ବାଘ ଛାଲ ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ । ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ । 

କନକ ବ୍ୟୁରୋ: କଳାହାଣ୍ଡିରେ ପୁଣି ବାଘ ଛାଲ ଜବତ । ଓଡ଼ିଶା ଓ ଛତିଶଗଡ଼ ବନ ବିଭାଗର ମିଳିତ ଅପରେସନ୍ରେ କଲରାପତରିଆ ବାଘଛାଲ ଜବତ ହେବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଡିଲ୍ ଚାଲିଥିବା ବେଳେ ଚଢଉ କରିଥିଲା ଛତିଶଗଡ଼ ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଓ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ । ଚଢଉ ବେଳେ ବାଘ ଛାଲ ସହ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ସୂଚନା ଆଧାରରେ ବାଘ ଶିକାରୀ ଘରେ ରେଡ୍ ହୋଇଥିଲା । ସେଠାରୁ ଏକ ଦେଶୀ ବନ୍ଧୁକ, ଅଜଗର ସାପ ଛାଲ, ଶିକାରରେ ବ୍ୟବହୃତ ଅନେକ ମାରଣାସ୍ତ୍ର ଜବତ ହୋଇଥିଲା । ଏହା ସହ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି ।

The post ବାଘ ଛାଲ ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ । ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ।  first appeared on Kanak News.

from Kanak News
via <a href="https://ifttt.com/?

କୁଜଙ୍ଗ କୋର୍ଟରେ ଦାଖଲ ହେଲା ପାରାଦୀପ ବନ୍ଦରରୁ ଜବତ କୋକେନ । ୨୨ଟି ପ୍ୟାକେଟରୁ କରାଗଲା ୨୨ଟି ନମୁନା ସଂଗ୍ରହ । 

କନକ ବ୍ୟୁରୋ: କୁଜଙ୍ଗ କୋର୍ଟରେ ଦାଖଲ ହୋଇଛି ୨୨୦ କୋଟି ଟଙ୍କାର କୋକେନ । ୨୨ଟି ପ୍ୟାକେଟରୁ ୨୨ଟି ନମୁନା ସଂଗ୍ରହ କରାଯାଇଛି । ମାନ ପରୀକ୍ଷା ପାଇଁ ଫରନେସିକ ଲ୍ୟାବ ଯିବ ଏହି ନମୁନା । ଗତ ୨ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ନିଷିଦ୍ଧାଂଚଳ ମଧ୍ୟରେ ଥିବା  ଭେସେଲ ଏମ.ଭି.ଦେବୀ ମଧ୍ୟରୁ ଏହି କୋକେନ ଜବତ କରାଯାଇଥିଲା । ଜାହାଜର ସମସ୍ତ ସଦସ୍ୟ ଭିଏତନାମର ବୋଲି ଜଣାପଡିଛି । ତଦନ୍ତ ବେଳେ ଭାଷାଗତ ସମସ୍ୟା ସୃଷ୍ଟି ହେଉଥିବାରୁ ଅନୁବାଦନ ଆଣିବାକୁ ଚିନ୍ତା କରାଯାଉଛି । ଅନୁବାଦକ ଆସିବା ପରେ ତଦନ୍ତ ତ୍ୱରାନ୍ୱିତ ହେବ ।

The post କୁଜଙ୍ଗ କୋର୍ଟରେ ଦାଖଲ ହେଲା ପାରାଦୀପ ବନ୍ଦରରୁ ଜବତ କୋକେନ । ୨୨ଟି ପ୍ୟାକେଟରୁ କରାଗଲା ୨୨ଟି ନମୁନା ସଂଗ୍ରହ ।  first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏସମା ଲାଗୁ । ଆସନ୍ତା ୬ ମାସ ପାଇଁ କରିପାରିବେନି ଆନ୍ଦୋଳନ ।

କନକ ବ୍ୟୁରୋ: ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୬ ମାସ ପାଇଁ ଧାରଣାରେ ବସିପାରିବେନି ସ୍ୱାସ୍ଥ୍ୟ କର୍ମଚାରୀ । ନର୍ସ, ପାରାମେଡିକ୍ସ ଓ ଟେକ୍ନିସିଆନଙ୍କ ପାଇଁ ଏହି ଏସମା ଲାଗୁ କରାଯାଇଛି । ଏହାସହ ଏହି କ୍ଷେତ୍ରର ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଚୁକ୍ତିଭିତିକ କର୍ମଚାରୀଙ୍କ କ୍ଷେତ୍ରରେ ବି ଏହା ଲାଗୁ ହେବ । ଏହି କର୍ମଚାରୀଙ୍କ ଆନ୍ଦୋଳନ ଉପରେ ରୋକ ଲାଗିଛି । ରାଜ୍ୟର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହା ଦରକାର ବୋଲି ରାଜ୍ୟ ସରକାର କହିଛନ୍ତି । ଆନ୍ଦୋଳନ ହେଲେ ସ୍ୱାସ୍ଥ୍ୟସେବାରେ ବାଧା ସୃଷ୍ଟି ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି ।

The post ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏସମା ଲାଗୁ । ଆସନ୍ତା ୬ ମାସ ପାଇଁ କରିପାରିବେନି ଆନ୍ଦୋଳନ । first appeared on Kanak News.

from Kanak News
via <a href="https://ifttt.com/?

ବଦଳିଲା ପାଗର ମିଜାଜ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଦୁଇ ଦିନରେ ୫ ଡିଗ୍ରୀ କମିଲା ତାପମାତ୍ରା ।ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ।

କନକ ବ୍ୟୁରୋ: ବଦଳିଲା ପାଗର ମିଜାଜ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଖସିଗଲା ଦିନର ତାପମାତ୍ରା । ଦୁଇ ଦିନରେ ତାପମାତ୍ରା କମିଲା ୫ ଡିଗ୍ରୀ । ଗତ ୪ ତାରିଖରେ ଭୁବନେଶ୍ୱର ସହରର ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୪ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୨ ଦଶମିକ ୬ ଡିଗ୍ରୀ ରହିଥିଲ । ୫ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୨୮ ଦଶମିକ ୮ ଓ ସର୍ବନିମ୍ନ ତାପମାତ୍ରା ୨୧ ଦଶମିକ ୫ ଥିଲା । ହେଲେ ବାତ୍ୟା ପ୍ରଭାବରେ ରାଜଧାନୀର ତାପମାତ୍ରା ତଳମୁହାଁ ହୋଇଥିଲା ।

ଗତକାଲି ସର୍ବୋଚ୍ଚ ତାପମାତ୍ରା ୫ ଡିଗ୍ରୀ ହ୍ରାସ ପାଇଥିଲା । ରାତିରେ ଥଣ୍ଡା ଜାରି ରହିଥିବାରୁ ତାପମାତ୍ରା ଅହୁରି କମିବ ବୋଲି ଆଶା କରାଯାଉଛି । ଗତକାଲି ଦାରିଙ୍ଗବାଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୭ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ରହିଥିଲା ୨୩ ଦଶମିକ ୬ ଡିଗ୍ରୀ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି ।

The post ବଦଳିଲା ପାଗର ମିଜାଜ । ଅଦିନିଆ ବର୍ଷାରେ ହଠାତ୍ ବଢିଗଲା ଥଣ୍ଡା । ଦୁଇ ଦିନରେ ୫ ଡିଗ୍ରୀ କମିଲା ତାପମାତ୍ରା ।ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରବାନ୍ତ ରେଡ୍ଡି । ଶପଥ ଉତ୍ସବରେ ସାମିଲ ହେବେ ସୋନିଆ ଓ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: ଆଜି ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବାନ୍ତ ରେଡ୍ଡୀ । ରେବାନ୍ତଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେବେ । ସୋନିଆ ଓ ରାହୁଲ ଗାନ୍ଧୀ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ପ୍ରଥମ ଥର ପାଇଁ ରାଜ୍ୟରେ କଂଗ୍ରେସ ଶାସନ ଗାଦିରେ ବସିବ । ଏଥିପାଇଁ ଉତ୍ସାହିତ କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରେବାନ୍ତ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରେବାନ୍ତଙ୍କ ନେତୃତ୍ୱରେ କଂଗ୍ରେସ ସରକାର ତେଲେଙ୍ଗାନାବାସୀଙ୍କୁ ଦେଇଥିବା ସମସ୍ତ ଗ୍ୟାରେଂଟି ପୂରଣ କରିବେ ବୋଲେ ସେ କହିଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପୂର୍ବରୁ ରେବାନ୍ତ ଦିଲ୍ଲୀରେ ପହଞ୍ଚି ପାର୍ଟି ହାଇ କମାଣ୍ଡଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ । ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ଟି ଆସନରେ ବିଜୟୀ ହୋଇଛି

The post ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରବାନ୍ତ ରେଡ୍ଡି । ଶପଥ ଉତ୍ସବରେ ସାମିଲ ହେବେ ସୋନିଆ ଓ ରାହୁଲ ଗାନ୍ଧୀ । first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି । ଆଜି ବିଜେପିର ସଂସଦୀୟ ଦଳ ବୈଠକ । ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ।

କନକ ବ୍ୟୁରୋ: କିଏ ହେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ । ଫଳାଫଳ ଆସିବାକୁ ୬ ଦିନ ହେଲାଣି । କିନ୍ତୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରୁନାହିଁ ବିଜେପି । କୁହାଯାଉଛି, ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରେ ଦଳ । ଏଥିପାଇଁ ବିଚାରବିମର୍ଶ କରୁଛନ୍ତି ହାଇକମାଣ୍ଡ । କେଉଁ ନେତା ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରି ଲୋକଙ୍କ ଆସ୍ଥା ଭାଜନ ହେବେ ଓ ଲୋକସଭା ନିର୍ବାଚନରେ ଦଳ ପାଇଁ ସଫଳତା ଆଣିବେ ସେନେଇ ମାନସମନ୍ଥନ କରାଯାଉଛି ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବୈଠକରେ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲା । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ସେପଟେ ଆଜି ବସୁଛି ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ଅନେକ ସାଂସଦ ଉପସ୍ଥିତ ରହିବେ । ଏବଂ ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ନେଇ ଆଲୋଚନା ହେବାର ସୂଚନା ରହିଛି ।

The post ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି । ଆଜି ବିଜେପିର ସଂସଦୀୟ ଦଳ ବୈଠକ । ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ସୋସିଆଲ ମିଡିଆରେ ଚାକିରି ବିଜ୍ଞାପନ ନାଁରେ ହେଉଛି ଠକେଇ । ୧୦୦ ୱେବସାଇଟକୁ ନିଷିଦ୍ଧ କଲା କେନ୍ଦ୍ର

କନକ ବ୍ୟୁରୋ: ଏବେର ଯୁଗରେ ଡିଜିଟାଲ ଠକେଇ ବୃଦ୍ଧି ପାଉଛି । ସାଧାରଣତଃ ଗୁଗୁଲ୍ ଏବଂ ମେଟା ପରି ପ୍ଲାଟଫର୍ମରେ ଡିଜିଟାଲ୍ ବିଜ୍ଞାପନ ମାଧ୍ୟମରେ ୱାର୍କ ଫ୍ରମ ହୋମ୍ ଏବଂ ‘ଘରେ ରହି ଟଙ୍କା ରୋଜଗାର କରିବେ’ ଭଳି କିୱାର୍ଡ ଜରିଆରେ ଠକେଇ ପାଇଁ ଜାଲ ବିଛାଯାଉଛି ।

  • ସୋସିଆଲ ମିଡିଆରେ ମାଳ ମାଳ ଜବ୍ ଅଫର
  • ପାର୍ଟ ଟାଇମ୍ ନାଁରେ ଅନ୍ତର୍ଜାତୀୟ ଠକେଇ!

ସୋସିଆଲ ମିଡିଆକୁ ମଞ୍ଚ ଭାବେ ଗ୍ରହଣ କରି ଦିନକୁ ଦିନ ସାଇବର ଅପରାଧୀ ଅପରାଧ ବଢାଇ ଚାଲିଛନ୍ତି । ଯାହାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପାର୍ଟ ଟାଇମ୍ ଚାକିରି ବାହାନା କରି ଠକେଇ କରୁଥିବା ୧୦୦ଟି ୱେବସାଇଟ୍ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏସବୁ ବିଦେଶରୁ ପରିଚାଳିତ ହେଉଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୁଧବାର ଏହି ସୂଚନା ଦେଇଛି । ଆଇଟି ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲୋକଙ୍କୁ ଠକିବା ପାଇଁ ଡିଜିଟାଲ୍ ବିଜ୍ଞାପନ, ଚାଟ୍ ମେସେଞ୍ଜର ଇତ୍ୟାଦି ବ୍ୟବହାର କରୁଥିଲେ । କାର୍ଡ ନେଟୱର୍କ, କ୍ରିପଟୋକରେନ୍ସି ଏବଂ ଆନ୍ତର୍ଜାତୀୟ କମ୍ପାନୀ କହି ବଡ ଆକାରର ଆର୍ଥିକ ଠକେଇ କରୁଥିଲେ ।

  • ସିମ୍ କ୍ଲୋନିଂ, କ୍ୟୁଆର କୋଡ ବଢ଼ାଇଛି ଚିନ୍ତା
  • ଠକେଇ ରୋକିବାକୁ ଅଣ୍ଟା ଭିଡିଲା କେନ୍ଦ୍ର

କ୍ୟାସେଲସ ପେମେଣ୍ଟ ଏବେ ବ୍ୟବସାୟକୁ ସୁଗମ କରିଛି । ତେଣୁ ଏହା ଉପରେ ଲୋକେ ଅଧିକ ନିର୍ଭରଶୀଳ ହେଉଛନ୍ତି । ଆଉ ଏହାର ଫାଇଦା ନେଇ ଠକେଇ କରୁଛନ୍ତି ସାଇବର ଅପରାଧୀ । ନଜର ପକାନ୍ତୁ, ଆରବିଆଇରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ବୃଦ୍ଧି ପାଉଥିବା ସାଇବର ଅପରାଧ ଉପରେ ।ଏବେ ଡିଜିଟାଲ ଆର୍ଥିକ ଠକେଇକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଭାରତ ସରକାର ଅର୍ଥ ମନ୍ତ୍ରାଳୟ, ଆରବିଆଇ, ଆଇଟି ମନ୍ତ୍ରଣାଳୟ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେସନକୁ ଏକାଠି କରି ଡିଜିଟାଲ ନେଣଦେଣ ପାଇଁ ନୂଆ ସୁରକ୍ଷା ବ୍ୟବସ୍ଥା ବିକଶିତ କରିବାକୁ ଚିନ୍ତା କରାଯାଉଛି । ସୁରକ୍ଷା ବୃଦ୍ଧି ଏବଂ ଜାଲିଆତି କାରବାରକୁ ରୋକିବା ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ଆର୍ôଥକ ସୀମାରୁ ଅଧିକ କାରବାର ପାଇଁ ବାଧ୍ୟତାମୂଳକ ଫିଲଟର ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିରେ ଡିଜିଟାଲ୍ ପେମେଣ୍ଟ ପାଇଁ ଓଟିପିର ବ୍ୟବହାର ସାମିଲ ରହିଛି । ସେହିପରି ସିମ କାର୍ଡର କ୍ଲୋନିଂ ଏବଂ କ୍ୟୁଆର କୋଡର ନକଲି ବ୍ୟବହାରକୁ ରୋକିବା ପାଇଁ ଏକାଧିକ ଅଥେନଟିକେସନ ମଡ୍ୟୁଲ ଏବଂ ଫିଲଟର ଉପରେ ବିଚାର କରାଯାଉଛି । ଏହି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଲୋକଙ୍କୁ ସମ୍ଭାବ୍ୟ ଆର୍ôଥକ ଠକେଇରୁ ରକ୍ଷା କରିବାରେ ସହାୟକ ହେବ ।

The post ସୋସିଆଲ ମିଡିଆରେ ଚାକିରି ବିଜ୍ଞାପନ ନାଁରେ ହେଉଛି ଠକେଇ । ୧୦୦ ୱେବସାଇଟକୁ ନିଷିଦ୍ଧ କଲା କେନ୍ଦ୍ର first appeared on Kanak News.

from Kanak News
via <a href="https://ifttt.com/?

ବାଲେଶ୍ୱର ଲୋକସଭା ଆସନରୁ ଏଥର କିଏ? ପ୍ରତାପ, ରବୀନ୍ଦ୍ର. ନବଜ୍ୟୋତି ନା ଆଉ କିଏ?

କନକ ବ୍ୟୁରୋ : ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ । ଓଡିଶାର ଚର୍ଚ୍ଚିତ ଲୋକସଭା ଆସନ । ଏହି ଆସନରୁ ବର୍ତମାନ ସାଂସଦ ଥିବା ପ୍ରତାପ ଷଡଙ୍ଗୀ, ଏକ ଚଚ୍ଚିତ ଚେହେରା । ୨୦୧୯ରେ ସେ ନିର୍ବାଚିତ ହେବା ପରେ ତାଙ୍କୁ ନେଇ ସାରାଦେଶରେ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଥିଲେ । କିନ୍ତୁ ୨୦୨୪ରେ ବିଜେପି ତାଙ୍କୁ ପୁଣି ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିବ କି ନାହିଁ ତାହା ଦଳ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ଆଉ ଏସବୁ ଭିତରେ ପ୍ରତାପଙ୍କୁ ବିଜେପି କୌଣସି ବିଧାନସଭା ଆସନରୁ ଛିଡା କରିପାରେ ବୋଲି ଆଲୋଚନା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା, ନୂଆ ସମ୍ଭାବନାକୁ ଖୋରାକ ଯୋଗାଇଛି ।

ରବୀନ୍ଦ୍ର କୁମାର ଜେନା । ୨୦୧୯ରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା, ମାତ୍ର ୧୩ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । କିନ୍ତୁ ଏଥର ବିଜେଡି ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ୨୦୨୪ରେ ବିଜେଡି ନୂଆ ଚେହେରା ସାମନାକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ମୁଖିଆ ନିଷ୍ପତି ନେବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।

ନବଜ୍ୟୋତି ପଟ୍ଟନାୟକ । ୨୦୨୧୯ରେ ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ବିଜେପିର ମୋଦୀ ଲହର ଓ ବିଜେଡିର ସବୁ ରଣନୀତି ସତ୍ୱେ ବି ସେ ୧ଲକ୍ଷ ୭୯ ହଜାର ଭୋଟ ପାଇଥିଲେ । ତେବେ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ । କିନ୍ତୁ ଏଥର ବାଲେଶ୍ୱରରୁ ସେ ପୁଣି ଲଢ଼ିବାକୁ ଆଶା ରଖିଛନ୍ତି । ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ନିର୍ବାଚନମଣ୍ଡଳୀକୁ ବାରମ୍ବାର ଗସ୍ତ କରିବା ଆଲୋଚନାର ବିଷୟ ହୋଇଛି ।

ତେବେ ବାଲେଶ୍ୱର ଏକ ଚର୍ଚ୍ଚିତ ଲୋକସଭା ଆସନ ହୋଇଥିବାରୁ, ଦଳର ଶୀର୍ଷ ନେତୃତ୍ୱ ରାଜନୈତିକ ଗତିବିଧି ଉପରେ ନଜର ରଖିଛନ୍ତି । ଆଉ ସେହି ଅନୁସାରେ ନିଷ୍ପତି ନେବେ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

The post ବାଲେଶ୍ୱର ଲୋକସଭା ଆସନରୁ ଏଥର କିଏ? ପ୍ରତାପ, ରବୀନ୍ଦ୍ର. ନବଜ୍ୟୋତି ନା ଆଉ କିଏ? first appeared on Kanak News.

from Kanak News
via <a href="https://ifttt.com/?

ଉତ୍ତର କୋରିଆ ତାନାଶାହଙ୍କ ଆଖିରେ ଲୁହ । ହେଲେ କାହିଁକି କାନ୍ଦିଲେ କିମ୍ ଜଙ୍ଗ୍-ଉନ୍?

କନକ ବ୍ୟୁରୋ: ନିଜ କଠୋର ନିଷ୍ପତି ତଥା ନିର୍ଦ୍ଦୟ ଚରିତ୍ର ପାଇଁ ସାରା ବିଶ୍ୱରେ ପରିଚିତ ଉତ୍ତର କୋରିଆର ଏକଛତ୍ରବାଦ ଶାସକ ହେଉଛନ୍ତି କିମ୍ ଜଙ୍ଗ୍-ଉନ୍ । ଆମେରିକା ଭଳି ଦେଶକୁ ଭୟ କରୁନଥିବା ଏହି ଏକଛତ୍ରବାଦ ଶାସକ କାହିଁକି କାନ୍ଦୁଛନ୍ତି ତାକୁ ନେଇ ଚର୍ଚ୍ଚା ବଢିଛି । କିମ୍ ଜଙ୍ଗ୍-ଉନ୍ ଏବେ ଗୁରୁତର ସମସ୍ୟା ଦେଇ ଗତି କରୁଛନ୍ତି । ଯାହାକୁ ନେଇ ସେ ଏବେ ଏତେ ଚିନ୍ତିତ ଯେ, ଏବେ ସମର୍ଥନ ମାଗିବା ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ତାଙ୍କ ଦେଶରେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଚିନ୍ତିତ ଅଛନ୍ତି । ଜନ୍ମ ହାରରେ ହ୍ରାସ ସେମାନଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି । ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜଙ୍ଗ୍-ଉନ୍ ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଅନୁରୋଧ କରିବା ପରେ କାନ୍ଦୁଥିବା ଜଣାପଡିଛି ।

ଜାତିସଂଘର ତଥ୍ୟ ଅନୁଯାୟୀ, ଉତ୍ତର କୋରିଆରେ ଜଣେ ମହିଳାଙ୍କ ଠାରୁ ଜନ୍ମ ନେଉଥିବା ଶିଶୁଙ୍କ ହାରାହାରି ସଂଖ୍ୟା ୧.୮ ଅଟେ । ଏହାଦ୍ୱାରା ଏହି କମ୍ୟୁନିଷ୍ଟ ଦେଶରେ ଜନ୍ମ ହାର ହ୍ରାସ ପାଇଛି । କିମ୍ ଜଙ୍ଗ୍ ଉନ୍ ମହିଳାମାନଙ୍କୁ ଫୋନ୍ କରି ତାଙ୍କ ସମସ୍ୟା ବିଷୟରେ ପଚାରିଥିଲେ । “ଜନ୍ମ ହାର ହ୍ରାସକୁ ରୋକିବା ଏବଂ ପିଲାମାନଙ୍କର ଭଲଭାବେ ଯତ୍ନ ନେବା ହେଉଛି ଆମ ସମସ୍ତଙ୍କ କାମ । ସେ କହିଛନ୍ତି ଯେ ଜନ୍ମ ହାରରେ ହେଉଥିବା ଏହି ହ୍ରାସକୁ ରୋକିବା ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ । ତେବେ ଉତ୍ତର କୋରିଆର ଆଖପାଖ ଦେଶରେ ଜନ୍ମ ହାର ମଧ୍ୟ ହ୍ରାସ ପାଇଛି । ଏଥିରେ ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆ ସାମିଲ ଅଛନ୍ତି ।

The post ଉତ୍ତର କୋରିଆ ତାନାଶାହଙ୍କ ଆଖିରେ ଲୁହ । ହେଲେ କାହିଁକି କାନ୍ଦିଲେ କିମ୍ ଜଙ୍ଗ୍-ଉନ୍? first appeared on Kanak News.

from Kanak News
via <a href="https://ifttt.com/?

୬ ମାସ ପାଇଁ ଏସମା ଲାଗୁକଲେ ରାଜ୍ୟ ସରକାର । ଆଜି ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସମା

କନକ ବ୍ୟୁରୋ : ଆଗକୁ ରହିଛି ସାଧାରଣ ନିର୍ବାଚନ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଥିରେ ହେବାକୁ ଯାଉଛି । ଏହି ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬ମାସ ପାଇଁ ଏସମା ଲାଗୁ କରିଛନ୍ତି । ଏହା କେବଳ ସରକାରୀ ସ୍ୱାସ୍ଥ୍ୟସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ସହିତ ଜଡିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡିକାଲ, ଟେକ୍ନିସିଆନଙ୍କ ପାଇଁ ଏହି ଆଇନ କଡାକଡି ପାଳନ କରାଯିବ ।

The post ୬ ମାସ ପାଇଁ ଏସମା ଲାଗୁକଲେ ରାଜ୍ୟ ସରକାର । ଆଜି ଠାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସମା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started