ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଲା ଅଦିନିଆ ବର୍ଷା । ସୁନ୍ଦରଗଡରେ ସବୁ ସରକାରୀ, ବେସରକାରୀ ସ୍କୁଲ ବନ୍ଦ । କୋରାପୁଟରେ ଧସିଲା ପାହାଡ ।

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ସମ୍ବଲପୁରରେ ବର୍ଷା ଲାଗି ରହିଛି । ଯାହା ଚାଷୀଙ୍କ ସମସ୍ୟା ବଢାଇ ଦେଇଛି । ଅଧିକାଂଶ ସ୍ଥାନରେ ଧାନ ଅମଳ ଜାରି ରହିଥିବାବେଳେ ବର୍ଷା ଚାଷୀଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । କେଉଁଠି ବିଲରେ ପେଟା ପଡିଛି, କିଛି ସ୍ଥାନରେ ଧାନ କଟା ସରିନାହିଁ । ଆଉ ବର୍ଷା ପାଇଁ ବିଲରେ ଧାନ ପଚିବା ସ୍ଥିତି ଦେଖା ଦେଲାଣି । ତାଲବ ଗାଁରେ ଏକର ଏକର ଧାନ ଫସଲ ବର୍ଷା ପାଣିରେ ଭିଜୁଥିବାବେଳେ ଚାଷୀ ବର୍ତମାନ ଚିନ୍ତାରେ । ବର୍ଷା ପାଇଁ ବିଲକୁ ଅମଳ ମେସିନ୍ ମଧ୍ୟ ଯାଇ ପାରୁ ନାହିଁ । ଧାନ ନକାଟିଲେ ପରବର୍ତ୍ତୀ ସମୟରେ ଏହା ଗଜା ହୋଇଯିବାର ସମ୍ଭାବନା ରହିଥିବା ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି ।

ବର୍ଷା ପାଇଁ ସୁନ୍ଦରଗଡରେ ସବୁ ସ୍କୁଲ ବନ୍ଦ । ଗତକାଲିଠାରୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷାକୁ ନଜରରେ ରଖି ଜିଲ୍ଲାରେ ସମସ୍ତ ସ୍କୁଲ ଦିନକ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଅଧିକାରୀ ସୁନ୍ଦରଗଡରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍କୁ ଆଜି ଦିନକ ପାଇଁ ଛୁଟି ରଖିବାକୁ ଘୋଷଣା କରିଛନ୍ତି ।

The post ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଲା ଅଦିନିଆ ବର୍ଷା । ସୁନ୍ଦରଗଡରେ ସବୁ ସରକାରୀ, ବେସରକାରୀ ସ୍କୁଲ ବନ୍ଦ । କୋରାପୁଟରେ ଧସିଲା ପାହାଡ । first appeared on Kanak News.

from Kanak News
via <a href="https://ifttt.com/?

ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା ।

କନକ ବ୍ୟୁରୋ: ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ ବନ୍ଦ । ସ୍ୱତନ୍ତ୍ର ଜିଲ୍ଲା ଦାବି ନେଇ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । କ୍ରିୟାନୁଷ୍ଠାନ ସଭ୍ୟମାନେ ବିଭିନ୍ନ ଛକରେ ପିକେଟିଂ କରି ଗାଡି ମଟର ଚଳାଚଳ ବନ୍ଦ କରୁଥିବାର ଦେଖିବାକୁ ମିଳିଛି । ଆଠଗଡକୁ ଜିଲ୍ଲା ମାନ୍ୟତା ଦାବି ଅଣଦେଖା କରାଯାଉଥିବାରୁ ଗତ ଏକ ମାସ ହେବ ଆଠଗଡ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଆସୁଥିଲେ କ୍ରିୟାନୁଷ୍ଠାନ କମିଟି । ଆଜି ଏହାକୁ ନେଇ ବନ୍ଦ ଡାକରା ଦେଇଛି କମିଟି ।

ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ଓକିଲ ସାମିଲ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଆଠଗଡ ଡିଏସ୍ପିଙ୍କ ନେତୃତ୍ୱରେ ତିନି ପ୍ଲାଟିନ୍ ଫୋର୍ସ ମୁତୟନ ରହିଛନ୍ତି । ବନ୍ଦ ପ୍ରଭାବରେ ଆଠଗଡରେ ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

The post ଜିଲ୍ଲା ମାନ୍ୟତା ଦାବିରେ ଆଜି ଆଠଗଡ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାର ଘଣ୍ଟିଆ ବନ୍ଦ ଡାକରା । first appeared on Kanak News.

from Kanak News
via <a href="https://ifttt.com/?

ସଂସଦରେ ଗୃହମନ୍ତ୍ରୀଙ୍କ ବୟାନ: କହିଲେ ପିଓକେ ଆମର । ନେହେରୁଙ୍କ ଦୁଇଟି ଭୁଲ ନିଷ୍ପତ୍ତିର ଫଳ ଭୋଗୁଛନ୍ତି ପିଓକେବାସୀ ।ଗୃହରେ ମୁହାଁମୁହିଁ କଂଗ୍ରେସ ଏବଂ ବିଜେପି ।

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣିଥରେ ପିଓକେ ପ୍ରସଙ୍ଗ ଉଠିଛି । ଗତକାଲି ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପରେ ନିଜର ଆଭିମୁଖ୍ୟ ରଖୁଥିଲେ । ଏହି ସମୟରେ ସେ କହିଥିଲେ

ନେହରୁଙ୍କ ଭୁଲ ଯୋଗୁଁ ପିଓକେ ସୃଷ୍ଟି ହୋଇଛି । କଂଗ୍ରେସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଦୁଇ ବିଲ୍ ପାରିତ ହେଲେ କାଶ୍ମୀରରେ ବିଧାନସଭା ଆସନ ୧୧୪କୁ ବୃଦ୍ଧି ପାଇବ । କିନ୍ତୁ ବଡ କଥା ହେଉଛି ପିଓକେ ପାଇଁ ୨୪ଟି ଆସନ ସଂରକ୍ଷିତ ରଖାଯାଇଛି । ପାକିସ୍ତାନ କବଜାରେ ପିଓକେ ଥିବା ଯାଏ ଏହି ଆସନ ଖାଲି ରହିବ । କେନ୍ଦ୍ରର ମୋଦୀ ସରକାର ସାଧାରଣ ନିର୍ବାଚନ ବେଳେ ସଂସଦରେ ଏପରି ଏକ ବିଲ୍ ରଖି ପିଓକେକୁ ଆଗାମୀ ଦିନରେ ଭାରତରେ ସାମିଲ କରାଇବାକୁ ଯୋଜନା ରହିଛି ବୋଲି ଏକ ବାର୍ତା ଦେବାକୁ ପ୍ରୟାସ କରିଛନ୍ତି ।

ଶାହା କହିଛନ୍ତି, ପିଓକେ ଆମର । ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦୁଇଟି ବଡ଼ ଭୁଲ ହୋଇଥିଲା, ଯେଉଁଥିପାଇଁ କାଶ୍ମୀର ବର୍ଷ ବର୍ଷ ଧରି କ୍ଷତି ସହିଥିଲା । ଯେତେବେଳେ ଆମ ସେନା ବିଜୟୀ ହେଉଥିଲା, ସେତେବେଳେ ପଞ୍ଜାବ ଅଂଚଳ ଆସିବା ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଜନ୍ମ ହେବା ମାତ୍ରେ ଅସ୍ତ୍ରବିରତି ଲାଗୁ କରାଯାଇଥିଲା ବୋଲି ସେ କହିଛନ୍ତି । ଯଦି ଅସ୍ତ୍ରବିରତି ୩ ଦିନ ବିଳମ୍ବ ହୋଇଥାନ୍ତା, ତେବେ ପାକିସ୍ତାନ ଅଧିକୃତ କଶ୍ମୀର ଆଜି ଭାରତର ଅଂଶ ହୋଇଥାନ୍ତା । ଆମ ପ୍ରସଙ୍ଗକୁ ଜାତିସଂଘକୁ ନିଆଯାଇଥିଲା, ଯାହା ଏକ ବଡ଼ ଭୁଲ ବୋଲି ଶାହା କହିଥିଲେ । ତେବେ କଂଗ୍ରେସ ସାଂସଦମାନେ ଅମିତ ଶାହାଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିବା ସହ ଗୃହରେ ତୀବ୍ର ହଙ୍ଗାମା ହୋଇଥିଲା । ବିରୋଧୀ ଦଳ ନେତା କହିଲେ ତଥ୍ୟ ଠିକ୍ ଭାବେ ନରଖାଯାଇ କରାଯାଉଛି ବଦନାମ ।

The post ସଂସଦରେ ଗୃହମନ୍ତ୍ରୀଙ୍କ ବୟାନ: କହିଲେ ପିଓକେ ଆମର । ନେହେରୁଙ୍କ ଦୁଇଟି ଭୁଲ ନିଷ୍ପତ୍ତିର ଫଳ ଭୋଗୁଛନ୍ତି ପିଓକେବାସୀ ।ଗୃହରେ ମୁହାଁମୁହିଁ କଂଗ୍ରେସ ଏବଂ ବିଜେପି । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ଉପରେ କ୍ଷୋଭ । କହିଲେ, ମତେ କେହି ପଚାରୁ ନାହାଁନ୍ତି ।

କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ । କହିଲେ ମୋତେ କେହି ପଚାରୁନାହାଁନ୍ତି । ପ୍ରଶାସନ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ । ଗୁଜରାଟରେ ଅନୁଷ୍ଠିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶଙ୍କରାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିର ପ୍ରସଙ୍ଗରେ ତାଙ୍କ ଠାରୁ କୌଣସି ମତାମତ ନିଆଯାଉନାହିଁ ବୋଲି କହିଛନ୍ତି ।

ଶାସନତନ୍ତ୍ର, ଶ୍ରମନ୍ଦିର ପରିଚାଳନା କମିଟି, ସେବାୟତ ସମସ୍ତେ ଦୂରତା ଅବଲମ୍ବନ କରୁଥିବା କହିଛନ୍ତିି ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିରର ଯେକୌଣସି କାର୍ଯ୍ୟରେ ତାଙ୍କର ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତେ ଅଣଦେଖା କରୁଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି, ରଥଯାତ୍ରା ସମୟରେ କେବଳ ରଥ ଉପରକୁ ଯିବା ବ୍ୟତୀତ ତାଙ୍କର ଆଉ କିଛି ସମ୍ପର୍କ ନାହିଁ ।

The post ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଶଙ୍କରାଚାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ଉପରେ କ୍ଷୋଭ । କହିଲେ, ମତେ କେହି ପଚାରୁ ନାହାଁନ୍ତି । first appeared on Kanak News.

from Kanak News
via <a href="https://ifttt.com/?

‘ମୋ ବାପାଙ୍କ ମୃତଦେହ ଫେରାଇ ଆଣ’ । କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରୀ କଲା ମୃତ ସୁରେଶଙ୍କ କୁନି ଝିଅ ।

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ମୃତଦେହ ଫେରାଇ ଆଣିବାକୁ କାକୁତି ମିନତି ହେଉଛନ୍ତି ପରିବାର । ବାପାର ମୃତଦେହ ଆଣିବା ପାଇଁ ଭୋ ଭୋ ହୋଇ କାନ୍ଦୁଛି କୁନି ଝିଅ । ମାଆ ଅବସ୍ଥା ବି ଅନୁରୂପ ।

ଦାଦନ ଖଟିବାକୁ ଗୋଆକୁ ଯାଇଥିଲେ କିଂଜିରିକେଲା ଥାନା କୁକୁରିଡିହି ଗାଁର ସୁରେଶ ଲାରଙ୍ଗ । ପ୍ରାୟ ୨ ବର୍ଷ ପରେ ସେ ଘରକୁ ଫେରୁଥିଲେ । ଗୋଆରୁ ବିଜୟୱାଡ଼ା ଆସି ସେଠାରୁ ଆଉ ଏକ ଟ୍ରେନ ବଦଳାଇ ଓଡ଼ିଶାକୁ ଫେରୁଥିଲେ । ହେଲେ ଗୁଂଟୁର ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପରିବାରକୁ ସୁରେଶଙ୍କ ମୃତ୍ୟୁ ସଂପର୍କରେ ଜଣାଇଛି ରେଳବାଇ ପୁଲିସ । ଅଚାନକ ମୃତ୍ୟୁ ଖବର ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଘରର ମୁଖ୍ୟ ଲୋକ ଏବଂ ଏକମାତ୍ର ରୋଜଗାରିଆ ମଣିଷକୁ ହରାଇ ବେସାହାରା ହୋଇଯାଇଛି ପରିବାର । କିନ୍ତୁ ଏବେ ସେମାନଙ୍କ ଚିନ୍ତା, ସୁରେଶଙ୍କ ମୃତଦେହ କିପରି ଘରକୁ ଫେରି ଆସିବ ।

ଗରିବ ପରିବାର ହୋଇଥିବାରୁ କିଛି ଉପାୟ ନପାଇ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି । ମାଆ-ଝିଅଙ୍କ କାନ୍ଦି କାନ୍ଦି ସେମାନଙ୍କ ଦୁଃଖ ଜଣାଇଛନ୍ତି । ଏ ନେଇ ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହାପରେ ସୁରେଶଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

The post ‘ମୋ ବାପାଙ୍କ ମୃତଦେହ ଫେରାଇ ଆଣ’ । କାନ୍ଦି କାନ୍ଦି ଜିଲ୍ଲାପାଳଙ୍କୁ ଗୁହାରୀ କଲା ମୃତ ସୁରେଶଙ୍କ କୁନି ଝିଅ । first appeared on Kanak News.

from Kanak News
via <a href="https://ifttt.com/?

ଗୁଣି ଗାରେଡି ସନ୍ଦେହରେ ହତ୍ୟା । ୬ ଜଣଙ୍କୁ  ଗିରଫ କରି ଜେରା କଲା ପୋଲିସ । ବୌଦ୍ଧ ତିଳପଙ୍ଗା ଗାଁର ଘଟଣା ।

କନକ ବ୍ୟୁରୋ: ଗୁଣି ଗାରେଡି ସନ୍ଦେହରେ ହତ୍ୟା । ଗୁଣି ଗାରେଡି କରିଥିବା ସନ୍ଦେହରେ ବୌଦ୍ଧ ତିଳପଙ୍ଗା ଗାଁର ଚାଷୀ ମଧୁ କହଁରଙ୍କୁ ହତ୍ୟା କରାଯାଇଛି । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି । ଗୁଣି ଗାରେଡି କରୁଥିବା ମଧୁଙ୍କ ପାଖକୁ ଅନେକ ଲୋକ ସେମାନଙ୍କ ସମସ୍ୟା ନେଇ ଆସୁଥିଲେ ।

କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିିଙ୍କ ମୃତ୍ୟୁ ହୋଇଥିଲା । ମଧୁ ଗୁଣି ଗାରେଡି କରି ହତ୍ୟା କରିଥିବା ସନ୍ଦେହ କରି ପରିବାର ଲୋକ ଗତ ନଭେମ୍ବର ୨୯ ତାରିଖରେ ଅପହରଣ କରିନେଇଥିଲେ । ରାତିରେ ଏକ ନିଛାଟିଆ ସ୍ଥାନକୁ ନେଇ ମଦ ପିଆଇବା ପରେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲେ । ଡିଡିଙ୍ଗାପଦା ଗାଁ ଜଙ୍ଗଲ ନିକଟରୁ ତାଙ୍କ ମୃତଦେହ ଉଦ୍ଧା କରାଯାଇଥିଲା ।

The post ଗୁଣି ଗାରେଡି ସନ୍ଦେହରେ ହତ୍ୟା । ୬ ଜଣଙ୍କୁ  ଗିରଫ କରି ଜେରା କଲା ପୋଲିସ । ବୌଦ୍ଧ ତିଳପଙ୍ଗା ଗାଁର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ । କଟକ ଷ୍ଟେସନରେ ବ୍ରେକ୍ ବାଇଡିଂ ଯୋଗୁଁ ଡି-ନାଇନ୍ ବଗି ତଳୁ ବାହାରିଲା ପ୍ରବଳ ଧୂଆଁ । ଅଘଟଣକୁ ଏଡାଇଲା ଅଗ୍ନିଶମ ବାହିନୀ ।

କନକ ବ୍ୟୁରୋ: ଜନଶତାବ୍ଦୀ ଟ୍ରେନରେ ନିଆଁ ଓ ଧୂଆଁ । ଭୁବନେଶ୍ୱରରୁ ହାୱଡା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ୍ ବାହାରି ଥିଲା ପ୍ରବଳ ଧୂଆଁ । କଟକ ଷ୍ଟେସନରେ ଛିଡା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ତେବେ ଏତେ ମାତ୍ରାରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟବୀତ ହୋଇଯାଇଥିଲେ ।

ଆରପିଏଫ୍ ଓ ଅଗ୍ନିଶମ ବାହିନୀର ତତ୍ପରତା ପାଇଁ ଏକ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଥିଲା । ତୁରନ୍ତ ଆରପିଏଫ୍ ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଧୂଆଁ ବାହାରିବାର କାରଣ ଖୋଜିବା ସହ ନିଆଁ ଓ ଧୂଆଁକୁ ଆୟତ୍ତ କରିଥିଲେ । ବ୍ରେକ୍ ବାଇଡିଂ ଯୋଗୁଁ ଡି-ନାଇନ୍ ବଗି ତଳୁ ଧୂଆଁ ବାହାରିଥିବା ଜଣାପଡିଥିଲା ।

The post ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ । କଟକ ଷ୍ଟେସନରେ ବ୍ରେକ୍ ବାଇଡିଂ ଯୋଗୁଁ ଡି-ନାଇନ୍ ବଗି ତଳୁ ବାହାରିଲା ପ୍ରବଳ ଧୂଆଁ । ଅଘଟଣକୁ ଏଡାଇଲା ଅଗ୍ନିଶମ ବାହିନୀ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢଉ  । ନଗଦ ୨୦୦ କୋଟି ଟଙ୍କା ଜବତ  । ଚଢଉ ଜାରି ।   

କନକ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଅମାପ ସମ୍ପତ୍ତି । ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ଘର ଚଟାଣ ହେଉ କି ପଲଙ୍କ, ରୋଷେଇ ଘର ହେଉ ଅବା ଡ୍ରଇଂ ରୁମ, ଯେଉଁଠି ଖୋଜିଲେ ସେଇଠୁ ମିଳୁଛି ଟଙ୍କା ।

ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ  ରାଜକିଶୋର ସାହୁ ଏବଂ ଦବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ କରିବା ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୧୦୦ ଟଙ୍କିଆରୁ  ୫୦୦ ଟଙ୍କିଆ ନୋଟର ବିଡା ଦେଖି ତାଜୁବ ହୋଇଯାଇଛନ୍ତିି ଆୟକର ଅଧିକାରୀ । ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ  ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି ।

ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି  ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି ।  ଆୟକର ବିଭାଗର ୧୫ରୁ ଅଧି ଟିମ୍ ଏକା ସାଙ୍ଗରେ ଚଢାଉ କରୁଛନ୍ତି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ କୋଲକତା ଏବ ରାଚିଂରେ ଥିବା ରାଜକିଶୋର ସାହୁଙ୍କ ସଂସ୍ଥାରେ ମଧ୍ୟ ଚଢାଉ କରାଯାଇଛି ।

The post ରାଜ୍ୟରେ ବଡ ଧରଣର ଆଇଟି ରେଡ୍ । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢଉ  । ନଗଦ ୨୦୦ କୋଟି ଟଙ୍କା ଜବତ  । ଚଢଉ ଜାରି ।    first appeared on Kanak News.

from Kanak News
via <a href="https://ifttt.com/?

ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ । ଢେଙ୍କାନାଳ ହଳଦିଆବାହାଳ ନିକଟରେ ରାସ୍ତା ପାର ହେଲେ ୨୫ ଟିକିଆ ହାତୀ ପଲ । ଘଣ୍ଟା ଘଣ୍ଟା ଅଟକିଲା ଗାଡି ।

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ବୁଲୁଛନ୍ତି ହାତୀ । ୨୫ ଟିକିଆ ହାତୀ ଜାତୀୟ ରାଜପଥର ଗୋଟିଏ ପାଖରୁ ଅନ୍ୟପାଖକୁ ପାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଅଥପନ୍ତରିଆ ଭାବେ ପଡ଼ି ରହିଛି । ତେଣୁ ରାସ୍ତା ମଝିରେ କ୍ରସର ଗୁଣ୍ଡ ଓ ମାଟି ଜମା ହୋଇ ରହିଛି । ଫଳରେ ରାସ୍ତା ଅତିକ୍ରମ କରିବା ପାଇଁ ହାତୀଙ୍କୁ ସଂଘର୍ଷ କରିବାକୁ ପଡୁଥିବା ଦେଖିବାକୁ ମିଳିଛି । ହାତୀ ରାସ୍ତାପାର ହେଉଥିବାରୁ ଦୁଇ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଥିଲା ।

The post ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ । ଢେଙ୍କାନାଳ ହଳଦିଆବାହାଳ ନିକଟରେ ରାସ୍ତା ପାର ହେଲେ ୨୫ ଟିକିଆ ହାତୀ ପଲ । ଘଣ୍ଟା ଘଣ୍ଟା ଅଟକିଲା ଗାଡି । first appeared on Kanak News.

from Kanak News
via <a href="https://ifttt.com/?

ରାତିରେ ବି ସୁରକ୍ଷିତ ଅତିଥି ପକ୍ଷୀ । ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ ଅଣ୍ଟା ଭିଡିଛି ବନ ବିଭାଗ । ଉପରେ ବୁଲୁଛି ଡ୍ରୋନ୍ ।

କନକ ବ୍ୟୁରୋ: ରାତିରେ ବି ସୁରକ୍ଷିତ ଆମ ଅତିଥି ପକ୍ଷୀ । ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ ଅଣ୍ଟା ଭିଡ଼ିଛି ବନ ବିଭାଗ । ରାତିରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଚିଲିକାରେ ଘୁରି ବୁଲୁଛନ୍ତି । ଯେଉଁ ସ୍ଥାନରେ ଅଧିକ ବିଦେଶୀ ପକ୍ଷୀ ରହୁଛନ୍ତି, ସେହି ସ୍ଥାନରେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ବାଇନାକୁଲାର, ଟ୍ରଚ ଲାଇଟ୍, ଲାଠି ଓ ଠେଙ୍ଗା ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଛନ୍ତି । ଏହା ସହ ଦିନରେ ପକ୍ଷୀଙ୍କ ସୁରକ୍ଷା ପାିଁ ଶିକାରୀଙ୍କ ଉପରେ ନଜର ରଖିବ ଡ୍ରୋନ୍ ।

The post ରାତିରେ ବି ସୁରକ୍ଷିତ ଅତିଥି ପକ୍ଷୀ । ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ ଅଣ୍ଟା ଭିଡିଛି ବନ ବିଭାଗ । ଉପରେ ବୁଲୁଛି ଡ୍ରୋନ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started