ଗୋ-ଚାଲାଣ ଗାଡିକୁ ପୋଡିଦେଲେ ଗ୍ରାମବାସୀ । ସମସ୍ତ ଗାଈଙ୍କୁ କଲେ ଉଦ୍ଧାର ।

କନକ ବ୍ୟୁରୋ: ଗୋ-ଚାଲାଣ ବେଳେ ଗୋରୁ ବୋଝେଇ ଗାଡିକୁ ପୋଡିଦେଲେ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପଂଚାୟତର ବେହେରାମୁଣ୍ଡା ଠାରେ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏକ ପିକଅପ୍ ଭ୍ୟାନରେ ଝାରସୁଗୁଡା ଜିଲ୍ଲା କନକତୁରା ଦେଇ ଗୋ- ଚାଲାଣ ହେଉଥିବା ଖବର ପାଇବା ମାତ୍ରେ ଗାଡିର ପିଛା କରିଥିଲେ ଗ୍ରାମବାସୀ । ବେହେରାମୁଣ୍ଡା ଠାରେ ଗାଡିରେ ବନ୍ଧା ଥିବା ଗାଈ ଗୁଡିକୁ ଜଙ୍ଗଲରେ ଛାଡିଦେଇଥିଲେ, ଏହାପରେ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।

The post ଗୋ-ଚାଲାଣ ଗାଡିକୁ ପୋଡିଦେଲେ ଗ୍ରାମବାସୀ । ସମସ୍ତ ଗାଈଙ୍କୁ କଲେ ଉଦ୍ଧାର । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଶ୍ରୀସନ୍ଥ-ଗମ୍ଭୀରଙ୍କ ମଧ୍ୟରେ ବାକଯୁଦ୍ଧ । ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚବେଳେ ମୁହାଁମୁହିଁ ହେଲେ ଦୁଇ ଖେଳାଳୀ ।

କନକ ବ୍ୟୁରୋ: ପୁଣି ତେଜିଲା ଶ୍ରୀସନ୍ଥ-ଗମ୍ଭୀର ବିବାଦ । ଅବସରପ୍ରାପ୍ତ ଖେଳାଳିଙ୍କୁ ନେଇ ଚାଲିଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟର ଏକ ମ୍ୟାଚରେ ଦୁଇ ଜଣଙ୍କ ବିବାଦ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବୁଧବାର ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ଏପରି ବିବାଦ ଦେଖିବାକୁ ମିଳିଥିଲା ।

ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ବ୍ୟାଟିଂ କରୁଥିବା ବେଳେ ଶ୍ରୀସନ୍ଥ ଗୁଜରାଟ ଜାଏଂଟସ ପକ୍ଷରୁ ବୋଲିଂ କରୁଥିଲେ । ଓଭର ଶେଷ ହେବା ପରେ ପିଚ୍ ଉପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପଡ଼ିଆ ଅମ୍ପାୟାର ଉଭୟଙ୍କୁ ଅଟକାଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଶ୍ରୀସନ୍ଥ ସୋସିଆଲ ମିଡିଆରେ ଏକ ଭିଡିଓ ଅପ୍ଲୋଡ୍ କରି ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି । ଗମ୍ଭୀର ତାଙ୍କୁ ‘ମ୍ୟାଚ୍ ଫିକ୍ସର’ କହି ଚିଡାଇଥିବା ସେ ଅଭିଯୋଗ ଦେଇଛନ୍ତି । ଶ୍ରୀସନ୍ଥଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଗମ୍ଭୀର । ସାମାଜିକ ଗଣମାଧ୍ୟରେ ଗମ୍ଭୀର ଲେଖିଛନ୍ତି, ଧ୍ୟାନ ଆକର୍ଷଣ କରିବା ପାଇଁ ଏପରି ଅଭିଯୋଗ କରିଛନ୍ତି ଶ୍ରୀସନ୍ଥ ।

The post ପୁଣି ଶ୍ରୀସନ୍ଥ-ଗମ୍ଭୀରଙ୍କ ମଧ୍ୟରେ ବାକଯୁଦ୍ଧ । ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚବେଳେ ମୁହାଁମୁହିଁ ହେଲେ ଦୁଇ ଖେଳାଳୀ । first appeared on Kanak News.

from Kanak News
via <a href="https://ifttt.com/?

ବାଦଲ ହଟିଲେ ବଢ଼ିବ ଥଣ୍ଡା । ଝାରସୁଗୁଡ଼ା, କେନ୍ଦୁଝରରେ ଦିନ ତାପମାତ୍ର ୧୯ ଦଶମିକ ୮ ଡିଗ୍ରୀ ।

କନକ ବ୍ୟୁରୋ: ଆହୁରି ଖସିବ ରାତିର ପାରଦ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କୋହଲା ପାଗ କମିବା ସହ ବାଦଲ ହଟିବା ପରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ । ସେହିପରି ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏବେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ଲାଗି ରହିଛି । ଗତକାଲି ଦିନ ସମୟରେ ଝାରସୁଗୁଡ଼ା ଓ କେନ୍ଦୁଝର ସହରର ଦିନର ତାପମାତ୍ରା ୧୯ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଥିଲା । ୧୯୫୩ ମସିହା ଠାରୁ ଡିସେମ୍ବରରେ ଝାରସୁଗୁଡ଼ାରେ ୫ ଥର ପାଇଁ ଦିନର ସର୍ବନିମ୍ନ ତାପମାତ୍ରା ବୋଲି ଜଣାପଡ଼ିଛି । ୨୦୦୩ ଡିସେମ୍ବର ୧୬ ତାରିଖରେ ଝାରସୁଗୁଡ଼ାରେ ଦିନର ସର୍ବନିମ୍ନ ତାପମାତ୍ରା ୧୭ ଦଶମିକ ୪ ଡିଗ୍ରୀ ରେକର୍ଡ ହୋଇଥିଲା ।

The post ବାଦଲ ହଟିଲେ ବଢ଼ିବ ଥଣ୍ଡା । ଝାରସୁଗୁଡ଼ା, କେନ୍ଦୁଝରରେ ଦିନ ତାପମାତ୍ର ୧୯ ଦଶମିକ ୮ ଡିଗ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଅଫେରା ରାଇଜରେ ଜୁନିୟର ମେହମୁଦ । ୬୭ ବର୍ଷରେ ଆଖିବୁଜିଲେ ଭେଟେରାନ୍ ହାସ୍ୟ ଅଭିନେତା । 

କନକ ବ୍ୟୁରୋ: କ୍ୟାନସର ଲଢ଼େଇରେ ହାରିଗଲେ ଜୁନିୟର ମେହମୁଦ । ୬୭ ବର୍ଷ ବୟସରେ ଆଖି ବୁଜିଛନ୍ତି । କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ ଥିବା ଜୁନିୟର ମେହମୁଦ ୪୦ରୁ ଅଧିକ ଦିନ ବଂଚିପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ଆଉ ଅସୁସ୍ଥତା ଖବର ପାଇବା ପରେ ଭେଟେରାନ୍ ଅଭିନେତା ଜିତେନ୍ଦ୍ର, ତାରକା କମେଡିଆନ୍ ଜନି ଲିଭର ଓ ସଚିନ ପିଲଗାଁଓକର ତାଙ୍କୁ ଭେଟିଥିଲେ । କିନ୍ତୁ ଆଜି ସେ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୭୦ ଦଶକରେ ନିଜର ଅଭିନୟ ଓ କମେଡି ଦ୍ୱାରା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ ଜୁନିୟର ମେହମୁଦ । ସେ କାରଭାଁ, ହାଥୀ ମେରେ ସାଥୀ, ମେରା ନାମ ଜୋକର ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ।

The post ଅଫେରା ରାଇଜରେ ଜୁନିୟର ମେହମୁଦ । ୬୭ ବର୍ଷରେ ଆଖିବୁଜିଲେ ଭେଟେରାନ୍ ହାସ୍ୟ ଅଭିନେତା ।  first appeared on Kanak News.

from Kanak News
via <a href="https://ifttt.com/?

ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ । ୨ହଜାର କିମି ଲକ୍ଷ୍ୟଭେଦୀ କ୍ଷମତା ।ଏପିଜେ ଅବଦୁଲ୍ କଲାମ ଦ୍ୱୀପରୁ ପରୀକ୍ଷଣ ।

କନକ ବ୍ୟୁରୋ: ଓଡ଼ିଶା ଉପକୂଳରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଏହି ପରୀକ୍ଷଣ କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟର ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି ।

କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ସମୟରେ ୭୦୦ କିଲୋମିଟରରେ ଥିବା ଲକ୍ଷ୍ୟଭେଦ କରିବା ସହ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଭାବେ ସବୁ ବିଭାଗ କାମ କରିଥିବା ଏହି ବ୍ୟାବହାରିକ ପରୀକ୍ଷାରୁ ଜଣାପଡ଼ିଥିଲା । ଅଗ୍ନି-୧ ସ୍ଥଳସେନାର ଷ୍ଟ୍ରାଟେଜିକ ଫୋର୍ସ ଦ୍ୱାରା ୨୦୦୭ରୁ ବ୍ୟବହାର ହୋଇ ଆସୁଛି । ଅଗ୍ନି-୧ କ୍ଷେପଣାସ୍ତ୍ରର ଲମ୍ବ ୧୫ ମିଟର ହୋଇଥିବା ବେଳେ ମୋଟେଇ ୧ ମିଟର । ଏହାର ଓଜନ ୧୨ହଜାର କିଲୋଗ୍ରାମ । ୧ହଜାର କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ବିସ୍ଫୋରକ ସାମଗ୍ରୀ ନେଇ ଏହା ୭୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି । କମ ଯୁଦ୍ଧାସ୍ତ୍ର ବହନ କରିଲେ ବି ଏହା ୧୨୦୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଛି ।

The post ବାଲିଷ୍ଟିକ ମିସାଇଲ୍ ଅଗ୍ନି-୧ର ବ୍ୟବହାରିକ ପରୀକ୍ଷଣ ସଫଳ । ୨ହଜାର କିମି ଲକ୍ଷ୍ୟଭେଦୀ କ୍ଷମତା ।ଏପିଜେ ଅବଦୁଲ୍ କଲାମ ଦ୍ୱୀପରୁ ପରୀକ୍ଷଣ । first appeared on Kanak News.

from Kanak News
via <a href="https://ifttt.com/?

ଡିସେମ୍ବର ୧୧ରେ ଆସିବ ଧାରା ୩୭୦ର ରାୟ । ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 

କନକ ବ୍ୟୁରୋ: ଡିସେମ୍ବର ୧୧ରେ ଆସିବ ଧାରା ୩୭୦ ରାୟ । ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ୧୬ ଦିନର ଶୁଣାଣି ପରେ ସେପ୍େଟମ୍ବର ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଜମ୍ମୁ-କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରୁଛନ୍ତି କି ନାହିଁ ସେ ନେଇ ମୁଖ୍ୟ ଆବେଦନକାରୀ ମହମ୍ମଦ ଆକବର ଲୋନ୍ଙ୍କୁ ସତ୍ୟପାଠ ମାଗିଛନ୍ତି କୋର୍ଟ ।

ସୂଚନା ଅନୁସାରେ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦ ଓ ୩୫-ଏ ଉଚ୍ଛେଦ କରିଥିଲେ । ସରକାରଙ୍କ ଏହି ନିଷ୍ପତ୍ତିିକୁ ଚ୍ୟାଲେଞ୍ଜ କରିଥିଲେ ଆବେଦନକାରୀ । ଧାରା ୩୭୦ ଓ ଧାରା ୩୫-ଏ ଭାରତୀୟ ସମ୍ବିଧାନ ଅନୁୟାୟୀ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲା । ଆବେଦନକାରୀଙ୍କ ମଧ୍ୟରେ ନ୍ୟାସନାଲ କନଫରେନ୍ସ ଓ ପିଡିପିର ନେତା ମଧ୍ୟ ସାମିଲ ଥିଲେ ।

The post ଡିସେମ୍ବର ୧୧ରେ ଆସିବ ଧାରା ୩୭୦ର ରାୟ । ସେପ୍ଟେମ୍ବର ୫ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।  first appeared on Kanak News.

from Kanak News
via <a href="https://ifttt.com/?

କଥା ରଖିଲେ ରେବନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡକୁ ଭାଙ୍ଗିଲେ ଦଳୀୟ କର୍ମୀ । ସରକାରକୁ ଆସିଲେ ବ୍ୟାରିକେଡ୍ ଭାଙ୍ଗିବେ କହିଥିଲେ ।

କନକ ବ୍ୟୁରୋ: କଥା ଯେମିତି କାମ ସେମିତି । ନିର୍ବାଚନ ସମୟରେ ଯେଉଁ କଥା କହୁଥିଲେ, ଅବିକଳ ସେଇଆ କରିଛନ୍ତି ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡ୍କୁ ଭାଙ୍ଗି ଦେଇଛନ୍ତି କଂଗ୍ରେସ କର୍ମୀ । ଏହି ଲୁହା ବ୍ୟାରିକେଡ୍ ଭାଙ୍ଗିବା ପାଇଁ ରେଭନ୍ତ ରେଡ୍ଡି ନିର୍ବାଚନ ସମୟରେ କହୁଥିଲେ । ଏହି ବ୍ୟାରିକେଡ ଜନତା ଓ ସରକାର ଭିତରେ ବାଡ଼ ଭଳି ଠିଆ ହୋଇଛି, ଏହା ହଟିବା ଦରକାର ବୋଲି କହୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭବନକୁ ଲୋକଙ୍କ ପାଇଁ ଖୋଲି ଦିଆଯିବ ବୋଲି ରେଭନ୍ତ ରେଡ୍ଡି କରୁଥିଲେ । ସତକୁ ସତ ସେଇଆ ହୋଇଛି । ଗୁରୁବାର ସକାଳେ କଂଗ୍ରେସର ଅନେକ ସମର୍ଥକ ଆସି, ଲୁହା ବ୍ୟାରିକେଡ୍କୁ ଲୁହା କଟର୍ରେ କାଟିଦେଇଥିଲେ । ପୁଲିସ ଉପସ୍ଥିତିରେ ଲୁହା ବ୍ୟାରିକେଡ୍କୁ ହଟାଯାଇଛି । ସରକାରକୁ ଆସିଲେ ପ୍ରଥମେ ଏହି ବ୍ୟାରିକେଡ୍ ହଟାଇବି ବୋଲି କହିଥିଲେ ରେଭନ୍ତ ରେଡ୍ଡି ।

ପ୍ରଗତୀ ଭବନ ଭାବେ ପରିଚିତ ଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଏକ ଲୁହା ବ୍ୟାରିକେଡ୍୍ ଲାଗିଥିଲା । ଯେଉଁ ବ୍ୟାରିକ୍ୟାଡ୍କୁ ଲଗାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ତେଲେଙ୍ଗାନା ପ୍ରଦେଶ ଗଠନ ହେବା ଦିନଠାରୁ ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ରହିଥିଲେ କେସିଆର । ହେଲେ ବିଧାନସଭା ନିର୍ବାଚନରେ ବିଆର୍ଏସ୍ ଦଳ ପରାସ୍ତ ହୋଇଛି ।

The post କଥା ରଖିଲେ ରେବନ୍ତ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବ୍ୟାରିକେଡକୁ ଭାଙ୍ଗିଲେ ଦଳୀୟ କର୍ମୀ । ସରକାରକୁ ଆସିଲେ ବ୍ୟାରିକେଡ୍ ଭାଙ୍ଗିବେ କହିଥିଲେ  । first appeared on Kanak News.

from Kanak News
via <a href="https://ifttt.com/?

୫ ଦିନ ପରେ ବି ବିଜେପିର ସିଏମ୍ ସସପେନ୍ସ । ୩ ରାଜ୍ୟ ପାଇଁ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ, ନବନିର୍ବାଚିତ ବିଧାୟକଙ୍କ ସହ କରିବେ ଆଲୋଚନା ।

କନକ ବ୍ୟୁରୋ: ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିଲା । ଫଳାଫଳ ବି ଆସିଲା । ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବାଜିମାତ୍ କଲା ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ଦଳ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିନାହିଁ । ଗୁରୁବାର ବିଜେପିର ସଂସଦୀୟ ଦଳ ବୈଠକରେ ମଧ୍ୟ ଏନେଇ କୌଣସି ନିଷ୍ପତି ହୋଇନାହିଁ । ଶେଷରେ ଦଳ ୩ ରାଜ୍ୟ ପାଇଁ ଆଜି ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ । ସେମାନେ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରିବେ । ବିଧାୟକମାନେ କାହାକୁ ନିଜର ନେତା ବୋଲି ବାଛିବାକୁ ଚାହୁଁଛନ୍ତି, ତାର ଏକ ବିସ୍ତୁତ ରିପୋର୍ଟ ହାଇକମାଣ୍ଡକୁ ହସ୍ତାନ୍ତର କରାଯିବ । ଏହା ପରେ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ ।

ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ବସୁନ୍ଧରା ରାଜେ ସିନ୍ଧିଆ ଅଚାନକ ଦିଲ୍ଲୀ ପହଁଚି ଶୀର୍ଷ ନେତାଙ୍କୁ ଭେଟିଛନ୍ତି । ସେଠାରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ବଡ଼ ଦାବିଦାର କୁହାଯାଉଛି । କିନ୍ତୁ ସେ ହାଇକମାଣ୍ଡଙ୍କ ଉପରେ ନିଷ୍ପତି ଛାଡ଼ି ଦେଇଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଛକାପଂଝା ଚାଲିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ଯଦିଓ ନଥିବା କହିସାରିଛନ୍ତି ଶିବରାଜ ସିଂ ଚୌହାନ ତଥାପି ସସପେନ୍ସ ଉପରୁ ପର୍ଦ୍ଦା ଉଠିପାରିନି । ଅନ୍ୟପଟେ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର, ଧରମଲାଲ କୌଶିକ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଓପି ଚୌଧୁରୀ ମଧ୍ୟ ରେସରେ ଅଛନ୍ତି ।

The post ୫ ଦିନ ପରେ ବି ବିଜେପିର ସିଏମ୍ ସସପେନ୍ସ । ୩ ରାଜ୍ୟ ପାଇଁ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ, ନବନିର୍ବାଚିତ ବିଧାୟକଙ୍କ ସହ କରିବେ ଆଲୋଚନା  । first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ । ଆଦିବାସୀ ବ୍ୟାପାର ସହ ମିଳିଲା କୃଷି ଓ କଲ୍ୟାଣ ମନ୍ତ୍ରଣାଳୟ ବିଭାଗ । ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ ।

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ପଦର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ନରେନ୍ଦ୍ର ସିଂ ତୋମରଙ୍କ ଇସ୍ତଫା ମଞ୍ଜୁର ହେବା ପରେ ଅର୍ଜୁନ ମୁଣ୍ଡା ଏହି ଦାୟିତ୍ୱରେ ରହିବେ । ଅର୍ଜୁନ ମୁଣ୍ଡା ଏବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅଛନ୍ତି । ମଧ୍ୟପ୍ରଦେଶରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ର କୃଷିମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୋମର । ଏହି ଇସ୍ତଫାକୁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି । ସେହିପରି ପ୍ରହ୍ଲାଦ ସିଂ ପଟେଲ ଓ ରେଣୁକା ସିଂଙ୍କ ଇସ୍ତଫାକୁ ମଧ୍ୟ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଗତମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩ଟି ବଡ଼ ରାଜ୍ୟ ଯଥା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜୟ ହାସଲ କରିଛି । କିନ୍ତୁ ଫଳାଫଳକୁ ୫ ଦିନ ବିତିଯାଇଥିଲେ ବି ବିଜେପି ମୁଖ୍ୟମନ୍ତ୍ରୀ ଚୟନ କରିପାରିନାହିଁ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଶିବରାଜ ସିଂ ଚୌହାନ ଓ ନରେନ୍ଦ୍ର ସିଂ ତୋମାର ରହିଛନ୍ତି । ଇସ୍ତଫା ପରେ ନରେନ୍ଦ୍ର ସିଂ ତୋମାରଙ୍କୁ ନୂଆ ସରକାରରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ୭ ଜଣ ସାଂସଦଙ୍କ ମଧ୍ୟରୁ ୬ ଜଣ ବିଜୟୀ ହୋଇଛନ୍ତି ।

The post କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅତିରିକ୍ତ ଦାୟିତ୍ୱ । ଆଦିବାସୀ ବ୍ୟାପାର ସହ ମିଳିଲା କୃଷି ଓ କଲ୍ୟାଣ ମନ୍ତ୍ରଣାଳୟ ବିଭାଗ । ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ୩୦୦ କୋଟି ଟପିପାରେ ଟଙ୍କା । ଆରମ୍ଭ ହୋଇନି ସୁନାଗହଣାର ହିସାବ ।

କନକ ବ୍ୟୁରୋ: ଯେତେ ଗଣିଲେ ବି ସରୁନାହିଁ । ଟଙ୍କା ଗଣି ଗଣି ବ୍ୟାଙ୍କ ଓ ଆଇଟି ଅଧିକାରୀ ହାଲିଆ । ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଏବଂ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ତେବେ ଏହି ଟଙ୍କା ୩୦୦ କୋଟି ଟଙ୍କା ଟପିବ ବୋଲି ଜଣାପଡ଼ିଛି ।

ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ, ୨୦୦ ଟଙ୍କିଆ, ୫୦୦ ଟଙ୍କିଆ ରହିଛି । ଏତେ ପରିମାଣର ଟଙ୍କା ସବୁ କେଉଁଠୁ ଆସିଲା, ତାକୁ ନେଇ ଖୋଳତାଡ଼ କରୁଛି ଆୟକର ବିଭାଗ । ସେପଟେ ଅଧିକ ତଦନ୍ତ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ଏଂଟ୍ରି ମାରିପାରେ । ଯଦି ଇଡି ହାତକୁ ତଦନ୍ତଭାର ଦିଆଯାଏ, ତାହେଲେ ନେତାଙ୍କ ପାଇଁ ଚିନ୍ତା ବଢ଼ିଯିବ । କାରଣ ଏଥିରେ ନେତାଙ୍କ ସଂପୃକ୍ତି ଅଛି କି ନାହିଁ, ତା’ର ତଦନ୍ତ ହୋଇପାରେ । ସେପଟେ ଆୟକର ବିଭାଗ ଟଙ୍କା ସବୁ ୧୫୬ଟି ବ୍ୟାଗ୍ ଏବଂ କିଛି ବସ୍ତାରେ ଟ୍ରକ୍ରେ ଲୋଡ୍ କରି ନେଇଛି । ଆଉ ସବୁ ଟଙ୍କାକୁ ଗଣିବା ପାଇଁ ଆହୁରି ଦୁଇରୁ ତିନି ଦିନ ଲାଗିପାରେ ।

The post ଖୋଲୁଛି ସାଂସଦଙ୍କ ମଦ ସାମ୍ରାଜ୍ୟର କଳାଗୁମର । ୩୦୦ କୋଟି ଟପିପାରେ ଟଙ୍କା । ଆରମ୍ଭ ହୋଇନି ସୁନାଗହଣାର ହିସାବ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started