ବରଗଡ ଧନୁଯାତ୍ରାକୁ ନେଇ ମୁଣ୍ଡ ଟେକିଲା ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା

କନକ ବ୍ୟୁରୋ : ବରଗଡ ଧନୁଯାତ୍ରାକୁ ନେଇ ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା । ଆଗକୁ ଆସୁଛି ବରଗଡ ଧନୁଯାତ୍ରା । ଯାତ୍ରା ଆରମ୍ଭରୁ ଦେଖିବାକୁ ମିଳିଛି ପ୍ରତିବାଦ । ଚଳିତ ବର୍ଷ ଧନୁଯାତ୍ରାକୁ କୋଶଳି ଭାଷାରେ କରିବା ସହ ୪ଟି ଦାବୀ ନେଇ ବରଗଡ ଗାନ୍ଧୀ ଛକରେ ଅନଶନରେ ବସିଛନ୍ତି କୋଶଳ କ୍ରାନ୍ତି ସେନାର ସଦସ୍ୟମାନେ । ପ୍ରତିବାଦକାରୀ କଂସ ଭୂମିକାରେ ଅଭିନୟ କରିବା ସହ ସମ୍ବଲପୁରୀ ଭାଷାରେ ସଂଳାପ କହିବା ସହ ଅଟ୍ଟହାସ୍ୟ କରିଛନ୍ତି । କହିଛନ୍ତି କଟକ ବାଲିଯାତ୍ରାକୁ କୋଟି କୋଟି ଟଙ୍କାର ଅନୁଦାନ ଦିଆଯାଉଥିବା ବେଳେ ବରଗଡ ଧନୁଯାତ୍ରା ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି କୋଶଳ କ୍ରାନ୍ତି ସେନା । ତେବେ ଦାବୀ ପୁରଣ ନହେବା ଯାଏଁ ଏ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅନ୍ଦୋଳନକାରୀ

The post ବରଗଡ ଧନୁଯାତ୍ରାକୁ ନେଇ ମୁଣ୍ଡ ଟେକିଲା ବିବାଦ । କୋଶଳି ଭାଷାରେ ଧନୁଯାତ୍ରା କରିବା ପାଇଁ ଦାବି କରୁଛି କୋଶଳ କ୍ରାନ୍ତି ସେନା first appeared on Kanak News.

from Kanak News
via <a href="https://ifttt.com/?

ବର୍ଷା ବଢାଇଲା ଦୁର୍ଦ୍ଦଶା । ଦକ୍ଷିଣରୁ ପଶ୍ଚିମ, ଆଭ୍ୟନ୍ତରିଣରୁ ଉପକୂଳ ଓଡିଶା ସବୁଆଡେ ପାଣିରେ ଭାସୁଛି ପାଚିଲା ଧାନ

କନକ ବ୍ୟୁରୋ : ମୁଣ୍ଡରେ ହାତ ଦେଲେଣି ଚାଷୀ । ବର୍ଷା ପାଣିରେ ଶୋଇ ପଡିଛି ପାଚିଲା ଧାନ । ଖଳାରେ ଥିବା ଅମଳ ଧାନ ବି ଓଦା ହୋଇଯାଇଛି । ଖଳାରେ ଥିବା ଧାନ ବସ୍ତା ଓ ପଲିଥିନ୍ ତଳେ ଥିବା ଧାନ ବି ପୁରା ଓଦା ହୋଇଯାଇଛି । ବର୍ଷା ପାଣିରେ ଓଦା ହେବାରୁ ଧାନର ଏଫଏକ୍ୟୁ ମାନ କମିବା ସହ ଅମଳ କମି ଯିବାର ଆଶଙ୍କା କରୁଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳର ଚାଷୀ ।

ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ସମ୍ବଲପୁରରେ ବି ବର୍ଷା ହୋଇଛି । ଧାନ ଅମଳ ବେଳେ ଚାଷୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି ବର୍ଷା । କେଉଁଠି ବିଲରେ ପେଟା ପଡିଛି, କିଛି ସ୍ଥାନରେ ଧାନ କଟା ସରିନାହିଁ   । ତାଲବ ଗାଁରେ ଏକର ଏକର ଧାନ ଫସଲ ବର୍ଷା ପାଣିରେ ଭିଜୁଥିବା ବେଳେ ଚାଷୀ ଚିନ୍ତାରେ । କାରଣ ବିଲରେ ପାଣି ଥିବାରୁ ଧାନ ଅମଳ ପାଇଁ ମେସିନ୍ ଯାଇପାରୁନାହିଁ । ପାଣିରେ ପଡିଥିବା ଧାନକୁ ତୁରନ୍ତ ନକାଟିଲେ ଗଜା ହୋଇ ଯିବାର ଆଶଙ୍କା ରହିଛି ।

ବରଗଡ ଜିଲ୍ଲାର ପଦ୍ମପୁରରେ ବି ଚାଷୀଙ୍କ ସମାନ ସ୍ଥିତି । ଅଦିନିଆ ବର୍ଷା ସାଜିଲା ଚାଷୀଙ୍କ ପାଇଁ କାଳ । ପଦ୍ମପୁର ଉପଖଣ୍ଡରେ ଗତ ଦୁଇ ଦିନ ହେବ ବର୍ଷା ପାଇଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଛାଷୀ ଧାନ ଅମଳ କରି ଖଳାରେ ରଖିଛି, କିଛି ଜମିରେ ଧାନ ବେଙ୍ଗଳା ପଡିଛି । ବର୍ଷା କାରଣରୁ ବେଙ୍ଗଳା ଧାନ ଏବେ ପାଣିରେ ଭାସୁଛି । ପାଚିଲା ଧାନ ଗଜା ହେବାର ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷିଙ୍କ ଖରିଫ ଫସଲ । ଗଂଜାମ ଜିଲ୍ଲାର ଆସିକା ଅଂଚଳରେ ୩ ଦିନ ଧରି ବର୍ଷା ଲାଗି ରହିବାରୁ ଅମଳ ହୋଇ ନଥିବା ଧାନ ନଷ୍ଟ ହୋଇଯାଇଛି । କେବଳ ଧାନ ନୁହେଁ ମୁଗ ଓ ବିରି ଚାଷ ବି ପ୍ରଭାବିତ ହୋଇଛି । ତେଣୁ ବର୍ଷା ଛଡିବା ପରେ ଏବେ ସେହି ପାଣିରୁ କଟା ଧାନକୁ ଛାଣି ଆଣୁଛନ୍ତି ଚାଷୀ ।

The post ବର୍ଷା ବଢାଇଲା ଦୁର୍ଦ୍ଦଶା । ଦକ୍ଷିଣରୁ ପଶ୍ଚିମ, ଆଭ୍ୟନ୍ତରିଣରୁ ଉପକୂଳ ଓଡିଶା ସବୁଆଡେ ପାଣିରେ ଭାସୁଛି ପାଚିଲା ଧାନ first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ଚେହେରା ଅସ୍ପଷ୍ଟ । ଜେପି ନଡ୍ଡାଙ୍କୁ ଭେଟିବା ପରେ ରେଣୁକା ସିଂଙ୍କୁ ନେଇ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ଛତିଶଗଡରେ କଂଗ୍ରେସକୁ ହରାଇ ବିଜେପି ସଂଖ୍ୟାଗରିଷ୍ଠାତା ହାସଲ କରିଛି । ନିର୍ବାଚନ ଫଳାଫଳ ଆସିବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ନାମକୁ ନେଇ ପ୍ରଥମରୁ ଚର୍ଚ୍ଚା ହେଉଥିଲା । ହେଲେ ଆଜି ବିଜେପି ନେତ୍ରୀ ରେଣୁକା ସିଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରି ୩୦ ମିନିଟ କାଳ ଆଲୋଚନା କରିବା ପରେ ରେଣୁକା ସିଂ ଏବେ ମୁଖ୍ୟମନ୍ତ୍ରୀ ଦୌଡରେ ସବୁଠାରୁ ଆଗରେ ରହିଛନ୍ତି ।

ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୪ ଦିନ ମଧ୍ୟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନଥିବାରୁ ଏହାକୁ ନେଇ ବିରୋଧୀ କଂଗ୍ରେସ କଟାକ୍ଷ କରିବା ଆରମ୍ଭ କରିଦେଇଛି   । କେବଳ ରେଣୁକା ସିଂ ନୁହଁନ୍ତି କି ରମଣ ସିଂ ନୁହଁନ୍ତି ମୁଖ୍ୟମନ୍ତ୍ରୀ ଦୌଡରେ ଛତିଶଗଡ ବିଜେପି ଅଧ୍ୟକ୍ଷ ଅରୁଣ ସାଓ ମଧ୍ୟ ରହିଛନ୍ତି । ଯଦି ବିଜେପି ରେଣୁକା ସିଂଙ୍କ ନାମରେ ମୋହର ମାରନ୍ତି ତେବେ ସେ ଛତିଶଗଡର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ।

ରେଣୁକା ସିଂଙ୍କୁ ଛତିଶଗଡରେ ବଡ ଆଦିବାସୀ ଚେହେରା ବୋଲି ଗଣନା କରାଯାଏ । ସେ କଂଗ୍ରେସ ପ୍ରାର୍ଥୀ ଗୁଲାବ କମରୋଙ୍କୁ ଭରତପୁର ସୋନହତ ଆସନରେ ପରାଜିତ କରିଛନ୍ତି । ତାଙ୍କ ରାଜନୈତିକ ଜୀବନକୁ ନେଇ ଯଦି ଆଲୋଚନା କରିବା ତେବେ ସେ ୧୯୯୯ ମସିହାରେ ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିଲେ । ହେଲେ ୪ବର୍ଷ ପରେ ଅର୍ଥାତ ୨୦୦୪ ମସିହାରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୯ ରେ ବିଜେପି ତାଙ୍କ ଉପରେ ଭରସା କରି ତାଙ୍କୁ ସାଂସଦ ଟିକେଟ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ । ଏହାପରେ ବିଜେପି ତାଙ୍କୁ କେନ୍ଦ୍ରର ଜନଜାତୀୟ ବିଭାଗର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲା ।

The post ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ଚେହେରା ଅସ୍ପଷ୍ଟ । ଜେପି ନଡ୍ଡାଙ୍କୁ ଭେଟିବା ପରେ ରେଣୁକା ସିଂଙ୍କୁ ନେଇ ବଢିଲା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ କଲା ଆଇଟି ବିଭାଗ: ରାଜ୍ୟର ୫ଟି ଠିକଣାରେ ଟଙ୍କା ଗଣି ଗଣି ମେସିନ୍ ହାଲିଆ

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ ହୋଇଛି । ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ ଜବତ ଟଙ୍କାକୁ ଟ୍ରକରେ ଆଣିବାକୁ ପଡିଛି । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ ପୁଳା ପୁଳା ନୋଟ ବିଡା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ବିଡା ବିଡା ଟଙ୍କାରେ ଆଲମିରା ଭର୍ତି ହୋଇଛି । ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟ ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଘରର ଯୋଉଠି ହାତ ମାରିଲେ ସେଠାରୁ ବାହାରୁଛି ପୁଳା ପୁଳା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ଆୟକର ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଟଙ୍କା ଗଣି ଗଣି ମେସିନ୍ ବି ହାଲିଆ ହୋଇଗଲାଣି । ସୂଚନା ଅନୁସାରେ ଟଙ୍କା ଗଣା ପାଇଁ ୧୨ଟି ମେସିନ୍ ଲାଗିଛି । ବହୁ ଦିନ ଧରି ବିଡା ବନ୍ଧା ହୋଇ ରହିଥିବାରୁ ଟଙ୍କା ଗଣିବାରେ ସମସ୍ୟା ଉପୁଜୁଥିବା ଜଣାପଡିଛି ।

ମଦ ବ୍ୟବସାୟୀଙ୍କ ଅମାପ ସମ୍ପତି । ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଂ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା । ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିଯାଇପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନାହାଁନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି ।

ଆଇଟି ରେଡରେ ଲାଗିଲା ରାଜନୀତିର ରଙ୍ଗ । ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି ନେତା । ସୁନ୍ଦରଗଡ, ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ କରି ନଗଦ ୨୦୦ କୋଟି ଟଙ୍କା ଜବତ କରିଥିବା ଜଣାପଡିଛି । ବିଡା ବିଡା ନୋଟ ଜବତର ଦୃଶ୍ୟ ସମସ୍ତଙ୍କୁ ଜଳକା କରିଛି । ଏହାରି ଭିତରେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ଏକ ସାଂଘାତିତ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେଉଁ ମଦ କଂପାନୀ ଉପରେ ଆୟକର ଫାଙ୍କି ଥିବା ଅଭିଯୋଗରେ ରେଡ୍ ଚାଲିଛି ତାର ଜମିର ମାଲିକାନା ଯୋଗେଶ ସିଂହଙ୍କ ମା’ ଓ ଭାଇଙ୍କ ନାଁରେ ଥିଲା । ତେଣୁ ଏବେ କଂପାନୀର ମାଲିକାନା କେମିତି ଆଉ ଜଣଙ୍କ ନାଁକୁ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ବେଳେ ଏଠାରେ ବଢୁଥିବା ମଦ କାରବାରକୁ ବିରୋଧ କରି ସେ ଭୋଟ୍ ମାଗିଥିଲେ ବୋଲି କହିଛନ୍ତି । ଜବାବରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂହ କହିଛନ୍ତି, ସେ ବିଧାୟିକା ହେବା ପୂର୍ବରୁ ଦେଶୀ ମଦ ବ୍ୟବସାୟରେ ଲିପ୍ତ ଥିଲେ । ତେବେ ରେଡ୍ ଚାଲିଥିବା ବ୍ୟବସାୟୀଙ୍କ ସହ ପାରିବାରିକ ସମ୍ପର୍କ ଥିବା କଥା ସ୍ୱୀକାର କରିଛନ୍ତି ବିଜେଡି ବିଧାୟକ । ହେଲେ କୌଣସି ବ୍ୟବସାୟିକ ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି ।

ଟଙ୍କା ଦେଖିବ ତ ଓଡ଼ିିଶା ଆସ!
ମଦ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢଉ
ନଗଦ ୨୦୦ କୋଟିରୁ ଅଧି ଟଙ୍କା ଜବତ ସୂଚନା
ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ବିଭିନ୍ନ ଠିକଣାରେ ଚଢଉ
ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧର ବଡ ଧରଣର ଚଢାଉ
ଟଙ୍କା ଗଣି ମେସିନ ହାଲିଆ
ଟ୍ରକରେ ବ୍ୟାଙ୍କକୁ ବୁହାହେଲା ଟଙ୍କା
ଆଲମିରା, ବେଡରୁ ମିଳିଲା ବସ୍ତା ବସ୍ତା ଟଙ୍କା
ଜବତ ଟଙ୍କା ମଦ ବ୍ୟବସାୟିଙ୍କର ନା ଆଉ କାହାର?

The post ମଦ ବ୍ୟବସାୟୀଙ୍କ ଘରୁ ଟଙ୍କାର ପାହାଡ ଜବତ କଲା ଆଇଟି ବିଭାଗ: ରାଜ୍ୟର ୫ଟି ଠିକଣାରେ ଟଙ୍କା ଗଣି ଗଣି ମେସିନ୍ ହାଲିଆ first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନ ରାଜନୀତିରେ ହଟଚମଟ । ଜଣେ ବିଜେପି ବିଧାୟକଙ୍କ ବାପା ଆଣିଲେ ଅଭିଯୋଗ । କହିଲେ, ସବୁ ବିଜେପି ବିଧାୟକଙ୍କୁ ହୋଟେଲରେ ରଖିଛନ୍ତି ବସୁନ୍ଧରାଙ୍କ ପୁଅ

କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସକୁ ପରାଜିତ କରି ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ବିଜେପିର ବଡ ଚେହେରା ବସୁନ୍ଧରାଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ତାଙ୍କ ସହ ସାଂସଦରୁ ବିଧାୟକ ହୋଇଥିବା ବାବା ବାଲକନାଥଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି । ଏହାରି ମଧ୍ୟରେ ବସୁନ୍ଧରା ରାଜେ ସିନ୍ଧିଆ ଦିଲ୍ଲୀ ଆସି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି । ସେପଟେ ଜଣେ ବିଜେପି ବିଧାୟକଙ୍କ ବାପା ବସୁନ୍ଧରା ରାଜେ ସିନ୍ଧିଆଙ୍କ ପୁଅଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ବିଜେପି ବିଧାୟକ ଲଳିତ ମୀଣାଙ୍କ ବାପା ତଥା ପୂର୍ବତନ ବିଧାୟକ ହେମରାଜ ମୀଣା ଅଭିଯୋଗ କରିଛନ୍ତି କି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଓ ସାଂସଦ ଦୁଷ୍ୟନ୍ତ ସିଂ ବିଧାୟକମାନଙ୍କୁ ଏକ ହୋଟେଲ ରଖିଛନ୍ତି । ହେମରାଜ ମୀଣା ଦାବି କରିଛନ୍ତି କି ହୋଟେଲରେ ରଖାଯାଇଥିବା ବିଧାୟକମାନଙ୍କ ମଧ୍ୟରେ ତାଙ୍କ ପୁଅ ରହିଛନ୍ତି । ସେ ତାଙ୍କୁ ଆଣିବାକୁ ଯାଇଥିବା ବେଳେ ବିଧାୟକ କୱଁରଲାଲ ତାଙ୍କୁ ଅପମାନିତ କରିବା ସହ ଦୁଷ୍ୟନ୍ତ ସିଂ ନ କହିଲେ ତାଙ୍କ ବିଧାୟକ ପୁଅକୁ ଛଡାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

The post ରାଜସ୍ଥାନ ରାଜନୀତିରେ ହଟଚମଟ । ଜଣେ ବିଜେପି ବିଧାୟକଙ୍କ ବାପା ଆଣିଲେ ଅଭିଯୋଗ । କହିଲେ, ସବୁ ବିଜେପି ବିଧାୟକଙ୍କୁ ହୋଟେଲରେ ରଖିଛନ୍ତି ବସୁନ୍ଧରାଙ୍କ ପୁଅ first appeared on Kanak News.

from Kanak News
via <a href="https://ifttt.com/?

‘ପିଏମ-ଉଷା’କୁ ନେଇ ରାଜନୀତି । ସମାଲୋଚନା କଲା ବିଜେପି, ବିଜେଡି ରଖିଲା ଜବାବ

କନକ ବ୍ୟୁରୋ : ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ପିଏମ୍–ଉଷା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦ୍ୱିତୀୟ ଥର ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନାର ଶୁଭାରମ୍ଭ କରିବାକୁ ଗତ ୧୫ ଜୁନରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ । ପିଏମ ଉଷାର ନୂଆ ପର୍ଯ୍ୟାୟରେ ଓଡିଶା ଏପର୍ଯ୍ୟନ୍ତ ଏମଓୟୁ ସ୍ୱାକ୍ଷର କରିନାହିଁ । ତେଣୁ ପିଏମ ଉଷା ଯୋଜନାର ଲାଭ ନେବାରୁ ଓଡିଶା ଯେପରି ବଞ୍ଚିତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପି ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶେଷ କରି ଦୁର୍ଗମ, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ତେଣୁ ପିଏମ-ଉଷା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପିଏମ-ଉଷା ଯୋଜନା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିବା ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ତେଜିଛି । ବିଜେପି ପ୍ରେସମିଟ କରି କହିଛନ୍ତି, ପିଏମ-ଉଷା ଓଡିଶାରେ କାର୍ଯ୍ୟକାରୀ ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଧିକ ଲୋକପ୍ରିୟତା ମିଳିଯିବ । ସେହି ଭୟରେ ରାଜ୍ୟ ସରକାର ଲାଗୁ କରୁ ନାହାନ୍ତି । ଏହାର ଜବାବ ଦେଇ ବିଜେଡି କହିଛି, ଓଡିଶା ଶିକ୍ଷାର ହବ ପାଲଟିଛି । ଶିକ୍ଷା କ୍ଷେତ୍ରରେ ଭଲ କାମ ପାଇଁ ଓଡିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରୁଛନ୍ତି ।

The post ‘ପିଏମ-ଉଷା’କୁ ନେଇ ରାଜନୀତି । ସମାଲୋଚନା କଲା ବିଜେପି, ବିଜେଡି ରଖିଲା ଜବାବ first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ ୯ରୁ ୯୦ ମିଶନ ସଫଳ ହେବ, ତେଲେଙ୍ଗାନା ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ ମ୍ୟାଜିକ କରିବ । ୨୦୨୪ ନିର୍ବାଚନ ରଣନୀତି ନେଇ ମୁହଁ ଖୋଲିଲେ ପିସିସି ସଭାପତି ।

କନକ ବ୍ୟୁରୋ : ଓଡ଼ିଶାରେ ମିଶନ ୯୦ ସଫଳ ହେବ । ତେଲେଙ୍ଗାନା ପରି ଓଡ଼ିଶାରେ କଂଗ୍ରେସ ୩ ନମ୍ବରରୁ ୧ ନମ୍ବର ହେବ । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ଏଥିରେ ସଫଳ ହେବ । ଗତ ୨୩ ବର୍ଷରେ ଓଡ଼ିଶା ପାଇଁ ଯାହା କରିବା କଥା ସେଥିରେ ବିଫଳ ହୋଇଛି ବିଜେଡି । ତେଣୁ ସମାଜର ସବୁ ବର୍ଗଙ୍କ ପାଇଁ କାମ କରିବାକୁ ଏବେ କଂଗ୍ରେସ ପ୍ରସ୍ତୁତ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏବେ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଜରିଆରେ ବିଜେଡି ଓ ବିଜେପି ସରକାରର ବିଫଳତା ବାବଦରେ ଲୋକଙ୍କୁ ଅବଗତ କରିବ କଂଗ୍ରେସ ।

ତେଲେଙ୍ଗାନାରେ ଯେମିତି ହେଲା, ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ । ତେଲେଙ୍ଗାନାରେ ଆଞ୍ଚଳିକ ଦଳକୁ ମାତ୍ ଦେଇ କଂଗ୍ରେସ ଯେମିତି ସରକାର ଗଢିଲା, ଓଡ଼ିଶାରେ ମଧ୍ୟ ସମାନ ସ୍ଥିତିରେ କଂଗ୍ରେସ ସରକାର ଗଢିବ । ତେଲେଙ୍ଗାନାର ରେବନ୍ତ ରେଡ୍ଡୀ ହେବି କି ନାହିଁ ତାହା ଜାଣିନି କିନ୍ତୁ ଦଳର ଶୀର୍ଷ ନେତୃତ୍ୱ କଂଗ୍ରେସକୁ ଏକ ନମ୍ବର କରିବାକୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେ ଦିଗରେ କାମ କରୁଛି ଏବଂ ଆଗକୁ ମଧ୍ୟ କରିବି । କଂଗ୍ରେସକୁ ଏକ ନମ୍ବର କରିବାକୁ ଆମେ ଦୃଢ ସଂକଳ୍ପ ନେଇଛୁ । ତେଲେଙ୍ଗାନା ପଡୋଶୀ ରାଜ୍ୟ ହୋଇଥିବାରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ପଡିବ । ୨୦୨୪ ନିର୍ବାଚନରେ ଯୁବବର୍ଗଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯିବ । ଯାହାର ଜିତିବା କ୍ଷମତା ଅଧିକ ଥିବ ସେମାନଙ୍କୁ ଦଳ ଟିକେଟ ଦେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

The post ଓଡ଼ିଶାରେ ୯ରୁ ୯୦ ମିଶନ ସଫଳ ହେବ, ତେଲେଙ୍ଗାନା ଭଳି ଓଡ଼ିଶାରେ ମଧ୍ୟ କଂଗ୍ରେସ ମ୍ୟାଜିକ କରିବ । ୨୦୨୪ ନିର୍ବାଚନ ରଣନୀତି ନେଇ ମୁହଁ ଖୋଲିଲେ ପିସିସି ସଭାପତି । first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନରୁ ଅଯୋଧ୍ୟା ଆସିଲା ୬ଶହ କିଲୋର ଘିଅ । ରାମଲାଲାଙ୍କ ଅଖଣ୍ଡ ଜ୍ୟୋତି ପାଇଁ କରାଗଲା ସମର୍ପଣ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ସମର୍ପଣ ସମାରୋହରେ ସାମିଲ ହେବା ପାଇଁ ସବୁ ରାମ ଭକ୍ତ ଅପେକ୍ଷା କରି ବସିଛନ୍ତି । ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ରାମଲାଲାଙ୍କୁ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରୁଛନ୍ତି । ଏହି କ୍ରମମରେ ଧାର୍ମିକ ରୀତିନୀତି ପାଇଁ ରାଜସ୍ଥାନ ଯୋଜପୁରରୁ ୬ଶହ କିଲୋଗ୍ରାମର ଶୁଦ୍ଧ ଦେଶୀ ଗାଇ ଘିଅ ଅଯୋଧ୍ୟା ଆସି ପହଞ୍ଚିଛି । ଏହି ଦେଶୀ ଗାଇ ଘିଅ ରାମ ମନ୍ଦିରର ଅଖଣ୍ଡ ଜ୍ୟୋତି ତଥା ରାମଲାଲାଙ୍କ ସମର୍ପଣ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଧାର୍ମିକ ରୀତିନୀତିରେ ବ୍ୟବହୃତ ହେବ ।

୧୦୮ଟି କଳସରେ ୬ଶହ କିଲୋଗ୍ରାମର ଦେଶୀ ଘିଅ ଧରି ଜୋଧପୁରରୁ ନଭେମ୍ବର ୨୭ ତାରିଖରେ ବାହାରିଥିଲେ ସଂନ୍ଥ ମହର୍ଷି ସାଂଦୀପନୀ ମହାରାଜ । ସଗଡ ଗାଡିରେ ପ୍ରାୟ ୧୦ଦିନ ଯାତ୍ରା କରି ଆସି ଅଯୋଧ୍ୟାରେ ପହଞ୍ଚିଛନ୍ତି ସଂନ୍ଥ । ଆଜି ଅଯୋଧ୍ୟାରେ ପହଞ୍ଚିବା ପରେ ଟ୍ରଷ୍ଟର ମୁଖ୍ୟଙ୍କ ସହ ସମ୍ପର୍କ କରି । ୬ଶହ କେଜିର ଘିଅ ସମର୍ପଣ କରିଛନ୍ତି । ଏହି ଘିଅ ରାମଲାଲାଙ୍କ ଗର୍ଭଗୃହରେ ଅଖଣ୍ଡ ଜ୍ୟୋତିରେ ବ୍ୟବହାର କରାଯିବ । ତେବେ ରାମଲାଲାଙ୍କୁ ଘିଅ ସମର୍ପଣ କରିବା ପାଇଁ ଦୀର୍ଘ ୯ବର୍ଷ ହେବ ଘିଅକୁ ସଞ୍ଚୟ କରାଯାଇଥିଲା ।

The post ରାଜସ୍ଥାନରୁ ଅଯୋଧ୍ୟା ଆସିଲା ୬ଶହ କିଲୋର ଘିଅ । ରାମଲାଲାଙ୍କ ଅଖଣ୍ଡ ଜ୍ୟୋତି ପାଇଁ କରାଗଲା ସମର୍ପଣ first appeared on Kanak News.

from Kanak News
via <a href="https://ifttt.com/?

ବାବା ବାଲକନାଥ ଛାଡିଲେ ଲୋକସଭା ସଦସ୍ୟତା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ସାମିଲ

କନକ ବ୍ୟୁରୋ : ରାଜସ୍ଥାନର ଅଲୱର ଲୋକସଭା ଆସନରୁ ସାଂସଦ ଥିବା ବାବା ବାଲକନାଥ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଲୋକସଭାର ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବିଜେପି ତରଫରୁ ରାଜସ୍ଥ୍ାନ ବିଧାନସଭା ନିର୍ବାଚନରେ ବାବା ବାଲକନାଥଙ୍କୁ ତିଜାରା ଆସନରୁ ବିଧାୟକ ପ୍ରାର୍ଥୀ କରିଥିଲା । ସେ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ଖାନଙ୍କୁ ପରାଜିତ କରିଥିଲେ । ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ ତାଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହେଉଛି । ଏହାପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଧାୟକ ଭାବେ ଲଢି ବିଜୟୀ ହୋଇଥିବା ବିଜେପି ସାଂସଦମାନେ ଗତକାଲି ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

ମହନ୍ତ ବାଲକନାଥ ଯୋଗୀ ବାବା ମସ୍ତନାଥ ବିଶ୍ୱବିଦ୍ୟାଳୟର କୁଳପତି ଅଛନ୍ତି । ସେ ହିନ୍ଦୁ ଧର୍ମର ନାଥ ସଂପ୍ରଦାୟରୁ ୮ମ ମହନ୍ତ ଅଛନ୍ତି । ୨୦୧୬ ଜୁଲାଇ ୨୯ ତାରିଖରେ ମହନ୍ତ ଚାନ୍ଦନାଥ ଏକ ସମାରୋହରେ ବାଲକନାଥ ଯୋଗୀଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । ଯେଉଁ ସମାରୋହରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବାବା ରାମଦେବ ମଧ୍ୟ ସାମିଲ ହୋଇଥିଲେ । ବାବା ବାଲକନାଥଙ୍କ ଜନ୍ମ ବହରୋଡ ତହସିଲ କୋହରାନା ଗାଁରେ ଏକ ଯଦୁବଂଶୀ ହିନ୍ଦୁ ପରିବାରରେ ହୋଇଥିଲା । ସେ ୬ ବର୍ଷ ବୟସରେ ସନ୍ୟାସ ନେଇ ଘର ଛାଡିଥିଲେ  ।

ବାବା ବାଲକନାଥ ପ୍ରଥମଥର ପାଇଁ ୨୦୨୯ରେ ବିଜେପି ଟିକେଟରୁ ଅଲବର ଆସନରୁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଭଂବର ଜିତେନ୍ଦ୍ର ସିଂଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଥିଲେ ।

The post ବାବା ବାଲକନାଥ ଛାଡିଲେ ଲୋକସଭା ସଦସ୍ୟତା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି ସାମିଲ first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ ବଂଶୋଦ୍ଭବ ସମୀର ଶାହା ହେବେ ବିବିସିର ଚେୟାରମ୍ୟାନ୍ :  ସୁନକ ସରକାରଙ୍କ ନିଷ୍ପତ୍ତି : ସପ୍ତାହରେ ୩ ଦିନ କାମ କରିବେ : ବାର୍ଷିକ ଦରମା ୧.୬୭ କୋଟି ଟଙ୍କା

ଭାରତୀୟ ମୂଳର ଲୋକମାନେ ବିଦେଶରେ ଖୁବ ନାମ କମେଇଲେଣି । ସେ ଗୁଗୁଲର ସୁନ୍ଦର ପିଚାଇ ହୁଅନ୍ତୁ କି ମାଇକ୍ରୋସଫ୍ଟର ସତ୍ୟ ନାଡେଲା ସବୁ ସ୍ଥାନରେ ଭାରତୀୟ ମାନେ ରାଜ୍ କରୁଛନ୍ତି ।

ଏହି କ୍ରମରେ ଆଉ ଏକ ନାମ ଯୋଡି ହେଇ ଯାଇଛି । ସିଏ ହେଉଛନ୍ତି ସମୀର ଶାହା ।

ସୂତ୍ରରୁ ପ୍ରକାଶ ଯେ ଭାରତୀୟ ବଂଶୋଦ୍ଭବ ସମୀର ଶାହା ବ୍ରିଟିଶ ମିଡିଆ ବିବିସିର ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଛନ୍ତି । ବ୍ରିଟେନର ସୁନକ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ମହାରାଷ୍ଟ୍ରର ଔରଙ୍ଗାବାଦରେ ଜନ୍ମିତ ୭୧  ବର୍ଷିୟ ସମୀର ବର୍ତ୍ତମାନ ଜୁନିପର କମ୍ୟୁନିକେଶନର ସିଇଓ ଅଛନ୍ତି । ବିବିସି ଚେୟାରମ୍ୟାନ୍ ଭାବରେ ସମୀର ସପ୍ତାହରେ ୩ ଦିନ କାମ କରିବେ ।  ଯେଉଁଥିପାଇଁ ତାଙ୍କୁ ବାର୍ଷିକ ୧.୬୭ କୋଟି ଟଙ୍କା ଦରମା ମିଳିବ । ଶାହା ଏହା ପୂର୍ବରୁ ବିସିସିଆଇ ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।

ସେ ପୂର୍ବରୁ ବିବିସିରେ ରାଜନୀତି ଏବଂ କରେଣ୍ଟ ଆଫାୟାର୍ସ  କାର୍ଯ୍ୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଟେଲିଭିଜନ ସେବା ପାଇଁ ରାଣୀ ଏଲିଜାବେଥଙ୍କ ଦ୍ଵାରା ୨୦୧୯ ରେ  CBE ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ଟେଲିଭିଜନ ସେବା ପାଇଁ ସବୁଠାରୁ ଉତ୍କୃଷ୍ଟ ବ୍ରିଟିଶ ସମ୍ମାନ ।

ବୋରିସ୍ ଜନସନଙ୍କ ସହ କଥାବାର୍ତ୍ତା ଲିକ୍ ହେବା ପରେ ରିଚାର୍ଡ ଶାର୍ପ ଇସ୍ତଫା ଦେଇଥିଲେ

ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ବାର୍ତ୍ତାଳାପ ଲିକ୍ ହେବା ପରେ ଏହି ଘଟଣାରେ ତଦନ୍ତ ଆରମ୍ଭ ହେବା ପରେ ବିବିସିର ପୂର୍ବତନ ଚେୟାରମ୍ୟାନ୍ ରିଚାର୍ଡ ଶାର୍ପ ଇସ୍ତଫା ଦେଇଥିଲେ । ଶାହା ବିବିସି ରେ ତାଙ୍କ  ସ୍ଥାନ ନେବେ । ଶାହା ପୂର୍ବରୁ ୨୦୦୭ -୨୦୧୦ ମଧ୍ୟରେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ବିବିସିର ମୁଖ୍ୟ ମିଶନ ‘ଇନଫର୍ମ , ଏଜୁକେଟ ଏଣ୍ଡ ଏଣ୍ଟରଟେନମେଣ୍ଟ’ ର ଦାୟିତ୍ବ ପୁରଣ କରିବା ଶାହାଙ୍କ ମୁଖ୍ୟ କାମ ରହିବ । ଏହା ବ୍ୟତୀତ ଶାହା ସରକାରଙ୍କ ସହ ଲାଇସେନ୍ସ ଫି ବିଷୟରେ ମଧ୍ୟ ଆଲୋଚନା କରିବେ। ଆନୁଷ୍ଠାନିକ ଭାବରେ ବିବିସି ଚେୟାରମ୍ୟାନ୍ ପଦ ଗ୍ରହଣ କରିବା ପୂର୍ବରୁ କିଛି ଭିନ୍ନ ବ୍ରିଟିଶ ସାଂସଦ ଶାହାଙ୍କୁ ପ୍ରଶ୍ନ କରିବେ ।

ବିବିସି ଅଧ୍ୟକ୍ଷ  ଭାବରେ ନିର୍ବାଚିତ ହେବାପରେ ସମୀର ଶାହା କହିଛନ୍ତି – ଯଦି ମୋର ଅଭିଜ୍ଞତା ଏବଂ କୋଶଳ ମାଧ୍ୟମରେ ମୁଁ ଏହି ସଂଗଠନକୁ ଆଗାମୀ ବର୍ଷ ମାନଙ୍କରେ ସମ୍ମୁଖୀନ ହେବାକୁ ଥିବା ଆହ୍ବାନକୁ ସଠିକ ଢଙ୍ଗରେ ମୁକାବିଲା କରିପାରିବି ତେବେ ଏହା ମୋ ପାଇଁ ଗୌରବର ବିଷୟ ହେବ । ବ୍ରିଟିଶ ନାଗରିକଙ୍କ ଜୀବନରେ ବିବିସିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ସଂଗଠନର କର୍ତ୍ତବ୍ୟ ହେଉଛି ସାରା ଦେଶରେ ଦର୍ଶକଙ୍କ ନିକଟରେ ପହଞ୍ଚିବା । ପ୍ରତିଯୋଗିତା ସମୟରେ ମୁଁ ପ୍ରତ୍ୟେକ କର୍ତ୍ତବ୍ୟ ପୂରଣ କରିବାକୁ ଚେଷ୍ଟା କରିବି ।

୧୯୫୨ ରେ ଔରଙ୍ଗାବାଦରେ ଜନ୍ମଗ୍ରହଣ କରିଥିଲେ

୧୯୫୨ରେ ଔରଙ୍ଗାବାଦରେ ଜନ୍ମ ହୋଇଥିବା ଶାହା ୧୯୬୦ ରେ ଇଂଲଣ୍ଡ ଆସିଥିଲେ । ସେ ଅକ୍ସଫୋର୍ଡ ୟୁନିଭରସିଟିରେ ଅଧ୍ୟୟନ କରିଥିଲେ ଏବଂ ଜାତିଗତ ପ୍ରସଙ୍ଗରେ ବିଶେଷଜ୍ଞ ଥିଲେ । ସେ ବ୍ରିଟିଶ ସରକାରଙ୍କ ଜାତିଗତ ଏବଂ ଜାତିଗତ ଅସମାନତା ଆୟୋଗର ୨୦୨୧  ରିପୋର୍ଟର ସହ-ଲେଖକ ଥିଲେ ।

ବିସିସିଆଇ ମୁଖପାତ୍ର କହିଛନ୍ତି: ସମୀର ଶାହା ବିବିସି ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଥିବା ଘୋଷଣାକୁ ଆମେ ସ୍ୱାଗତ କରୁଛୁ ଏବଂ ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ ସେ ବୋର୍ଡରେ ଯୋଗଦେବେ ବୋଲି ଆଶା କରାଯାଉଛି । ବିବିସି ଅନୁଯାୟୀ, ଶାହାଙ୍କ ଚୟନକୁ ଏକ ବଡ ପରିବର୍ତ୍ତନ ଭାବରେ ଦେଖାଯାଉଛି, କାରଣ ବର୍ତ୍ତମାନ ବିସିସିଆଇର ଶୀର୍ଷରେ ଜଣେ ସାମ୍ବାଦିକ ରହିବେ । ବିବିସି ଏକ ସ୍ୱାଧୀନ ସଂଗଠନ, କିନ୍ତୁ ଏହାର ଅଧ୍ୟକ୍ଷ ସରକାରଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି ।

The post ଭାରତୀୟ ବଂଶୋଦ୍ଭବ ସମୀର ଶାହା ହେବେ ବିବିସିର ଚେୟାରମ୍ୟାନ୍ :  ସୁନକ ସରକାରଙ୍କ ନିଷ୍ପତ୍ତି : ସପ୍ତାହରେ ୩ ଦିନ କାମ କରିବେ : ବାର୍ଷିକ ଦରମା ୧.୬୭ କୋଟି ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started