ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର । ପରୀକ୍ଷା ଢାଞ୍ଚା ପିଲାଙ୍କ ପାଖରେ ନମୁନା ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓଙ୍କୁ ଚିଠି ।

କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଢାଞ୍ଚା ସହ ସମାନ ଥିବା ନମୁନା ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରଶ୍ନପତ୍ରର ଫର୍ମାଟ ସମ୍ପର୍କରେ ଅଭ୍ୟସ୍ତ ହୋଇପାରିବେ । ଯାହାଦ୍ୱାରା ପରୀକ୍ଷା ସମୟରେ ପ୍ରଶ୍ନପତ୍ରକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ମାଟ୍ରିକ୍ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଏପରି ଏକ ଅଭିନବ ବ୍ୟବସ୍ଥା ହାତକୁ ନେଇଛନ୍ତି ।

ଏହି ପ୍ରଶ୍ନପତ୍ର ନମୁନା ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଇ ଦିଆଯାଇଛି । ଏହା ଯେମିତି ସବୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ପଦକ୍ଷେପ ନେବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସବୁ ଡିଇଓଙ୍କୁ ଚିଠି ଲେଖିଛନ୍ତି । ଓଡ଼ିଆ, ଇଂରାଜୀ, ହିନ୍ଦି, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟରେ ଗୋଟିଏ ସେଟ୍ ଲେଖାଏଁ ନମୁନା ପ୍ରଶ୍ନପତ୍ର ପଠାଯାଇଛି ।

The post ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର । ପରୀକ୍ଷା ଢାଞ୍ଚା ପିଲାଙ୍କ ପାଖରେ ନମୁନା ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓଙ୍କୁ ଚିଠି । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରେ ବାତ୍ୟା ‘ମିଗଜୋମ୍’ ପ୍ରଭାବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା । ଗଜପତିରେ ଶିକ୍ଷାନୁଷ୍ଠାନ ବନ୍ଦ, କୋରାପୁଟରେ ଧସିଲା ମାଟି ଅତଡା ।  

କନକ ବ୍ୟୁରୋ: ବାତ୍ୟାର ପ୍ରଭାବ ଓଡିଶାରେ ବି ଦେଖିବାକୁ ମିଳିଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି । ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ ।

ସେପଟେ ବର୍ଷା ଯୋଗୁଁ କୋରାପୁଟରେ ମାଟିଅତଡା ଧସିଛି । ବୋରାରୁ ଶିବଲିଙ୍ଗପୁରମ ମଧ୍ୟରେ ମାଟି ଅତଡା ଧସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ ହଠାତ୍ ବ୍ରେକ ମାରିବାରୁ  ଇଂଜିନ ଓ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଉଦ୍ଧାରକାରୀ ଟ୍ରେନକୁ ଘଟଣାସ୍ଥଳକୁ ପଠାଯାଇଛି । କୋରାପୁଟରୁ ଆର୍ଖୁ ଦେଇ ବିଶାଖାପାଟଣା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୪ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି ।

ଏସଆରସି କହିଛନ୍ତି, ନାରାୟଣପାଟଣା ଓ ପଟ୍ଟାଙ୍ଗି ଅଂଚଳରେ  ସର୍ବାଧିକ ୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସେମାନେ ଯେତେ ଶୀଘ୍ର ରିେପୋର୍ଟ ଦେବେ ଅନୁଧ୍ୟାନ କରାଯାଇ କ୍ଷତିପୂରଣ ଦିଆଯିବ ।

The post ଓଡ଼ିଶାରେ ବାତ୍ୟା ‘ମିଗଜୋମ୍’ ପ୍ରଭାବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା । ଗଜପତିରେ ଶିକ୍ଷାନୁଷ୍ଠାନ ବନ୍ଦ, କୋରାପୁଟରେ ଧସିଲା ମାଟି ଅତଡା ।   first appeared on Kanak News.

from Kanak News
via <a href="https://ifttt.com/?

ଚେନ୍ନାଇରେ ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ପାଣିଘେରରେ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ।

କନକ ବ୍ୟୁରୋ: ଚେନ୍ନାଇରେ ବର୍ଷା ତାଣ୍ଡବ । ଜଳପ୍ଲାବିତ ଚେନ୍ନାଇ ସହର । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ତଳିଆ ଅଂଚଳ ସମେତ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ରେ ଜମି ରହିଛି ପାଣି । ଲୋକମାନଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ବିଦ୍ୟୁତ ଓ ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି ।

ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍, ଟ୍ରାକ୍ଟର ବ୍ୟବହାର କରାଯାଉଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ରାଜ୍ୟରେ ୧୦୦ରୁ ଅଧିକ ଟ୍ରେନ୍ ଓ ୫୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି ।

The post ଚେନ୍ନାଇରେ ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁ ଗଲାଣି ୧୭ ଜଣଙ୍କ ଜୀବନ । ପାଣିଘେରରେ ବିମାନ ବନ୍ଦର, ରେଳ ଷ୍ଟେସନ, ବସଷ୍ଟାଣ୍ଡ । first appeared on Kanak News.

from Kanak News
via <a href="https://ifttt.com/?

ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମକ୍ରାର ଅଭିନୟକୁ ମିଳୁଛି ପ୍ରଶଂସା

କନକ ବ୍ୟୁରୋ : ବଲିଉଡ ବାଦଶାହ ଶାହାରୁଖ ଖାନ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଡଙ୍କି’ର ଟ୍ରେଲର ରିଲିଜ୍ । ପୂର୍ବରୁ ଦୁଇଟି ଗୀତକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ମଙ୍ଗଳବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଗୋଟିଏ ବର୍ଷରେ ଦର୍ଶକଙ୍କୁ ‘ପଠାନ’ ଓ ‘ଯବାନ’ ଭଳି ବ୍ଲକବଷ୍ଟର ମୁଭି ଭେଟି ଦେଇଥିବା କିଙ୍ଗ ଖାନ ପୁଣିଥରେ ‘ଡଙ୍କି’ ଜରିଆରେ ବଡ଼ ପରଦାକୁ ଫେରୁଛନ୍ତି । ଶାହାରୁଖ ଖାନଙ୍କ ବ୍ୟତୀତ ଏହି ଫିଲ୍ମରେ ଭିକି କୌଶଲ, ତାପସୀ ପନ୍ନୁ, ବୋମାନ ଇରାନୀ, ବିକ୍ରମ କୋଚର, ସୁନୀଲ ଗ୍ରୋଭର ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ରିଲିଜ୍ ହୋଇଥିବା ୩ମିନିଟ୍ ୨ସେକେଣ୍ଡର ଟ୍ରେଲରରେ ଫିଲ୍ମର କାହାଣୀକୁ ଦର୍ଶାଇଛନ୍ତି ଶାହାରୁଖ । ୧୯୯୫ ମସିହାରେ ପଂଜାବର ଲାଲଟୁ ସହରରୁ ୫ଜଣ ସାଙ୍ଗଙ୍କ ମଧ୍ୟରେ ଗଢି ଉଠିଥିବା ବନ୍ଧୁତାର ସମ୍ପର୍କ ଆଗକୁ କିପରି ଗତିଶୀଳ ହେଉଛି ସେସବୁକୁ ଫିଲ୍ମ ମାଧ୍ୟମରେ ଚିତ୍ରଣ କରାଯାଇଛି । ଫିଲ୍ମଟିରେ ବିଦେଶ ଯିବାକୁ ଚାହୁଁଥିବା ୫ଜଣ ସାଙ୍ଗଙ୍କ କାହାଣୀକୁ ଦର୍ଶାଯାଇଛି । କମେଡି, ଟ୍ରାଜେଡି ଏବଂ ଫ୍ୟାମିଲି ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମର କାହାଣୀକୁ ଦର୍ଶକ ବେଶ ପସନ୍ଦ କରିବେ । ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି କାମ କରୁଛନ୍ତି ଶାହରୁଖ ଖାନ ଓ ବଲିଉଡ ନିର୍ଦ୍ଦେଶକ ରାଜକୁମାର ହିରାନୀ । ସଞ୍ଜୁ, ପିକେ, ଥ୍ରୀ ଇଡିଅଟ ଭଳି ଡଙ୍କି ମଧ୍ୟ ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା । ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୨ରେ ବଡ଼ ପରଦାରେ ରିଲିଜ ହେବ ଫିଲ୍ମ ଡଙ୍କି ସମାନ ଦିନରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ‘ସାଲାର’ ମଧ୍ୟ ରିଲିଜ ହେବାକୁ ଯାଉଛି । ବକ୍ସ ଅଫିସରେ ଦୁଇଟି ଫିଲ୍ମ ମଧ୍ୟରେ କଡା ଟକ୍କର ହେବା ନେଇ ଆକଳନ କରିଛନ୍ତି ସିନେ ସମୀକ୍ଷକ ।

The post ଦର୍ଶକଙ୍କ ହୃଦୟ ଜିତିଲା ସିନେମା ଡଙ୍କିର ପ୍ରଥମ ଟ୍ରେଲର । କିଙ୍ଗ ଖାନଙ୍କ ଚମକ୍ରାର ଅଭିନୟକୁ ମିଳୁଛି ପ୍ରଶଂସା first appeared on Kanak News.

from Kanak News
via <a href="https://ifttt.com/?

ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର

କନକ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି ।

ବାତ୍ୟା ମିଗଜୋମକୁ ନେଇ ଆନ୍ଧ୍ରର ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା, କୃଷ୍ଣା, ପଶ୍ଚିମ ଗୋଦାବରୀ, କୋନସିମା ଏବଂ କାକିନଡା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ୮ଟି ଜିଲ୍ଲାରେ ଏନଡିଆରଏଫ ଓ ଏସଡିଆରଏଫର ଟିମକୁ ନିୟୋଜିତ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଇଏମଡି । ବର୍ଷା ଓ ବାତ୍ୟା ପାଇଁ ବନ୍ଦ ରହିଛି ସ୍କୁଲ ଓ କଲେଜ । ଖରାପ ପାଗ ପାଇଁ ତିରୁପତି ବିମାନ ବନ୍ଦରରୁ ସମସ୍ତ ବିମାନ ଉଡାଣକୁ ବାତିଲ କରାଯାଇଛି ।

The post ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା, ପବନର ବେଗ ୯୦ରୁ ଶହେ କିଲୋମିଟର first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଘରେ ପଶି ହତ୍ୟା । ବୈଠକ ଭିତରେ ଆଖିବୁଜା ଗୁଳିମାଡ କରି ଦୁବୁର୍ତ ଫେରାର

କନକ ବ୍ୟୁରୋ : ରାଜସ୍ଥାନରୁ ଆସିଛି ଚାଂଚଲ୍ୟକର ଖବର । ଜାତୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷକଙ୍କ ଦିନ ଦ୍ୱିପହରରେ ହତ୍ୟା । ସୁଖଦେବ ସିଂ ଗୋଗାମେଡି ଓ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ବିଭତ୍ସ ହତ୍ୟା କରି ଫେରାର ଅଛନ୍ତି ଦୁବୁର୍ତ । ହତ୍ୟା ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ତେବେ ଏହି ଦୃଶ୍ୟ ବିଚଳିତ କରୁଥିବାରୁ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ଭିଡିଓ ଦେଖାଇ ପାରୁନୁ । ଭିଡିଓରେ ଦେଖିବାକୁ ମିଳିଛି କି ହତ୍ୟାକାରୀ କିଛି ସମୟ ଧରି ସୁଖଦେବଙ୍କ ସହ ଏକ ରୁମରେ କଥାବାର୍ତା ହେଉଛନ୍ତି । ହଠାତ ସିଟରୁ ଉଠି ଉଭୟ ହତ୍ୟାକାରୀ ଆଖିବୁଜା ଗୁଳିମାଡ କରି ଫେରାର ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନର ରୋହିତ ଗୋଦାର ଗ୍ୟାଙ୍ଗ ଘଟଣା ପାଇଁ ନିଜକୁ ଦାୟୀ କରିଛି । ଏହି ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଈ ଗ୍ୟାଙ୍ଗ ସହ ସମ୍ପୃକ୍ତ ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ସୁଖଦେବଙ୍କୁ ଧମକ ଦେଇ ଆସୁଥିଲା ରୋହିତ ଗୋଦାର ଗ୍ୟାଙ୍ଗ । ବର୍ତମାନ ସେ ଦୁବାଇରେ ରହୁଥିବା ଏନଆଇଏ ସୂଚନା ରହିଛି । ସେପଟେ ରାଜସ୍ଥାନରେ ଆରମ୍ଭ ହୋଇଛି କରଣୀ ସେନା ପ୍ରଦର୍ଶନ ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ପୋଡାଜଳ କରି ହତ୍ୟାକାରୀକୁ ଦଣ୍ଡ ଦେବାକୁ ଦାବି କରିଛି କରଣୀ ସେନା ।

The post ରାଜସ୍ଥାନରେ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଘରେ ପଶି ହତ୍ୟା । ବୈଠକ ଭିତରେ ଆଖିବୁଜା ଗୁଳିମାଡ କରି ଦୁବୁର୍ତ ଫେରାର first appeared on Kanak News.

from Kanak News
via <a href="https://ifttt.com/?

ଇଣ୍ଡିଆ ମେଂଟ ଉପରେ ନିର୍ବାଚନ ଫଳାଫଳର ସାଇଡ ଇଫେକ୍ଟ । ସ୍ଥଗିତ ରହିଲା ମେଂଟର ଦିଲ୍ଲୀ ବୈଠକ

କନକ ବ୍ୟୁରୋ : ଚକିତ କରିଛି ୫ ରାଜ୍ୟର ବିଧାନସଭା ଫଳାଫଳ । ୩ରାଜ୍ୟରେ ବିଜେପି ଓ ଗୋଟିଏ ରାଜ୍ୟରେ କଂଗ୍ରେସ ଅକ୍ତିଆର କରିବା ପରେ ଜାତୀୟ ରାଜନୀତିରେ ଓଲଟପାଲଟ ହୋଇଛି ପୂର୍ବ ସମୀକରଣ । ଯେଉଁ ଇଣ୍ଡିଆ ମେଂଟ ମୋଦୀ ଲହରକୁ ରୋକିବା ପାଇଁ ଗଠନ ହୋଇଥିଲା ତା ଉପରେ ପଡିଛି ନିର୍ବାଚନ ଫଳାଫଳର ବଡ ପ୍ରଭାବ । କୁହାଯାଉଛି ଫଳାଫଳର ସାଇଡ ଇଫେକ୍ଟରେ ମେଂଟରେ ଥିବା ଫାଟ ପୁଣି ବଢ଼ିଯାଇଛି । ଡିସେମ୍ବର ୬ରେ ଦିଲ୍ଲୀରେ ମେଂଠ ବୈଠକ ଆୟୋଜନ ହୋଇଥିଲେ ବି ଆସିବା ମନା କରି ଦେଇଥିଲେ କିଛି ଦଳର ମୁଖ୍ୟ । ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ପରେ ସମାଜବାର୍ଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୈଠକରେ ଯୋଗ ଦେବାକୁ ମନା କରିଥିବା ସୂଚନା ମିଳିଛି । ତିନି ତିନୋଟି ବଡ ଚେହେରା ମନା କରିବା ପରେ ବୈଠକ ରଦ୍ଦ କରାଯାଇଛି ।

୫ରାଜ୍ୟ ନିର୍ବାଚନ ପୂର୍ବରୁ ବିହାର, ବେଙ୍ଗାଲୁରୁ ଓ ମୁମ୍ବାଇରେ ଇଣ୍ଡିଆ ମେଂଟର ବୈଠକ ବସିଥିଲା । ଯେଉଁଥିରେ ଟଣାଓଟରା ମଧ୍ୟ ଦେଖିବାକୁ ମିଳିଥିଲା । ବୈଠକରେ କିଏ ଯୋଗ ଦେଇନଥିଲେ ତ ପୁଣି କିଏ ସାମିଲ ହୋଇ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ମେଂଟରେ ଫାଟ ଥିବା ସ୍ପଷ୍ଟ ବାରି ହୋଇପଡିଥିଲା ।

ନିକଟରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଥିଲେ ନୀତିଶ କୁମାର । ପ୍ରଚାରରେ ବ୍ୟସ୍ତ ରହି କଂଗ୍ରେସ ମେଂଟକୁ ସମୟ ଦେଉନଥିବା ସେ ଅଭିଯୋଗ ଆଣିଥିଲେ । ସେପଟେ ଟିଏମସି ନିଜ ମୁଖପାତ୍ର ଜାଗୋ ବାଙ୍ଗଲାରେ କଂଗ୍ରେସକୁ ଟାର୍ଗେଟ କରିଛି । ଦଳ କହିଛି କଂଗ୍ରେସର ବିଚାରଧାରା ଯୋଗୁଁ ୪ରାଜ୍ୟରେ ନିର୍ବାଚନ ପରାଜୟ ପାଇଛି । ଏହାର ପ୍ରଭାବ ଇଣ୍ଡିଆ ମେଂଟ ଉପରେ ପଡିବ ।

କେବଳ ମମତା, ନୀତୀଶ, ଅଖିଳେଶ ନୁହଁନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ମେଂଟ ବୈଠକରେ ଯୋଗ ଦେବେନି ବୋଲି ସୂଚନା ମିଳୁଛି । ଏଠି ପ୍ରଶ୍ନ ଉଠୁଛି ମେଂଟର ସ୍ଥିତି ଯଦି ଏଭଳି ରୁହେ ତେବେ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିରୋଧୀଙ୍କ ଏକତାର ମେଂଟ କୁହାଯାଉଥିବା ଇଣ୍ଡିଆ ତିଷ୍ଟି ପାରିବ ତ ?

The post ଇଣ୍ଡିଆ ମେଂଟ ଉପରେ ନିର୍ବାଚନ ଫଳାଫଳର ସାଇଡ ଇଫେକ୍ଟ । ସ୍ଥଗିତ ରହିଲା ମେଂଟର ଦିଲ୍ଲୀ ବୈଠକ first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ମିଜୋରମ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ମିଜୋରମରେ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମିଜୋରମର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ଗୋଆ କ୍ୟାଡରର ପୂର୍ବତନ ଆଇପିଏଏସ ଅଧିକାରୀଙ୍କ ଜୀବନଯାତ୍ରା ଯେତିକି ରୋଚକ ସେତିକି ସଂଘର୍ଷପୂର୍ଣ୍ଣ ରହିଛି । ଲାଲଦୁହୋମା ନିଜ ପ୍ରଶାସନିକ ଅଧିକାରୀରୁ ରାଜନେତା ଜୀବନ ଅନେକ ଉଥାନପତନ ଦେଖିଥିଲେ । କେବଳ ସେତିକି ନୁହେଁ ଏହି ସଚ୍ଚୋଟ ଆଇପିଏସ ଅଧୀକାରୀ ଅତିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୁଖ୍ୟ ସୁରକ୍ଷାକର୍ମୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଳାଇସାରିଛନ୍ତି ।

ସୁରକ୍ଷା ମୁଖ୍ୟରୁ ମିଜୋରମ ମୁଖ୍ୟମନ୍ତ୍ରୀ

– ୭୩ ବର୍ଷୀୟ ଲାଲଦୁହୋମାଙ୍କ ରାଜନୈତିକ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ
– ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ
– ଇନ୍ଦିରାଙ୍କ ମୃତ୍ୟୁ ବର୍ଷ ଲାଲଦୁହୋମା କଂଗ୍ରେସ ଟିକେଟରେ ଲଢି଼ଥିଲେ
– କିନ୍ତୁ ପିପୁଲ୍ସ କନଫରେନ୍ସ ପାର୍ଟିର ପ୍ରାର୍ଥୀଙ୍କଠାରୁ ୮୪୬ ଭୋଟରେ ହାରିଥିଲେ
– ସେହିବର୍ଷ କଂଗ୍ରେସ ଟିକେଟରେ ଲୋକସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ
– ୧୯୮୬ରେ କଂଗ୍ରେସ ଛାଡି଼ଥିଲେ ଲାଲଦୁହୋମା

ମିଅାଁମାର ସୀମାବର୍ତୀ ଚଂଫାଇ ଜିଲ୍ଲାରେ ଲାଲଦୁହୋମାଙ୍କ ଜନ୍ମ । ପାଠପଢାରେ ବେଶ ଧୁରନ୍ଧର ଥିବାରୁ ଉଚ୍ଚଶିକ୍ଷା ଗ୍ରହଣ ପରେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସଚ୍ଚୋଟତା ପାଇଁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଧ୍ୟାନ ଆକର୍ଷଣ କରିଥିଲେ ଲାଲଦୁହୋମା । ୧୯୮୨ ମସିହାରେ ଦିଲ୍ଲୀ ସ୍ଥାନାନ୍ତର ହେବା ସହ ଇନ୍ଦିରାଙ୍କ ମୁଖ୍ୟ ସୁରକ୍ଷା ଦାୟିତ୍ୱରେ ରହିଲେ । ୧୯୮୪ ମସିହାରେ ଆଇପିଏସ ଅଧିକାରୀରୁ ଅବସର ନେବା ପରେ କଂଗ୍ରେସରେ ଯୋଗ ଦେଇଥିଲେ ।
ସଚ୍ଚୋଟତା ପାଇଁ ସାବାସୀ ପାଉଥିଲେ

କଂଗ୍ରେସ ଛାଡି଼ବା ପରେ ପ୍ରଥମ ସାଂସଦ ଭାବେ ଦଳ ବଦଳ ଆଇନରେ ସାଂସଦ ପଦ ହରାଇଲେ

– ୨୦୧୮ରେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ
– କଂଗ୍ରେସ ବ୍ୟତୀତ ଏମଏନଏଫ ଦଳରେ ମଧ୍ୟ କିଛିଦିନ ରହିଥିଲେ
– ମିଜୋରାମରେ ଜେଡ୍ପିଏମ ଦଳ ଗଠନରେ ପ୍ରମୁଖ ଭୂମିକା ନେଇଥିଲେ
– ୨୦୧୯ରେ ଜେଡ୍ପିଏମକୁ ରାଜନୈତିକ ଦଳ ଭାବେ ପଞ୍ଜିକରଣ କଲେ
– ୨୦୨୩ ବିଧାନସଭା ନିର୍ବାଚନରେ ତାଙ୍କୁ ଇଦ୍ଭୁତପୂର୍ବ ସଫଳତା ମିଳିଛି

ମିଜୋରାମରେ ଗତ ୩୬ ବର୍ଷର ଧାରା ଭାଙ୍ଗିଛି । ୩ ଦଶନ୍ଧିରୁ ଅଧିକ ସମୟ ଧରି କଂଗ୍ରେସ ଓ ମିଜୋ ନ୍ୟାସନାଲ ଫ୍ରଣ୍ଟ ହାତରେ ମିଜୋରାମର କ୍ଷମତା ରହିଆସୁଥିଲା । ଏଥର କିନ୍ତୁ ପ୍ରଥମ ପଦାର୍ପଣରେ ବାଜି ମାରି ନେଇଛି ଜେଡ୍ପିଏମ ଅର୍ଥାତ ଜୋରାମ ପିପୁଲ୍ସ ମୁଭମେଂଟ । ୪୦ ସଦସ୍ୟ ବିଶିଷ୍ଟ ମିଜୋରାମ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ୨୭ଟି ଆସନ ଜିତି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି ଜେଡ୍ପିଏମ । ଆଉ ପ୍ରଥମଥର ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଦଳର ମୁଖ୍ୟ ଲାଲଦୁହୋମା

The post ଚର୍ଚ୍ଚାରେ ମିଜୋରମ ଜେଡପିଏମ ଦଳର ମୁଖ୍ୟ ଲାଲଦୁହୋମା । ମିଜୋରମରେ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଅଲୋଚନା ପରେ ନିଆଗଲା ନିଷ୍ପତି

କନକ ବ୍ୟୁରୋ : କେ, ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଆଲୋଚନା ପରେ କଂଗ୍ରେସ ହାଇକମାଣ୍ଡ ରେବାନ୍ତଙ୍କ ନାମ ଉପରେ ମୋହର ଲଗାଯାଇଥିବା ସୂଚନା ମିଳିଛି । ଡିସେମ୍ବର ୭ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ୨୦୨୧, ଜୁନ୍-ଜୁଲାଇରେ ତାଙ୍କୁ ତେଲେଙ୍ଗାନା କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ଲଗାତର ତୃଣମୂଳ ସ୍ତରରେ କାମ କରିଆସୁଛନ୍ତି । ବିଧାନସଭା ନିର୍ବାଚନ ଜିତିବା ପରେ ହାଇକମାଣ୍ଡଙ୍କର ସେ ପ୍ରଥମ ପସନ୍ଦ ମଧ୍ୟ ରହିଆସିଛନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସର ଜବରଦସ୍ତ ବିଜୟରେ ରେବାନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘ ୧୦ ବର୍ଷ ଧରି ଶାସନରେ ଥିବା କେସିଆରଙ୍କ ବିଆରଏସ୍କୁ ଗାଦିଚ୍ୟୁତ କରିଥିଲା କଂଗ୍ରେସ । ରେବନ୍ତ ୨୦୧୯ରେ ଲୋକସଭା ନିର୍ବାଚନରେ ଟିଆରଏସ ପ୍ରାର୍ଥୀଙ୍କ ଠାରୁ ହାରିଯାଇଥିଲେ । କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ବିଧାୟକ ଟିକେଟ୍ ଦେଇଥିଲା କଂଗ୍ରେସ । ଚଳିତଥର ସେ ଦୁଇଟି ସ୍ଥାନରୁ ବିଧାୟକ ଆସନ ପାଇଁ ଲଢ଼ିଥିବା ବେଳେ ଗୋଟିଏରେ ବିଜୟୀ ହୋଇଥିଲେ ଏବଂ ଆଉ ଗୋଟିଏରେ ପରାସ୍ତ ହୋଇଥିଲେ । ନିର୍ବାଚନ ଜିତିବା ପରେ ସମର୍ଥକ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଅଡ଼ି ବସିଥିଲେ । ଆଉ ହାଇକମାଣ୍ଡ ମଧ୍ୟ ରେବନ୍ତଙ୍କ ନାଁ ଉପରେ ମୋହର ମାରିଛନ୍ତି । ତେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କେବଳ ଆନୁଷ୍ଠାନିକ ଘୋଷଣା କରିବେ ।

The post ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକଙ୍କ ସହ ଅଲୋଚନା ପରେ ନିଆଗଲା ନିଷ୍ପତି first appeared on Kanak News.

from Kanak News
via <a href="https://ifttt.com/?

ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ବସୁନ୍ଧରା ରାଜେଙ୍କ ଘରେ ବିଧାୟକଙ୍କ ଭିଡ

କନକ ବ୍ୟୁରୋ : ପାଂଚ ରାଜ୍ୟର ନିର୍ବାଚନ ଫଳାଫଳ ଆସିସାରିଛି । ବିଜେପି ଚମକ୍ରାର ପ୍ରଦର୍ଶନ କରି ୩ଟି ରାଜ୍ୟରେ ବଡ଼ ବିଜୟ ହାସଲ କରିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଜେପି ଖାତାକୁ ଯାଇଥିବା ବେଳେ କଂଗ୍ରେସ ତେଲେଙ୍ଗାନା ଦଖଲ କରିଛି । ହେଲେ ଏବେ ବିଜୟ ପରେ ରାଜ୍ୟ ପାଇଁ ମୁଖିଆ ବାଛିବାର ସମୟ । କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ଅଙ୍କକଷା । କାରଣ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଛନ୍ତି ଏକାଧିକ ଆଶାୟୀ । ଅବଶ୍ୟ ସବୁ ନେତା ପାର୍ଟି ହାଇକମାଣ୍ଡ ଉପରେ ନିଷ୍ପତି ନେବେ ବୋଲି କହନ୍ତି, ହେଲେ ନିଜ ସପକ୍ଷରେ ଜୋରଦାର ଲବିରେ ଲାଗିପଡ଼ନ୍ତି । ଲବିର ଦୃଶ୍ୟ ସାମ୍ନାକୁ ଆସିଲାଣି । ରାଜସ୍ଥାନରେ ବସୁନ୍ଧରା ରାଜେ ନିଜ ଦାବି ଦୃଢ଼ କରିବାକୁ ଜୋରଦାର ଲବି କରୁଛନ୍ତି ।

ରାଜସ୍ଥାନରେ ବିଜେପିକୁ ଏବେ ଅଡୁଆ ପାଲଟିଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ? ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ଏ ନେଇ ଶୀର୍ଷ ନେତା କ’ଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ ଦାବିଦାର କୁହାଯାଉଥିବା ବସୁନ୍ଧରାଙ୍କୁ ୭୦ ଜଣ ବିଧାୟକ ଭେଟିଥିବା କୁହାଯାଉଛି । ଗୋଟିଏ ପଟେ ଦିଲ୍ଲୀରେ ବିଜେପିର ଶୀର୍ଷ ନେତା ସବୁ ଦିଗକୁ ବିଚାର କରୁଛନ୍ତି । ଅନ୍ୟପଟେ ବସୁନ୍ଧରାଙ୍କୁ ୭୦ ବିଧାୟକ ଭେଟିବା ଦଳ ଭିତରେ ସିଏମ୍ ଚେହେରାକୁ ନେଇ ମତପାର୍ଥକ୍ୟ ରହିଛି ବୋଲି ଇଂଗିତ ଦେଉଛି । ବିଧାନସଭା ନିର୍ବାଚନ ବେଳେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରା, ଗେହଲଟ ସରକାରର ବିଫଳତାକୁ ମୁଦ୍ଦା କରି ୫ ବର୍ଷ ପରେ ପୁଣିଥରେ ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛି ବିଜେପି । ଏବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ସେ ନେଇ ଚାଲିଛି ଚର୍ଚ୍ଚା ।

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସମସ୍ତଙ୍କ ଅପେକ୍ଷା ରହିଛି । ଏହାରି ଭିତରେ ମୁଖ୍ୟତଃ ୪ ଜଣ ନେତାଙ୍କ ନାଁ ଚର୍ତ୍ତା ହେଉଛି । ବସୁନ୍ଧରା ରାଜେ ପୂର୍ବରୁ ଦୁଇ ଦୁଇଥରର ମୁଖ୍ୟମନ୍ତ୍ରୀ ରହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ରେସରେ ଆଉ ଜଣେ ମହିଳା ଦିଆକୁମାରୀ ଆଗରେ ଅଛନ୍ତି । ସେ ବର୍ତମାନ ସାଂସଦ ଅଛନ୍ତି । ସେ ରାଜସ୍ଥାନର ଲୋକପ୍ରିୟ ରାଣୀ ଗାୟତ୍ରୀ ଦେବୀଙ୍କ ନାତୁଣୀ । ନିଜ ଅଂଚଳର ବିକାଶ କାମ ଯୋଗୁଁ ରାଜସ୍ଥାନରେ ତାଙ୍କର ଲୋକପ୍ରିୟତା ବଢିଛି । ସେହିପରି ଗଜେନ୍ଦ୍ର ସିଂ ଶେଖାୱତ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି । ଅଶୋକ ଗେହଲଟଙ୍କ ପ୍ରମୁଖ ବିରୋଧୀ ଭାବେ ଜଣାଶୁଣ।। ଅଲୱାରରୁ ସାଂସଦ ଥିବା ବାବା ବାଲକନାଥ ମଧ୍ୟ ଏବେ ଚର୍ଚ୍ଚାରେ । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ଆଗରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଅନେକ ଦିଗ ଉପରେ ନଜର ଦେବାକୁ ହେବ, ତେଣୁ ଏହି ନିଷ୍ପତି ନେବା ଏତେ ସହଜ ହେବ ନାହିଁ ।

ମଧ୍ୟପ୍ରଦେଶ ରାଜନୀତି ପୁଣି ଚର୍ଚ୍ଚାରେ । ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଚାଲିଛି । ଅନେକ ନେତା ମୁଖ୍ୟମନ୍ତ୍ରୀ ହେବାକୁ ନିଜ ନିଜ ଶୈଳୀରେ ଦଳର ହାଇକମାଣ୍ଡଙ୍କୁ ବାର୍ତା ଦେଉଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ସେ ତାଙ୍କ ପରିବାର ଲୋକଙ୍କ ସହ ଏକ ରେଷ୍ଟୁରାଂଟ ଯାଇଛନ୍ତି । ଯେଉଁଠାରେ ସେ ନୈଶ ଭୋଜିରେ ଯୋଗ ଦେଇଛନ୍ତି । ଖାଇବା ଥାଳିରେ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ କଥା ହେଉଛନ୍ତି । ଏବଂ ରେଷ୍ଟୁରାଂଟରେ ଏକ ଛୋଟ ପିଲାର ଜନ୍ମଦିନ କେକ ମଧ୍ୟ କାଟିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଅନେକ ନାମ ଚର୍ଚ୍ଚା ହେଉଛି । ନିର୍ବାଚନର ସଫଳତା ପଛରେ ପ୍ରଧାନମନ୍ତ୍ରୀଙ୍କ ପରେ ଦ୍ୱିତୀୟ ଶ୍ରେୟ ଯାଉଛି ଶିବରାଜ ସିଂହ ଚୌହାନଙ୍କୁ । ହେଲେ ଏବେ ରେସରେ ଅଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ, କୈଳାଶ ବିଜୟଭର୍ଗିଆ ଭଳି ନେତା । ତେବେ ଅନେକ ନେତା ପଦ ପାଇବାକୁ ଚାପରେ ଥିବା କୁହାଯାଉଥିବା ବେଳେ ଶିବରାଜ ସିଂଙ୍କ ଏହି ନୈଶ ଭୋଜି ଅନେକ ବର୍ତ୍ତା ଦେଉଛି । ଗୋଟିଏ ପଟେ କୁହାଯାଉଛି ମୁଖ୍ୟମନ୍ତ୍ରୀ ହେବା ନେଇ ‘ମାମା’ ବେଶୀ ଚିନ୍ତିତ ନୁହେଁ । କାରଣ ଏଯାବତ ସେ ୪ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି । ଏଥର ଯଦି ଆସନ ଅଳଙ୍କୃତ କରିବେ ତାହେଲେ ପଂଚମ ଥର ହେବେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଶିବରାଜ ନିଜ ସ୍ଥାନରେ ନିରବ ରହି ଶୀର୍ଷ ନେତୃତ୍ୱକୁ ବାର୍ତା ଦେବାକୁ ଚାହୁଁଛନ୍ତି ଯେ ସେ ପଦ ପାଇଁ ଆଦୌ ଲାଳାୟତ ନୁହନ୍ତି । ଏବଂ ସେ ଜଣେ ଶୃଙ୍ଖଳିତ ନେତା । ଦଳ ହାଇକମାଣ୍ଡଙ୍କ ଆଦେଶ ସର୍ବମାନ୍ୟ ।

ଛତିଶଗଡରେ କିଏ ମୁଖ୍ୟମନ୍ତ୍ରୀ ହେବ, ତାର ନିଷ୍ପତି ନେବା ବିଜେପି ହାଇକମାଣ୍ଡ ପାଇଁ କଷ୍ଟକର ହୋଇପଡ଼ିଛି । ଛତିଶଗଡ଼ ଏକ ଆଦିବାସୀ ବହୁଳ ରାଜ୍ୟ । ତେଣୁ ଯଦି ବିଜେପି ଜଣେ ଆଦିବାସୀ ଚେହେରାକୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଏ, ତେବେ ପ୍ରଥମ ପସନ୍ଦ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ରାଜ୍ୟ ବିଜେପି ସରକାରର ନେତୃତ୍ୱ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ, ବରିଷ୍ଠ ନେତା ଅରୁଣ ସାଓ, ବିଜେପି ନେତା ବିଜୟ ବାଘେଲ, ବିଜେପି ନେତା ରାମବିଚାର ନେତମ, ଲତା ଉସେଣ୍ଡି ମଧ୍ୟ ଏହି ଦୌଡ଼ରେ ଅଛନ୍ତି ।

୫ ରାଜ୍ୟର ବିଧାନସଭା ନିର୍ବାଚନକୁ ରାଜନୈତିକ ସମୀକ୍ଷକମାନେ ସେମିଫାଇନାଲ ବୋଲି କହିଥିଲେ, ଆଉ ଏହି ସେମିଫାଇନାଲରେ ଦମଦାର ପ୍ରଦର୍ଶନ କରି ବାଜି ମାରି ନେଇଛି ବିଜେପି । ହେଲେ ୨୦୨୪ ଫାଇନାଲ ଫାଇଟ୍ ପାଇଁ ବିଜେପି ଏବେ ଠାରୁ ରଣନୀତିରେ ଲାଗିପଡ଼ିଛି । ତେଣୁ ଛତିଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ, କାହା ଉପରେ ମୋଦୀ-ଶାହା ଯୋଡ଼ି ଭରସା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

The post ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ବସୁନ୍ଧରା ରାଜେଙ୍କ ଘରେ ବିଧାୟକଙ୍କ ଭିଡ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started