ୍ରେମିକ ନାଁରେ କଲେ ଲିଖିତ ଅଭିଯୋଗ ।

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୀମା ପାର ପ୍ରେମ । ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ । ସେ ତାଙ୍କ ପ୍ରେମିକ ନାଁରେ ଅଭିଯୋଗ କରିଛନ୍ତି । ଲଖିତ ଅଭିଯୋଗ ପରେ ମାମଲା ରୁଜୁ କରିଛି କମର୍ଦ୍ଦା ପୋଲିସ । କିଛି ଦିନ ତଳେ ଯୁବତୀ ଜଣଙ୍କ ବାଂଲାଦେଶରୁ ବାଲେଶ୍ୱର ଆସିଥିଲେ । କମର୍ଦ୍ଦା ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ସେ ବିବାହ କରିଥିବା ଦାବି କରିଛନ୍ତି । ସେମାନଙ୍କ ମଧ୍ୟରେ ୬ ବର୍ଷର ସମ୍ପର୍କ ରହିଥିଲା । ଏବେ ବିରେନ୍ଦ୍ର ଆଉ ଜଣଙ୍କୁ ବିବାହ କରିବା ପରେ ବାଂଲାଦେଶୀ ଯୁବତୀ ରୁମା ମ୍ୟାରିଆମ୍ ବାଂଲାଦେଶରୁ ବାଲେଶ୍ୱରରେ ପହଞ୍ଚିିଥିଲେ । ହେଲେ ବିରେନ୍ଦ୍ର ପ୍ରତାପ ଧରାଛୁଆଁ ଦେଉନାହାନ୍ତି । ସେ ଦୀଘାର ପାୱାର ହାଉସ୍ରେ ଚାକିରି କରୁଥିଲେ ।

The post ପୁଣି ଚର୍ଚ୍ଚାରେ ସୀମାପାର ପ୍ରେମ । ବାଲେଶ୍ୱର କମର୍ଦ୍ଦା ଥାନାରେ ବାଂଲାଦେଶରୁ ଆସିଥିବା ଯୁବତୀ । ପ୍ରେମିକ ନାଁରେ କଲେ ଲିଖିତ ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ଆଶ୍ରମ ସ୍କୁଲ ପାଚେରୀ ଡେଇଁ ଅଭିଯୋଗ ପାଇଁ ଗଲେ ଛାତ୍ର । ୨୦ କିଲୋମିଟର ଚାଲି ଚାଲି ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଲେ ।

କନକ ବ୍ୟୁରୋ: ଅଭିଯୋଗ କରିବା ପାଇଁ ପାଚେରୀ ଡେଇଁ ଚାଲିଲେ ୨୦ କିଲୋମିଟର ଚାଲିଲେ ଛାତ୍ର । ରାଇସିଙ୍ଗା ଆଶ୍ରମ ସ୍କୁଲର ଅବ୍ୟବସ୍ଥା ସର୍ମ୍ପକରେ ଅଭିଯୋଗ କରିବା ପାଇଁ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଛନ୍ତି ରାଇସିଙ୍ଗା ଆଶ୍ରମ ସ୍କୁଲ ଛାତ୍ର । ଆଶ୍ରମ ସ୍କୁଲର ପଂଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪ଜଣ ଛାତ୍ର ଭୋର ୩ଟା ବେଳେ ପାଚେରୀ ଡେଇଁ ଚାଲି ଚାଲି ୨୦ କିଲୋମିଟର ଆସିବା ପରେ ସେଠାରୁ ପୁଣି ବସ୍ ଯୋଗେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି ଛାତ୍ର । ଆଶ୍ରମ ସ୍କୁଲରେ ଠିକ୍ ଭାବରେ ପାଠ ପପଢ଼ା ଯାଉନଥଇବା ସହ ଖାଦ୍ୟ ମଧ୍ୟ ଠିକ୍ ଭାବେ ଦିଆ ଯାଉନଥିବା ଅଭିଯୋଗ କରିଛନ୍ତି ଛାତ୍ର ।

The post ଆଶ୍ରମ ସ୍କୁଲ ପାଚେରୀ ଡେଇଁ ଅଭିଯୋଗ ପାଇଁ ଗଲେ ଛାତ୍ର । ୨୦ କିଲୋମିଟର ଚାଲି ଚାଲି ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଲେ । first appeared on Kanak News.

from Kanak News
via <a href="https://ifttt.com/?

ଧୀରଜ ସାହୁଙ୍କ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ଠିକଣାରେ ଆଜି ବି ଚାଲିଛି ରେଡ୍ । କନକ ନ୍ୟୁଜ୍ ହାତରେ ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ ।

କନକ ବ୍ୟୁରୋ: ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଆଜି ବି ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି ଆୟକର ଅଧିକାରୀ । ବଲାଙ୍ଗୀରରେ ପହଂଚିଛି ହାଇଦ୍ରାବାଦର ଆନାଲିସିସ୍ ଟିମ୍ । ୨୫ ଜଣିଆ ଆନାଲିସିସ୍ ଟିମ୍ ବଲାଙ୍ଗୀରରେ ପହଂଚିଛନ୍ତି । ଏମାନେ ଚଡାଉ ହେଉଥିବା ସ୍ଥାନରେ କମ୍ପ୍ୟୁଟରର ଯାଂଚ କରିବେ । ଟଙ୍କା ନେଣଦେଣ ତର୍ଜମା କରିବେ । ସେହିପରି ବଡ଼ ଚଢାଉ ପାଇଁ ଆୟକର ବିଭାଗର ୧୫୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ଏମାନେ ବିଭିନ୍ନ ସ୍ଥାନରେ ଚଢାଉରେ ସାମିଲ ହୋଇଛନ୍ତି ।

ଶୁକ୍ରବାର ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଥିଲା । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।

The post ଧୀରଜ ସାହୁଙ୍କ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ଠିକଣାରେ ଆଜି ବି ଚାଲିଛି ରେଡ୍ । କନକ ନ୍ୟୁଜ୍ ହାତରେ ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ । first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀରରେ ଆୟକର ବିଭାଗର ୨୫ ଜଣିଆ ଆନାଲିସିସ୍ ଟିମ୍ । ରେଡ କରୁଛନ୍ତି ୧୫୦ ଆଇଟି ଅଧିକାରୀ

କନକ ବ୍ୟୁରୋ: ସମ୍ବଲପୁରରେ ବ୍ୟାଙ୍କରେ ଟଙ୍କା ଗଣାଯାଉଥିବାର ଦୃଶ୍ୟ କନକ ନ୍ୟୁଜ୍ ହାତରେ ଲାଗିଛି । ଷ୍ଟେଟ ବ୍ୟାଙ୍କ ଶାଖାରେ ବିଡା ବିଡା ଟଙ୍କା ଗଣାଯାଉଛି । ଆଉ ଟଙ୍କା ଗଣିବାରେ ଲାଗିଛନ୍ତି ଏକାଧିକ ଅଧିକାରୀ । କେବଳ ସମ୍ବଲପୁର ନୁହଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ରେଡ୍ କରାଯାଉଛି । ସୁନ୍ଦରଗଡ଼ରେ ମଧ୍ୟ ରେଡ୍ କରାଯାଉଛି । ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘର ଓ ଅଫିସରରେ ଆୟକର ବିଭାଗ ଚଢାଉ କରୁଛି । ୪ ଦିନ ଚଢାଉ ସମୟରେ ୩ ଶହ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି ।

 

The post ବଲାଙ୍ଗୀରରେ ଆୟକର ବିଭାଗର ୨୫ ଜଣିଆ ଆନାଲିସିସ୍ ଟିମ୍ । ରେଡ କରୁଛନ୍ତି ୧୫୦ ଆଇଟି ଅଧିକାରୀ first appeared on Kanak News.

from Kanak News
via <a href="https://ifttt.com/?

ଏକର ଏକର ଜମିରେ ପଶିଲା ପାଉଁଶ ପାଣି । ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ

କନକ ବ୍ୟୁରୋ: ଏକର ଏକର ଜମିରେ ପଶିଲା ପାଉଁଶ ପାଣି । ଝାରସୁଗୁଡ଼ା କୁମ୍ଭାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ସରଧାପାଲି-କଣ୍ଟା ଟିକ୍ରା ନିକଟରେ ଆସପଣ୍ଡ ଭାଙ୍ଗି ଏଭଳି ସ୍ଥିତି ଦେଖାଦେଇଛି । ଆସପଣ୍ଡ ଭାଙ୍ଗିବା ଯୋଗୁଁ ସବୁଆଡ଼େ ଖାଲି ପାଣି ଆଉ ପାଣି । ଏକର ଏକର ଜମିରେ ପାଉଁଶ ପାଣି ପସିଥିବାରୁ ଫସଲ ନଷ୍ଟ ହେବା ସହ ଜମିର ଉର୍ବର ନଷ୍ଟ ହେବାର ଆଶଙ୍କା ରହିଛି ।

The post ଏକର ଏକର ଜମିରେ ପଶିଲା ପାଉଁଶ ପାଣି । ଫସଲ ନଷ୍ଟ ନେଇ ଚିନ୍ତାରେ ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

୪ଦିନ ହେଲା ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କନକ ନ୍ୟୁଜ୍ ହାତରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ ।

କନକ ବ୍ୟୁରୋ: ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଗତକାଲି ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି ।

ଆଜି ପୁଣି ବଲାଙ୍ଗିରର ବିଭିନ୍ନ ସ୍ଥାନରେ ଚଢାଉ ହୋଇପାରେ । ଏଥିପାଇଁ ଆୟକର ବିଭାଗର ଅଧିକ ଅଧିକାରୀ ନିୟୋଜିତ ହୋଇପାରନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ୧୦ ଦିନ ତଳେ ବଲାଙ୍ଗୀରକୁ ବଡ ବଡ ବ୍ୟାଗରେ ଟଙ୍କା ଭର୍ତ୍ତି ହୋଇ ସୁଦପଡାର ଭାଟି ମ୍ୟାନେଜରଙ୍କ ଘରକୁ ଆସିଥିଲା ।

The post ୪ଦିନ ହେଲା ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । କନକ ନ୍ୟୁଜ୍ ହାତରେ ଟଙ୍କା ଗଣାର ଏକ୍ସକ୍ଳୁସିଭ ଭିଜୁଆଲ । first appeared on Kanak News.

from Kanak News
via <a href="https://ifttt.com/?

ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ଚଢଉ ଭୟରେ ଟଙ୍କା ଫିଙ୍ଗିଦେଇଥିବା ସନ୍ଦେହ ।

କନକ ବ୍ୟୁରୋ: ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ବୌଦ୍ଧରେ ଥିବା ବଡ ସ୍ପିରିଟ କାରଖାନା ବିଡିପିଏଲ ତଥା ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ଚାଲିଥିବା ବେଳେ ପାଚେରୀ ବାହାରେ ଚିରା ୫ଶହ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ସ୍ପିରିଟ କାରଖାନା ଉପରେ ୩ଦିନ ହେଲା ଆୟକର ଚଢ଼ାଉ ଚାଲିଥିବା ବେଳେ ୫ଶହ ଟଙ୍କିଆ ଚିରା ନୋଟ୍ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଚେରୀ ବାହାରେ ପଡ଼ିଛି । ଏତେ ଟଙ୍କା କେଉଁଠୁ ଆସିଲା ଓ କିଏ ଏମିତି ୫ଶହ ଟଙ୍କିଆ ନୋଟ୍ ଚିରି ଫୋପାଡ଼ିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

The post ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ଚଢଉ ଭୟରେ ଟଙ୍କା ଫିଙ୍ଗିଦେଇଥିବା ସନ୍ଦେହ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started