ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳି ମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ମହିଳା ।

କନକ ବ୍ୟୁରୋ: ଘରେ ପଶି ମହିଳାଙ୍କୁ ଗୁଳି ମାଡ । ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଅଜଣା ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି । ନୀଳଗିରି ବ୍ଲକର ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ରାଇପାଳ ଗାଁର ରସିକ ମୁର୍ମୁଙ୍କ ପତ୍ନୀ ଲକ୍ଷ୍ମୀ ମୁର୍ମୁଙ୍କୁ ଗୁଳି ମାଡ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ଅଣ୍ଟା ପେଟ ଓ ହାତରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସଂକଟାପନ୍ନ ରହିଛି । କାଲି ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଘରେ ପଶି ଗୁଳି ମାଡ କରିଥିଲେ । ଗୁଳି ଶବ୍ଦ ଶୁଣି ପରିବାର ଲୋକେ ଉଠିିଲା ବେଳକୁ ଅନ୍ଧାରର ସୁଯୋଗ ନେଇ ଦୁଇ ଦୁର୍ବୃତ ଦୌଡି ପଳାଇଥିଲେ । କିଏ କାହିଁକି ଘରେ ପଶି ମହିଳାଙ୍କୁ ଗୁଳି କଲା ଜଣାପଡି ନାହିଁ । ଏନେଇ ବରହମପୁର ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।

The post ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳି ମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ମହିଳା । first appeared on Kanak News.

from Kanak News
via <a href="https://ifttt.com/?

ଡିପଫେକ୍ ନିୟମକୁ ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ । ସୋସିଆଲ ମିଡିଆକୁ କଲେ ତାଗିଦ । ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଡିପଫେକ୍ ସମସ୍ୟାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ସାମାଜିକ ଗଣମାଧ୍ୟମକୁ ତାଗିଦ୍ କରାଯାଇଛି । ସାଧାରଣ ଲୋକମାନେ ଡିପଫେକ୍ ଦ୍ୱାରା ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ, ସେନେଇ ସୁନିଶ୍ଚିତ କରିବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡିକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି କେନ୍ଦ୍ର ସରକାର ।

ଡିପଫେକକୁ ‘ଜାଲିଆତି’ ବର୍ଗରେ ରଖି ଅପରାଧିକ ମାମଲା ଆରମ୍ଭ କରାଯାଇ ପାରିବ ବୋଲି କମ୍ପାନୀଗୁଡିକୁ ସରକାର ତାଗିଦ୍ କରିଛନ୍ତି । ଡିପଫେକକୁ ନେଇ ଗତ ନଭେମ୍ବର ୨୪ ତାରିଖରେ ଏକ ବୈଠକ ହୋଇଥିଲା । ସେଥିରେ ହୋଇଥିବା ନିଷ୍ପତ୍ତିକୁ ସାତ ଦିନ ଭିତରେ ଲାଗୁ କରିବାକୁ କମ୍ପାନୀଗୁଡିକୁ କୁହାଯାଇଥିଲା । ପରେ ଏ ଦିଗରେ ସାମାଜିକ ଗଣମାଧ୍ୟମର ପଦକ୍ଷେପକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜଣାପଡିଛି କିଛି ଗଣମାଧ୍ୟମ ସଂସ୍ଥା ଏହି ନିୟମକୁ କଡାକଡି ଭାବେ ପାଳନ କରି ନାହାଁନ୍ତି । ଫଳରେ କମ୍ପାନୀ ଗୁଡିକୁ ତାଗିଦ୍ କରି କେନ୍ଦ୍ର ସରକାର କହିଛନ୍ତି, ଏ ଦିଗରେ ଆଗକୁ କଡା ନିୟମ ଆସିବ ।

ଆଇଟି ନିୟମ ଅନୁଯାୟୀ କମ୍ପାନୀ ବିରୋଧରେ ବି ଅପରାଧିକ ମାମଲା ଲାଗୁ ହୋଇ ପାରିବ ବୋଲି ସରକାର ଚେତାଇ ଦେଇଛନ୍ତି । ଏ ଦିଗରେ ଆଗାମୀ ୭ ଦିନ ମଧ୍ୟରେ ଆଉ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । କିଛି ଦିନ ପୂର୍ବେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ସାରା ଦେଶରେ ଏକ ଭୟର ବାତାବରଣ ସୃଷ୍ଟି କରିଥିଲା ।

The post ଡିପଫେକ୍ ନିୟମକୁ ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ । ସୋସିଆଲ ମିଡିଆକୁ କଲେ ତାଗିଦ । ନିୟମ ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ  । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ଜଙ୍ଗଲି ହାତୀଙ୍କୁ ଆୟତ୍ତ କରିବା ପାଇଁ କୁମକି ହାତୀଙ୍କୁ ତାଲିମ୍ ଦେବେ କର୍ଣ୍ଣାଟକ ଓ ଆସାମ ମାହୁନ୍ତ ।

କନକ ବ୍ୟୁରୋ: ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ ଆଲୋଚନା ଚାଲିଛି । ଜଙ୍ଗଲୀ ହାତୀଙ୍କୁ ଆୟତ କରିବା ପାଇଁ ତାଲିମ୍ ପ୍ରାପ୍ତ ହାତୀ ଓ ମାହୁନ୍ତଙ୍କ ନିଆଯିବ ସାହାଯ୍ୟ । କୁମକି ହାତୀଙ୍କ ପରି ତାଲିମ୍ପ୍ରାପ୍ତ ହାତୀ ଯେଉଁମାନଙ୍କୁ ତାଙ୍କ ମାହୁନ୍ତ ତାଲିମ୍ ଦେଇଥାନ୍ତି । ସେହି ହାତୀଙ୍କ ସାହାଯ୍ୟରେ ଜଙ୍ଗଲୀ ହାତୀଙ୍କୁ ଆୟତ୍ତ କରିବା ପାଇଁ ଖୋଲାଯିବ ହାତୀଙ୍କ ପାଠଶାଳା । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବଦତ୍ତ ବିଶ୍ୱାଳ ।

ଅଭୟାରଣ୍ୟରେ ଏହି ତାଲିମ ପ୍ରାପ୍ତ ହାତୀଙ୍କୁ ନିୟୋଜିତ କରାଯିବ । ଯେଉଁ ହାତୀ ପଲ ଜନବସତି ଆଡକୁ ଚାଲି ଆସି ଉପଦ୍ରବ କରୁଛନ୍ତି ସେମାନଙ୍କୁ ଘଉଡାଇବା ପାଇଁ ଏହି ତାଲିମ ପ୍ରାପ୍ତ ହାତୀଙ୍କୁ ଲଗାଯିବ । ସେଥିପାଇଁ ଆଲୋଚନା ଚାଲିଛି । ବାହାରୁ ଦକ୍ଷ ମାହୁନ୍ତ ଆସିଲେ ଓଡିଶାରେ ହାତୀଙ୍କୁ ତାଲିମ୍ ଦିଆଯାଇ ପାରିବ । ଚନ୍ଦକା, ଶିମିଳିପାଳ, ସାତକୋଶିଆରେ ଥିବା କ୍ୟାପ୍ଟିଭ୍ ହାତୀଙ୍କୁ ଏମାନେ ତାଲିମ୍ ଦେବେ । ସେଥିପାଇଁ ଏହାକୁ ହାତୀଙ୍କ ପାଠଶାଳା ବୋଲି କୁହାଯାଉଛି । ଏହି ବ୍ୟବସ୍ଥା ନେଇ କର୍ଣ୍ଣାଟକ ଓ ଆସାମ ପ୍ରଶାସନ ସହ ଆଲୋଚନା ଚାଲିଥିବା ପିସିସିଏଫ୍ କହିଛନ୍ତି ।

The post ଓଡିଶାରେ ଖୋଲିବ ହାତୀଙ୍କ ପାଠଶାଳା । ଜଙ୍ଗଲି ହାତୀଙ୍କୁ ଆୟତ୍ତ କରିବା ପାଇଁ କୁମକି ହାତୀଙ୍କୁ ତାଲିମ୍ ଦେବେ କର୍ଣ୍ଣାଟକ ଓ ଆସାମ ମାହୁନ୍ତ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଲେ ଯୁବତୀ । ୫ ବର୍ଷର ଅପେକ୍ଷା ପରେ ମିଳିଲା ଭାରତକୁ ଭିସା । ସମୀରଙ୍କୁ ବିବାହ କରିବେ ଜାଭେରିଆ ।

କନକ ବ୍ୟୁରୋ: ସୀମା ସେ ପାରିର ପ୍ରେମ, ପାକିସ୍ତାନ ପ୍ରେମିକା । ନିଜ ଦୀର୍ଘ ଦିନର ପ୍ରେମିକକୁ ବିବାହ କରିବା ପାଇଁ ଶେଷରେ ଭାରତରେ ପହଁଚିଛନ୍ତି ପାକିସ୍ତାନ ଯୁବତୀ । କେତେବେଳେ ଭିସା ପାଇଁ ତ’ ଆଉ କେତେବେଳେ ପରସ୍ପରକୁ ଦେଖା କରିବା ପାଇଁ, ପୂର୍ବରୁ ଅନେକ ଥର ଅପେକ୍ଷା କରିବାକୁ ପଡିଛି ତାଙ୍କୁ । ହେଲେ ଏବେ ନିଜ ପ୍ରେମିକଙ୍କୁ ବାହା ହେବା ପାଇଁ ଭାରତ ଆସି ପହଞ୍ଚିଛନ୍ତି ଜଣେ ପାକିସ୍ତାନୀ ଯୁବତୀ । ଏହି ଯୁବତୀଙ୍କ ନାଁ ଜାଭେରିଆ ଖାନୁମ୍ । ଘର ପାକସ୍ତାନର କରାଚି ସହରରେ ।

୨୧ ବର୍ଷିୟ ଏହି ଯୁବତୀ ୪୫ ଦିନିଆ ଭିସା ନେଇ ଭାରତ ଆସିଛନ୍ତି । ବିମାନବନ୍ଦରରେ ଆଜି ଯେତେବେଳେ ଜାଭେରିଆ ପହଂଚିଥିଲେ, ତାଙ୍କୁ ପାଛୋଟି ନେବା ପାଇଁ ତାଙ୍କ ପ୍ରେମିକ ବା ଭାବି ସ୍ୱାମୀ ସମୀର ଖାନ୍ । ସାଥୀରେ ତାଙ୍କ ଭାବି ଶ୍ୱଶୁର ଅହମ୍ମଦ କମାଲ ଖାନ ମଧ୍ୟ ଥିଲେ । ଦୀର୍ଘ ସମୟ ଧରି ଜାଭେରିଆ, ଭାରତ ଆସିବା ପାଇଁ ଉଦ୍ୟମ କରୁଥିଲେ । ହେଲେ ଭିସା ମିଳୁନଥିଲା । ପ୍ରଥମେ କରୋନା କଟକଣା ଏବଂ ପରବର୍ତୀ ସମୟରେ ଦୁଇ ଦୁଇ ଥର ଭିସା ରଦ୍ଧ ହୋଇଥିଲା । କିନ୍ତୁ ଏବେ ଯେତେବେଳେ ତାଙ୍କୁ ୪୫ ଦିନର ଅନୁମତି ମିଳିଛି । ଏହି ସମୟ ଭତରେ ସମୀର ଖାନଙ୍କୁ ବିବାହ କରି ପାକିସ୍ତାନ ଯିବାକୁ ନିଷ୍ପତ୍ତିନେଇଛନ୍ତି । ଆସନ୍ତା ମାସରେ ଜାଭେରିଆ ଏବଂ ସମୀର ବିବାହ କରିବେ ।

ସମୀର ନିଜର ପ୍ରତିକ୍ରିୟା ରଖି କହିଛନ୍ତି- ଖୁସିରେ ଆରମ୍ଭ ହୋଇଥିବା ସମ୍ପର୍କ ଖୁସିରେ ଶେଷ ହେବାକୁ ଯାଉଛି । ଆମେ ଦୁଇ ଜଣ ବାହା ହେବାକୁ ଯାଉଛୁ । ମକବୁଲ୍ ନାମକ ଜଣେ ସାମ୍ବାଦିକ ଏହି ପ୍ରେମୀ ଯୁଗଳଙ୍କୁ ମିଳାଇବାରେ ସହଯୋଗ କରିଥିଲେ । ଜାଭେରିଆଙ୍କୁ କେମିତି ଭିସା ମିଳିବ ସେଥିପାଇଁ ସେ ଉଦ୍ୟମ କରିଥଲେ । ସୂଚନା ଅନୁସାରେ, ଜାଭେରିଆ ଏବଂ ସମୀର ୨୦୧୮ରୁ ପରସ୍ପରକୁ ଜାଣିଛନ୍ତି । ଜାଭେରିଆ ଜର୍ମାନୀରେ ରହୁଥିଲେ । ଥରେ ପାକିସ୍ତାନ ଆସିଥିବା ସମୟରେ ସମୀରଙ୍କ ଫଟୋ ଦେଖିଥିଲେ । ତାଙ୍କୁ ବିବାହ କରିବା ପାଇଁ ଜାଭେରିଆ ମା’ଙ୍କୁ ଜଣାଇଥିଲେ । ମା’ ରାଜି ହୋଇଥିବା ପରେ ସମୀରଙ୍କ ସହ ଯୋଡ଼ି ହୋଇଥିଲେ ଜାଭେରିଆ । ଜର୍ମାନୀ, ସ୍ପେନ୍, ଆଫ୍ରିକାରେ ରହୁଥିବା ଜାଭେରିଆଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ବାହାଘରକୁ ଆସିବେ ଜଣାପଡ଼ିଛି ।

The post ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଲେ ଯୁବତୀ । ୫ ବର୍ଷର ଅପେକ୍ଷା ପରେ ମିଳିଲା ଭାରତକୁ ଭିସା । ସମୀରଙ୍କୁ ବିବାହ କରିବେ ଜାଭେରିଆ । first appeared on Kanak News.

from Kanak News
via <a href="https://ifttt.com/?

ତିର୍ତ୍ତୋଲ ବିଧାୟକ  ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା । ବିବାହ ଆବେଦନକୁ ଖାରଜ କଲେ କଟକ ସବରେଜିଷ୍ଟ୍ରାର କୋର୍ଟ।

କନକ ବ୍ୟୁରୋ:  ତିର୍ତୋଲ ବିଧାୟକ  ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା ଲାଗିଛି । ବିବାହ ଆବେଦନକୁ କଟକ ସବରେଜିଷ୍ଟ୍ରାର କୋର୍ଟ ଖାରଜ କରିଦେଇଛନ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ କୋର୍ଟ ଆବେଦନକୁ ଖାରଜ କରିଛନ୍ତି । ବିଜୟ ଶଙ୍କର ଭୁଲ ତଥ୍ୟ ଦେଇଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ ବିଜୟଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା । ଆବେଦନରେ ବିଜୟଶଙ୍କର ବିବାହ କରିବାକୁ ଥିବା ଯୁବତୀ ଅବିବାହିତା ବୋଲି ଦର୍ଶାଇଥିଲେ । କିନ୍ତୁ ସଂପୃକ୍ତ ଯୁବତୀ ବିବାହିତା ଓ ବିଜୟଶଙ୍କର କୋର୍ଟରେ ଭୁଲ ତଥ୍ୟ ଦେଇଛନ୍ତି ବୋଲି ସୋମାଲିକା ତଥ୍ୟ ଦାଖଲ କରିଥିଲେ । ସୋମାଲିକାଙ୍କ ଏହି ଅଭିଯୋଗକୁ ଗୁରୁତର ସହ ନେଇଥିଲେ ବିବାହ ପଂଜୀକରଣ ଅଧିକାରୀ । ସେ ପ୍ରମାଣ ଦାଖଲ ପାଇଁ ସୋମାଲିକାକୁ ନିର୍ଦ୍ଦେଶ ଦେଇଥିଲେ । ସୋମାଲିକା ଏ ନେଇ ତଥ୍ୟ ପ୍ରମାଣ ଦାଖଲ କରିଥିଲେ ।

ତଥ୍ୟ ପ୍ରମାଣ ଯାଂଚ କରିବା ପରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀଙ୍କ ସ୍ୱାମୀଙ୍କୁ ହାଜର ପାଇଁ ନୋଟିସ  ଦିଆଯାଇଥିଲା । ହେଲେ ବିଜୟ ଶଙ୍କର ହାଜର ହୋଇନଥିଲେ । ସଂପୃକ୍ତ ଯୁବତୀଙ୍କ ସ୍ୱାମୀ ହାଜର ହୋଇ ତଥ୍ୟ ପ୍ରମାଣ ଦାଖଲ କରିଥିଲେ । ଆଉ ଏହି ପ୍ରମାଣ ଆଧାରରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆବେଦନରେ ତ୍ରୁଟି ଦର୍ଶାଇ ବିଜୟଶଙ୍କରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କଟକ ସବରେଜିଷ୍ଟ୍ରାର କୋର୍ଟ । ତେବେ ଆବଶ୍ୟକୀୟ ସଂଶୋଧନ ସହ ବିଜୟଶଙ୍କର ପୁଣି ବିବାହ ପାଇଁ  ଆବେଦନ କରିପାରିବେ ବୋଲି ଜଣାପଡିଛି ।

The post ତିର୍ତ୍ତୋଲ ବିଧାୟକ  ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା । ବିବାହ ଆବେଦନକୁ ଖାରଜ କଲେ କଟକ ସବରେଜିଷ୍ଟ୍ରାର କୋର୍ଟ। first appeared on Kanak News.

from Kanak News
via <a href="https://ifttt.com/?

ଜାତୀୟ ରାଜପଥରେ ଶୋଇଛି  ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ । ଦେଖନ୍ତୁ ଏନଏଚ କଡର ଏ ଦୃଶ୍ୟକୁ । 

କନକ ବ୍ୟୁରୋ: ଜାତୀୟ ରାଜପଥରେ ଶୋଇଛି ପୋଲିସ । ଜାତୀୟ ରାଜପଥରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଥିବା ବେଳେ ପେଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ ଶୋଇଥିବାର ଦେଖିବାକୁ ମିଳିଛି । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଅଧିକାରୀଙ୍କ ଏପରି ମନୋଭାବ ଯୋଗୁ ଏପରି ପରିସ୍ଥିତି ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ବେଆଇନ ପାର୍କିଂ ଉଚ୍ଛେଦ କରିବାକୁ ସାଧାରଣରେ ଦାବି ହୋଇଛି ।

The post ଜାତୀୟ ରାଜପଥରେ ଶୋଇଛି  ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୋଲିସ । ଦେଖନ୍ତୁ ଏନଏଚ କଡର ଏ ଦୃଶ୍ୟକୁ ।  first appeared on Kanak News.

from Kanak News
via <a href="https://ifttt.com/?

ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ସୂର୍ଯ୍ୟ ଉପାସନା ।

କନକ ବ୍ୟୁରୋ: ସରିଲା କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ ଦିନ ଧରି ଚାଲିଥିବା ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତର ମହାକୁମ୍ଭ ଗତକାଲି ଶେଷ ହୋଇଛି । ଶେଷ ସଂଧ୍ୟାର ପ୍ରଥମ ଅର୍ଘ୍ୟରେ ଭୁବନେଶ୍ୱର ଗୀତ ଗୋବିନ୍ଦ ଟ୍ରଷ୍ଟ ପକ୍ଷରୁ ଗୁରୁ କୁମକୁମ୍ ମହାନ୍ତି ମଂଚସ୍ଥ କରିଥିଲେ ଓଡ଼ିଶୀ ନୃତ୍ୟ । ଏହା ପରେ ଦ୍ୱିତୀୟ ଅର୍ଘ୍ୟରେ କୋଲକାତାର ଲୁନା ପୋଦାର ଓ ସାଥୀ କଳାକାର କଥକ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ସୂର୍ଯ୍ୟ ଉପାସନା ଆଧାରିତ ଅଭନୟ ସୂଯ୍ୟ ଜ୍ୟୋତି ଓ ରସରୂପ ରଙ୍ଗର କଳାତ୍ମକ ନିବେଦନ ରଙ୍ଗ ବସନ୍ତ ବେଶ୍ ମନଛୁଆଁ ହୋଇଥିଲା । ଶେଷ ସଂଧ୍ୟାରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ ।

The post ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା ସୂର୍ଯ୍ୟ ଉପାସନା । first appeared on Kanak News.

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ରାଜସ୍ଥାନରେ ଦୌଡ଼ରେ ୫ ନେତା । କାଲି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଭାନ୍ତ ରେଡ୍ଡୀ ।

କନକ ବ୍ୟୁରୋ: କେଉଁ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଚାଲିଛି ଘନଘନ ବୈଠକ । ଏହି ପଦରେ କାହାକୁ ଆସୀନ କରାଯିବ ସେନେଇ ଚର୍ଚ୍ଚା ବି ଜୋରଦାର ହେଉଛି । ରାଜସ୍ଥାନରେ ଏହି ପଦ ପାଇଁ ଜଣ ଚେହେରା ଥିବାବେଳେ ଅନ୍ୟ ରାଜ୍ୟରେ ଆଦିବାସୀ କାର୍ଡକୁ ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ କେ, ରେଭାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇସାରିଛି । ବିଧାୟକଙ୍କ ସହ ଆଲୋଚନା ପରେ କଂଗ୍ରେସ ହାଇକମାଣ୍ଡ ରେଭାନ୍ତଙ୍କ ନାମ ଉପରେ ମୋହର ଲଗାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

୨୦୨୧, ଜୁନ୍-ଜୁଲାଇରେ ତାଙ୍କୁ ତେଲେଙ୍ଗାନା କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ଲଗାତର ତୃଣମୂଳ ସ୍ତରରେ କାମ କରିଆସୁଛନ୍ତି । ବିଧାନସଭା ନିର୍ବାଚନ ଜିତିବା ପରେ ହାଇକମାଣ୍ଡଙ୍କର ସେ ପ୍ରଥମ ପସନ୍ଦ ମଧ୍ୟ ରହିଆସିଛନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସର ଜବରଦସ୍ତ ବିଜୟରେ ରେଭାନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘ ୧୦ ବର୍ଷ ଧରି ଶାସନରେ ଥିବା କେସିଆରଙ୍କ ବିଆରଏସକୁ ଗାଦିଚ୍ୟୁତ କରିଥିଲା କଂଗ୍ରେସ । ରେଭାନ୍ତ ୨୦୧୯ରେ ଲୋକସଭା ନିର୍ବାଚନରେ ଟିଆରଏସ ପ୍ରାର୍ଥୀଙ୍କ ଠାରୁ ହାରିଯାଇଥିଲେ । କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ବିଧାୟକ ଟିକେଟ୍ ଦେଇଥିଲା କଂଗ୍ରେସ । ଚଳିତଥର ସେ ଦୁଇଟି ସ୍ଥାନରୁ ବିଧାୟକ ଆସନ ପାଇଁ ଲଢ଼ିଥିବା ବେଳେ ଗୋଟିଏରେ ବିଜୟୀ ହୋଇଥିଲେ ଏବଂ ଆଉ ଗୋଟିଏରେ ପରାସ୍ତ ହୋଇଥିଲେ । ନିର୍ବାଚନ ଜିତିବା ପରେ ସମର୍ଥକ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଅଡ଼ି ବସିଥିଲେ । ଆଉ ହାଇକମାଣ୍ଡ ମଧ୍ୟ ରେବନ୍ତଙ୍କ ନାଁ ଉପରେ ମୋହର ମାରିଛନ୍ତି । ତେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କେବଳ ଆନୁଷ୍ଠାନିକ ଘୋଷଣା କରିବେ ।

The post ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ରାଜସ୍ଥାନରେ ଦୌଡ଼ରେ ୫ ନେତା । କାଲି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଭାନ୍ତ ରେଡ୍ଡୀ । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଘରେ ପଶି ଟଙ୍କା ଓ ଅଳଙ୍କାର ନେଇ ଫେରାର ।

କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଆଉ ପୁରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଗେଟ ଭିତରେ ଘରୁ ଟଙ୍କା, ରୂପା ଅଳଙ୍କାର ଓ ଆବଶ୍ୟକ କାଗଜପତ୍ର ନେଇ ଫେରାର ହୋଇଯାଇଛନ୍ତି ମହିଳାଜଣକ । ଏଠାରେ ରହୁଥିବା କୈଳାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଏହି ଚୋରି ହୋଇଛି । ଏ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ କରିଛି କମିଶନରେଟ ପୁଲିସ ।

The post ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଘରେ ପଶି ଟଙ୍କା ଓ ଅଳଙ୍କାର ନେଇ ଫେରାର । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ । ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ ନିଷ୍ପତ୍ତିି ଉପରେ ମୋହର  । ପୁରୁଣା ଗାଡି ସ୍କ୍ରାପ କଲେ ଛାଡ ହେବ ଜରିମାନା ।

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମୋହର ବାଜିଛି । ବୈଠକରେ ବକେୟା ମୋଟର ଯାନ ଛାଡ ଓ ରିହାତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରସ୍ତାବ ଅନୁସାରେ, ଯେଉଁ ଗାଡି ମାଲିକମାନେ ନିଜର ପୁରୁଣା ଗାଡିକୁ ସ୍କ୍ରାପ କରିବାକୁ ଇଚ୍ଛୁକ ଥିବେ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ କରିବାର ବ୍ୟବସ୍ଥା ହୋଇଛି । ଏହାଦ୍ୱାରା ପ୍ରାୟ ୫୦ ହଜାର ଗାଡି ମାଲିକ ଉପକୃତ ହେବେ । ଯେଉଁମାନେ ଟିକସ ପ୍ରଦାନ କରି ଗାଡି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜରିମାନା ସଂପୂର୍ଣ୍ଣ ଛାଡ କରିବା ସହିତ ଗାଡିର ବୟସ ଅନୁୟାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ବହୁ ପୁରୁଣା ଯାନ ଗୁଡିକର ମାଲିକମାନେ ସେମାନଙ୍କ ଗାଡିକୁ ସ୍କ୍ରାପ ଓ ପଂଜୀକରଣ ରଦ୍ଦ କରିବାକୁ ଆଗେଇ ଆସିବେ ।

ସେହିଭଳି ଗୋପାଳପୁରରେ ହେବ ଶିଳ୍ପ କରିଡର । ଏଥିପାଇଁ ଇପିସି ଟେଣ୍ଡରକୁ ଅନୁମୋଦନ କରିଛି କ୍ୟାବିନେଟ । ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ୧୮ ମାସ ସମୟ ଲାଗିବ । ସେହିଭଳି ଜଟଣୀ ଓ ଭୁବନେଶ୍ୱର ତହସିଲ ଅଧିନରେ ଲିଜ ସୁତ୍ରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ସେହିଭଳି ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଓ ଏହାର ଦୃଶ୍ୟପଟକୁ ପରିବର୍ତନ ନିମନ୍ତେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ରାଜ୍ୟ ସରାକର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଜରିଆରେ ୱେଲସନ କମ୍ପାନୀ ସମୂହକୁ କଟକର ଚୌଦ୍ୱାର ଓ ସମ୍ବଲପୁରର ନିଲ୍ ଡୁଙ୍ଗରୀଠାରେ ବହୁ ପ୍ରତିକ୍ଷିତ ଶିଳ୍ପ ସମୂହ ପ୍ରତିଷ୍ଠା  ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାଦ୍ୱାରା ୬୬୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ କାରଖାନା ପ୍ରତିଷ୍ଠା ସହ ୨୦ ହଜାର ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବା ସେହିଭଳି ଓଡିଶା ସାମାଜିକ ସୁରକ୍ଷା ସେବା ବର୍ଗର ପୁନର୍ଗଠନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।

The post ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ । ବକେୟା ମୋଟର ଯାନ ଟିକସ ଓ ଜରିମାନା ଛାଡ ନିଷ୍ପତ୍ତିି ଉପରେ ମୋହର  । ପୁରୁଣା ଗାଡି ସ୍କ୍ରାପ କଲେ ଛାଡ ହେବ ଜରିମାନା  । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started