ସାଂସଦ ପଦ ରଦ୍ଦ ହେବା ପରେ ମହୁଆ ମୋଇତ୍ରଙ୍କ ପ୍ରଥମ ବୟାନ, ଜାଣନ୍ତୁ ଏଥିକ୍ସ କମିଟିର ରିପୋର୍ଟକୁ ନେଇ କ’ଣ କହିଲେ ?

କନକ ବ୍ୟୁରୋ : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି । ପଦ ରଦ୍ଦ ହେବା ପରେ ମହ୍ରୁଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି, ଏହି ମାମଲାରେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ , ମୁଁ ସଂସଦରେ ଆଦାନୀ ଦୁର୍ନୀତି ପ୍ରସଙ୍ଗ ଉଠାଇଥିବାରୁ ମୋତେ ଏଭଳି ଦଣ୍ଡ ମିଳିଛି । ହେଲେ ଆଗକୁ ମଧ୍ୟ ଆଦାନୀ ଦୁର୍ନୀତି ମାମଲା ଉଠାଇବେ ବୋଲି ମହୁଆ କହିଛନ୍ତି ।

ସେପଟେ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ନେଇ ପ୍ରସ୍ତାବ ଆସିବା ପରେ ଲୋକସଭାରୁ ବାହାରି ଯାଇଥିଲେ ବିରୋଧୀ ସାଂସଦମାନେ । ଏଥିକ୍ସ କମିଟି ରିପୋର୍ଟ ଉପରେ ଯେତେବେଳେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଥିଲା ସେତେବେଳେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ଯେ ମହୁଆଙ୍କୁ ମଧ୍ୟ ତାଙ୍କ ପକ୍ଷ ରଖିବାର ସୁଯୋଗ ଦିଆଯାଉ ।

ଅନ୍ୟପଟେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ଏଥିକ୍ସ କମିଟିର ନିଷ୍କର୍ସକୁ ସଂସଦ ସ୍ୱିକାର କରୁଛି କି, ଜଣେ ସାଂସଦ ଭାବେ ମହୁଆ ମୋଇତ୍ରଙ୍କ ଆଚରଣ ଅନୈିତିକ ଓ ଅଶୋଭନୀୟ ଥିଲା । ତେଣୁ ସେ ସାଂସଦ ଭାବେ ରହିବା ଉଚିତ୍ ନୁହେଁ ବୋଲି ଓମ୍ ବିର୍ଲା କହିଛନ୍ତି ।

କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି କି, ଯଦି ଏହି ମାମଲା ଉପରେ ଆସିଥିବା ରିପୋର୍ଟକୁ ସଂସଦ ୩-୪ ଦିନ ସମୟ ନେଇ ସମୀକ୍ଷା କରିଥାନ୍ତା ଓ ପରେ ରାୟ ଶୁଣାଇଥାନ୍ତା ତେବେ କିଛି ଅସୁବିଧା ହୋଇନଥାନ୍ତା ।

The post ସାଂସଦ ପଦ ରଦ୍ଦ ହେବା ପରେ ମହୁଆ ମୋଇତ୍ରଙ୍କ ପ୍ରଥମ ବୟାନ, ଜାଣନ୍ତୁ ଏଥିକ୍ସ କମିଟିର ରିପୋର୍ଟକୁ ନେଇ କ’ଣ କହିଲେ ? first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତମେ ଡରେଇ ଧମକେଇ ପାରିବ ନାହିଁ । ମୋଦୀଙ୍କୁ ପୁଣି ପ୍ରଶଂସା କଲେ ପୁଟିନ

ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରି ପୁଟିନ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁ ଦିଗରେ ବିକାଶ କରୁଛି । ଚତୁର୍ଦ୍ଦଶ VTB ନିବେଶ ଫୋରମ୍ ‘ରୁଷିଆ କଲିଂ’କୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ପିଏମ ମୋଦୀଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା’ ନୀତି ‘ହେଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କର ମୁଖ୍ୟ’ ଗ୍ୟାରେଣ୍ଟି ‘।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ପୁଟିନ କହିଛନ୍ତି, “ ଆପଣ ତାଙ୍କୁ ଭୟଭୀତ କରାଇ ପାରିବେନାହିଁ ।  କିମ୍ବା ଜାତୀୟ ସ୍ୱାର୍ଥର ବିରୋଧୀ ନିଷ୍ପତ୍ତି ନେବାକୁ ବାଧ୍ୟ କରିପାରିବେ ନାହିଁ । ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଠୋର ଆଭିମୁଖ୍ୟକୁ ମଧ୍ୟ ପ୍ରଶଂସା କରି ସେ କହିଛନ୍ତି “ମୁଁ କଳ୍ପନା କରିପାରୁ ନାହିଁ ଯେ ମୋଦୀଙ୍କୁ ଭୟଭୀତ କରାଯାଇପାରେ, ଧମକ ଦିଆଯାଇପାରେ କିମ୍ବା ଭାରତ ତଥା ଭାରତୀୟ ଲୋକଙ୍କ ଜାତୀୟ ସ୍ୱାର୍ଥର ବିରୋଧୀ କୌଣସି ପଦକ୍ଷେପ କିମ୍ବା ନିଷ୍ପତ୍ତି ନେବାକୁ ବାଧ୍ୟ କରାଯାଇପାରେ।”

ଋଷର ରାଷ୍ଟ୍ରପତି ପୁଟିନ କହିଛନ୍ତି, “ହଁ, ମୁଁ ଏ ବିଷୟରେ ସାଧାରଣତଃ କେବେବି କଥାବାର୍ତ୍ତା କରେ ନାହିଁ । ମୁଁ ବାହାରେ କ’ଣ ଘଟୁଛି ସବୁ ଦେଖୁଛି ।  କିନ୍ତୁ ସତ କହିବାକୁ ଗଲେ, ତାଙ୍କ (ପିଏମ ମୋଦୀ) ଭାରତୀୟ ରାଜ୍ୟର ଜାତୀୟ ସ୍ୱାର୍ଥ ରକ୍ଷା ଦିଗରେ କଠୋର ଆଭିମୁଖ୍ୟ ଦେଖି ମୁଁ ଆଶ୍ଚର୍ଯ୍ୟଚକିତ  ହୋଇଛି । ” ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରି ପୁଟିନ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସବୁ ଦିଗରେ ବିକାଶ କରୁଛି । ଚତୁର୍ଦ୍ଦଶ VTB ନିବେଶ ଫୋରମ୍ ‘ରୁଷିଆ କଲିଂ’କୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ପିଏମ ମୋଦୀଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା’ ନୀତି ‘ହେଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କର ମୁଖ୍ୟ’ ଗ୍ୟାରେଣ୍ଟି ‘।

The post ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତମେ ଡରେଇ ଧମକେଇ ପାରିବ ନାହିଁ । ମୋଦୀଙ୍କୁ ପୁଣି ପ୍ରଶଂସା କଲେ ପୁଟିନ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ସଂସଦର ଏଥିକ୍ସ କମିଟି ରିପୋର୍ଟ ଆଧାରରେ ମହୁଆଙ୍କୁ ବହିଷ୍କୃତ କରାଯାଇଛି । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିକ୍ସ କମିଟିର ରିପୋର୍ଟର ଦର୍ଶାଯାଇଛି ଯେ, ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ବେଶ ଗମ୍ଭୀର । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଥିକ୍ସ କମିଟି ସୁପାରିଶ କରିଥିଲା । ଏପରିକି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଥିଲା । ଯାହାକୁ ନେଇ ଲୋକସଭାରେ ଚର୍ଚ୍ଚା ହୋଇଥିଲା । ବିରୋଧୀ ସାଂସଦ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ବୋଲି ଦାବି କରିଥିଲେ ମଧ୍ୟ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି କହିଛନ୍ତି, ମହୁଆ ମୋଇତ୍ରଙ୍କ ଆଚରଣ ଅନୈତିକ । ତେଣୁ ସେ ସଂସଦରେ ରହିବା ଉଚିତ୍ ନୁହେଁ ବୋଲି କହିଥିଲେ ବାଚସ୍ପତି ।

ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ କହିଛନ୍ତି, ଟଙ୍କା କି ଉପହାର ନେଇଥିବାର କୌଣସି ପ୍ରମାଣ ନାହିଁ । ମୁଁ ଅଦାନୀ ପ୍ରସଙ୍ଗ ଉଠାଇଥିଲି । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି ମହୁଆ ।

The post ଲୋକସଭାରୁ ବହିଷ୍କୃତ ହେଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ନିଆଗଲା କଡା କାର୍ଯ୍ୟାନୁଷ୍ଠାନ । first appeared on Kanak News.

from Kanak News
via <a href="https://ifttt.com/?

୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲା, ୨ଜଣଙ୍କୁ ଗିରଫ କଲା ଇଓଡବ୍ଲୁ ।

କନକ ବ୍ୟୁରୋ : ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଓ ଏଗ୍ରୀକଲଚର ଫାଇନାନ୍ସ ଅଫିସରଙ୍କୁ ଗିରଫ କରିଛି ଇଓଡବ୍ଲୁ । ଗିରଫ ହୋଇଥିବା ତକ୍ରାଳୀନ ବ୍ରାଞ୍ଚ ମ୍ୟାନେଜର ହେଲେ ଡମ୍ବରୁଧର ନାୟକ ଓ ପୂର୍ବତନ ଏଗ୍ରୀକଲଚରାଲ ଫାଇନାନ୍ସ ଅଫିସର ।

ଏହାପୂର୍ବରୁ ସେଂଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଏମାନଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ । ୨୦୧୫ରୁ ୨୦୧୮ ଭିତରେ ହୋଇଥିଲା ଏହି ଦୁର୍ନୀତି । ସେଂଟ୍ରାଲ କିଶାନ କ୍ରେଡିଟ୍ କାର୍ଡ଼ ନାଁରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଦର୍ଶାଇ ଟଙ୍କା ଠକେଇ କରିବା ସହ ସବସିଡ୍ ଟଙ୍କା ମଧ୍ୟ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।

The post ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲା, ୨ଜଣଙ୍କୁ ଗିରଫ କଲା ଇଓଡବ୍ଲୁ । first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ ଲାଗିଥିବା ବିବାଦର ହେଲା କି ଅନ୍ତ ! ରେବାନ୍ତ ରେଡ୍ଡୀଙ୍କ ସରକାରରେ ଅକବରୁଦ୍ଦିନ ଓୱେସୀଙ୍କୁ ମିଳିଲା ବଡ ଦାୟିତ୍ୱ

କନକ ବ୍ୟୁରୋ : କଂଗ୍ରେସ ଓ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ମଧ୍ୟରେ ତେଲେଙ୍ଗାନା ନିର୍ବାଚନ ପ୍ରଚାର କ୍ରମରେ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଏହି ବିବାଦର ଏବେ ଅନ୍ତ ହୋଇଥିବା ଅନୁମାନ କରାଯାଉଛି । ଗତକାଲି ତେଲେଙ୍ଗାନା ବିଧାନସଭାର କାର୍ଯ୍ୟକ୍ରମକୁ ସଂଚାଳିତ କରିବା ପାଇଁ ଏଆଇଏମଆଇଏମ ବିଧାୟକ ଅକବରୁଦ୍ଦିନ ଓୱେସୀଙ୍କୁ ଅସ୍ଥାୟୀ ବାଚସ୍ପତି ବା ପ୍ରୋଟମ ସ୍ପିକର ଭାବେ ନିଯୁକ୍ତ ଦିଆଯାଇଥିଲା । ସେ ଏବେ ନବ ନିର୍ବାଚିତ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇବେ ।

ଅସଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରୁଦ୍ଦିନ ଓୱେସୀ ହାଇଦ୍ରାବାଦ ଲୋକସଭା ମଧ୍ୟରେ ଥିବା ଚନ୍ଦ୍ରୟାନଗୁଟ୍ଟା ବିଧାନସଭାରୁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ସେ ଏହି ଆସନରୁ ଲଗାତର ଭାବେ ୩ ଥର ବିଧାୟକ ହେଲେଣି । ଅକବରୁଦ୍ଦିନ ଓୱେସୀ ବିଆରଏସ ପ୍ରାର୍ଥୀ ସୀତାରାମ ରେଡ୍ଡୀଙ୍କୁ ୮୧ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି ।

ଅକବରୁଦ୍ଦିନ ଓୱେସୀଙ୍କ ବିବାଦ ବହୁତ ପୁରୁଣା । ନିର୍ବାଚନ ପ୍ରଚାର ସମୟରେ ସେ ପୋଲିସ ଅଧିକାରୀଙ୍କୁ ଧମକ ଚମକ ଦେଉଥିବା ଦେଖିବାକୁ ମିଳିଥିଲା । ନିର୍ବାଚନ ପ୍ରଚାର ବେଳେ ସେ କହିଥିଲେ କି ସେ ରେଡ୍ଡୀ ହୁଅନ୍ତୁ କି ବାବୁ କିମ୍ବା ରାଓ ସମସ୍ତଙ୍କ ଠାରୁ କାମ ଆଦାୟ କରିବା ସେ ଭଲଭାବେ ଜାଣିଛନ୍ତି ।

The post କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ ଲାଗିଥିବା ବିବାଦର ହେଲା କି ଅନ୍ତ ! ରେବାନ୍ତ ରେଡ୍ଡୀଙ୍କ ସରକାରରେ ଅକବରୁଦ୍ଦିନ ଓୱେସୀଙ୍କୁ ମିଳିଲା ବଡ ଦାୟିତ୍ୱ first appeared on Kanak News.

from Kanak News
via <a href="https://ifttt.com/?

ଆମେରିକା ଫଣ୍ଡିଂ ବନ୍ଦ । କେମିତି ଯୁଦ୍ଧ କରିବ ୟୁକ୍ରେନ ?

ଲାଗୁଛି ଯେପରି ରୁଷ-ୟୁକ୍ରେନ ଯୁଦ୍ଧ ଆଉ କିଛିଦିନ ଭିତରେ  ଶେଷ ହେବାକୁ ଯାଉଛି । ଏପରି ଘଡିସନ୍ଧି ସମୟରେ  ଆମେରିକା ୟୁକ୍ରେନକୁ ଏକ ଜୋର ଝଟକା ଦେଇଛି । ଆମେରିକା ୟୁକ୍ରେନକୁ ଦେଉଥିବା ଫଣ୍ଡିଂ କିଛିଦିନ ତଳେ ବନ୍ଦ କରିଦେଇଛି । ୟୁକ୍ରେନ ଅଧିକାରୀମାନେ  ଜାଣନ୍ତି ଯେ ଆମେରିକାର ଅର୍ଥ ବିନା ସେମାନେ ଋଷର ମୁକାବିଲା କରିପାରିବେ ନାହିଁ । ତଥାପି, ୟୁକ୍ରେନ ଆଶା ରଖିଛି ଯେ  ଆମେରିକା ପୁଣି ଥରେ ଟଙ୍କା ଦେବ ବୋଲି ।

ରୁଷ ବିରୋଧରେ ଯୁଦ୍ଧରେ ବର୍ତ୍ତମାନ ୟୁକ୍ରେନ ଦୁର୍ବଳ ହେବାରେ ଲାଗିଛି ।  କାରଣ ଆମେରିକା ଦେଉଥିବା  ଏହାର ପାଣ୍ଠି ବନ୍ଦ କରିଦେଇଛି । ସିନେଟରେ ରିପବ୍ଲିକାନ୍ ସିନେଟରମାନେ ୟୁକ୍ରେନକୁ ଦିଆ ଯାଉଥିବା କୋଟିକୋଟି ଡଲାରର ପାଣ୍ଠିକୁ ବନ୍ଦ କରିଦେଇଛନ୍ତି । ଯଦିଓ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନକୁ ପାଣ୍ଠି ବନ୍ଦ କରିବାର ଫଳ ଗୁରୁତର ହେଇପାରେ । ଏହା ବାଦ ବି ୟୁକ୍ରେନ ଆର୍ଥିକ ସହାୟତା ପାଇବାକୁ ଆଶା ରଖିଛି । ଆମେରିକା ପାଣ୍ଠି ବନ୍ଦ କରିବା ବର୍ତ୍ତମାନ ୟୁକ୍ରେନ ପାଇଁ ସବୁଠାରୁ ବଡ ଆହ୍ବାନ ହେଇ ଛିଡା ହେଇଛି । ଅଧିକାଂଶ ସାମରିକ ଆବଶ୍ୟକତା ପାଇଁ ୟୁକ୍ରେନ ଆମେରିକା ଉପରେ ନିର୍ଭରଶୀଳ ଥିଲା । ଏହା ୟୁକ୍ରେନକୁ ନୂତନ ଅସ୍ତ୍ରଶସ୍ତ୍ର କ୍ରୟ କରିବା, ସାମରିକ ତାଲିମ ଏବଂ ଲଜିଷ୍ଟିକ୍ସ ପ୍ରଭାବିତ କରିପାରେ ଯାହା ସିଧାସଳଖ ରୁଷ ବିରୋଧରେ ଯୁଦ୍ଧରେ ୟୁକ୍ରେନକୁ ଦୁର୍ବଳ କରିବ ।

ଆମେରିକାର ସିନେଟରେ ପ୍ରତ୍ୟାଖ୍ୟାନ ହୋଇଥିବା ବିଲରେ ଅନ୍ତର୍ଭୁକ୍ତ ୧୧୦ ବିଲିୟନ ଡଲାର ମଧ୍ୟରୁ ୬୧ ବିଲିୟନ ଡଲାର କେବଳ ୟୁକ୍ରେନକୁ ଦିଆଯାଉଥିଲା ।  ଯାହା ଯୁଦ୍ଧ ସମୟରେ ବହୁତ ବଡ଼ ସହାୟତା ଥିଲା । ଆମେରିକାରେ ୟୁକ୍ରେନ ରାଷ୍ଟ୍ରଦୂତ ଅକ୍ସାନା ମାର୍କାରୋଭା ଆଶା କରିଛନ୍ତି ଯେ ଆମେରିକା କଂଗ୍ରେସ ଏହି ପ୍ରସଙ୍ଗରେ ପୁନର୍ବିଚାର କରିବ ବୋଲି ଆଶା ଅଛି । କୁହାଯାଉଛି ଯେ ରିପବ୍ଲିକାନ୍ ପାର୍ଟିର ସିନେଟରମାନେ ଆମେରିକାର ସୀମାର ସୁରକ୍ଷା ସହ ଜଡିତ ବିଷୟ ଉଲ୍ଲେଖ ନକରି ୟୁକ୍ରେନ ପାଣ୍ଠି କଥା ଉଠେଇବାରୁ ସେମାନେ କ୍ରୋଧିତ ହୋଇଥିଲେ । ବାସ୍ତବରେ, ସିନେଟରେ ରିପବ୍ଲିକାନ୍ ପାର୍ଟିର ପ୍ରାଧାନ୍ୟ ରହିଛି ଏବଂ ଏହି କାରଣରୁ ଡେମୋକ୍ରାଟ୍ ସରକାର ବିଲ ପାସ ପାଇଁ ରିପବ୍ଲିକାନ୍ସଙ୍କ ସମର୍ଥନ ଆବଶ୍ୟକ କରନ୍ତି ।

ତଥାପି ଅର୍ଥ ପାଇବାକୁ ଆଶା ରଖିଛି

ୟୁକ୍ରେନ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଆମେରିକା କଂଗ୍ରେସ ବୈଠକ ଜାରି ରହିବ ଏବଂ ପୁନର୍ବାର ଭୋଟ୍ କରାଯିବ ବୋଲି ଆଶା କରାଯାଉଛି । ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି ଯେ ସେ ଆମେରିକା କଂଗ୍ରେସ ସହ ଆଲୋଚନା କରୁଛନ୍ତି । ୟୁକ୍ରେନ ରାଷ୍ଟ୍ରଦୂତ ଆଶା କରିଛନ୍ତି ଯେ ଖ୍ରୀଷ୍ଟମାସ ପୂର୍ବରୁ ଆମେରିକା କଂଗ୍ରେସ କିଛି ଦୟା ଦେଖାଇବ ଏବଂ ପାଣ୍ଠି ଦେବକୁ ରାଜି ହେବ । ଅର୍ଥ ପାଇଲେ ସେମାନେ ରୁଷ ବିରୁଦ୍ଧରେ ଆକ୍ରମଣକୁ ଜୋରଦାର କରିବାକୁ ସକ୍ଷମ ହେବ । ଆମେରିକାରେ ସୀମା ସୁରକ୍ଷା ଏକ ବଡ଼ ପ୍ରସଙ୍ଗ, ଯେଉଁଠାରେ ମେକ୍ସିକୋ ସୀମାରୁ ପ୍ରତିଦିନ ଅନୁପ୍ରବେଶ ହୁଏ । ଏହା ଆମେରିକାର ଜନସଂଖ୍ୟା ଉପରେ ପ୍ରଭାବ ପକାଇଥାଏ । ବୈଠକରେ ଏ ବିଷୟରେ ଆଲୋଚନା ନହେବାରୁ ବିପକ୍ଷ ଦଳ ସଦସ୍ୟମାନେ କ୍ରୋଧିତ ହୋଇଥିଲେ ।

ଆମେରିକା ଏପର୍ଯ୍ୟନ୍ତ ୪୬  ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର  ଦେଇଛି

ହ୍ଵାଇଟ ହାଉସ ଏବଂ ୟୁକ୍ରେନ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ୟୁକ୍ରେନକୁ ଦିଆ ଯାଉଥିବା  ପାଣ୍ଠି ଧୀରେ ଧୀରେ ସରିବାକୁ ଯାଉଛି । ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଯଦି ଅର୍ଥ ପ୍ରଦାନ କରା ନ ଯାଏ ତେବେ ୟୁକ୍ରେନ ଯୁଦ୍ଧରେ ହାରିଯିବ। ଯଦି ଏପରି ହୁଏ ତେବେ ଏଥିରୁ ରୁଷ ହିଁ  ଉପକୃତ ହେବ। ଯଦି ଆମେରିକାର ସାମରିକ ସମର୍ଥନ ବନ୍ଦ ହୋଇଯାଏ ତେବେ ରୁଷ ଯୁଦ୍ଧରେ ଜିତିବ ଏଥିରେ ସନ୍ଦେହ ନାହିଁ । ଯୁଦ୍ଧକୁ ମୁକାବିଲା କରିବା ପାଇଁ ୟୁକ୍ରେନ ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶମାନଙ୍କରୁ ଅନୁଦାନ ପାଉଛି । ଯେଉଁଥିରେ କେବଳ ଆମେରିକା ୪୬ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଦେଇଛି ।

ରୁଷ ଏହାର ଲାଭ ଉଠାଇପାରେ, ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରେ

ଆମେରିକାର ଅର୍ଥ ବନ୍ଦ କରିବାର ସବୁଠାରୁ ଖରାପ ପ୍ରଭାବ ୟୁକ୍ରେନ ସେନା ଉପରେ ପଡ଼ିବ, ଯିଏ ଆଗାମୀ ଦିନରେ ଶୀତର ସମ୍ମୁଖୀନ ହେବେ । ଶୀତ ଋତୁରେ ୟୁକ୍ରେନ ସେନା ପାଇଁ ଭୂମିରେ ରହି ଯୁଦ୍ଧ କରିବା ବହୁତ କଷ୍ଟସାଧ୍ୟ ହେବ । କୁହାଯାଉଛି ଯେ ବର୍ତ୍ତମାନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ବରିଷ୍ଠ ସେନା କମାଣ୍ଡରଙ୍କ ମଧ୍ୟରେ ତାଳମେଳ ଠିକ୍ ଚାଲିନାହିଁ ।  ଆହୁରି ମଧ୍ୟ ଦାବି ରହିଛି ଯେ ଯଦି ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ଦେଖାଦିଏ ତେବେ ଏଥିରୁ ରୁଷ ନିଶ୍ଚୟ ଫାଇଦା ଉଠାଇବାକୁ ଚାହିଁବ । ୟୁକ୍ରେନ ସେନାକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିପାରିବ ।

The post ଆମେରିକା ଫଣ୍ଡିଂ ବନ୍ଦ । କେମିତି ଯୁଦ୍ଧ କରିବ ୟୁକ୍ରେନ ? first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ଭବ୍ୟ ବିବାହ । ୩ ରାଜ୍ୟରେ ହେବ ରିସେପସନ୍ ପାର୍ଟି, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ

କନକ ବ୍ୟୁରୋ : ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇ ଓ ଆଇଏଏସ ଅଧିକାରୀ ପରୀ ବିଷ୍ଣୋଇଙ୍କ ମଧ୍ୟରେ ଡିସେମ୍ବର ୨୨ ତାରିଖରେ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ବାହାଘର ପରେ ୩ଟି ରାଜ୍ୟରେ ରିସେପସନ ପାର୍ଟିର ଆୟୋଜନ କରାଯାଉଛି ।

ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ବିବାହ ରାଜସ୍ଥାନରେ ରହୁଥିବା ଆଇଏଏସ ପରୀ ବିଷ୍ଣୋଇଙ୍କ ସହ ହେବାକୁ ଯାଉଛି । ଡିସେମ୍ବର ୨୨ ତାରିଖରେ ହେବାକୁ ଯାଉଥିବା ଏହି ଆଡମ୍ବରପୂର୍ଣ୍ଣ ବିବାହକୁ ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।

ଭବ୍ୟ ବିଷ୍ଣୋଇ ଆଦମପୁର ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ପୂର୍ବତନ ସାଂସଦ କୁଲଦୀପ ବିଷ୍ଣୋଇ ଆଦମପୁର ବିଧାନସଭା କ୍ଷେତ୍ରରେ ଥିବା ୫୫ଟି ଗାଁକୁ ନିଜେ ଯାଇ ଲୋକମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ବାହାଘର ପରେ ୩ଟି ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଛି ।

ଆଇଏଏସ ପରୀ ବିଷ୍ଣେଇ ସିକ୍କିମର ଏସଡିଏମ ପଦରେ ଅବସ୍ଥାପିତ ଅଛନ୍ତି । ଏବେ ଏବେ ତାଙ୍କୁ ହରିଆଣା କ୍ୟାଡରର ଆଇଏଏସ ମିଳିଥିଲା । ସେପଟେ ଭବ୍ୟ ବିଷ୍ଣାଇ ସାଉଥ୍ ଅକ୍ସଫୋର୍ଡରୁ ଡିଗ୍ରୀ ହାସଲ କରିଛନ୍ତି । ଏହି ବାହାଘର ପରେ ୩ଟି ରାଜ୍ୟ ହରିଆଣା, ନୂଆଦିଲ୍ଲୀ ଓ ରାଜସ୍ଥାନରେ ରିସେପସନର ଆୟୋଜନ କରାଯାଇଛି । ଏହା ବ୍ୟତୀତ ଦିଲ୍ଲୀରେ ଆୟୋଜିତ ହେଉଥିବା ରିସେପସନ ପାର୍ଟିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନେକ ଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

The post ବିଜେପି ବିଧାୟକ ଭବ୍ୟ ବିଷ୍ଣୋଇଙ୍କ ଭବ୍ୟ ବିବାହ । ୩ ରାଜ୍ୟରେ ହେବ ରିସେପସନ୍ ପାର୍ଟି, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ first appeared on Kanak News.

from Kanak News
via <a href="https://ifttt.com/?

‘ବସ୍ତ୍ରହରଣ କରିଛନ୍ତି ଏଥର ମହାଭାରତ ଦେଖିବେ’ । ନିଜକୁ ମା’ ଦୁର୍ଗା ସମ୍ବୋଧନ କରି କହିଲେ ଏଭଳି କଥା…

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କ୍ୟାସ୍ ଫର କ୍ୱେରୀ ଅଭିଯୋଗ ନେଇ ଜୋରଦାର ହୋଇଛି ରାଜନୀତି । କ୍ୟାସ୍ ଫର କ୍ୱେରୀ ଅଭିଯୋଗକୁ ବର୍ଷିଛନ୍ତି ମହୁଆ । ପ୍ରତିକ୍ରିୟା ରଖି କହିଛନ୍ତି, ସେମାନେ ବସ୍ତ୍ରହରଣ ଆରମ୍ଭ କରିଥିଲେ ଏବେ ମହାଭାରତ ଯୁଦ୍ଧ ଦେଖିବେ । ଆଜି ଲୋକସଭା ଏଥିକ୍ସ କମିଟି ସଂସଦରେ ରିପୋର୍ଟ ଦେବା ପରେ ଆରମ୍ଭ ହୋଇଯାଇଛି ହଙ୍ଗାମା । ମହୁଆଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି, ଏବଂ ତାଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଏଥିକ୍ସ କମିଟି ସୁପାରିଶ କରିଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ଆଇନଗତ ଦିଗରୁ ଯାଞ୍ଚ କରିବା ପାଇଁ ମଧ୍ୟ କମିଟି ସୁପାରିଶ କରିଛି ।

ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ସ୍ତରରେ ରାମାୟଣରୁ ମହାଭାରତ ଯୁଦ୍ଧ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଶୁକ୍ରବାର ସକାଳୁ ସଂସଦରେ ପହଞ୍ଚିଥିବା ମହୁଆ ନିଜକୁ ଦୁର୍ଗା ବୋଲି କହିଛନ୍ତି । ଏବଂ ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି ସେମାନେ ବସ୍ତ୍ରହରଣ ଆରମ୍ଭ କରିଥିଲେ ଏବେ ମହାଭାରତ ଯୁଦ୍ଧ ଦେଖିବେ ବୋଲି କହିଛନ୍ତି । ମହୁଆଙ୍କ ଏହି ବୟାନର ଯବାବ ରଖିଛି ବିଜେପି । ବିଜେପି ଏହି ଯୁଦ୍ଧକୁ ଦ୍ରୌପଦୀଙ୍କଠାରୁ ସୁର୍ପଣଖା ପର୍ଯ୍ୟନ୍ତ ନେଇଯାଇଛି ।

The post ‘ବସ୍ତ୍ରହରଣ କରିଛନ୍ତି ଏଥର ମହାଭାରତ ଦେଖିବେ’ । ନିଜକୁ ମା’ ଦୁର୍ଗା ସମ୍ବୋଧନ କରି କହିଲେ ଏଭଳି କଥା… first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା କେଉଁଠୁ?

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ପାଖରୁ ୫୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେପି । ଆଗୁଆ ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡି ଟଙ୍କା ରଖିଥିଲା ବୋଲି ବିଜେପି ଅଭିଯୋଗ ଆଣିଛି ବିଜେପି ।

ସାହୁ ବ୍ରଦର୍ସଙ୍କ ସହ ବୌଦ୍ଧ, ସୋନପୁର, ଟିଟଲାଗଡ, ରାୟଗଡ଼ାରୁ ଯେଉଁ ମାନେ ମନ୍ତ୍ରୀ ଅଛନ୍ତି ଏବଂ ବରଗଡ଼ର ପୂର୍ବତନ ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି ବୋଲି ଅଭିଯୋଗ କଲା ବିଜେପି । ମଦ ବ୍ୟବସାୟଙ୍କ ସହ ମନ୍ତ୍ରୀ ତଥା ଟିଟଲାଗଡ ବିଧାୟକ ଟୁକୁନି ସାହୁଙ୍କ ଫଟୋ ଦେଖାଇ ଟାର୍ଗେଟ କରିଛି ବିଜେପି । ପଶ୍ଚିମ ଓଡ଼ିଶାର ମଦ ବ୍ୟବସାୟୀ ସାହୁ ବ୍ରଦର୍ସଙ୍କ ସହ ଉପକୂଳ ଓଡ଼ିଶାର ନେତା ମାନଙ୍କର ମଧ୍ୟ ସମ୍ପର୍କ ରହିଛି ବୋଲି ବିଜେପି ଅଭିଯୋଗ କରିଛି ।

ନିର୍ବାଚନ ସମୟର ବିଜେଡ଼ି ଅଜସ୍ର ଟଙ୍କା ଖର୍ଚ୍ଚ କରିବା ସହ ମଦର ବନ୍ୟା ସୃଷ୍ଟି କରେ । ମୁଖ୍ୟମନ୍ତ୍ରୀ ଯଦି ସ୍ୱଚ୍ଛତା କଥା କହୁଛନ୍ତି, ତେବେ ଏହା ଜନ ବିରୋଧୀ କି ନୁହେଁ ପ୍ରଶ୍ନ କରିବା ସହ ବିଜେପି କହିଛି, ବାର୍ଷିକ ୧୨୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ଜଣେ ମଦ ବେପାରୀ କେମିତି ୫୦୦ କୋଟିରୁ ଅଧିକ ଟଙ୍କା ପାଖରେ ରଖି ପାରିଲା । ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇ ବିଜେପି କହିଛି,
• ଅଣ ଓଡ଼ିଆ ବ୍ୟବସାୟୀ ମାନେ ଓଡ଼ିଶାକୁ ଆସି ଲୁଟ କରୁଛନ୍ତି ?
• ଏତେ ଟଙ୍କା କାହାର ?
• କେଉଁଠୁ ଏବଂ କେମିତି ଆସିଲା ଏତେ ଟଙ୍କା ?
• ଦଳୀୟ ଟଙ୍କା ଲାଗିଛି କି ନାହିଁ ?
• ଆଗାମୀ ନିର୍ବାଚନ ପାଇଁ ପାଣ୍ଠି ଗଚ୍ଛିତ ରଖା ଯାଇଥିଲା କି ?

The post ମଦ ବ୍ୟବସାୟୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ଘଟଣା । ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା ଏତେ ଟଙ୍କା ଆସିଲା କେଉଁଠୁ? first appeared on Kanak News.

from Kanak News
via <a href="https://ifttt.com/?

RBI ଘୋଷଣା ପରେ ଉଛୁଳିଲା ସେୟାର ବଜାର  । ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତ୍ତିତ ।

କନକ ବ୍ୟୁରୋ: ଆଜି ପୁଣି ସେୟାର ବଜାରରେ ଉତ୍ସାହ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ତ୍ରୈମାସିକ ନୀତି ଘୋଷଣା କରିବା ପରେ, ଭାରତୀୟ ସେୟାର ବାଜରରେ ଉତ୍ସାହ ଦେଖାଦେଇଛି । ଆରବିଆଇ ଏହାର ତ୍ରୈମାସିକ ନୀତିରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି । ତେଣୁ ଭାବାବେଗ ସହ ଜଡିତ ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ଉପରମୁହାଁ ହୋଇଛି ଉଭୟ ସେନସେକ୍ସ ଓ ନିଫ୍ଟି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ- ନିଫ୍ଟି ରେକର୍ଡ ସ୍ତରରେ ପହଂଚିଛି । ଆଜି କାରବାର ପରେ ରେକର୍ଡ ୨୧ ହଜାର ସ୍ତରକୁ ଛୁଇଁଛି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ । ସେହିପରି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ମଧ୍ୟ ୭୦ ହାଜର ପାଖାପାଖି ପହଂଚି ଯାଇଛି । ଆଜି କାରବାର ଆରମ୍ଭ ପରେ ବିଏସଇ ସେନସେକ୍ସରେ ୩୦୦ ପଏଂଟ ବୃଦ୍ଧି ଆସିଥିଲା । ୬୯ ହଜାର ୮୨୧ରେ ପହଂଚିଥିଲା ବିଏସଇ ସେନସେକ୍ସ ।

The post RBI ଘୋଷଣା ପରେ ଉଛୁଳିଲା ସେୟାର ବଜାର  । ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତ୍ତିତ  । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started