କନକ ବ୍ୟୁରୋ: ଯେତେ ଗଣିଲେ ବି ସରୁନାହିଁ । ତୃତୀୟ ଦିନରେ ଚାଲିଛି ଟଙ୍କା ଗଣା । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ । ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୫୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ତେବେ ଏହି ଟଙ୍କା ୩୦୦ କୋଟି ଟଙ୍କା ଟପିବ ବୋଲି ଜଣାପଡ଼ିଛି । ଆଜି ବି ସମ୍ବଲପୁରରେ ରେଡ୍ କରାଯାଉଛି ।
ଟଙ୍କା ଗଣିବା ପାଇଁ ଭୁବନେଶ୍ୱରରୁ ବଲାଙ୍ଗିରକୁ ଯାଉଛି ୩ଟି ମେସିନ୍ । ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ, ୨୦୦ ଟଙ୍କିଆ, ୫୦୦ ଟଙ୍କିଆ ରହିଛି । କେବଳ ଟଙ୍କା ନୁହେଁ ବିଭିନ୍ନ ସ୍ଥାନରୁ ସୁନା ଗହଣା ଓ ସୁନା ବିସ୍କୁଟ ଜବତ ହୋଇଛି । ଟଙ୍କା ଗଣତି ସରିନଥିବାରୁ ସୁନା ଗହଣାର ହିସାବ ଆରମ୍ଭ ହୋଇନାହିଁ । ଏତେ ପରିମାଣର ଟଙ୍କା ସବୁ କେଉଁଠୁ ଆସିଲା, ତାକୁ ନେଇ ଖୋଳତାଡ଼ କରୁଛି ଆୟକର ବିଭାଗ । ସେପଟେ ଅଧିକ ତଦନ୍ତ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ଏଂଟ୍ରି ମାରିପାରେ । ଯଦି ଇଡି ହାତକୁ ତଦନ୍ତଭାର ଦିଆଯାଏ, ତାହେଲେ ନେତାଙ୍କ ପାଇଁ ଚିନ୍ତା ବଢ଼ିଯିବ । କାରଣ ଏଥିରେ ନେତାଙ୍କ ସଂପୃକ୍ତି ଅଛି କି ନାହିଁ, ତା’ର ତଦନ୍ତ ହୋଇପାରେ । ସେପଟେ ଆୟକର ବିଭାଗ ଟଙ୍କା ସବୁ ୧୫୬ଟି ବ୍ୟାଗ୍ ଏବଂ କିଛି ବସ୍ତାରେ ଟ୍ରକ୍ରେ ଲୋଡ୍ କରି ନେଇଛି । ଆଉ ସବୁ ଟଙ୍କାକୁ ଗଣିବା ପାଇଁ ଆହୁରି ଦୁଇରୁ ତିନି ଦିନ ଲାଗିପାରେ ବୋଲି କୁହାଯାଉଛି । ଏଠି ପ୍ରଶ୍ନ ଉଠୁଛି, କେଉଁଠୁ ଆସିଲା ଏତେ ଟଙ୍କା? କେବଳ ବ୍ୟବସାୟରୁ ଆୟ ଅର୍ଥ ନା କେହି କଳା ଟଙ୍କା ଠୁଳ କରିଥିଲେ? ଯଦି ଏହା ଅନ୍ୟମାନଙ୍କ ଟଙ୍କା, ତେବେ ସେମାନେ କିଏ? ସାଂସଦଙ୍କର ଓଡ଼ିଶାର କିଛି ରାଜନୈତିକ ନେତାଙ୍କ ସଂପର୍କ ରହିଛି କି? ସେମାନଙ୍କ ପରିଚୟ ପାଇବା ପାଇଁ ଆୟକର ବିଭାଗ ରାଜନୈତିକ ଲିଙ୍କର ଖୋଳତାଡ ଆରମ୍ଭ କରିଛି ।
The post ଏତେ ଟଙ୍କା! ଗଣି ଗଣି ମେସିନ ବି ହାଲିଆ । ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି ମଦ ସାମ୍ରାଜ୍ୟରେ ଚଢଉ । first appeared on Kanak News.
from Kanak News
via <a href="https://ifttt.com/?