ଦିନେ ଥିଲେ ବ୍ଲକ୍ ଅଧ୍ୟକ୍ଷ, ହେଲେ ଆଜି ଅବହେଳିତ । ପଦବୀ ଗଲା ପରେ ଦୁର୍ଦ୍ଦିନରେ ବିତୁଛି ଜୀବନ ।

କନକ ବ୍ୟୁରୋ: ପଦ ପଦବୀ ଗଲା ପରେ ଅବହେଳିତ ଆଉ ଅଲୋଡା ବ୍ଲକ ମୁଖିଆ । ବ୍ଲକ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ବହୁ ଉନ୍ନତି ମୂଳକ କାମ ହେଉଛି । ହେଲେ ପଦବୀ ଯାଇସାରିଲା ପରେ ଏବେ ଯେମିତି ଅଲୋଡା ହାଇପଡିଛନ୍ତି ସମ୍ବଲପୁର ଧନକଉଡା ବ୍ଲକ ବଡସିଂହାରୀ ଗାଁର ପୂର୍ବତନ ବ୍ଲକ ଅଧ୍ୟକ୍ଷା ମୈଥଳୀ ବଗର୍ତୀ ।

୨୦୦୭ରୁ ୨୦୧୨ ମସିହା ଯାଏଁ ମୈଥଳୀ ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ତାଙ୍କ ସମୟରେ ଅନେକ କାମ ହେବା ସହ ବେଶ୍ ଖାତିର ଥିଲା ତାଙ୍କର । ହେଲେ ପଦବୀ ଗଲା ପରେ କେହି ପଚାରିଲେନି । ପ୍ରଥମେ ସ୍ୱାମୀଙ୍କ ମୃତ୍ୟୁ ଓ ପରେ ଏକମାତ୍ର ପୁଅ ମାନସିକ ଅନଗ୍ରସର ହେବା ପରେ ଏବେ ସମ୍ପ୍ରୁ୍ଣ୍ଣ ବେସାହାରା ହୋଇପଡିଛନ୍ତି ମୈଥିଳୀ । ହଜାରେ ଟଙ୍କା ଭତ୍ତା ଓ ୧୦ କେଜି ଚାଉଳରେ ବହୁ କଷ୍ଟରେ ଚଳୁଛନ୍ତି ମାଆ ଓ ପୁଅ ।

ଦୁର୍ଦ୍ଦିନରେ ଦିନ ବିତୁଛି ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ । ଦରମା ବୃଦ୍ଧି ପାଇଁ ସବୁଠି ସବୁ ସ୍ଥାନରେ ଆଲୋଚନା ପର୍ଯ୍ୟାଲୋଚନା ଓ ସବୁସ୍ଥାନରେ ତୁମ୍ବିତୁଫାନ ହେଉଛି । ହେଲେ ମୈଥଳୀଙ୍କ ପ୍ରତି ଯେମିତି କାହା ନଜର ପଡୁନି । ବଡ ଅସହାୟ ଅବସ୍ଥାରେ ନିଜ ପରିବାର ସହ ବିତୁଛି ଦିନ । ତେବେ ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ କେବଳ ଭତ୍ତା ଦେଇ କାମ ସରିଯାଇଛି । ତାଙ୍କୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ଆଉ କିଛି ଦିନ ସ୍ୱଚ୍ଛଳ ହୋଇ ଚଳିପାରିବେ ମୈଥିଳୀ ।

The post ଦିନେ ଥିଲେ ବ୍ଲକ୍ ଅଧ୍ୟକ୍ଷ, ହେଲେ ଆଜି ଅବହେଳିତ । ପଦବୀ ଗଲା ପରେ ଦୁର୍ଦ୍ଦିନରେ ବିତୁଛି ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

କେବଳ ପାଣି ଓ ଜୁସ୍ ରେ ୫୦ ବର୍ଷ ଜୀବିତ

ଭିଏତନାମରେ ରହୁଥିବା ଜଣେ ବୃଦ୍ଧ ମହିଳା ଦାବି କରିଛନ୍ତି ଯେ ସେ ଗତ ୫୦ ବର୍ଷ ମଧ୍ୟରେ କୌଣସି କଠିନ ଖାଦ୍ୟ ଖାଇ ନାହାଁନ୍ତି ଏବଂ କେବଳ ପାଣି ଏବଂ ମୃଦୁ ପାନୀୟ ପିଇ  ଜୀବନଯାପନ କରୁଛନ୍ତି । କୌତୁହଳର ବିଷୟ ହେଉଛି ସେ କେବେ ବି ଅସୁସ୍ଥ ହୋଇନାହାନ୍ତି କି ହସ୍ପିଟାଲ ଯାଇନାହାନ୍ତି ।

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନେ ସେମାନଙ୍କର ନିଜର ନିୟମ ଅନୁଯାୟୀ ଜୀବନ ଅତିବାହିତ କରନ୍ତି । ଭିଏତନାମର ଜଣେ ମହିଳା ମଧ୍ୟ ଏକ ଭିନ୍ନ ଧରଣର ଜୀବନ ବିତାଉଛନ୍ତି । ମହିଳା ଜଣକ ଦାବି କରିଛନ୍ତି ଯେ ସେ ଗତ ୫୦ ବର୍ଷ ଧରି ଆଦୌ କିଛି  କଠିନ ଖାଦ୍ୟ ଖାଇନାହାନ୍ତି । ସେ କେବଳ ପାଣି ପିଉଛନ୍ତି ।

ଭିଏତନାମ ନିବାସୀ ଜଣେ ବୃଦ୍ଧ ମହିଳା ଦାବି କରିଛନ୍ତି ଯେ ସେ ଗତ ୫୦ ବର୍ଷ ମଧ୍ୟରେ କୌଣସି କଠିନ ଖାଦ୍ୟ ଖାଇ ନାହାଁନ୍ତି ଏବଂ କେବଳ ପାଣି ଏବଂ ମୃଦୁ ପାନୀୟରେ ବଂଚିଛନ୍ତି । କୌତୂହଳର ବିଷୟ ହେଉଛି ଏହି କାରଣରୁ ସେ ନିଜକୁ କେବେ ବି ଦୁର୍ବଳ ଅନୁଭବ କରିନାହାନ୍ତି କି ହସ୍ପିଟାଲ ଯାଇନାହାନ୍ତି ।

ଓଡିଟି ସେଣ୍ଟ୍ରାଲ  Oddity Central  ୱେବସାଇଟ୍ ଅନୁଯାୟୀ, କମଳା ରସ ହେଉଛି ତାଙ୍କର  ମୁଖ୍ୟ ଖାଦ୍ଯ । ଯାହାକୁ ଲୋକମାନେ ସାଧାରଣତଃ ଗ୍ରୀଷ୍ମଦିନେ ପିଇଥାନ୍ତି । ଏହା ସାହାଯ୍ୟରେ ସେ ନିଜ ଶରୀରକୁ ସମସ୍ତ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ।

ପାଣି ଏବଂ ମିଠା ପାନୀୟ ଉପରେ ନିର୍ଭର

ଭିଏତନାମର କ୍ୱାଙ୍ଗ ବିନ୍ ପ୍ରଦେଶର ବାସିନ୍ଦା ମିସ୍ ବୁଇ ଲୋଇ ତାଙ୍କ ବୟସ ପାଇଁ ବହୁତ ଫିଟ୍ ଏବଂ ସୁସ୍ଥ ଦେଖାଯାଉଛନ୍ତି। ସେ ଦାବି କରିଛନ୍ତି ଯେ ୧୯୬୩ ମସିହାରେ ଯେତେବେଳେ ସେ ଅନ୍ୟ ମହିଳାଙ୍କ ସହ ଏକ ପର୍ବତ ଉପରକୁ ଚଢୁଥିଲେ ସେତେବେଳେ ବଜ୍ରପାତ ହୋଇଥିଲା । ଏହି କାରଣରୁ ସେ ଚେତାଶୂନ୍ୟ ହୋଇପଡିଥିଲେ କିନ୍ତୁ ବଞ୍ଚି ଯାଇଥିଲେ।  ଏହା ଏକ ଭିନ୍ନ ବିଷୟ ଯେ ସେ ବହୁତ ପରିବର୍ତ୍ତନ କରିଥିଲେ ଏବଂ କିଛି ଖାଇ ନଥିଲେ କିମ୍ବା ଅନେକ ଦିନ ପର୍ଯ୍ୟନ୍ତ କିଛି ବୁଝିବାକୁ ସକ୍ଷମ ହୋଇନଥିଲେ । ସେତେବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ମିଠା ପାଣି ଦେବା ଆରମ୍ଭ କଲେ, ଯଦିଓ ପରେ ତାଙ୍କ ପରିବାରର ପରାମର୍ଶରେ ଫଳ ଖାଇବା ଆରମ୍ଭ କରିଥିଲେ । ପରେ ସେ ଏହାର ଆବଶ୍ୟକତା ଅନୁଭବ କରିନଥିଲେ । ୧୯୭୦ ପରଠାରୁ, ଲୋଇ କଠିନ ଖାଦ୍ୟ ଛାଡି କେବଳ ଜଳ ଏବଂ ମିଠା ପାନୀୟରେ ବଞ୍ଚିବା ଆରମ୍ଭ କରିଛନ୍ତି ଏବଂ ଆଜିଯାଏ ସେ ସେହି ଶୈଳୀରେ ବଂଚିଛନ୍ତି ।

The post କେବଳ ପାଣି ଓ ଜୁସ୍ ରେ ୫୦ ବର୍ଷ ଜୀବିତ first appeared on Kanak News.

from Kanak News
via <a href="https://ifttt.com/?

ପୁଅକୁ ବଂଚାଇବାକୁ ମାଆର ଝୁଙ୍କ୍ । ପରିଣତ ବୟସରେ ପୁଅକୁ କିଡନୀ ଦେବାକୁ ପ୍ରସ୍ତୁତ ମା’, ହେଲେ ଅପରେଶନ ପାଇଁ ଅର୍ଥ ସାଜିଛି ବାଧକ

କନକ ବ୍ୟୁରୋ : ଦୁନିଆରେ ମାଆର ସ୍ଥାନ ସବୁଠି ଉପରେ । ମାଆର ସ୍ନେହ ଆଗରେ ସବୁ କିଛି ତୁଚ୍ଛ । ନିଜ ସନ୍ତାନ ପାଇଁ ମାଆ ସବୁ ପରିସ୍ଥିତିକୁ ସାମନା କରିବାକୁ ପ୍ରସ୍ତୁତ ଥାଏ । ଏପରିକି ନିଜ ଜୀବନ ଦେବାକୁ ବି କୁଣ୍ଠାବୋଧ ହୁଏନି । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଡେରାବିଶ ମଙ୍ଗରାଜପୁରର ଗାଁରେ । ଗାଁର ଏହି ମହିଳା ଜଣକ ହେଉଛନ୍ତି ଭଗବତୀ ଦାସ । ବଡ ହସଖୁସିରେ ଚଳୁଥିଲା ତାଙ୍କ ପରିବାର । ହେଲେ ତାଙ୍କ ଜୀବନରେ ବହିଯାଇଛି ଅଦନି ଝଡ । ଘର ଚଳାଉଥିବା ମୁରବୀ ପୁଅ ଧନଂଜୟ ଦାସ ତାଙ୍କର ଶଯ୍ୟାଶାୟୀ । ଦୁଇ ଦୁଇଟି କିଡନୀ ନଷ୍ଟ ହୋଇଯାଇଥିବା ବେଳେ ପୁଅକୁ ବଂଚାଇବାକୁ ମାଆ ହୋଇଛି ଆଗଭର । ନିଜ କିଡନୀ ଦେବାକୁ ମାଆ ପ୍ରସ୍ତୂୁତ ହାଇଛି । କୌଣସି ମତେ ନିଜ କିଡନୀ ଦେଇ ପୁଅକୁ ବଂଚାଇବା ଜିଦରେ ମା’ ଭଗବତୀ । ହେଲେ କିଡନୀ ପ୍ରତିରୋପଣ କରିବାକୁ ଦରକାର ଅର୍ଥ । ଅଭାବ ଭିତରେ ରହିଥିବା ପରିବାର ଅର୍ଥ ଯୋଗାଡ କରିବାର ଅକ୍ଷମ ଥିବା ବେଳେ ଏବେ କିଛି ସାହାଯ୍ୟ ଆଶାରେ ରହିଛି ଅସହାୟ ମାଆ ।

ପରିଣତ ବୟସରେ ବି ମାଆ ଆଗଭର ହୋଇଛି ପୁଅକୁ କିଡନୀ ଦେଇ ବଂଚାଇବାକୁ । ପୁଅକୁ କିଡନୀ ଦେବ ଅନ୍ୟ ପଟେ ଠାକୁରଙ୍କ ପାଖରେ ଗୁହାର କରିିଛି ମାଆ, ପ୍ରଭୁ ମୋ ପୁଅକୁ ଭଲ କରିଦିଅ । ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପଡିଛି ପରିବର । ସବୁଠି ଆକୁଳ ନିବେଦନ କିଛି ସାହାଯ୍ୟ ସହଯୋଗ କରିବାକୁ । କିି ଅର୍ଥ ଯୋଗାଡ ହୋଇପାରିଲେ ତାଙ୍କର କିଡନୀ ପ୍ରତିରୋପଣ ହୋଇପାରିବ ।

ଅଭାବ ଭିତରେ ରହୁଥିବା ପରିବାରକୁ କିଛି ସାହାଯ୍ୟ ସହଯୋଗ କରିପାରିଲ ଖୁବଶିଘ୍ର ଧନଂଜୟଙ୍କର କିଡନୀ ପ୍ରତିରୋପଣ ହୋଇପାରିବ । ଆଉ ତାଙ୍କୁ ଏକ ନୂଆ ଜୀବନ ମିଳିପାରିବ ।

The post ପୁଅକୁ ବଂଚାଇବାକୁ ମାଆର ଝୁଙ୍କ୍ । ପରିଣତ ବୟସରେ ପୁଅକୁ କିଡନୀ ଦେବାକୁ ପ୍ରସ୍ତୁତ ମା’, ହେଲେ ଅପରେଶନ ପାଇଁ ଅର୍ଥ ସାଜିଛି ବାଧକ first appeared on Kanak News.

from Kanak News
via <a href="https://ifttt.com/?

 ବଲାଙ୍ଗୀର ପୁଇଁତଲା ବହଲପଦର ଗାଁରେ କଙ୍ଗାରୁ କୋର୍ଟ  ।  ଲୋକଙ୍କୁ ନଜଣାଇ ଘର ଦ୍ୱାର ଭାଙ୍ଗିଲେ ଗାଁର ଲୋକ

କନକ ବ୍ୟୁରୋ : ଯୁଗ ବଦଳୁଛି । ହେଲେ ଲୋକଙ୍କ ମାନସିକତାର ପରିବର୍ତନ ହୋଇପାରୁନି । ଏବେ ବି ଗାଁ ଗହଳି ଗୁଡିକରେ ଅନ୍ଧିବିଶ୍ୱାସ ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଚାଲିଛି ଅନ୍ଧାରୀ ଶାସନ । ବହୁ ନିରୀହ ଲୋକ ନିର୍ଯାତିତ ହେଉଛନ୍ତି । ହେଲ ଚୁପ୍ ବସିଛି ପ୍ରଶାସନ । ଏଇ ଯେମିତି ବଲାଙ୍ଗୀର ପୁଇଁତଲା ବହଲପଦର ଗାଁରେ କିଛି ଚିତ୍ର ସାମନାକୁ ଆସିଛି । ଗାଁରେ କଙ୍ଗାରୁକୋର୍ଟ କରି ଗାଁର ଗରିବଙ୍କ ଘରଦ୍ୱାର ଭାଙ୍ଗିଦିଆଯାଇଛି । ଲହୁୁଲୁହକୁ ଏକାଠି କରି ଘର ତିଆରି କରିଥିଲେ ବହୁ ଗରିବ । ହେଲେ ସରପଂଚଙ୍କ ଇସାରାରେ  ଗାଁର  କିଛି  ଲୋକ ହାତରେ ଠେଙ୍ଗା ଗେଡା, ଟାଙ୍ଗିଆ ଧରି ପରିବାର ସଦସ୍ୟ ମାନଙ୍କୁ ଧମକ ଚମକ ଦେଇ ଏକ କାଗଜରେ ଦସ୍ତଖତ କରାଇନେଇଥିଲେ । ତାପରେ ତାଙ୍କ ଘର ଗୁଡିକୁ ଭାଙ୍ଗି ଛାରଖାର କରିଦେଇଛନ୍ତି । ଆଉ ଏବେ ଖୋଲା ଆକାଶ ତଳେ ରହୁଛନ୍ତି ଏହି ନିରୀରହ ଗରିବ ଗାଁର ଲୋକେ । ବର୍ଷା ଶୀତ କାକରରେ ବାହାରେ ପଡିରହିଛନ୍ତି । ପୀଡିତ ପରିବାର ତହସିଲଦାରଙ୍କଠାରୁ ନେଇ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ବି ତାଙ୍କ ଦୁଃଖ ଶୁଣିବାକୁ କେହି ନାହିଁ ।

ସରକାରଙ୍କ ଜାଗାରେ ଦୀର୍ଘ ବର୍ଷ ଘର କରି ରହିଆସୁଥିଲେ ବି କ’ଣ ପାଇଁ ଏହି କଙ୍ଗାରୁ କୋର୍ଟ କରାଗଲା । କଣ ପାଇର୍ ଗରିବଙ୍କ ଘର ଭାଙ୍ଗି ଛାର କରାଯାଇଛି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଅଭିଯୋଗ କରାଯାଇଥିଲେ ବି କଣ ପାଇଁ ସେମାନଙ୍କ ସମସ୍ୟା ଦୁଃଖ ପ୍ରଶାସନ ଶୁଣିପାରୁନି ।। ଯଦି ଘର ଭଙ୍ଗାଯିବାର ଥିଲା ନିୟମ ଅନୁସାରେ ନୋଟିସ୍ ଦିଆଯାଇ ଘର ଭଙ୍ଗାଯାଇଥାନ୍ତା । ହେଲେ ତାହା କରାନଯାଇ  ମନଇଚ୍ଛା ଘର ଭଙ୍ଗାଯାଇଛି  ଆଉ ଏବେ ଖୋଲା ଆକାଶତଳେ ବର୍ଷା ଶୀତରେ ପଡିରହିଛନ୍ତି ଲୋକେ ।

ଗାଁରେ କଙ୍ଗାରୁ କୋର୍ଟ କରି ଗରିବଙ୍କୁ ନିର୍ଯାତନା ଦିଆଯଉଛି । ଲୋକଙ୍କୁ ନଜଣାଇ ଘରଦ୍ୱାର ଭାଙ୍ଗି ବେସାହାରା କରିଦିଆଯାଉଛି । ଖୋଦ ସରପଂଚଙ୍କ ସମ୍ପୃକ୍ତି ରହୁଥିବା ବେଳେ ଏନେଇ ପ୍ରଶାସନ ଚୁପ୍ ନରହି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।

The post  ବଲାଙ୍ଗୀର ପୁଇଁତଲା ବହଲପଦର ଗାଁରେ କଙ୍ଗାରୁ କୋର୍ଟ  ।  ଲୋକଙ୍କୁ ନଜଣାଇ ଘର ଦ୍ୱାର ଭାଙ୍ଗିଲେ ଗାଁର ଲୋକ first appeared on Kanak News.

from Kanak News
via <a href="https://ifttt.com/?

ମେଗା ଉଠାଜଳସେଚନ ନାଁରେ ଚାଷୀଙ୍କୁ ଧୋକା । ଉଦଘାଟନ ପରେ ବି ଆସୁନି ପାଣି, ଖତ ଖାଉଛି ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପ୍ରକଳ୍ପ

କନକ ବ୍ୟୁରୋ : ପ୍ରକଳ୍ପ ନାଁରେ ପ୍ରହସନ । ଉଦଘାଟନ ପରେ ବି ଆସୁନି ପାଣି । ପ୍ରକଳ୍ପ ଲୋକାର୍ପଣର ୧୫ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ  । ପ୍ରୋଜେକ୍ଟରୁ ଏବେ ପାଣି ମୁନ୍ଦେ ବି ବାହାରୁନି । ଖାଲି ସେତିକି ନୁହେଁ ପ୍ରକଳ୍ପରରେ ତାଲା ଝୁଲୁଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବର୍ଷସାରା ଚାଷୀଙ୍କ ଜମିରେ ଫସଲ ଅମଳ ହେବ ସ୍ୱପ୍ନ ଦେଖିଥିଲେ ଚାଷୀ । ଚାଷୀର ସମସ୍ତ ଦୁଃଖ ଦୂର ହେବ ବୋଲି ଭାବିଥିଲେ । ହେଲେ ସମ୍ପୁର୍ଣ୍ଣ ଓଲଟା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ ବ୍ଲକ ଅନ୍ତର୍ଗତ କତରା ନଦୀ କୁଳରେ ତିଆରି ହୋଇଛି ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ “କଂସାପାଳ’ । ବାଙ୍ଗିରିପୋଷୀ ବ୍ଲକର କଂସାପାଳରୁ ନେଇ ଅକ୍ତାପାଳ, ବାହାଦୁରପୁର, ଚନ୍ଦନପୁର, କେନ୍ଦୁମୁଣ୍ଡି ଓ କଦମଡିହା ଆଦି ୯ଟି ଗାଁର  ୮୧୦ ହେକ୍ଟର ଚାଷ ଜମି ଜଳସେଚିତ ହେବା ନେଇ ଉଲ୍ଲେଖ ହୋଇଛି ।  ହେଲେ ପ୍ରକଳ୍ପ ମିଛି ଫେଲ୍ । ଚାଷୀର ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ସେପଟେ  ପ୍ରକଳ୍ପ ନାଁରେ ଚାଷୀଙ୍କୁ ମିଛ ସ୍ୱପ୍ନ ଦେଖାଇ ସରକାର ଚାଷୀଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ମ।।ନେ । ଏନେଇ ଦିନକୁ ଦିନ ଅସନ୍ତୋଷ ବଢିଚାଲିଛି ।

ଏହି ପ୍ରକଳ୍ପ ସମସ୍ୟା ନେଇ ଅଭିଯୋଗ କରାଯାଇଥିଲା । ହଲେ ଯନ୍ତ୍ରୀ ଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ୩ଟି ପ୍ରକଳ୍ପରୁ ହିଜଲି ଏ ବଂ ନିଶ୍ଚିନ୍ତ ପ୍ରକଳ୍ପରୁ ଚାଷୀଙ୍କ ଜମିକ ୁଜଳସେଚନ କରାଯାଉଛି  । ହେଲେ କଂସାପାଳ ପ୍ରକଳ୍ପଟିରେ ଜଳସ୍ତର ତଳେ ରହୁଛି , ଯାହା ଫଳରେ ଜମିକୁ ଜଳସେଚନ କରାଯାଇ ପାରୁନାହିଁ  । ଯେତେବେଳେ ଏହି ପ୍ରକଳ୍ପ ଟେକ୍ଓଭର କରାଗଲା ସେତେବେଳେ ସରକାରଙ୍କ ଏବିଷୟରେ ଜଣାଯାଇଛି । ଏଠାରେ ଏକ ଇନଷ୍ଟା ଷ୍ଟୋରେଜ୍ ସିଷ୍ଟମ୍ ନିର୍ମାଣ ପାଇଁ ପ୍ରପୋଜାଲ ରହିଛି  । ଏହା ନିର୍ମାଣ ହେଲେ ନଦୀ ଜଳ ସଂରକ୍ଷିତ ହେବ ଏବଂ ଏଠାରୁ ପାଣି ଉଠାଯାଇ ଜମିକୁ ଜଳସେଚିତ କରାଯାଇ ପାରିବ । ଆଉ ଏହି ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ଅପେକ୍ଷାରେ ରହିଛନ୍ତି ଚାଷୀ ।

ଯଦି ନଦୀର ଜଳସ୍ତର କମ୍ ରହୁଥିଲା ତେବେ ସେତେବେବେଳେ ପ୍ରଥମେ ବନ୍ଧ ନ ବାନ୍ଧି କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ କଣ ପାଇଁ କରାଯାଇଥିଲା । ଏନେଇ ପ୍ରଶ୍ନ ଉଠାଇଛି ଚାଷୀ । ।

The post ମେଗା ଉଠାଜଳସେଚନ ନାଁରେ ଚାଷୀଙ୍କୁ ଧୋକା । ଉଦଘାଟନ ପରେ ବି ଆସୁନି ପାଣି, ଖତ ଖାଉଛି ୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ପ୍ରକଳ୍ପ first appeared on Kanak News.

from Kanak News
via <a href="https://ifttt.com/?

 ୨୦୨୪ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ  କଳାହାଣ୍ଡି ଜିଲ୍ଲାର ରାଜନୈତିକ ପାଣିପାଗ । ଲାଂଜିଗଡରୁ କିଏ ହେବ ପ୍ରାର୍ଥୀ ?  ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା

କନକ ବ୍ୟୁରୋ : ଆଦିବାସୀ ବହୁଳ ବିଧାନସଭା କ୍ଷେତ୍ର କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ । ବଣ, ପାହାଡ ଘେରା ଏହି ନିର୍ବାଚନମଣ୍ଡଳୀରେ ୨୦୨୪ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଅନ୍ୟପଟେ  ନିର୍ବାଚନରେ ପ୍ରାର୍ଥୀ ହେବାକୁ ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା । ବିଶେଷକରି ଶାସକ ଦଳ ବିଜେଡିରୁ ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି । ବର୍ତମାନର ବିଧାୟକ ପ୍ରଦୀପ କୁମାର ଦିସାରି ତାଲିକାରେ ଆଗରେ ରହିଛନ୍ତି । ସେହିପରି କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଓ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

ବିଜେପିରେ ମଧ୍ୟ ଟିକେଟ ଆଶାୟୀଙ୍କ ସଂଖ୍ୟା ଲମ୍ବି ଚାଲିଛି । ଆଗରେ ରହିଛି ରମେଶ ମାଝୀଙ୍କ ନାଁ । ବିଜୟ ଦିଶାରୀ ମଧ୍ୟ ବିଜେପିରୁ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି  । କଂଗ୍ରେସ ବି ପଛରେ ପଡିନି । କଂଗ୍ରେସରୁ ଗଂଗାଧର ପାତ୍ର ଓ ଚାଂଚେର ମାଝୀ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।

ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଗାଁ ଗାଁ ବୁଲି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି । ତେବେ ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟା ନିର୍ବାଚନରେ ପ୍ରସଙ୍ଗ ପାଲଟିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

The post  ୨୦୨୪ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ  କଳାହାଣ୍ଡି ଜିଲ୍ଲାର ରାଜନୈତିକ ପାଣିପାଗ । ଲାଂଜିଗଡରୁ କିଏ ହେବ ପ୍ରାର୍ଥୀ ?  ଲମ୍ବି ଚାଲିଛି ଆଶାୟୀଙ୍କ ସଂଖ୍ୟା first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ବଳ ବାତ୍ୟା ମିଗଜୋମ୍ । ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଲାଗି ରହିଛି ଝିପି ଝିପି ବର୍ଷା, ପାଣିରେ ଭାସିଲା ପାଚିଲା ଧାନ

କନକ ବ୍ୟୁରୋ : ବାତ୍ୟାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ପୁରୀ, ଗଂଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସହ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆହୁରି ୨୪ ଘଂଟା କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗୁ ରହିବ । ତେବେ ବାତ୍ୟା ଯୋଗୁ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ବର୍ଷାରେ ଉଜୁଡ଼ ଯାଇଛି କ୍ଷେତ । ପଚିଲା ଫସଲ ହୋଇଛି ପ୍ରଭାବିତ । ମୁଣ୍ଡରେ ହାତ ଦେଲେଣି ଚାଷୀ । ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ ବର୍ଷା ଜାରି ରହିଛି । ବିଭିନ ସ୍ଥାନରେ ଝିପ୍ ଝିପ୍ ବର୍ଷା ଲାଗି ରହିଛି । ହେଲେ ଏନେଇ ଚିନ୍ତାରେ ପଡିଛନ୍ତି ଚାଷୀ ମାନେ । ଅମଳ ହେବାକୁ ଥିବା ସମୟରେ ଚାଷୀ ଫସଲ ନଷ୍ଟ ହେବାକୁ ଭୟ କରିଲାଣି । ଏନେଇ କିଛି ଚାଷୀ ବିଲରୁ କାଟି ନେଉଛନ୍ତି ପାଚିଲା ଧାନ । ବର୍ଷା ଯାଗୁ ବିଲରେ ଯାହା ସବୁ ଧାନ ଥିଲା ସବୁ ଓଦା ହୋଇଗଲାଣି । ବର୍ଷା ଯୋଗୁ ପାଣି ସବୁ ଜମି ରହିଛି । ଯାହାଫଳରେ ଧାନ ନଷ୍ଟ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ହେକ୍ଟର ହେକ୍ଟର ଚାଷ ଜମିରେ ଏହିଭଳି ସ୍ଥତି ଦେଖିବାକୁ ମିିଳିଛି । ଭଲ ଅମଳ ଆଶା ରଖିଥିବା ଚାଷୀ ବର୍ଷା ଯୋଗୁ ନଷ୍ଟ ଫସଲ ଯୋଗୁ ଯେମିତି ଚାଷୀ ମୁଣ୍ଡରେ ପଡିଛି ଚଡକ । ଆଉ ଯେଉଁ କିଛି ଫସଲ ବଳକା ବଂଚିଛି ତାକୁ ନେଇ କ୍ଷତିରେ ପଡିବ ଚାଷୀ । କିଛି ଦିନ ଏହିଭଳି ବର୍ଷା ପରିସ୍ଥିତି ରହିଲେ ଫସଲ ନଷ୍ଟ ହେବା ସହ ଚାଷୀ ମାନେ କମ୍ ଦରରେ ଫସଲ ବିକି କ୍ଷତିରେ ପଡିବେ । ଅମଳ ସମୟରେ ଅଦିନିଆ ବର୍ଷା ଯେମିତି ଚାଷୀକୂଳ ପାଇଁ ଅଭିଶାପ ପାଲଟିଛି । ଏନେଇ ଚାଷୀ ମାନଙ୍କୁ କିଛି ସାହାଯ୍ୟ ସହଯୋଗ କରାଯିବାକୁ ଦାବି ହୋଇଛି ।

ବାତ୍ୟା ମିଗଜୋମ୍ ଦୁର୍ବଳ ହୋଇଥିବାବେଳେ ଏହାର ପ୍ରଭାବରେ ଏବେ ବି ଜାରି ରହିଛି ବର୍ଷା । ବାତ୍ୟା ପ୍ରଭାବରେ କୃଷ୍ଣପ୍ରସାଦ ବ୍ଲକ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ବର୍ଷା ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ଭୋରରୁ ବ୍ଲକ୍ରେ ଲଗାଣ ବର୍ଷାରେ ଲୋକମାନେ ପ୍ରଭାବିତ ହୋଇ ପଡିଛନ୍ତି । ବର୍ଷା ପାଇଁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା କରିଛନ୍ତି ଚାଷୀକୂଳ । ଏକର ଏକର ଚାଷ ଜମିରେ ପାଣି ପଶି ଥିବା ବେଳେ ଫସଲ ଯୋଗୁ ଚାଷୀଙ୍କ ଚିନ୍ତା ବଢିଚାଲିଛି ।

The post ଦୁର୍ବଳ ବାତ୍ୟା ମିଗଜୋମ୍ । ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଲାଗି ରହିଛି ଝିପି ଝିପି ବର୍ଷା, ପାଣିରେ ଭାସିଲା ପାଚିଲା ଧାନ first appeared on Kanak News.

from Kanak News
via <a href="https://ifttt.com/?

ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶକୁ ମିଳିବ ନୂଆ ମୁହଁ

କନକ ବ୍ୟୁରୋ: ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ? ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କିଏ ସମ୍ଭାଳିବେ ବିଜେପି ମଙ୍ଗ? କାହାକୁ ଏତେ ବଡ଼ ଦାୟିତ୍ୱ ଦେବେ ମୋଦି-ଶାହା ଯୋଡ଼ି? ଏଭଳି କିଛି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଖବର ମିଳୁଛି ଯେ, ବିଜେପି ହାଇକମାଣ୍ଡ ତିନିଟି ଯାକ ରାଜ୍ୟରେ ନୂଆ ଚେହେରାକୁ ଦାୟିତ୍ୱ ଦେବାକୁ ଯାଉଛି ।

ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ଏକ ଟୁଇଟ୍ କରିଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିପୁଳ ବିଜୟ ହାସଲ କରିଛି ବିଜେପି । ହେଲେ ଏହାପରେ ମୁଖ୍ୟମନ୍ତ୍ରୀ ପଦପାଇଁ ଆଶାୟୀ ନେତାମାନେ ଜୋରଦାର ଲବି କରୁଛନ୍ତି । ରାଜସ୍ଥାନରେ ବସୁନ୍ଧରା ରାଜେ ବିଧାୟକଙ୍କ ସହ ବୈଠକ କରି କେନ୍ଦ୍ରୀୟ ନେତୃତ୍ୱକୁ ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି । ସେପଟେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଅନ୍ୟ ଏକ ରଣନୀତି ଆପଣାଇଛନ୍ତି । କେନ୍ଦ୍ରୀୟ ନେତୃତ୍ୱ ଯାହା କହିବେ ମାନିନେବେ ବୋଲି କହୁଛନ୍ତି ଶିବରାଜ । ହେଲେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ତେଜିଛି । ସେପଟେ ଛତିଶଗଡ଼ରେ ରମଣ ସିଂଙ୍କ ନାଁକୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲା । ।

  • କିଏ ହେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ?
  • ନୂଆ ମୁହଁ ପାଲଟିପାରନ୍ତି ମୁଖ୍ୟମନ୍ତ୍ରୀ ଚେହେରା
  • ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା

ମଧ୍ୟପ୍ରଦେଶ

ପୁରୁଣା : ଶିବରାଜ ସିଂ ଚୌହ୍ୱାନ

ନୂଆ : ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, କୈଳାସ ବିଜୟବର୍ଗୀୟ, ପ୍ରହ୍ଲାଦ ସିଂ ପଟେଲ,

ରାଜସ୍ଥାନ

ପୁରୁଣା: ବସୁନ୍ଧରା ରାଜେ

ନୂଆ : ବାବା ବାଲକନାଥ, ଦୟାକୁମାରୀ, ଗଜେନ୍ଦ୍ର ସିଂ ଶେଖାୱତ

ଛତିଶଗଡ଼

ପୁରୁଣା : ରମଣ ସିଂ

ନୂଆ : ରେଣୁକା ସିଂ, ଅରୁଣ ସାଓ, ବିଜୟ ବାଘେଲ, ରାମବିଚାର ନେତମ, ଲତା ଉସେଣ୍ଡି

The post ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶକୁ ମିଳିବ ନୂଆ ମୁହଁ first appeared on Kanak News.

from Kanak News
via <a href="https://ifttt.com/?

ନେହେରୁଙ୍କ ଭୁଲ ପାଇଁ ପିଓକେର ସୃଷ୍ଟି, ନଚେତ ଏହା ଏବେ ଭାରତର ଅଂଶବିଶେଷ ହୋଇ ରହିଥାନ୍ତା । ସଂସଦରେ ଅମିତ ଶାହାଙ୍କ ବୟାନକୁ ନେଇ ବିରୋଧୀଙ୍କ ହଙ୍ଗାମା ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁନଃଗଠନ ବିଧେୟକକୁ ନେଇ ସଂସଦରେ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସଂସଦରେ ଏହି ଆଲୋଚନା ବେଳେ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ନିଜ ସମ୍ବୋଧନରେ ଶାହା କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କରିବା ନିଷ୍ପତ୍ତି କିଛି ଲୋକଙ୍କୁ ଖରାପ ଲାଗୁଛି । ଧାରା ୩୭୦ ପାଇଁ ୪୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଏହି ଧାରାକୁ ମୋଦୀ ସରକାର ଉଚ୍ଛେଦ କରିଛନ୍ତି ।

ଅମିତ ଶାହା କହିଛନ୍ତି, ପିଓକେକୁ ନେଇ ଯେଉଁ ସମସ୍ୟା ଅଛି ତାହା ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପାଇଁ ସୃଷ୍ଟି ହୋଇଛି । ଯେତେବେଳେ ଭାରତୀୟ ସେନା ବିଜୟୀ ହେଉଥିଲା ସେତେବେଳେ ପଞ୍ଜାବ ପ୍ରଦେଶରେ ପହଞ୍ଚିବା କ୍ଷଣି ସିଜଫାୟାର ଘୋଷଣା କରାଯାଇଥିଲା । ଯାହାଦ୍ୱାରା ପୂରା କାଶ୍ମୀରକୁ ନିଜ ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ହିଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ୩ ଦିନ ପରେ ଯଦି ସିଜଫାୟାର କରାଯାଇଥାନ୍ତା ତେବେ ଆଜି ବି ପିଓକେ ଭାରତର ଅଭିନ୍ନ ଅଙ୍ଗ ହୋଇ ରହିଥାନ୍ତା । ତେବେ ଶାହାଙ୍କ ଏହି ବୟାନକୁ ନେଇ ସଂସଦରେ ବିରୋଧୀ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି । ଏହି ବିଲ୍ ସହ ସମ୍ମାନ ଯୋଡି ହୋଇ ରହିଛି । ଏହି ବିଲର ପ୍ରକୃତ ଉଦ୍ଦେଶ୍ୟ ସେହିମାନେ ବୁଝିପାରିବେ ଯେଉଁମାନେ ପଛରେ ରହି ଯାଇଥିବା ଲୋକଙ୍କୁ ପୁଣିଥରେ ହାତ ଧରି ଆଗକୁ ବଢାଇବାକୁ ଚାହୁଁଛନ୍ତି । କିନ୍ତୁ ଏହି ବିଲ ସେମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଯେଉଁମାନେ ଭୋଟବ୍ୟାଙ୍କ ପାଇଁ ଏହାର ଉପଯୋଗ କରୁଥିଲେ ।

https://platform.twitter.com/widgets.jsଧାରା ୩୭୦ ଉଚ୍ଛେଦ କିଛି ଲୋକଙ୍କୁ ଭଲ ଲାଗୁନାହିଁ । ଯେତେବେଳେ ଏହି ଧାରା ଉଚ୍ଛେଦ କରାଗଲା ସେତେବେଳେ କିଛି ଲୋକ କହିଥିଲେ ଏହାଦ୍ୱାରା କାଶ୍ମୀରରେ ରକ୍ତର ନଦୀ ବହିବ । କିନ୍ତୁ ରକ୍ତର ନଦୀ ତ ଛାଡନ୍ତୁ ବରଂ କେହି ପଥର ଉଠାଇବାକୁ ମଧ୍ୟ ସାହସ କରିନଥିଲେ । ଧାରା-୩୭୦କୁ ପୂର୍ବରୁ ହିଁ ହଟାଇବାର ଆବଶ୍ୟକତା ଥିଲା । ପୂର୍ବରୁ କାଶ୍ମୀରର ଲାଲଚୌକରେ ତ୍ରିରଙ୍ଗା ଉଡାଇବାକୁ ଦିଆଯାଉନଥିଲା । ଏବେ କିନ୍ତୁ ପ୍ରତି ଘରେ ତ୍ରିରଙ୍ଗା ଉଡୁଛି । ଯେତେବେଳେ କାଶ୍ମୀର ପଣ୍ଡିତଙ୍କୁ ବିସ୍ଥାପିତ କରାଗଲା, ସେତେବେଳେ ସେମାନେ ନିଜ ଦେଶରେ ଶରଣାର୍ଥୀ ଜୀବନ କାଟିବାକୁ ବାଧ୍ୟ ହେଲେ । ଏବେ ଲକ୍ଷାଧିକ ଲୋକ ବିସ୍ଥାପିତ ଜୀବନ କାଟୁଛନ୍ତି । ସେମାନଙ୍କୁ ନିଜ ଅଧିକାର ଫେରାଇଦେବାକୁ ଏହି ନୂଆ ବିଲ୍ ଆସିଛି । ଯାହାଦ୍ୱାରା ସେମାନଙ୍କୁ ମଧ୍ୟ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିବ ।

The post ନେହେରୁଙ୍କ ଭୁଲ ପାଇଁ ପିଓକେର ସୃଷ୍ଟି, ନଚେତ ଏହା ଏବେ ଭାରତର ଅଂଶବିଶେଷ ହୋଇ ରହିଥାନ୍ତା । ସଂସଦରେ ଅମିତ ଶାହାଙ୍କ ବୟାନକୁ ନେଇ ବିରୋଧୀଙ୍କ ହଙ୍ଗାମା । first appeared on Kanak News.

from Kanak News
via <a href="https://ifttt.com/?

ଆସିବ ନୂଆ ଗର୍ଭ ନିରୋଧକ ପଦ୍ଧତି । ରାଜ୍ୟ ପରିବାର ନିୟୋଜନରେ ଯୋଡି ହେଲା ଦୁଇ ନୂଆ ଗର୍ଭନିରୋଧକ ।

କନକ ବ୍ୟୁରୋ: ଆସିବ ନୂଆ ଗର୍ଭନିରୋଧକ ପଦ୍ଧତି । ରାଜ୍ୟ ପରିବାର ନିୟୋଜନରେ ଯୋଡି ହେଲା ଦୁଇ ନୂଆ ଗର୍ଭନିରୋଧକ । ଏହି ଦୁଇ ପଦ୍ଧତି ହେଉଛି ସବ ଡର୍ମାଲ ଇମ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ । ସବ ଡର୍ମାଲ ଇମ୍ଲାଣ୍ଟ ପଦ୍ଧତିରେ ମହିଳାଙ୍କ ବାମ ହାତର ଉପର ଭାଗରେ ଚର୍ମ ତଳେ ନିଡିଲ ଆକାରର ଏକ ରଡ ରଖାଯିବ ।  ଏହା ତିନି ବର୍ଷ ପର୍ଯ୍ୟନ୍ତ ଶରୀରରେ ରହିବ । ସେଥିରୁ ଏକ ହର୍ମନ କ୍ଷରିତ ହେବ, ଯାହା ଗର୍ଭଧାରଣ ରୋକିବାରେ ସହାୟକ ହେବ । ଏହାଛଡା ଅନ୍ତରା ଇଞ୍ଜେକ୍ସନ ଦ୍ୱାରା ମହିଳାମାନେ ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ରୋକିପାରିବେ ।  ପ୍ରାରମ୍ଭିକ ଭାବେ ଏହି ଦୁଇ ନୂଆ ପଦ୍ଧତିକୁ କଟକ, ଗଜପତି, ବାଲେଶ୍ୱର ଏବଂ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଛି ।

The post ଆସିବ ନୂଆ ଗର୍ଭ ନିରୋଧକ ପଦ୍ଧତି । ରାଜ୍ୟ ପରିବାର ନିୟୋଜନରେ ଯୋଡି ହେଲା ଦୁଇ ନୂଆ ଗର୍ଭନିରୋଧକ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started