ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି । ବିଶ୍ୱକପ ହିରୋ ଦେଲେ ବଡ ବୟାନ । 

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୧୯ ତାରିଖରେ ଦୁବାଇରେ ଆଇପିଏଲ ନିଲାମୀ ହୋଇପାରେ । ନିଲାମୀ ପୂର୍ବରୁ ଅନେକ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଥିବା ବେଳେ ଭରସାଯୋଗ୍ୟ ଖେଳାଳୀଙ୍କୁ ରିଟେନ କରି ରଖିଛନ୍ତି । ଆସନ୍ତାବର୍ଷ ଆଇପିଏଲ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ବିଶ୍ୱକପରେ ସଭିଙ୍କ ମନ ଜିଣିଥିବା ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ବଡ ବୟାନ ଦେଇଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଥିବା ମ୍ୟାକ୍ସୱେଲ କହିଛନ୍ତି, ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି ।

ବିଶ୍ୱକପ ୨୦୨୩ରେ ଦମଦାର ପ୍ରଦର୍ଶନ କରିଥିଲେ ମ୍ୟାକ୍ସୱେଲ । ଆଫଗାନିସ୍ତାନ ବିପକ୍ଷରେ ଦ୍ୱିଶତକ ହାସଲ କରିବା ସହ ଫାଇନାଲରେ ଅଷ୍ଟ୍ରେଲିଆକୁ ବିଜୟୀ କରିବା ପଛରେ ମ୍ୟାକ୍ସୱେଲଙ୍କର ବଡ ଭୂମିକା ରହିଥିଲା । ଖାସକରି ଆଫଗାନିସ୍ତାନ ବିପକ୍ଷରେ ଯେଉଁ କଠିନ ପରିସ୍ଥିତିରେ ମ୍ୟାକ୍ସୱେଲ ଦମଦାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଲେ ତାହାକୁ ବେଶ ପସନ୍ଦ କରିଛନ୍ତି କ୍ରିକେଟପ୍ରେମୀ । ଅଷ୍ଟ୍ରେଲିଆକୁ ବିଶ୍ୱକପ ବିଜୟୀ କରାଇବା ପରେ ଭାରତ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ମ୍ୟାକ୍ସୱେଲଙ୍କ ବ୍ୟାଟରୁ ଧୂଆଁଧାର ଶତକ ଦେଖିବାକୁ ମିଳିଥିଲା । ତେବେ ସିରିଜ ଅଧାରୁ ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ଫେରି ଯାଇଥିଲେ । ଗୋଟିଏ ସପ୍ତାହର ବିଶ୍ରାମ ପରେ ଏବେ ପୁଣିଥରେ ପଡିଆକୁ ଫେରିବାକୁ ପ୍ରସ୍ତୁତି କରୁଛନ୍ତି ମ୍ୟାକ୍ସୱେଲ । ବିଗ ବାସ୍ ଲିଗରେ ମେଲବର୍ଣ୍ଣ ଷ୍ଟାର୍ସ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ମ୍ୟାକ୍ସୱେଲ । ଆଗାମୀ କିଛି ମାସ ଟି-୨୦ ମ୍ୟାଚ୍ ଉପରେ ଅଧିକ ଫୋକସ କରିବେ ମ୍ୟାକ୍ସୱେଲ । କାରଣ ଆସନ୍ତାବର୍ଷ ଖେଳାଯିବ ଟି-୨୦ ବିଶ୍ୱକପ । ଆଇପିଏଲ ପରେ ପରେ ୱେଷ୍ଟଇଣ୍ଡିଜ-ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ ।

https://platform.twitter.com/widgets.jsଅଧିକାଂଶ ଅଷ୍ଟ୍ରେଲୀୟ କ୍ରିକେଟର କୌଣସି ବଡ ସିରିଜ ଖେଳିବା ପୂର୍ବରୁ ଆଇପିଏଲରୁ ନିଜକୁ ଦୂରେଇ ରଖନ୍ତି । କିନ୍ତୁ ମ୍ୟାକ୍ସୱେଲଙ୍କ କ୍ଷେତ୍ରରେ ସେଭଳି ଦେଖିବାକୁ ମିଳେ ନାହିଁ । ମ୍ୟାକ୍ସୱେଲ କହିଛନ୍ତି, ଆଇପିଏଲ ହିଁ ମୋର ଶେଷ ଟୁର୍ଣ୍ଣାମେଣ୍ଟ ହେବ, ଯାହାକୁ ମୁଁ ଯେକୌଣସି ପରିସ୍ଥିତିରେ ମଧ୍ୟ ଖେଳିବି । ମୁଁ ଆଇପିଏଲ ସେବେ ପର୍ଯ୍ୟନ୍ତ ଖେଳିବି ଯେତେବେଳେ ଯାଏଁ ମୁଁ ଚାଲି ପାରୁଥିବି । ଆଇପିଏଲ ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର । କାରଣ ଏହାଦ୍ୱାରା ଅନେକ ଖେଳାଳିଙ୍କ ସହ ଖେଳିବାକୁ ସୁଯୋଗ ମିଳୁଛି ଏବଂ ବିଭିନ୍ନ କୋଚଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳୁଛି । ଯାହା ମୋ କ୍ରିକେଟ କ୍ୟାରିୟର ପାଇଁ ବେଶ ଲାଭଦାୟକ । ଏହାସହ ମ୍ୟାକ୍ସୱେଲ କହିଛନ୍ତି, ଆଇପିଏଲ ପାଇଁ ଡିଭିଲିୟର୍ସ ଓ ବିରାଟ କୋହଲିଙ୍କ ସହ ୨ ମାସ ଏକାଠି ରହିବାକୁ ସୁଯୋଗ ମିଳୁଛି । ସେମାନଙ୍କ ସହ ଖେଳିବା ସହ କ୍ରିକେଟ ବାବଦରେ ଅନେକ କଥା ଶିଖିବାକୁ ମିଳୁଛି । ଯାହା ଅନ୍ୟ କେଉଁଠି ମିଳିବନି । ତେଣୁ ଏହି ସୁଯୋଗ କିଏ ବା ହାତଛଡା କରିବ ।

ଗ୍ଲେନ ମ୍ୟାକ୍ସୱେଲ ଏବେ ବାଙ୍ଗାଲୋର ଦଳରେ ରହିଛନ୍ତି । ଯେଉଁ ଦଳରେ ସାଥୀ ଖେଳାଳୀ ଭାବେ କୋହଲି, ଡୁପ୍ଲେସିସ, ସିରାଜ, କାର୍ତ୍ତିକଙ୍କ ଭଳି ଅର୍ନ୍ତଜାତୀୟ ଖେଳାଳୀ ରହିଛନ୍ତି । ଏହାଛଡା ବାଙ୍ଗାଲୋର ଟିମ ପକ୍ଷରୁ ଗତ ଆଇପିଏଲ ସିଜିନ ଗୁଡିକରେ ଦମଦାର ପ୍ରଦର୍ଶନ କରି ଆସିଛନ୍ତି ମ୍ୟାକ୍ସୱେଲ । ଯେଉଁଥିପାଇଁ ମ୍ୟାକ୍ସୱେଲଙ୍କୁ ନିଲାମୀ ପ୍ରକ୍ରିୟାକୁ ନ ଛାଡି ତାଙ୍କୁ ରିଟେନ କରି ରଖିଛି ବାଙ୍ଗାଲୋର ।

The post ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି । ବିଶ୍ୱକପ ହିରୋ ଦେଲେ ବଡ ବୟାନ ।  first appeared on Kanak News.

from Kanak News
via <a href="https://ifttt.com/?

ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତର । କାରଣ ଖୋଜୁଛି ପୋଲିସ ।

କନକ ବ୍ୟୁରୋ: ପ୍ରଥମେ ପୁଅ ଝିଅ ଓ ସ୍ତ୍ରୀଙ୍କୁ ହତ୍ୟା କଲେପରେ ନିଜେ ଆତ୍ମହତ୍ୟା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ରାଏବରେଲୀ ଅଞ୍ଚଳରେ । ଏଭଳି ଘଟଣା ଘଟାଇଥିବା ବ୍ୟକ୍ତି ହେଉଛନ୍ତି ଡାକ୍ତର ଅରୁଣ ସିଂ । ପୋଲିସ ପହଞ୍ଚି ସମସ୍ତ ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଏହାର କାରଣ ଖୋଜୁଛି ।

ରାଏବରେଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆଲୋକ ପ୍ରିୟଦର୍ଶୀ କହିଛନ୍ତି, ପ୍ରାପ୍ତ ସୂଚନା ଅନୁସାରେ ଆତ୍ମହତ୍ୟା କରିଥିବା ଡାକ୍ତରଜଣକ ଥିଲେ ଚକ୍ଷୁବିଶେଷଜ୍ଞ। ସେ ଅବସାଦଗ୍ରସ୍ତ ଥିଲେ। ସେ ‘ମଡର୍ଣ୍ଣ ରେଲ୍‌ କୋଚ୍‌ ଫ୍ୟାକ୍ଟ୍ରି’ରେ ଆସିଷ୍ଟାଣ୍ଟ୍‌ ଡିଭିଜନାଲ୍‌ ମେଡିକାଲ୍‌ ଅଫିସର୍‌ ଭାବେ କାର୍ଯ୍ୟ କରୁଥିଲେ । ଗତ ରବିବାରଠାରୁ ଡାକ୍ତରଙ୍କ ପରିବାରର କୌଅଣସି ସଦସ୍ୟ କାହା ସହିତ ଯୋଗାଯୋଗ କରି ନ ଥିଲେ। ଫଳରେ ପଡୋଶୀ ଓ ସମ୍ପର୍କୀୟଙ୍କ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି ଯେ, ମୃତ୍ୟୁ ପୂର୍ବରୁ ଅନେକ ଇଞ୍ଜେକ୍ସନ୍‌ ବ୍ୟବହୃତ ହୋଇଥିଲା। ପାରିପାଶ୍ୱିର୍କ ସ୍ଥିତିରୁ ଜଣାପଡୁଛି ଯେ, ପ୍ରଥମେ ସେ ଔଷଧ ଦେଇ ପିଲାଙ୍କୁ ଅଚେତ କରାଇବା ପରେ ସେମାନଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ପରେ ସେ ନିଜେ ଫାଶୀ ଲଗାଇ ଜୀବନ ହରାଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ। ମୃତ ଡାକ୍ତର, ତାଙ୍କ ପତ୍ନୀ ଓ ପୁଅଝିଅଙ୍କ ଶବ ଉଦ୍ଧାର କରାଯାଇଛି। ଝିଅର ବୟସ ୧୪ ଏବଂ ପୁଅର ବୟସ ୫ ବର୍ଷ ।

The post ପୁଅ, ଝିଅ ଓ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଡାକ୍ତର । କାରଣ ଖୋଜୁଛି ପୋଲିସ । first appeared on Kanak News.

from Kanak News
via <a href="https://ifttt.com/?

ବିଜେପିର ୧୦ ଜଣ ସାଂସଦଙ୍କ ଇସ୍ତଫା :  ଲୋକସଭା ବାଚସ୍ପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି

ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋଡ଼ି ଲାଲ ମୀନା, ରାଜବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ରୀତି ପାଠକ, ଅରୁଣ ସାଓ, ଗୋମତି ସାଇ , ଦିୟା କୁମାରୀ ଏବଂ କିରୋଣି  ଲାଲ ମୀନା ବୁଧବାର ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​​ବିଜେପି ମୋଟ ୨୧  ସାଂସଦଙ୍କୁ ବିଧାୟକ ଭାବେ ଲଢିବା ପାଇଁ ସ୍ଥିର କରି ଟିକେଟ ଦେଇଥିଲା । ସେଥିମଧ୍ୟରୁ ୧୨ ଜଣ ବିଜୟ ଲାଭ  କରିଛନ୍ତି ଏବଂ ବାକି ୯ ଜଣ ସାଂସଦ ନିର୍ବାଚନରେ ​​ପରାଜୟ ବରଣ କରିଛନ୍ତି ।

ବାବା ବାଲାକ ନାଥ ଏବଂ ରେଣୁକା ସିଂ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । କାରଣ ସେ ଦୁଇଜଣ ଆଜି ଲୋକସଭାକୁ ଆସିନାହାଁନ୍ତି । ଏହି ଦୁଇ ସାଂସଦ ମଧ୍ୟ ଖୁବ ଶୀଘ୍ର ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିବେ। ବିଧାନସଭା  ନିର୍ବାଚନରେ ​​ନିଜର ସାଂସଦମାନଙ୍କୁ ଟିକେଟ ଦେଇ ବିଜେପି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​​ଏବଂ ବିଜେପିର ଏହି ଯୋଜନା ସଫଳ ହେଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ବୈଠକରେ ବିଜେପି ସଭାପତି ଜେପି ନାଡା ଏହି ସାଂସଦମାନଙ୍କ ପ୍ରତିନିଧିତ୍ୱ କରିଥିଲେ । ବିଧାନସଭା ନିର୍ବାଚନରେ ​​ଜିତିଥିବା ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନାଡାଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି ।

The post ବିଜେପିର ୧୦ ଜଣ ସାଂସଦଙ୍କ ଇସ୍ତଫା :  ଲୋକସଭା ବାଚସ୍ପତିଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି first appeared on Kanak News.

from Kanak News
via <a href="https://ifttt.com/?

ଭିଜିଲାନ୍ସ ରେଡରେ ପ୍ରଥମ ସ୍ଥାନରେ ଓଡିଶା । ଏନସିଆରବି ରିପୋର୍ଟରେ ପ୍ରକାଶ ।

କନକ ବ୍ୟୁରୋ: ଆୟବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ଓଡିଶା ପ୍ରଥମ । ଜାତୀୟ ଅପରାଧ ନଥି ସଂସ୍ଥାନ ଏନସିଆରବି ତଥ୍ୟରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି । ଭିଜିଲାନ୍ସ ରେଡ୍ରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡିଶା । ତଥ୍ୟ ଅନୁସାରେ ୨୦୨୨ ମସିହାରେ ଦେଶରେ ମୋଟ ୩୭୨ଟି ଆୟବର୍ହିଭୂତ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରଥମ ସ୍ଥାନରେ ଓଡିଶା ରହିଛି ।

ରାଜ୍ୟରେ ୮୫ଟି ଆୟବର୍ହିଭୂତ ସମ୍ପତି ମାମଲାରେ ଚଢଉ କରାଯାଇ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ସେହିପରି ସରକାରୀ ଅର୍ଥ ହେରଫେର ମାମଲା ରୁଜୁ ହେବାରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ୮୪ଟି ମାମଲା ରୁଜୁ କରାଯାଇ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି ଯେ, ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ସତ୍ୱେ ରାଜ୍ୟରେ ସବୁଠାରୁ ଅଧିକ ପିସି କାରବାର ହେଉଥିବା ଏହି ରିପୋର୍ଟ ହିଁ ସ୍ପଷ୍ଟ କରୁଛି । କାରଣ ଭିଜିଲାନ୍ସ ରେଡ୍ରେ ନମ୍ବର ୧ ସ୍ଥାନରେ ରହିଛି ଓଡିଶା । ଅନ୍ୟପଟେ ଭିଜିଲାନ୍ସ ବିଭାଗର ଏଭଳି ଦୁର୍ନୀତି ବିରୋଧରେ କଠୋର ଆଭିମୂଖ୍ୟକୁ ପ୍ରଶଂସା କରାଯାଉଛି ।

The post ଭିଜିଲାନ୍ସ ରେଡରେ ପ୍ରଥମ ସ୍ଥାନରେ ଓଡିଶା । ଏନସିଆରବି ରିପୋର୍ଟରେ ପ୍ରକାଶ । first appeared on Kanak News.

from Kanak News
via <a href="https://ifttt.com/?

ବୌଦ୍ଧରେ ଆୟକର ବିଭାଗର ବଡ଼ ଚଢ଼ଉ । ହରାଭଙ୍ଗାରେ ଥିବା ଡିଷ୍ଟିଲାରି କାରଖାନା ଓ ପୁରୁଣା କଟକରେ ରାଣୀଶକ୍ତି ରାଇସ୍ ମିଲରେ ରେଡ୍ ।

କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାରେ ଦୁଇଟି କାରଖାନା ଉପରେ ଆୟକର ବିଭାଗର ଚଢଉ । ହରଭଙ୍ଗା ବ୍ଲକ୍ ତିତିରିକଟା ସ୍ଥିତ ବିଡିପିଏଲ ଓ ପୁରୁଣା କଟକ ସ୍ଥିତ ରାଣୀଶକ୍ତି ରାଇସ୍ ମିଲ ଉପରେ ଚାଲିଛି ରେଡ୍ । ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ୍ ଲିମିଡେଟ୍ ଉପରେ ଆଜି ଭୋରରୁ ଆୟକର ବିଭାଗ ଚଢାଉ କରିଛି । ୧୨ ଜଣିଆ ଟିମ୍ ଓ ୪ଜଣ ସିଆଇଏସଏଫ ଯବାନ ଏହି ରେଡରେ ସାମିଲ ହୋଇଛନ୍ତି । ସେହିପରି ରାଣୀଶକ୍ତି ରାଇସ୍ ମିଲରେ ୧୦ ଜଣିଆ ଆୟକର ବିଭାଗ ଟିମ୍ ଓ ୪ଜଣ ସିଆଇଏସଏଫ ଯବାନ ଚଢାଉରେ ନିୟୋଜିତ ହୋଇଛନ୍ତି । ରେଡ୍ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଗଣମାଧ୍ୟମକୁ ଦିଆଯାଇ ନାହିଁ ।

The post ବୌଦ୍ଧରେ ଆୟକର ବିଭାଗର ବଡ଼ ଚଢ଼ଉ । ହରାଭଙ୍ଗାରେ ଥିବା ଡିଷ୍ଟିଲାରି କାରଖାନା ଓ ପୁରୁଣା କଟକରେ ରାଣୀଶକ୍ତି ରାଇସ୍ ମିଲରେ ରେଡ୍ । first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱ ଶକ୍ତିଶାଳୀ ମହିଳା ତାଲିକାରେ ଚମକିଲେ ୪ ଭାରତୀୟ । ନିର୍ମଳା ସୀତାରମଣଙ୍କ ସମେତ ଏହି ତିନି ମହିଳା ସାମିଲ

କନକ ବ୍ୟୁରୋ : ଫୋବର୍ସ ତରଫରୁ ବିଶ୍ୱର ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ସାମିଲ ହୋଇଛି । ଏହାସହ ଅନ୍ୟ ୩ ଜଣ ଭାରତୀୟ ମହିଳାଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଯେଉଁମାନେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ।

ଫୋବର୍ସ ତାଲିକାରେ ସ୍ଥାନ ପାଇଥିବା ବିଶ୍ୱର ୧୦୦ ଜଣ ମହିଳାଙ୍କ ମଧ୍ୟରୁ ନିର୍ମଳା ସୀତାରମଣଙ୍କ ସ୍ଥାନ ୩୨ ନମ୍ବରରେ ରହିଛି । ନିର୍ମଳା ସୀତାରମଣ ୨୦୧୯ ମସିହାରୁ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଓ କର୍ପୋରେଟ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି । ଅର୍ଥମନ୍ତ୍ରୀଙ୍କ ସମେତ ଯେଉଁ ଅନ୍ୟ ୩ ଜଣ ମହିଳା ସାମିଲ ହୋଇଛନ୍ତି ସେମାନେ ହେଲେ ଷ୍ଟିଲ ଅଥରେଟି ଅଫ୍ ଇଣ୍ଡିଆର ଚେୟରପର୍ସନ ସୋମା ମଣ୍ଡଳ, ବାଇକନର ପ୍ରତିଷ୍ଠାତା କିରଣ ମଜୁମଦାର  ଓ ଏଚସିଏଲ କ୍ରପର ମୂୁଖ୍ୟ ରୋଶନୀ ନାଦର ମାଲହୋତ୍ରା ।

ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ୟୁରୋପୀୟ ଆୟୋଗର ସଭାପତି ଓର୍ସୁଲା ବନ୍ ଡେର ଲେୟେନ, ଦ୍ୱିତୀୟ ସ୍ଥାନରେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ଅଧ୍ୟକ୍ଷ କ୍ରିଷ୍ଟିନ ଲାଗାରଡେ, ତୃତୀୟ ସ୍ଥାନରେ ରହିଛନ୍ତି ଆମେରିକାର ଉପ ରାଷ୍ଟ୍ରପତି କମଲା ହେରିସ୍ ।

The post ବିଶ୍ୱ ଶକ୍ତିଶାଳୀ ମହିଳା ତାଲିକାରେ ଚମକିଲେ ୪ ଭାରତୀୟ । ନିର୍ମଳା ସୀତାରମଣଙ୍କ ସମେତ ଏହି ତିନି ମହିଳା ସାମିଲ first appeared on Kanak News.

from Kanak News
via <a href="https://ifttt.com/?

ସଂସଦ ଉପରେ ଆକ୍ରମଣ ପାଇଁ ଧମକ । ଭିଡିଓ ଜାରି କରି ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ଥ ସିଂ ପନ୍ନୁର ଧମକ । ସତର୍କ ଦିଲ୍ଲୀ ପୁଲିସ ।

କନକ ବ୍ୟୁରୋ: ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ, ସଂସଦ ଉପରେ ଆକ୍ରମଣ ପାଇଁ ଖଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ । ଆମେରିକାରେ ରହୁଥିବା ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଭିଡିଓ ଜାରି କରି ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି ।

୨୦୦୧ରେ ସଂସଦରେ ହୋଇଥିବା ଆକ୍ରମଣ ତାରିଖ ଡିସେମ୍ବର ୧୩ପୂର୍ବରୁ ପୁଣି ଥରେ ଆକ୍ରମଣ କରିବାକୁ ଧମକ ଦେଇଛି ଗୁରୁପନ୍ଥ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁପନ୍ଥ ରିଲିଜ କରିଥିବା ଭିଡିଓ ପୋଷ୍ଟରରେ ଆତଙ୍କବାଦୀ ଅଫଜଲ ଗୁରୁ ସହ ତାର ଫଟୋ ରହିଛି । ସଂସଦ ଉପରେ ଆକ୍ରମଣ ମାମଲାରେ ଆତଙ୍କବାଦୀ ଅଫଜଲ ଗୁରୁକୁ ୨୦୧୩ରେ ଫାଶୀ ଦିଆଯାଇଥିଲା । ଏପରିକି ପୋଷ୍ଟରରେ ଦିଲ୍ଲୀ ବନେଗା ଖଲ୍ଲୀସ୍ଥାନ ବୋଲି ଲେଖା ରହିଛି । ତେବେ ଗୁରୁପନ୍ଥ ଭଳି ଆତଙ୍କବାଦୀ ଏଭଳି ଭିଡିଓ ଜାରି କରିବା ପରେ, ଦିଲ୍ଲୀ ପୋଲିସ ସତର୍କ ହୋଇଛି । ସଂସଦ ସମେତ ପୂରା ଦିଲ୍ଳୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । କିଛି ଦିନ ତଳେ ଗୁରୁପନ୍ଥକୁ ହତ୍ୟା କରିବା ପାଇଁ ଭାରତ ସରକାରଙ୍କ ଜଣେ ଅଧିକାରୀ ଉଦ୍ୟମ କରିଥିଲେ ବୋଲି ଆମେରିକା କହିଥିଲା । ଏହାକୁ ନେଇ ଭାରତ ସରକାରଙ୍କୁ ଆମେରିକା ପକ୍ଷରୁ ଜବାବ ମଗା ଯାଇଥିଲା ।

The post ସଂସଦ ଉପରେ ଆକ୍ରମଣ ପାଇଁ ଧମକ । ଭିଡିଓ ଜାରି କରି ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ଥ ସିଂ ପନ୍ନୁର ଧମକ । ସତର୍କ ଦିଲ୍ଲୀ ପୁଲିସ । first appeared on Kanak News.

from Kanak News
via <a href="https://ifttt.com/?

ହମାସକୁ ଖତମ କରିବାକୁ ଇସ୍ରାଏଲର ନୂଆ ପ୍ଲାନ । ପାଣିରେ ବୁଡେଇ ମାରିବେ ଆତଙ୍କବାଦୀଙ୍କୁ  

ଆଜ୍ଞା ହଁ , ଠିକ ଶୁଣିଛନ୍ତି । ହମାସ ଆତଙ୍କବାଦୀମାନଙ୍କୁ ପାଣିରେ ବୁଡେଇ ବୁଡେଇ ମାରିବାର ପ୍ଲାନ ତିଆରି କରୁଛି ଇସ୍ରାଏଲ । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହେଇଗଲାଣି । ବଡ଼ ବଡ଼ ପାଣି ପମ୍ପ ସବୁ ଗାଜା ପାଖରେ ଗଦେଇ ଚାଲିଛି ଇସ୍ରାଏଲ ସେନା ।

ହମାସକୁ ଶେଷ କରିବା ପାଇଁ ଇସ୍ରାଏଲ୍ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି । ଯାହା ଅନୁଯାୟୀ ଇସ୍ରାଏଲ୍ ସେନା ଗାଜାରେ ଥିବା  ଟନେଲଗୁଡିକୁ ପାଣିରେ ଭର୍ତ୍ତି କରି ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିବ ।  ଯେଉଁ କାରଣରୁ ଟନେଲରେ ଲୁଚି ରହିଥିବା ଆତଙ୍କବାଦୀମାନେ ବାହାରକୁ ଆସିବାକୁ ବାଧ୍ୟ ହେବେ। କୁହାଯାଉଛି ଯେ ସେନା ଏଥିପାଇଁ ବଡ ବଡ଼ ପମ୍ପ ଲଗାଇବାରେ ଲାଗିଛି ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ହେଉନାହିଁ । ଗାଜାରେ ଲଗାତାର ଆକ୍ରମଣ କରି ଇସ୍ରାଏଲ୍ କ୍ରମାଗତ ଭାବେ ହମାସର ଆଡ୍ଡା ସବୁକୁ ଖୋଜି ଖୋଜି ନଷ୍ଟ ନଷ୍ଟ କରୁଛି । ଏହି ସମୟରେ, ହମାସକୁ ଶେଷ କରିବା ପାଇଁ ଇସ୍ରାଏଲ ଏକ ନୂତନ ଯୋଜନା ପ୍ରସ୍ତୁତ କରିଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ (WSJ) ର ଏକ ରିପୋର୍ଟରେ କୁହାଯାଇଛି ଯେ ଗାଜା ଷ୍ଟ୍ରିପରେ ହମାସର ଟନେଲର ନେଟୱାର୍କକୁ ଇସ୍ରାଏଲ୍ ପାଣି ଭର୍ତ୍ତି କରି ବନ୍ୟା ପରିସ୍ଥିତି ସୃଷ୍ଟି  କରିବାକୁ ଯୋଜନା କରୁଛି ଏବଂ ଏଥିପାଇଁ ଗାଜାରେ ବଡ଼ ବଡ଼ ପମ୍ପ ଏକାଠି କରିବାରେ ଲାଗିଛି ।

ଇସ୍ରାଏଲର ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ହମାସର ଆତଙ୍କବାଦୀମାନଙ୍କୁ ଭୂତଳ ଟନେଲର ନେଟୱାର୍କ ଭିତରୁ ବାହାର କରିବା । ଏହାଦ୍ବାରା ଗାଜାର ଜଳକଷ୍ଟ ବି କିଛି ପରିମାଣରେ ଦୂର ହେଇପାରିବ ବୋଲି କୁହାଯାଉଛି । ଏଥିପାଇଁ ଇସ୍ରାଏଲ୍ ଭୂମଧ୍ୟସାଗରରୁ ପାଣିକୁ ପମ୍ପ ଦ୍ଵାରା ଉଠାଇ  ଗାଜା ଷ୍ଟ୍ରିପରେ ଥିବା ହମାସର ଟନେଲଗୁଡ଼ିକୁ ଭର୍ତ୍ତି କରିବାକୁ ଯୋଜନା କରୁଛି । ଏଥିପାଇଁ ଇସ୍ରାଏଲ୍ ସେନା ଏକ ଯୋଜନା ପ୍ରସ୍ତୁତ କରିଛି, ଯାହା ଅନୁଯାୟୀ ଏହା ଟନେଲଗୁଡ଼ିକୁ ସମୁଦ୍ର ଜଳରେ ପୂର୍ଣ୍ଣ କରିବ । ଯାହାଦ୍ବାରା  ଆତଙ୍କବାଦୀମାନେ ସୁଡ଼ଙ୍ଗରୁ ବାହାରିବାକୁ ବାଧ୍ୟ ହେବେ ।

ହମାସକୁ ଶେଷ କରିବାକୁ ନୂଆ ପ୍ଲାନ

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍ ସରକାରୀ କର୍ମଚାରୀମାନେ ଏହି ବନ୍ୟା ଯୋଜନାରେ ସହମତ ହୋଇଛନ୍ତି । ଏଥିପାଇଁ ଇସ୍ରାଏଲ୍ ସେନା ଅନେକ ଇଞ୍ଜିନିୟରିଂ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟ କରୁଛି । ଏହା କୁହାଯାଉଛି ଯେ ବିଭିନ୍ନ ସାମରିକ ଏବଂ ବୈଷୟିକ ଉପକରଣ ବ୍ୟବହାର କରି ବିଭିନ୍ନ ଉପାୟରେ ହମାସର ଆତଙ୍କବାଦୀଙ୍କୁ କ୍ଷମତାରୁ ହଟାଇବା ପାଇଁ ଆଇଡିଏଫ୍ କାର୍ଯ୍ୟ କରୁଛି ।

ସୁଡଙ୍ଗ ଗୁଡିକ ପାଣିରେ ଭର୍ତ୍ତି ହେଇଯିବ

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି ଯେ ଗାଜା ସହରର ଶରଣାର୍ଥୀ କ୍ୟାମ୍ପ ନିକଟରେ ଇସ୍ରାଏଲ୍ ସେନା ପମ୍ପ ଲଗାଇଛି । କୁହାଯାଉଛି ଯେ ଏହି ପମ୍ପଗୁଡ଼ିକ ପ୍ରତି ଘଣ୍ଟାରେ ହଜାରେ ଘନ ମିଟର ପାଣି ପମ୍ପ କରିପାରିବେ ଯାହା ଟନେଲରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ । ଯାହାଦ୍ବାରା ସୁଡ଼ଙ୍ଗରେ ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ବାହାରକୁ ଆସିବାକୁ ବାଧ୍ୟ ହେବେ ।

ଗାଜାରେ ଇସ୍ରାଏଲ ଆକ୍ରମଣ ଜାରିରହିଛି

ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲ୍ କ୍ରମାଗତ ଭାବରେ ହମାସର ଆଡ୍ଡାକୁ ଖୋଜି ଖୋଜି ନଷ୍ଟ କରୁଛି । ଇସ୍ରାଏଲ ସେନା ଗାଜା ଉପରେ ବୋମାବର୍ଷଣ କରି ଚାଲିଛନ୍ତି । ଏହି ଅବଧି ମଧ୍ୟରେ, ହମାସର ବହୁ ବରିଷ୍ଠ କମାଣ୍ଡୋ ନିହତ ହୋଇଥିବାବେଳେ ୧୫୦୦୦ ରୁ ଅଧିକ ନିରୀହ ଲୋକ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହି ଅବଧି ମଧ୍ୟରେ ଉଭୟଙ୍କ ମଧ୍ୟରେ କିଛି ଦିନ ପାଇଁ ଅସ୍ତ୍ରବିରତି ହୋଇଥିଲା ଯେଉଁଥିରେ ଉଭୟ ପକ୍ଷରୁ କିଛିକିଛି  ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା । ୧୩୮ ଜଣ ବନ୍ଧକ ଏବେ ମଧ୍ୟ ହମାସଙ୍କ କବଜାରେ ଅଛନ୍ତି । ଅସ୍ତ୍ରବିରତି ମିଆଦ ପୁରିଲା ପରେ ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ବୋମା ପକାଇବା ଆରମ୍ଭ କରି ହମାସର ବେସକୁ ଧ୍ୱଂସ କରୁଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହମାସ ଧ୍ୱଂସ ହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ।

The post ହମାସକୁ ଖତମ କରିବାକୁ ଇସ୍ରାଏଲର ନୂଆ ପ୍ଲାନ । ପାଣିରେ ବୁଡେଇ ମାରିବେ ଆତଙ୍କବାଦୀଙ୍କୁ   first appeared on Kanak News.

from Kanak News
via <a href="https://ifttt.com/?

ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ଖୋଲା ଆକାଶ ତଳେ ଏକାଧିକ ପରିବାର ।

କନକ ବ୍ୟୁରୋ: ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ବଲାଙ୍ଗିର ପୁଇଁତଳା ବ୍ଲକ ବହଲପଦର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗାଁରେ କିଛି ଗରିବ ଲୋକ ୧୯୮୮ ମସିହାରୁ ସରକାରୀ ଜାଗାରେ ଘର କରି ରହି ଆସୁଥିଲେ । ହେଲେ ହଠାତ୍ ଗତ ମାସ ୧୮ ତାରିଖରେ ସରପଂଚଙ୍କ ନିର୍ଦ୍ଦେଶକ୍ରମେ ଗାଁର କିଛି ଲୋକ ପରିବାର ଲୋକଙ୍କୁ ଧମକ ଚମକ ଦେବା ସହ ଜୋରଜବରଦସ୍ତ ଏକ କାଗଜରେ ଦସ୍ତଖତ କରାଇ ନେଇଥିଲେ । ଏହା ପରେ ତାଙ୍କ ଘର ଭାଙ୍ଗି ଦେଇଛନ୍ତି । ଫଳରେ ସେହି ପରିବାର ଏବେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । ପରିବାର ଲୋକେ ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

The post ଗରିବଙ୍କ ଘର ଭାଙ୍ଗିଲେ ଗାଁଲୋକେ । ଖୋଲା ଆକାଶ ତଳେ ଏକାଧିକ ପରିବାର । first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି ଯୁବ ନେତାଙ୍କ ନାଁରେ ଏତଲା ଦେଲେ ଉପଜିଲ୍ଲାପାଳ । । ସରକାରୀ କ୍ୟାମ୍ପସରେ ଜନ୍ମଦିନ ପାଳନକୁ ନେଇ ବିବାଦ ।

କନକ ବ୍ୟୁରୋ: ସରକାରୀ ଜମିରେ ଜନ୍ମଦିନ ପାଳି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ତଥା ବିଜେଡି ଯୁବ ନେତା ଅଶିତ ପଟ୍ଟନାୟକ । ପୁଣି ବିଜେଡ଼ି ନେତାଙ୍କ ବିରୋଧରେ ଏତଲା ଦେଲେ ଖୋଦ ଭଦ୍ରକ ଉପଜିଲ୍ଲାପାଳ ।

ସରକାରୀ କ୍ୟାମ୍ପସରେ ହଜାର ହଜାର ସମର୍ଥକ ଙ୍କୁ ନେଇ ଜନ୍ମଦିନ ପାଳନ କରିବା ସହ ଶକ୍ତି ପ୍ରଦର୍ଶନ କରିବା ଘଟଣା ଏବେ ବିବାଦୀୟ ହୋଇଛି । ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଲା ଜିଲା ପ୍ରଶାସନ । ଭଦ୍ରକ ସବକଲେକ୍ଟର ମନୋଜ ପାତ୍ର ଥାନାରେ ଏତଲା ଦେଇଛନ୍ତି। ଜନ୍ମଦିନ ପାଳନ ସହ ଡିଜେ ବଜାଇ ବାଣ ଫୁଟାଇ ଚାଲିଥିଲା ଉତ୍ସବ ପାଳନ। ସୂଚନା ଅନୁଯାଇ ବୁଲୁଙ୍କ ଆୟୋଜକ ମାନେ ଭଦ୍ରକ ଆରଏମସି ଅଫିସ ପରିସର ମଧ୍ୟରେ ଜନ୍ମଦିନ ପାଳନ କରିବା ପାଇଁ ଭଦ୍ରକ ପୁରୁଣାବଜ଼ାର ଓ ଟାଉନ ଥାନାରେ ଦୁଇଟି ଲିଖିତ ଅଭିଯୋଗ କରିଥିଲେ. ଏପଟେ ରାଜନୋତିକ ଛକାପଞ୍ଜାକୁ ନେଇ ବୁଲୁ ଙ୍କ ବିରୋଧରେ ଜ଼ିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବାର ସାଧାରଣରେ ଆଲୋଚନା ହେଉଛି.ତେବେ ଏହି ଘଟଣା ଆଗକୁ କି ରୂପ ନେଉଛି ତାହା ଆଗାମୀ ଦିନରେ ଜଣା ପଡିବ ବୋଲି ଚର୍ଚ୍ଚା ହେଉଛି.ଏପଟେ ଜନ୍ମଦିନ ପାଳନ କରୁ କରୁ ବିଧାୟକ ସଂଜୀବ ମଲ୍ଲିକଙ୍କ ବିରୋଧ ରେ ରଣହୁଙ୍କାର ଦେଇଛନ୍ତି ବୁଲୁ ।

The post ବିଜେଡି ଯୁବ ନେତାଙ୍କ ନାଁରେ ଏତଲା ଦେଲେ ଉପଜିଲ୍ଲାପାଳ । । ସରକାରୀ କ୍ୟାମ୍ପସରେ ଜନ୍ମଦିନ ପାଳନକୁ ନେଇ ବିବାଦ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started