ତିନି ରାଜ୍ୟର ଫଳାଫଳରୁ ଶିକ୍ଷା ଲାଭ କରିବ କି କଂଗ୍ରେସ? ହିନ୍ଦୁତ୍ୱ କାର୍ଡ ଖେଳି ପରାଜୟ ପରେ ଓଡିଶାରେ କଂଗ୍ରେସର ଶ୍ରୀମନ୍ଦିର ପଲିଟିକ୍ସକୁ ନେଇ ପ୍ରଶ୍ନ ।

କନକ ବ୍ୟୁରୋ: ତିନି ରାଜ୍ୟରେ ହିନ୍ଦୁତ୍ୱ କାର୍ଡ ଖେଳି ପରାଜୟର ମୁହଁ ଦେଖିଛି କଂଗ୍ରେସ । ତେଣୁ ଚର୍ଚ୍ଚା ହେଉଛି ବର୍ଷ ବର୍ଷ ଧରି ଧର୍ମନିରପେକ୍ଷତାର ଛବି ରହିଆସିଥିବା ଏହି ସର୍ବପୁରାତନ ଦଳ ହିନ୍ଦୁତ୍ୱର ଖୋଳପା ପିନ୍ଧି ଭୋଟରଙ୍କୁ ଆକୃଷ୍ଟ କରିପାରିବ ନାହିଁ । ନିକଟରେ କଂଗ୍ରେସ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେବାକୁ ଦାବି କରି ପୁରୀରେ ବିରାଟ ପ୍ରତିବାଦ ରାଲି କରିଥିଲା । ସରକାର ଦାବି ନମାନିବାରୁ ତୁଳସୀ ଯାତ୍ରା କରି ଚାପ ପକାଇବାକୁ ପ୍ରୟାସ କରାଗଲା । ହେଲେ ରାଜନୈତିକ ସମୀକ୍ଷକଙ୍କ ମତରେ ପୁରୀ ଶ୍ରୀମନ୍ଦିରକୁ ନେଇ କଂଗ୍ରସ ପଲିଟିକ୍ସ କାମ ଦେଇନପାରେ । ୨୦୨୩ ନିର୍ବାଚନରୁ ଉଦାହରଣ ନେଇ ୨୦୨୪ ପାଇଁ ଦଳକୁ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ।

ବିଜେପିର ହିନ୍ଦୁତ୍ୱ ଆଭିମୁଖ୍ୟ ସବୁବେଳେ ଏହି ସଂପ୍ରଦାୟର ଭୋଟରଙ୍କୁ ଆକୃଷ୍ଟ କରି ଆସିଛି । ଓଡିଶାରେ ବିଜେପିର ହିନ୍ଦୁତ୍ୱ ଛବିକୁ କାଉଣ୍ଟର କରିବା ପାଇଁ ବିଜେଡି ସରକାର ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି ଆରମ୍ଭ କରିଛନ୍ତି । ଆଉ କିଛି ଦିନ ମଧ୍ୟରେ ଶେଷ ହୋଇଯିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ରାଜ୍ୟ ସାରା ବିଭିନ୍ନ ମନ୍ଦିରର ଭିତ୍ତିଭୂମି ଉନ୍ନତିକରଣ ବିଜେଡିକୁ ଫାଇଦା ଦେଇପାରେ । ତେଣୁ ହିନ୍ଦୁ ଭାବାବେଗ ଓ ଶ୍ରୀଜଗନ୍ନାଥ ପ୍ରସଙ୍ଗରୁ କଂଗ୍ରେସ ଯେଉଁ ଫାଇଦା ନେବାକୁ ବସିଛି ତାର ଲାଭ ମିଳିନପାରେ । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସକୁ ଅନ୍ୟ ରାଜନୈତିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଦଳର ବରିଷ୍ଠ ବିଧାୟକ ତାରା ବାହିନୀପତି ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି । ତେଲେଙ୍ଗାନାରେ ସଫଳତା ପରେ କଂଗ୍ରେସ ଦକ୍ଷିଣ ଓଡିଶାରେ ବିଜୟର ଅଧିକ ସମ୍ଭାବନା ଦେଖିପାରୁଛି । ରେବନ୍ତ ରେଡ୍ଡି କିମ୍ବା ଡିକେ ଶିବକୁମାରଙ୍କ ଭଳି ଚେହେରା ଦକ୍ଷିଣ ଓଡିଶାରେ କଂଗ୍ରେସକୁ ଏହି ଫାଇଦା ଆଣି ଦେଇପାରିିବ । ତେଣୁ ତାରା ବାହିନୀପତି କହିଛନ୍ତି, ସେ ଦକ୍ଷିଣ ଓଡିଶାର ନେତୃତ୍ୱ ନେବାକୁ ପ୍ରସ୍ତୁତ ।

The post ତିନି ରାଜ୍ୟର ଫଳାଫଳରୁ ଶିକ୍ଷା ଲାଭ କରିବ କି କଂଗ୍ରେସ? ହିନ୍ଦୁତ୍ୱ କାର୍ଡ ଖେଳି ପରାଜୟ ପରେ ଓଡିଶାରେ କଂଗ୍ରେସର ଶ୍ରୀମନ୍ଦିର ପଲିଟିକ୍ସକୁ ନେଇ ପ୍ରଶ୍ନ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ ।

କନକ ବ୍ୟୁରୋ : ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ । ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବନ୍ତ ରେଡ୍ଡୀ । କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଶପଥଗ୍ରହଣ କରିଛନ୍ତି ରେବନ୍ତ । ଶପଥଗ୍ରହଣ ଉତ୍ସବରେ ମଲ୍ଲିକାର୍ଜୁନେ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ଡି.କେ ଶିବକୁମାର ସାମିଲ ହୋଇଛନ୍ତି ।ନୂଆ ରାଜ୍ୟ ଭାବେ ତେଲେଙ୍ଗାନା ଗଠନ ପରେ ପ୍ରଥମଥର ପାଇଁ ସରକାରକୁ ଆସିଛି କଂଗ୍ରେସ । ଏହାପୂର୍ବରୁ ବିଆରଏସ ତେଲେଙ୍ଗାନାରେ ସରକାର ଗଢିଥିଲା । କିନ୍ତୁ ଚଳିତ ନିର୍ବାଚନରେ ରେବନ୍ତଙ୍କ ନେତୃତ୍ୱରେ ତେଲେଙ୍ଗାନାରେ ସରକାର ଗଢିଛି କଂଗ୍ରେସ ଦଳ ।

https://platform.twitter.com/widgets.jsମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରେବନ୍ତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ଗ୍ୟାରେଂଟି ପୂରଣ କରିବେ ବୋଲେ ସେ କହିଛନ୍ତି । ଚଳିତ ନିର୍ବାଚନରେ ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି ।

https://platform.twitter.com/widgets.jsଏହି ଶପଥ ସମାରୋହ ଉତ୍ସବରେ ବିରୋଧୀ ଇଣ୍ଡିଆ ମେଂଟର ସହଯୋଗୀ ଦଳର ନେତା ସାମିଲ ହେବେ ବୋଲି ଜଣାପଡିଛି । ଟିଏମସିର ରାଜ୍ୟସଭା ସାଂସଦ ଡାରେକ ଓବ୍ରାଏନ ରେବନ୍ତ ରେଡ୍ଡୀଙ୍କ ଶପଥ ସମାରୋହରେ ଯୋଗ ଦେଇଛନ୍ତି । ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ଇଣ୍ଡିଆ ମେଂଟର ବୈଠକ ବସିଥିଲା । ହେଲେ ବୈଠକରେ ଯୋଗ ଦେଇନଥିଲେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଓ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍ । ଜ୍ୱରରେ ପୀଡିତ ଥିବାରୁ ବୈଠକକୁ ଆସିପାରିନଥିଲେ ବୋଲି କହିଥିଲେ । ସେହିପରି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଗ ଦେଇନଥିଲେ । ସେ ବୈଠକ ବାବଦରେ ଅବଗତ ନଥିବାରୁ ଯୋଗ ଦେଇନଥିବା ଟିଏମସି ପକ୍ଷରୁ କୁହାଯାଇଥିଲା । ହେଲେ ଆଜିର ଶପଥ ସମାରୋହରେ ଯୋଗ ଦେବାକୁ ତାଙ୍କୁ ରାହୁଲ ଗାନ୍ଧୀ ଆମନ୍ତ୍ରଣ କରିଥିଲେ । ହେଲେ ସେ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଦଳର ଅନ୍ୟ ନେତା ଡାରେକ ଓବ୍ରାଏନ ବୈଠକରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ସେହିପରି ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ଏସପି ଓ କଂଗ୍ରେସ ମଧ୍ୟରେ ବିବାଦ ରହିଛି । ତେଣୁ ଅଖିଳେଶ ମଧ୍ୟ ଆଜିର ଶପଥ ସମାରୋହକୁ ଆସିବେ ନାହିଁ ।

The post ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । first appeared on Kanak News.

from Kanak News
via <a href="https://ifttt.com/?

‘ପିଲାମାନଙ୍କ ନିଦ ପୁରା ହୋଇପାରୁନି… ସ୍କୁଲ ସମୟ ବଦଳାଯାଉ’ ସରକାରଙ୍କୁ ପ୍ରସ୍ତାବ ଦେଲେ ରାଜ୍ୟପାଳ ।

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈସ୍ ସ୍କୁଲର ସମୟ ବଦଳାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ଅନ୍ତତଃ ପିଲାମାନେ ପୁରା ନିଦ ଶୋଇପାରିବେ । ମଙ୍ଗଳବାର ରାଜ୍ୟ ଶିକ୍ଷା ବିଭାଗର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ କହିଛନ୍ତି ଯେ, କଥାରେ ଅଛି ଶୀଘ୍ର ଶୋଇ ଶୀଘ୍ର ଉଠିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ କିନ୍ତୁ ଆଜିକା ଦିନରେ ମଣିଷର ଜୀବନଚର୍ଯ୍ୟା ବଦଳିଛି । ପିଲାମାନଙ୍କ ଉପରେ ଏତେ ପଢା ଭାର ରହୁଛି ଯେ, ସେମାନେ ଡେରି ରାତି ଯାଏଁ ଉଜାଗର ରହି ପଢୁଛନ୍ତି ଏବଂ ସକାଳୁ ସ୍କୁଲ ପାଇଁ  ଶୀଘ୍ର ଉଠିବାକୁ ବାଧ୍ୟ ହେଉଛନ୍ତି । ଫଳରେ ସେମାନଙ୍କ ନିଦ ପୁରା ହୋଇପାରୁନି । ୩ ବର୍ଷର ଶିଶୁ ୧୨ରୁ ୧୫ ଘଣ୍ଟା ଶୋଇବା ଆବଶ୍ୟକ । ସେଭଳି ୫ରୁ ୧୦ ବର୍ଷର ଶିଶୁ ୯ରୁ ୧୨ ଘଣ୍ଟା ନିଦ ଶୋଇବା ଉଚିତ । କିନ୍ତୁ ପଢା ଚାପ ଏବଂ ସ୍କୁଲ ସମୟ ଯୋଗୁଁ ସେମାନେ ଠିକ ଭାବେ ଶୋଇପାରୁନାହାଁନ୍ତି । ତେଣୁ ସରକାର ସ୍କୁଲ ସମୟ ବଦଳାଇଦେବା ଉପରେ ବିଚାର କରିବା ଉଚିତ ବୋଲି ରାଜ୍ୟପାଳ ରମେଶ ବୈସ୍  ପ୍ରସ୍ତାବ ଦେଇଛନ୍ତି ।

The post ‘ପିଲାମାନଙ୍କ ନିଦ ପୁରା ହୋଇପାରୁନି… ସ୍କୁଲ ସମୟ ବଦଳାଯାଉ’ ସରକାରଙ୍କୁ ପ୍ରସ୍ତାବ ଦେଲେ ରାଜ୍ୟପାଳ । first appeared on Kanak News.

from Kanak News
via <a href="https://ifttt.com/?

ଚାଇନା ଗତ ୧୦ ବର୍ଷରେ ୩୭ ପରମାଣୁ ରିଆକ୍ଟର ନିର୍ମାଣ କରିଛି : ବର୍ତ୍ତମାନ ପ୍ରତିବର୍ଷ ୮ ଟି ନିର୍ମାଣ କରିବାକୁ ପ୍ଲାନ ।  ଭାରତ ଏବଂ ଆମେରିକା ମାତ୍ର ୨ ଟି କରିଛନ୍ତି ।

କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ ବନ୍ଦ କରିବା ଏବଂ ତୈଳ -ଗ୍ୟାସ୍ ଆମଦାନୀ ହ୍ରାସ କରିବା ପାଇଁ ଚୀନ୍ ପବନ ଏବଂ ସୌର ଶକ୍ତିର ବିକାଶ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛି । ଏହା ସହିତ ଚୀନ୍‌ର ଆଣବିକ ଶକ୍ତି ଉପରେ ମଧ୍ୟ ନିଜର ବିଶେଷ ଧ୍ୟାନ କେନ୍ଦ୍ରିତ କରୁଛି । ମିଳିତ ଜାତିସଂଘର ଏଜେନ୍ସି ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ନିଜ ରିପୋର୍ଟରେ ପ୍ରକାଶ କରିଛି ଯେ ଗତ ଦଶନ୍ଧି ମଧ୍ୟରେ ଚୀନ୍ ୩୭ ଟି ନୂତନ ଆଣବିକ ରିଆକ୍ଟର ନିର୍ମାଣ କରିଛି । ବର୍ତ୍ତମାନ ଚାଇନାରେ ଆଣବିକ ରିଆକ୍ଟର ସଂଖ୍ୟା ୫୫ ରେ ପହଞ୍ଚିଛି ।

ସେହି ଅନୁସାରେ ଆମେରିକା ଗତ ୧୦ ବର୍ଷ ମଧ୍ୟରେ କେବଳ ୨ ଟି ନୂତନ ଆଣବିକ ରିଆକ୍ଟର ନିର୍ମାଣ କରିଛି ।  ଦୁନିଆରେ ଏହାର ସର୍ବାଧିକ ୯୨ ଟି ରିଆକ୍ଟର ଅଛି ।  ଭାରତରେ ବର୍ତ୍ତମାନ ୨୨ ଆଣବିକ ରିଆକ୍ଟର ଅଛି ।  ସେଥିମଧ୍ୟରୁ କେବଳ ୨ ଟି ଗତ ୧୦ ବର୍ଷ ମଧ୍ୟରେ ନିର୍ମାଣ କରାଯାଇଥିଲା ।

ଚୀନ୍ ପ୍ରତିବର୍ଷ ୮ ଟି ନୂଆ ଆଣବିକ ରିଆକ୍ଟର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି

ଚୀନ୍‌ର ଆଣବିକ ନିୟାମକ ସଂସ୍ଥା କହିଛି ଯେ ଆମେ ପ୍ରତିବର୍ଷ ୮ ରୁ ୧୦ ଟି ନୂଆ ରିଆକ୍ଟର ସ୍ଥାପନ କରିବାକୁ ସକ୍ଷମ ଅଟୁ । ବିଶ୍ୱରେ ସର୍ବାଧିକ ସଂଖ୍ୟକ ୨୨ ଟି ରିଆକ୍ଟର ଚାଇନାରେ ନିର୍ମାଣ କରାଯାଉଛି ।  ସୁରକ୍ଷା କାରଣରୁ ପୃଥିବୀର ଅନେକ ଦେଶରେ ପରମାଣୁ ରିଆକ୍ଟରଗୁଡ଼ିକର ବିରୋଧ ଆରମ୍ଭ ହୋଇଛି ।

ଚୀନ୍‌ର ରାଜ୍ୟ ପରିଷଦ (ଚୀନ୍ କ୍ୟାବିନେଟ୍) ୨୦୨୨ ରେ ୧୦ ଟି ଆଣବିକ ରିଆକ୍ଟର ପ୍ରତିଷ୍ଠାକୁ ଅନୁମୋଦନ କରିଛି । ବର୍ତ୍ତମାନ ଚାଇନାରେ ୨୨ ଟି ଆଣବିକ ରିଆକ୍ଟରର ନିର୍ମାଣ କାର୍ଯ୍ୟ ଚାଲିଛି, ଯାହା ବିଶ୍ବର ଅନ୍ୟ ଦେଶ ତୁଳନାରେ ଢେର ଅଧିକ ।

ଆଣବିକ ଶକ୍ତି ପ୍ରତି ଚୀନ୍‌ର ଦୈତ ମନୋଭାବ

ଗୋଟିଏ ପଟେ ଚୀନ୍ ନୂଆ ରିଆକ୍ଟର ସ୍ଥାପନ କରୁଛି କିନ୍ତୁ ଅନ୍ୟ ପଟେ ଏହା ଅନ୍ୟ ଦେଶକୁ ବିରୋଧ କରୁଛି । ସମ୍ପ୍ରତି, ଯେତେବେଳେ ଜାପାନ ୨୦୧୧ ରେ ହୋଇଥିବା ଭୂକମ୍ପରେ ନଷ୍ଟ ହୋଇଥିବା ଫୁକୁସିମା ରିଆକ୍ଟରର ବିଶୋଧିତ ଥଣ୍ଡା ଜଳକୁ ସମୁଦ୍ରରେ ଛାଡି ଦେଇଥିଲା, ସେତେବେଳେ ଚୀନ୍ ଏହାକୁ ବିରୋଧ କରିଥିଲା ​​ଏବଂ ଜାପାନର ସାମୁଦ୍ରିକ ଖାଦ୍ୟ ପଦାର୍ଥ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

ପାକିସ୍ତାନ-ଆର୍ଜେଣ୍ଟିନାରେ ରିଆକ୍ଟର ସ୍ଥାପନ କରିବ ଚୀନ

ପଶ୍ଚିମ ଦେଶରେ ନୂତନ ରିଆକ୍ଟର ନିର୍ମାଣ କରିବା ସହଜ ନୁହେଁ । ବିପୁଳ ପୁଞ୍ଜି ବିନିଯୋଗ ଏବଂ ଆଇନଗତ ପ୍ରତିବନ୍ଧକ ହେତୁ, ରିଆକ୍ଟର ନିର୍ମାଣ ପାଇଁ ଅନେକ ବର୍ଷ ଲାଗିଥାଏ । ଚାଇନାରେ ରିଆକ୍ଟର ନିର୍ମାଣ କରିବା ବହୁତ ସହଜ । ସେଠାରେ କେବଳ ସରକାରୀ କମ୍ପାନୀଗୁଡିକ ଆଣବିକ ରିଆକ୍ଟର ନିର୍ମାଣ କରନ୍ତି  । ଶସ୍ତା ଋଣ ବ୍ୟତୀତ ଚାଇନାରେ ଜମି ଅଧିଗ୍ରହଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ଚାଇନାରେ ସରକାର ଆଣବିକ କାରଖାନାରୁ ଉତ୍ପାଦିତ ବିଦ୍ୟୁତ୍ ଯୋଗାଣ କରୁଥିବା କମ୍ପାନୀଗୁଡିକୁ ସବସିଡି (ଶୁଳ୍କ ଫିଡ୍) ମଧ୍ୟ ପ୍ରଦାନ କରୁଛନ୍ତି ।

ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି କହିଛି ଯେ ଏହି ସବୁ କାରଣରୁ ସେଠାରେ ମେଗାୱାଟ ପ୍ରତି ଘଣ୍ଟା ପାଇଁ ଆଣବିକ ଶକ୍ତି ମୂଲ୍ୟ ପ୍ରାୟ ୫୮୩୬ ଟଙ୍କାକୁ ହ୍ରାସ ପାଇଛି ।  ଯାହା ତୁଳନାରେ ଆମେରିକାରେ ୮୭୫୪ ଟଙ୍କା ଏବଂ ୟୁରୋପୀୟ ସଂଘରେ ୧୩,୩୩୯ ଟଙ୍କା  ମେଗାୱାଟ ପ୍ରତି ଘଣ୍ଟା ରହିଛି ।

The post ଚାଇନା ଗତ ୧୦ ବର୍ଷରେ ୩୭ ପରମାଣୁ ରିଆକ୍ଟର ନିର୍ମାଣ କରିଛି : ବର୍ତ୍ତମାନ ପ୍ରତିବର୍ଷ ୮ ଟି ନିର୍ମାଣ କରିବାକୁ ପ୍ଲାନ ।  ଭାରତ ଏବଂ ଆମେରିକା ମାତ୍ର ୨ ଟି କରିଛନ୍ତି । first appeared on Kanak News.

from Kanak News
via <a href="https://ifttt.com/?

‘ଯିଏ AM-PM ପାର୍ଥକ୍ୟ ଜାଣିପାରୁନାହାଁନ୍ତି ସେ PMO କିପରି ସମ୍ଭାଳିବେ?’…ଦିନେ ରାହୁଲଙ୍କୁ ଏଭଳି କହିଥିଲେ ପ୍ରଣବ ମୁଖାର୍ଜୀ ।

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସ ଏଏମ-ପିଏମ୍ ମଧ୍ୟରେ ଫରକ ବୁଝିପାରିବେନି ସେ ପିଏମଓ କିଭଳି ସମ୍ଭାଳିବେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହା କହିଥିଲେ ତାଙ୍କ ଝିଅ ଶର୍ମିଷ୍ଠା ମୂଖାର୍ଜିଙ୍କୁ । ଶର୍ମିଷ୍ଠା ଏକ ବହି ଲେଖିଛନ୍ତି । ଯାହାର ନାମ ରହିଛି ‘ଇନ୍ ପ୍ରଣବ, ମାଇଁ ଫାଦର: ଏ ଡଟର ରେମେମ୍ବାର୍ସ‘ । ଏହି ବହିରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କୁ ନେଇ ପ୍ରଣବ କହିଥିବା କଥାକୁ ଶର୍ମିଷ୍ଠା ଲେଖିଛନ୍ତି । ପ୍ରଣବ ମୂଖାର୍ଜୀଙ୍କୁ ବିଭିନ୍ନ ସମୟରେ ରାହୁଲ ଗାନ୍ଧୀ ଦେଖାକରିବାକୁ ଆସନ୍ତି । ତାଙ୍କ ସ୍ୱଭାବ ନମ୍ର ହେଲେ ତାଙ୍କୁ ଦେଖିଲେ ଅନେକ ପ୍ରଶ୍ନ ଆସିବ ବୋଲି ପ୍ରଣବ କହିଥିବା ବହିରେ ଲେଖିଛନ୍ତି ଶର୍ମିଷ୍ଠା ।

ବହିରେ ଲେଖାଥିବା ତଥ୍ୟ ମୁତାବକ, ଥରେ ପ୍ରଣବ ମୂଖାର୍ଜୀଙ୍କ ସହ ରାହୁଲ ଗାନ୍ଧୀଙ୍କର ସଂଧ୍ୟାରେ ବୈଠକ ଥିଲା । ହେଲେ ରାହୁଲ ଗାନ୍ଧୀ ଆସି ସକାଳେ ପ୍ରଣବଙ୍କୁ ଭେଟିଥିଲେ । ପ୍ରାତଃ ଭ୍ରମଣ ଏବଂ ପୂଜା ସମୟରେ କାହା ସହ କଥା ହେବାକୁ ପ୍ରଣବ ପସନ୍ଦ କରନ୍ତି ନାହିଁ । ହେଲେ ଏହାପରେ ବି ରାହୁଲଙ୍କୁ ଭେଟିଥିଲେ ପ୍ରଣବ । ତେବେ ପରେ ଜଣାପଡିଲା କି ରାହୁଲ ସଂଧ୍ୟାରେ ଭେଟିବାରେ କାର୍ଯ୍ୟକ୍ରମ ଥିଲା । ତେଣୁ ପ୍ରଣବ ମୂଖାର୍ଜୀ କହିଥିଲେ ରାହୁଲ ଗାନ୍ଧୀଙ୍କ ଅଫିସ ଏଏମ୍-ପିଏମର ଫରକ ଜାଣିପାରୁନି । ପିଏମଓ କିଭଳି ସମ୍ଭାଳିିବେ । ଏହାବାଦ ପ୍ରଣବ ମୂଖାର୍ଜୀ ତାଙ୍କର ଏକ ଡାଏରୀରେ ଲେଖିଛନ୍ତି, ସେ ରାଷ୍ଟ୍ରପତି ହେବାପରେ ରାହୁଲ ଗାନ୍ଧୀ ତାଙ୍କୁ ରାଷ୍ଟ୍ରପତି ଭବନ ଭେଟିବାକୁ ଆସିଥିଲେ । ଏହି ସମୟରେ କ୍ୟାବିନେଟରେ ସାମିଲ ହେବାକୁ ପ୍ରଣବ ରାହୁଲଙ୍କୁ ପରାମର୍ଶ ଦେଇଥିଲେ । ପ୍ରଣବ ମୂଖାର୍ଜୀ ରଷ୍ଟ୍ରପତି ପଦରେ ବସିବା ପୂର୍ବରୁ ଦଳରେ ଗାନ୍ଧୀ ପରିବାରର ତିନି ପଢି ସହ କାମ କରିଥିବା ନେତା ।

The post ‘ଯିଏ AM-PM ପାର୍ଥକ୍ୟ ଜାଣିପାରୁନାହାଁନ୍ତି ସେ PMO କିପରି ସମ୍ଭାଳିବେ?’…ଦିନେ ରାହୁଲଙ୍କୁ ଏଭଳି କହିଥିଲେ ପ୍ରଣବ ମୁଖାର୍ଜୀ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ରେବାନ୍ତ ରାଜ୍ । ଶପଥ ପାଠ ଉତ୍ସବରେ କଂଗ୍ରେସର ବଡ ବଡ ନେତା ।

କନକ ବ୍ୟୁରୋ: ଆଜି ପ୍ରଥମ ଥର ପାଇଁ ତେଲେଙ୍ଗାନାରେ କଂଗ୍ରେସ ଶାସନ ଗାଦିରେ ବସିବ । ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ । ରେବାନ୍ତଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । । କଂଗ୍ରେସର ଶୀର୍ଷ ନେତା ସୋନିଆ ଓ ରାହୁଲ ଗାନ୍ଧୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ଏଥିପାଇଁ ଉତ୍ସାହିତ କଂଗ୍ରେସ ।

କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବାନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରେବାନ୍ତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ଗ୍ୟାରେଂଟି ପୂରଣ କରିବେ ବୋଲେ ସେ କହିଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପୂର୍ବରୁ ରେବାନ୍ତ ଦିଲ୍ଲୀରେ ପହଂଚି ପାର୍ଟି ହାଇ କମାଣ୍ଡଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡେଗ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ । ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି ।

The post ଆଜିଠୁ ରେବାନ୍ତ ରାଜ୍ । ଶପଥ ପାଠ ଉତ୍ସବରେ କଂଗ୍ରେସର ବଡ ବଡ ନେତା । first appeared on Kanak News.

from Kanak News
via <a href="https://ifttt.com/?

“ଭାରତ ସମସ୍ତଙ୍କୁ ସାହାଯ୍ୟ କରିବ, ଦ୍ୱୀପପୁଞ୍ଜ ଦେଶ ସହ ବନ୍ଧୁତା ବୃଦ୍ଧି ପାଇବ” : ଏନଏସଏ ଅଜିତ ଡୋଭାଲ କନକ୍ଲେଭ ପାଇଁ ମରିସସରେ ପହଞ୍ଚିଛନ୍ତି ।

‘କଲମ୍ବୋ ସୁରକ୍ଷା କନକ୍ଲେଭ’ର ଷଷ୍ଠ NSA ସ୍ତରୀୟ ବୈଠକରେ ଯୋଗଦେବା ପାଇଁ NSA ଅଜିତ ଡୋଭାଲ ମରିସସରେ ପହଞ୍ଚିଛନ୍ତି । ଏହି ବୈଠକ ମାଲଦ୍ୱୀପର ରାଜଧାନୀ ମରିସସରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସେ ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ସହ ସାମୁଦ୍ରିକ ସୁରକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଭାରତର ପ୍ରୟାସ ହେଉଛି ପଡୋଶୀ ଦେଶକୁ ଯେ କୌଣସି ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ଯୋଗାଇବା ।

କଲମ୍ବୋ ସୁରକ୍ଷା କନକ୍ଲେଭର  ଷଷ୍ଠ NSA ସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମରିସସରେ ପହଞ୍ଚିଛନ୍ତି । ଭାରତ ସହିତ ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ମଧ୍ୟ ଏହି କନକ୍ଲେଭରେ ଯୋଗଦେଇଛନ୍ତି ।  ଏହାପୂର୍ବରୁ ପଞ୍ଚମ ବୈଠକ ୯ ମେ’ ରେ ମାଲଦ୍ୱୀପ ଦ୍ୱାରା ଆୟୋଜିତ ହୋଇଥିଲା । ଯେଉଁଥିରେ NSA ସାମୁଦ୍ରିକ ସୁରକ୍ଷା ଏବଂ ଉଗ୍ରବାଦ ବିରୋଧରେ କଠୋର ପଦକ୍ଷେପ ପାଇଁ ସମସ୍ତ ସଦସ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ଦେଶର ସହଯୋଗ ବିଷୟରେ ଆଲୋଚନା କରିଥିଲା । କନକ୍ଲେଭର ଏହି ବୈଠକରେ ମରିସସ୍ ଚତୁର୍ଥ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ପୂର୍ବ ଆଫ୍ରିକୀୟ ଦେଶ ସେଚେଲସ୍ ଏବଂ ବାଂଲାଦେଶ ଏଠାରେ ପର୍ଯ୍ୟବେକ୍ଷକ ଭାବରେ ଅଂଶଗ୍ରହଣ କରିଥିଲେ ।

ଭାରତର NSA ଅଜିତ ଡୋଭାଲ କହିଛନ୍ତି ଯେ ସୁରକ୍ଷା ଚ୍ୟାଲେଞ୍ଜର ସମାଧାନ ପାଇଁ ସାମୁଦ୍ରିକ ପଡୋଶୀ ଦେଶ ମଧ୍ୟରେ ସହଯୋଗକୁ ମଜବୁତ କରିବାକୁ ପଡ଼ିବ। ସମସ୍ତ ଚ୍ୟାଲେଞ୍ଜର ପ୍ରଥମ ପ୍ରତିକ୍ରିୟାଶୀଳ ଦେଶ ଭାବରେ ଭାରତକୁ ନିଜର ଦାୟିତ୍ବ ପୂର୍ଣ କରିବାକୁ ପଡ଼ିବ । ଏହି ସୁରକ୍ଷା କନକ୍ଲେଭର ପଞ୍ଚମ ବୈଠକରେ ଏନଏସଏ ଏହା କହିଛନ୍ତି ।  ଏହି ସୁରକ୍ଷା କନକ୍ଲେଭକୁ ସାମୁଦ୍ରିକ ସୁରକ୍ଷା ସହଯୋଗ ପାଇଁ ତ୍ରିପାକ୍ଷିକ ବୈଠକ ମଧ୍ୟ କୁହାଯାଉଥିଲା ।

ଚତୁର୍ଥ NSA ସ୍ତରୀୟ ବୈଠକରେ ପରିବର୍ତ୍ତନ କରାଯାଇଥିଲା ।

୨୮ ନଭେମ୍ବର ୨୦୨୦ ରେ କଲମ୍ବୋରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକର ଚତୁର୍ଥ NSA ସ୍ତରୀୟ ବୈଠକରେ ଭାରତ, ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ଏହି ଗୋଷ୍ଠୀର ପରିସର ଏବଂ ସଦସ୍ୟତା ବୃଦ୍ଧି କରିବା ସହ ଏହାର ନାମ ‘କଲମ୍ବୋ ସୁରକ୍ଷା କନକ୍ଲେଭ’ରେ ପରିବର୍ତ୍ତନ କରିବାକୁ ସହମତ ହୋଇଥିଲେ । ସମ୍ମିଳନୀର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ NSA ସ୍ତରରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ଉପରେ ନଜର ରଖିବା ପାଇଁ କଲମ୍ବୋରେ ଏକ ସଚିବାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି ।

CSC ବୈଠକରେ କ’ଣ ହେଲା ?

ଏହା ବ୍ୟତୀତ କଲମ୍ବୋ ସିକ୍ୟୁରିଟି କନକ୍ଲେଭ ଯଥା CSC ର ସପ୍ତମ ଡେପୁଟି NSA ସ୍ତରୀୟ ବୈଠକ ଜୁଲାଇ ୧୨, ୨୦୨୩ ରେ ଆୟୋଜିତ ହୋଇଥିଲା । ଏହି ବୈଠକ ଆଭାସି ମାଧ୍ୟମରେ ହେଇଥିଲା । ଯେଉଁଥିରେ ଭାରତ, ମାଲଦ୍ୱୀପ, ମରିସସ୍ ଏବଂ ଶ୍ରୀଲଙ୍କା ଅଂଶଗ୍ରହଣ କରିଥିଲେ । ଏହି ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସେଚେଲ୍ସ ଏବଂ ବାଂଲାଦେଶ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ଭାବରେ ଅଂଶଗ୍ରହଣ କରିଛନ୍ତି । ଏହି ବୈଠକରେ ଭାରତୀୟ ପ୍ରତିନିଧୀ ଦଳର ନେତୃତ୍ୱ ଡେପୁଟି ନ୍ୟାସନାଲ ସିକ୍ୟୁରିଟି ଉପଦେଷ୍ଟା ବିକ୍ରମ ମିସ୍ତ୍ରୀ ନେଇଥିଲେ । ମାଲଦ୍ୱୀପ ପ୍ରତିନିଧି ଦଳର ନେତୃତ୍ୱ ମାଲଦ୍ୱୀପର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା କାର୍ଯ୍ୟାଳୟର ସଚିବ ଆଇଶାଥ ନୋସିନ ୱାହିଦ ନେଇଥିଲେ ।  ମରିସସ୍ ପ୍ରତିନିଧି ଦଳ ମୁଖ୍ୟ ସଂଯୋଜକ, ସୁରକ୍ଷା ବ୍ୟାପାର, ମରିସସ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଏବଂ ଶ୍ରୀଲଙ୍କାର ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଜେନେରାଲ୍ ଶବନ୍ଦ୍ର ସିଲଭାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ।

The post “ଭାରତ ସମସ୍ତଙ୍କୁ ସାହାଯ୍ୟ କରିବ, ଦ୍ୱୀପପୁଞ୍ଜ ଦେଶ ସହ ବନ୍ଧୁତା ବୃଦ୍ଧି ପାଇବ” : ଏନଏସଏ ଅଜିତ ଡୋଭାଲ କନକ୍ଲେଭ ପାଇଁ ମରିସସରେ ପହଞ୍ଚିଛନ୍ତି । first appeared on Kanak News.

from Kanak News
via <a href="https://ifttt.com/?

ପଡିଆ ମଧ୍ୟରେ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଶ୍ରୀସନ୍ଥ କହିଲେ, ମୋତେ ନିଚ୍ଚା ଦେଖାଇଲେ, ସିନିୟର ଖେଳାଳୀ ଭାବେ ଏଭଳି କହିବା ଠିକ୍ ନୁହେଁ ।

କନକ ବ୍ୟୁରୋ : ଲିଜଣ୍ଡେସ କ୍ରିକେଟ ଲିଗ୍ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳୀଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହେଉଛି । ଭାରତର ବିଭିନ୍ନ ସହରରେ ଏହି ଲିଗର ମ୍ୟାଚ୍ ଖେଳାଯାଉଛି । ପୁରୁଣା ଷ୍ଟାରଙ୍କ ଖେଳ ପୁଣିଥରେ ଦେଖିବାକୁ ଷ୍ଟାଡିୟମରେ ମଧ୍ୟ ଦର୍ଶକଙ୍କର ଭିଡ ହେଉଛି । ଏହି ମ୍ୟାଚରେ କ୍ରିକେଟରଙ୍କ ମଧ୍ୟରେ ଜୋରସୋରରେ କଥା କଟାକଟି ଦେଖିବାକୁ ମିଳୁଛି ।ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି । ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆରେ କଥା କଟାକଟି ହୋଇଥିବାର ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏପରିକି ନିଜେ ଶ୍ରୀସନ୍ଥ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରି କହିଛନ୍ତି ଯେ, ସିନିୟର ଖେଳାଳୀ ଭାବେ ଗୌତମ ଗମ୍ଭୀର ପଡିଆ ମଝିରେ ଯାହା କହିଲେ ତାହା ଉଚିତ୍ ନଥିଲା ।

ମ୍ୟାଚ୍ ପରେ ଶ୍ରୀସନ୍ଥ ଏକ ପୋଷ୍ଟ ସେୟାର କରି କହିଥିଲେ, ମିଷ୍ଟର ଫାଇଟର ଓ ମୋ ମଧ୍ୟରେ ଯାହା ହେଲା ତାହାକୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି । ଗମ୍ଭୀର ସବୁବେଳେ ନିଜର ସାଥୀ ଖେଳାଳୀଙ୍କ ସହ ଝଗଡା କରୁଛନ୍ତି ଏବଂ ତାହା ବି ପୁଣି ବିନା କାରଣରେ । ବୀରେନ୍ଦ୍ର ସେହୱାଗ ଓ ଅନ୍ୟ ଖେଳାଳୀଙ୍କ ସହ ମଧ୍ୟ ଏଭଳି ବ୍ୟବହାର କରନ୍ତି । ସିନିୟର ଖେଳାଳୀଙ୍କୁ ସମ୍ମାନ କରନ୍ତିନି । ଆଜି ମଧ୍ୟ ସେଭଳି କିଛି ହେଲା, ବାରମ୍ବାର ପଡିଆରେ ସେ ଉସକାଉଥିଲେ । ପଡିଆ ଭିତରେ ଯାହା ବି ସେ କହୁଥିଲେ ତାହା ବେଶ ଅଭଦ୍ରାମୀ ଥିଲା । ମୋର କୌଣସି ଭୁଲ ନଥିଲା । ଗୌତମ ଗମ୍ଭୀର ପଡିଆ ମଧ୍ୟରେ କଣ କରୁଥିଲେ ତାହା ଖୁବଶୀଘ୍ର ସମସ୍ତେ ଜାଣିଯିବେ । ପଡିଆ ଭିତରେ ଲାଇଭ ମ୍ୟାଚରେ ଏଭଳି ଶବ୍ଦ ଆଦୌ ଗ୍ରହଣୀୟ ନୁହେଁ । ମୋ ପରିବାର, ମୋ ରାଜ୍ୟ ଏପରିକି ମୋତେ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ବହୁତ ସହିଲେଣି । କିନ୍ତୁ ଏବେ ବିନା କାରଣରେ କେହି ମୋତେ ନିଚ୍ଚା ଦେଖାଇବ ଏବଂ ଅପମାନିତ କରିବ ତାହା ଉଚିତ୍ ନୁହେଁ । ଗୌତମ ଗମ୍ଭୀର ଏଭଳି କଥା ଆଦୌ କହିବାର ନଥିଲା ।

https://platform.twitter.com/widgets.jsଏହାପୂର୍ବରୁ ଗତ ଆଇପିଏଲରେ ଗୌତମ ଗମ୍ଭୀର ଓ ବିରାଟ କୋହଲିଙ୍କ ମଧ୍ୟରେ ପଡିଆରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଥିଲା । ଯାହାକୁ ନିଜ ଭିଡ଼ିଓରେ ମଧ୍ୟ ପ୍ରକାଶ କରିଥିଲେ ଶ୍ରୀସନ୍ଥ । ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ଦଳର ସଦସ୍ୟ ରହି ସାରିଛନ୍ତି ଗୌତମ ଗମ୍ଭୀର । ଟି-୨୦ ବିଶ୍ୱକପର ଫାଇନାଲରେ ମିସବା ଉଲ୍ ହକଙ୍କ କ୍ୟାଚ୍ ଧରି ଭାରତକୁ ବିଶ୍ୱବିଜୟୀ କରାଇଥିଲେ ଶ୍ରୀସନ୍ଥ ।

 

View this post on Instagram

 

A post shared by SREE SANTH (@sreesanthnair36)

//www.instagram.com/embed.js

The post ପଡିଆ ମଧ୍ୟରେ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ତୁ ତୁ ମେଁ ମେଁ । ଶ୍ରୀସନ୍ଥ କହିଲେ, ମୋତେ ନିଚ୍ଚା ଦେଖାଇଲେ, ସିନିୟର ଖେଳାଳୀ ଭାବେ ଏଭଳି କହିବା ଠିକ୍ ନୁହେଁ । first appeared on Kanak News.

from Kanak News
via <a href="https://ifttt.com/?

ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଅଧିକାରୀ ଟେରା । ବସ୍ତା ବସ୍ତା ଟଙ୍କା ଗଣି ମେସିନ ବି ହାଲିଆ । ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ । ଦେଖନ୍ତୁ ଏହି ଭିଜୁଆଲ ।

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା । ସୁନ୍ଦରଗଡ ଓ ସମ୍ବଲପୁରରେ ରେଡ୍ ବେଳେ କିଛି ଏଭଳି ଟଙ୍କା ଜବତ ହୋଇଛି ମଦ ବ୍ୟବସାୟୀଙ୍କ ଘରୁ । ବିଡା ବିଡା ଟଙ୍କାରେ ଆଲମିରା ଭର୍ତି ହୋଇଛି । ଯୋଉଠି ଖୋଜିବ ଖାଲି ବାହାରୁଛି ପୁଳା ପୁଳା ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ଆୟକର ଅଧିକାରୀଙ୍କ ଆଖି ଟେରା ହୋଇ ଗଲାଣି । ମଦ ବ୍ୟବସାୟୀଙ୍କ ଘରୁ ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ ନେବାକୁ ଟ୍ରକ୍ ଆଣିବାକୁ ପଡିଛି । ଭୁବନେଶ୍ୱର, ସୁନ୍ଦରଗଡ, ରାୟଗଡା, ବୌଦ୍ଧ ଏବଂ ଟିଟଲାଗଡରେ ଏକା ସଙ୍ଗରେ ଆୟକର ବିଭାଗର ରେଡ୍ ଚାଲିଛି । ଟଙ୍କା ଗଣି ଗଣି ମେସିନ୍ ବି ହାଲିଆ ହୋଇଗଲାଣି ।

ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଂ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା । ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ କରିବା ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୧୦୦ ଟଙ୍କିଆରୁ ୫୦୦ ଟଙ୍କିଆ ନୋଟର ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି ।

ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । ଆୟକର ବିଭାଗର ୧୫ରୁ ଅଧି ଟିମ୍ ଏକା ସାଙ୍ଗରେ ଚଢାଉ କରୁଛନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି ।

The post ମଦ ବ୍ୟବସାୟୀଙ୍କ ଟଙ୍କା ଦେଖି ଅଧିକାରୀ ଟେରା । ବସ୍ତା ବସ୍ତା ଟଙ୍କା ଗଣି ମେସିନ ବି ହାଲିଆ । ଆହୁରି ଖୋଜୁଛନ୍ତି ଆଇଟି ଅଧିକାରୀ । ଦେଖନ୍ତୁ ଏହି ଭିଜୁଆଲ । first appeared on Kanak News.

from Kanak News
via <a href="https://ifttt.com/?

କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ । ଖେଳକୁ ନେଇ ଯୁକ୍ତିତର୍କ ,ପରେ ସଂଘବଦ୍ଧ ଆକ୍ରମଣ ।

କନକ ବ୍ୟୁରୋ: କ୍ରିକେଟ ଖେଳରୁ ମହାଭାରତ, ଯବାନଙ୍କ ମୃତ୍ୟୁ । ସଂଘବଦ୍ଧ ଆକ୍ରମଣରେ ଛୁଟିରେ ଘରକୁ ଆସିଥିବା ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଛତ୍ରପୁର ଅଂଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି । ସୂଚନା ମୁତାବକ, ଛତ୍ରପୁର କାଳୀପଲ୍ଲୀ ଗାଁର ଯବାନ ଡିଲେଶ୍ୱର ପାତ୍ର ଛୁଟି କଟିବାକୁ ଘରକୁ ଆସିଥିଲେ । ଗତ ରବିବାର କ୍ରିକେଟ ମ୍ୟାଚ ଦେଖିବାକୁ ସାଙ୍ଗମାନଙ୍କ ସହ ଗୋପାଳପୁର ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଅନ୍ୟ ଗାଁର ପିଲାମାନଙ୍କ ସହ ଝଗଡ଼ା ହୋଇଥିଲା । ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଖେଳ ସରିବା ପରେ ଡିଲେଶ୍ୱର ଘରକୁ ଫେରୁôଲେ । ଏହି ସମୟରେ ଝଗଡା ହୋଇଥିବା ପିଲାମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଡିଲେଶ୍ୱରଙ୍କ ମୁଣ୍ଡ ଏବଂ କାନରେ ଗଭୀର ଆଘାତ ଲାଗିଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମୁପର ମେଡିକାଲ ପରେ ଭୁବନେଶ୍ୱର ଅଣାଯାଇଥିଲା । ୪ ଦିନ ଧରି ଜୀବନ ସହ ସଂଗ୍ରାମ କରି ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡିଲେଶ୍ୱର । ତେବେ ଏନେଇ ଅଭିଯୋଗ ପରେ ଚମାଖଣ୍ଡି ପୁଲିିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

The post କ୍ରିକେଟ ଖେଳରୁ ଗଲା ଯବାନଙ୍କ ଜୀବନ । ଖେଳକୁ ନେଇ ଯୁକ୍ତିତର୍କ ,ପରେ ସଂଘବଦ୍ଧ ଆକ୍ରମଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started