କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା । ରାଜସ୍ଥାନରେ ପ୍ରତିବାଦ କରି ବନ୍ଦ ପାଳନ । କଂଗ୍ରେସ ନେତ୍ରୀ କହିଲେ ଫେରିଲା ଜଙ୍ଗଲରାଜ ।

କନକ ବ୍ୟୁରୋ: ମଙ୍ଗଳବାର ଏକ ଘର ଭିତରେ କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା ଏବେ ରାଜସ୍ଥାନ ରାଜନୀତିକୁ ସରଗରମ କରିଛି । ଯାହାର ପ୍ରତିବାଦ କରି ବନ୍ଦ ପାଳିଛନ୍ତି ରାଜପୁତ । ରାଜସ୍ଥାନର ଜୟପୁର, ଜୋଧପୁର, ଅଲବର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିର୍ବାଚନ ଫଳାଫଳ ପରେ ଘଟିଥିବା ଏହି ହତ୍ୟାକାଣ୍ଡ ପାଇଁ ଅଶୋକ ଗେହଲଟ ସରକାର ଦାୟୀ ବୋଲି ପ୍ରତିବାଦୀକାରୀ କହିଛନ୍ତି । ମୃତ ସୁଖଦେବ ସିଂହ ବିଦାୟୀ ସରକାର ବା କଂଗ୍ରେସର ବିରୋଧୀ ଥିଲେ । ଗେହଲଟ ସରକାର ସମୟରେ ତାଙ୍କର ସୁରକ୍ଷା କମାଇ ଦିଆଯାଇଥିଲା । ଏପରିକି ସେ ହତ୍ୟାର ଶିକାର ହୋଇପାରନ୍ତି ବୋଲି ନିଜେ ଆଶଙ୍କା କରିଥିଲେ ।

ଏବେ ନିର୍ବାଚନରେ ପରାଜୟ ପରେ ପ୍ରତିଶୋଧ ନେବାକୁ ଯାଇ ଏହି ହତ୍ୟାକାଣ୍ଡ ଘଟାଯାଇଥିବା କର୍ଣ୍ଣୀ ସେନା ଦାବି କରିଛି । ତେବେ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି ।

  • ସୁଖଦେବଙ୍କୁ ହତ୍ୟା, ତେଜିଲା ରାଜନୀତି
  • କଂଗ୍ରେସ କହିଲା ଫେରିଲା ଜଙ୍ଗଲ ରାଜ
  • ଭିଡିଓ ପୋଷ୍ଟ କରି ବିଜେପି ଦେଲା ଜବାବ

ରାଜସ୍ଥାନରେ ବିଧାନସଭା ନିର୍ବାଚନ ଫଳାଫଳର ଦୁଇ ଦିନ ପରେ ସୁଖଦେବ ସିଂ ଗୋଗାମେଡି ହତ୍ୟାକୁ ନେଇ ରାଜନୈତିକ ଝଡ଼ ଆରମ୍ଭ ହୋଇଛି । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ୍ର ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟକୁ ଫେରିଲା ଜଙ୍ଗଲ ରାଜ । ସେପଟେ ସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ବିଜେପି ଦାବି କରିଛି ଯେ ପରାଜୟ ପରେ କଂଗ୍ରେସ ସରକାର ପ୍ରତିଶୋଧ ନେବାକୁ ଯୋଜନା କରି ସୁଖଦେବଙ୍କ ସୁରକ୍ଷା କମାଇଥିଲା । ବିଜେପି ରାଷ୍ଟ୍ରୀୟ଼ ମୁଖପାତ୍ର ଶେହଜାଦ ପୁନାୱାଲା ସୁଖଦେବ ସିଂଙ୍କ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସ ପାଖରେ ସୂଚନା ଥିଲା । ଏହା ସତ୍ୱେ ମୁଖ୍ୟ଼ମନ୍ତ୍ରୀ ତାଙ୍କ ସୁରକ୍ଷା ହ୍ରାସ କରିଥିଲେ ।

ଏହି ମାମଲାରେ ରୋହିତ ରାଠୋଡ ଓ ନୀତିନ ଫୌଜି ଗିରଫ ହୋଇଛନ୍ତି । ସେନାରେ ନିୟୋଜିତ ଥିବା ନୀତିନ ଏଭଳି କାଣ୍ଡ କାହିଁକି ଭିଆଇଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି , ଯିଏକି ହରିଆଣାବାସୀ । ଏବେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ହିଂସା ଉସକାଉଥିବା କଥାକୁ ବିଶ୍ୱାସ ନ କରିବାକୁ ପୁଲିସ ଜନସାଧାରଣଙ୍କୁ ଅପିଲ କରିଛି ।

The post କର୍ଣ୍ଣୀ ସେନା ମୁଖ୍ୟ ସୁଖଦେବ ସିଂହଙ୍କୁ ହତ୍ୟା ଘଟଣା । ରାଜସ୍ଥାନରେ ପ୍ରତିବାଦ କରି ବନ୍ଦ ପାଳନ । କଂଗ୍ରେସ ନେତ୍ରୀ କହିଲେ ଫେରିଲା ଜଙ୍ଗଲରାଜ । first appeared on Kanak News.

from Kanak News
via <a href="https://ifttt.com/?

ଶୃଙ୍ଖଳିତ ହେବ ଜଗା ଦର୍ଶନ । ଏସି ଟନେଲ୍ ପାଇଁ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ : ନୂଆ ବର୍ଷରୁ ନୂଆ ରୂପ ପାଇବ ପୁରୀ ବଡ଼ଦାଣ୍ଡ । ଶୃଙ୍ଖଳିତ ହେବ ଶ୍ରୀଜିଉଙ୍କ ଦର୍ଶନ । ଭକ୍ତଙ୍କ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ହେଉଛି ଲ୍ୟାଣ୍ଡ ସର୍ଭେ । ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଟନେଲଟି ବଡଦାଣ୍ଡର ଶ୍ରୀକୃଷ୍ଣ ସିନେମା ହଲ ଗଳି ପାର୍ଶ୍ୱରେ ନିର୍ମାଣ କରାଯିବ । ଓବିସିସି ପକ୍ଷରୁ ଏନେଇ ଠିକାସଂସ୍ଥା ଦ୍ୱାରା ସର୍ଭେ କରାଯାଇ ନିର୍ମାଣ ଆରମ୍ଭ କରାଯିବ । ଡିଜାଇନ ଅନୁସାରେ, ୮୪ମିଟର ଲମ୍ବା ୧୨ମିଟର ଚଉଡା, ୫ ଲେୟାର ବିଶିଷ୍ଟ ହେବ ଏହି ଟନେଲ । ୮୪ମିଟର ଲମ୍ବା ସେଡ୍ରେ ପ୍ରାୟ ୧୫ଟି ଖୁଂଟି ଓ ସମ୍ପୂର୍ଣ୍ଣ ପାଲ ଆଚ୍ଛାଦିତ ଏସି ଟନେଲ ଡିଜାଇନ ସେଡ୍ ସହ ଷ୍ଟିଲ ବ୍ୟାରିକେଡ୍, ବସିବା ପାଇଁ ବ୍ୟବସ୍ଥା ଆଦି ସୁବିଧା କରାଯାଉଛି । ଡିସେମ୍ବର ୨୫ ସୁଦ୍ଧା ସରିବ ଏହି କାର୍ଯ୍ୟ ।

ଏପଟେ ଭକ୍ତଙ୍କ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ସ୍ୱରୂପ ନୋ ଭେଣ୍ଡିଂ ଜୋନ୍ ହେବ ବଡ଼ଦାଣ୍ଡ । ପ୍ରାରମ୍ଭିକ ପର୍ଯ୍ୟାୟରେ ମରଚିକୋଟ ଛକରୁ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରୁ ହଟାଯାଇଛି ଉଠାଦୋକାନ । ମରଚିକୋଟ ଛକର ଉଭୟ ପାର୍ଶ୍ୱରେ ଥିବା ୫ଶହରୁ ଘର୍ଦ୍ଧ୍ୱ ଉଠାଦୋକାନକୁ ହଟାଯାଇ ସେମାନଙ୍କୁ ଜଗନ୍ନାଥ ବଲ୍ଲଭରେ ଭେଣ୍ଡିଂଜୋନ୍ କରାଯାଇ ଥଇଥାନ କରାଯିବ । ଆଉ କ୍ଷତିପୂରଣ ବାବଦରେ ଦୋକାନ ପିଛା ମାସିକ ୧୫ହଜାର ଟଙ୍କା ଦୁଇମାସ ଦିଆଯିବ । ସେପଟେ ଥଇଥାନ ନୀତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଠାଦୋକାନୀ ।

ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହା ପୂର୍ବରୁ ନୂଆ ରୂପ ପାଇବ ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର କୋଠା ଫିକା ଗୋଲାପିରେ ଝଲସିବ । ଏସି ଟନେଲ ସେଡ୍ ଦେଇ କରିବେ ମହାପ୍ରଭୁଙ୍କ ଦର୍ଶନ । ଆଉ ଏହାକୁ ନେଇ ଏବେ ଜୋରସୋରରେ ଲାଗିପଡିଛି ପ୍ରଶାସନ ।

The post ଶୃଙ୍ଖଳିତ ହେବ ଜଗା ଦର୍ଶନ । ଏସି ଟନେଲ୍ ପାଇଁ ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ଦଖଲରେ ହିନ୍ଦୀ ହାର୍ଟଲ୍ୟାଣ୍ଡ । ଇଭିଏମ୍ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ନେଇ ତେଜିଲା ବିତର୍କ । କେନ୍ଦ୍ରମନ୍ତ୍ରୀ କହିଲେ, କଂଗ୍ରେସ ହାରିଲେ ଇଭିଏମକୁ ଦିଏ ଦୋଷ

କନକ ବ୍ୟୁରୋ: ତେଲେଙ୍ଗାନାରେ କଂଗ୍ରେସ ବିପୁଳ ବିଜୟ ଲାଭ କରିଛି । ଦକ୍ଷିଣ ଭାରତରେ କର୍ଣ୍ଣାଟକ ପରେ ତେଲେଙ୍ଗାନାରେ ବିଜୟ ଦଳକୁ ହିନ୍ଦୀ ହାର୍ଟଲ୍ୟାଣ୍ଡ ପରାଜୟର ସାନ୍ତ୍ୱନା ଦେଇଛି । ହେଲେ ଏବେ ମଧ୍ୟପ୍ରଦେଶର ନେତା ଦାବି କରିଛନ୍ତି ଜନତା ଯେଉଁ ଇଭିଏମରେ ଭୋଟ ଦେଇଛନ୍ତି ସେଥିରେ ଟାମ୍ପରିଂ ହୋଇପାରିବ । ତେବେ ବିରୋଧୀ କଂଗ୍ରେସର ଏହି ଦାବି ଏବେର ନୁହଁ । ନିର୍ବାଚନ ଆସିଲେ ଏହି ପ୍ରସଙ୍ଗ ଉଠେ ଆଉ ପରେ ଥମିଯାଏ । ହେଲେ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବ୍ୟବହୃତ ଇଭିଏମରେ ଚିପ୍ ଲାଗିଛି କହିବା କେତେଦୂର ଗ୍ରହଣଯୋଗ୍ୟ ତାକୁ ନେଇ ଚର୍ଚ୍ଚା ବଢିଛି । କାରଣ ଏକାକୀ ଦିଗବିଜୟ ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ସମାନ ଦାବି କରିଛନ୍ତି । ଏହି ଅଭିଯୋଗ ସେତେବେଳେ ଉଠିଛି ଯେଉଁ ସମୟରେ କଂଗ୍ରେସ ହାଇକମାଣ୍ଡ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଦଳର ପରାଜୟର ସମୀକ୍ଷା କରୁଛନ୍ତି ଏବଂ ୨୪ ନିର୍ବାଚନ ପୂର୍ବରୁ ନୂଆ ଟିମ୍ ଗଢି ଏବେର ଟିମକୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି ।

  • ଲୋକସଭା ନିର୍ବାଚନ ପୂର୍ବରୁ ଇଭିଏମ୍ ହେବ କି ମୁଦ୍ଦା?
  • ବାଲଟ ପେପରରେ ମତଦନ ପାଇଁ ତେଜିଲା ଦାବି

କଂଗ୍ରେସ ନେତା ଦିଗବିଜୟ ସିଂହ, କମଲନାଥ, ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଇଭିଏମ୍ ପ୍ରସଙ୍ଗରେ ନିଜସ୍ୱ ଶୈଳୀରେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ନିର୍ବାଚନ କମିସନଙ୍କ ନିର୍ବାଚନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କିନ୍ତୁ ସାଧାରଣରେ ପ୍ରଶ୍ନ ଉଠୁଛି ଏକା ପ୍ରକାର ଦେଖାଯାଉଥିବା ଇଭିଏମ୍ ଏବଂ ଭିଭିପାଟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବ୍ୟବହାର ବେଳେ ଚିପ୍ ଲାଗିପାରିଲା କିନ୍ତୁ କର୍ଣ୍ଣାଟକ ଓ ତେଲେଙ୍ଗାନାରେ କାହିଁକି ଲାଗିପାରିଲାନି । ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ବିଜେପିର ବିଜୟକୁ ଇଭିଏମର ଜନାଦେଶ ବୋଲି କହିଛନ୍ତି । ତାଙ୍କ ମତରେ, ଲୋକମାନେ ଚାହୁଁଛନ୍ତି ଯେ ଥରେ ବାଲଟ୍ ଦ୍ୱାରା ନିର୍ବାଚନ ଅନୁଷ୍ଠିତ ହେଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣତନ୍ତ୍ରର ସୁରକ୍ଷା ସୁନିଶ୍ଚିତ କରିବା ଉଚିତ । ଇଭିଏମର ମନୋବଳର ଅର୍ଥ ଲୋକଙ୍କ ମନୋବଳ ନୁହେଁ ।

ତେବେ ବିଜେପି କହିଛି ଯେ ମୋଦୀଙ୍କ ଗ୍ୟାରେଣ୍ଟିଂ ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇଛି । ଏବଂ ରାହୁଲ ଗାନ୍ଧୀଙ୍କ ପ୍ରେମର ଦୋକାନ ବନ୍ଦ ହୋଇଛି । କିନ୍ତୁ ମୋଦୀ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାର ଗ୍ୟାରେଟିଂ, ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିଶ୍ରୁତି କଥା କହି ବିରୋଧୀ ଦେଇଛନ୍ତି ଜବାବ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରଶ୍ନ କରିଛନ୍ତି ଯେ ଆମେରିକା-ଜାପାନରେ ବାଲଟ ପେପର ବ୍ୟବସ୍ଥା ଅଛି । ତେଣୁ ଭାରତ କାହିଁକି ଲାଗୁହେବନି?

The post ବିଜେପି ଦଖଲରେ ହିନ୍ଦୀ ହାର୍ଟଲ୍ୟାଣ୍ଡ । ଇଭିଏମ୍ ଉପରେ ବିରୋଧୀ ପ୍ରଶ୍ନ ଉଠାଇବା ନେଇ ତେଜିଲା ବିତର୍କ । କେନ୍ଦ୍ରମନ୍ତ୍ରୀ କହିଲେ, କଂଗ୍ରେସ ହାରିଲେ ଇଭିଏମକୁ ଦିଏ ଦୋଷ first appeared on Kanak News.

from Kanak News
via <a href="https://ifttt.com/?

ଆୟ ବର୍ହିଭୁୂତ ସଂପତ୍ତି ଠୁଳ ମାମଲାରେ ଦେଶରେ ପ୍ରଥମ ଓଡିଶା । ୨୦୨୨ ରେ ଦେଶରେ ୩୭୨ ମାମଲାରୁ ଓଡିଶାରେ ୮୫

କନକ ବ୍ୟୁରୋ :

ସୁନୀଲ କୁମାର ପାଢ଼ୀ
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ
ଭିିଜିଲାନ୍ସ ଚଢାଉବେଳେ
ଆୟବହିର୍ଭୂତ ସଂପତ୍ତି
ଭୁବନେଶ୍ୱରରେ ୧ କୋଟି ୧୦ ଲକ୍ଷ ଟଙ୍କାର ତିନ ମହଲା କୋଠା
ଆସିକାରେ ମାର୍କେଟ କମ୍ପେ୍ଲକ୍ସ
୩ ଲକ୍ଷ ୪୦ ହଜାର ନଗଦ ଟଙ୍କା
୧୭ଟି ବ୍ୟାଙ୍କ ଆକାଉଂଟ
ଠାବ ହୋଇଥିଲା ।

ସୁଶାନ୍ତ କୁମାର ଶତପଥୀ
କୋରାପୁଟ ବୈପାରୀଗୁଡା ଥାନା ଆଇଆଇସି
ଭିଜିଲାନ୍ସ ଚଢାଉ କରି
ଆୟବହିର୍ଭୂତ ସଂପତ୍ତି
୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ
ଏକ ଘରୋଇ ବସରେ ଯିବାବେଳେ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ
ବୈପାରୀଗୁଡା ଥାନାରେ ଥିବା ଚାମ୍ବରରୁ ୧ ଲକ୍ଷ ୮୦ ହଜାର
ସରକାରୀ ଘରେ ଚଢାଉ ବେଳେ ୩ ଲକ୍ଷ
ଜବତ ହୋଇଥିଲା ।

ପ୍ରସନ୍ନ ପାଣି
ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ କାର୍ଯ୍ୟଳୟ ଯନ୍ତ୍ରୀ
ଆୟବହିର୍ଭୂତ ସଂପତ୍ତି
ବାସଭବନରୁ ୧ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତି
୬ଟି ବ୍ୟାଙ୍କ ଆକାଉଂଟ ଜବତ
ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତ୍ରିଲୋଚନ ବିହାରରେ ୨ଟି ତିନି ମହଲା କୋଠା
ସୁନ୍ଦରପଦା ଫ୍ରେଣ୍ଡସ କ୍ଲବ ନିକଟରେ ଗୋଟିଏ ୩ ମହଲା କୋଠା
ହାଇଟେକ ପ୍ଲାଜାରେ ଗୋଟିଏ ଫ୍ଲାଟ୍
ପୁରୀ ଜିଲ୍ଲା ନିମାପଡା ନିକଟ ଅମଲାପଡାରେ ଗୋଟିଏ ୩ ମହଲା କୋଠା
ଠାବ କରିଥିଲା ଭିଜିଲାନ୍ସ ।

ଅନୁଚିତ୍ ଉପାୟରେ ଆୟଠୁ ଅଧିକ ସଂପତି ଠୁଳ କରିଥିବା ଏହିଭଳି ଦୁର୍ନୀତିଗ୍ରସ୍ତଙ୍କ ତାଲିକା ଆହୁରି ଲମ୍ବା । ଲମ୍ବା ତାଲିକାର ହିସାବ ଏନସିଆରବି ରିପୋର୍ଟରେ ରହିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ୨୦୨୨ ମସିହା ଅର୍ଥାତ ଗତବର୍ଷ ମୋଟ୍ ୩୭୨ଟି ଆୟବହିର୍ଭୂତ ମାମଲା ହୋଇଥିବାବାଳେ ଦେଶରେ ସବୁଠୁ ଆଗରେ ରହିଛି ଓଡି଼ଶା ।

ଆୟବହିର୍ଭୂତ ସଂପତ୍ତି ମାମଲାରେ ଓଡି଼ଶା ନମ୍ବର- ୧
–    ୨୦୨୨ରେ ରାଜ୍ୟରେ ୮୫ଟି ମାମଲାରେ ଚଢାଉ
–    ସରକାରୀ ଅର୍ଥ ହେରଫେର ମାମଲାରେ ଓଡିଶା ୩ ନମ୍ବର
–    ୮୪ଟି ଏଭଳି ମାମଲା କରି କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ
–    ଦେଷୀ ସାବ୍ୟସ୍ତ କରିବାରେ ମଧ୍ୟ ଓଡିଶା ଦେଶରେ ତୃତୀୟ
–    ୩୨୧ଟି ମାମଲାରେ ୫୫୧ ଜଣ ଦିର୍ନୀତିଖୋରଙ୍କ ବିରୋଧରେ ଚାର୍ଜସିଟ୍
–    ୯୦ଟି ମାମଲାରେ ୧୨୪ ଜଣ ଦୋଷୀ ସାବ୍ୟସ୍ତ

The post ଆୟ ବର୍ହିଭୁୂତ ସଂପତ୍ତି ଠୁଳ ମାମଲାରେ ଦେଶରେ ପ୍ରଥମ ଓଡିଶା । ୨୦୨୨ ରେ ଦେଶରେ ୩୭୨ ମାମଲାରୁ ଓଡିଶାରେ ୮୫ first appeared on Kanak News.

from Kanak News
via <a href="https://ifttt.com/?

ହିନ୍ଦୀ ହାର୍ଟଲ୍ୟାଣ୍ଡ ଦେଖିବ କି ନୂଆ ମୁଖ୍ୟମନ୍ତ୍ରୀ? ରେସରେ ଅନେକ ନେତା । ଦଳୀୟ ବିଜେପିକୁ ଘାରିଛି କି ଅସନ୍ତୋଷର ଭୟ ?

କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ରହିଛି । ବିରୋଧୀ ବି ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ଅଛନ୍ତି । ଅନ୍ୟପଟେ ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଶାୟୀ ମଧ୍ୟ ଅନେକ ଅଛନ୍ତି । ଯଦି ଚେହେରା ଠିକ୍ ନହେବ ତାହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ଅସନ୍ତୋଷ ବୁମେରାଂ ହୋଇପାରେ । ତିନି ରାଜ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି ବାଜିମାତ କରିବା ପରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ସେ ନେଇ ଦ୍ୱନ୍ଦ୍ୱରେ ପଡିଛି । ତେଣୁ ଫଳାଫଳ ଗଣତିର ତିନି ଦିନ ପରେ ବି ଏଯାବତ ବିଜେପିର ଶୀର୍ଷ ନେତା ନିରବ ରହିଛନ୍ତି ।

  • ହିନ୍ଦୀ ହାର୍ଟଲ୍ୟାଣ୍ଡ ପାଇବ ତିନି ନୂଆ ମୁଖ୍ୟମନ୍ତ୍ରୀ!
  • ପୁରୁଖା ନେତାଙ୍କ ମାର୍ଗଦର୍ଶନରେ ସ୍ଥିତି ମଜବୁତ କରିବ ଦଳ?

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ସାଢ଼େ ଚାରି ଘଣ୍ଟା ଧରି ବୈଠକ ବସିଥିଲା । ଯେଉଁଥିରେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡା ଯୋଗ ଦେଇଥିଲେ । ଅନ୍ୟପଟେ ଦଳର ପୁରୁଖା ନେତା ନିଜ ନିଜ ଶୈଳୀରେ ଦିଲ୍ଲୀ ନେତାଙ୍କୁ ନିଜ ସପକ୍ଷରେ ବିଧାୟକ ଅଛନ୍ତି ବୋଲି ବାର୍ତା ଦେବାକୁ ପ୍ରୟାସ ହୋଇଛି । ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହ୍ୱାନଙ୍କ ଲୋକଙ୍କୁ ଭେଟି ବିଜୟର ଖୁସି ମନାଉଥିବା ବେଳେ ରାଜସ୍ଥାନରେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଘରେ ବିଧାୟକ ଡେରା ପକାଇବା ଆରମ୍ଭ କରିଛନ୍ତି ।

ମଧ୍ୟପ୍ରଦେଶରେ ଶିବରାଜ ମୁଖ୍ୟମନ୍ତ୍ରୀ ଅଛନ୍ତି । କିନ୍ତୁ ଏବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ସିଂ ପଟେଲ ଏବଂ କୈଳାଶ ବିଜୟବର୍ଗୀୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି । ସେହିପରି ରାଜସ୍ଥାନରେ ଶୀର୍ଷ ପଦବୀ ପାଇଁ ଅନେକ ନାମ ଚର୍ଚ୍ଚା ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଅର୍ଜୁନ ରାମ ମେଘୱାଲ, ରାଜ୍ୟ ବିଜେପି ସଭାପତି ସି. ପି. ଯୋଶୀ ଏବଂ ରାଜ୍ୟର ପ୍ରମୁଖ ନେତ୍ରୀ ଦୀୟା କୁମାରୀ ଏବଂ ମହନ୍ତ ବାଲକନାଥ ମଧ୍ୟ ସିଏମ୍ ରେସରେ ଅଛନ୍ତି । ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର ସାଓ, ବିରୋଧୀ ଦଳ ନେତା ଥିବା ଧରମଲାଲ କୌଶିକ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଓପି ଚୌଧୁରୀ ମଧ୍ୟ ରେସରେ ଅଛନ୍ତି ।

ତେବେ ନିର୍ବାଚନ ହାରିବା ପଛରେ କଂଗ୍ରେସ ନେତାଙ୍କ କନ୍ଦଳ ଗୋଟିଏ ପ୍ରମୁଖ କାରଣ କୁହାଯାଏ । ସେ ବାଘେଲ, ଟି.ଏସ ସିଂହ ଦେଓ ହୁଅନ୍ତୁ ଅବା ପାଇଲଟ-ଗେହଲଟ । ତେଣୁ ବିଜେପିକୁ ମଧ୍ୟ ଏହି କନ୍ଦଳ ଭୟ ଘାରିଛି ବୋଲି କୁହାଯାଉଛି ।

The post ହିନ୍ଦୀ ହାର୍ଟଲ୍ୟାଣ୍ଡ ଦେଖିବ କି ନୂଆ ମୁଖ୍ୟମନ୍ତ୍ରୀ? ରେସରେ ଅନେକ ନେତା । ଦଳୀୟ ବିଜେପିକୁ ଘାରିଛି କି ଅସନ୍ତୋଷର ଭୟ ? first appeared on Kanak News.

from Kanak News
via <a href="https://ifttt.com/?

ଏମିତି ବି ଆସେ ଦୁଃଖ । ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ ଦୁଃଖଦ ଘଟଣା

କନକ ବ୍ୟୁରୋ : ବାପା ପଛେ ପଛେ ଚାଲିଗଲା ପୁଅ । କିଏ ଜାଣିଥିଲା ବାପାର ଶେଷକୃତ୍ୟ କରିବାକୁ ଯାଇଥିବା ପୁଅର ଅଚାନକ ମୃତ୍ୟୁ ହେବ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ବୋରିଗୁମ୍ମା ବ୍ଲକ କାମତା ଗାଁରେ । ପୁଅ ଉପରୁ ବାପାର ହାତ ଉଠିଯିବା ପରେ ଭାଙ୍ଗିପଡିଥିଲେ ପୁଅ । କିନ୍ତୁ ଶେଷକୃତ୍ୟ ବେଳେ ମାଡିବସିଥିଲା ଯମ । ଗାଁର ଲକ୍ଷ୍ମଣ ମଣ୍ଡଳଙ୍କ ମୃତ୍ୟୁ ପରେ ସମ୍ପର୍କୀୟଙ୍କ ସହ ବାପାଙ୍କ ଶେଷକୃତ୍ୟ କରିବାକୁ ଗାଁ ଶଶ୍ମାନକୁ ଯାଇଥିଲେ ପୁଅ ବେଣୁଧର ମଣ୍ଡଳ । କିନ୍ତୁ ସେଠାରେ ଏକ ବିରାଟ ଗଛର ଶୁଖିଲା ଡାଳ ବେଣୁଧରଙ୍କ ଉପରେ ପଡିଯାଇଥିଲା । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଲକ୍ଷ୍ମଣ ମଣ୍ଡଳ କୋରାପୁଟରେ ନିଜ ପରିବାର ସହ ରହି ଜଳଖିଆ ଦୋକାନ ଚଳାଉଥିଲେ । କିନ୍ତୁ ଦେହ ଖରାପ ହେବାରୁ ବେଣୁଧର ଓ ତାଙ୍କ ମା ଦୋକାନ ଚଳାଉଥିଲେ । ସୋସିଆଲ ମିଡିଆରେ ଏକ ଗ୍ରୁପ କରି ଚର୍ଚ୍ଚାରେ ରହିଥିଲେ ବେଣୁଧର । ସୋସିଆଲ ମିଡିଆରେ ସେ ବରୁଣ ବାମ ନାଁରେ ପ୍ରସିଦ୍ଧ ଥିଲେ । ଏହି ଗ୍ରୁପ ମାଧ୍ୟମରେ କୋରାପୁଟର ଅନେକ ଯୁବକ ଯୁବତୀଙ୍କୁ ଯୋଡଥିଲେ । ୨୨ ବର୍ଷିୟ ବେଣୁଧର ସ୍ଥାନୀୟ ଅଂଚଳରେ ସମାଜ ସେବା ବି କରି ଚର୍ଚ୍ଚାରେ ଥିଲେ । କିନ୍ତୁ ଅଚାନକ ମୃତ୍ୟୁ ଆସି ଗୋଟିଏ ମଶାଣିରେ ଲକ୍ଷ୍ମଣ ଓ ବେଣୁଧରଙ୍କ ଜୁଇ ଜଳିବାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ବାପାର ଅନ୍ତିମ ସଂସ୍କାର ସମୟରେ ପୁଅ ବି ଯେ ଶବ ପାଲଟିଯିବ ଏହାକୁ କେହି ହଠାତ୍ ବିଶ୍ୱାସ କରିପାରୁନାହାନ୍ତି । ଏଭଳି ଘଟଣା ସ୍ଥାନୀୟ ଲୋକଙ୍କୁ ହତବାକ କରିଦେଇଛି ।

The post ଏମିତି ବି ଆସେ ଦୁଃଖ । ବାପାଙ୍କ ଅନ୍ତିମ ସଂସ୍କାର ବେଳେ ଚାଲିଗଲା ପୁଅର ଜୀବନ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଂଚଳରେ ଦୁଃଖଦ ଘଟଣା first appeared on Kanak News.

from Kanak News
via <a href="https://ifttt.com/?

ସହଜ ହେବ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି । ତିଆରି ହେବ ପ୍ରଶ୍ନପତ୍ର ବ୍ୟାଙ୍କ, ସବୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ନମୁନା ପ୍ରଶ୍ନପତ୍ର

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ପଡିବ, କିପରି ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ, ପରୀକ୍ଷା ହଲରେ ସମୟକୁ ଦୃଷ୍ଟିରେ ରଖି କିପରି ଉତର ଲେଖିବାକୁ ହେବ, ଏ ନେଇ ସବୁବେଳେ ସଂଦେହ ପଡିଥାନ୍ତି ଛାତ୍ରଛାତ୍ରୀ । ପୂର୍ବ ବର୍ଷଗୁଡିକର ପ୍ରଶ୍ନପତ୍ର ଆଧାରରେ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି । ଏବେ ଏହାକୁ ସହଜ କରିବା ପାଇଁ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ । ୨୦୨୪ ମାଟ୍ରିକ ପରୀକ୍ଷା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି । ଏହି ଅନୁଯାୟୀ ଦଶମ ବୋର୍ଡ ପରୀକ୍ଷା ପାଇଁ ନିକଜୁ ପ୍ରସ୍ତୁତ କରିବେ ଛାତ୍ରଛାତ୍ରୀ । ନମୁନା ପ୍ରଶ୍ନପତ୍ରକୁ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ପଠାଇବେ ଜିଲ୍ଲା ଶିକ୍ଷା ଅଧିକାରୀ । ସମସ୍ତ ପିଲାଙ୍କ ନିକଟରେ ପ୍ରଶ୍ନପତ୍ର ପହଁଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ସେଟ୍ ଲେଖାଁଏ ପ୍ରଶ୍ନପତ୍ର ପ୍ରତ୍ୟେକ ବିଦ୍ୟାଳୟକୁ ପଠାଯାଇଛି । ଜିଲ୍ଲାସ୍ତରରେ ଦକ୍ଷ ଶିକ୍ଷକ ଓ ଶିକ୍ଷାବିତଙ୍କ ଦ୍ୱାରା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି । ନମୁନା ପ୍ରଶ୍ନଗୁଡିକୁ ପ୍ରଶ୍ନବ୍ୟାଙ୍କ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହି ପ୍ରଶ୍ନବ୍ୟାଙ୍କ ବ୍ୟବସ୍ଥା ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ ବୋଲି କହିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ ।

ତେବେ ଶିକ୍ଷାବିତଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । କିଛି ଏହାକୁ ସ୍ୱାଗତ କରିଥିବା ବେଳେ କିଛି ଶିକ୍ଷାବିତଙ୍କ ମତରେ ଏହି ବ୍ୟବସ୍ଥା ସମସ୍ୟା ସୃଷ୍ଟି କରିବା ସମ୍ଭାବନା ରହିଛି ।

ମାଟ୍ରିକ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ସାମ୍ଭାବ୍ୟ ପ୍ରଶ୍ନପତ୍ର ଅପଲୋଡ୍ କରିଥାନ୍ତି । ଯାହା ଅନେକ ସମୟରେ ବିଭ୍ରାନ୍ତି ସୃଷ୍ଟି କରିଥାଏ । ଏବେ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନମୁନା ପ୍ରଶ୍ନ ଯୋଗାଇଦେବା ଦ୍ୱାରା ପରୀକ୍ଷା ପ୍ରସ୍ତୁତି ସହଜ ହେବ ବୋଲି କୁହାଯାଉଛି ।

ତେବେ ପ୍ରଶ୍ନ ଉଠୁଛି
ପରୀକ୍ଷାର କିଛି ମାସ ପୂର୍ବରୁ ଏହି ପ୍ରଶ୍ନବ୍ୟାଙ୍କ ବ୍ୟବସ୍ଥା କେତେ ସହାୟକ ହେବ?
ନମୁନା ପ୍ରଶ୍ନପତ୍ରକୁ ନେଇ ଦ୍ୱନ୍ଦ୍ୱରେ ପଡିବେ କି ପରୀକ୍ଷାର୍ଥୀ?

The post ସହଜ ହେବ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି । ତିଆରି ହେବ ପ୍ରଶ୍ନପତ୍ର ବ୍ୟାଙ୍କ, ସବୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ନମୁନା ପ୍ରଶ୍ନପତ୍ର first appeared on Kanak News.

from Kanak News
via <a href="https://ifttt.com/?

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିପୁଳ ବିଜୟ ପରେ ବିଜେପିର ଓଡିଶା ପ୍ଲାନ୍ । ମନମୋହନଙ୍କ ସମେତ ଦଳୀୟ ବିଧାୟକଙ୍କୁ ଦିଲ୍ଲୀ ଡାକରା

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ୩ ମାସ ରହିଛି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଦମଦାର ପ୍ରଦର୍ଶନ କରିବା ପରେ ଓଡ଼ିଶାର ବିଜେପି କି ଆଭିମୁଖ୍ୟ ଗ୍ରହଣ କରିବ, ଶାସକ ବିଜେଡି ବିରୋଧରେ କିପରି ଲଢିବ ଦଳ, ଏନେଇ ଦିଲ୍ଲୀରେ ହେବାକୁ ଯାଉଛି ମାନସ ମନ୍ଥନ । ଓଡିଶା ବିଜେପି ଟିମକୁ କେନ୍ଦ୍ରୀୟ ନେତୃତ୍ୱର ଡାକରା ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ କିଛି ବିଧାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଚର୍ଚ୍ଚା ହେଉଛି, ଓଡିଶା ଦଖଲ ପ୍ଲାନ ନେଇ ଦଳର ଚାଣକ୍ୟ ଅମିତ ଶାହା, ଅଧ୍ୟକ୍ଷ ଜେପି ନିଡ୍ଡାଙ୍କ ସହ ଆଲୋଚନା ହେବା ସମ୍ଭାବନା ରହିଛି । ବିଜେପି ମହଲରେ ଏପରି ମଧ୍ୟ ଚର୍ଚ୍ଚା ହେଉଛି ଡିସେମ୍ବର ମାସରେ ଓଡିଶା ଗସ୍ତରେ ଆସିପାରନ୍ତି ଅମିତ ଶାହା । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସିପାରନ୍ତି ।

ବିଜେପି-ବିଜେଡି ମଧ୍ୟରେ ଭିତିରିଆ ସଂପର୍କ ଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଛି କଂଗ୍ରେସ । ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଅସ୍ପଷ୍ଟ ରହିଛି । ବିଜେପି କର୍ମୀ ଓ ନେତା ମଧ୍ୟ ଦ୍ୱନ୍ଦରେ । କାରଣ ବିଜେପିର ଶୀର୍ଷ ନେତୃତ୍ୱ ନବୀନଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି ।

ତିନିଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ବଡ ବିଜୟ ପରେ ସାଧାରଣ ନିର୍ବାଚନ ପୂର୍ବରୁ ସ୍ଥିତି ବଦଳିଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ଶିବିର ଉତ୍ସାହିତ ଅଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ଦମ ଓ ରଣନୀତିରେ ବିଜେପି ସେହିସବୁ ରାଜ୍ୟରେ ଲଢି ସଫଳତା ପାଇଛି । ସେହି ଆଭିମୁଖ୍ୟ ରଖି ଓଡିଶାରେ ଦଳ ନିର୍ବାଚନ ଲଢିବ ତ?

ସେପଟେ ବିଜେଡି କହିଛି, ଯେଉଁ ରଣନୀତି ହେଲେ ବି ଓଡିଶାରେ କୌଣସି ପ୍ରଭାବ ପଡିବନି ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି, ସଂସଦର ଶୀତ ଅଧିବେଶନ ସରିବା ପରେ ଓଡିଶା ସଂପର୍କରେ ନିଷ୍ପତି ନେବ ବିଜେପି କେନ୍ଦ୍ରୀୟ ନେତୃତ୍ୱ । ରାଜ୍ୟରେ କ୍ଷମତା ଦଖଲ ପାଇଁ ଦଳ କେଉଁ ରଣନୀତି ଆପଣାଇବ, ସେନେଇ ସ୍ପଷ୍ଟ ସଂକେତ ମିଳିବ ।

The post ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିପୁଳ ବିଜୟ ପରେ ବିଜେପିର ଓଡିଶା ପ୍ଲାନ୍ । ମନମୋହନଙ୍କ ସମେତ ଦଳୀୟ ବିଧାୟକଙ୍କୁ ଦିଲ୍ଲୀ ଡାକରା first appeared on Kanak News.

from Kanak News
via <a href="https://ifttt.com/?

ଧାନ ଅମଳ ସମୟରେ ଦୁଃଖ ଦେଇଗଲା ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା, ବିଲରେ ଲହଡ଼ି ଭାଙ୍ଗିଲା ପାଣି, ଭାସିଲା ପାଚିଲା ଧାନ

କନକ ବ୍ୟୁରୋ : ବାତ୍ୟା ଯାଇଛି , ଆଉ ଆଣିଦେଇଛି ଦୁଃଖ । ବର୍ଷାରେ ପାଚିଲା ଧାନ ନଷ୍ଟ ହେବା ସହ ବିଲରେ ଲହଡି ଭାଙ୍ଗୁଛି ପାଣି । ଇଏ ହେଉଛି ମାଲକାନଗିରି କାଲିମେଳା ବ୍ଲକ ଅଂଚଳର ଦୃଶ୍ୟ । ଧାନ ଅମଳ ସମୟରେ ବାତ୍ୟା ଆଣିଦେଇଛି ଅସରନ୍ତି ଦୁଃଖ । ବର୍ଷ ଯାକର ପରିଶ୍ରମ ବର୍ଷା ଯୋଗୁଁ ଧୋଇ ହୋଇଯାଇଛି ଧାନଫସଲ । ଓଦାଧାନକୁ ପଲିଥିନ ଓ ତାଳପତ୍ର ଘୋଡାଇ ରଖିଥିଲେ ବି ତାହା ମଧ୍ୟ ଭିଜିଯାଇଛି ।…ଇଏ ହେଉଛି ଗଂଜାମ କୁକୁଡାଖଣ୍ଡି ବ୍ଲକ ଅଂଚଳର ଧାନବିଲର ଦୃଶ୍ୟ । ପାଣିଭର୍ତ୍ତି ବିଲରୁ ଧାନଗଛକୁ ଛାଣୁଛି ଚାଷୀ । ବିଲରେ ଧାନ କଟା ହୋଇ ଗଦା ହୋଇଥିବାବେଳେ ପାଣି ଭର୍ତ୍ତି ହୋଇଯାଇଛି । ଆଉ ପାଚିଲା ଧାନ ଗଜା ହେବା ଆଶଙ୍କା ସୃଷ୍ଟି ହୋଇଛି ।

କେବଳ କାଲିମେଳା କି ଗଂଜାମ ନୁହେଁ କୋରାପୁଟ ପଟ୍ଟାଙ୍ଗୀ, କଳାହାଣ୍ଡି ଜୟପାଟଣାରେ ବି ଏକାଭଳି ସ୍ଥିତି । ପୂର୍ବରୁ ଅଭାବି ବର୍ଷା ଓ ରୋଗ ପୋକରୁ ଚାଷୀ ଅନେକ କ୍ଷତି ସହିସାରିଛି । ଆଉ ଏବେ ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧିଛି । ଧାନବିଲରେ ପାଣି ଓ ଧାନ ଭିଜିଯିବା ଯୋଗୁଁ ଧାନ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଧାନ କଟା ହୋଇ ବିଲରେ ପଡିଛି । ବର୍ଷା ହେବାରୁ ଧାନ ଭିଜିଯାଇଛି । ଫଳରେ ଅମଳ କମିଯିବା ସହ ଧାନର ଗୁଣବତ୍ତା କମିଗଲେ କମଦରରେ ମିଲମାଲିକ କିଣିବା ଆଶଙ୍କା ପ୍ରକାଶ ପାଇଛି ।

ଶୀଘ୍ର ବିଲରୁ ପାଣି ନ ଶୁଖିଲେ ଅଦିନିଆ ବର୍ଷା ଚାଷୀକୂଳର ମେରୁଦଣ୍ଡ ଉପରେ ସିଧାସଳଖ ପ୍ରଭାବ ପକାଇବା ସମ୍ଭାବନା ରହିଛି । ଆଉ ଆସନ୍ତା ୧୨ ତାରିଖ ସୁଦ୍ଧା ବର୍ଷା ଯୋଗୁଁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

The post ଧାନ ଅମଳ ସମୟରେ ଦୁଃଖ ଦେଇଗଲା ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା, ବିଲରେ ଲହଡ଼ି ଭାଙ୍ଗିଲା ପାଣି, ଭାସିଲା ପାଚିଲା ଧାନ first appeared on Kanak News.

from Kanak News
via <a href="https://ifttt.com/?

ଲିଭ-ଇନ୍ ପାର୍ଟନରଙ୍କ ଘରୁ ମିଳିଲା ଯୁବତୀର ଶବ

ଯାଞ୍ଚ ଅଧିକାରୀ କହିଛନ୍ତି, ‘ଏହି ମୁହୂର୍ତ୍ତରେ ଆମେ କିଛି ବି ଦିଗକୁ ଏଡ଼ାଇ ପାରିବୁ ନାହିଁ । ଏହା ଏକ ଯୋଜନାବଦ୍ଧ ହତ୍ୟା କିମ୍ବା ଆତ୍ମହତ୍ୟା ବୋଲି ଆମେ ବର୍ତ୍ତମାନ କହିପାରିବୁ ନାହିଁ ।  ଆମେ ସବୁ ଦିଗରୁ ଅନୁସନ୍ଧାନ କରୁଛୁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ବିଷୟରେ ଜଣାପଡିବ ।

ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ ଜିଲ୍ଲା ଅନ୍ତର୍ଗତ ‘ ଲିଭ -ଇନ୍ ପାର୍ଟନର’ଙ୍କ ଘରେ ଜଣେ ୨୪ ବର୍ଷର ଯୁବତୀଙ୍କ ମୃତଦେହ ମିଳିଛି । ମଙ୍ଗଳବାର ପୋଲିସ ଏହି ସୂଚନା ଦେଇଛି । ଜଣେ ବ୍ୟକ୍ତି ସୋମବାର ରାତି ପ୍ରାୟ ୧୦.୩୦ ସମୟରେ ଆଲୋ ପୋଲିସ ଷ୍ଟେସନରେ ପହଞ୍ଚି ଏ ବିଷୟରେ ସୂଚନା ଦେଇଥିଲେ ।  ସେଠାରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ କହିଥିଲେ ଯେ ତାଙ୍କ ପ୍ରେମିକା ଆତ୍ମହତ୍ୟା କରିଛନ୍ତି ବୋଲି । ଏହା ପରେ ଏକ ପୋଲିସ ଟିମ୍ ପୁରୁଣା ମାର୍କେଟ ଅଞ୍ଚଳରେ ଥିବା ତାଙ୍କ ଘରକୁ ଯାଇ ଯୁବତୀର ଶବ ତଳେ ପଡ଼ିଥିବାର ଦେଖିଥିଲେ । ଆଲୋ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଡୁଟୋ ବାଗ୍ରା କହିଛନ୍ତି ଯେ ତାଙ୍କୁ ଆମେ ପ୍ରଥମେ ସରକାରୀ ଡାକ୍ତରଖାନାକୁ ନେଇଥିଲୁ  ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେ କହିଛନ୍ତି ଯେ ମୃତ ଯୁବତୀର ପୁରୁଷ ବନ୍ଧୁଙ୍କୁ  ପଚରାଉଚରା ପାଇଁ ଅଟକ ରଖାଯାଇଛି।  ପଚରାଉଚରା ବେଳେ ସେ କହିଥିଲେ ଯେ ତାଙ୍କ ସାଥୀ ରୁମ ଭିତରେ ପଶି କବାଟ ଭିତରପଟୁ ବନ୍ଦ କରିଦେଇଥିଲେ । ବାଗ୍ରା କହିଛନ୍ତି, “ପୁରୁଷ ଜଣକ ତାଙ୍କ ବନ୍ଧବୀଙ୍କୁ  କବାଟ ଖୋଲିବାକୁ ଅନେକ ଥର ଅନୁରୋଧ କରିଥିଲେ ।  ବହୁତ ସମୟ ଧରି ଡାକିବା ପରେ ଯେତେବେଳେ ସେ କବାଟ ଖୋଲିନଥିଲେ  ସେ କବାଟ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ପାଇଥିଲେ । ଘରେ ଯୁବକଟିର ଅସୁସ୍ଥ ବାପାଙ୍କ ବ୍ୟତୀତ ଆଉ କେହି ନଥିଲେ, ତେଣୁ ତାଙ୍କୁ ଫ୍ୟାନରୁ ଓଲ୍ହେଇବାକୁ ବହୁତ ପରିଶ୍ରମ କରିବାକୁ ପଡିଥିଲା।

The post ଲିଭ-ଇନ୍ ପାର୍ଟନରଙ୍କ ଘରୁ ମିଳିଲା ଯୁବତୀର ଶବ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started