କ୍ରିକେଟକୁ ନେଇ ଛତ୍ରପୁର ଯବାନ ହତ୍ୟା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ୪ ଅଭିଯୁକ୍ତ ଏବେ ବି ଫେରାର ।

କନକ ବ୍ୟୁରୋ: ଛତ୍ରପୁର ଅଞ୍ଚଳର ଯବାନ ଡିଲେଶ୍ୱର ପାତ୍ରଙ୍କ ଆକ୍ରମଣକୁ ଏହା ଭିତରେ ୪ଦିନ ବିତିଲାଣି । ଏହା ଭିତରେ ତାଙ୍କର ମୃତ୍ୟୁ ହୋଇ ସାରିଛି । ଅନ୍ତିମସଂସ୍କାର ବି ସରିଛି । ହେଲେ, ଡିଲେଶ୍ୱରଙ୍କୁ ଯେଉଁମାନେ ଆକ୍ରମଣ କରିଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବାବେଳେ, ଆଉ ୪ଜଣ ଫେରାର ଅଛନ୍ତିି । ସେମାନେ ଏବେ ବି ପୋଲିସ ପାଇଁ ଅପହଂଚ ହୋଇ ରହିଛନ୍ତି । ଅଭିଯୁକ୍ତମାନେ କୁଆଡେ ଗଲେ, ସେ ନେଇ ଗଞ୍ଜାମ ପୋଲିସ କୌଣସି ସୂଚନା ଦେଇନାହିଁ । ତେବେ ଦୁଇଟି ଟିମ୍ କରି ତଦନ୍ତ କରାଯାଉଛି ବୋଲି ଗତକାଲି କହିଥିଲେ ଗଞ୍ଜାମ ଏସପି । କିନ୍ତୁ ଜଣେ ଯବାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ତାପରେ ତାଙ୍କର ମୃତ୍ୟୁ ହେବାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଗତ ରବିବାର ଡିଲେଶ୍ୱର ଗୋପାଳପୁରରେ ଆୟୋଜିତ ଏକ କ୍ରିକେଟ ମ୍ୟାଚରେ ଅତିଥି ହୋଇ ଯାଇଥିଲେ । ସେଠାରେ କୌଣସି କାରଣରୁ ପରାଜିତ ଦଳର କିଛି ଖେଳାଳୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ତାପରେ ଡିଲେଶ୍ୱର ଘରକୁ ଫେରୁଥିବାବେଳେ କିଛି ଦୁବୃର୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁରର ଏମକେସିଜି ଓ ତାପରେ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଶେଷରେ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

The post କ୍ରିକେଟକୁ ନେଇ ଛତ୍ରପୁର ଯବାନ ହତ୍ୟା ଘଟଣାକୁ ନେଇ ତେଜୁଛି ଅସନ୍ତୋଷ । ୪ ଅଭିଯୁକ୍ତ ଏବେ ବି ଫେରାର । first appeared on Kanak News.

from Kanak News
via <a href="https://ifttt.com/?

ଲୋୟର ପିଏମଜିରେ ଅଦିବାସୀଙ୍କ ବିଶାଳ ମେଳି । ଆଦିବାସୀ ଜମି ବିକ୍ରି ନେଇ  କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ଆଦିବାସୀଙ୍କ ବିକ୍ଷୋଭ । ରାଜ୍ୟ ସରକାର ଆଦିବାସୀ ଜମି ବିକ୍ରୟ ପାଇଁ ନେଇଥିବା କ୍ୟାବିନେଟ୍ ନିଷ୍ପତିକୁ ବିରୋଧ କରି ବିକ୍ଷୋଭ କରାଯାଉଛି । ଓଡ଼ିଶା ରାଜ୍ୟ ପେସାଗ୍ରାମ ସଭା କୋଡିନେସନ୍ କମିଟି ପକ୍ଷରୁ ଆନ୍ଦୋଳନ କରାଯାଉଛି । ପାରମ୍ପରିକ ଆଦିବସୀ ବାଦ୍ୟ ଯନ୍ତ୍ର ସହ ଆନ୍ଦୋଳନକୁ ଓହ୍ଲାଇଛି କମିଟି । କ୍ୟାବିନେଟ୍ ନିଷ୍ପତିକୁ ସ୍ଥଗିତ ନୁହେଁ ବରଂ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବି ହୋଇଛି । ଏହା ସହ ପେସା ଆଇନ ଲାଗୁ କରିବାକୁ କମିଟି ଦାବି କରିଛି ।

The post ଲୋୟର ପିଏମଜିରେ ଅଦିବାସୀଙ୍କ ବିଶାଳ ମେଳି । ଆଦିବାସୀ ଜମି ବିକ୍ରି ନେଇ  କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ । first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟବାଣୀ । କହିଲେ, ବିନା ଟ୍ରାଲଲରେ କାହାକୁ ଜେଲରେ ଅଧିକ ଦିନ ରଖାଯାଇପାରିବ ନାହିଁ

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମଦ କମ୍ପାନୀ ପେରନୋଡ ରିକାଡର ଅଧିକାରୀ ବିନୟ ବାବୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ମିଳିଛି । ଏହି ମାମଲାର ଜାମିନ ପ୍ରଦାନ କରି କୋର୍ଟ କହିଛନ୍ତି କି, ବିନା ଟ୍ରାଏଲରେ କୌଣସି ଅଭିଯୁକ୍ତଙ୍କୁ ଦୀର୍ଘଦିନ ଧରି ଜେଲରେ ରଖାଯାଇପାରିବ ନାହିଁ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିନୟ ବାବୁ ସରକାରୀ ସାକ୍ଷୀ ଅଟନ୍ତି । ଏହାସହ ସଂପୃକ୍ତ ମାମଲାରେ ସେ ଅଭିଯୁକ୍ତ ମଧ୍ୟ । ତାଙ୍କୁ ଅର୍ଥ ହେରଫେର ମାମଲାରେ ସିବିଆଇ ଗିରଫ କରିଥିଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆ ଓ ସଂଜୟ ସିଂ ।

ପୂର୍ବ ଶୁଣାଣି ବେଳେ ବିନୟ ବାବୁଙ୍କ ତରଫରୁ ବରିଷ୍ଠ ଓକିଲ ହରିସ୍ ସାଲଭେ କହିଥିଲେ କି ବିନୟ ବାବୁଙ୍କ ଯୋଗ୍ୟତା ଆଧାରରେ ତାଙ୍କୁ ନିୟମିତ ଜାମିନ ମିଳିବାର ଅଧିକାର ରହିଛି । ସାଲଭେ କହିଥିଲେ କି ବିନୟ ବାବୁ ଗତ ୧୦ ମାସ ଧରି ଜେଲରେ ରହିଛନ୍ତି । ଏବଂ ମେଡିକାଲ ଗ୍ରାଉଣ୍ଡରେ ସେ ଅନ୍ତରୀଣ ଜାମିନ ପାଇଛନ୍ତି । ଚାର୍ଜସିଟ୍ ଦାଖଲ ହୋଇସାରିଛି ହେଲେ ଏପର୍ଯ୍ୟନ୍ତ ଅପରାଧ ପ୍ରମାଣ ହୋଇନାହିଁ । କୌଣସି ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଟ୍ରାଏଲ ଆରମ୍ଭ ହେବା ଯାଏଁ ତାଙ୍କୁ ଜେଲରେ ରଖାଯାଇପାରିବ ନାହିଁ ।

The post ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟବାଣୀ । କହିଲେ, ବିନା ଟ୍ରାଲଲରେ କାହାକୁ ଜେଲରେ ଅଧିକ ଦିନ ରଖାଯାଇପାରିବ ନାହିଁ first appeared on Kanak News.

from Kanak News
via <a href="https://ifttt.com/?

ପୋଖରୀରୁ ମିଳିଲା ଅଖାରେ ଭର୍ତ୍ତି ଯୁବକଙ୍କ ମୃତଦେହ । ଗତ ୩ ତାରିଖରୁ ନିଖୋଜ ଥିଲେ କବିଚନ୍ଦ୍ରପୁରର ବୁଲୁ ସାହୁ ।

କନକ ବ୍ୟୁରୋ: ଅଖାରେ ଭର୍ତି ହୋଇ ପୋଖରୀରେ ଭାସିଲା ଯୁବକଙ୍କ ମୃତଦେହ । କଟକ ନିଆଳି କବିଚନ୍ଦ୍ରପୁର ସାହୁ ସାହିର ବୁଲୁ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଗତ ତିନି ତାରିଖରୁ ନିଖୋଜ ଥିଲେ । ଧାନକଟା ମେସିନର ହିସାବ କରୁଥିବା ଯାଇ ଆଉ ସେ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ତାଙ୍କ ପତା ନମିଳିବାରୁ ତାଙ୍କ ସ୍ତ୍ରୀ କସର୍ଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ହେଲେ ଆଜି ଗାଁ ପାଖ ପୋଖରୀରେ ଅଖାରେ ଭର୍ତି ହୋଇଥିବା ମୃତଦେହ ଦେଖିବାକୁ ମିଳିଥିଲା । ତାଙ୍କୁ ହତ୍ୟା କରି ଫୋପାଡି ଦିଆଯାଇଥିବା ଅଭିଯୋଗ ହୋଇଛି । କିଏ ଓ କାହିଁକି ବୁଲୁଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ପୋଖରୀରୁ ମିଳିଲା ଅଖାରେ ଭର୍ତ୍ତି ଯୁବକଙ୍କ ମୃତଦେହ । ଗତ ୩ ତାରିଖରୁ ନିଖୋଜ ଥିଲେ କବିଚନ୍ଦ୍ରପୁରର ବୁଲୁ ସାହୁ । first appeared on Kanak News.

from Kanak News
via <a href="https://ifttt.com/?

ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଦେଶରେ ବୁଲୁଛି କଳସ ଯାତ୍ରା । ଅକ୍ଷତ କଳସ ଯାତ୍ରା ଆଜି ଓଡିଶାରେ ପହଞ୍ଚିପାରେ ଅକ୍ଷତ କଳସ ।

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ବଡ ଧରଣରେ ଆୟୋଜନ କରାଯାଉଛି । ସାରାଦେଶରେ ବୁଲୁଛି ଅକ୍ଷତ କଳସ ଯାତ୍ରା । ଏହି କଳସ ଯାତ୍ରା ଆଜି ଓଡିଶାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରେ ଭୁବନେଶ୍ୱର ରସୁଲଗଡରେ ପହଞ୍ଚିବ ଅକ୍ଷତ କଳସ ଯାତ୍ରା । ରାଜଧାନୀ ଭୁବନେଶ୍ୱରରେ ବୁଲାଇବା କାର୍ଯ୍ୟକ୍ରମ ରହିଛି ।

– ଆଜି ଅପରାହ୍ନ ୨ଟା ୩୦ରେ ହଂସପାଳ ଛକରେ ପହଞ୍ଚିିବ ଅକ୍ଷତ କଳସ ଯାତ୍ରା
– ଅପରାହ୍ନ ୩ଟା ୫୦ରେ ରସୁଲଗଡ ଓ ୩ଟା ୧୫ରେ ବମିଖାଲରେ ପହଞ୍ଚିିବ
– ୩ଟା ୨୫ରେ ଝାରପଡା ଦେଇ ସାଢେ ୩ଟାରେ କଳ୍ପନା ଛକରେ ପହଞ୍ଚିିବ
– ୩ଟା ୩୫ରେ ରାଜମହ ଛକ, ୩ଟା ୪୦ରେ ମାଷ୍ଟରକ୍ୟାଂଟିନ୍ ଦେଇ ଯିବ
– ଅପରାହ୍ନ ୩ଟା ୫୫ରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିିବ କଳସ ଯାତ୍ରା
– ଅପରାହ୍ନ ୪ଟାରେ ରାମ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ
– ଅପରାହ୍ନ ୪ଟା ୨୦ରେ ରାମ ମନ୍ଦିର ଛକରୁ ବାହାରି ୪ଟା ୩୫ରେ ଏଜି ଛକରେ ପହଞ୍ଚିିବ ଗଭର୍ଣ୍ଣର ହାଉସ ଛକ, ଗୋପବନ୍ଧୁ ଛକ ଦେଇ ୫ଟା ୧୦ରେ ଜୟଦେବ ପାଠାଗାରରେ ପହଞ୍ଚିିବ

The post ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଦେଶରେ ବୁଲୁଛି କଳସ ଯାତ୍ରା । ଅକ୍ଷତ କଳସ ଯାତ୍ରା ଆଜି ଓଡିଶାରେ ପହଞ୍ଚିପାରେ ଅକ୍ଷତ କଳସ । first appeared on Kanak News.

from Kanak News
via <a href="https://ifttt.com/?

ଆମେରିକୀୟ ସ୍ନାଇପର ଖାଲି ହଲିଉଡ ଫିଲ୍ମରେ ହିରୋ : ଅସଲ ହିରୋ ହେଲା ୟୁକ୍ରେନର ଜଣେ ସ୍ନାଇପର, ଯିଏ ୩.୮ କିମି ଦୂରରୁ ମାରିଲା ଜଣେ ରୁଷ ସୈନିକଙ୍କୁ ।

ସ୍ନାଇପରକୁ ନେଇ ହଲିଉଡରେ ବହୁ କଳ୍ପିତ ଚଳଚ୍ଚିତ୍ର ତିଆରି ହେଇଛି । ଫିଲ୍ମ ହିରୋକୁ ଅସାଧାରଣ କରି ଚିତ୍ରଣ କରାହୁଏ ହଲିଉଡରେ । ବହୁ କିଲୋମିଟର ଦୂରରୁ ଯିଏ ଲକ୍ଷ୍ୟଭେଦ କରି ପାରୁଥାଏ ସବୁବେଳେ । କିଛି ଚଳଚ୍ଚିତ୍ର ଓସ୍କାର ପାଇଁ ମଧ୍ୟ ମନୋନୀତ ହେଇଛି ।

ଏହିପରି ଏକ ରିଏଲ ସ୍ନାଇପରର କଥା ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ହେଇଛି ।

ୟୁକ୍ରେନର ଜଣେ ସ୍ନାଇପର ଯୁଦ୍ଧକ୍ଷେତ୍ରରେ ୩.୮ କିଲୋମିଟର ଦୂରରୁ ସଠିକ ଲକ୍ଷ୍ୟଭେଦ କରି ଋଷର ଜଣେ ସୈନିକକୁ ମାରି ଧରାଶାୟୀ କରିଦେଇଛି । ଏହା ଏକ ସର୍ବକାଳୀନ ସ୍ନାଇପର ରେକର୍ଡ ଅଟେ ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଅଢେଇ ବର୍ଷ ପାଖାପାଖି ହେଇଗଲାଣି । ଏହା ଥମିବାର ନାଁ ନେଉନାହିଁ । ଏହି ଯୁଦ୍ଧରେ ଉଭୟ ପକ୍ଷରୁ ହଜାର ହଜାର ସୈନିକ ମୃତ୍ଯୁବରଣ କଲେଣି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୁଦ୍ଧକ୍ଷେତ୍ରରେ ନୂତନ ରେକର୍ଡ ମଧ୍ୟ ପ୍ରସ୍ତୁତ ହେଉଛି ।

ଆଜ୍ଞା ହଁ , ଆପଣ ଠିକ ଶୁଣିଲେ , ଏହା ସମ୍ପୂର୍ଣ ସତ୍ୟ ଅଟେ ।

ରୁଷ-ୟୁକ୍ରେନ ଯୁଦ୍ଧକ୍ଷେତ୍ରରେ ଜଣେ ୟୁକ୍ରେନ ସ୍ନାଇପର ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଦାବି ହେଉଛି ଯେ ୟୁକ୍ରେନର ଜଣେ ସ୍ନାଇପର ରୁଷର ଜଣେ ସୈନିକଙ୍କୁ ପ୍ରାୟ ୩.୮ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରି ମାରିବାରେ ସକ୍ଷମ ହେଇଛନ୍ତି  । ଏଭଳି ବିପଜ୍ଜନକ ସ୍ନାଇପର ପୁଟିନଙ୍କ ପାଇଁ ମଧ୍ୟ ଟେନସନ ସୃଷ୍ଟି କରିଛି ।

ଏହା ପୂର୍ବରୁ ସ୍ନାଇପର ରେକର୍ଡ କ’ଣ ଥିଲା ଏବଂ ଏହା କେତେ ଦୁରତାର ଥିଲା ?

ୟୁକ୍ରେନ ସ୍ନାଇପର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

ୟୁକ୍ରେନୀ ସ୍ନାଇପର ପୂର୍ବ ରେକର୍ଡକୁ ପ୍ରାୟ ୨୬୦ ମିଟର ପଛରେ ପକେଇଦେଇଛନ୍ତି  । ଏହି ୟୁକ୍ରେନୀ ସ୍ନାଇପର ଜଣକ ଯୁଦ୍ଧକ୍ଷେତ୍ରରେ ଜଣେ ରୁଷ ସୈନ୍ୟକଙ୍କୁ ୩.୮ କିଲୋମିଟର ଦୂରରୁ ଗୁଳି ଚଳାଇ ହତ୍ୟା କରିଥିବାର ଦାବି କରାଯାଉଛି । ଏହି ଦାବିକୁ SBU ପ୍ରେସ କନଫର୍ମ କରିଛି । ବାସ୍ତବରେ ବର୍ତ୍ତମାନ ରୁଷ-ୟୁକ୍ରେନ ଯୁଦ୍ଧରେ ତୋପ, ଡ୍ରୋନ୍ ଏବଂ ଯୁଦ୍ଧ ବିମାନର ବହୁଳ ବ୍ୟବହାର କରାଯାଉଛି କିନ୍ତୁ ଏହି ସମୟରେ, ସ୍ନାଇପରମାନେ ମଧ୍ୟ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।

କାନାଡାର ୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲା

ଏହି ବିଶ୍ୱ ରେକର୍ଡ କରିଥିବା ସ୍ନାଇପର ୟୁକ୍ରେନର ସୁରକ୍ଷା ବିଭାଗରେ କାମ କରେ । ନ୍ୟୁଜ୍ ୱିକ୍ ରିପୋର୍ଟ ଅନୁଯାୟୀ, ରେକର୍ଡ ବ୍ରେକିଙ୍ଗ୍ ସଟ୍ ପ୍ରାୟ ୩.୮ କିଲୋମିଟର ଦୂରରୁ ନିଆଯାଇଥିଲା । ଏହା କରି ସେ ୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ପୁରୁଣା ରେକର୍ଡ କାନାଡାର ଜଣେ ସ୍ନାଇପର ନାଁ ରେ ନାମିତ ଥିଲା । କାନାଡା ସ୍ପେଶାଲ୍ ଫୋର୍ସର ସ୍ନାଇପର ଇରାକରେ ୩ ହଜାର ୫୪୦ ମିଟର ଦୂରରୁ ଗୁଳିଚଳାଇ ଲକ୍ଷଭେଦ କରିଥିଲେ । ଏହା ପୂର୍ବରୁ ସ୍ନାଇପିଂ ପାଇଁ ବିଶ୍ୱ ରେକର୍ଡ ବ୍ରିଟିଶ ସ୍ନାଇପର କ୍ରେଗ ହାରିସନଙ୍କ ନାମରେ ଥିଲା। ଯିଏ ୨୦୦୯ ରେ ୨ ହଜାର ୪୭୫ ମିଟର ଦୂରରୁ ଲକ୍ଷ୍ୟଭେଦ କରି ଆଫଗାନିସ୍ତାନରେ ଜଣେ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ।

ସ୍ନାଇପର କାହାକୁ କୁହନ୍ତି ଏବଂ ସେମାନେ କେଉଁ ବନ୍ଧୁକ ବ୍ୟବହାର କରିଥାନ୍ତି ? 

ସ୍ନାଇପର ମାନଙ୍କୁ ଯୁଦ୍ଧକ୍ଷେତ୍ର ହେଉ କିମ୍ବା ଅନ୍ୟ କୌଣସି ସାମରିକ ଅପରେସନ କି ଆତଙ୍କବାଦୀ ନିରୋଧୀ ପରି କାର୍ଯ୍ୟରେ ନିୟୋଜିତ  କରାଯାଇଥାଏ । ସେମାନେ ବହୁ ଦୂରରୁ ଲକ୍ଷଭେଦ କରିବାରେ ସକ୍ଷମ ଅଟନ୍ତି । AK -47 ପରିବହୁଳ ବ୍ୟବହାର ହେଉଥିବା ଲୋକପ୍ରିୟ ବନ୍ଧୁକର ସଠିକ ଫାୟାରିଂ ରେଞ୍ଜ ୫୦୦ ମିଟର ପର୍ଯ୍ୟନ୍ତ ହୋଇଥାଏ ।  ସାମ୍ନାସାମନି ଯୁଦ୍ଧ ପାଇଁ ଏହା ବହୁତ ଉପଯୋଗୀ । ସ୍ନାଇପର ମାନେ  ଏକ ସ୍ବତନ୍ତ୍ର ପ୍ରକାର ବନ୍ଧୁକ ବ୍ୟବହାର କରିଥାନ୍ତି । ଏହାର ଲକ୍ଷ୍ୟଭେଦ କ୍ଷମତା ସାଧାରଣ ବନ୍ଧୁକ ଠାରୁ ବହୁତ ଅଧିକ । ଏହାର ଆକାର ମଧ୍ୟ ବହୁତ ବଡ଼ । ଏଥିରେ ଏକ ଟେଲେସ୍କୋପ ଲାଗିଥାଏ । ଏହି ଟେଲେସ୍କୋପ ସାହାଯ୍ୟ ସେମାନେ ଲକ୍ଷ୍ୟକୁ ଦେଖି ଗୁଳି ଚଳାଇଥାନ୍ତି । ଏଥିରେ ବହୁତ ବୈଷୟିକ ବିଷୟ ମଧ୍ୟ ଅଛି । ଯେପରି ପବନର ଗତି , ବେଗ ଇତ୍ୟାଦି ପାଇଁ ସଠିକ ଗାଣିତିକ ସୂତ୍ର ଦରକାର ।

 

 

The post ଆମେରିକୀୟ ସ୍ନାଇପର ଖାଲି ହଲିଉଡ ଫିଲ୍ମରେ ହିରୋ : ଅସଲ ହିରୋ ହେଲା ୟୁକ୍ରେନର ଜଣେ ସ୍ନାଇପର, ଯିଏ ୩.୮ କିମି ଦୂରରୁ ମାରିଲା ଜଣେ ରୁଷ ସୈନିକଙ୍କୁ । first appeared on Kanak News.

from Kanak News
via <a href="https://ifttt.com/?

ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ନୀଳଗିରି ,ନବରଙ୍ଗପୁରରୁ ଆସିଲା ଚାଷୀର ବିକଳ ଚିତ୍ର ।

କନକ ବ୍ୟୁରୋ: ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ବାତ୍ୟା ମିଗଜୋମ୍ ପ୍ରଭାବରେ ନୀଳଗିରିରେ ହୋଇଥିବା ବର୍ଷା ଚାଷୀଙ୍କ ପାଇଁ ଦୁର୍ଦ୍ଦଶା ବଢାଇଛି । ଅମଳ ବେଳେ ପାଣିରେ ବୁଡିରହିଛି ପାଚିଲା ଧାନ । ଏପରିକି ବିଲର ରଖାଯାଇଥିବା ଧାନଗଦି ବି ଓଦା ହୋଇଯାଇ ଏବେ ଗଜା ଆରମ୍ଭ ହେବାକୁ ଲାଗିଲାଣି । କେବଳ ନୀଳଗିରି ନୁହେଁ ବାଲେଶ୍ୱର ଜିଲ୍ଲା ବଣସୀମା ଅଞ୍ଚଳରେ ବି ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ବର୍ଷକର ଖାଦ୍ୟକୁ ଏଭଳି ଅବସ୍ଥାରେ ଦେଖି ଦୁଶ୍ଚିନ୍ତାରେ ଚାଷୀକୂଳ ।

The post ଛାଡିଛି ବର୍ଷା ହେଲେ, ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ନୀଳଗିରି ,ନବରଙ୍ଗପୁରରୁ ଆସିଲା ଚାଷୀର ବିକଳ ଚିତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ ।  କ୍ୱାଟର ଭିତରୁ ମିଳିଲା ଏସଡିଓ ରଂଜିତ କୁମାର କର୍ଜିଙ୍କ ମୃତଦେହ ।

କନକ ବ୍ୟୁରୋ: ଜୟପାଟଣାରେ ଚାଞ୍ଚଲ୍ୟ । ସନ୍ଦେହଜନକ ଭାବେ କ୍ୱାଟର ଭିତରୁ ମିଳିଲା ଜଳ ସମ୍ପଦ ବିଭାଗର ଏସଡିଓଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ମୁଖିଗୁଡା ଠାରେ ସରକାରୀ କ୍ୱାଟରରୁ ଏସଡିଓଙ୍କ ମୃତ ଦେହ ଜବତ ହୋଇଛି । ମୃତ ଏସ୍ଡିଓ ଜଣଙ୍କ ହେଲେ ରଂଜିତ କୁମାର କର୍ଜି । ସେ ରାୟଗଡା ଜିଲ୍ଲା ପାରଳାଖେମୁଣ୍ଡିର ବାସିନ୍ଦା ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ । ଘଟଣାସ୍ଥଳରେ ଜୟପାଟଣ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ଏହାର ତଦନ୍ତ ଜାରି ରଖିଛି ପୋଲିସ ।

The post ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ ।  କ୍ୱାଟର ଭିତରୁ ମିଳିଲା ଏସଡିଓ ରଂଜିତ କୁମାର କର୍ଜିଙ୍କ ମୃତଦେହ  । first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେପି । ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କାହାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ?

କନକ ବ୍ୟୁରୋ : ବିଜେପି ବିଜୟୀ ହୋଇଥିବା ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ଦଳ । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାବଡେ ଓ ସରୋଜ ପାଣ୍ଡେଙ୍କୁ ପର୍ଯ୍ୟବେକ୍ଷକ ଭାବେ ବାଛିଛି ଦଳ । ସେହିଭଳି ମଧ୍ୟପ୍ରଦେଶ ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ଛତିଶଗଡ ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ବିଜେପି । ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନେୱାଲ ଓ ଦୁଷ୍ୟନ୍ତ ଗୌତମଙ୍କୁ ଦଳ ଗୁରୁଦାୟିତ୍ୱ ଦେଇଛି । ୩ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ମାନେ ବିଜେପିର ବିଧାୟକଙ୍କ ସହ ଆଲୋଚନା କରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କୁ ରିପୋର୍ଟ ଦେବେ । ଯାହା ଆଧାରରେ ଦଳ ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ । ଆସନ୍ତା ରବିବାର ସୁଦ୍ଧା ବିଜେପି ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ।

୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଦଳ ବିଜୟ ହାସଲ କରିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଯେପରି ଦଳ ଭିତରେ କୌଣସି ଫାଟ ସୃଷ୍ଟି ନହୁଏ ସେଥିପାଇଁ ତରବରିଆ ଭାବେ ବିଜେପିର ଶୀର୍ଷ ନେତୃତ୍ୱ ଏନେଇ ନିଷ୍ପତ୍ତି ନେଉନାହାନ୍ତି । ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ସମେତ ଦିୟା କୁମାରୀ, ବାବା ବାଳକନାଥ, ଅଶ୍ୱିନୀ ବୈଷ୍ଣବ, ଗଜେନ୍ଦ୍ର ସିଂ ଶେଖାୱତଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିବା ବେଳେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନ, ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ପଟେଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାର ରହିଛନ୍ତି । ସେହିଭଳି ଛତିଶଗଡରେ ରମଣ ସିଂ, ରେଣୁକା ସିଂ, ଓପି ଚୌଧୁରୀଙ୍କ ନାଁ ଏବେ ମୁଖ୍ୟମନ୍ତ୍ରୀ ରେସରେ ସର୍ବାଗ୍ରେ ରହିଛି । ତେଣୁ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କର ଆଲୋଚନା ପରେ ଦଳର ଶୀର୍ଷ ନେତୃତ୍ୱ କାହା ନାଁରେ ମୋହର ମାରିବା ତାହା ଉପରେ ସମସ୍ତଙ୍କର ନଜର ରହିଛି ।

The post ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେପି । ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କାହାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ? first appeared on Kanak News.

from Kanak News
via <a href="https://ifttt.com/?

ଘର ପୋଡିଯିବାର ଦୁଃଖ ସହିନପାରି ଆତ୍ମହତ୍ୟା କଲେ ମହିଳା । ସର୍ଟ ସର୍କିଟ ହୋଇ ଘରେ ଲାଗିଥିଲା ନିଆଁ ।

କନକ ବ୍ୟୁରୋ: ଘର ଜଳିଯିବାର ଦୁଃଖ ସହି ନ ପାରି ଆତ୍ମହତ୍ୟା କଲେ ମହିଳା । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିତନା ପଂଚାୟତ ପୁରସ୍ତମପୁର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ଗାଁର ଜନ୍ମଜୟ ନାୟକଙ୍କ ଘର ସଟସର୍କିରୁ ଅଗ୍ନିକାଣ୍ଡ ଘଟି ପୋଡି ଯାଇଥିଲ । ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଥିଲ । ଟିଭି, ଫ୍ରିଜ୍, କୁଲର, ସମତ ଅନେକ ଦରକାରୀ ଜିନିଷ ପୋଡି ଯାଇଥିଲା । ଯାହାର ମୂଲ୍ୟ ପାଖାପାଖି ୪ ଲକ୍ଷ ଟଙ୍କା ହେବ । ତେବେ ଘର ଜଳିଯିବା ଦୁଃଖ ସହି ନ ପାରି ଅବସାଦରେ ଆସି ଆତ୍ମହତ୍ୟା କରିଛନ୍ତି ଜନ୍ମଜୟ ନାୟକଙ୍କ ପତ୍ନୀ ଧନୁଲତା ନାୟକ । ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି ।

The post ଘର ପୋଡିଯିବାର ଦୁଃଖ ସହିନପାରି ଆତ୍ମହତ୍ୟା କଲେ ମହିଳା । ସର୍ଟ ସର୍କିଟ ହୋଇ ଘରେ ଲାଗିଥିଲା ନିଆଁ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started