ରବି ବିଷ୍ଣୋଇଙ୍କ ଧମାକା । ରାଶିଦ ଖାନଙ୍କୁ ପଛରେ ପକାଇ ଟି-୨୦ ଫର୍ମାଟରେ ହେଲେ ନମ୍ବର ୱାନ ବୋଲର

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ଲେଗ୍ ସ୍ପିନର ରବି ବିଷ୍ଣୋଇ ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ୫ଟି ଟି-୨୦ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିଛି । ଏହି କ୍ରମରେ ବିଷ୍ଣୋଇଙ୍କୁ ଟି-୨୦ ଫର୍ମାଟରେ ନମ୍ବର ୱାନ ବୋଲର ଭାବେ ରାଙ୍କ ମିଳିଛି । ସେ ଆଫଗାନିସ୍ତାନର ତାରକା ସ୍ପିନ ବୋଲର ରାଶିଦ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏହାସହ ରବି ବିଷ୍ଣୋଇ ଜସପ୍ରିତ ବୁମରାହଙ୍କ କ୍ଲବରେ ସାମିଲ ହୋଇଛନ୍ତି । ବୁମରାହ ଟି-୨୦ ରାଙ୍କିଙ୍ଗରେ ନମ୍ବର ୱାନ ବୋଲର ଥିଲେ । ଆଇପିଏଲରେ ଲକ୍ଷ୍ନୌ ଜାଏଣ୍ଟସ ତରଫରୁ ଖେଳୁଥିବା ବିଷ୍ଣୋଇ ଗତ ସପ୍ତାହରେ ୫ମ ସ୍ଥାନରେ ଥିଲେ । ହେଲେ ଏକାଥରକେ ସେ ୫ଟି ପାହାଚ ଆଗକୁ ଆସି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ରବି ବିଷ୍ଣୋଇ ଗତ ସପ୍ତାହରେ ୬୬୪ ରେଟିଂ ସହ ୫ମ ସ୍ଥାନରେ ଥିଷଲ । ହେଲେ ଅଷ୍ଟ୍ରେଲିଆ ବିରୋଧରେ ତାଙ୍କ ଭଲ ପ୍ରଦର୍ଶନ ଥିଲା । ସେ ୫ଟି ମ୍ୟାଚରେ ୯ଟି ୱିକେଟ୍ ହାସଲ କରିଥିଲେ । ଏଥିରୁ ତାଙ୍କୁ ୩୪ ପଏଣ୍ଟ ମିଳିଥିଲା । ଏହାକୁ ମିଶାଇ ବିଷ୍ଣୋଇ ୬୯୯ ପଏଣ୍ଟରେ ପହଂଚିଛନ୍ତି । ତାଙ୍କ ଠାରୁ ୭ ପଏଣ୍ଟ କମରେ ରହିଛନ୍ତି ଆଫଗାନିସ୍ତାନର ସ୍ପିନ ବୋଲର ରାଶିଦ ଖାନ ।

The post ରବି ବିଷ୍ଣୋଇଙ୍କ ଧମାକା । ରାଶିଦ ଖାନଙ୍କୁ ପଛରେ ପକାଇ ଟି-୨୦ ଫର୍ମାଟରେ ହେଲେ ନମ୍ବର ୱାନ ବୋଲର first appeared on Kanak News.

from Kanak News
via <a href="https://ifttt.com/?

ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ଯୋଗାଇ ଦିଆଯିବ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ।

କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରଶ୍ନପତ୍ରର ଫର୍ମାଟ ସମ୍ପର୍କରେ ଅଭ୍ୟସ୍ତ ହୋଇପାରିବେ । ଯାହାଦ୍ୱାରା ପରୀକ୍ଷା ସମୟରେ ପ୍ରଶ୍ନପତ୍ରକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ମାଟ୍ରିକ୍ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏପରି ଏକ ଅଭିନବ ବ୍ୟବସ୍ଥା ହାତକୁ ନେଇଛନ୍ତି । ଏହି ନମୁନା ପ୍ରଶ୍ନପତ୍ର ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଇ ଦିଆଯାଇଛି । ଏହା ଯେମିତି ସବୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ପଦକ୍ଷେପ ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସବୁ ଡିଇଓଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଆ, ଇଂରାଜୀ, ହିନ୍ଦି, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରେ ଗୋଟିଏ ସେଟ୍ ଲେଖାଏଁ ନମୁନା ପ୍ରଶ୍ନପତ୍ର ପଠାଯାଇଛି ।

The post ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ଯୋଗାଇ ଦିଆଯିବ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର । first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ସେଂଟ୍ରାଲ ଏସି ଟନେଲ ଛାୟାପଥର ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ହେବ ଶୃଙ୍ଖଳିତ । ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆରମ୍ଭ ହେଲା ସେଂଟ୍ରାଲ ଏସି ଟନେଲ ଛାୟାପଥ ସେଡ୍ ନିର୍ମାଣ ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ସେଡ୍ ନିର୍ମାଣ ପାଇଁ ଲ୍ୟାଣ୍ଡ ସର୍ଭେ ଆରମ୍ଭ ହୋଇଛି । ଡିଜାଇନ୍ ଅନୁସାରେ ୮୪ ମିଟର ଲମ୍ବ, ୧୨ ମିଟର ଚଉଡ଼ା ଓ ୫ ଲେୟର ବିଶିଷ୍ଟ ହେବ ଏହି ଟନେଲ ।

The post ନୂଆବର୍ଷରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ସେଂଟ୍ରାଲ ଏସି ଟନେଲ ଛାୟାପଥର ସେଡ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭାରେ ଜମ୍ମୁ-କାଶ୍ମୀରକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ । କହିଲେ ଧାରା ୩୭୦ ପାଇଁ ଯାଇଛି ୪୫ ହଜାର ଲୋକଙ୍କ ଜୀବନ

କନକ ବ୍ୟୁରୋ : ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଜମ୍ମୁ-କାଶ୍ମୀରୁ ଧାରା ୩୭୦ ହଟିବା କିଛି ଲୋକଙ୍କୁ ଝଟକା ଦେଇଛି । ଜମ୍ମୁ-କାଶ୍ମୀର ସଂରକ୍ଷଣ ସଂଶୋଧନ ଅଧିନିୟମ ୨୦୨୩ ଓ ଜମ୍ମୁ-କାଶ୍ମୀର ପୁନଃଗଠନ ସଂଶୋଧନ ବିଧେୟକ ୨୦୨୩ , ୧୭ ବର୍ଷ ଧରି ଯାହା ଉପରେ ଅନ୍ୟାୟ ହେଉଥିଲା ସେମାନଙ୍କୁ ନ୍ୟାୟ ଦେବା ପାଇଁ ମୋଦୀ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ସେମାନଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ଅମିତ୍ ଶାହା କହିଛନ୍ତି ।

ଅମିତ ଶାହା କହିଛନ୍ତି କି ପୂରା ଦେଶରେ ଜମ୍ମୁ-କାଶ୍ମୀର ଏକ ଏଭଳି ରାଜ୍ୟ ଯେଉଁଠି ବିଜେପି ସରକାର ୨ଟି ଏମ୍ସ ଓ ଦୁଇଟି ଆଇଆଇଟି ସ୍ଥାପନା କରିଛି । ଏହାସହ ଅନେକ ମେଡିକାଲ ଓ ଟେକ୍ନିକାଲ କଲେଜ ମଧ୍ୟ ଖୋଲାଯାଇଛି ।

ସଂସଦକୁ ସମ୍ବୋଧିତ କରି ଗୃହମନ୍ତ୍ରୀ କହିଛନ୍ତି ଯେ କାଶ୍ମୀରରେ ଜାରି ରହିଥିବା ଆତଙ୍କବାଦ କାରଣରୁ ଘାଟିରେ ୪୬ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ହେଲେ ଏହି ବିଧେୟକ ସେମାନଙ୍କୁ ଅଧିକାର ଦେବା ପାଇଁ ଓ ପ୍ରତିନିଧିତ୍ୱ ଦେବା ପାଇଁ ।

ଜାମ୍ମୁ-କାଶ୍ମୀର ସଂରକ୍ଷିତ ଅଧିନିୟମକୁ ନେଇ ଶାହା କହିଛନ୍ତି କି, ଜମ୍ମୁ-କାଶ୍ମୀର ବିଧାନସଭାରେ ଏକ ଆସନ ପିଓକେରୁ ବିସ୍ଥାପିତ ହୋଇ ଭାରତ ଆସିଥିବା ଲୋକଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ସଦସ୍ୟଙ୍କୁ ଉପ ରାଜ୍ୟପାଳ ମନୋନୀତ କରିବେ ।

https://platform.twitter.com/widgets.js

ସେପଟେ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଟାର୍ଗେଟ କରି ଶାହା କହିଛନ୍ତି କି, ଲୋକମାନେ କହୁଥିଲେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିଲେ ରାଜ୍ୟରେ ରକ୍ତର ନଦୀ ବୋହିବ । ହେଲେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ରକ୍ତର ନଦୀ ବୋହିବା ଦୂରର କଥା ପଥର ଫିଙ୍ଗିବାକୁ ବି କେହି ସାହାସ କରିନାହାଁନ୍ତି ।

The post ଲୋକସଭାରେ ଜମ୍ମୁ-କାଶ୍ମୀରକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ । କହିଲେ ଧାରା ୩୭୦ ପାଇଁ ଯାଇଛି ୪୫ ହଜାର ଲୋକଙ୍କ ଜୀବନ first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନରେ ଆଉ ଏକ ଭାରତର ଶତ୍ରୁକୁ ହତ୍ୟା । କରାଚିରେ ଲଶ୍କରର ଅଦନାନ୍ କୁ ଗୁଳି,  CRPF ଗାଡି ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା

ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର କୁଖ୍ୟାତ ଆତଙ୍କବାଦୀ ଅଦନାନ୍ ଅହମ୍ମଦକୁ  କରାଚିରେ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ୨୦୧୬ ରେ  ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥଲା ଅଦନାନ ଅହମ୍ମଦ ।

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାନଙ୍କୁ ବିଦେଶରେ ବିଶେଷ କରି ଏବେ ପାକିସ୍ତାନରେ ଜଣକ ପରେ ଜଣକୁ ହତ୍ୟା ଚାଲିଛି । ଅଜ୍ଞାତ ଆତତାୟୀଙ୍କ ଦ୍ଵାରା ଏମାନଙ୍କୁ କିଏ ହତ୍ୟା କରୁଛି କିଛି ଜଣାପଡିନି ।  ଏହି କ୍ରମରେ ଏଥର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ସହିତ ଜଡିତ ଅଦନାନ୍ ଅହମ୍ମଦକୁ  କରାଚିରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି । ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଅଦନାନ ଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଲଶ୍କର ଆତଙ୍କବାଦୀ ଅଦନାନ୍ ନିଜର ଜଣେ ସାଥୀଙ୍କ ସହ କରାଚି ଯାଉଥିବାବେଳେ ହଠାତ୍ ଜଣେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଏହି ଆକ୍ରମଣରେ ଅଦନାନ୍ ଦେହରେ ଦୁଇଟି ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହୁଁ ମୃତ୍ୟୁ ବରଣ କରିଥିଲା ।

ଅଦନାନ୍ ଓରଫ  ହଞ୍ଜାଲା ଅଦନାନର ସୁରକ୍ଷା ପାଇଁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ତାକୁ ଏକ ସୁରକ୍ଷିତ ଘରେ ରଖିଥିଲେ ଯେଉଁଠାରେ ପାକିସ୍ତାନୀ ସେନାର ଅଙ୍ଗରକ୍ଷୀମାନେ ମଧ୍ୟ ତାର ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୫ ତାରିଖ ରାତିରେ ତାକୁ   ଉକ୍ତ ସେଫ ହାଉସ ବାହାରେ ହିଁ  ଗୁଳି କରାଯାଇଥିଲା ।

୨୦୧୬ ରେ ଜାମ୍ମୁ କାଶ୍ମୀରର ପାମ୍ପୋର ଅଞ୍ଚଳରେ CRPF କନଭେନ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଅଦନାନ ଥିଲା । ସେହି ଆକ୍ରମଣରେ ସେନାର ୮ ଜଣ ସୈନିକ ନିକ ସହିଦ ହୋଇଥିଲେ ଏବଂ ଅନ୍ୟ ୨୨ ଜଣ ଆହତ ହୋଇଥିଲେ । ଏହାପୂର୍ବରୁ ୨୦୧୫  ମସିହାରେ ତା ଯୋଜନାରେ ସେ ଜାମ୍ମୁର ଉଦାମପୁରରେ ବିଏସଏଫ କନଭେନ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।  ସେହି ଆକ୍ରମଣରେ ଦୁଇଜଣ ବିଏସ୍ଏଫ୍ ସୈନିକ ସହିଦ ହୋଇଥିଲେ ଏବଂ ୧୩ ଜଣ ଆହତ ହୋଇଥିଲେ। ଏହି ମାମଲାରେ ଏନଆଇଏ ଚାର୍ଜସିଟ୍ ଦାଖଲ କରିଥିଲା ।

 

The post ପାକିସ୍ତାନରେ ଆଉ ଏକ ଭାରତର ଶତ୍ରୁକୁ ହତ୍ୟା । କରାଚିରେ ଲଶ୍କରର ଅଦନାନ୍ କୁ ଗୁଳି,  CRPF ଗାଡି ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା first appeared on Kanak News.

from Kanak News
via <a href="https://ifttt.com/?

ଛାଡିଗଲା ବର୍ଷା, ବଢିଲା ଚେନ୍ନାଇବାସୀଙ୍କ ଦୁର୍ଦ୍ଦଶା ।  ପାଣି ଘେରରେ ତଳିଆ ଅଂଚଳ,  ଆକାଶ ମାର୍ଗରୁ ହେଲିକପ୍ଟର ବାଂଟୁଛି ଖାଦ୍ୟ ପୁଡିଆ

କନକ ବ୍ୟୁରୋ : ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତର ରୁପ ନେଇଛି । ବର୍ଷା ଛାଡି ଯାଇଛି ହେଲେ ଚେନ୍ନାଇ ସହରର ଦୁର୍ଦ୍ଦଶା ବଢିଯାଇଛି । ତଳିଆ ଅଂଚଳ ପାଣି ଘେରରେ ଥିବାରୁ ଲୋକ ହଇରାଣ ହେଉଛନ୍ତି । ବର୍ଷା ପାଣି ଘରେ ପଶିଥିବାରୁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ବର୍ଷା ଜଳ ନିଷ୍କାସନ ହୋଇନପାରିବାରୁ ତଳିଆ ଅଂଚଳର ଲୋକେ ପାଣିଘେରରେ ରହିଛନ୍ତି । ଜଳବନ୍ଦୀ ହୋଇଥିବା ଲୋକଙ୍କୁ ସବୁଠୁ ବଡ ସମସ୍ୟା ପାଲଟିଛି ଖାଦ୍ୟ ଓ ପିଇବା ପାଣି । ବିଜୁଳି ନାହିଁ, ଟେଲି ଯୋଗାଯୋଗ ବାଧାପ୍ରାପ୍ତ ହୋଇପଡିଛି । ପ୍ରଶାସନ ପକ୍ଷରୁ ଆଜି ଚେନ୍ନାଇର ତଳିଆ ଅଂଚଳରେ ୪ଟି ହେଲିକପ୍ଟର ଜରିଆରେ ଶୁଖିଲା ଖାଦ୍ୟ ବଂଟନ କରାଯାଉଛି । ସେହିପରି ବୋଟରେ ପାଣି ବୋତଲ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ବୋଝେଇ କରି ଲୋକଙ୍କ ଦ୍ୱାର ମୁହଁରେ ପହଂଚି ପ୍ରଶାସନ ପକ୍ଷରୁ ବଂଟନ କରାଯାଉଛି ।

The post ଛାଡିଗଲା ବର୍ଷା, ବଢିଲା ଚେନ୍ନାଇବାସୀଙ୍କ ଦୁର୍ଦ୍ଦଶା ।  ପାଣି ଘେରରେ ତଳିଆ ଅଂଚଳ,  ଆକାଶ ମାର୍ଗରୁ ହେଲିକପ୍ଟର ବାଂଟୁଛି ଖାଦ୍ୟ ପୁଡିଆ first appeared on Kanak News.

from Kanak News
via <a href="https://ifttt.com/?

ସଂସଦରେ ଆଦିବାସୀଙ୍କ ୩ ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଇଲା ବିଜେଡି । ୫ ଭାଷାକୁ ମାନ୍ୟତା ଦେବା ସହ କେନ୍ଦୁପତ୍ରରୁ ୧୮% ଜିଏସଟି ହଟାଇବାକୁ ଦାବି କଲେ ସସ୍ମିତ ପାତ୍ର ।

କନକ ବ୍ୟୁରୋ : ସଂସଦରେ ଓଡ଼ିଶା ଆଦିବାସୀଙ୍କ ପାଇଁ ସ୍ୱର ଶାଣିତ କଲା ବିଜେଡି । ରାଜ୍ୟସଭାରେ ଆଦିବାସୀ ସମ୍ପ୍ରଦାୟର ୩ଟି ଦାବି ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କୁଇ ,ମୁଣ୍ଡାରି, ଭୂମିଜ, ହୋ, ସଉରା ଭାଷାକୁ ସମ୍ବିଧାନରେ ମାନ୍ୟତା ଦେବାକୁ ଦାବି କରିଛି ବିଜେଡି । ଏହି ଭାଷାକୁ ସମ୍ବିଧାନର ୮ମ ପରିଚ୍ଛେଦରେ ଅର୍ନ୍ତଭୁକ୍ତ କରିବାକୁ ଦାବି କରିନ୍ତି ସସ୍ମିତ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଥିବା ବେଳେ ଓଡିଶା ସରକାରଙ୍କ କ୍ୟାବିନେଟରେ ମଧ୍ୟ ଏହା ଅନୁମୋଦନ ପାଇଛି ।  ଏଥିସହ କେନ୍ଦୁପତ୍ର ଉପରେ ଲାଗିଥିବା ୧୮ ପ୍ରତିଶତ ଜିଏସଟି ହଟାଇବାକୁ ଦାବି କରିଛନ୍ତି ସସ୍ମିତ ପାତ୍ର । କାରଣ ଓଡ଼ିଶାର ଆଦିବାସୀ ଭାଇ-ଭଉଣୀ ମାନେ କେନ୍ଦୁପତ୍ର ତୋଳି ନିଜର ଜୀବନ ନିର୍ବାହ କରୁଛନ୍ତି । ତେଣୁ ୧୮% ଜିଏସଟି ଲାଗିବା ଦ୍ୱାରା ଆଦିବାସୀ ଭାଇଭଉଣୀଙ୍କ ଜୀବନଯାପନ ଦୁଃର୍ବିସହ ହୋଇ ପଡୁଛି ।  ଏହାବାଦ୍ ଏସଟି ତାଲିକାରେ ଓଡ଼ିଶାର ୧୬୯  ଆଦିବାସୀ ସମ୍ପ୍ରଦାୟକୁ ସାମିଲ କରିବାକୁ ଗୃହରେ ଦାବି କରିଛନ୍ତି ସସ୍ମିତ । ବାରମ୍ବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

ଗୃହରେ ସସ୍ମିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ବିଜେଡି ଲଗାତାର ଆଦିବାସୀଙ୍କ ହକ୍ ପାଇଁ ଲଢେଇ କରୁଛି ।

The post ସଂସଦରେ ଆଦିବାସୀଙ୍କ ୩ ଗୁରୁତ୍ୱପୂର୍ଣ୍ଣ ଦାବି ଉଠାଇଲା ବିଜେଡି । ୫ ଭାଷାକୁ ମାନ୍ୟତା ଦେବା ସହ କେନ୍ଦୁପତ୍ରରୁ ୧୮% ଜିଏସଟି ହଟାଇବାକୁ ଦାବି କଲେ ସସ୍ମିତ ପାତ୍ର । first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଝିପି ଝିପି ବର୍ଷାରେ ଭିଜିଲା ଟୁଇନସିଟି, ସେପଟେ ପାଣିରେ ଭାସିଲା ପାଚିଲା ଧାନ

କନକ ବ୍ୟୁରୋ : ମିଗଜୋନ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ରହି ରହି ଝିପି ଝିପି ବର୍ଷା ହେଉଛି । ଏଥିସହ ପବନର ବେଗ ୩୦ରୁ ୪୦ କିମି ବେଗରେ ପବନ ବୋହୁଛି । ରାତି ତମାମ ଏଭଳି ସ୍ଥିତ ଲାଗି ରହଛି । ତେବେ ଏଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ଜିଲ୍ଲାର ୩ଟି ସମ୍ବେଦନଶୀଳ ସ୍ଥାନ ମୋଟୁ, ଧୁଙ୍ଗିଆପୁଟ ଓ ଗିରକାନପାଲିଠାରେ ୩ଟି ଓଡ୍ରାଫ୍ ଟିମ ମୁତୟନ କରାଯାଇଛି । ସମସ୍ତ ବ୍ଲକ ହେଡ କ୍ୱାର୍ଟରେ ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖାଯାଇଛି ।

ସେପଟେ ବ୍ରହ୍ମପୁରରେ ମଧ୍ୟ ଗତକାଲି ରାତିଠୁ ଝିପି ଝିପି ବର୍ଷା ହେଉଛି । ଦୁଇ ଦିନ ଧରି ମେଘୁଆ ପାଗ ରହିଥିବା ବେଳେ ରାତି ୧୦ଟାରୁ ବର୍ଷା ଆରମ୍ଭ ହୋଇଥିଲା । ଆଜି ସକାଳୁ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଅନ୍ୟପଟେ ଏବେ ଧାନ ଅମଳ ସମୟ ହୋଇଥିବାରୁ ଚାଷୀ କୂଳ ଚିନ୍ତାରେ ପଡିଛନ୍ତି । ଏବେ ଧାନ କଟା ଚାଲିଥିବାରୁ ଅଧିକ ବର୍ଷା ହେଲେ ପାଚିଲା ଧାନ ଗଜା ମରୁଡି ହେବାର ଆଶଙ୍କା ରହିଛି ।

ଗଜପତି ଜିଲ୍ଲା ମୋହନା ଅଂଚଳରେ ମଧ୍ୟ ବର୍ଷା ଜାରି ରହିଛି । ସୋମବାର ରାତିରୁ ଝିପି ଝିପି ବର୍ଷା ହେଉଥିଲା ବେଳେ ଆଜି ବର୍ଷାର ପରିମାଣ ବୃଦ୍ଧି ପାଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେଣୁ ଗଜପତି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଆଜି ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ଜିଲଲାପାଳ । ଗତ ୪୮ ଘଂଟା ଧରି ବର୍ଷା ଲାଗି ରହିଥିବା ଯୋଗୁଁ ମାଟି ଅତଡା ଖସିବା ଆଶଙ୍କା ରହିଛି । ଜିଲ୍ଲା ପ୍ରଶାସନ ସହ ଅଗ୍ନିଶମ ବାହିନୀ ସବୁ ପ୍ରକାର
ସମସ୍ୟାର ମୁକାବିଲା କରିବା ପାଇଁ ସଜାଗ ଅଛନ୍ତି ।

The post ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଝିପି ଝିପି ବର୍ଷାରେ ଭିଜିଲା ଟୁଇନସିଟି, ସେପଟେ ପାଣିରେ ଭାସିଲା ପାଚିଲା ଧାନ first appeared on Kanak News.

from Kanak News
via <a href="https://ifttt.com/?

ଯାଜପୁର ରୋଡ ଉପକାରାଗାରରୁ ଝୁଲନ୍ତା ମୃତଦେହ ଉଦ୍ଧାର  । ବେକରେ ଗାମୁଛା ଲଗାଇ ଝୁଲିପଡିଲେ ବିଚାରଧିନ କଏଦୀ  । 

କନକ ବ୍ୟୁରୋ: ଜେଲରେ କଏଦୀଙ୍କ ଆତ୍ମହତ୍ୟା । ଯାଜପୁର ରୋଡ ରଗଡି ସବ ଜେଲରେ ଜଣେ ବିଚାରଧୀନ କଏଦୀ  ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଜେଲ ପରିସରରେ ଥିବା ଏକ ନିର୍ମାଣଧୀନ ଗୃହରେ ସେ ସୁଇସାଇଡ୍ କରିଛନ୍ତି । ବେକରେ ଗାମୁଛା ଲଗାଇ ଝୁଲିପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଯାଜପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

The post ଯାଜପୁର ରୋଡ ଉପକାରାଗାରରୁ ଝୁଲନ୍ତା ମୃତଦେହ ଉଦ୍ଧାର  । ବେକରେ ଗାମୁଛା ଲଗାଇ ଝୁଲିପଡିଲେ ବିଚାରଧିନ କଏଦୀ  ।  first appeared on Kanak News.

from Kanak News
via <a href="https://ifttt.com/?

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ପରେ ବିଜେପି ଫୋକସରେ ଓଡିଶା । ଆଗାମୀ ନିର୍ବାଚନ ରଣନୀତି ନେଇ ଦିଲ୍ଲୀ ଗସ୍ତରେ ରାଜ୍ୟ ସଭାପତି ମନମୋହନ ସାମଲ ।

କନକ ବ୍ୟୁରୋ: ତିନିଟି ରାଜ୍ୟ ବିପୁଳ ବିଜୟ ପରେ ଏବେ ବିଜେପି ଫୋକସରେ ଓଡିଶା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏନେଇ ଦିଲ୍ଲୀରୁ ଡାକରା ଆସିଛି । ଆଉ ଡାକରା ପାଇଁ ଦିଲ୍ଲୀ ଯାଇଛନ୍ତି ମନମୋହନ । ଦିଲ୍ଲୀରେ କେନ୍ଦ୍ରୀୟ ଦଳଙ୍କ ସହ ଓଡିଶାର ଆଗାମୀ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିବେ ।

ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ପରେ ଏବେ ଓଡିଶାକୁ ଫୋକସରେ ରଖିଛନ୍ତି ବିଜେପିର କେନ୍ଦ୍ରୀୟ ଟିମ୍ । ଓଡିଶାରେ କିଭଳି ବିଜେପି କ୍ଷମତାକୁ ଆସିବ, ଭୋଟରଙ୍କୁ କିପରି ପ୍ରଭାବିତ କରିବ ଏନେଇ ଦିଲ୍ଲୀରେ ବ୍ୟାପକ ଆଲୋଚନା କରାଯିବ । ଶୁଣିବାକୁ ମିଳୁଛି ମଧ୍ୟପ୍ରଦେଶରେ ଯେଉଁ ଲାଡଲି ଯୋଜନାକୁ ନେଇ ବିଜେପି କ୍ଷମତାକୁ ଫେରିଛି, ସେହି ଯୋଜନା ଓଡିଶାରେ ଆଣିବା ନେଇ ପ୍ରତିଶ୍ରୁତି ଦେବ ବିଜେପି । କେବଳ ସେତିକି ନୁହେଁ ଯେଉଁଭଳି ଭାବେ ମୋଦୀ ମ୍ୟାଜିକ୍ ଅନ୍ୟ ରାଜ୍ୟରେ ଲାଭ ଦାୟକ ହୋଇଛି, ତାହା ଉପରେ ବି ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି । ଏହାର ଅର୍ଥ, ସାଧାରଣ ନିର୍ବାଚନ ପ୍ରଚାର ପାଇଁ ଓଡିଶାକୁ ବାରମ୍ବାର ବାରମ୍ବାର ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନମୋହନ ସାମଲଙ୍କ ସହ ଅନ୍ୟ ରଣନୀତି ଉପରେ ବି ଆଲୋଚନା କରାଯାଇପାରେ ବୋଲି ସୂଚନା ମିଳିଛି । ସେପଟେ ବିଜେଡି ରାଜ୍ୟରେ ବେଶ ସୁଦୃଢ ରହିଛି । ବିଜେପିର ରଣନୀତି ଓଡିଶାରେ କାମ ଦେବ ନାହିଁ ବୋଲି ବିଜେଡି ଦାବି କରିଛି ।

The post ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟ ପରେ ବିଜେପି ଫୋକସରେ ଓଡିଶା । ଆଗାମୀ ନିର୍ବାଚନ ରଣନୀତି ନେଇ ଦିଲ୍ଲୀ ଗସ୍ତରେ ରାଜ୍ୟ ସଭାପତି ମନମୋହନ ସାମଲ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started