ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ନାଲି ଆଖି: ଆନ୍ଦୋଳନ ଉପରେ ଲାଗିଲା କଟକଣା, ଏସମା ଅବଧି ୬ ମାସ ବଢାଇଲେ ସରକାର

କନକ ବ୍ୟୁରୋ: ଏହା କେବଳ ଏକ ସରକାରୀ ବିଜ୍ଞପ୍ତି ନୁହେଁ । ହକ ପାଇଁ ନ୍ୟାୟ ପାଇଁ ସ୍ୱର ଉଠାଉଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏହା ସରକାରଙ୍କ ନାଲି ଆଖି । ବିଜ୍ଞପ୍ତି ଅନୁସାରେ ଏସମା ଅବଧିକୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ୍ ୬ ମାସ ଯାଏଁ ସରକାରୀ ସ୍ୱାସ୍ଥ୍ୟ ସେବାରେ ସଂପୃକ୍ତ କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ କି ଧାରଣାରେ ବସିପାରିବେ ନାହିଁ । ନର୍ସ, ପାରାମେଡିକ୍ସ ଓ ଟେକ୍ନିସିଆନଙ୍କ ପାଇଁ ଏହି ଏସମା ଲାଗୁ କରାଯାଇଛି । ଏହାସହ ତୃତୀୟ , ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଚୁକ୍ତିଭିତିକ କର୍ମଚାରୀଙ୍କ ପାଇଁ ବି ଏହା ଲାଗୁ ହେବ । ଅନ୍ୟ ପଟେ ସ୍ୱାସ୍ଥ୍ୟ କର୍ମଚାରୀ କହିଛନ୍ତି ସରକାରଙ୍କ ନିୟମକୁ ମାନିବାକୁ ସେମାନ ବାଧ୍ୟ, ହେଲେ ଆଗକୁ ପୁଣି ଅବଧି ବଢିଲେ ଅଡୁଆ ।

ସେପଟେ ରାଜ୍ୟ ସରକାରଙ୍କ ଏସମା ଅବଧି ବୃଦ୍ଧିକୁ ସମାଲୋଚନା କରିଛନ୍ତି ବିରୋଧୀ । ପିସିସି ସଭାପତି କହିଛନ୍ତି ରାଜ୍ୟ ସରକାର ଗଣତନ୍ତ୍ର ନାଁରେ ଏକଛତ୍ରବାଦ ଚଳାଇଛନ୍ତି । ଆନ୍ଦୋଳନକୁ ମନା କରିଥିବାରୁ ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଡାକି ସରକାର ଆଲୋଚନା କରନ୍ତୁ । ସେପଟେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ କହିଛନ୍ତି, ସରକାରଙ୍କ ଏତେ ଡର କାହିଁକି ? ରାଜ୍ୟ ସରକାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନାଲି ଆଖି ଦେଖାଉଛନ୍ତି । ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ସରକାର କାହାକୁ ନାଲି ଆଖି ଦେଖାଉ ନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ଭାବିଚିନ୍ତି ପଦକ୍ଷେପ ନିଆଯାଇଛି ।

ସେପଟେ ରାଜ୍ୟର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ଦରକାର ବୋଲି ରାଜ୍ୟ ସରକାର କହିଛନ୍ତି । ଆନ୍ଦୋଳନ ହେଲେ ସ୍ୱାସ୍ଥ୍ୟସେବାରେ ବାଧା ସୃଷ୍ଟି ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି ।

The post ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ନାଲି ଆଖି: ଆନ୍ଦୋଳନ ଉପରେ ଲାଗିଲା କଟକଣା, ଏସମା ଅବଧି ୬ ମାସ ବଢାଇଲେ ସରକାର first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ବେଳେ ଅଘଟଣ, ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ବଡପଡା ଗାଁରେ ଅଘଟଣ । ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ସମୟରେ ନିଆଁଲାଗି ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ନିଆଁରେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବଡପଡା ଗାଁରେ ଏକ ବରଯାତ୍ରୀରେ ସାମିଲ ହେବାକୁ ଲୋକେ ଏକାଠି ହୋଇଥିଲେ । ବରପକ୍ଷଙ୍କୁ ପେଟ୍ରୋଲ ବଂଟାଯାଇଥିଲା । ଏହି ସମୟରେ ଜଣେ ଲୋକ ସିଗାରେଟ୍ ଟାଣୁଥିବାବେଳେ ଅରବିନ୍ଦ ମଲ୍ଲିକଙ୍କ ଘରେ ନିଆଁଲାଗିଯାଇଥିଲା । ଫଳରେ ତାଙ୍କ ପାଂଚବର୍ଷର ଶିଶୁପୁତ୍ର ଗୁଗୁଲ ମଲ୍ଲିକଙ୍କ ମୃତ୍ୟୁ ଘଟିଛି । ଏହାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

The post କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ବେଳେ ଅଘଟଣ, ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ବିକ୍ଷୋଭ । କ୍ଷମା ଦାବି କରି ସଂସଦଭବନ ପରିସରରେ ମହୁଆ ମୋଇତ୍ରାଙ୍କ ଧାରଣା

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ପ୍ରତିବାଦ । ଗୁୁରୁବାର ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଛିଡା ହୋଇ ଜୋରଦାର ପ୍ରତିବାଦ କରିଛନ୍ତି ଟିଏମସିର ମହିଳା ସାଂସଦ । ଗିରିରାଜ ମମତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଟିଏମସି । ସେପଟେ ଗୀରିରାଜ କହିଛନ୍ତି ତାଙ୍କୁ ଟିପ୍ପଣୀକୁ ଅତି ରଂଜିତ କରାଯାଉଛି । ମମତା ବାନାର୍ଜୀଙ୍କୁ ନେଇ କୌଣସି ଆପତିଜନକ ବୟାନ ଦେଇ ନାହାଁନ୍ତି । ନିକଟରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିିଥିଲା ଏଭଳି କିଛି ଦୃଶ୍ୟ । ଏହି ନୃତ୍ୟକୁ ଦେଖି ଗୀରିରାଜ ସିଂ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ ଓ କହିଥିଲେ ଦୁର୍ନିତୀରେ ବୁଡି ରହିଛି ପଶ୍ଚିମବଙ୍ଗ ସେପଟେ ମୁଖ୍ୟମନ୍ତ୍ରୀ ମଉଜ କରୁଛନ୍ତି, ଠୁମକା ମାରୁଛନ୍ତି ।

The post କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ବିକ୍ଷୋଭ । କ୍ଷମା ଦାବି କରି ସଂସଦଭବନ ପରିସରରେ ମହୁଆ ମୋଇତ୍ରାଙ୍କ ଧାରଣା first appeared on Kanak News.

from Kanak News
via <a href="https://ifttt.com/?

ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ

କନକ ବ୍ୟୁରୋ : ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ ଗୁରୁବାର ସିନେମା ଆନିମଲରେ ସ୍ଥାନ ପାଇଥିବା ହିଂସାତ୍ମକ କାହାଣୀକୁ ବିରୋଧ କରିଛନ୍ତି । ରଂଜିତ ରଂଜନ କହିଥିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ । କାହା ଅନୁମତିର ଏଭଳି ସିନେମା ପ୍ରସାରଣ ପାଇଁ ଅନୁମତି ଦିଆଯାଉଛି । ଯୁବବର୍ଗ ଓ ଛୋଟ ଛୁଆଙ୍କ ଉପରେ ଏହାର ବେଶ ଖରାପ ପ୍ରଭାବ ପଡୁଛି । ତେଣୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ । ବନ୍ଦ କରାଯାଉ ଏଭଳି ନକରାତ୍ମକ ସିନେମା

The post ଶୀତକାଳୀନ ଅଧିବେଶନରେ ଉଠିଲା ଫିଲ୍ମ ଆନିମଲ ପ୍ରସଙ୍ଗ । ରାଜ୍ୟସଭା ସାଂସଦ ରଂଜିତ ରଂଜନ କହିଲେ ଏଭଳି ହିଂସାତ୍ମକ ସିନେମା ଯୋଗୁଁ ରୁୁଗ୍ମଣ ହେଉଛି ସମାଜ first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଂଝା,ଦ୍ୱନ୍ଦରେ ଶୀର୍ଷ ନେତା । ୩ରାଜ୍ୟର ଫଳାଫଳକୁ ୪ଦିନ ବିତିଥିଲେ ବି ସସପେନ୍ସ ଜାରି

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ବାହାରିବା ୪ଦିନ ବିତିଲାଣି କିନ୍ତୁ ୩ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ଏବେ ସୁଦ୍ଧା ସ୍ଥିର ହୋଇପାରୁନି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନକୁ ଯଦିଓ ବିଜେପି କବଜା କରିସାରିଛି ସେପଟେ ସରିନି ଅଙ୍କକଷା ।

ସବୁଠୁ ଅଧିକ ଫୋକସରେ ରହିଛି ରାଜସ୍ଥାନ । ୫ବର୍ଷ ପରେ ବିଜେପି ଶାସନକୁ ଫେରିଛି । ତେଣୁ ଭାବି ବିଚାରି ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର ମାରିବାକୁ ଚାହୁଁଛି ଦଳ । ତେବେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଅଚାନକ ଦିଲ୍ଲୀ ପହଁଚିବାକୁ ନେଇ ଚର୍ଚ୍ଚା ଅଧିକ ହୋଇଛି । ଗୁରୁବାର ଶୀର୍ଷ ନେତାଙ୍କ ସହ ଆଲୋଚନା ପରେ ଖୁବ ଶିଘ୍ର ରାଜସ୍ଥାନ ଫଇସଲାକୁ ସବୁଜ ସଂକେତ ମିଳିପାରେ । ଦୁଇ ଦୁଇ ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ବସୁନ୍ଧରା । ଚଳିତ ନିର୍ବାଚନରେ ଝାଲରାପାଟନ ଆସନରୁ ନିର୍ବାଚିତ ହୋଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ରେସରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ସାଂସଦ ବାବା ବାଲକନାଥ, ଦୀୟ କୁମାରୀ ଓ ନୂଆ ଚେହେରା ଭାବେ କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ନାଁ ଥିବା ଚର୍ଚ୍ଚା ହେଉଛି ।

ବିଜେପି ଆଗାମୀ ପଦକ୍ଷେପ କ’ଣ ରହିଛି ତା ଉପରେ ସମସ୍ତଙ୍କ ନଜର । ସେପଟେ ଚର୍ଚ୍ଚା ହେଉଛି ଦଳର ହାଇକମାଣ୍ଡ ନୂଆ ଚେହେରାଙ୍କ ଉପରେ ମୋହର ମାରି ବଡ ସରପ୍ରାଇଜ ଦେଇପାରନ୍ତି । ସଂସଦୀୟ ଦଳ ବୈଠକ ସରିଛି । ତେଣୁ ଖୁବ ଶିଘ୍ର ଆସିପାରେ ଫଇସଲା ।

ମୁଖ୍ୟମନ୍ତ୍ରୀ ଚୌକି ପାଇଁ କେବଳ ରାଜସ୍ଥାନରେ ନୁହେଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଛକାପଂଝା ଚାଲିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ଯଦିଓ ନଥିବା କହିସାରିଛନ୍ତି ଶିବରାଜ ସିଂ ଚୌହାନ ତଥାପି ସସପେନ୍ସ ଉପରୁ ପୂରାପୁରି ପର୍ଦ୍ଦା ଉଠିପାରିନି । ମୁଖ୍ୟମନ୍ତ୍ରୀ ରେସରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ସିଂ ପଟେଲ ଏବଂ କୈଳାଶ ବିଜୟବର୍ଗୀୟ ଭଳି ହାଇପ୍ରୋଫାଇଲ ଚେହେରା ରହିଛନ୍ତି । ଅନ୍ୟପଟେ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର, ବିରୋଧୀ ଦଳ ନେତା ଥିବା ଧରମଲାଲ କୌଶିକ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଓପି ଚୌଧୁରୀ ମଧ୍ୟ ରେସରେ ଅଛନ୍ତି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ମୁଖ୍ୟମନ୍ତ୍ରୀ ହେବାକୁ ଅନେକ ନେତା ଦୌଡରେ ଅଛନ୍ତି । କିନ୍ତୁ ଦୁଇ ରାଜ୍ୟ ଅପେକ୍ଷା ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ବିଜେପି ଶୀର୍ଷ ନେତାଙ୍କ ପାଇଁ ବଡ କସରତ କରିପାରନ୍ତି । ଦେଖିବାକୁ ବାକି ରହିଲା ଦଳର ବିପୁଳ ବିଜୟ ପରେ କେଉଁ ରାଜ୍ୟର କିଏ ନୂଆ ମୁଖ୍ୟମନ୍ତ୍ରୀ ହେଉଛନ୍ତି ।

The post ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଂଝା,ଦ୍ୱନ୍ଦରେ ଶୀର୍ଷ ନେତା । ୩ରାଜ୍ୟର ଫଳାଫଳକୁ ୪ଦିନ ବିତିଥିଲେ ବି ସସପେନ୍ସ ଜାରି first appeared on Kanak News.

from Kanak News
via <a href="https://ifttt.com/?

ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ୮ହଜାର ଅତିଥିଙ୍କୁ ନିମନ୍ତ୍ରଣ । ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ବିରାଟ କୋହଲୀ ସହ ଯୋଗଦେବେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି

କନକ ବ୍ୟୁରୋ : ପାଖେଇ ଆସୁଛି ଶୁଭ ସମୟ । ଜାନୁଆରୀ ୨୨ରେ ହେବ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପାଖାପାଖି ୮ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯିବ । ସ୍ୱତନ୍ତ୍ର ଭାବେ ୩୨ଶହ ସନ୍ଥଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାଜନୀତି, ଶିଳ୍ପପତି, କ୍ରିକେଟର, ସିନେ ଜଗତ ଓ ଧର୍ମଗୁରୁ ଯୋଗ ଦେବେ । ଅତିଥି ତାଲିକାରେ କ୍ରିକେଟର ବିରାଟ କୋହଲୀ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର. ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ, ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀ, ରତନ ଟାଟା ନାଁ ଥିବା ସୂଚନା ରହିଛି । ୨୨ ତାରିଖ ପ୍ରାଣପ୍ରତିଷ୍ଠା ପରେ ୨୬ ତାରିଖରୁ ରାମଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସେପଟେ କାଶୀରେ ସେହି ଦିନ ଦୀପତ୍ସୋବ ପାଳନ ପାଇଁ ବ୍ୟବସ୍ଥା କରାଯାଉଛି । ଶ୍ରୀରାମ ମନ୍ଦିରରେ ହେବ ପ୍ରାଣପ୍ରତିଷ୍ଠା । ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଉତ୍ସବ ଭାବେ ପାଳନ କରିବାକୁ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଉଛି । ମୁଖ୍ୟ ଅତିଥିଭାବେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବା ସହ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିବା ନେଇ ସୂଚନା ରହିଛି ।

The post ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ୮ହଜାର ଅତିଥିଙ୍କୁ ନିମନ୍ତ୍ରଣ । ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ବିରାଟ କୋହଲୀ ସହ ଯୋଗଦେବେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି first appeared on Kanak News.

from Kanak News
via <a href="https://ifttt.com/?

ପିଓକେ ପ୍ରସଙ୍ଗରେ ପୁଣି ବିଜେପି-କଂଗ୍ରେସ ମୁହାଁମୁହିଁ । ନେହେରୁଙ୍କ ଉପରେ ଅମିତ ଶାହାଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ ଖପ୍ପା

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହାରଲାଲ ନେହରୁଙ୍କୁ ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ବୁଧବାର ଲୋକସଭାରେ ଅମିତ ଶାହା ଜମ୍ମୁକାଶ୍ମୀର ସଂରକ୍ଷଣ ବିଲ ୨୦୨୩ ଓ ଜମ୍ମୁକଶ୍ମୀର ପୁର୍ନଗଠନ ସଂଶୋଧନ ବିଲ ୨୦୨୩ ଉପରେ ବୟାନ ଦେବା ସମୟରେ ନେହେରଙ୍କୁ ନେଇ ଏକ ବୟାନ ଦେଇଥିଲେ । ଶାହା କହିଥିଲେ ନେହେରୁଙ୍କ ପାଇଁ ସୃଷ୍ଟି ହୋଇଥିଲା ପିଓକେ ସମସ୍ୟା । ଯଦି ସେସମୟରେ ନେହରୁ କାଶ୍ମୀରକୁ ପୂରା ନିୟନ୍ତ୍ରଣକୁ ନେଇଥାନ୍ତେ, ଯୁଦ୍ଧ ବିରତି କରିନଥାନ୍ତେ ତେବେ ଆଜିର ଦିନରେ ପିଓକେ ଭାରତ ନିୟନ୍ତ୍ରଣ ଥାନ୍ତା । ଶାହାଙ୍କ ବୟାନକୁ କଂଗ୍ରେସ ସାଂସଦମାନେ ଜୋରଦାର ବିରୋଧ କରିଥିଲେ । ସେପଟେ କଂଗ୍ରେସ ଶାହା ଓ ମୋଦୀଙ୍କୁ ଚ୍ୟାଲେଂଜ ଦେଇଛି । ପ୍ରସଙ୍ଗ ଉପରେ ଗୃହରେ ଚର୍ଚ୍ଚା କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ।

The post ପିଓକେ ପ୍ରସଙ୍ଗରେ ପୁଣି ବିଜେପି-କଂଗ୍ରେସ ମୁହାଁମୁହିଁ । ନେହେରୁଙ୍କ ଉପରେ ଅମିତ ଶାହାଙ୍କ ଟିପ୍ପଣୀକୁ ନେଇ କଂଗ୍ରେସ ଖପ୍ପା first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ଶର୍ମିଷ୍ଠା ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର । କ’ଣ ଥିଲା ରାହୁଲଙ୍କ ପ୍ରତି ପ୍ରଣବ ମୁଖାର୍ଜୀଙ୍କ ଭାବନା !

କନକ ବ୍ୟୁରୋ : ପୂର୍ବତନ ରାଷ୍ଟ୍ରପତି ଦିବଂଗତ ପ୍ରଣବ ମୁଖାର୍ଜୀଙ୍କ ଝିଅ ତଥା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀଙ୍କ ପୁସ୍ତକ ପ୍ରଣବ ମାଇ ଫାଦରକୁ-ଏ-ଡଟର ରିମ୍ବେରର୍ସକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହି ପୁସ୍ତକରେ ପ୍ରଣବ ମୁଖାର୍ଜୀ ଓ ଗାନ୍ଧୀ ପରିବାର ସଦସ୍ୟ ଓ ସେମାନଙ୍କ ସହ ସର୍ମ୍ପକୁ ନେଇ ଅନେକ ଅଜଣା କଥାକୁ ସ୍ଥାନ ଦିଆଯାଇଛି । ପ୍ରଣବ ହାତ ଲେଖା ଡାଏରୀ ଓ ତାଙ୍କ ସହ କରିଥିବା ଆଲୋଚନାକୁ ନିଜ ପୁସ୍ତକରେ ସ୍ଥାନ ଦେଇଛନ୍ତି ଶର୍ମିଷ୍ଠା । ପୁସ୍ତକରେ କୁହାଯାଇଛି ଦିନେ ପ୍ରଣବ କହିଥିଲେ….କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସ ଏଏମ-ପିଏମ୍ ମଧ୍ୟରେ ଫରକ ବୁଝିପାରିବେନି ସେ ପିଏମଓ କିଭଳି ସମ୍ଭାଳିବେ । ରାହୁଲ ଗାନ୍ଧୀଙ୍କ ଦକ୍ଷତା ଉପରେ ସେ ସନ୍ଦେହ ପ୍ରକାଶ କରିଥିଲେ । ରାହୁଲଙ୍କ କାର୍ଯ୍ୟଶୈଳୀକୁ ନେଇ ନିରାଶ ଥିଲେ ପ୍ରଣବ । ଗାନ୍ଧୀ ପରିବାରରେ ଉତ୍ତାରାଧିକାରୀ ଯୋଗୁଁ ରାହୁଲଙ୍କୁ ସବୁ କିଛି ବେଶ ସହଜରେ ମିଳୁଛି । ତେଣୁ ସେ ଅନେକ ଗୁରୁତ୍ୱପୂୂର୍ଣ୍ଣ କଥାକୁ ବେଖାତିର କରନ୍ତି । କଷ୍ଟର ମୂଲ୍ୟ ସେ ବୁଝନ୍ତି ନାହିଁ । ରାହୁଲଙ୍କ ପାଖରେ ରାଜନୈତିକ ଜ୍ଞାନ, ସମାୟନୁବର୍ତ୍ତିତାର ଅଭାବ ରହିଛି । ଏଭଳି ନେତା ଜନତାଙ୍କ କି ପ୍ରେରଣା ଦେବେ ବୋଲି କହିଥିଲେ ପ୍ରଣବ ।

୨୦୦୪ରେ ପ୍ରଧାନମନ୍ତ୍ରୀ ରେସରେ ପ୍ରଣବଙ୍କୁ ବାଦ ଦେଇଥିଲା କଂଗ୍ରେସ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସୋନିଆ ପ୍ରଣବଙ୍କୁ ଆଶା ଦେଖାଇଥିଲେ ବି ଶେଷ ସମୟରେ କଥାରୁ ଓହରିଯାଇ ଡକ୍ଟର ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀ କରିଥିଲେ । ଏନେଇ କଂଗ୍ରେସ କିମ୍ବା ସୋନିଆ ଏବଂ ମନମୋହନଙ୍କ ପ୍ରତି ବାପା ପ୍ରଣବ କେବେ କୌଣସି ଅଭିଯୋଗ କରିନଥିଲେ କି ନିରାଶ ନଥିଲେ ବୋଲି ଶର୍ମିଷ୍ଠାଙ୍କ ପୁସ୍ତକରେ କୁହାଯାଇଛି ।

ପ୍ରଣବ ମାଇ ଫାଦରରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ପ୍ରଣବ ଓ ମୋଦୀଙ୍କ ମଧ୍ୟରେ ବେଶ ଘନିଷ୍ଠ ସମ୍ପର୍କ ରହିଥିଲା । ମୋଦୀ ସବୁ ସାକ୍ଷାତରେ ପ୍ରଣବଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ । ଉଭୟ ଭିନ୍ନ ବିଚାରଧାରର ହୋଇଥିଲେ ବି ସେମାନଙ୍କ ମଧ୍ୟରେ ବେଶ ଘନିଷ୍ଠ ଓ ଉତମ ସର୍ମ୍ପକ ଥିଲା । ଯାହା ପ୍ରକୃତରେ ଚମକ୍ରାର ଓ ଅବିଶ୍ୱସନୀୟ ଥିଲା ।

ପ୍ରଣବ ମାଇ ଫାଦର ପୁସ୍ତକରେ ପ୍ରଣବଙ୍କ ରାଜନୀତି ଜୀବନର ଏମିତି କିଛି କଥାକୁ ସ୍ଥାନ ଦେଇଛନ୍ତି ଯାହା ଆଜି ପର୍ଯ୍ୟନ୍ତ ଅଜଣା ରହିଆସିଛି । ତେବେ ଉନ୍ମୋଚନ ପୂର୍ବରୁ ପୁସ୍ତକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ତେବେ ଉନ୍ମୋଚନ ପରେ ଏନେଇ ରାଜନୈତିକ ବୟାନବାଜୀ ଜୋର ଧରିବା ସମ୍ଭାବନା ମଧ୍ୟ ରହିଛି । ପ୍ରଣବଙ୍କ ଜନ୍ମ ଜୟନ୍ତୀ ଅବସରରେ ଡିସେମ୍ବର ୧୧ରେ ଉନ୍ମୋଚନ ହେବ ପ୍ରଣବ ମାଇ ଫାଦର

The post ଚର୍ଚ୍ଚାରେ ଶର୍ମିଷ୍ଠା ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର । କ’ଣ ଥିଲା ରାହୁଲଙ୍କ ପ୍ରତି ପ୍ରଣବ ମୁଖାର୍ଜୀଙ୍କ ଭାବନା ! first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ ରେବନ୍ତଙ୍କ ରାଜୁତି ଆରମ୍ଭ । ବାହୁବଳୀ ଶୈଳୀରେ ଶପଥ ପାଠ କରି ଚର୍ଚ୍ଚାରେ ନୂଆ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ନିଆରା ଅନ୍ଦାଜରେ ଶପଥପାଠ ସହ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ୍ । ଦେଶର ସର୍ବକନିଷ୍ଠ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦମଦାର ଅନ୍ଦାଜରେ ଶପଥ ପାଠ କରିଛନ୍ତି ରେବନ୍ତ ରେଡ୍ଡୀ । ବାହୁବଳୀ ଫିଲ୍ମ ସମସ୍ତଙ୍କର ମନେ ଥିବ, ଫିଲ୍ମରେ ମାହିସ୍ମତି ସାମ୍ରାଜ୍ୟର ସେନାଧ୍ୟକ୍ଷ ଭାବେ ଯେଉଁଭଳି ଭାବେ ଶପଥ ନେଇଥିଲେ ଅମରେନ୍ଦ୍ର ବାହୁବଳୀ, ଠିକ୍ ସେମିତି ଅନ୍ଦାଜରେ ଶପଥ ନେଇଛନ୍ତି ଫାୟାର ବ୍ରାଣ୍ଡ ନେତା ରେବନ୍ତ ରେଡ୍ଡୀ । ଏହାର ଉତ୍ସାହ ଉପସ୍ଥିତ ଲୋକଙ୍କ ଭିତରେ ମଧ୍ୟ ଦେଖବାକୁ ମିଳିଛି ।

ରେବନ୍ତ ରେଡ୍ଡୀଙ୍କୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କରିବା ପରେ ଆଉ ଏକ କଥା ବେଶ ଚର୍ଚ୍ଚା ହେଉଛି । ଆଉ ତାହା ହେଲା ନୂଆ ଚେହେରାକୁ ସାମ୍ନାକୁ ଆଣିଛି ଦଳ । ଯାହାପରେ ବରିଷ୍ଠ ନେତାଙ୍କ ଭାଗ୍ୟକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି ।

୩ଟି ରାଜ୍ୟରେ କଂଗ୍ରେସ ହାରିଥିବା ବେଳେ ତେଲଙ୍ଗାନାରେ ଦଳ ବିଜୟୀ ହୋଇ ସରକାର ଗଢ଼ିଛି । ଆଉ ଏହାର ଶ୍ରେୟ ଯାଇଛି ୫୪ବର୍ଷୀୟ ଫାୟାର ବ୍ରାଣ୍ଡ ନେତା ରେବନ୍ତ ରେଡ୍ଡୀଙ୍କୁ । ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରେଡ୍ଡୀ ରାଜ୍ । ୧୧୯ଟି ବିଧାନସଭା ଆସନ ବିଶିଷ୍ଟ ତେଲେଙ୍ଗାନାରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଛି । ରେବନ୍ତ ରେଡ୍ଡୀଙ୍କୁ ରାଜ୍ୟପାଳ ଟି. ସୌନ୍ଦରରାଜନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିପାଇଁ ହାଇଦ୍ରାବାଦର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ରେବନ୍ତ ରେଡ୍ଡୀଙ୍କ ସହ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୧୦ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଉତ୍ସବରେ ଉପସ୍ଥିତ ଜନତା ବେଶ ଉତ୍ସାହିତ ଥିଲେ । କୁହାଯାଉଛି ୫୪ ବର୍ଷୀୟ ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱରେ ଲଢିଥିବା କଂଗ୍ରେସ ୧୦ ବର୍ଷ ଧରି ସରକାରରେ ଥିବା କେ. ଚନ୍ଦ୍ରଶେଖର ରାଓଙ୍କୁ କ୍ଷମତାଚ୍ୟୁତ କରିବାରେ ସମର୍ଥ ହେଲା । ୨୦୧୯ରୁ ସେ ମାଲକାଜଗିରିରୁ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ରେବନ୍ତ ରେଡ୍ଡୀଙ୍କ ସାଂଗଠିନକ ରଣନୀତି ଓ ଡିକେ ଶିବକୁମାରଙ୍କ ରାଜନୈତିକ ଗୋଟିଚାଳନା ଆଗରେ ଫେଲ ମାରିଲା ସ୍ୱତନ୍ତ୍ର ତେଲେଙ୍ଗାନା ଆନ୍ଦୋଳନର ସୂତ୍ରଧର କେସିଆରଙ୍କ ସବୁ ଯୋଜନା । ସେଥିପାଇଁ ପୁରସ୍କାର ସ୍ୱରୂପ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଭିଶେକ କରାଇଛନ୍ତି କଂଗ୍ରେସ ହାଇକମାଣ୍ଡ ।

– ୫୪ ବର୍ଷୀୟ ରେବନ୍ତ ରେଡ୍ଡୀ, ଯୁବାବସ୍ଥାରୁ ରାଜନୀତିରେ ସକ୍ରୀୟ ଅଛନ୍ତି
– ଛାତ୍ର ଥିବା ସମୟରେ ସେ ଏବିଭିପି ସହ ଜଡ଼ିତ ଥିଲେ
– ୨୦୦୬ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିଥିଲେ
– ପରେ ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି)ରେ ଯୋଗ ଦେଇଥିଲେ
– ଟିଡିପି ଟିକେଟରେ ୨୦୦୯ରେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
– ୨୦୧୪ରେ ମଧ୍ୟ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
– ୨୦୧୭ରେ କଂଗ୍ରେସରେ ମିଶିଥିଲେ
– ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରେବନ୍ତ ରେଡ୍ଡୀ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ
– କୋଡ଼ଙ୍ଗଲ ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ
– ୨୦୧୯ରେ ମାଲକାଜଗିରିରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ
– ୨୦୨୧ରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ରେବନ୍ତଙ୍କୁ ଦଳର ତେଲେଙ୍ଗାନା ମୁଖ୍ୟ ଦାୟିତ୍ୱ ଦେଇଥିଲେ

ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଗୋଟିଏ ରାଜ୍ୟରେ ଉଠିଛି ହାତ । ଏଥିସହ ଦେଶରେ କେବଳ ୩ଟି ରାଜ୍ୟରେ କ୍ଷମତାରେ ରହିଛି ଏହି ସର୍ବପୂରାତନ ଦଳ । ତେଣୁ ଦକ୍ଷିଣ ଭାରତୀୟ ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସର ବିଜୟ, ନିରାଶା ଭିତରେ ଦଳରେ ନୂଆ ଉତ୍ସାହ ଭରିଦେଇଛି ।

The post ତେଲେଙ୍ଗାନାରେ ରେବନ୍ତଙ୍କ ରାଜୁତି ଆରମ୍ଭ । ବାହୁବଳୀ ଶୈଳୀରେ ଶପଥ ପାଠ କରି ଚର୍ଚ୍ଚାରେ ନୂଆ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ତେଜୁଛି ନୂଆ ଜିଲ୍ଲା ଦାବି: ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରକ୍ର୍ରିୟା ଆରମ୍ଭ ପରେ ଆଠଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦେବା ପାଇଁ ଜୋରଧରିଲା ଦାବି

କନକ ବ୍ୟୁରୋ: ପଦ୍ମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ ହେବା ପରେ ଅନ୍ୟ ଅଂଚଳରେ ତେଜିଲା ନୂଆ ଜିଲ୍ଲା ଦାବି । ଆଠଗଡ଼ ଏବଂ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦାବି କରିଛନ୍ତି ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି । ଆଉ ଏହା ସରକାରଙ୍କ ମୁଣ୍ଡବ୍ୟଥା ବଢାଇପାରେ ବୋଲି ଚର୍ଚ୍ଚା ହେଉଛି ।

୧୩ରୁ ୩୦ ହେଲା, ପଦ୍ମପର’ର କଥା ରହିଲା । ହେଲେ ଆମ ଉପଖଣ୍ଡ କାହିଁକି ଜିଲ୍ଲା ମାନ୍ୟତା ପାଇବ ନାହିଁ । ପଦ୍ମପୁରକୁ ଜିଲ୍ଲା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି କିଛି ସ୍ୱର ଉଠିଛି । କଟକ ଜିଲ୍ଲା ଆଠଗଡ଼ ଏବଂ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦାବି କରି ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭ୍ୟମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ବନ୍ଦ କରିବା ସହ ଏକ ମାସ ହେବ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଛନ୍ତି । ସମାନ ଢ଼ଙ୍ଗରେ ଟିଟିଲାଗଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ୧୨ ଘଂଟିଆ ବନ୍ଦ ପାଳନ କରିଛି ।

ପଦ୍ମପୁରକୁ ଜିଲ୍ଳା ମାନ୍ୟତା ଘୋଷଣା, ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । କାରଣ ସାରା ଓଡ଼ିଶାର ଚାରିକୋଣରୁ ଜିଲ୍ଲାମାନ୍ୟତା ଦାବି ତେଜିବାରେ ଲାଗିଛି । କଳାହାଣ୍ଡି ଜିଲ୍ଳାର ଧର୍ମଗଡ, ମୟୂୁରଭଞ୍ଜ ଜିଲ୍ଳାର ରାଇରଙ୍ଗପୁର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ବଲାଙ୍ଗୀର ଜିଲ୍ଳାର ଟିଟିଲାଗଡ, ଅନୁଗୁଳ ଜିଲ୍ଲା ତାଳଚେର, ଗଞ୍ଜାମ ଜିଲ୍ଲାର ଘୁମସୁର, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଲେଶ୍ୱର ଜିଲ୍ଲାର ନୀଳଗିରି, ରାୟଗଡ଼ା ଜିଲ୍ଲାର ଗୁଣୁପୁର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଭଳି ଉପଖଣ୍ଡ ଗୁଡିକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ଜୋର ଧରିଛି ।

ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦାବି ପ୍ରସଙ୍ଗରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିଥିଲେ- ଜିଲ୍ଲା ମାନ୍ୟତା ପାଇଁ ଅନେକ ଦାବି ସରକାରଙ୍କ ପାଖରେ ପହଂଚିଛି । ଏଭଳି ସ୍ଥିତିରେ ପ୍ରଶ୍ନ ହେଉଛି- କାହାର ଦାବି ଶୁଣିବେ ସରକାର? କାହାର ଦାବିକୁ ଅଣଦେଖା କରିବେ? ତାହା ସବୁଠାରୁ ବଡ଼ ପ୍ରଶ୍ନ ।

The post ତେଜୁଛି ନୂଆ ଜିଲ୍ଲା ଦାବି: ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରକ୍ର୍ରିୟା ଆରମ୍ଭ ପରେ ଆଠଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦେବା ପାଇଁ ଜୋରଧରିଲା ଦାବି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started