ମଦଭାଟି ମ୍ୟାନେଜରଙ୍କ ଘରୁ ୧୯ଟି ବ୍ୟାଗରେ ଟଙ୍କା ବୋହିଲେ ଶ୍ରମିକ । ନୋଟ୍ ଗଣିବାକୁ ଆସିଲେ ଅଧିକ ମେସିନ୍ ଓ କର୍ମଚାରୀ ।

କନକ ବ୍ୟୁରୋ: ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି ।

ସୂଚନା ଅନୁସାରେ, ପ୍ରାୟ ୫୦ କୋଟି ଟଙ୍କା ହୋଇଛି । କଡା ସୁରକ୍ଷାରେ ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତି କରି ଏସବିଆଇ ଶାଖାକୁ ନିଆଯାଇଛି । ଟଙ୍କା ପେଟି ବୋହିବାକୁ ୭ରୁ ୮ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଟଙ୍କା ଗଣିବା ସମୟରେ ମେସିନ୍ ଅଚଳ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ଆୟକର ବିଭାଗ ଅଧିକ ମେସିନ୍ ଓ କର୍ମଚାରୀ ମଗାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ୧୦ ଦିନ ତଳେ ବଲାଙ୍ଗୀରକୁ ବଡ ବଡ ବ୍ୟାଗରେ ଟଙ୍କା ଭର୍ତିହୋଇ ସୁଦପଡାର ଭାଟି ମ୍ୟାନେଜରଙ୍କ ଘରକୁ ଆସିଥିଲା । ସେପଟେ ଚଢ଼ାଉ ବେଳେ ବୌଦ୍ଧ ଜିଲ୍ଲାରେ ସାଂଘାତିକ ଘଟଣା ଦେଖିବାକୁ ମିଳିଛି । ହରଭଙ୍ଗା ବ୍ଲକ ସାମ୍ପୋଚ ପଂଚାୟତର ତିତିରିକଟାରେ ଥିବା ଡିଷ୍ଟିଲାରୀ ପାଚେରୀ ବାହାରେ ପୁଳାପୁଳା ୫ଶହ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଥିଲା । କିଛି ଚିରାଫଟା ନୋଟ୍ ମଧ୍ୟ ଥିଲା । ତା’ଛଡ଼ା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଡ଼ିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଟଙ୍କା ସବୁ ବୋହି ନେଇଯାଇଥିଲେ । ତେବେ କିଏ ଓ କାହିଁକି ନୋଟ୍ଗୁଡ଼ିକ ଚିରିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

The post ମଦଭାଟି ମ୍ୟାନେଜରଙ୍କ ଘରୁ ୧୯ଟି ବ୍ୟାଗରେ ଟଙ୍କା ବୋହିଲେ ଶ୍ରମିକ । ନୋଟ୍ ଗଣିବାକୁ ଆସିଲେ ଅଧିକ ମେସିନ୍ ଓ କର୍ମଚାରୀ । first appeared on Kanak News.

from Kanak News
via <a href="https://ifttt.com/?

ଚହଳ ପକାଇଲା ବଲିଉଡ ହାର୍ଟଥ୍ରୋବ ହ୍ରିତକ ରୋଶନଙ୍କ ଫାଇଟରର ପ୍ରଥମ ଟିଜର । ଦମଦାର ଚରିତ୍ରରେ ହ୍ରିତିକ, ଦୀପିକା ଓ ଅନୀଲଙ୍କ ଅଭିନୟ

କନକ ବ୍ୟୁରୋ : ରିଲିଜ ଅପେକ୍ଷାରେ ଥିବା ବଲିଉଡ ସିନେମା ‘ଫାଇଟର’ର ପ୍ରଥମ ଟିଜର ଜାରି କରିଛି ପ୍ରଯୋଜନା ସଂସ୍ଥା । ପ୍ରଥମ ଥର ପାଇଁ ଏକାଠି ବଡ ପରଦାରେ ନଜର ଆସିବେ ବଲିଉଡ ହାଟଥ୍ରୋବ ହ୍ରିିତିକ ରୋଶନ ଏବଂ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସିଛନ୍ତି । ଭାରତୀୟ ବାୟୁସେନାର ବୀରତ୍ୱର କାହାଣୀ କହିବ ସିନେମା ଫାଇଟ । ଏଥିସହ ମନୋରଂଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ମଧ୍ୟ ସ୍ଥାନ ଦିଆଯାଇଛି । ୧ ମିନିଟ ୧୪ ସେକେଣ୍ଡର ଏହି ଟିଜରର ଆରମ୍ଭରେ ଏୟାରଫୋର୍ସ ଫାଇଟର ଜେଟର ଝଲକ ଦେଖିବାକୁ ମିଳିଛି । ଏହା ସହିତ ଭାରତୀୟ ବାୟୁସେନାର ୟୁନିର୍ଫ୍ମରେ ହ୍ରିତିକ୍, ଦୀପିକା ଏବଂ ଅନୀଲ କାପୁରଙ୍କଲୁକକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ସହଯୋଗୀ ମିନଲ ଭୂମିକାରେ ନଜର ଆସିଛନ୍ତି ଦୀପିକା । ସେହିପରି ଗ୍ରୁପ୍ କ୍ୟାପ୍ଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ରହିଛନ୍ତି ଅନୀଲ କପୁର । ଆକ୍ସନ ସିନରେ ଭରପୁର ଟିଜର ଦେଖିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି । ‘ୱାର’ ଏବଂ ‘ପଠାନ’ର ସଫଳତା ପରେ ଏହି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ବଲିଉଡ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ । ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇବ ବୋଲି ଆଶା ବ୍ୟକ୍ତ କରିଛି ପ୍ରଯୋଜନା ସଂସ୍ଥା । ଜାନୁଆରୀ ୨୬ରେ ରିଲିଜ ହେବ ଫାଇଟର ।

The post ଚହଳ ପକାଇଲା ବଲିଉଡ ହାର୍ଟଥ୍ରୋବ ହ୍ରିତକ ରୋଶନଙ୍କ ଫାଇଟରର ପ୍ରଥମ ଟିଜର । ଦମଦାର ଚରିତ୍ରରେ ହ୍ରିତିକ, ଦୀପିକା ଓ ଅନୀଲଙ୍କ ଅଭିନୟ first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀସନ୍ଥଙ୍କୁ ‘ମ୍ୟାଚ୍ ଫିକ୍ସର’ କହିଲେ ଗମ୍ଭୀର । କ୍ରିକେଟ ପଡ଼ିଆରେ ଗମ୍ଭୀର-ଶ୍ରୀସନ୍ଥ ମୁହାଁମୁହିଁ

କନକ ବ୍ୟୁରୋ : ବୁଧବାର ସୁରଟରେ ଆୟୋଜିତ ହୋଇଥିଲା ଲିଜେଣ୍ଡ ଲିଗ କ୍ରିକେଟ ଏଲିମିନେଟର ମ୍ୟାଚ । କ୍ରିକେଟ ମଇଦାନରେ ଚାଲିଥାଏ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଜିଆଂଟ ମଧ୍ୟରେ ଫାଇଟ । ସେପଟେ ଗ୍ୟାଲେରିରେ ଥିବା ଦର୍ଶକ ବି ମ୍ୟାଚର ଭରପୂର ମଜା ନେଉଥିଲେ । ହଠାତ ଧ୍ୟାନ ଆକର୍ଷଣ କରିଥିଲା ଦୁଇ ଖେଳାଳୀଙ୍କ ମୁହାଁମୁହିଁ ଘଟଣା । ଲିଜେଣ୍ଡ ଲିଗ କ୍ରିକେଟ ଏଲିମିନେଟର ମ୍ୟାଚରେ ଭାରତର ଦୁଇ ପୂର୍ବତନ ଖେଳାଳୀ ଗୌତମ ଗମ୍ଭୀର ଓ ଶ୍ରୀସନ୍ଥଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ମୁହାଁମୁହିଁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇଣ୍ଡିଆ କ୍ୟାପିଟାଲ୍ସର ଅଧିନାୟକ ଗୌତମ ଗମ୍ଭୀର ଓ ଗୁଜରାଟ ଜିଆଂଟସନ ଖେଳାଳୀ ଶ୍ରୀସନ୍ଥଙ୍କ ମଧ୍ୟରେ ବଡ ଧରଣର ଯୁକ୍ତିତର୍କ ଘଟଣା ଦେଖିବାକୁ ମିଳିଥିଲା ।

ଘଟଣା ସ୍ଥଳରେ ଅମ୍ପାୟାରର୍ସ ଓ ସାଥୀ ଖେଳାଳୀ ପହଁଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ତେବେ ସୋସିଆଲ ମିଡିଆରେ ଘଟଣା ଭିିଡିଓ ଭାଇରାଲ ପରେ ସଫେଇ ସୋସିଆଲ ମିଡିଆରେ ସଫେଇ ରଖିଛନ୍ତି ଗୌତମ ଗମ୍ଭୀର  ।

ପଡ଼ିଆର ବାକଯୁଦ୍ଧ ପରେ ଏବେ ଚାଲିଛି ସୋସିଆଲ ମିଡିଆ ଫାଇଟ । ଫଟୋ ପୋଷ୍ଟ କରି ଗମ୍ଭୀର ନିଜ ସଫେଇ ରଖୁଥିବାବେଳେ ଶ୍ରୀସନ୍ଥ ପ୍ରଶଂସକଙ୍କ ସତକୁ ସମର୍ଥନ କରିବାକୁ କରିବାକୁ ଅପିଲ କରିଛନ୍ତି ।ଶ୍ରୀସନ୍ଥ କହିଛନ୍ତି ୨୦୧୩ ମ୍ୟାଚ ଫିକ୍ସିଂ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ କ୍ଲିନଚିଟ ଦେଇସାରିଛନ୍ତି । ସୁପ୍ରିମକୋର୍ଟଙ୍କ ଫଇସଲା ପରେ ମ୍ୟାଚ୍ ଫିକ୍ସି ଶଦ୍ଧ ବ୍ୟବହାର ଗ୍ରହଣୀୟ ନୁହେଁ । ତୁମେ କ’ଣ ସୁପ୍ରିମକୋର୍ଟଙ୍କ ଉପରେ ବୋଲି ଗମ୍ଭୀରଙ୍କୁ ପ୍ରଶ୍ନ ପଚାରିଛନ୍ତି ଶ୍ରୀସନ୍ଥ । ଘଟଣାର ତଦନ୍ତ କରିବ ଏଲଏଲସି । ଅଭିଯୋଗ ସତ ହେଲେ ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛି ଲିଜେଣ୍ଡ ଲିଗ କ୍ରିକେଟ ଆସୋସିଏସନ ।

The post ଶ୍ରୀସନ୍ଥଙ୍କୁ ‘ମ୍ୟାଚ୍ ଫିକ୍ସର’ କହିଲେ ଗମ୍ଭୀର । କ୍ରିକେଟ ପଡ଼ିଆରେ ଗମ୍ଭୀର-ଶ୍ରୀସନ୍ଥ ମୁହାଁମୁହିଁ first appeared on Kanak News.

from Kanak News
via <a href="https://ifttt.com/?

ଦେଖିବାକୁ ମିଳିଲା ବୁଲେଟ ଟ୍ରେନ ଟର୍ମିନାଲର ପ୍ରଥମ ଝଲକ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଭିଡିଓ ଜାରି

କନକ ବ୍ୟୁରୋ : ଖୁବଶିଘ୍ର ଭାରତରେ ଗଡିବ ବୁଲେଟ ଟ୍ରେନ । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ ଟ୍ରେନ ଟର୍ମିନାଲର ଭିଡିଓ ଜାରି କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଗୁଜରାଟ ଅହମଦାବାଦ ସାବରମତୀରେ ନିର୍ମିତ ଆକର୍ଷଣୀୟ ବୁଲେଟ ଟ୍ରେନ ଟର୍ମିନାଲ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ ଏହି ଭିଡିଓ ପୋଷ୍ଟ କରିବା ପରେ ୟୁଜରର୍ସ ଏହାକୁ ଖୁବ ପସନ୍ଦ କରିଛନ୍ତି । ବୁଲେଟ ଟ୍ରେନ ଷ୍ଟେସନରେ ଭାରତ କଳା ସଂସ୍କୃତି ଓ ପରମ୍ପରାକୁ ସ୍ଥାନ ଦିଆଯାଇଛି । ପ୍ରଥମ ବୁଲେଟ ଟ୍ରେନ ଅହମଦାବାଦରୁ ମୁମ୍ବାଇକ ୁଚଳାଇବାକୁ ଯୋଜନା ରହିଛି । ଜାପାନର ସହାୟତାରେ ଭାରତ ବୁଲେଟ ଟ୍ରେନ ପ୍ରକଳ୍ପ କାମ ଆରମ୍ଭ କରିଛି । କେବଳ ଦୁଇଘଂଟା ମଧ୍ୟରେ ଅହମଦାବାଦରୁ ଯାତ୍ରୀ ମୁମ୍ବାଇରେ ପହଁଚିବେ । ପ୍ରତି ଏକ ଘଂଟାରେ ୩୫୦ କିଲୋମିଟ ଦୌଡିବ ଟ୍ରେନ । ଗୋଟେ ପଟେ ପ୍ରକଳ୍ପ କାମ ଜୋରସୋରେ ଚାଲିଥବୀବେଳେ ଏବେ ମଲଟି ଜଙ୍କସନରେ ଟର୍ମିନାଲ ତିଆର ସରିଛି । ଯଦି ସବୁକିିଛି ଠିକ ରୁହେ ତେବେ ୨୦୨୬ ସୁଦ୍ଧା ଦେଶରେ ଗଡିବ ପ୍ରଥମ ବୁଲେଟ ଟ୍ରେନ୍ ।

The post ଦେଖିବାକୁ ମିଳିଲା ବୁଲେଟ ଟ୍ରେନ ଟର୍ମିନାଲର ପ୍ରଥମ ଝଲକ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଭିଡିଓ ଜାରି first appeared on Kanak News.

from Kanak News
via <a href="https://ifttt.com/?

ବିଦେଶରେ ସୁରକ୍ଷିତ ନୁହେଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ । ୨୦୧୮ରୁ ଏବେ ସୁଦ୍ଧା ଗଲାଣି ୪୦୩ଜଣଙ୍କ ଜୀବନ

କନକ ବ୍ୟୁରୋ : ବିଦେଶରେ ସୁରକ୍ଷିତ ନୁହଁନ୍ତି ଭାରତୀୟ ଛାତ୍ରଛାତ୍ରୀ । ୨୦୧୮ରୁ ଏବେ ସୁଦ୍ଧା ୪୦୩ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇସାରିଛି । ବିଶ୍ୱର ୩୪ଟି ଦେଶକୁ ନେଇ ଏକ ରେକର୍ଡ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ୪୦୩ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସବୁଠୁ ଅଧିକ ପ୍ରାଣହାନି କାନାଡ଼ାରେ ହୋଇଛି । କାନାଡ଼ାରେ ୯୧ଜଣ, ବ୍ରିଟେନରେ ୪୮, ରୁଷରେ ୪୦, ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧, ଜର୍ମାାନୀରେ ୨୦ ସାଇପ୍ରସରେ ୧୪, ଇଟାଲୀ ଓ ଫିଲିଫିନ୍ସ ୧୦ ଜଣ ଲେଖାଏଁ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ । ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣା ଓ ହତ୍ୟାରେ ହୋଇଛି । ସରକାର କହିଛନ୍ତି ବିଦେଶରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ।

The post ବିଦେଶରେ ସୁରକ୍ଷିତ ନୁହେଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଜୀବନ । ୨୦୧୮ରୁ ଏବେ ସୁଦ୍ଧା ଗଲାଣି ୪୦୩ଜଣଙ୍କ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ କିଏ ହେବେ ପ୍ରାର୍ଥୀ? ପୁରୁଣା ନା ନୂଆ ଚେହେରା କରିବେ ଲଢ଼େଇ?

କନକ ବ୍ୟୁରୋ: ଆଗାମି ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରୁ ସାଂସଦ ପ୍ରାର୍ଥୀ ହେବ କିଏ?ବିଜେପିରୁ ବସନ୍ତ ପଣ୍ଡା, ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ, କଂଗ୍ରେସରୁ ଭକ୍ତ ଚରଣ ଦାସ ନା ଆଉ କିଏ? ସବୁ ଦଳରୁ ଏକାଧିକ ଆଶାୟୀ ଥିବାବେଳେ କାହାକୁ ଦଳର ହାଇକମାଣ୍ଡ ଟିକେଟ ଦେବେ ତାହା ସ୍ପଷ୍ଟ ହୋଇନି । ତେବେ ଭିନ୍ନ ଭିନ୍ନ ନାଁକୁ ନେଇ ଜୋର ଧରିଲାଣି ଚର୍ଚ୍ଚା ।

କଳାହାଣ୍ଡି ଲୋକସଭା ଆସନର ତିନି ଟାଣୁଆ ନେତା । ୨୦୧୯ରେ ଏହି ତିନି ଜଣ ଲୋକସଭା ପ୍ରାର୍ଥୀ ହୋଇଥିଲେ । ବସନ୍ତ ପଣ୍ଡା ବିଜୟୀ ହୋଇଥିବାବେଳେ ପୁଷ୍ପେନ୍ଦ୍ର ସିଂଦେଓ ଓ ଭକ୍ତଚରଣ ଦାସ ପରାଜିତ ହୋଇଥିଲେ । ହେଲେ ଆଗାମି ନିର୍ବାଚନରେ ଏହି ତିନି ନେତା, କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ପୁଣି ଲଢ଼ିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନଥିବାରୁ ଜୋର ଧରିଲାଣି ଭିନ୍ନ ଭିନ୍ନ ଚର୍ଚ୍ଚା ।

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ୨୦୧୯ରେ କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ବଜୟୀ ହୋଇଥିବା ବସନ୍ତଙ୍କୁ ବିଜେପି ଏଥର ଲୋକସଭା ଆସନରୁ ପ୍ରାର୍ଥୀ କରିବ କି ନାହିଁ ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଶେଷକରି ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ସାଂସଦଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇ ସଫଳତା ପାଇବା ପରେ ବିଜେପି, ଏଥର ସାଂସଦ ବସନ୍ତ ପଣ୍ଡାଙ୍କୁ ଲୋକସଭା ଆସନରୁ ମଇଦାନକୁ ଓହ୍ଲାଇବ ନା କୌଣସି ବିଧାନସଭା ଆସନରୁ ଲଢ଼ାଇବ ସେ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ଆଉ ଏହି ଚର୍ଚ୍ଚା ଭିତରେ ନୂଆ ନାଁକୁ ନେଇ ଚର୍ଚ୍ଚା ବିଜେପି ରାଜନୀତିକୁ ସରଗରମ କରିଛି ।

ପୁଷ୍ପେନ୍ଦ୍ର ସିଂଦେଓ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଧାନସଭା ଆସନରୁ ତିନି ଥର ବିଧାୟକ ହେବା ସହ ଦୁଇ ଥର ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ଗତ ୨୦୧୯ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହୋଇ ସେ ପରାଜିତ ହୋଇଥିଲେ । ହେଲେ, ୨୦୨୪ରେ ପୁଷ୍ପେନ୍ଦ୍ର ବିଧାନସଭା ଆସନରୁ ଲଢ଼ିପାରନ୍ତି ବୋଲି ଆଲୋଚନା ହେଉଛି । ଏବଂ ନୂଆ ଚେହେରାକୁ ନବୀନ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି ।

ସେହିପରି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ପୁଣି ଥରେ ଏହି ଆସନରୁ ପ୍ରୀଥୀ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ବିଭିନ୍ନ ଦଳରେ କୋଣଠେସା ହୋଇ ରହିଥିବା କିଛି ନେତା ଓ କର୍ମୀଙ୍କ ମେଳି ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ ବୋଲି ଆଶଙ୍କା କରିଛନ୍ତି ରାଜନୀତି ସମୀକ୍ଷକ । ଏସବୁ ଭିତରେ ରାଜନୈତିକ ଦଳଙ୍କ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ଶୀର୍ଷ ନେତୃତ୍ୱଙ୍କ ପାଇଁ ବଡ ଆହ୍ୱାନ ।

The post କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ କିଏ ହେବେ ପ୍ରାର୍ଥୀ? ପୁରୁଣା ନା ନୂଆ ଚେହେରା କରିବେ ଲଢ଼େଇ? first appeared on Kanak News.

from Kanak News
via <a href="https://ifttt.com/?

ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତିତ । ଋଣଧାରୀ ନିରାଶ, କମ ହେବନି ଲୋନ EMI

କନକ ବ୍ୟୁରୋ : ତ୍ରୈମାସିକ ମୁଦ୍ରାନୀତି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ । କ୍ରମାଗତ ପଂଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତିତ ରଖିଛି ଆରବିଆଇ । ରେପୋ ରେଟ୍ ୬ ଦଶମିକ ୫ ପ୍ରତିଶତ ଅପରିବର୍ତିତ ରଖିବାକୁ ଆରବିଆଇ ମନିଟାରୀ ପଲିସି କମିଟି ନିଷ୍ପତି ଗ୍ରହଣ କରିଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଫଳରେ ମହଙ୍ଗା ହେବନି ଇଏମ୍ଆଇ । ଯାହା ଦ୍ୱାରା ଋଣ ନେଇଥିବା ଲୋକେ ଆଶ୍ୱସ୍ତ ପାଇବେ । ଏହା ସହ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ସମ୍ଭାବନା ରହିଛି । ଏହା ପୂର୍ବରୁ ଅଭିବୃଦ୍ଧି ହାର ୬ ଦଶମିକ ୫ ରହିବ ବୋଲି ଅନୁମାନ କରିଥିଲା ଆରବିଆଇ । ଏହା ସହ ଶକ୍ତିକାନ୍ତ ଦାସ କହିଛନ୍ତି, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ନଭେମ୍ବର-ଡିସେମ୍ବର ମାସରେ ମୁଦ୍ରାସ୍ପୀତି ଅଭିବୃଦ୍ଧି ଊଦ୍ଧ୍ୱର୍ଗାମୀ ରହିଥିଲା । ଏହା ଛଡା ଡାକ୍ତରଖାନା, ଶିଖାନୁଷ୍ଠାନ ଗୁଡ଼ିକ ଲାଗି ୟୁପିଆଇ ପେମେଂଟ ଲିମିଟ୍ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

The post ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତିତ । ଋଣଧାରୀ ନିରାଶ, କମ ହେବନି ଲୋନ EMI first appeared on Kanak News.

from Kanak News
via <a href="https://ifttt.com/?

ପୁଣି ପୁଟିନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା । ରୁଷ ରାଷ୍ଟ୍ରପତି କହିଲେ ଭାରତୀୟଙ୍କ ସ୍ୱାର୍ଥ ପାଇଁ ମୋଦୀଙ୍କ ଆଭିମୁଖ୍ୟ ପ୍ରଂଶସନୀୟ

କନକ ବ୍ୟୁରୋ : କେବଳ ବିଜେପି କି ବିଜେପିକୁ ସମର୍ଥନ କରୁଥିବା ଜନତା ମୋଦୀ ଗ୍ୟାରେଟିଂ କଥା ଉପରେ ବିଶ୍ୱାସ ପ୍ରକଟ କରୁନାହାଁନ୍ତି ବଂର ରୁଷ ରାଷ୍ଟ୍ରପତି ମଧ୍ୟ ଏକଥା ମାନିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଂଶସା କରି ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ମୋଦୀ ଗ୍ୟାରେଂଟି କଥା ଉପରେ ବୟାନ ଦେଇଛନ୍ତି । ପୁଟିନ କହିଛନ୍ତି ମୋଦୀଙ୍କ ବିଦେଶ ନୀତି ଗ୍ୟାରେଂଟିରେ ଦୁଇ ଦେଶ ମଧ୍ୟରେ ମଜବୁତ ସର୍ମ୍ପକ ତିଆରି ହୋଇପାରିଛି ଭାରତୀୟଙ୍କ ସ୍ୱାର୍ଥ ରକ୍ଷା କରିବାରେ ମୋଦୀଙ୍କ ଆଭିମୁଖ୍ୟ ପ୍ରଂଶସନୀୟ ଓ ତାଙ୍କ ବିଦେଶ ନୀତି ଦେଶକୁ ବିକାଶ ପଥରେ ଆଗେଇ ନେଉଛି । ଭାରତୀୟଙ୍କ ହିତ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦୀଙ୍କୁ କେହି ଭୟଭୀତ, କରିପାରିବେନି ।

The post ପୁଣି ପୁଟିନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା । ରୁଷ ରାଷ୍ଟ୍ରପତି କହିଲେ ଭାରତୀୟଙ୍କ ସ୍ୱାର୍ଥ ପାଇଁ ମୋଦୀଙ୍କ ଆଭିମୁଖ୍ୟ ପ୍ରଂଶସନୀୟ first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ । ୩ ରାଜ୍ୟ ପାଇଁ ୩ ଜଣ ଲେଖାଏଁ ନେତାଙ୍କୁ ମିଳିଲା ଦାୟିତ୍ୱ

କନକ ବ୍ୟୁରୋ : ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଚୟନ ପାଇଁ ଘୋଷଣା ହେଲେ ବିଜେପିର ୯ଜଣ ପର୍ଯ୍ୟବେକ୍ଷକ । ରାଜସ୍ଥାନ ପାଇଁ ତିନି ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି । ଦାୟିତ୍ୱରେ ଅଛନ୍ତି ରାଜନାଥ ସିଂହ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେ । ସେହିପରି ମଧ୍ୟପ୍ରଦେଶ ପାଇଁ ମନହୋରଲାଲ, କେ ଲକ୍ଷ୍ମଣ ଓ ଆଶା ଲକ୍ଡାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି । ଛତିଶଗଡରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଅର୍ଜୁନ ମୁଣ୍ଡା, ସର୍ବାନନ ସୋଁନ୍ୱାଲ ଓ ଦୁଷ୍ୟନ୍ତ ଗୌତମଙ୍କୁ ଦାୟିତ୍ୱ ମିଳିଛି ।

୫ରାଜ୍ୟ ବିଧାନସଭା ନିର୍ବାଚନରେ ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବାଜିମାତ୍ କରିଛି ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ଦଳ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିନାହିଁ । ଗୁରୁବାର ବିଜେପିର ସଂସଦୀୟ ଦଳ ବୈଠକରେ ମଧ୍ୟ ଏନେଇ କୌଣସି ନିଷ୍ପତି ହୋଇନାହିଁ । ଶେଷରେ ଦଳ ୩ ରାଜ୍ୟ ପାଇଁ ଶୁକ୍ରବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ସୂଚନା ଅନୁସାରେ ସେମାନେ ପର୍ଯ୍ୟବେକ୍ଷକମାନେ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରିବେ । ବିଧାୟକମାନେ କାହାକୁ ନିଜର ନେତା ବୋଲି ବାଛିବାକୁ ଚାହୁଁଛନ୍ତି, ତାର ଏକ ବିସ୍ତୁତ ରିପୋର୍ଟ ହାଇକମାଣ୍ଡକୁ ହସ୍ତାନ୍ତର କରାଯିବ । ଏହା ପରେ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ ।

ଗୋଟେପଟେ ମୁଖ୍ୟମନ୍ତ୍ରୀ ଚେହେରା ଚୟନ ପାଇଁ ବିଜେପି ପୁରୁଖା ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ସେପଟେ ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗେୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ସୁଦ୍ଧା ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପର୍ଦ୍ଦା ଉଠିବ ବୋଲି କହିଥିଲେ ବିଜୟବର୍ଗୀୟ ।

ବିଜେପି ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଦେଇନଥିଲା । ୩ରାଜ୍ୟରେ ବିଜେପି ପ୍ରଚଣ୍ଡ ବହୁମତ ସହ ବିଜୟ ହାସଲ କରିଛି । ସେପଟେ ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ରେସରେ ଅନେକ ପୁୁରୁଖା, ଅଭିଜ୍ଞ ଓ ବରିଷ୍ଠ ଚେହେରା ରହିଛନ୍ତି । ତଥାପି ନୂଆ ସମୀକରଣ ଆଧାରରେ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏଥରକ ମୌକା ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

The post ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ପର୍ଯ୍ୟବେକ୍ଷକ ନିୟୋଜିତ । ୩ ରାଜ୍ୟ ପାଇଁ ୩ ଜଣ ଲେଖାଏଁ ନେତାଙ୍କୁ ମିଳିଲା ଦାୟିତ୍ୱ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ମହଙ୍ଗା ପଡ଼ିଲା ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲା । ଏଥିକ୍ସ କମିଟିର ରିପୋର୍ଟ ଶୁକ୍ରବାର ଲୋକସଭାରେ ଉପସ୍ଥାପନ କରାଯିବା ପରେ ମହୁଆଙ୍କ ବହିଷ୍କୃତ କରାଯାଇଛି । କମିଟିର ରିପୋର୍ଟ ଆଧାରରେ ଲୋକସଭା ବାଚସ୍ପତି ଓମବିର୍ଲା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମହୁଆଙ୍କ ଆଚରଣ ଅନୈତିକ ବୋଲି କହିଛନ୍ତି ବାଚସ୍ପତି । ସେପଟେ ଲୋକସଭାରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମହୁଆ । ଏଥିକ୍ସ କମିଟି ଠିକରେ ଯାଂଚ କରିନଥିବା ସେ କହିଛନ୍ତି । ସେପଟେ ବିଜେପି ଏକ ପ୍ରତିଶୋଧ ପରାୟଣ ରାଜନୀତି କରୁଛି ଓ ଦଳ ମହୁଆଙ୍କୁ ସମର୍ଥନ ଜଣାଉଥିବା କହିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ।

ବିଜେପି କହିଛି ନିୟମ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ସମାନ ଅଭିଯୋଗରେ କଂଗ୍ରେସର ୧୦ଜଣ ସାଂସଦଙ୍କୁ ମଧ୍ୟ ବହିଷ୍କୃତି କରାଯାଇଥିଲା । ଜଣେ ସାଂସଦଭାବେ ଶପଥ ନେଇ ମହୁଆ ଯେଉଁ କାର୍ଯ୍ୟ କରିଛନ୍ତି ତା ନିନ୍ଦନୀୟ ।

ସୁପ୍ରିମକୋର୍ଟ ଓକିଲ ତଥା ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅନନ୍ତ ଦେହଦ୍ରାଈଙ୍କ ଅଭିଯୋଗକୁ ଭିତି କରି ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ନଜର ପକାନ୍ତୁ ପୁରା ଘଟଣାକ୍ରମ ଉପରେ ।

‘ପ୍ରଶ୍ନ ପାଇଁ ଲାଂଚ’ ମାମଲା
– ୧୪ ଅକ୍ଟୋବର: ସୁପ୍ରିମକୋର୍ଟ ଓକିଲ ଅନନ୍ତ ଦେହଦ୍ରାଈ ମହୁଆଙ୍କ ବିରୋଧରେ ସିବିଆଇରେ ଅଭିଯୋଗ
– ୧୫ ଅକ୍ଟୋବର: ସେହି ଅଭିଯୋଗ ଲିଖିତ ଭାବେ ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କୁ କଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ
– ୧୬ ଅକ୍ଟୋବର: ନିଶିକାନ୍ତ ଦୁବେ, ମହୁଆଙ୍କ ଲଗିନ୍ ଆଇଡିର ତଦନ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କଲେ
– ୧୭ ଅକ୍ଟୋବର: ଦୁବେଙ୍କ ଅଭିଯୋଗ ଏଥିକ୍ସ କମିଟିଙ୍କ ପାଖକୁ ପଠାଇଲେ ସ୍ପିକର ଓମ୍ ବିର୍ଲା
– ୧୮ ଅକ୍ଟୋବର: ଏଥିକ୍ସ କମିଟି ଆଗରେ ହାଜର ହେବାକୁ ନିଶିକାନ୍ତ ଦୁବେଙ୍କୁ ଲୋକସଭାର ନୋଟିସ୍
– ୧୯ ଅକ୍ଟୋବର: ଆଫିଡେଭିଟ୍ରେ ମହୁଆଙ୍କ ଲଗିନ୍ ଆଇଡି ବ୍ୟବହାର କରିବା କଥା ସ୍ୱୀକାର କଲେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ
– ୨୦ ଅକ୍ଟୋବର: କେନ୍ଦ୍ର ସରକାର ବ୍ୟବସାୟୀ ହୀରାନନ୍ଦାନୀଙ୍କ ଉପରେ ଚାପ ପ୍ରୟୋଗ ନେଇ ଅଭିଯୋଗ
– ୨୦ ଅକ୍ଟୋବର: ଦିଲ୍ଲୀ ହାଇକୋର୍ଟରେ ନିଶିକାନ୍ତ ଦୁବେ ଓ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ମାନହାନୀ ମାମଲା ଦାୟର କଲେ ମହୁଆ
– ୨୭ ଅକ୍ଟୋବର: ୩୧ ଅକ୍ଟୋବର ବଦଳରେ ୫ ନଭେମ୍ବର ପରେ ଏଥିକ୍ସ କମିଟି ଆଗରେ ହାଜର ହେବାକୁ ଅନୁମତି ମାଗିଥିଲେ ମହୁଆ
– ୨୮ ଅକ୍ଟୋବର: ନଭେମ୍ବର ୨ରେ ହାଜର ହେବାକୁ ଏଥିକ୍ସ କମିଟି ଦେଲା ନିର୍ଦ୍ଦେଶ
-୩୧ ଅକ୍ଟୋବର: କେନ୍ଦ୍ର ସରକାର ଫୋନ ହ୍ୟାକିଂ କରିଥିବା ମହୁଆଙ୍କ ଅଭିଯୋଗ
-ନଭେମ୍ବର ୨: ଏଥିକ୍ସ କମିଟି ନିକଟରେ ମହୁଆ ହାଜର ହୋଇଥିଲେ
-ନଭେମ୍ବର ୮: ଏଥିକ୍ସ କମିଟି ରିପୋର୍ଟ ପ୍ରସ୍ତୁତ କରିଥିଲେ
-ନଭେମ୍ବର ୯: ଲୋକସଭା ବାଚସ୍ପତିଙ୍କୁ ଏଥିକ୍ସ କମିଟିର ରିପୋର୍ଟ ପ୍ରଦାନ
ନଭେମ୍ବର ୧୦: ମହୁଆଙ୍କୁ ବହିଷ୍କୃତି କରିବାକୁ ଏଥିକ୍ସ କମିଟିର ସୁପାରିଶ

ବିଜେପି ଅଭିଯୋଗ କରିଥିଲା ଯେ ମହୁଆ ଲାଂଚ ନେଇ ବ୍ୟବସାୟୀ ହୀରାନନ୍ଦାନୀଙ୍କୁ ତାଙ୍କ ଲଗିନ୍ ଆଇଡି ବ୍ୟବହାର କରିବାକୁ ଦେଇଥିଲେ । ଆଉ ଯାହାକୁ ବ୍ୟବହାର କରି ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ କରି ସଂସଦରେ ପ୍ରଶ୍ନ କରାଯାଇଥିଲା ।

The post ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ରା । ଏଥିକ୍ସ କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started