ପରାଜୟ ପାଇଁ ଇଭିଏମକୁ ଦାୟୀ କଲେ କଂଗ୍ରେସ ନେତା । କହିଲେ, ନିଜ ଅଞ୍ଚଳରେ ଜଣେ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟ୍ ପାଇବା ଅସମ୍ଭବ  । 

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କଂଗ୍ରେସ ପରାଜିତ ହୋଇଛି । ବିଧାନସଭା ନିର୍ବାଚନରେ ହାରିବା ପରେ ଇଭିଏମ୍ ମେସିନକୁ ଦାୟୀ କରିଛି କଂଗ୍ରେସ । ପ୍ରଥମେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଓ ପରେ କମଲନାଥ ପରାଜୟ ପାଇଁ ଇଭିଏମ୍ ମେସିନକୁ ଦାୟୀ କରିଛନ୍ତି ।

ପ୍ରଥମେ ଦିଗବିଜୟ କହିଛନ୍ତି ଚିପ୍ ଥିବା ଯେକୌଣସି ମେସିନ୍ ହ୍ୟାକ୍ ହୋଇପାରେ ଏବଂ ୨୦୦୩ ମସିହାରୁ ସେ ଇଭିଏମ୍ ଭୋଟଦାନ ପ୍ରକ୍ରିୟାକୁ ବିରୋଧ କରି ଆସୁଛନ୍ତି । ସେପଟେ କିଭଳି ଜଣେ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟ୍ ନିଜ ଗାଁରୁ ପାଇବେ, ସେନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା କମଲନାଥ । କଂଗ୍ରେସର ଏଭଳି ଅଭିଯୋଗର ଜବାବ ରଖିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ପରାଜୟର ସମ୍ମୁଖୀନ ହେବା ପରେ ହିଁ ଏଭଳି ଅଭିଯୋଗ ଆସିଥାଏ । କର୍ଣ୍ଣାଟକ, ହିମାଚଳପ୍ରଦେଶ ଓ ତେଲେଙ୍ଗାନାରେ କଂଗ୍ରେସ ବିଜୟ ପାଇବା ପରେ କାହିଁକି ଏଭଳି ଅଭିଯୋଗ ଆଣି ନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

The post ପରାଜୟ ପାଇଁ ଇଭିଏମକୁ ଦାୟୀ କଲେ କଂଗ୍ରେସ ନେତା । କହିଲେ, ନିଜ ଅଞ୍ଚଳରେ ଜଣେ ପ୍ରାର୍ଥୀ ମାତ୍ର ୫୦ ଖଣ୍ଡ ଭୋଟ୍ ପାଇବା ଅସମ୍ଭବ  ।  first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଚୁଛି ବର୍ଷା । ପଟ୍ଟାଙ୍ଗୀରେ ସର୍ବାଧିକ  ବର୍ଷା ରେକର୍ଡ଼ । 

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ପରିଣତ ହୋଇ ଏବେ ତେଲେଙ୍ଗାନାରେ କେନ୍ଦ୍ରୀଭୁତ ହୋଇଛି ।

ଉତର ଦିଗରେ ଘଂଟାପ୍ରତି ୧୧ କିମି ବେଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି ଗଭୀର ଅବପାତ । ଆଗାମୀ ୬ ଘଂଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତି ୬ ଘଂଟାରେ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣ ହେବାର ସମ୍ଭାବନା ରହିଛି । ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷା ଓ ପବନର ବେଗ କମିଛି ।

The post ଛତିଶଗଡ଼ ମୁହାଁ ଦୁର୍ବଳ ବାତ୍ୟା ମିଗଜୋମ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ କାଚୁଛି ବର୍ଷା । ପଟ୍ଟାଙ୍ଗୀରେ ସର୍ବାଧିକ  ବର୍ଷା ରେକର୍ଡ଼ ।  first appeared on Kanak News.

from Kanak News
via <a href="https://ifttt.com/?

ବାପାଙ୍କ ପାଇଁ ବନ୍ଧା ହେଉଥିଲା କୋକେଇ, ଗଛ ପଡ଼ି ଚାଲିଗଲା ପୁଅର ଜୀବନ । କେଇ ଘଣ୍ଟା ବ୍ୟବଧାନରେ ଗଲା ବାପ, ପୁଅଙ୍କ ଜୀବନ ।

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ! ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଛି, ଏପଟେ ଚାଲିଗଲା ଯବାନ ପୁଅର ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ବୋରିଗୁମା ବ୍ଲକ କାମତା ଗାଁରେ ।

ସୂଚନା ମୁତାବକ, ଏହି ଗାଁର ଲକ୍ଷ୍ମଣ ମଣ୍ଡଳଙ୍କର ଗତକାଲି ମୃତ୍ୟୁ ହୋଇଥିଲା । । ଅନ୍ତିମ ସଂସ୍କାର ପାଇଁ ଲକ୍ଷ୍ମଣଙ୍କୁ ନିଜ ଗାଁ କାମତାକୁୁ ନିଆଯାଇଥିଲା। ଗାଁରେ ଅନ୍ତିମ ସଂସ୍କାର ପାଇଁ କାମ ଚାଲି ଥିବା ବେଳେ ଘର ପଛପଟେ ପୁଅ ବେଣୁଧର ଛିଡା ହୋଇଥିଲେ। ଠିକ୍ ସେଇ ସମୟରେ ଲଗାଣ ବର୍ଷାରେ ବାଡି ପଛପଟେ ଥିବା ଏକ ବଡ ଗଚ ହଠାତ୍ ତାଙ୍କ ଉପରେ ଭାଙ୍ଗିପଡିଥିଲା । ଫଳରେ ବେଣୁଧର ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବୋରିଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଇ ଘଣ୍ଟା ମଧ୍ୟରେ ପୁରା ପରିବାର ଉଜୁଡିଯାଇଥିଲା । ଏଭଳି ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

The post ବାପାଙ୍କ ପାଇଁ ବନ୍ଧା ହେଉଥିଲା କୋକେଇ, ଗଛ ପଡ଼ି ଚାଲିଗଲା ପୁଅର ଜୀବନ । କେଇ ଘଣ୍ଟା ବ୍ୟବଧାନରେ ଗଲା ବାପ, ପୁଅଙ୍କ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍‌ ବନ୍ନେଇସାଙ୍ଗୀ । ଟିଭି ଆଙ୍କର୍‌ ଚାକିରି ଛାଡି ଲଢିଥିଲେ ନିର୍ବାଚନ ।

କନକ ବ୍ୟୁରୋ: ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ହୋଇଛନ୍ତି ବେରିଲ୍‌ ବନ୍ନେଇସାଙ୍ଗୀ । ସେ ଏକ ଗଣମାଧ୍ୟମରେ ଆଙ୍କରିଙ୍ଗ କରୁଥିଲେ । କିନ୍ତୁ ନିର୍ବାଚନ ଲଢିବାକୁ ଚାକିରି ଛାଡିଥିଲେ । ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ରହିଛି ।

‘ଜୋରାମ୍‌ ପିପୁଲ୍‌ସ୍‌ ମୋଭ୍‌ମେଣ୍ଟ୍‌’ (ଜେଡ୍ପିଏମ୍‌) ଟିକେଟ୍‌ରେ ଦକ୍ଷିଣ ଆଇଜୋଲ୍‌-୩ୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ୩୨ବର୍ଷୀୟ ବେରିଲ୍‌ ‘ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ୍‌’ର ପ୍ରାର୍ଥୀ ଏଫ୍‌. ଲାଲନୁନ୍‌ମାୱିାଙ୍କୁ ୯,୩୭୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନ କମିସନରେ ଦାଖଲ କରିଥିବା ସତ୍ୟପାଠରେ ବେରିଲ୍‌ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ ସେ ‘ଆଇଜୋଲ୍‌ ମହାନଗର ନିଗମ’ର ଜଣେ କର୍ପୋରେଟର୍‌ ଥିଲେ। ମେଘାଳୟ ଅନ୍ତର୍ଗତ ସିଲଂ ସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ହିଲ୍‌ ୟୁନିଭର୍ସିଟି’ରୁ ଏମ୍‌. ଏ. ପାସ୍‌ କରିଥିବା ବେରିଲ୍‌ ଜଣେ ‘ଟେଲିଭିଜନ୍‌ ଆଙ୍କର୍‌’ ଭାବେ କାର୍ୟ୍ୟ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ମିଜୋରାମ୍‌ ବିଧାନସଭାବକୁ ନିର୍ବାଚିତ ହୋଇଥିବା ୩ଜଣ ମହିଳାଙ୍କ ମଧ୍ୟରେ ଅନ୍ୟତମ ବେରିଲ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ। ସେଥିରେ ତାଙ୍କର ୨୫୨ ହଜାର ଫଲୋୟର୍ସ ଅଛନ୍ତି।

ନିର୍ବାଚନ ଜିଣିବା ପରେ ସେ ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେବା ସହ ମହିଳାମାନଙ୍କୁ ନିଜର ଅଭିଳାଷ ପରିପୂରଣ ଦିଗରେ ଅଗ୍ରସର ହେବାକୁ ସେ ଅନୁରୋଧ କରିଛନ୍ତି।

The post ମି‌ଜୋରାମର ସର୍ବକନିଷ୍ଠା ବିଧାୟିକା ବେରିଲ୍‌ ବନ୍ନେଇସାଙ୍ଗୀ । ଟିଭି ଆଙ୍କର୍‌ ଚାକିରି ଛାଡି ଲଢିଥିଲେ ନିର୍ବାଚନ । first appeared on Kanak News.

from Kanak News
via <a href="https://ifttt.com/?

ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ ଦୀପକ ଚହରଙ୍କ ବାପା । ଦୀପକ କହିଲେ, ସୁସ୍ଥ ହେବା ପର୍ଯ୍ୟନ୍ତ ସେବା କରିବି । 

କନକ ବ୍ୟୁରୋ : ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ବାପା ଲୋକେନ୍ଦ୍ର ଚହର ଆଲିଗଡର ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ବେଳେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିଲେ । ସଙ୍ଗେ ସଙ୍ଗେ ଲୋକେନ୍ଦ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଖବର ଶୁଣିବା ପରେ ଦୀପକ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ଅଧାରୁ ଘରକୁ ଫେରିବା ସହ ହସ୍ପିଟାଲରେ ବାପାଙ୍କ ସେବାରେ ଲାଗି ପଡିଛନ୍ତି ।

ଦୀପକ କହିଛନ୍ତି, ହସ୍ପିଟାଲରେ ବାପାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳୁଛି । ତାଙ୍କ ସ୍ୱାସ୍ଥ୍ର୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । କିନ୍ତୁ ଯେତେ ଯାଏଁ ବାପା ପୁରା ସୁସ୍ଥ ହୋଇନାହାନ୍ତି ସେତେବେଳେ ଯାଏଁ ସେ ତାଙ୍କ ପାଖରେ ରହିବେ । କାରଣ ବାପାଙ୍କ ପାଇଁ ଆଜି ସେ କ୍ରିକେଟର ହୋଇପାରିଛନ୍ତି ।

ମିଥରାଜ ହସ୍ପିଟାଲରେ ଏକ ଡାକ୍ତରୀ ଟିମ୍ ଲୋକେନ୍ଦ୍ରଙ୍କର ଚିକିତ୍ସା ଜାରି ରଖିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରେ । ତେବେ ବାପାଙ୍କ ଦେହ ଭଲ ନହେବା ପର୍ଯ୍ୟନ୍ତ ଦୀପକ ତାଙ୍କ ପାଖରେ ରହିବେ । ତେଣୁ ଆସନ୍ତା ଦକ୍ଷିଣ ଆଫ୍ରିକା ଗସ୍ତରେ ଦୀପକଙ୍କୁ ଦେଖିବାକୁ ମିଳିନପାରେ । ଦୀପକଙ୍କ ବାପା ଲୋକେନ୍ଦ୍ର ଭାରତୀୟ ବାୟୁସେନାରେ କାର୍ଯ୍ୟ କରୁଥିଲେ । କିନ୍ତୁ ଦୀପକଙ୍କୁ ଭଲ କ୍ରିକେଟର କରିବାକୁ ନିଜର ଚାକିରି ଛାଡିଥିଲେ ଲୋକେନ୍ଦ୍ର ।

The post ବ୍ରେନ୍ ଷ୍ଟ୍ରୋକର ଶିକାର ହେଲେ ଦୀପକ ଚହରଙ୍କ ବାପା । ଦୀପକ କହିଲେ, ସୁସ୍ଥ ହେବା ପର୍ଯ୍ୟନ୍ତ ସେବା କରିବି ।  first appeared on Kanak News.

from Kanak News
via <a href="https://ifttt.com/?

ରାଜପଥରେ କାରକୁ ଅଟକାଇଲେ ଦୁର୍ବୃତ୍ତ । ଗାଡ଼ି ଭଙ୍ଗାରୁଜା କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ: ଯୁବକଙ୍କୁ ମାଡ ମାରିବା ସହ ଗାଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଜଳେଶ୍ୱର ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କମର୍ଦା ଥାନା ଅନ୍ତର୍ଗତ ରାଉତ ମନ୍ଦାରୁଣୀ ଗାଁର ଗୋପାଳ ଦାସ, ଜଳେଶ୍ୱରରୁ କାମ ସାରି ଏକ କାର ଯୋଗେ ନିଜ ଘରକୁ ଫେରୁଥିଲେ । ଜଣେ ସହଯୋଗୀ ମଧ୍ୟ ତାଙ୍କ ସାଥିରେ ଥିଲେ ।

ମଙ୍ଗଳବାର ବିଳମ୍ବିତ ରାତିରେ ୫୭ ନମ୍ବର ଜାତୀୟ ରାଜପଥ ବାଗପୁଂଜି ନିକଟରେ ୨୦ ଅଧିକ ଅସାମାଜିକ ବ୍ୟକ୍ତି ତାଙ୍କ କାର୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଗାଡି ନଅଟକାଇବାରୁ ଗାଡି ଉପରକୁ ଇଟା ମାଡ କରିବା ସହ ଭଙ୍ଗାରୁଜା କରି ମାରଣାତ୍ମକ ଆକ୍ରମଣ କରଥିଲେ ଦୁର୍ବୃତ । ଏଥିସହ ଗୋପାଳଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନା ଚେନ୍ ଲୁଟି ଫେରାର ହୋଇ ଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ପ୍ରଥମେ ଜଳେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ତେବେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ କରୁଛି । ଗୋପାଳ ଜଳେଶ୍ୱରରେ ଏକ ମଦ ଦୋକାନରେ କାମ କରୁଥିବା ଜଣାପଡିଛି ।

The post ରାଜପଥରେ କାରକୁ ଅଟକାଇଲେ ଦୁର୍ବୃତ୍ତ । ଗାଡ଼ି ଭଙ୍ଗାରୁଜା କରି ଲୁଟିନେଲେ ଲକ୍ଷାଧିକ ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ସୀମା ଟପିଲା । ହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ  ବଳାତ୍କାର ଓ ଯୌନଶୋଷଣ ।

ଆମନେଷ୍ଟି  ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଇରାନ ସୁରକ୍ଷା ବାହିନୀର ସଦସ୍ୟମାନେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଗିରଫ କରିଥିଲେ ।  ସେମାନଙ୍କୁ ଜେଲରେ ବଳାତ୍କାର ଓ ଯୌନଶୋଷଣ ପରି ଅତ୍ୟାଚାର କରି ପ୍ରତାଡିତ କରିଛନ୍ତି ।  ଏଥିରେ ମହିଳା, ପୁରୁଷ, ଛୋଟଛୋଟ ପୁଅ ଏବଂ ଝିଅ ଅନ୍ତର୍ଭୁକ୍ତ ।

ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ୨୨ ବର୍ଷିୟ ମହସା ଆମିନୀଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ସେପ୍ଟେମ୍ବର ୨୦୨୨ ରେ ଇରାନରେ ବ୍ୟାପକ ବିରୋଧ ଆରମ୍ଭ ହୋଇଥିଲା । ଏହି ସମୟରେ ହଜାର ହଜାର ଲୋକ ରାସ୍ତାରେ ବାହାରି ହିଜାବକୁ ବିରୋଧ କରିଥିଲେ। ଏହି ବିରୋଧ ଧୀରେ ଧୀରେ  ଏକ ବଡ ଆନ୍ଦୋଳନରେ ପରିଣତ ହେଲା । ଏହି ସମୟ ମଧ୍ୟରେ ଇରାନ ପୋଲିସ ହଜାର ହଜାର ଲୋକଙ୍କୁ ଗିରଫ କରିଥିଲା । ଏଥିରେ ମହିଳା ଏବଂ ପୁରୁଷ ଏବଂ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ | ଏହି ସମୟ ମଧ୍ୟରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ।

ବର୍ତ୍ତମାନ ଏନେଇ ଆମନେଷ୍ଟି  ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଅଛି ।  ରିପୋର୍ଟ ଅନୁଯାୟୀ ଇରାନ ସୁରକ୍ଷା ବାହିନୀର ସଦସ୍ୟମାନେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଜେଲରେ ଅଟକ ରଖିଥିଲେ ଏବଂ  ସେମାନଙ୍କୁ ବଳାତ୍କାର କରିଥିଲେ ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ପୋଲିସର ହେପାଜତରେ ମହିଳାଙ୍କ ସହ ବର୍ବରତାର ସମସ୍ତ ସୀମା ପାର କରିଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଏପରି ୪୫ ଟି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବିକ୍ଷୋଭକାରୀମାନେ ଗଣଦୁଷ୍କର୍ମ କିମ୍ବା ଯୌନଶୋଷଣର ଶିକାର ହୋଇଛନ୍ତି ।

ପୋଲିସ ହେପାଜତରେ ଥିବା ମହିଳାଙ୍କୁ ରେପ୍

ଆମନେଷ୍ଟି  ଇଣ୍ଟରନ୍ୟାସନାଲର ସେକ୍ରେଟେରୀ ଜେନେରାଲ୍ ଆଗ୍ନେସ୍ କଲାମାର୍ଡଙ୍କ ଅନୁଯାୟୀ, ଇରାନରେ ଗୁପ୍ତଚର ତଥା ସୁରକ୍ଷା ଏଜେଣ୍ଟମାନେ ବଳାତ୍କାର ତଥା ଅନ୍ୟାନ୍ୟ ଯୌନଶୋଷଣ ମାଧ୍ୟମରେ ମହିଳାମାନଙ୍କୁ କିପରି ନିର୍ଯାତନା ଦେଇଥିଲେ ଏବଂ ବିକ୍ଷୋଭକାରୀଙ୍କୁ ମାନସିକ ସ୍ତରରେ କ୍ଷତି ପହଞ୍ଚାଇଥିଲେ ତାହା ଅନୁସନ୍ଧାନରୁ ଜଣାପଡିଛି । ମାତ୍ର ୧୨ ବର୍ଷର ପିଲାମାନଙ୍କୁ ମଧ୍ୟ ସୁରକ୍ଷାକର୍ମୀ ମାନେ ଛାଡି ନାହାନ୍ତି ।

୪୫ ରୁ ୧୬ ବଳତ୍କାର ମାମଲା

ଲଣ୍ଡନ ସ୍ଥିତ ଆମନେଷ୍ଟି  ଇଣ୍ଟରନ୍ୟାସନାଲର କହିଛି ଯେ ଏହା ନଭେମ୍ବର ୨୪ ରେ ଇରାନ କର୍ତ୍ତୃପକ୍ଷଙ୍କ ସହ ଏହାର ଅନୁସନ୍ଧାନ ରିପୋର୍ଟ ସେୟାର କରିଛି  କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ବିଶେଷ କଥା ହେଉଛି କେବଳ ମହିଳାଙ୍କ ସହ ନୁହେଁ ପୁରୁଷଙ୍କ ସହ ଏବଂ ପିଲାମାନେ ମଧ୍ୟ ବଳାତ୍କାର ଓ ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି । ରିପୋର୍ଟରେ ଲିଖିତ ୪୫ ଟି ମାମଲା ମଧ୍ୟରୁ ୧୬ ଟି ବଳାତ୍କାର ମାମଲା, ଯେଉଁଥିରେ ୬ ଜଣ ମହିଳା, ୭ ଜଣ ପୁରୁଷ, ଜଣେ ୧୪ ବର୍ଷର ଝିଅ ଏବଂ ଦୁଇଜଣ ୧୬ ବର୍ଷର ପୁଅ ଅନ୍ତର୍ଭୁକ୍ତ ।

୧୦ ଜଣ ପୋଲିସକର୍ମୀ କରିଥିଲେ ସାମୁହିକ ବଳତ୍କାର

ରିପୋର୍ଟରେ କୁହାଯାଇଛି ଯେ ଚାରିଜଣ ମହିଳା ଏବଂ ଦୁଇଜଣ ପୁରୁଷ ୧୦ ଜଣ ପୁରୁଷ ଏଜେଣ୍ଟଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଯେଉଁମାନେ ଏସବୁ କରିଥିଲେ, ସେମାନଙ୍କ ମଧ୍ୟରେ ରିଭୋଲ୍ୟୁସାରୀ ଗାର୍ଡ, ପାରାମିଲିଟାରୀ ଫୋର୍ସ, ଇଣ୍ଟେଲିଜେନ୍ସ ମନ୍ତ୍ରଣାଳୟର ଏଜେଣ୍ଟ ଏବଂ ପୋଲିସ ଅଧିକାରୀ  ସମସ୍ତେ ମିଳିତ ଭାବେ ଏପରି ଜଘନ୍ୟ ଅପରାଧ କରିଥିଲେ ।

ପୋଲିସ ହେପାଜତରେ ମହସା ଆମିନୀଙ୍କ ମୃତ୍ୟୁ ହୋଇଥିଲା

ଗତ ଡିସେମ୍ବର ୨୦୨୨ ରେ ମହସା ଆମିନୀ ଠିକ୍ ଭାବରେ ହିଜାବ ପିନ୍ଧି ନ ଥିବାରୁ ଇରାନ ପୋଲିସ ତାଙ୍କୁ ଗିରଫ କରିଥିଲା । ପରେ ପୋଲିସ ହେପାଜତରେ ଥିବାବେଳେ ମହସାଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ବରଣ କରିଥିଲେ । ଏହି ପ୍ରସଙ୍ଗରେ ଲୋକମାନେ କ୍ରୋଧିତ ହୋଇଥିଲେ। ଏବଂ ଲୋକମାନେ ଏହାକୁ ବିରୋଧ କରୁଥିଲେ। ଏହି ଆନ୍ଦୋଳନକୁ ସମଗ୍ର ବିଶ୍ୱରେ ମହିଳାମାନେ ସମର୍ଥନ ପାଇଥିଲା । ଏହି ସମୟ ମଧ୍ୟରେ, ଇରାନ ମହିଳାମାନେ ରାସ୍ତାରେ ହିଜାବ ଜଳାଇ  ସ୍ୱାଧୀନତା ଦାବି କରିଥିଲେ ।

The post ଇରାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ସୀମା ଟପିଲା । ହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ  ବଳାତ୍କାର ଓ ଯୌନଶୋଷଣ । first appeared on Kanak News.

from Kanak News
via <a href="https://ifttt.com/?

ବେଳାଭୂମୀରେ ପୁଳା ପୁଳା ମାଛ । ସମୁଦ୍ର ଲହରୀରେ ଭାସି ଆସିଲେ  ଅଜସ୍ର ମାଛ । ମାଛକୁ ଦେଖିବାକୁ ଲୋକଙ୍କ ଭିଡ ।

କନକ ବ୍ୟୁରୋ: ବେଳାଭୂମୀରେ ପୁଳା ପୁଳା ମାଛ । ସମୁଦ୍ର ଲହରୀରେ ଭାସି ଆସି କୂଳରେ ଡିଆଁ ମାରୁଛନ୍ତି ଶହ ଶହ ସଂଖ୍ୟାରେ ମାଛ । ବିଶାଖାପଟନମ୍ ବେଳାଭୂମୀରେ ଆଜି ସକାଳୁ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ବେଳାଭୂମୀରେ ଗଦା ଗଦା ମାଛ ଡିଆଁ ମାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ଲହରି ସହ ଡିଆଁ ମାରୁଥିବା ମାଛକୁ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । କିଛି ଲୋକ ମାଛ ଉଠାଇ ନେଇ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

The post ବେଳାଭୂମୀରେ ପୁଳା ପୁଳା ମାଛ । ସମୁଦ୍ର ଲହରୀରେ ଭାସି ଆସିଲେ  ଅଜସ୍ର ମାଛ । ମାଛକୁ ଦେଖିବାକୁ ଲୋକଙ୍କ ଭିଡ । first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ବଳ ହେଉଛି ବାତ୍ୟା ମିଗଜୋମ । ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷୁଛି ।

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୁତ ରହିଛି । ଏହା ଆନ୍ଧ୍ର ଉପକୂଳରେ ଉତର ଦିଗରେ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତି ୬ ଘଂଟାରେ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣ ହେବାର ସମ୍ଭାବନା ରହିଛି । ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷା ଓ ପବନର ବେଗ କମିଛି ।

ବାତ୍ୟାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି । ପୁରୀ, ଗଂଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀର କିଛି ଅଂଚଳରେ ମଧ୍ୟ ରହି ରହି ଝିପି ଝିପି ବର୍ଷା ହେଉଛି । ଆହୁରି ୨୪ ଘଂଟା କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗୁ ରହିବ । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି । ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ବର୍ଷା ଯୋଗୁଁ କୋରାପୁଟରେ ମାଟି ଅତଡା ଧସିଛି । ବୋରାରୁ ଶିବଲିଙ୍ଗପୁରମ ମଧ୍ୟରେ ମାଟି ଅତଡା ଧସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ ହଠାତ୍ ବ୍ରେକ ମାରିବାରୁ ଇଂଜିନ ଓ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଉଦ୍ଧାରକାରୀ ଟ୍ରେନ୍କୁ ଘଟଣାସ୍ଥଳକୁ ପଠାଯାଇଛି । କୋରାପୁଟରୁ ଆର୍ଖୁ ଦେଇ ବିଶାଖାପାଟଣା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୪ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ସେପଟେ ଏସଆରସି କହିଛନ୍ତି, ନାରାୟଣପାଟଣା ଓ ପଟ୍ଟାଙ୍ଗି ଅଂଚଳରେ ସର୍ବାଧିକ ୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସେମାନେ ଯେତେ ଶୀଘ୍ର ରିେପୋର୍ଟ ଦେବେ ଅନୁଧ୍ୟାନ କରାଯାଇ କ୍ଷତିପୂରଣ ଦିଆଯିବ ।

The post ଦୁର୍ବଳ ହେଉଛି ବାତ୍ୟା ମିଗଜୋମ । ରାଜଧାନୀରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷୁଛି । first appeared on Kanak News.

from Kanak News
via <a href="https://ifttt.com/?

ଗୋପାଳପୁର ସାମ୍ବାଦିକ ଜଗନ୍ନାଥ ନାୟକ ହତ୍ୟା ମାମଲା । ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିବା ନାବାଳକ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ ।

କନକ ବ୍ୟୁରୋ: ଗୋପାଳପୁର ସାମ୍ବାଦିକ ତଥା ଯୁବ ନେତା ଜଗନ୍ନାଥ ନାୟକ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ । ଗିରଫ ନାବାଳକ ଜଣଙ୍କ ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗାଁର । ସେ ଜଗନ୍ନାଥଙ୍କ ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିଲା । କିଛିଦିନ ହେବ ଦରମା ଟଙ୍କାକୁ ନେଇ ଜଗନ୍ନାଥ ଓ ଅଭିଯୁକ୍ତ ନାବାଳକ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଏହାକୁ ନେଇ ନାବାଳକକୁ ଜଗନ୍ନାଥ ସବୁବେଳେ ଗାଳିଗୁଲଜ କରୁଥିବା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ।

ବାରାମ୍ବାର ଦରମା ଟଙ୍କା ମାଗିଥିଲେ ବି ତାହା ନ ମିଳିବାରୁ ଜଗନ୍ନାଥଙ୍କୁ ପଥର ଓ ଲୁହାରଡରେ ଆକ୍ରମଣ କରି ନାବାଳକ ଜଣଙ୍କ ହତ୍ୟା କରିଥିବା ଜଣାପଡିଛି । ଜଗନ୍ନାଥ ଗୋପାଳପୁର ସ୍ଥିତ ନିଜ ଭଡା ଘରେ ଶୋଇଥିବାବେଳେ ତାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । ପ୍ରଥମେ ଜଗନ୍ନାଥଙ୍କ ମୁଣ୍ଡକୁ ପଥରରେ ଛେଚିବା ସହ ଲୁହା ରଡରେ ଆକ୍ରମଣ କରିଥିଲା । ପୋଲିସ ନାବାଳକ ଠାରୁ ପଥର ଓ ଲୁହା ଛଡ ମଧ୍ୟ ଜବତ କରିଛି । ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରୁଛି ପୋଲିସ ।

The post ଗୋପାଳପୁର ସାମ୍ବାଦିକ ଜଗନ୍ନାଥ ନାୟକ ହତ୍ୟା ମାମଲା । ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିବା ନାବାଳକ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started