୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ସଂସଦୀୟ ବୋର୍ଡ ବୈଠକରେ ଜନସଂପର୍କ ବୃଦ୍ଧି ଓ ଭାରତ ବିକାଶ ସଂକଳ୍ପ ଯାତ୍ରା ଉପରେ ଗୁରୁତ୍ୱ

କନକ ବ୍ୟୁରୋ : ବିଜେପିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ପହଂଚିବା ପରେ ତାଙ୍କୁ ଦଳର ସାଂସଦମାନେ ଅଭିନନ୍ଦନ ଜଣାଇଥିଲେ । ଏହି ସମୟରେ ବୈଠକ ସ୍ଥଳ ମୋଦୀ ଜୀ ସ୍ୱାଗତ ହୈରେ ପ୍ରକମ୍ପିତ ହୋଇଥିଲା । ତେବେ ବେଶ ରୋଚକ ଥିଲା ସେହି ଦୃଶ୍ୟ ଯେଉଁଠି ମୋଦୀ କହିଥିଲେ ଦଳ ପାଇଥିବା ବିଜୟ କୌଣସି ଜଣେ ବ୍ୟକ୍ତି ବିଜୟ ନୁହେଁ । ସଂଗଠନର ବିଜୟ । ତେଣୁ ମୋଦୀ ଜୀ କହି ଜନସାଧାରଣଙ୍କଠୁ ଦୂରେଇ ରହିବା ଉଚିତ ନୁହେଁ । ତେଣୁ କେବଳ ମୋଦୀ ବୋଲି ସମ୍ବୋଧନ କରିବାକୁ କର୍ମକର୍ତାଙ୍କୁ କହିଥିଲେ ।

ଗୁରୁବାର ବୈଠକରେ ଦଳକୁ ୨୦୨୪ ବିଜୟ ପାଇଁମ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । କେଉଁଭଳି ଶୈଳୀରେ ଦଳ ଲୋକଙ୍କ ପାଖକୁ ଯିବ ଏବଂ ଆଗାମୀ ଦିନରେ ନିର୍ବାଚନ ଲଢିବ ସେଥିପାଇଁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୬ଟି ଫମୂର୍ଲା ଉପରେ ଗୁରୁତ୍ୱ ଦିଆଯାଇଛି ।

୨୦୨୪ ବିଜୟର ‘ମୋଦୀ ଫର୍ମୁଲା’

ଫର୍ମୁଲା-୧
‘ମୋଦୀ ଜୀ’ ନକହି
କେବଳ ‘ମୋଦୀ’ ସମ୍ବୋଧନ କର

ଫର୍ମୁଲା-୨
ଡିସେମ୍ବର ୨୨ରୁ ଜାନୁଆରୀ ୨୫
ବିକାଶ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବେ
ସମସ୍ତ ମନ୍ତ୍ରୀ ଓ ସାଂସଦ

ଫର୍ମୁଲା-୩
ବିଜେପିର ବିଜୟ ଜଣଙ୍କର ନୁହେଁ
ସମସ୍ତ କର୍ମୀଙ୍କ କଠିନ ପରିଶ୍ରମର ଫଳ

ଫର୍ମୁଲା-୪
ରାଜ୍ୟଗୁଡିକରେ ଲଗାତର ଜିତିବାରେ
କଂଗ୍ରେସ ତୁଳନାରେ ବିଜେପିର ହାର ଅଧିକ

ଫର୍ମୁଲା-୫
୨୦୪୭ ସୁଦ୍ଧା
ବିକଶିତ ଭାରତ ଗଠନ ପାଇଁ ପ୍ରସ୍ତୁତି କର

ଫର୍ମୁଲା-୬
ନିଜ ନିଜ ନିର୍ବାଚନୀ କ୍ଷେତ୍ରକୁ ଯାଇ
ସରକାରୀ ଯୋଜନାର ହିତାଧିକାରୀଙ୍କ ସହ
ସଂପର୍କ ସ୍ଥାପନ କର

ହିନ୍ଦୀ ହାର୍ଟଲ୍ୟାଣ୍ଡର ହାରିବା ପରେ ଗୋଟିଏ ପଟେ କଂଗ୍ରେସ ଏବଂ ଇଣ୍ଡିଆ ମେଂଟ ଭୁଲରୁ ଶିକ୍ଷାଲାଭ କରି ସାଧାରଣ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରୁଛି । ଅନ୍ୟପଟେ ବିଜେପି ଏବେ ତିନି ରାଜ୍ୟରେ ବିଜୟୀ ହୋଇ ଉତ୍ସାହିତ । ତେଣୁ କୌଣସି ଭୁଲ ନକରି କିଭଳି ବିରେଧୀଙ୍କୁ ଚେକ୍ ଦେଇହେବ ସେଥିପାଇଁ ପ୍ରସ୍ତୁତ ହେଉଛି

The post ୨୦୨୪ ବିଜୟ ପାଇଁ ବିଜେପିକୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ । ସଂସଦୀୟ ବୋର୍ଡ ବୈଠକରେ ଜନସଂପର୍କ ବୃଦ୍ଧି ଓ ଭାରତ ବିକାଶ ସଂକଳ୍ପ ଯାତ୍ରା ଉପରେ ଗୁରୁତ୍ୱ first appeared on Kanak News.

from Kanak News
via <a href="https://ifttt.com/?

ବେକାରି ତଥ୍ୟ ଦେଲେ କେନ୍ଦ୍ର ସରକାର: ଭାରତ ତୁଳନାରେ ଓଡିଶାର ବେକାରି ହାର ଅଧିକ

କନକ ବ୍ୟୁରୋ: ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ । ଦେଶରେ ଏହି ହାର ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ରହିଛି ୩.୯ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ତେଜିଛି ରାଜନୀତି । କଂଗ୍ରେସ ଓ ବିଜେପି ଏହାକୁ ନେଇ ବିଜେଡିକୁ ଘେରିଛନ୍ତି । ପ୍ରତିକ୍ରିୟାରେ ବିଜେଡି କହିଛି ଓଡିଶାରେ ନିଯୁକ୍ତି ଓ ରୋଜଗାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ।

ଦେଶରେ ବେକାରି ସମସ୍ୟାକୁ ନେଇ ବଡ ବିତର୍କ ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା ମଧ୍ୟ କରି ଆସୁଛନ୍ତି ବିରୋଧୀ । ଏସବୁ ଭିତରେ କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ତଥ୍ୟ ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀ ରାମେଶ୍ୱର ତେଲି ସଂସଦରେ ଦେଶର ଓ ରାଜ୍ୟଗୁଡିକର ବେକାରି ହାର ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି । କରୋନା ମହାମାରୀ ପରେ ଦେଶରେ ବେକାରି ହାର ହ୍ରାସ ପାଉଥିବା ଏହି ତଥ୍ୟରୁ ଜଣାପଡୁଛି ।

୨୦୨୦-୨୧ରୁ ୨୦୨୨-୨୩ ମଧ୍ୟରେ ବେକାରି ହାର ୧ ପ୍ରତିଶତ ହ୍ରାସ ପାଇଛି । ୨୦୨୦-୨୧ରେ ବେକାରି ହାର ୪.୨ ପ୍ରତିଶତ ରହିଥିବା ବେଳେ ବର୍ଷକ ପରେ ତାହା ୦ ଦଶମିକ ୧ ପ୍ରତିଶତ ହ୍ରାସ ପାଇଥିଲା । ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୨ ପ୍ରତିଶତରେ ପହଁଚିଛି ।

ଦେଶର ବେକାରି ହାର
ବର୍ଷ ବେକାରି ହାର
୨୦୨୦-୨୧ ୪.୨ ପ୍ରତିଶତ
୨୦୨୧-୨୨ ୪.୧ ପ୍ରତିଶତ
୨୦୨୨-୨୩ ୩.୨ ପ୍ରତିଶତ

ତେବେ ବଡ କଥା ହେଉଛି, ଭାରତ ତୁଳନାରେ ଓଡିଶାରେ ବେକାରି ହାର ଅଧିକ ବୋଲି ପିଏଲଏଫ୍ ବା ପିରିୟଡିକ ଲେବର ଫୋର୍ସ ସର୍ଭେରୁ ଜଣାପଡିଛି । ଦେଶରେ ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ୩.୯ ପ୍ରତିଶତ ରହିଛି ବେକାରି ହାର । ନଜର ପକାନ୍ତୁ ୩ ବର୍ଷର ତଥ୍ୟ ଉପରେ ୨୦୨୦-୨୧ରେ ଓଡ଼ିଶାର ବେକାରି ହାର ୫.୩ ପ୍ରତିଶତ ରହିଥିଲା, ୨୦୨୧-୨୨ରେ ଏହା ୬ ପ୍ରତିଶତକୁ ବୃଦ୍ଧି ପାଇଥିଲା । ତେବେ ୨୦୨୨-୨୩ରେ ଏହା ହ୍ରାସ ପାଇ ୩.୯ ପ୍ରତିଶତରେ ପହଁଚିଛି ।

ଓଡିଶାର ବେକାରି ହାର
ବର୍ଷ ବେକାରି ହାର
୨୦୨୦-୨୧ ୫.୩ ପ୍ରତିଶତ
୨୦୨୧-୨୨ ୬.୦ ପ୍ରତିଶତ
୨୦୨୨-୨୩ ୩.୯ ପ୍ରତିଶତ

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡ଼ିଶାର ବେକାରି ହାର କମିଥିଲେ ବି ଜାତୀୟ ହାର ତୁଳନାରେ ଅଧିକ ରହିଛି । ପୂର୍ବରୁ ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନିମି ବା ସିଏମଆଇଇ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଓଡ଼ିଶାର ବେକାରି ହାର ଦେଶରେ ସବୁଠୁ କମ । ୨୦୨୨ ଡିସେମ୍ବର ମାସରେ ୧ ପ୍ରତିଶତ ତଳେ ରହିଥିଲା ଓଡିଶାର ବେକାରି ହାର ।

ଓଡିଶାରେ ବେକାରି ତଥ୍ୟକୁ ନେଇ ତେଜିଛି ରାଜନୀତି । ବିଜେପି କହିଛି ନିଯୁକ୍ତି ନେଇ ଯୁବକମାନଙ୍କୁ ପ୍ରତାରଣା କରାଯାଇଛି । କଂଗ୍ରେସର ଅଭିଯୋଗ, ଦେଶରେ କି ରାଜ୍ୟରେ ବେକାରୀ କମିନାହିଁ । ପ୍ରତିକ୍ରିୟାରେ ବିଜେଡି କହିଛି ଓଡିଶାରେ ନିଯୁକ୍ତି ଓ ରୋଜଗା. ଅନ୍ୟ ରାଜ୍ୟ ତୁଳନାରେ ଆଗରେ – ୨୦୨୨-୨୩ରେ ଅଧିକ ବେକାରି ହାର ଥିବା ରାଜ୍ୟ ଭିତରେ କେରଳର ବେକାରି ହାର ୭ ପ୍ରତିଶତ, ପଂଜାବ ଓ ହରିଆନାରେ ବେକାରି ହାର ୬.୧ ପ୍ରତିଶତ ରହିଛି ।

The post ବେକାରି ତଥ୍ୟ ଦେଲେ କେନ୍ଦ୍ର ସରକାର: ଭାରତ ତୁଳନାରେ ଓଡିଶାର ବେକାରି ହାର ଅଧିକ first appeared on Kanak News.

from Kanak News
via <a href="https://ifttt.com/?

ରେଡରେ ଲାଗିଲା ରାଜନୀତିର ରଙ୍ଗ: ମୁହାଁମୁହିଁ କୁସୁମ ଟେଟେ- ଯୋଗେଶ ସିଂ

କନକ ବ୍ୟୁରୋ: ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ମିଳିବା ପରେ ଏହି ଟଙ୍କା କୁଆଡୁ ଆସିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଇଟି ରେଡରେ ଲାଗିଛି ରାଜନୀତିର ରଙ୍ଗ । ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ସୁନ୍ଦରଗଡର ବିଜେପି ବିଧାୟିକା କୁସୁମ ଟେଟେ ସାଂଘାତିତ ଅଭିଯୋଗ ଆଣି କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ରେଡ୍ ହୋଇଛି ତା’ର ଜମିର ମାଲିକାନା ବିଜେଡି ନେତା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ଆଉ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗେଶ ସିଂହ । କହିଛନ୍ତି, ସଂପୃକ୍ତ ବ୍ୟବସାୟୀଙ୍କ ସହ ପାରିବାରିକ ସମ୍ପର୍କ ରହିଛି ବ୍ୟବସାୟିକ ସମ୍ପର୍କ ନାହିଁ ।

ରେଡ୍, ରାଜନୀତି, ମଦ ଓ ଟଙ୍କା । ଗୋଟିଏ, ଆଉ ଗୋଟିଏ ସହ ଯଦିଓ ସିଧାସଳଖ ପରସ୍ପର ସଂପୃକ୍ତ ନୁହେଁ । ତଥାପି ନିର୍ବାଚନ ସମୟରେ କେଉଁଠି ନା’ କେଉଁଠି ଗୋଟିଏକୁ ଆଉ ଗୋଟିଏ ସହ ଯୋଡ଼ି ଦିଆଯାଏ । କାହିଁକି ନା’ ନିର୍ବାଚନ ସମୟର ରାଜନୀତିରେ ରେଡ୍ ଏବଂ ଭୋଟ୍ ପାଇଁ ଟଙ୍କା ଓ ମଦକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ପଡ଼ୋଶୀ ଛତିଶଗଡ଼ ଓ ତେଲେଙ୍କାନାରେ ତାଜା ତାଜା ନିର୍ବାଚନ ସରିିଥିବା ବେଳେ ଘନଘନ ଆଇଟି ରୋଡ୍ ଏବଂ ରେଡ୍କୁ ନେଇ ରାଜନୀତି ତୀବ୍ର ହୋଇଛି । ସୁନ୍ଦରଗଡ, ରାଉରକେଲା, ବୌଦ୍ଧ, ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ରେ ନଗଦ ୨୦୦ କୋଟି ଟଙ୍କା ଜବତ ହେବା ଘଟଣାରେ ମୁହାଁମୁହିଁ ହୋଇଛନ୍ତି ବିଜେଡି- ବିଜେପି ।

ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଆଣିଛନ୍ତି ସାଂଘାତିତ ଅଭିଯୋଗ । କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ୍ ହୋଇଛି ତା’ର ଜମିର ମାଲିକାନା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ତେଣୁ ଏବେ କଂପାନୀର ମାଲିକାନା କେମିତି ଆଉ ଜଣଙ୍କ ନାଁକୁ ଗଲା? ବୋଲି ସେ ପ୍ରଶ୍ନ କରିଛନ୍ତି । ଜବାବରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂହ କହିଛନ୍ତି- ସେ ବିଧାୟିକା ହେବା ପୂର୍ବରୁ ଦେଶୀ ମଦ ବ୍ୟବସାୟରେ ଲିପ୍ତ ଥିଲେ । ତେବେ ରେଡ୍ ଚାଲିଥିବା ବ୍ୟବସାୟୀଙ୍କ ସହ ପାରିବାରିକ ସମ୍ପର୍କ ଅଛି କିନ୍ତୁ କୌଣସି ବ୍ୟବସାୟିକ ସମ୍ପର୍କ ନାହିଁ ।

ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଏବଂ ବର୍ତମାନର ବିଧାୟକଙ୍କ ଏହି ବୟାନବାଜି ଭିତରେ ବୟାନ ରଖିଛନ୍ତି ବରଗଡ଼ ବିଧାୟକ ଦେବେଶ । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ କାହାକୁ ଛାଡ଼ନ୍ତି ନାହିଁ । କଳା କାରବାର ସହ ସଂପୃକ୍ତ ବ୍ୟକ୍ତି ନିଶ୍ଚୟ ଧରାପଡ଼ିବେ । ତେବେ ପୁଳାପୁଳା ଟଙ୍କା ଆସିଲା କେମତି ? ଏବଂ ଏଥିରେ ରାଜନୈତିକ ସଂପୃକ୍ତି କ’ଣ ରହିଛି? ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

The post ରେଡରେ ଲାଗିଲା ରାଜନୀତିର ରଙ୍ଗ: ମୁହାଁମୁହିଁ କୁସୁମ ଟେଟେ- ଯୋଗେଶ ସିଂ first appeared on Kanak News.

from Kanak News
via <a href="https://ifttt.com/?

ଭାରି ପଡିଲା କି ନରମ ହିନ୍ଦୁତ୍ୱ ଆଭିମୁଖ୍ୟ? କଂଗ୍ରେସ ଶିବିରରେ ମାନସ ମନ୍ଥନ, ବଦଳିବ କି ଦଳର ଏଜେଣ୍ଡା?

କନକ ବ୍ୟୁରୋ: ୩ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଦଳ ଭିତରେ ଓ ବାହାରେ ଜୋରଦାର ବିତର୍କ ଆରମ୍ଭ ହୋଇଛି । ଦେଶର ବିଜେପିକୁ ମାତ ଦେବା ପାଇଁ ହିନ୍ଦୁତ୍ୱକୁ ନେଇ ନରମ ଆଭିମୁଖ୍ୟ ଦେଖାଇ ଆସୁଥିଲା କଂଗ୍ରେସ । ପ୍ରଚାର ବେଳେ ରାହୁଲ ଗାନ୍ଧି ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ଚିତ୍ର ବାରମ୍ବାର ସାମ୍ନାକୁ ଆସୁଥିଲା । କୁହାଯାଉଛି, ଦଳର ଏହି ଆଭିମୁଖ୍ୟ ଭୋଟରଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇଲା ନାହିଁ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦଳର ଖରାପ ପ୍ରଦର୍ଶନ ପାଇଁ ଏହାକୁ ଦାୟୀ କରିଛନ୍ତି କିଛି ବରିଷ୍ଠ ନେତା ।

ଏପଟେ ଓଡ଼ିଶାରେ ଦଳ ସଂକୀର୍ତ୍ତନ ଯାତ୍ରା ଓ ତୁଳସୀ ଯାତ୍ରା କରି ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ଗଣତି ମଣତି ଦାବିକୁ ଜୋରଦାର କରିଥିଲା । ୩ ରାଜ୍ୟର ଫଳାଫଳ ଆସିବା ପରେ ଏଭଳି ପ୍ରସଙ୍ଗ ବୁମେରାଂ ହୋଇପାରେ ବୋଲି ମତ ଦେଇଛନ୍ତି ରାଜନୈତିକ ସମୀକ୍ଷକ ।

କର୍ଣ୍ଣାଟକରେ ଡି.କେ ଶିବକୁମାର ଓ ତେଲେଙ୍ଗାନାରେ କେ. ରେବନ୍ତ ରେଡି ଯେଭଳି ଭାବେ ଦଳକୁ ଏକ ନମ୍ବର କରି କ୍ଷମତା ହାସଲ କରିଛନ୍ତି, ସେହିଭଳି ଫଳାଫଳ ଆଶା ରଖିଛନ୍ତି ଓଡ଼ିଶା କଂଗ୍ରେସ ନେତା । ୯ରୁ ୯୦ ମିସନ ସଫଳ ହେବ ବୋଲି କହିଛନ୍ତି ପିସିସି ସଭାପତି । ବର୍ତମାନର ସ୍ଥିତିକୁ ଦେଖିଲେ, ଓଡ଼ିଶା ରାଜନୀତିରେ କଂଗ୍ରେସ ଦେଖୁଥିବା ସ୍ୱପ୍ନ ସାକାର ହେବ ତ? ସବୁଠୁ ବଡ଼ ପ୍ରଶ୍ନ ହେଉଛି – କିଏ ହେବ ଓଡ଼ିଶାର ରେବନ୍ତ ରେଡ୍ଡି?

The post ଭାରି ପଡିଲା କି ନରମ ହିନ୍ଦୁତ୍ୱ ଆଭିମୁଖ୍ୟ? କଂଗ୍ରେସ ଶିବିରରେ ମାନସ ମନ୍ଥନ, ବଦଳିବ କି ଦଳର ଏଜେଣ୍ଡା? first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ । ‘ବାହୁବଳୀ’ ଷ୍ଟାଇଲରେ ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ

କନକ ବ୍ୟୁରୋ : ଏଭଳି ନିଆରା ଅନ୍ଦାଜରେ ଶପଥପାଠ ସହ ତେଲେଙ୍ଗାନାରେ ଆରମ୍ଭ ହୋଇଛି ରେବନ୍ତ ରାଜ୍ । ଦେଶର ସର୍ବକନିଷ୍ଠ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଦମଦାର ଅନ୍ଦାଜରେ ଶପଥ ପାଠ କରିଛନ୍ତି ରେବନ୍ତ ରେଡ୍ଡୀ । ବାହୁବଳୀ ଫିଲ୍ମ ସମସ୍ତଙ୍କର ମନେ ଥିବ, ଫିଲ୍ମରେ ମାହିସ୍ମତି ସାମ୍ରାଜ୍ୟର ସେନାଧ୍ୟକ୍ଷ ଭାବେ ଯେଉଁଭଳି ଭାବେ ଶପଥ ନେଇଥିଲେ ଅମରେନ୍ଦ୍ର ବାହୁବଳୀ, ଠିକ୍ ସେମିତି ଅନ୍ଦାଜରେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । ଏହାର ଉତ୍ସାହ ଉପସ୍ଥିତ ଲୋକଙ୍କ ଭିତରେ ମଧ୍ୟ ଦେଖବାକୁ ମିଳିଛି । ରାଜ୍ୟପାଳ ଟି. ସୌନ୍ଦରରାଜନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିପାଇଁ ହାଇଦ୍ରାବାଦର ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ରେବନ୍ତ ରେଡ୍ଡୀଙ୍କ ସହ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୧୦ ଜଣ ବିଧାୟକ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ୧୧୯ ବିଧାନସଭା ଆସନ ବିଶିଷ୍ଟ ତେଲେଙ୍ଗାନାରେ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଛି ।

କୁହାଯାଉଛି ୫୪ ବର୍ଷୀୟ ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱରେ ଲଢିଥିବା କଂଗ୍ରେସ ୧୦ ବର୍ଷ ଧରି ସରକାରରେ ଥିବା କେ. ଚନ୍ଦ୍ରଶେଖର ରାଓଙ୍କୁ କ୍ଷମତାଚ୍ୟୁତ କରିବାରେ ସମର୍ଥ ହେଲା । ୨୦୧୯ରୁ ସେ ମାଲକାଜଗିରିରୁ କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ରେବନ୍ତ ରେଡ୍ଡୀଙ୍କ ସାଂଗଠିନକ ରଣନୀତି ଓ ଡିକେ ଶିବକୁମାରଙ୍କ ରାଜନୈତିକ ଗୋଟିଚାଳନା ଆଗରେ ଫେଲ ମାରିଲା ସ୍ୱତନ୍ତ୍ର ତେଲେଙ୍ଗାନା ଆନ୍ଦୋଳନର ସୂତ୍ରଧର କେସିଆରଙ୍କ ସବୁ ଯୋଜନା । ସେଥିପାଇଁ ପୁରସ୍କାର ସ୍ୱରୂପ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଅଭିଶେକ କରାଇଛନ୍ତି କଂଗ୍ରେସ ହାଇକମାଣ୍ଡ ।

ରେବନ୍ତ ରେଡ୍ଡୀଙ୍କ ବିଜୟ ତିଳକ ବେଳେ ଉପସ୍ଥିତ ଥିଲେ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ଶପଥ ଉତ୍ସବରେ ଯୋଗା ଦେବାକୁ ଆସିଥିବା ଏଆଇସିସି ନେତାମାନଙ୍କୁ ପାଛୋଟି ଆଣିବା ପାଇଁ ନିଜେ ରେବନ୍ତ ରେଡ୍ଡୀ ବିମାନବନ୍ଦ ଯାଏଁ ଯାଇଥିଲେ । ଏପରିକି ସୋନିଆଙ୍କ ପାଦତଳେ ପଡି ଆଶୀର୍ବାଦ ନେଇଥିଲେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । କୁହାଯାଏ ଗାନ୍ଧୀ ପରିବାରର ଅନୁଗତଙ୍କୁ କଂଗ୍ରେସ ସବୁବେଳେ ଅଗ୍ରାଧିକାର ଦେଇଆସିଛି । ଆଉ ସେହି କ୍ରମରେ ମୁଖ୍ୟମନ୍ତ୍ରୀ ପଦ ଲାଗି ଉତମ ରେଡ୍ଡୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷର ରେବନ୍ତ ରେଡ୍ଡୀଙ୍କ ମୁଣ୍ଡରେ ଶିରିପା ବନ୍ଧାଯାଇଛି ।

The post ତେଲେଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ । ‘ବାହୁବଳୀ’ ଷ୍ଟାଇଲରେ ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼ । ଟଙ୍କା ଗଣି ଗଣି ହାଲିଆ ହେଲେ ଆୟକର ଅଧିକାରୀ, ଟ୍ରକରେ ବୁହାହେଲା ନୋଟ୍

କନକ ବ୍ୟୁରୋ : ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ଜବତ ହୋଇଛି ଏହି ବିପୁଳ ପରିମାଣର ଟଙ୍କା । ପୁରୁଣା ରଦି କାଗଜ ଭଳି ବନ୍ଧା ହୋଇଛି ବିଡା ବିଡା ନୋଟ୍ । ସେମିତି ଆଲମିରା ଭିତରେ ଥାକ ମରା ହୋଇ ରହିଛି ବିଡା ବିଡା ନୋଟ୍ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ତଦନ୍ତକାରୀ ଅଧିକାରୀ । ମଦବ୍ୟବସାୟୀଙ୍କ ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁରର ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଜବତ ହୋଇଛି ଏହି ଟଙ୍କା ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଟଙ୍କା ଜବତ ହୋଇଛି, ସେହି ଟଙ୍କାକୁ ଟ୍ରକରେ ବୁହାହୋଇଛି । ଷ୍ଟିଲର ବଡ ବଡ ଟ୍ରଙ୍କରେ ଭର୍ତି କରି ଟଙ୍କାକୁ ବ୍ୟାଙ୍କକୁ ନିଆଯାଇଥିଲା । ଯେଉଁଠି ଟ୍ରଙ୍କ ନଥିଲା ସେଠି ବଡ ବଡ ବ୍ୟାଗରେ ଭର୍ତି କରି ଟଙ୍କାକୁ ନିଆଯାଇଥିଲା । ଆଉ ସେହି ଟଙ୍କାକୁ ମେସିନ ସହାୟତାରେ ଗଣତି ଚାଲିଛି । ତେବେ ନୋଟ ଗୁଡିକ ଅଧିକ ଦିନ ବିଡା ହୋଇ ରହିଥିବାରୁ ଗଣତି ବିଳମ୍ବ ହେଉଥିବା କୁହାଯାଉଛି ।

ବୁଧବାରଠାରୁ ସୁନ୍ଦରଗଡ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ରାୟଗଡା ଓ ଭୁବନେଶ୍ୱରରେ ଆୟକର ବିଭାଗ ଚଢ଼ାଉ କରୁଛି । ପ୍ରଥମ ଦିନରେ ଦିନ ତମାମ ଯାଞ୍ଚ କରିବା ପରେ ଦ୍ୱିତୀୟ ଦିନରେ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରୁଛନ୍ତି । ବିଭିନ୍ନ ସ୍ଥାନରେ ପୁଳା ପୁଳା ନୋଟ୍ ଜବତ ପରେ ଚଢ଼ାଉକୁ ଆହୁରି ଜୋର କରିଛି ତଦନ୍ତକାରୀ ସଂସ୍ଥା ।

କୁହାଯାଉଛି, ଝାରଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ରାଂଚି ସମେତ ବିଭିନ୍ନ ଠିକଣାରେ ଚଢ଼ାଉ ପରେ ଓଡିଶାରେ ଆୟକର ବିଭାଗ ଚଢ଼ାଉ କରୁଛି । ଧୀରଜ ସାହୁ ଆୟକର ଫାଙ୍କିଥିବା ଅଭିଯୋଗରେ ତାଙ୍କର ରାଂଚି, କୋଲକାତା ସମେତ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଥିଲା । ଆଉ ଚଢ଼ାଉ ସମୟରେ ଓଡିଶା ଲିଙ୍କ ପାଇବାରୁ ଆୟକର ବିଭାଗ ଓଡିଶାର ବିଭିନ୍ନ ଠିକଣାରେ ରେଡ୍ କରୁଛି । ଧୀରଜଙ୍କ ସମ୍ପର୍କୀୟ ରାଜକିଶୋର ସାହୁ, ଦେବରାଜ ସାହୁଙ୍କ ସମେତ ରାଜକିଶୋର ଜୟସ୍ୱାଲ ଓ କାମେଶ୍ୱର ତିୱାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛନ୍ତି ଆୟକର ବିଭାଗର ଅଧିକାରୀ ।

The post ମଦ ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ଼ । ଟଙ୍କା ଗଣି ଗଣି ହାଲିଆ ହେଲେ ଆୟକର ଅଧିକାରୀ, ଟ୍ରକରେ ବୁହାହେଲା ନୋଟ୍ first appeared on Kanak News.

from Kanak News
via <a href="https://ifttt.com/?

ଚୀନ ବିଦେଶ ମନ୍ତ୍ରୀଙ୍କୁ ହତ୍ୟା । ଆମେରିକା ପାଇଁ ଗୁପ୍ତଚରଗିରି କରୁଥିଲେ ଚୀନ ବିଦେଶମନ୍ତ୍ରୀ କିନ୍‌ ଗ୍ୟାଙ୍ଗ । ରୁଷର ସୂଚନା ଆଧାରରେ ଚୀନ କଲା ହତ୍ୟା ।

ଚୀନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗଙ୍କ ହତ୍ୟା ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି । ହତ୍ୟା ପୂର୍ବରୁ କିନ୍‌ଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଥିବା ଦାବି କରାଯାଉଛି । ଜୁନ୍ ମାସରୁ ସେ ନିଖୋଜ ଥିଲେ ।  ଜୁଲାଇ ମାସରେ ତାଙ୍କୁ ମନ୍ତ୍ରୀ  ପଦରୁ ବହିଷ୍କାର କରାଯାଇଥିଲା ତ। ତାଙ୍କ ସ୍ଥାନରେ ୱାଙ୍ଗ ୟିଙ୍କୁ ନିୟୋଜିତ କରାଯାଇଥିଲା । ତାଙ୍କୁ ଜଣେ ଟିଭି ସାମ୍ବାଦିକଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ହୋଇଥିଲା ।

ଜୁନ୍ ମାସରୁ ଚୀନରେ ନିଖୋଜ ଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କର ବର୍ତ୍ତମାନ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁର କାରଣ ତାଙ୍କୁ ଦିଆଯାଇଥିବା ନିର୍ଯାତନା ବୋଲି ଜଣାପଡିଛି । ଚାଇନାର ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଥିବା ଏକ ସୂତ୍ର ଏହା ଦାବି କରିଛି । ଏପରିକି ସେ ଆମେରିକା ପାଇଁ ଗୁପ୍ତଚରଗିରି  କରୁଥିବାରୁ କିନ୍‌ଙ୍କୁ ହତ୍ୟା କରାଯାଇଥିବା ଦାବି କରାଯାଉଛି । ଆମେରିକାରେ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ସମୟରେ ତାଙ୍କର ଜଣେ ଟିଭି ସାମ୍ବାଦିକାଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ହୋଇଥିଲା ।

ଆମେରିକାର ଏକ ପତ୍ରିକା ଦାବି କରିଛି ଯେ କିନ୍‌ଙ୍କ ଗୁପ୍ତଚର ବିଷୟରେ ରୁଷ ମଧ୍ୟ ଚୀନ୍‌କୁ ଚେତାବନୀ ଦେଇଥିଲା । ଜୁଲାଇରେ ଚୀନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଥିଲା । ୱାଙ୍ଗ ୟି ଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଥିଲା । ସେବେଠାରୁ ତାଙ୍କ ବିଷୟରେ ଖୋଜଖବର ନଥିଲା । ବର୍ତ୍ତମାନ ରଏଟର୍ସ ରିପୋର୍ଟ ଦାବି କରିଛି ଯେ କିନ୍ ଗ୍ୟାଙ୍ଗ ଏହି ଦୁନିଆରେ ଆଉ ନାହାଁନ୍ତି । ବେଜିଂର ଏକ ସାମରିକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ଏହା ହେଉଛି ସେହି ଡାକ୍ତରଖାନା ଯେଉଁଠାରେ ଦେଶର ବରିଷ୍ଠ ନେତାମାନେ ଚିକିତ୍ସା ହୁଅନ୍ତି ।

ଆମେରିକାର ଟିଭି ସାମ୍ବାଦିକାଙ୍କ ସହ ସମ୍ପର୍କ ଥିଲା

ଚୀନର ବୈଦେଶିକ ମନ୍ତ୍ରୀ ହେବା ପୂର୍ବରୁ କିନ୍ ଗ୍ୟାଙ୍ଗ ଆମେରିକାରେ ରାଷ୍ଟ୍ରଦୂତ ଥିଲେ । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିବାହିତ କିନ୍ ଗ୍ୟାଙ୍ଗଙ୍କର  ଆମେରିକାର ଜଣେ ଟିଭି ସାମ୍ବାଦିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଏହି ମାମଲାରେ ତାଙ୍କ ବିରୋଧରେ ତଦନ୍ତ ମଧ୍ୟ ଚାଲିଥିଲା । ଚୀନ୍‌ର ଜାତୀୟ ନିରାପତ୍ତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିବାରୁ ଏହି ଅନୁସନ୍ଧାନ ଆରମ୍ଭ ହୋଇଥିଲା । ତେବେ ସେ ଏହି ଯାଞ୍ଚରେ  ସହଯୋଗ କରୁଥିବା ଦାବି କରାଯାଇଛି ।

ଆମେରିକାରେ ଏକ ସନ୍ତାନ ଜନ୍ମ ହୋଇଥିଲା

ଏପରିକି ଦାବି ହେଉଛି ଯେ ସେ ଆମେରିକାରେ ଚୀନ୍‌ର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ନିଜେ ଏହାର ଅନୁସନ୍ଧାନ କରୁଥିଲା । ଏହା ମଧ୍ୟ ପ୍ରକାଶ ପାଇଛି ଯେ ଆମେରିକାରେ କିନ୍ ନିଯୁକ୍ତ ଥିବା ସମୟରେ ସେଠାରେ ତାଙ୍କ ଔରସରୁ ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା । ଏହି ସୂଚନା ସାମ୍ନାକୁ ଆସିବାର କିଛି ଦିନ ପରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା । ବିଶେଷ କଥା ହେଉଛି କିନ୍‌ଙ୍କ ପ୍ରେମସମ୍ପର୍କ ଏବଂ ଆମେରିକାରେ ତାଙ୍କ ସନ୍ତାନର ଜନ୍ମ ବିଷୟରେ ସୂଚନା ଆସିବା ବେଳକୁ ସେ ନିଖୋଜ ହୋଇଯାଇଥିଲେ ।

ଜିନପିଙ୍ଗଙ୍କୁ ରୁଷ ସୂଚନା ଦେଇଥିଲା

ଆମେରିକାର ପତ୍ରିକା ‘ପଲିଟିକୋ’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ରୁଷର ଉପ ବୈଦେଶିକ ରୁଡେଙ୍କୋ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକ ବାର୍ତ୍ତା ପଠାଇ ତାଙ୍କୁ କିନ୍ ଙ୍କ  ଗୁପ୍ତଚରଗିରି ବିଷୟରେ ସୂଚନା ଦେଇଥିଲେ ।  ରିପୋର୍ଟରେ ଦର୍ଶାଯାଇଛି ଯେ ରୁଷ ଏହି ବାର୍ତ୍ତାରେ କହିଛି ଯେ ଚୀନ୍‌ର ରକେଟ୍ ଫୋର୍ସ ଯୋଜନା ସହ ଜଡିତ ଅଧିକାରୀମାନେ ପାଶ୍ଚାତ୍ୟ ଗୁପ୍ତଚର ସଂସ୍ଥା ପାଇଁ ଗୁପ୍ତଚର କରିଛନ୍ତି । ଏହା ପରେ କିନ୍ ହଠାତ୍ ନାଟକୀୟ ଢଙ୍ଗରେ ଅଦୃଶ୍ୟ ହୋଇଗଲେ । କେବଳ ଏହା ପରେ ହିଁ ସେମାନଙ୍କ ସମ୍ପର୍କର ଖବର ମଧ୍ୟ ଆସିବାକୁ ଲାଗିଲା ।

ଏହି ପ୍ରେମ ସମ୍ପର୍କ ଖବର ମିଥ୍ୟା ଥିଲା କି?

କିନ୍‌ଙ୍କ ନିଖୋଜ ହଠାତ୍ ତାଙ୍କ ମୃତ୍ୟୁ ଖବର ଏବଂ ବର୍ତ୍ତମାନ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଖବର ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିଶ୍ୱାସ କରାଯାଏ ଯେ ଚୀନ୍ ସୁଚିନ୍ତିତ ଭାବେ କିନ୍ ଙ୍କ ପ୍ରେମ ସମ୍ପର୍କ ଖବର ପ୍ରସାରଣ କରିଥିଲା । ଏହା ବିଶ୍ବାସ  କରାଯାଏ ଯେ କିନ୍ କୁ ବଦନାମ କରିବା ପାଇଁ ଚୀନ୍ ଏହି ଷଡଯନ୍ତ୍ର କରିଥିଲା, ଯେତେବେଳେ କିନ୍ ନିଖୋଜ ହୋଇଯିବେ, ସେତେବେଳେ ଲୋକମାନେ ଭାବିବେ ଯେ ସେ ନିଜ ମୁହଁ ଲୁଚାଇ କୌଣସି ସ୍ଥାନକୁ ପଳାଇଛନ୍ତି ।  ବର୍ତ୍ତମାନ କିନ୍ ଙ୍କ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଚୀନ୍ ପ୍ରକୃତ ଚେହେରା ସାମନାକୁ ଆସିଛି ।  ଏହା ସହିତ ଚୀନ୍‌ର ନିଖୋଜ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ନିଖୋଜକୁ ନେଇ ଏକ ବିତର୍କ ମଧ୍ୟ ଆରମ୍ଭ ହୋଇଛି ।

The post ଚୀନ ବିଦେଶ ମନ୍ତ୍ରୀଙ୍କୁ ହତ୍ୟା । ଆମେରିକା ପାଇଁ ଗୁପ୍ତଚରଗିରି କରୁଥିଲେ ଚୀନ ବିଦେଶମନ୍ତ୍ରୀ କିନ୍‌ ଗ୍ୟାଙ୍ଗ । ରୁଷର ସୂଚନା ଆଧାରରେ ଚୀନ କଲା ହତ୍ୟା । first appeared on Kanak News.

from Kanak News
via <a href="https://ifttt.com/?

ପରିଣତ ବୟସରେ ଚଳଚଂଚଳ ହାତ । ଦୃଢ ମନବଳ ଆଗରେ ହାରି ଯାଇଛି ବୟସ, ଅସଜଡା ମାଇକ୍ ମେସିନକୁ ସଜାଡୁଛନ୍ତି ୭୦ ବର୍ଷିୟ ସ୍ୱାମୀ

କନକ ବ୍ୟୁରୋ : ଦୋକାନରେ ପଶିଲେ ବାଜୁଛି ମୁଣ୍ଡ। କିନ୍ତୁ ଗରାଖ ଆଜି ବି ଭୁଲି ନାହାନ୍ତି ମାଇଲ୍ ମେକାନିକ୍ ମହମ୍ମଦ ଅଫସରଙ୍କ ଏହି ମାଇକ ସଜଡ଼ା ଦୋକାନକୁ। ଛୋଟିଆ ଦୋକାନଟିଏ ମୁଣ୍ଡ ଗୁଞ୍ଜିବାକୁ ନାଁ ଅଛି ଜାଗା, ନା ଜିନିଷ ପତର ରଖିବା ପାଇଁ ସ୍ଥାନ । ତେଣୁ ଅସଜଡ଼ା ହୋଇପଡ଼ିଛି ଦୋକାନଟି। ସେଇଠି ବସି କାମ କରନ୍ତି ଅଫସର ଭାଇ ଓ ତାଙ୍କ ପତ୍ନୀ ରୋସନଆରା। ୩ ପୁଅ, ୩ ଝିଅଙ୍କୁ ନେଇ ଅଫସର ଓ ରୋସନଆରାଙ୍କ ପରିବାର । ଦୀର୍ଘ ୪୦ ବର୍ଷ ହେଲା ପେଟକୁ ଦାନା ଓ ଦେହକୁ କନା ଦେଇଆସୁଛି ଏହି ଦୋକାନ ।

ବୟସର ଅପରାହ୍ନରେ ଆଜି ବି କଟକରେ ଖୋଜା ପଡ଼ନ୍ତି ନିମଚୌଡିର ମହମ୍ମଦ ଅଫସର। କାହିଁକି ନାଁ ଆଜି ବି ମାଇକ୍, ମିକ୍ସଚର ଏବଂ ସାଉଣ୍ଡ ବକ୍ସକୁ ନୂଆ କରି ଦେଉଛନ୍ତି ଅଫସର ଭାଇ। ସେଥିପାଇଁ ତ କଟକ ସହର ଠୁ ଆରମ୍ଭ କରି ସମ୍ବଲପୁର ପର୍ୟ୍ୟନ୍ତ ଅଛି ଅଫସର ଭାଇଙ୍କ କ୍ରେଜ୍ ।

ମନର ଦୃଢ଼ତା ଥିଲେ ବୟସ ଯେତେ ବି ହେଉ ନାଁ କାଇଁ ସବୁ ବାଧାବିଘ୍ନକୁ ବାଦ୍ ଦେଇ ସବୁ କାର୍ୟ୍ୟକୁ ସଠିକ୍ ରୂପାନ୍ତର ଦେଇହୁଏ । କଟକର ଏହି ମାଇକ୍ ମେକାନିକ୍ ହେଉଛନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ।

The post ପରିଣତ ବୟସରେ ଚଳଚଂଚଳ ହାତ । ଦୃଢ ମନବଳ ଆଗରେ ହାରି ଯାଇଛି ବୟସ, ଅସଜଡା ମାଇକ୍ ମେସିନକୁ ସଜାଡୁଛନ୍ତି ୭୦ ବର୍ଷିୟ ସ୍ୱାମୀ first appeared on Kanak News.

from Kanak News
via <a href="https://ifttt.com/?

ଯୋଜନାର ହୋଡିଂ ତଳେ ରହିଯାଇଛନ୍ତି ବ୍ରହ୍ମପୁରର କିଛି ବାସହୀନ ପରିବାର । ବର୍ଷ ବର୍ଷ ଧରି ଖରା ବର୍ଷା ଓ ଶୀତ ଦିନେ ଖୋଲା ଆକାଶ ତଳେ କଟୁଛି ଜୀବନ

କନକ ବ୍ୟୁରୋ : ୪୨ ଓାର୍ଡ ବିଶିଷ୍ଠ ବ୍ରହ୍ମପୁର ମହାନଗର ନିଗମ । ନିଗମର ବିଭିନ୍ନ ସାହି ଓ ଗଳି ଠାରୁ ଆରମ୍ଭ କରି ସହର ସାରା ଲୋକଙ୍କୁ ବିକାଶ ମୁଳକ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ମାଳମାଳ ହୋଡିଂ ଲଗାଯାଇଛି । ହେଲେ ଦୀପ ତଳ ଅନ୍ଧାର ଭଳି ହୋଡିଂ ତଳେ ବର୍ଷ ବର୍ଷ ଧରି ରହିଯାଇଛନ୍ତି କିଛି ବାସହୀନ ପରିବାର ।

ପାର୍ବତୀଙ୍କ ପୁରୁଷଶୂନ୍ୟ ପରିବାରରେ ରହୁଛନ୍ତି ୪ ମହିଳା । ଦୀର୍ଘ ୪୦ବର୍ଷ ହେଲା ଖାଜା ସାହିର ଏହି ଚା’ଖଣ୍ଡେ କୁଡିଆରେ କଟୁଛି ପାର୍ବତୀଙ୍କ ଜୀବନ । ସାଥିରେ ଅଛନ୍ତି ଦିବ୍ୟାଙ୍ଗ ଝିଅ ଓ ଦୁଇ ନାତୁଣୀ । ସ୍ଥାନୀୟ କର୍ପରେଟରଙ୍କ ଉଦ୍ୟମରେ ଘରଟିଏ ପାଇଥିବା କହିଛନ୍ତି ସେ । ହେଲେ ସେହି ଘରକୁ ସଜାଡିବା ପାଇଁ ଅର୍ଥ ଅଭାବରୁ ସେଠାକୁ ସ୍ଥାନାନ୍ତରିତ ହୋଇ ପାରୁନାହାନ୍ତି ।

ଦୀର୍ଘ ୧୨ବର୍ଷ ହେଲା ଆସ୍କା ରୋଡ୍ ସ୍ଥିତ ଧାନମେରା ସାହି ଛକ ଅଙ୍ଗନାବାଡି କେନ୍ଦ୍ରର ବାରଣ୍ଡାରେ ଆଉ ଏବେ ଅର୍ଦ୍ଦ ନିର୍ମିତ କଲ୍ୟାଣ ମଣ୍ଡପରେ ରହୁଛନ୍ତି । ଆଧାର କାର୍ଡ ଓ ଭୋଟର କାର୍ଡ ଅଛି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ଥିବାରୁ ଭୋଟ ଦେଇ ଆସୁଛନ୍ତି । ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡାଙ୍କ ଉଦ୍ୟମରେ ରାସନ କାର୍ଡଟିଏ ମଧ୍ୟ ପାଇଛନ୍ତି । କିନ୍ତୁ ପରିବାର ସହ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ପାଇଁ ଦୌଡି ଦୌଡି ନୟାନ୍ତ ତଥାପି ଆଜି ଯାଏଁ ପାଇନାହାନ୍ତି । ସେହିପରି ୩୭ନମ୍ବର ଓାର୍ଡ ପୂଜା ପଣ୍ଡା, ଗୁଡ୍ ସେଡ୍ ରୋଡ୍ର ମାୟା ଦାସଙ୍କ ଭଳି ବହୁ ପରିବାର ଘରଟିଏ ନପାଇ ଏଭଳି ଦୁର୍ଦଶାରେ ଜୀବନ ବିତାଉଛନ୍ତି ।

ଭୂମିହୀନ ବାସହୀନ ଓ ବସ୍ତି ବାସିନ୍ଦାଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ଯୋଜନାର ସଫଳ ରୂପାୟନ ନେଇ ସହରର ବିଭିନ୍ନ ସ୍ଥାନରେ ବଡ ବଡ ହୋଡିଂ ମରାଯାଉଛି । ଆଉ ବ୍ରହ୍ମପୁର ସହରରେ ସେହି ହୋଡିଂ ତଳେ ରହୁଥିବା ଭୂମୀହିନଙ୍କ ଉପରେ ପ୍ରଶାସନର ନଜର ପଡୁନଥିବା ଅଭିଯୋହ ହୋଇଛି । ଯଦି ମହାନଗରରେ ଏପରି ଅବସ୍ଥା ତେବେ ଗ୍ରାମଂଚଳ କଥା ନ କହିବା ଭଲ ।

The post ଯୋଜନାର ହୋଡିଂ ତଳେ ରହିଯାଇଛନ୍ତି ବ୍ରହ୍ମପୁରର କିଛି ବାସହୀନ ପରିବାର । ବର୍ଷ ବର୍ଷ ଧରି ଖରା ବର୍ଷା ଓ ଶୀତ ଦିନେ ଖୋଲା ଆକାଶ ତଳେ କଟୁଛି ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ନୀତିର ଗନ୍ତାଘର ପାଲଟିଛି ରାଜନଗର ବ୍ଲକର କୋଇଲପୁର ପଂଚାୟତ । ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର୍ସ ନିର୍ମାଣ ନକରି ଅନୁଦାନ ଚଳୁ କରି ଦେଇଥିବା ଅଭିଯୋଗ

କନକ ବ୍ୟୁରୋ : କୋଠାଘର ବା ବିଲ୍ଡିଂ ଗାଏବ । କଥାଟା ଅଡୁଆ ଅଡୁଆ ଲାଗୁଥିଲେ ବି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଏପରି ଦୁର୍ନୀତି ସମ୍ଭବ ହୋଇପାରୁଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମାଣ ହୋଇଥିବା ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରର ପତା ମିଳୁନି । ସରକାରୀ ରେକର୍ଡରେ ନୂତନ କୋଠା ପାଇଁ ୬ ଲକ୍ଷ ୨୨ ହଜାର ଟଙ୍କା ଅନୁଦାନ ଆସିଥିବା ସରକାରୀ ତଥ୍ୟରେ ଦର୍ଶା ଯାଇଛି । କିନ୍ତୁ ପ୍ରକୃତରେ ପ୍ରଶ୍ନ ପଂଚାୟତ କାର୍ଯ୍ୟାଳୟ ପରିସର କି ପଂଚାୟତର ଅନ୍ୟ କୌଣସି ସ୍ଥାନରେ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରର ଚିହ୍ନବର୍ଣ୍ଣ ନାହିଁ ।

କୋଇଲିପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର ନିର୍ମାଣ ଲାଗି ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରୁ ୬ ଲକ୍ଷ ୫୦ ହଜାର ଟଙ୍କାର ଫାଇଲ ଖୋଲା ଯାଇଛି । ସେଥିରୁ ୬ ଲକ୍ଷ ୨୨ ହଜାର ୮୧ ଟଙ୍କା ଦିଆଯାଇଛି । ପଂଚାୟତ କାର୍ଯ୍ୟାଳୟ ପରିସରରେ ୨୦୦୧ରେ ପଂଚାୟତ ବିଲ୍ଡିଂ ନିର୍ମାଣ ହୋଇଥିଲା । ଏଥିସହ ୨୦୦୩ରେ ଗୋଦାମ ଗୃହ, ୨୦୧୫ରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ୨୦୧୯ରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହ ଉପରେ ପଂଚାୟତ ସଭାଗୃହ ନିର୍ମାଣ ହୋଇଛି । ହେଲେ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟରର ପତା ମିଳୁନି   । ଏନେଇ ରାଜନଗର ବିଡିଓ ତଦନ୍ତ କରି ସମ୍ପୃକ୍ତ ଫାଇଲକୁ ଜବତ କରିଛନ୍ତି । ତୁରନ୍ତ ଏସଂପର୍କରେ ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସରକାରୀ କର୍ମଚାରୀଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା କ୍ୱାର୍ଟର କେଉଁଆଡେ ଉଭାନ ହୋଇଗଲା, ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

The post ଦୁର୍ନୀତିର ଗନ୍ତାଘର ପାଲଟିଛି ରାଜନଗର ବ୍ଲକର କୋଇଲପୁର ପଂଚାୟତ । ପଂଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର୍ସ ନିର୍ମାଣ ନକରି ଅନୁଦାନ ଚଳୁ କରି ଦେଇଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started