ହିତାଧିକାରୀଙ୍କ ପିଡିଏସ ସମଗ୍ରୀ ଖାଇଗଲେ ଯୋଗାଣ ଅଧିକାରୀ । ସୂଚନା ଅଧିକାର ଆଇନ୍ ବଳରେ ମିଳିଛି ତଥ୍ୟ

କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ରେଖିଦେଇପୁର ପଂଚାୟତର ରେଖିଦେଇପୁର ଗାଁରେ ପ୍ରାୟ ୨ ଶହ ପରିବାର ବସବାସ କରନ୍ତି । ଅଧିକାଂଶ ଲୋକେ ମୂଲ ମଜୁରୀ ଓ ଚାଷ ବାସ କରି ଚଳୁଥିବା ବେଳେ ସରକାରଙ୍କ ତରଫରୁ ମିଳୁଥିବା ଚାଉଳର ବଡ ଭୂମିକା ରହିଛି । ମାତ୍ର ଏହି ଗାଁ ଲୋକଙ୍କୁ ଚାଉଳ ଦେଉଥିବା ଡିଲର ୨୦୨୩ ମସିହା ଜୁନ ମାସର ଚାଉଳ ହଡପ କରି କଳାବଜାରୀ କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯୋଗାଣ ସହାୟକ ସୁବ୍ରତ ମଲ୍ଳ ପ୍ରାୟ ୨ ଲକ୍ଷ ଟଙ୍କାର ୪୪ କ୍ୱିଂଟାଲରୁ ଅଧିକ ଚାଉଳକୁ କଳାବଜାରୀ କରିଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ୍ ବଳରେ ଚାଉଳ ହରିଲୁଟ୍ ତଥ୍ୟ ମିିଳିବା ପରେ ନିଜର ହକ୍ ପାଇ ପ୍ରତିବାଦ କରିଛନ୍ତି ହିତାଧିକାରୀ ।

ଡିଲରମାନେ ବାୟୋମେଟ୍ରିକ ମାଧ୍ୟମରେ ଆଗୁଆ ହିତାଧିକାରୀଙ୍କ ଆଧାର ସଂଲଗ୍ନ ଟିପଚିହ୍ନ ନେଇ ପରେ ରାସନ ସାମଗ୍ରୀ ମନଇଛା ବିତରଣ କରି ନିଜ ପକେଟ ଗରମ କରୁଛନ୍ତି । ୯୮ଜଣ ଡିଲର କାର୍ଯ୍ୟ କରୁଥିବା ବେଳେ ଧର୍ମଶାଳା ବ୍ଲକରେ ବିଡିଓ କି ଯୋଗାଣ ଅଧିକାରୀ ବ୍ୟବସ୍ଥାର ଯାଂଚ କରୁନଥିବା ଅଭିଯୋଗ ହୋଇଛି । ଧର୍ମଶାଳା ବ୍ଲକରେ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ୧ଲକ୍ଷ ୭୮ହଜାର ୬୯୮ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ୩ହଜାର ୬୯୯ଜଣ ହିତାଧିକାରୀ ପିଡିଏସ ସାମଗ୍ରୀ ପାଉଛନ୍ତି । ପ୍ରତିମାସରେ ବ୍ଲକକୁ ୨ଲକ୍ଷ ୧୦ହଜାର ୭୧ଲିଟର କିରୋସିନ ଯୋଗାଣ ହେଉଛି । ହେଲେ ସେସବୁ ଲୋକଙ୍କୁ ନଦେଇ ସିଧା କଳାବଜାର ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ରେଖିଦେଇପୁର ପଂଚାୟତର ଚାଉଳ ଘୋଟାଲା । ତେବେ ଧର୍ମଶାଳା ବ୍ଲକରେ ଯୋଗାଣ ବ୍ୟବସ୍ଥାରେ ହେଉଥିବା ଦୁର୍ନିତୀକୁ ରୋକିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।

The post ହିତାଧିକାରୀଙ୍କ ପିଡିଏସ ସମଗ୍ରୀ ଖାଇଗଲେ ଯୋଗାଣ ଅଧିକାରୀ । ସୂଚନା ଅଧିକାର ଆଇନ୍ ବଳରେ ମିଳିଛି ତଥ୍ୟ first appeared on Kanak News.

from Kanak News
via <a href="https://ifttt.com/?

ପାହାଡ ଉପରେ ବିଦ୍ୟାଳୟ ପାଇଁ ତିଆରି ହୋଇଛି କୋଠା । ୧୨ ବର୍ଷ ତଳୁ ସରିଛି ନିର୍ମାଣ,ଆଜି ଯାଏଁ ହୋଇପାରୁନି ଉଦଘାଟନ

କନକ ବ୍ୟୁରୋ : ରାୟଗଡା ସହର ଠାରୁ ମାତ୍ର ୬ କିମି ଦୂରରେ ରହିଛି ହାଲୁଆ ଗାଁ । ଗାଁରେ ଥିବା ପୁରୁଣା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଅସୁବିଧା ହେବାରୁ ୨୦୧୧-୧୨ ଆର୍ଥିକ ବର୍ଷରେ ଗାଁ ଠାରୁ ଦୁଇ କିଲୋମିଟର ଦୂର ପାହାଡ ଉପରେ ନୂଆ ବିଦ୍ୟାଳୟ ନିର୍ମାଣ କରାଯାଇଛି । ୭୪ ଲକ୍ଷ ଟଙ୍କାର ଅନୁଦାନରେ ୮ଟି କୋଠରି ବିଶିଷ୍ଟ ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ତିଆରି ହୋଇଛି । ହେଲେ ନିର୍ମାଣର ୧୨ ବର୍ଷ ପରେ ବି କୋଠାଟି ଉଦଘାଟନ ହୋଇନାହିଁ କି ପିଲାଙ୍କ କାମରେ ଲାଗୁନାହିଁ । ଶିକ୍ଷା ବିଭାଗ ଓ ଗୃହ ନିର୍ମାଣ ବିଭାଗର ତାଳମେଳ ରହୁନଥିବାରୁ ନୂତନ ବିଦ୍ୟାଳୟ ଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇପାରିନାହିଁ । ଫଳରେ ଭୂତ କୋଠିରେ ପରିଣତ ହେବା ସହ ସ୍ଥାନୀୟ ଲୋକଙ୍କ ବାସଗୃହ ପାଲଟିଛି ।

ଅନ୍ୟପଟେ ଅଭିବାବକ କହୁଛନ୍ତି ନୂତନ ବିଦ୍ୟାଳୟଟି ଜଙ୍ଗଲ ଭିତରେ ପାହାଡ ଉପରେ ହୋଇଥିବାରୁ ପିଲାଙ୍କ ପାଇଁ ବିପଦମୁକ୍ତ ନୁହେଁ । ବିଦ୍ୟାଳୟରେ ପିଇବା ପାଣିର ବ୍ୟବସ୍ଥା ନଥିବା ବେଳେ ବିଜୁଳି ସଂଯୋଗ ହୋଇନାହିଁ    । ସବୁଠାରୁ ବିପଦପୂର୍ଣ୍ଣ ହେଲା ଏହି ନୂତନ ବିଦ୍ୟାଳୟକୁ ଯିବାକୁ ହେଲେ ପିଲାଙ୍କୁ ଜାତୀୟ ରାଜପଥ ପାରି ହେବାକୁ ପଡିବ । ଅନେକ ସମସ୍ୟା ଥିବା ସତ୍ୱେ ପାହାଡ ଉପରେ ବିଦ୍ୟାଳୟ କରିବା ପାଇଁ କିଏ ସ୍ଥିର କଲା? ତାକୁ ନେଇ ପ୍ରଶ୍ନ ଉଠିଛି । ଯଦି ବିଦ୍ୟାଳୟ କରାଯାଇଛି, ତେବେ କାହିଁକି ଆଜି ଯାଏଁ ଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇନାହିଁ । ସେପଟେ ଶିକ୍ଷାଧୀକାରୀ ପୂର୍ଣ୍ଣଚନ୍ଦ୍ର ବରିହା କହିଛନ୍ତି, କୌଣସି ତୃଟି କାରଣରୁ ହସ୍ତାନ୍ତର ହୋଇପାରିନାହିଁ ତାହା ତାଙ୍କୁ ଜଣାନାହିଁ ।

ତେବେ ପାହାଡ ଉପରେ ମାତ୍ର ୮ଟି କୋଠରୀ ବିଶିଷ୍ଟ ବିଦ୍ୟାଳୟ ପାଇଁ ୭୪ ଲକ୍ଷ ଟଙ୍କା ଖର୍ଚ ହେବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ କରୁଛି । ତେବେ ବିଦ୍ୟାଳୟ ନିର୍ମାଣ ଓ ହସ୍ତାନ୍ତର ନକରିବା ଘଟଣାର ପ୍ରକୃତ ସତ ତଦନ୍ତ ପରେ ଜଣାପଡିବ ।

The post ପାହାଡ ଉପରେ ବିଦ୍ୟାଳୟ ପାଇଁ ତିଆରି ହୋଇଛି କୋଠା । ୧୨ ବର୍ଷ ତଳୁ ସରିଛି ନିର୍ମାଣ,ଆଜି ଯାଏଁ ହୋଇପାରୁନି ଉଦଘାଟନ first appeared on Kanak News.

from Kanak News
via <a href="https://ifttt.com/?

ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । କଳାହାଣ୍ଡି ଜୁନାଗଡ ଓ ବାଲେଶ୍ୱର ନୀଳଗିରିରୁ ଆସିଲା ଚାଷୀର ବିକଳ ଚିତ୍ର

କନକ ବ୍ୟୁରୋ : ପାଣିରେ ଭାସୁଛି ପାଚିଲା ଧାନ । ବାତ୍ୟା ମିଗଜୋମ୍ ପ୍ରଭାବରେ କଳାହାଣ୍ଡି ଜୁନାଗଡ଼ ଅଂଚଳରେ ଦୁଇ ଦିନ ଧରି ଝିପି ଝିପି ବର୍ଷା ହେବା ପରେ ଚାଷ କ୍ଷେତର ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଦିନିଆ ବର୍ଷାଧାନ ବିଲକୁ ବୁଡେଇ ଦେଇଛି । ଜୁନାଗଡ଼ ବ୍ଳକର ପ୍ରାୟ ୨୯ ହଜାର ୮୫୫ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି ଚାଷୀ । ହେଲେ ଅମଳ ବେଳେ ଜମିରେ ପାଣି ଜମିବାରୁ ସମସ୍ୟା ସ୍ୃଷ୍ଟି ହୋଇଛି । ଜମିରୁ ପାଣି କାଟିବା ପାଇଁ ଚାଷୀ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ପାଣିରେ ପଡି ରହିବାକୁ ପାଚିଲା ଧାନ ଗଜା ହେବାର ଆଶଙ୍କା ବଢି ଯାଇଛି । କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି କ୍ଷତିପୁରଣ ଯୋଗାଇ ଦେବାକୁ ଦାବି ହୋଇଛି ।

ପଶ୍ଚିମ ଓଡିଶା ଭଳି ଉତର ଓଡିଶାରେ ବି ଚାଷୀଙ୍କୁ ନାକେଦମ କରିଛି ଅଦିନିଆ ବର୍ଷା । ବାତ୍ୟା ପ୍ରଭାବରେ ହେଉଥିବା ବର୍ଷା ଛାଡି ଯାଇଛି ସତ ହେଲେ ବଢି ଯାଇଛି ଚାଷୀଙ୍କ ଦୁଃଖ । ବାତ୍ୟା ମିଗଜୋମ୍ ପ୍ରଭାବରେ ନୀଳଗିରିରେ ହୋଇଥିବା ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ପାଣିରେ ବୁଡିରହିଛି ପାଚିଲା ଧାନ । ଏପରିକି ବିଲର ରଖାଯାଇଥିବା ଧାନ ଗଦି ବି ଓଦା ହୋଇଯାଇ ଏବେ ଗଜା ଆରମ୍ଭ ହେବାକୁ ଲାଗିଲାଣି । କେବଳ ନୀଳଗିରି ନୁହେଁ ବାଲେଶ୍ୱର ଜିଲ୍ଲା ବଣସୀମା ଅଂଚଳରେ ବି ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି ।

ସେପଟେ ମଲକାନଗିରି ଜିଲ୍ଲା କାଲିମେଳାରେ ଚାଷୀଙ୍କୁ ପ୍ରଭାବିତ କରିଛି ବର୍ଷ । ଡିସେମ୍ବରରେ ଆସିଥିବା ବର୍ଷ ଯୋଗୁଁ ଚାଷବାସ ନଷ୍ଟ ହୋଇଯାଇଛି । କାଲିମେଳା ଓ ପଡ଼ିଆ ବ୍ଳକରେ ମୋଟ ୨୭ହଜାର ହେକ୍ଟର ଜମିରେ ଖରିଫ ଧାନ ଫସଲ କରାଯାଇଛି । ବାତ୍ୟା ପୂର୍ବରୁ ୭୦ ପ୍ରତିଶତ ଧାନ ଅମଳ ହୋଇଯାଇଥିବା ବେଳେ ଅବଶିଷ୍ଟ ୩୦ ପ୍ରତିଶତ ଧାନ କଟା ନହୋଇ ଜମିରେ ପଡ଼ିରହିଛି । କିଛି ଧାନ କଟା ହୋଇଥିବା ବେଳେ ଆଉ କିଛି ଧାନ ଅମଳ କରିବାକୁ ଅପେକ୍ଷା କରିଥିଲେ । ଆଉ ଏତିକି ବେଳେ ବର୍ଷା ସେମାନଙ୍କ ନିଜ ହଜେଇ ଦେଇଛି ।

The post ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । କଳାହାଣ୍ଡି ଜୁନାଗଡ ଓ ବାଲେଶ୍ୱର ନୀଳଗିରିରୁ ଆସିଲା ଚାଷୀର ବିକଳ ଚିତ୍ର first appeared on Kanak News.

from Kanak News
via <a href="https://ifttt.com/?

‘ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ, କିନ୍ତୁ …’ ସୋନୁ ନିଗମ ପାକିସ୍ତାନୀ ଗୀତ କପି କରିଥିବା ଅଭିଯୋଗ ହୋଇଛି

ବଲିଉଡର ପ୍ରସିଦ୍ଧ ଗାୟକ ତଥା ତାଙ୍କ ସ୍ୱରରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ବାସ କରୁଥିବା ସୋନୁ ନିଗମଙ୍କ ବିରୋଧରେ ପାକିସ୍ତାନୀ ଗାୟକ ଓମାର ନାଦିମ ଏକ ବଡ ଅଭିଯୋଗ କରିଛନ୍ତି । ଓମାର କହିଛନ୍ତି ଯେ ସୋନୁ ନିଗମ ତାଙ୍କ ଗୀତକୁ କପି କରିଛନ୍ତି । ବାସ୍ତବରେ, ଏହି ବିଷୟଟି ନିକଟରେ ରିଲିଜ୍ ହୋଇଥିବା ଗୀତ ‘ଶୁନ୍ ଜରା’ ସହିତ ଜଡିତ ।

ସୋନୁ ନିଗମ ଜଣେ ଗାୟକ ଯାହାଙ୍କ କଣ୍ଠସ୍ୱର ଲକ୍ଷ ଲକ୍ଷ ଲୋକଙ୍କର ପସନ୍ଦ ଅଟେ ।  ତାଙ୍କ କ୍ୟାରିଅରରେ ସେ ଏପରି ଅନେକ ହିଟ୍ ଗୀତ ଦେଇଛନ୍ତି, ଯାହା ଲୋକଙ୍କ ହୃଦୟରେ ସ୍ମୃତି ହେଇ ସାଇତି ହେଇ ରହିଛି ।  ନିକଟରେ ତାଙ୍କର ଏକ ନୂତନ ଗୀତ ରିଲିଜ୍ ହୋଇଛି, ଯାହା ବିଷୟରେ ବର୍ତ୍ତମାନ ପାକିସ୍ତାନୀ ଗାୟକ ତଥା ଗୀତିକାର ଓମାର ନାଦିମ ତାଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି ।

ଆମେ କହୁଥିବା ସୋନୁ ନିଗମ ଗୀତର ଟାଇଟଲ୍ ହେଉଛି ‘ଶୁନ୍ ଜରା’, ଯାହା ଡିସେମ୍ବର ୨ ରେ ଟି-ସିରିଜ୍ ‘ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି । ନିକଟରେ ଓମାର ନାଦିମ ଏହି ଗୀତ ବିଷୟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ସୋନୁ ନିଗମଙ୍କ ଏହି ଗୀତ ତାଙ୍କ ଗୀତ ‘ଏ ଖୁଦା’ରୁ କପି କରାଯାଇଛି ।

ଓମାର ନାଦିମ କଣ ଅଭିଯୋଗ କରିଛନ୍ତି ?

ଓମାର ନାଦିମ ଭିଡିଓରେ ତାଙ୍କର ଏବଂ ସୋନୁ ନିଗମଙ୍କ ଗୀତର କ୍ଲିପ୍ ସେୟାର କରିଛନ୍ତି ଏବଂ ଏହି ବଡ ଅଭିଯୋଗ କରିଛନ୍ତି। ଭିଡିଓ ସେୟାର କରି ଓମାର ନାଦିମ ଲେଖିଛନ୍ତି, “ମୁଁ ମୋ ଜୀବନର ଏକ ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ମୁଁ ଏହି ଜିନିଷଗୁଡ଼ିକ ବିଷୟରେ ଆଦୌ ଚିନ୍ତା କରିପାରିବି ନାହିଁ । ଯଦି ଆପଣ ଗୀତ କପି କରିଛନ୍ତି ତେବେ କ୍ରେଡିଟ ମୋତେ ଦେବା କଥା । ମୁଁ ଆପଣଙ୍କର ଜଣେ ବଡ଼ ଫ୍ୟାନ ।

 

The post ‘ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ, କିନ୍ତୁ …’ ସୋନୁ ନିଗମ ପାକିସ୍ତାନୀ ଗୀତ କପି କରିଥିବା ଅଭିଯୋଗ ହୋଇଛି first appeared on Kanak News.

from Kanak News
via <a href="https://ifttt.com/?

ନ୍ୟାୟ ପାଇଁ ନିର୍ଯାତିତା ମହିଳାଙ୍କ ଲଢେଇ । ଚିକିତ୍ସାଧିନ ଅବସ୍ଥାରେ ସାକ୍ଷୀ ଦେବା ପାଇଁ ଆମ୍ବୁଲାନ୍ସରେ କୋର୍ଟ ଆସିଲେ ପୀଡିତା

କନକ ବ୍ୟୁରୋ : କୋର୍ଟ ଆସିଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ କୋର୍ଟକୁ ଆସିଥିଲେ ଶାଶୁଘରେ ନିର୍ଯାତିତ ହୋଇଥିବା ଜଣେ ପୀଡିତା । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଜଗନ୍ନାଥ ନଗର ବାସିନ୍ଦା ହେଉଛନ୍ତି ରାମେଶ୍ୱର ପାଣିଗ୍ରାହୀ । ଏଇ ଆମ୍ବୁଲାନ୍ସରେ ଆସିଥିବା ମହିଳା ଜଣଙ୍କ ହେଉଛନ୍ତି ରାମେଶ୍ୱରଙ୍କ ବଡଝିଅ ରସ୍ମିତା । ରସ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ଏମଏସସି । ୨୦୧୫ରେ ରସ୍ମିତା ପଦ୍ମପୁର ଅଂଚଳର ରାମଚନ୍ଦ୍ର ପାଢୀଙ୍କୁ ବିବାହ କରିଥିଲେ । ସାଂସାରି କଜୀବନ ଠିକଠାକ ଚାଲିଥିଲା । ବାହା ହେବାର ଦୁଇବର୍ଷ ପରେ ଶାଶୁଘର ପକ୍ଷରୁ ଆରମ୍ଭ ହୋଇଗଲା ନିର୍ଯାତନା । ଆଉ ଏହି ନିର୍ଜତନା ୨୦୨୨ରେ ଉଗ୍ରରୂପ ଧାରଣ କରିଥିଲା । ଶାଶୁଘର ଲୋକେ ରସ୍ମିତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ରସ୍ମିତାଙ୍କ ପରିବାର ବର୍ଗ । ନିଆଁରେ ରସ୍ମିତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଜଳିଯାଇଛି । ଆଜି ବି ତାଙ୍କ ଚିକିତ୍ସା ଜାରି ରହିଛି । କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେତେବେଳେ ଏହି ଘଟଣାକୁ ନେଇ ପଦ୍ମପୁର ଥାନର ଦ୍ୱାରସ୍ଥ ହୋଇ ସ୍ୱାମୀ ଓ ଦେଢଶୁରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ ରସ୍ମିତାଙ୍କ । ଏବେ ସେହି ମାମଲାର ସାକ୍ଷ୍ୟ ଗ୍ରହଣ ଚାଲିଛି । ତେଣୁ ଆମ୍ବୁଲାନ୍ସ ଯୋଗେ ଆଜି କଟକରୁ ଗୁଣୁପୁର ଉପବିଚାରପତିଙ୍କ ଅଦାଲତକୁ ଆସିଥିଲେ । ଅସୁସ୍ଥତାକୁ ପିଠି କରି ନିର୍ଯାତନା ସଂପର୍କରେ ବୟାନ ରଖିବା ପାଇଁ କୋର୍ଟରେ ପହଂଚିଥିଲେ ରଶ୍ମିତା ।

The post ନ୍ୟାୟ ପାଇଁ ନିର୍ଯାତିତା ମହିଳାଙ୍କ ଲଢେଇ । ଚିକିତ୍ସାଧିନ ଅବସ୍ଥାରେ ସାକ୍ଷୀ ଦେବା ପାଇଁ ଆମ୍ବୁଲାନ୍ସରେ କୋର୍ଟ ଆସିଲେ ପୀଡିତା first appeared on Kanak News.

from Kanak News
via <a href="https://ifttt.com/?

ସରକାରୀ ଅଫିସ ଖୋଲା, ଅଫିସର ଖାଲି । ସକାଳ ୧୦ଟାରୁ ୨ଟା ଯାଏଁ ଅପେକ୍ଷା କରି ନିରାସରେ ଫେରିଲେ ବେଗୁନିଆ ଗ୍ରାମବାସୀ

କନକ ବ୍ୟୁରୋ : ଅଫିସ ଖୋଲା ଅଛି, ହେଲେ ଅଫିସର ନାହାନ୍ତି । ଫାଙ୍କା ପଡୁଛି ସରକାରୀ କାର୍ଯ୍ୟାଳୟ । ସରକାରୀ ଅଧିକାରୀମାନେ ସଭା ସମିତିରେ ବ୍ୟସ୍ତି ଥିବା ବେଳେ ଅଫିସରେ ଫାଙ୍କା ପଡୁଛି ଚଉକି । ଆଉ ବିଭିନ୍ନ କାମ ପାଇଁ ଆସୁଥିବା ଲୋକ ନିରାସ ହୋଇ ଫେରୁଛନ୍ତି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଗୋପ ତହସିଲରୁ । ବିଭିନ୍ନ ସରକାର କାର୍ଯ୍ୟରେ ଗୋପ ତହସିଲକୁ ଆସିଥିଲେ ଏକାଧିକ ଲୋକ । ଲୋକମାନେ ଆସି ତହସିଲରେ ପହଂଚିବା ବେଳେକୁ ଅଫିସ ଖୋଲା ଥିଲା, ହେଲେ ଅଫିସରେ କେହି ନଥିଲେ, ଲୋକମାନେ ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶରେ ଫେରିଥିବା ଜଣାପଡିଛି । ବେଗୁନିଆ ଗାଁର ସାମୁହିକ ରାସ୍ତା ସମସ୍ୟାକୁ ନେଇ ଆଜି ଗାଁର ଶତାଧିକ ତହସିଲ ଅଫିସକୁ ଆସିଥିଲେ । ହେଲେ ସରକାରୀ ବାବୁଙ୍କୁ ନପାଇ ନିଜ ସମସ୍ୟା ନଜଣାଇ ଫେରି ଯାଇଛନ୍ତି । ଅନ୍ୟପଟେ ଗୋପ ତହସିଲ କାର୍ଯ୍ୟାଳୟର ଅଧିକାଂଶ କର୍ମଚାରୀ ଅନୁପସ୍ଥିତ ରହୁଥିବା କଥାକୁ ସ୍ୱୀକାର କରିଛନ୍ତି ଖୋଦ୍ ତହସିଲଦାର ରଂଜନ କୁମାର ପରିଡା । କର୍ମଚାରୀମାନେ ବିଭିନ୍ନ ସଭା ସମିତିରେ ଯୋଗ ଦେଇଥିବାରୁ ତହସିଲ କାର୍ଯ୍ୟାଳୟ ସଂପୂର୍ଣ୍ଣ ଅଚଳ ହୋଇପଡୁଛି ।

The post ସରକାରୀ ଅଫିସ ଖୋଲା, ଅଫିସର ଖାଲି । ସକାଳ ୧୦ଟାରୁ ୨ଟା ଯାଏଁ ଅପେକ୍ଷା କରି ନିରାସରେ ଫେରିଲେ ବେଗୁନିଆ ଗ୍ରାମବାସୀ first appeared on Kanak News.

from Kanak News
via <a href="https://ifttt.com/?

୧୮ ବର୍ଷ ତଳେ ୧୧ ଜଣ ସାଂସଦଙ୍କ ବିରୋଧରେ ଆସିଥିଲା କ୍ୟାସ ଫର କ୍ୱେରୀ ମାମଲା । ଜାଣନ୍ତୁ କ’ଣ କହିଥିଲେ ଲାଲକୃଷ୍ଣ ଆଡଭାନୀ

କନକ ବ୍ୟୁରୋ : ଶୁକ୍ରବାର ଦିନ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି । କ୍ୟାସ ଫର କ୍ୱେରୀ ବା ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତାଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇଛି । ଏନେଇ ଲୋକସଭାର ଏଥିକ୍ସ କମିଟି ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିଶ କରିଥିଲା । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି ।

ଏହି ରିପୋର୍ଟ ଲୋକସଭାରେ ଉପସ୍ଥାପନ କରାଯିବା ପରେ ଏହି ମାମଲାର ଯାଂଚ କରିବାକୁ ଟିଏମସି ତରଫରୁ ୪୮ ଘଣ୍ଟା ସମୟ ମଗାଯାଇଥିଲା । ହେଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହାକୁ ଖାରଜ କରିଦେଇଥିଲେ  । ଏହାସହ ସଂସଦରେ ମହୁଆ ମୋଇତ୍ରଙ୍କୁ କହିବାର ମଧ୍ୟ ସୁଯୋଗ ଦିଆଯାଇ ନଥିଲା ।

ଏହି ରିପୋର୍ଟ ଉପରେ ଲୋକସଭାରେ ଭୋଟିଂ ହୋଇଥିଲା । ହେଲେ ଧ୍ୱନୀ ମତରେ ମହୁଆ ମୋଇତ୍ରଙ୍କର ପରାଜୟ ହୋଇଥିଲା । ଏହା ସଂସଦୀୟ ଗଣତନ୍ତ୍ରରେ ପ୍ରଥମ ମାମଲା ନୁହେଁ । ଏହା ପୂର୍ବରୁ ମଧ୍ୟ ସମାନ ମାମଲାରେ ଅନେକ ସାଂସଦଙ୍କ ସଦସ୍ୟତା ରଦ୍ଦ ହୋଇଛି । ଏହାପୂର୍ବରୁ ୨୦୦୫ ମସିହାରେ ଏଭଳି ଏକ ମାମଲା ଆସିଥିଲା, ହେଲେ ୧୧ ଜଣ ସାଂସଦ ଏଥିରେ ସଂପୃକ୍ତ ଥିଲେ ।

୨୦୦୫ ମସିହାରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ୧୧ ଜଣ ସାଂସଦଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇଥିଲା । ସେତେବେଳେ ସେମାନଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣେ ରାଜ୍ୟସଭା ସାଂସଦ ମଧ୍ୟ ସଂପୃକ୍ତ ଥିଲେ ।

୨୦୦୫ ଡିସେମ୍ବର ୧୨ ତାରିଖରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ଏକ ଷ୍ଟିଙ୍ଗ ଅପରେଶନ କରିଥିଲା । ଗୁପ୍ତ କ୍ୟାମେରା ସହାୟତାରେ କିଛି ସାଂସଦ ସଂସଦରେ ପ୍ରଶ୍ନ ପଚାରିବାକୁ ଟଙ୍କା ନେଉଥିବାର ଭିଡିଓ ସୁଟିଂ କରାଯାଇଥିଲା । ସବୁଠାରୁ ବଡ କଥା ହେଉଛି ଏହି ୧୧ ଜଣ ସାଂସଦ ଗୋଟିଏ ରାଜନୈତିକ ଦଳର ନଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ବିଜେପି ସାଂସଦ, ୩ ଜଣ ବିଏସପି ସାଂସଦ ଓ କଂଗ୍ରେସ ଓ ଆରଜେଡିରୁ ଜଣେ ଲେଖାଏଁ ସାଂସଦ ସଂପୃକ୍ତ ଥିଲେ ।

ବିଜେପିରୁ ସୁରେଶ ଚନ୍ଦେଲ, ଆନ୍ନା ସାହେବ ପାଟିଲ, ଚନ୍ଦ୍ର ପ୍ରତାପ ସିଂ, ଛତ୍ରପାଲ ସିଂ ଲୋଧ, ବାଇ ଜୀ ମହାଜନ ଓ ପ୍ରଦୀପ ଗାନ୍ଧୀ । ବିଏସପିରୁ ନରେନ୍ଦ୍ର କୁମାର କୁଶୱାହା, ରାଜା ରାମପାଲ ଓ ଲାଲଚନ୍ଦ୍ର । ସେହିଭଳି ଆରଜେଡିରୁ ମନୋଜ କୁମାର ଓ କଂଗ୍ରେସରୁ ରାମ ସେବକ ସିଂ ସାମିଲ ଥିଲେ ।

ଏହା ମାମଲା ସାମ୍ନାକୁ ଆସିବାର ୧୨ ଦିନ ପରେ ଅର୍ଥାତ ୨୦୦୫ ଡିସେମ୍ବର ୨୪ ତାରିଖରେ ଏହି ସାଂସଦମାନଙ୍କର ସଦସ୍ୟତା ରଦ୍ଦ କରିବାକୁ ସଂସଦରେ ଭୋଟିଂ ହୋଇଥିଲା । ଏହି ଭୋଟିଂରେ ଅନ୍ୟସବୁ ରାଜନୈତିକ ଦଳମାନେ ସାଂସଦଙ୍କ ପଦ ରଦ୍ଦ କରିବାକୁ ସହମତି ହୋଇଥିବା ବେଳେ କେବଳ ବିଜେପି ସାଂସଦମାନେ ସଂସଦ ଛାଡି ପଳାଇଥିଲେ । ଏହି କ୍ରମରେ ଲାଲକୃଷ୍ଣ ଆଡଭାନୀ କହିଥିଲେ କି ଏହା ନିଶ୍ଚିତ ଭାବେ ଅକ୍ଷମଣୀୟ ଅପରାଧ ହେଲେ ସଦସ୍ୟ ପଦ ରଦ୍ଦ କରିବା ଅତି କଠୋର ଦଣ୍ଡ ।

The post ୧୮ ବର୍ଷ ତଳେ ୧୧ ଜଣ ସାଂସଦଙ୍କ ବିରୋଧରେ ଆସିଥିଲା କ୍ୟାସ ଫର କ୍ୱେରୀ ମାମଲା । ଜାଣନ୍ତୁ କ’ଣ କହିଥିଲେ ଲାଲକୃଷ୍ଣ ଆଡଭାନୀ first appeared on Kanak News.

from Kanak News
via <a href="https://ifttt.com/?

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆର୍ନୋଲ୍ଡଙ୍କୁ ପ୍ରଶଂସା କରିଥିଲେ, ଯିଏକି ୪୧ ଭାରତୀୟ ଶ୍ରମିକଙ୍କୁ ଟନେଲରୁ ଉଦ୍ଧାର କରିଥିଲେ – ସେ କହିଛନ୍ତି ଆମେ ଭାଗ୍ୟବାନ …

ଭାରତ ଅଷ୍ଟ୍ରେଲିଆ ସମ୍ପର୍କ: ଉତ୍ତରକାଶୀ ଟନେଲରୁ ୪୧  ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଆର୍ନୋଲ୍ଡ ଡିକ୍ସ ମନ୍ଦିରକୁ ଯାଇ ଉଦ୍ଧାର ସମୟରେ ଭଗବାନଙ୍କ ଦର୍ଶନ କରିଥିଲେ। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ପୁଣି ଥରେ ଭାରତ ପ୍ରତି ନିଜର ‘ବନ୍ଧୁତା’ର ସ୍ବାଗତ କରିଛନ୍ତି ।  ଅଷ୍ଟ୍ରେଲୀୟ ସଂସଦରେ ଭାଷଣ ଦେଇ ଆଲବାନି ଉତ୍ତରକୋଶୀ ଟନେଲରୁ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବାର ଶ୍ରେୟ ସେ ଆର୍ନୋଲ୍ଡ ଡିକ୍ସଙ୍କୁ ଦେଇଥିଲେ।

ସେ କହିଛନ୍ତି, “ଆର୍ନୋଲ୍ଡ ଡିକ୍ସ ଯାହା କରିଛନ୍ତି, ସେଥିପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ। ମୁଁ ଆପଣଙ୍କୁ କହିବି, କେବଳ ଡିକ୍ସଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ସବୁ ସମ୍ଭବ ହେଇପାରିଲା ।”ଆଲବାନିଜ୍ କହିଛନ୍ତି ଯେ ଆମେ ଜାଣୁ ଯେ ଏହିପରି ଦୁର୍ଘଟଣା ନିରାଶାଜନକ ହୋଇଯାଏ, କିନ୍ତୁ ଏଥର ଡିକ୍ସ ସେଠାରେ ଥିବାରୁ ଏହା ହୋଇ ନଥିଲା।

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି ଯେ ଭାରତ ପାଖରେ ସେ କୃତଜ୍ଞ । ଆନ୍ଥୋନି ଆଲବାନି କହିଛନ୍ତି, “୪୧  ଜୀବନ ବଞ୍ଚିଗଲା  ଏହି ଲୋକମାନେ ସେମାନଙ୍କର ପରିବାରକୁ ପୁଣିଥରେ ଭେଟିବାରେ ସକ୍ଷମ ହୋଇଥିଲେ। ମୁଁ ବହୁତ ଖୁସି ଯେ ଆମେ ଭାରତ ପାଇଁ କାମରେ ଆସିଲୁ ।”

ଭାରତ ଏବଂ ଅଷ୍ଟ୍ରେଲିଆ ଡିକ୍ସଙ୍କ ନିକଟରେ ଋଣୀ

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ କହିଛନ୍ତି ଯେ ଆର୍ନୋଲ୍ଡ ଡିକ୍ସଙ୍କ ସାହାଯ୍ୟରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ତାଙ୍କ ନିକଟରେ ଋଣୀ । ଅଷ୍ଟ୍ରେଲିଆରେ ଅବସ୍ଥିତ ‘ହାଇ କମିଶନ ଅଫ୍ ଇଣ୍ଡିଆ’ ଆର୍ନୋଲ୍ଡ ଡିକ୍ସଙ୍କ ପାଇଁ ଏକ ସମାରୋହ ଆୟୋଜନ କରିଥିଲେ। ଏହି ସମାରୋହରେ ଡିକ୍ସ କହିଛନ୍ତି ଯେ ଏହି ଉଦ୍ଧାର କାର୍ଯ୍ୟର ସାମିଲ କରିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ଉଦ୍ଧାରକାରୀ ସଂସ୍ଥା ଏବଂ ସେନା ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି। ସେ କହିଛନ୍ତି, “୪୧ ଜଣ ଲୋକ ନିରାପଦରେ ନିଜ ଘରେ ପହଂଚିଥିଲେ। ସେମାନଙ୍କ ମଧ୍ୟରୁ କାହାରିକୁ ସାମାନ୍ଯତମ ଆଘାତ ମଧ୍ୟ ଲାଗିନଥିଲା । ମୋ ଜୀବନରେ ଯେ କୌଣସି ବି ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କଠାରୁ ଏତେ ସାହାଯ୍ୟ ଆଶା କରି ନ ଥିଲି ଯାହା ଭାରତରୁ ପାଇଛି ।

ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରିଥିଲେ

ଆର୍ନୋଲ୍ଡ ଡିକ୍ସ କହିଛନ୍ତି ଯେ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଟନେଲରୁ ବାହାର କରିବା ପାଇଁ ସେ ମନ୍ଦିରକୁ ଯାଇ ଭଗବାନଙ୍କୁ ଦର୍ଶନ କରିଥିଲେ । ଏହି ମନ୍ଦିର ଉଦ୍ଧାର ସ୍ଥାନ ନିକଟରେ ଥିଲା।

The post ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆର୍ନୋଲ୍ଡଙ୍କୁ ପ୍ରଶଂସା କରିଥିଲେ, ଯିଏକି ୪୧ ଭାରତୀୟ ଶ୍ରମିକଙ୍କୁ ଟନେଲରୁ ଉଦ୍ଧାର କରିଥିଲେ – ସେ କହିଛନ୍ତି ଆମେ ଭାଗ୍ୟବାନ … first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମମତା ବାନାର୍ଜୀ । କହିଲେ, ମହୁଆଙ୍କ ସହ ଅନ୍ୟାୟ ହୋଇଛି, ଜନତା ନିଶ୍ଚୟ ଜବାବ ଦେବେ ।

କନକ ବ୍ୟୁରୋ : ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି । ଏହାସହ ମହୁଆଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଛି । ବହିଷ୍କାର ପରେ ମହୁଆ କହିଛନ୍ତି ବିନା ପ୍ରମାଣରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

https://platform.twitter.com/widgets.jsଅନ୍ୟପଟେ ମହୁଆଙ୍କ ସମର୍ଥନରେ ବାହାରିଛନ୍ତି ଟିଏମସି ସଭାନେତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ଏହା ଗଣତନ୍ତ୍ର ହତ୍ୟା । ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିବାର କିଛି ସମୟ ମଧ୍ୟରେ ମମତା କହିଛନ୍ତି, ଡେମୋକ୍ରାସିର ବାଇପାସ ସର୍ଜରୀ ହୋଇଗଲା । ମମତା ଏହାକୁ ନିନ୍ଦା କରିବା ସହ କହିଛନ୍ତି, ମହୁଆଙ୍କ ସହ ଆମ ଦଳ ଏବଂ ଇଣ୍ଡିଆ ମେଣ୍ଟ ଛିଡା ହୋଇଛି । ଆମେ ମିଳିତ ଭାବେ ଲଢେଇ କରିବୁ । ଏହା ଲୋକତନ୍ତ୍ର ପାଇଁ ଦୁଭାଗ୍ୟପୂର୍ଣ୍ଣ । ବିଜେପି ଗଣତନ୍ତ୍ରକୁ ଧୋକା ଦେଉଛି । ମହୁଆଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନି । ଏହା ମହୁଆଙ୍କ ସହ ପୂରା ଅନ୍ୟାୟ ହୋଇଛି ।

https://platform.twitter.com/widgets.jsମମତା କହିଛନ୍ତି, ସଂସଦରେ କୌଣସି ଦଳକୁ ସମୟ ଦିଆଗଲାନି । ୪୮୫ ପୃଷ୍ଠାର ରିପୋର୍ଟକୁ ପଢିବାକୁ ସୁଯୋଗ ଦିଆଗଲାନି । ମହୁଆ ଏହି ଲଢେଇ ନିଶ୍ଚିତ ଜିତିବେ, ଆମେ ତାଙ୍କ ସହ ରହିଛୁ । ଆଗାମୀ ନିର୍ବାଚନରେ ଜନତା ବିଜେପିକୁ ଉପଯୁକ୍ତ ଜବାବ ଦେବେ ଏବଂ ମହୁଆଙ୍କୁ ପୁଣିଥରେ ବିଜୟୀ କରାଇବେ ।

The post ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମମତା ବାନାର୍ଜୀ । କହିଲେ, ମହୁଆଙ୍କ ସହ ଅନ୍ୟାୟ ହୋଇଛି, ଜନତା ନିଶ୍ଚୟ ଜବାବ ଦେବେ । first appeared on Kanak News.

from Kanak News
via <a href="https://ifttt.com/?

୫ ବର୍ଷରେ ବିଦେଶକୁ ପଢିବାକୁ ଯାଇଥିବା ୪୦୩ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । କେବଳ କାନାଡାରେ ୯୧ ଭାରତୀୟ ଛାତ୍ରଙ୍କ ଯାଇଛି ଜୀବନ

କନକ ବ୍ୟୁରୋ : ଗତ ୫ ବର୍ଷ ମଧ୍ୟରେ ବିଦେଶ ପାଠ ପଢିବାକୁ ଯାଇଥିବା ଭାରତୀୟ ଛାତ୍ରଙ୍କ ମଧ୍ୟରୁ ୪୦୩ ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ କେବଳ କାନାଡାରେ ୯୧ ଜଣ ଛାତ୍ରଙ୍କ ଜୀବନ ଯାଇଛି । ଓ କାନାଡାରେ ୪୮ ଜଣ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଏମାନଙ୍କର ମୃତ୍ୟୁ ଦୁର୍ଘଟଣା, ସ୍ୱାସ୍ଥ୍ୟଗତ କାରଣରୁ ହୋଇଛି ବୋଲି କୁହାଯାଉଛି । ଏନେଇ ସରକାରଙ୍କ ତରଫରୁ ସଂସଦରେ ସୂଚନା ଦିଆଯାଇଛି ।

ସବୁଠାରୁ ଅଧିକ ଭାରତୀୟ ଛାତ୍ର କାନାଡାରେ ମୃତ୍ୟୁବରଣ କାହିଁକି କରିଛନ୍ତି  ବୋଲି ପ୍ରଶ୍ନର ଉତର ଦେଇ ସାଂସଦ ବାହାରେ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରବିନ୍ଦ ବାଗଚୀ କହିଛନ୍ତି ଯେ, ଅନ୍ୟ ଦେଶ ତୁଳନାରେ ସର୍ବାଧିକ ଭାରତୀୟ ଛାତ୍ର କାନାଡା ପାଠ ପଢିବାକୁ ଯାଇଥାନ୍ତି ।

ଯଦି ଆମେ ଦେଖିବା ତେବେ ଗତ ୫ ବର୍ଷ ମଧ୍ୟରେ କାନାଡାରେ ୯୧, ବ୍ରିଟେନରେ ୪୮, ଋଷରେ ୪୦, ଆମେରିକାରେ ୩୬, ଅଷ୍ଟ୍ରେଲିଆରେ ୩୫, ୟୁକ୍ରେନରେ ୨୧, ଜର୍ମାନୀରେ ୨୦, ସାଇପ୍ରସରେ ୧୪, ଇଟଲିରେ ୧୦ ଓ ଫିଲିପାଇନ୍ସରେ ୧୦ ଜଣ ଭାରତୀୟ ଛାତ୍ର ମୃତ୍ୟୁବରଣ କରିଛନ୍ତି ।

The post ୫ ବର୍ଷରେ ବିଦେଶକୁ ପଢିବାକୁ ଯାଇଥିବା ୪୦୩ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । କେବଳ କାନାଡାରେ ୯୧ ଭାରତୀୟ ଛାତ୍ରଙ୍କ ଯାଇଛି ଜୀବନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started