ଶ୍ରମିକ ବନିଲେ ବିଧାୟକ: ସାତ ସାତ ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ ନେତାଙ୍କୁ ପରାସ୍ତ କରି, ବିଧାୟକ ହେଲେ ଛତିଶଗଡର ଇଶ୍ୱର ସାହୁ

କନକ ବ୍ୟୁରୋ: କଥାରେ କୁହନ୍ତି, ଭାଗ୍ୟରେ ରାଜ ଯୋଗ ଥିଲେ ଜଣେ ରାଜା ହୁଏ । ଏବେ ତ’ ରାଜା ନାହାଁନ୍ତି, ବିଧାୟକ, ସାଂସଦ ଆଦି ନିର୍ବାଚିତ ହେଉଛନ୍ତି । କେବଳ ଯେ, ଜନତାଙ୍କ ସମର୍ଥନ ଥିଲେ ଜଣେ ଜନନେତା ହୋଇଯାଏ ତାହା ନୁହେଁ, ବରଂ ରାଜ ଯୋଗ ଥିଲେ ଜଣଙ୍କୁ ଆସନ ମିଳେ ବୋଲି ଅନେକ ବିଶ୍ୱାସ କରନ୍ତି । ପଡ଼ୋଶୀ ଛତିଶଗଡ଼ରେ ଏମିତି ଏକ ଘଟଣା ଘଟିଛି । କଂଗ୍ରେସ ଟିକେଟରେ ୭-୭ଥର ବିଧାୟକ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀଙ୍କୁ ନିର୍ବାଚନରେ ପରାସ୍ତ କରିଛନ୍ତି ଜଣେ ଶ୍ରମିକ ।

ପୁଅର ହତ୍ୟା ପରେ ଫଟୋ ଧରି ନ୍ୟାୟ ଭିକ୍ଷା କରୁଥିବା ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଲି ବୁଲି ଦାବି କରୁଥିବା ଏହି ବ୍ୟକ୍ତି ଜଣକ ବିଧାୟକ ନିର୍ବାଚିତ ହୋଇଯିବେ, ଏହା କେହି କେବେ ବିଶ୍ୱାସ କରୁନଥିଲେ । ପରିବାର ପୋଷିବା ପାଇଁ ଶ୍ରମିକ ଭାବେ କାମ କରୁଥିବା ଏହି ଭଦ୍ରବ୍ୟକ୍ତି ଜଣକ, ୭-୭ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ ଜଣେ ପୁରୁଖା ନେତାଙ୍କୁ ପରାଜିତ କରି ବିଧାୟକ ନିର୍ବାଚିତ ହୋଇଛନ୍ତି ।

ନାଁ: ଈଶ୍ୱର ସାହୁ
ନବନିର୍ବାଚିତ ବିଧାୟକ
ଛତିଶଗଡ଼ ସାଜା ବିଧାନସଭା ଆସନରୁ ୧ ଲକ୍ଷରୁ ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିବା ଇଶ୍ୱର ସାହୁଙ୍କ କାହାଣୀ ବେଶ୍ ଦୁଃଖ ଦାୟକ । ୨୨ ବର୍ଷର ବଢ଼ିଲା ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରି ଦିଆଗଲା । ସାଂଦାୟିକ ହିଂସାରେ ପୁଅର ହତ୍ୟା ପରେ ପୁଅର ଫଟୋ ଧରି ବୁଲି ବୁଲି ନ୍ୟାୟ ମାଗୁଥିଲେ । ହେଲେ ସବୁଆଡୁ ନିରାଶ ହେବା ପରେ ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଥିଲେ ଈଶ୍ୱର ।

ସଂଘର୍ଷ ଏତେ ସହଜ ନଥିଲା । ପରିବାର ଚଳାଇବା ପାଇଁ ଶ୍ରମିକଭାବେ କାମ କରୁଥିବା ଇଶ୍ୱର, ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବା ପାଇଁ ଯେତେବେଳେ ନିଷ୍ପତି ନେଇଥିଲେ, ଇଶ୍ୱରଙ୍କୁ ଉପହାସ କରୁଥିଲେ । ହେଲେ ଗରିବ ଲୋକଙ୍କ ଲଢ଼େଇ ଲଢ଼ିବାକୁ ପଣ କରିଥିବା ଈଶ୍ୱର ଶେଷରେ, ଭୁପେଶ ବାଘେଲଙ୍କ ସରକାରରେ କୃଷି ମନ୍ତ୍ରୀ ଥିବା ରବୀନ୍ଦ୍ର ଚୌବେଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ବଡ଼ କଥା ହେଉଛି ଇଶ୍ୱରଙ୍କ ପାଇଁ ପ୍ରଚାର କରିଥିଲେ ଖୋଦ୍ ଅମିତ ଶାହା ।

ଈଶ୍ୱର ସାହୁଙ୍କୁ ମିଳିଛି ୧ ଲକ୍ଷ ୧୭ଶହ ୮୯ ଭୋଟ୍
୭ଥରର ବିଧାୟକଙ୍କୁ ୫ ହଜାର ଭୋଟରେ ହରାଇଛନ୍ତି
ଅତି ସାମାନ୍ୟ ପରିବାରରୁ ଆସିଥିବା ଈଶ୍ୱର ଯେତେବେଳେ ପୁଅର ହତ୍ୟା ପାଇଁ ନ୍ୟାୟ ମାଗୁଥିଲେ । ସେତେବେଳେ କଂଗ୍ରେସ ସରକାର ପକ୍ଷରୁ କ୍ଷତିପୁରଣ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ସରକାରୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଏସବୁକୁ ପ୍ରତ୍ୟାଖ୍ୟାନ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ଈଶ୍ୱର ।

The post ଶ୍ରମିକ ବନିଲେ ବିଧାୟକ: ସାତ ସାତ ଥର ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ ନେତାଙ୍କୁ ପରାସ୍ତ କରି, ବିଧାୟକ ହେଲେ ଛତିଶଗଡର ଇଶ୍ୱର ସାହୁ first appeared on Kanak News.

from Kanak News
via <a href="https://ifttt.com/?

ସେୟାର ବଜାରର ସର୍ବକାଳୀନ ରେକର୍ଡ: ବିଜେପିର ବିଜୟ ପରେ ଉତ୍ସାହ!

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପିର ବିଜୟ. ପରେ ସେୟାର ମାେର୍କେଟରେ ଉତ୍ସାହ । ବିଏସଇ ସେନସେକ୍ସ ରେକର୍ଡ ଛୁଇଁଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କରେ ୪୩୧ ପଏଂଟ ବୃଦ୍ଧି ଘଟି ୬୯ ହଜାର ୨୯୬ ପଏଂଟରେ ବନ୍ଦ ହୋଇଛି । ଆଉ ଏହା ନିବେଶକଙ୍କୁ ଖୁସି ଆଣିଦେଇଛି । ସୁନା ଦର ମଧ୍ୟ ୧୦ଗ୍ରାମ ପିଚ୍ଛା ୭ ଶହ ଟଙ୍କା ବଢିଛି ।

ଲଗାତର ୬ଟି ବ୍ୟବସାୟିକ ଦିବସରେ ସେୟାର ମାର୍କେଟରେ ଉତ୍ସାହ ଲାଗିରହିଛି । କୁହାଯାଉଛି ଭାବାବେଗ ସହ ଜଡିତ ସେୟାର ବଜାର । ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ଦମଦାର ପ୍ରଦର୍ଶନ ପରେ ଭାରତୀୟ ସେୟାର ବଜାର ଏଭଳି ଉପରମୁହାଁ ହୋଇଛି । ଯାହା ନିବେଶକଙ୍କୁ ଖୁସି କରିଦେଇଛି ।

ଉପରମୁହାଁ ସେୟାର ବଜାର
– ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସରେ ୪୩୧ ପଏଂଟ ବୃଦ୍ଧି
– ୬୯ ହଜାର ୨୯୬ ପଏଂଟରେ ବନ୍ଦ ହେଲା ବିଏସଇ ସେନସେକ୍ସ
– ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ମଧ୍ୟ ୧୬୮ ପଏଂଟ ବୃଦ୍ଧି
– ୨୦ ହଜାର ୮୫୫ରେ ବନ୍ଦ ହେଲା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ
– ବିଏସଇ ଲିଷ୍ଟେଡ୍ କମ୍ପାନିଙ୍କ କାରବାର ସାଢେ ୩ଲକ୍ଷ କୋଟି ପାର କରିଯାଇଛି

ପାୱାର ଗ୍ରୀଡ୍, ଏନଟିପିସି, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଇଟନ୍ ଓ ମାରୁତୀ ଭଳି କମ୍ପାନିର ସେୟାର ମୂଲ୍ୟ ବୃଦ୍ଧି ହୋଇଥିବାବେଳେ ହିନ୍ଦୁସ୍ତାନ ୟୁନିଲିଭର, ଏଚସିଏଲ ଟେକ୍, ବଜାଜ ଫାଇନାନ୍ସର ସେୟାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଆଦାନୀ-ହିଣ୍ଡେନବର୍ଗ ମାମଲାରେ ନିକଟରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ସମୟରେ ହିଣ୍ଡେନବର୍ଗ ରିପୋର୍ଟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ କୋର୍ଟ । ଏହାପରଠୁ ଆଦାନୀ ସେୟାରରେ ଉତ୍ସାହ ଜାରି ରହିଛି ।

ଏପଟେ ଡିସେମ୍ବର ମାସରେ ବିବାହ ଋତୁ ହୋଇଥିବାରୁ ସୁନା ଦର ମଧ୍ୟ ମହଙ୍ଗା ହୋଇଛି । ସୋମବାର ସୁନା ଦର ୧୦ ଗ୍ରାମ ପିଛା ୭୦୦ ଟଙ୍କା ମହଙ୍ଗା ହୋଇ ୬୫ ହଜାର ୫୦୦ ଟଙ୍କା ରହିଥିଲା । ଚଳିତ ମାସରେ ସୁନାର ଅଧିକ ଚାହିଦା ଯୋଗୁଁ ଆହୁରି ମହଙ୍ଗା ହେବା ଆକଳନ କରିଛନ୍ତି ବଜାର ବିଶେଷଜ୍ଞ ।

The post ସେୟାର ବଜାରର ସର୍ବକାଳୀନ ରେକର୍ଡ: ବିଜେପିର ବିଜୟ ପରେ ଉତ୍ସାହ! first appeared on Kanak News.

from Kanak News
via <a href="https://ifttt.com/?

ଛତିଶଗଡରେ ବଦଳିଲା ସରକାର: ବଦଳିବ କି ମହାନଦୀର ଭାଗ୍ୟ?

କନକ ବ୍ୟୁରୋ: ଛତିଶଗଡରେ ବଦଳିଲା ସରକାର । ଆଉ ସରକାର ବଦଳିବା ପରେ ମହାନଦୀର ବିବାଦର ଭାଗ୍ୟ ବଦଳିବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ଦୀର୍ଘବର୍ଷ ଧରି ବିବାଦ ଲାଗିରହିଛି । ଟ୍ରିବ୍ୟୁନାଲ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସମାଧାନ ନ ହୋଇ ରାଜନୀତି ଅଧିକ ହେଉଛି । ତେବେ ପଡୋଶୀ ରାଜ୍ୟରେ ନୂଆ ସରକାର ଆସିବା ପରେ ମହାନଦୀ ପ୍ରସଙ୍ଗ କୁଆଡେ ଯିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଓଡିଶାର ଜୀବନରେଖା ହେଉଛି ମହାନଦୀ । ଆଇନର କାଠଗଡା ଭିତରେ ଛନ୍ଦି ହୋଇଯାଇଛି ମହାଦନୀ ଜଳ ବିବାଦ । ଛତିଶଗଡରେ ସରକାର ବଦଳୁଛନ୍ତି ହେଲେ ମହାନଦୀ ପାଇଁ ଓଡିଶାକୁ ନିଜର ହକ ମିଳୁନାହିଁ । ୨୦୧୮ ପୂର୍ବରୁ ତତକାଳୀନ ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂ ସରକାର ମହାନଦୀ ଲଢେଇର ବାଧକ ସାଜିଥିଲେ । ଆଉ ଭୁପେଶ ବଘଲେ କଂଗ୍ରେସ ମୁଖ୍ୟମନ୍ତ୍ରୀ ହେବା ପରେ ମହାନଦୀରେ ଆନିକଟ କରି ପାଣିକୁ ଅଟକାଇଥିଲେ । ମହାନଦୀରେ ଅନେକ ପାଣି ପାଣି ବୋହିଗଲାଣି । ଏବେ ସରକାର ବଦଳି ପୁଣି ବିଜେପି ସରକାର ଆସିଛି । ହେଲେ ଓଡିଶା-ଛତିଶଗଡ ଭିତରେ ଚାଲିଥିବା ମହାନଦୀ ବିବାଦର ସମାଧାନ ହେବ କି ? କେନ୍ଦ୍ର ଓ ଛତିଶଗଡରେ ବିଜେପି ସରକାର, ତେଣୁ ବୁଝାମଣାରେ ମହାନଦୀକୁ ନ୍ୟାୟ ମିଳିବ କି? ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ କିଛି ଏଭଳି ପ୍ରଶ୍ନ ଏବେ ଉଠିଛି ।

ଛତିଶଗଡରେ ସରକାର ବଦଳିବା ପରେ କଂଗ୍ରେସ ଆଉ ବିଜେପି ଦୋଷ ଲଦାଲଦି ହୋଇଛନ୍ତି । କଂଗ୍ରେସ କୋର୍ଟକୁ ବିଜେପି ବଲ୍ ଫିଙ୍ଗିିଥିବାବେଳେ ବିଜେପି କହିଛି, ବିଜେଡି ସରକାର ବିବାଦର ସମାଧାନ ଚାହୁଁନାହାନ୍ତି । ବିଜେଡି ଆଉ ଟ୍ରିବ୍ୟୁନାଲ ଉପରେ ଭରସା କରିିଛି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଟ୍ରିବ୍ୟୁନାଲରେ ୩୦ରୁ ଅଧିକ ଶୁଣାଣି ମଧ୍ୟ ସରିଲାଣି । ହେଲେ ତାରିଖ ପରେ ତାରିଖ ଗଡୁଛି । ଗତ ମେ ମାସରେ ଟ୍ରିବ୍ୟୁନାଲର ଏକ ଟିମ ଓଡିଶା ଆସି ମହାନଦୀ ରେ ଜଳସ୍ତର କେତେ ଅଛି, କେତେ କମୁଛି ଅନୁଧ୍ୟାନ ମଧ୍ୟ କରିି ଯାଇଛନ୍ତି ।

The post ଛତିଶଗଡରେ ବଦଳିଲା ସରକାର: ବଦଳିବ କି ମହାନଦୀର ଭାଗ୍ୟ? first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟା ପ୍ରଭାବରେ ଦକ୍ଷିଣରେ ପ୍ରବଳ ବର୍ଷା: ଗଜପତିରେ ଶିକ୍ଷାନୁଷ୍ଠାନ ଛୁଟି

କନକ ବ୍ୟୁରୋ: ବାତ୍ୟାର ପ୍ରଭାବ ଓଡିଶାରେ ବି ଦେଖିବାକୁ ମିଳିଛି । ଦକ୍ଷିଣ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ । ଆଜି ରାତିରୁ କାଲି ସକାଳ ଯାଏଁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ତିନୋଟି ଜିଳ୍ଲାକୁ ଅରେଂଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ଯୋଗୁଁ ଚାଷୀ ବି ଟେନସନରେ ଅଛନ୍ତି ।

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ଜାରି ରହିଛି । ମାଲକାନଗିରି, ରାୟଗଡା ଓ କୋରାପୁଟର କିଛି ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଲ୍ୟାଣ୍ଡଫଲ ପରେ ସୀମାନ୍ତ ଜିଲ୍ଲାଗୁଡିକରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ରାତିରୁ ବୁଧବାର ସକାଳ ଯାଏଁ ବର୍ଷାର ପରିମାଣ ଅଧିକ ରହିବ ବୋଲି ଜଣାପଡିଛି । ଏଥିପାଇଁ
ଅରେଞ୍ଜ ୱାର୍ଣ୍ଣିଂ (ପ୍ରବଳରୁ ଅତି ପ୍ରବଳ ବର୍ଷା)
ମାଲକାନଗିରି, କୋରାପୁଟ, ରାୟଗଡା
୧୨ ସେମିରୁ ୨୦ ସେମ ି ବର୍ଷା
ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା)
ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର
୭ ସେମିରୁ ୧୧ ସେମି ବର୍ଷା

ବାତ୍ୟା ପ୍ରଭାବରେ ବୁଧବାର ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଅଙ୍ଗନୱାଡି ବି ବନ୍ଦ ରହିବ । ମୋହନାରେ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ମୋହନା ବ୍ଲକରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇ ରହିଥିବାବେଳେ ନୋଡାଲ ଅଫିସର ଆଲର୍ଟ ଅଛନ୍ତି ।

ବର୍ଷା ଯୋଗୁଁ ଚାଷୀ ଏବେ ଚିନ୍ତାରେ । ଫସଲ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅନେକ ଗାଁରେ ଫସଲ କାଟି ଚାଷୀ ବିଲରେ ଗଦା କରିଛନ୍ତି । ପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । କିଏ ଧାନକୁ ଘୋଡାଇ ରଖିଛି ତ କିଏ ଖଳାକୁ ବୋହିନେଉଛି । ଆଭ୍ୟନ୍ତରୀଣ ଜିଲ୍ଲା ବଲାଙ୍ଗୀରରେ ଝିପି ଝିପି ବର୍ଷା ଯୋଗୁଁ ପାଚିଲା ଧାନ ଗଜା ହେବାର ଆଶଙ୍କା ରହିଛି । ଢେଙ୍କାନାଳରେ ବର୍ଷା ଭୟରେ ଧାନ ନଷ୍ଟ ହେବା ଆଶଙ୍କା କରି ଚାଷୀ ମାନେ ରାତି ସାରା ମେସିନ ଲଗାଇ ଧାନ କାଟିଛନ୍ତି । ଅନେକ ଜିଲ୍ଲାରେ ଚଳିତବର୍ଷ ବର୍ଷା ଅଭାବରୁ ବହୁ ଫସଲ ନଷ୍ଟ ହୋଇଛି । ଆଉ ଏବେ ଅଦିନିଆ ବର୍ଷା ଚାଷଙ୍କ ମୁଣ୍ଡବ୍ୟଥା ବଢାଇଦେଇଛି ।

The post ବାତ୍ୟା ପ୍ରଭାବରେ ଦକ୍ଷିଣରେ ପ୍ରବଳ ବର୍ଷା: ଗଜପତିରେ ଶିକ୍ଷାନୁଷ୍ଠାନ ଛୁଟି first appeared on Kanak News.

from Kanak News
via <a href="https://ifttt.com/?

ଏନଆରବି ରିପୋର୍ଟରେ ଚିନ୍ତାଜନକ ତଥ୍ୟ: ‘ରାଜ୍ୟରେ ବଢ଼ୁଛି ମହିଳା ବିରୋଧୀ ଅପରାଧ’, ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ପ୍ରକାଶ ପାଇଥିବା ଏନଆରସିବି ରିପୋର୍ଟରେ ଏମିତି କିଛି ତଥ୍ୟ ଆସିବା ପରେ ତେଜିଛି ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ହେଲେ, ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଶାସକ ଦଳ ବିଜେଡି । ..

ରାଜ୍ୟରେ ପୁଣି ଥରେ ମହିଳା ବିରୋଧୀ ଅପରାଧ ବଢ଼ୁଥିବା ଏନସିଆରବି ରିପୋର୍ଟରେ ପ୍ରକାଶ ପାଇବା ପରେ ତେଜିଛି ରାଜନୀତି । ଏହାକୁ ପ୍ରସଙ୍ଗ ବନାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ବିଜେପି ଅଭିଯୋଗ କରି କହିଛି, ରାଜ୍ୟରେ କେବଳ ହୋର୍ଡିଂରେ ମହିଳା ବିକାଶ ଓ ସଶକ୍ତିକରଣ ସୀମିତ ରହିଛି । ସେହିପରି ରାଜ୍ୟ ସରକାର ଅପରାଧରେ ବୁଡିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏବଂ କଂଗ୍ରେସ ସରକାର ଆସିଲେ, ରାଜ୍ୟରେ ଅପରାଧ ଶେଷ ହେବ ବୋଲି କହିଛି କଂଗ୍ରେସ । ତେବେ ବିରୋଧୀଙ୍କୁ ପାଲଟା ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ।

ଏନସିଆରବିର ରିପୋର୍ଟ ଅନୁସାରେ, ରାଜ୍ୟରେ ୨୦୨୧ ତୁଳନାରେ ୨୦୨୨ରେ ମହିଳା ବିରୋଧୀ ଅପରାଧ ବଢ଼ିଛି । ୨୦୨୧ରେ ୧ଲକ୍ଷ ୫୫ ହଜାର ୪୨୦ଟି ମାମଲା ହୋଇଥିବାବେଳେ, ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ରେ ପହଁଚିଛି । ଯାହାକି ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ । ସେହିପରି ଶିଶୁ ବିରୋଧୀ ଅପରାଧରେ ୬ନମ୍ବରରେ ରହିଛି ଓଡି଼ଶା । ୨୦୨୧ରେ ୭ହଜାର ୮୯୯ଟି ମାମଲା ଥିବାବେଳେ, ୨୦୨୨ରେ ୮ହଜାର ୨୪୦ ମାମଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ, ରାଜ୍ୟରେ ଅସଦାଚରଣ, ଦୁଷ୍କର୍ମ ସହ ହତ୍ୟାରେ ଓଡିଶା ଚତୁର୍ଥ ସ୍ଥାନରେ ରହିଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସମାଜସେବୀ ।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ୨୦୨୧ ତୁଳନାରେ ୨୦୨୨ରେ ସାଇବର ଅପରାଧ କମିଛି । ୨୦୨୧ରେ ୨୦୩୭ଟି ମାମଲା ରୁଜୁ ହୋଇଥିବାବେଳେ, ୨୦୨୨ରେ ଏହି ସଂଖ୍ୟା କମି ୧୯୮୩ରେ ପହଁଚିଛି ।

The post ଏନଆରବି ରିପୋର୍ଟରେ ଚିନ୍ତାଜନକ ତଥ୍ୟ: ‘ରାଜ୍ୟରେ ବଢ଼ୁଛି ମହିଳା ବିରୋଧୀ ଅପରାଧ’, ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ first appeared on Kanak News.

from Kanak News
via <a href="https://ifttt.com/?

ସଙ୍କଟରେ ପଡିଛି କପା ଚାଷୀ । କଳାହାଣ୍ଡିର ମଣ୍ଡିର ଅବ୍ୟବସ୍ଥା ଯୋଗୁ ପଡି ରହିଛି କୁଇଂଟାଲ କୁଇଂଟାଲ କପା

କନକ ବ୍ୟୁରୋ : ସଙ୍କଟରେ ପଡିଛି କପା ଚାଷୀ । ଅମଳ ହେବାର ମାସକ ଉପରେ ହେଲାଣି । ହେଲେ ବିକ୍ରି ତ ଦୂର କଥା ଲାଭ ଦୁଇ ପଇସା ଚାଷୀ ପାଇଁ ସ୍ୱପ୍ନ ପାଲଟି ଗଲାଣି । କଳାହାଣ୍ଡି ଜିଲ୍ଲାର କପା ଚାଷୀଙ୍କ ମୁଣ୍ଡରେ ଏବେ ପଡିଛି ଚଡକ । ଅମଳ କପା ପାଇଁ ମଣ୍ଡି ଖୋଲା ଯାଇଛି । ହେଲେ ମଣ୍ଡିରେ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ଯାହା ପାଇଁ କପା ମଣ୍ଡିକୁ ନେବାକୁ ଚାଷୀ ରାଜି ହେଉନାହାନ୍ତି । ବିକ୍ରିର କୌଣସି ସଠିକ୍ ବ୍ୟବସ୍ଥା କରାଯାଇନି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରି ଅମଳ କରିଛି ।। କୁଇଂଟାଲ କୁଇଂଟାଲ କପା ପାଖରେ ପଡି ରହିଛି ହେଲେ ବିକ୍ରି ପାଇଁ ସଠିକ୍ ବ୍ୟବସ୍ଥା ଓ ସଠିକ୍ ଦର ଦିଆନଗଲେ କପା ବିକ୍ରିି କରିବେ ନାହିଁ ବୋଲି କହିଛନ୍ତି ଚାଷୀ ମାନେ ।

କପା ଚାଷ ପାଇଁ କଳହାଣ୍ଡିର ବେଶ ନାଁ ରହିଛି । ଏଠାରେ କପା ଚାଷ ବହୁଳ ମାତ୍ରାରେ କରାଯାଇଥାଏ । ଚାଷୀ ନିଜ ହକ୍ ପାଉନଥିବାରୁ କୁଇଂଟାଲ କୁଇଂଟାଲ କପା ପକାଇ ରଖିଛି । କପାର ସହାୟକ ମୂଲ୍ୟ ୭ହଜାର ୨୦ଥିବା ବେଳେ ବିଳମ୍ବିତ ମଣ୍ଡି ପାଇଁ ଚାଷୀ ୫ହଜାରରୁ ୬ ହଜାରରେ ବିକ୍ରି କରିଦେଉଛି । ପ୍ରାୟ ୨ କୁଇଂଟାଲ କପା ଅମଳ ହୋଇସାରିଲାଣି । ହେଲେ ଚାଷୀ ବିକ୍ରି କରିନପାରିବାରୁ ବସ୍ତା ବସ୍ତା କପା ଘରେ ପକାଇ ରଖିଛନ୍ତି  । ସେପଟେ ଅବ୍ୟବସ୍ଥାର ସୁଯେଗ ନେଇ ଦଲାଲ ସକ୍ରିିୟ ହୋଇଗଲେଣି । କିଛି ସ୍ଥାନରୁ କମ୍ ଦରରେ କିଣି ବାହରକୁ ରପ୍ତାନୀ କରିବାରେ ଲାଗିଛନ୍ତି ଦଲାଲ ମାନେ । ଯାହାପାଇଁ କ୍ଷତିରେ ପହିଛନ୍ତି ଚାଷୀ । ଏବେ ଠାରୁ ସେମାନଙ୍କ କପା ବିକ୍ରି ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଚାଷୀ ।

ପ୍ରତିବର୍ଷ ଅପକ୍ଷା ଚଳିତଥର କପ।। ଚାଷ ଭଲ ହୋଇଥିବା ବେଳେ ବିକ୍ରି ପାଇଁ ସଠିକ୍ ଭାବେ ବ୍ୟବସ୍ଥା କରାଯାଇନି । ଯାହାପାଇଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।

The post ସଙ୍କଟରେ ପଡିଛି କପା ଚାଷୀ । କଳାହାଣ୍ଡିର ମଣ୍ଡିର ଅବ୍ୟବସ୍ଥା ଯୋଗୁ ପଡି ରହିଛି କୁଇଂଟାଲ କୁଇଂଟାଲ କପା first appeared on Kanak News.

from Kanak News
via <a href="https://ifttt.com/?

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଗଞ୍ଜାମ ଖଲ୍ଲିକୋଟ ସିଧାପଲ୍ଲୀ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା

କନକ ବ୍ୟୁରୋ : ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଗାଁ ଗହଳିରେ ପିଲାଙ୍କ ଶିକ୍ଷାଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କିଛି ସ୍ଥାନରେ ଏହା ପିଲାଙ୍କ କାମରେ ଆସପାରୁନି । ସେହିଭଳି କିଛି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସିଧାପଲ୍ଲୀ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ସ୍କୁଲ । ହେଲେ ନା ଅଛି ଶ୍ରେଣୀ ଗୃହ ନା ଅଛନ୍ତି ଆବଶ୍ୟକ ଶିକ୍ଷକ । ସ୍କୁଲରେ ପ୍ରଥମରୁରୁ ଅଷ୍ଟମ ଯାଏଁ ପିଲା ପାଠ ପଢୁଥିବା ବେଳେ ୨୧୧ ଜଣ ଛାତ୍ରଛାତ୍ରୀ ରହିଛନ୍ତି । କିନ୍ତୁ ଶ୍ରେଣୀ ଗୃହ ମାତ୍ର ୪ଟି । ଯାହା ଫଳରେ ଗୋଟିଏ ଶ୍ରେଣୀ ଘରେ ଦୁଇଟି ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି । ଅନ୍ୟ ପିଲାମାନେ ଶ୍ରେଣୀ ଅଭାବରୁ ସ୍କୁଲ ପରିସରରେ ଥିବା ଗଛ ମୂଳେ ହେଉ କି ବାରଣ୍ଡାରେ ବସି ପଢୁଛନ୍ତି । ବିଦ୍ୟାଳୟରେ ଗୋଦାମ ଘର ନଥିବାରୁ ଶ୍ରେଣୀ ଘରକୁ ବି ଗୋଦାମ ଘର କାମ ଚଳାଇଦିଆଯାଉଛି । ବିିଭିନ୍ନ ସମସ୍ୟା ଭିତରେ ବିଦ୍ୟାଳୟ ଚାଲିଥିବା ବେଳେ ଖୁବଶିଘ୍ର ସମାଧାନ କରିବାକୁ ଦାବି ହୋଇଛି ।

ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଗୁଡିକର ରୂପାନ୍ତରିକରଣ କରାଯାଉଥିବା ।ବେଳେ ଏହି ବିଦ୍ୟାଳୟରେ ସ୍ଥିତି ପୂର୍ବ ଭଳି ରହିଛି । ସିଧାପଲ୍ଲୀ ଉଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ସାଙ୍ଗକୁ ଶିକ୍ଷକ ଅଭାବ ପିଲାଙ୍କ ପାଠ ପଢାରେ ଏକ ବଡ ସମସ୍ୟା ସୃଷ୍ଟି କରିଛି । ପିଲାମାନେ ସଠିକ୍ ଭାବେ ଶିକ୍ଷା ପାଇପାରୁନହାନ୍ତି । ତେବେ ସ୍କୁଲର ସମସ୍ୟା ନେଇ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନେ ଉଚ କତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଅଜି ପର୍ଯ୍ୟନ୍ତ କାହାର ଦୃଷ୍ଟି ପଡୁ ନଥିବା ପ୍ରଧାନ ଶିକ୍ଷକ କହିଛନ୍ତି ।

ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଖଲ୍ଲିକୋଟରେ ଶିକ୍ଷାର ବିକଳ ଚିତ୍ର ସରକାରଙ୍କ ଶିକ୍ଷା ବ୍ୟବସ୍ଥା କୁ ଉପହାସ କରୁଛି । ତେବେ ଦେଖିବାକୁ ବାକି ରହିଲା କେବେ ଏହି ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ସମସ୍ୟା ଓ ଶିକ୍ଷକ ସମସ୍ୟା ସମାଧାନ ହେଉଛି ।

The post ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଗଞ୍ଜାମ ଖଲ୍ଲିକୋଟ ସିଧାପଲ୍ଲୀ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା first appeared on Kanak News.

from Kanak News
via <a href="https://ifttt.com/?

ବୟସର ଅପରାହ୍ନରେ ବେସାହାରା ବୃଦ୍ଧ ଦମ୍ପତି । ଜୀବନ ବଂଚାଇବାକୁ କରୁଛନ୍ତି ସଂଘର୍ଷ

କନକ ବ୍ୟୁରୋ : ବୟସର ଅପରାହ୍ନରେ ବେସାହାରା ବୃଦ୍ଧ ଦମ୍ପତି । ଅଂଟା ନଇଁଯାଉଛି । ଦେହରେ ବଳ ଟିକେ ବି ନାହିଁ । ହେଲେ ନିଜ ପଟ ଚାଖଣ୍ଡକ ପାଇଁ ସଂଘର୍ଷ କରିଚାଲିଛନ୍ତି । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡିଏ ବି ନାହିଁ । ଭଙ୍ଗା ମାଟି କାଂଥ ଉପରେ ଖଣ୍ଡିଏ ପଲିଥିନ୍ ପାଲଟିଛି ଭରସା । ଏ ହେଉଛି କଳାହାଣ୍ଡି ଜୟପାଟଣା ବ୍ଲକ ମୁଖିଗୁଡାର ରଘୁରାମ ଓ ତୁଲେଦେଇଙ୍କ କରୁଣ କାହାଣୀ । ବାର୍ଦ୍ଧକ୍ୟ ଅବସ୍ଥାରେ ଆଶ୍ରା ଭରସା ବୋଲି କେହି ନାହିଁ । ଘରୁ ବାହାରି ଭିକ୍ଷାବୃତି କଲେ ଘରେ ଚୁଲି ଜଳୁଛି । ପେଟକୁ ମୁଠାଏ ଦାନା ଯୋଗାଡ କରିବାକୁ ଅନେକ କଷ୍ଟ କରିବାକୁ ପଡୁଛି । ଠିକ୍ ଭାବେ ଚାଲିବୁଲି ପାରୁନଥିବା ବେଳେ ଘର ଘର ବୁଲି ବୁଲି ଭିକ୍ଷା ବୃତି କରୁଛନ୍ତି । ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ସରକାରଙ୍କ କୌଣସି ଯୋଜନା ବି ଏମାନଙ୍କ ପାଇଁ ଅପହଂଚ । ବଡ ଯନ୍ତ୍ରଣାରେ ବିତୁଛି ଦିନ । ଖରାବର୍ଷା ଶୀତ କାକରରେ ଭଙ୍ଗା ପଲିଥିନ୍ ତଳେ ବେସାହାରା ହୋଇପଡିରହିଛନ୍ତି ୮୫ ବର୍ଷ ବୟସର ଏହି ବୃଦ୍ଧ ଦମ୍ପତି ।

ମୁଖିଗୁଡାରେ ରହୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ପାଇଁ ସହାୟତା କହିଲେ ଚାଉଳ ଗଣ୍ଡାଏ ମିଳୁଛି । ହେଲେ ଘର ଖଣ୍ଡିଏ ବି ନାହିଁ । ଦୀର୍ଘ ୫୦ ବର୍ଷରୁ ଅଧିକ ଦିନ ହେଲା ରାସ୍ତା କଡରେ ଏହି ଛିଣ୍ଡା ପଲିଥିନ ତଳେ ଜୀବନ ବିତୁଛି । ବହୁବାର ଘର ପାଇଁ ଅନୁରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ସହାୟତା ପାଇଁ କହିଛନ୍ତି । ହେଲେ ବୃଦ୍ଧ ଦମ୍ପତିଙ୍କ ଦୁଃଖ ଶୁଣିବାକୁ କେହିନାହିଁ । କିଛି ଲୋକ ଶୀତ ଦିନର ହାଡଭଙ୍ଗା ଶୀତ ଯୋଗୁ ଖଣ୍ଡିଏ ପଲିଥିନ୍ ଟାଙ୍ଗି ଦେଇଛନ୍ତି । ଆଉ ସେିତିକିରେ ହିଁ ଅସହାୟ ଅବସ୍ଥାରେ ରହିଛନ୍ତି ଏାମାନେ । ବିଭିନ୍ନ ସ୍ଥାନରେ କହିଛନ୍ତି ତାଙ୍କ ଦୁଃଖ କାହାଣୀ । ହେଲେ ତଙ୍କର ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ ।

ଦୁଃଖ କଷ୍ଟରେ ରହୁଥିବା ଏହି ବୃଦ୍ଧ ଦମ୍ପତିଙ୍କୁ କିଛି ସାହାଯ୍ୟ ସହଯୋଗ କରିବା ସହ ବିଭିନ୍ନ ସରକାରୀ ସହାୟତା ଯେ।।ଗାଇଦିଆଯିବା ଜରୁରୀ ହୋଇପଡିଛି ।

The post ବୟସର ଅପରାହ୍ନରେ ବେସାହାରା ବୃଦ୍ଧ ଦମ୍ପତି । ଜୀବନ ବଂଚାଇବାକୁ କରୁଛନ୍ତି ସଂଘର୍ଷ first appeared on Kanak News.

from Kanak News
via <a href="https://ifttt.com/?

ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଦୀର୍ଘ ୬୫ ବର୍ଷ ପରେ ଆଲୋକିତ ହେଲା ଅନ୍ଧାରୀ ଗାଁ

କନକ ବ୍ୟୁରୋ : ଆଲୋକିତ ହେଲା ଅନ୍ଧାରୀ ଗାଁ । ଦୀର୍ଘ ୬୫ ବର୍ଷର୍ ପରେ ଗାଁକୁ ଆସିଲା ବିଜୁଳି ଆଲୋକ । ଗାଁର ଏହି ସମସ୍ୟା ନେଇ ବାରମ୍ବାର ପ୍ରସାରଣ ହେବା ପରେ ଶେଷରେ ପଡିଲା ପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ଗାଁରେ ବିଦ୍ୟୁତ ସଂଯୋଗ ହୋଇଛି । ଝାରସୁଗୁଡା ବଂଜାରୀ ପଂଚାୟତର ତେତିଲିଆବାହାଲ ଗାଁର ଲୋକେ ଦୀର୍ଘ ବର୍ଷରେ ଦେଖିଛନ୍ତି ବିଜୁଳି ଆଲୁଅ । ଅନ୍ଧାରୀ ମୂଲକ ଆଲୋକିତ ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲା ଅନ୍ଧାରରେ ରହୁଥିବା ଗାଁର ଲୋକ ଏବେ ବିଦ୍ୟୁତ ସଂଯୋଗ ପାଇ ବେଶ ଖୁସି ହୋଇଛନ୍ତି । ବିନା ଆଲୋକରେ ଗାଁର ଲୋକେ ବହୁ ଅସୁବିଧା ଭୋଗୁଥିଲେ । ପିଲାଙ୍କ ପାଠପଢାରେ ବି ଅନେକ ସମସ୍ୟା ଲାଗି ରହିଥିଲା । ଗାଁରେ କେବଳ ଡିବିରୀ ଆଲୁଅ ଥିଲା ଭରସା । ପ୍ରତିଥର ଗାଁର ଲୋକେ ସମସ୍ୟା ନେଇ ଗୁହାରୀ କରିଥିଲେବି କୌଣସି ସମାଧାନ ହୋଇନଥିଲା । ହେଲେ ଏବେ ଖବର ପ୍ରସାରଣ ପରେ ପଡିଛି ପ୍ରଭାବ । ଆଉ ଗାଁକୁ ହୋଇଛି ବିଦ୍ରୁତ ସଂଯୋଗ ।

ତେତିଲିଆବାହାଲର ଲୋକ ମାନେ ସାଗରପାଳି ଗାଁର ପୂର୍ବବାସିନ୍ଦା । ତେବେ ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁଁ ୧୯୫୭ ମସିହାରେ ବିସ୍ଥାପିତହୋଇ ତେତଲିଆବାହାଲରେ ରହିଆସୁଛନ୍ତି । ହେଲେ ବସତି ସ୍ଥାପନର ୬୫ ବର୍ଷ ପରେ ମଧ୍ୟ ଏହି ଗାଁକ ୁବିଦ୍ୟୁତ ପହଂଚି ନଥିଲା । ଖବର ପ୍ରସାରଣ ପରେ ଆଜି ଗାଁକୁ ବିଦ୍ୟୁତ ଆଲୁଅ ପହଂଚିଛି । ଗାଁକୁ ଆଜି ବିଜୁଳି ଆଲୁଅ ପହଂଚିଥିବାରୁ ସମସ୍ତେ ବେଶ ଖୁସି ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାପାଳ ଗାଁରେ ପହଂଚି ସମସ୍ୟା ବୁଝି ପ୍ରତିଶ୍ରୁତି ଦେବା ପରେ ଏବେ ଆଲୋକର ଝଲସୁଛି ଗାଁ ।

ବିନା ଆଲୋକରେ ରହୁଥିବା ଗାଁର ଲୋକଙ୍କ ପାଇଁ ଅନ୍ଧାରୀ ମୂଲକ ଏବେ ଆଲୋକିତ ହୋଇଛି । ଗାଁର ଲୋକମାନେ ଦୀର୍ଘ ବର୍ଷ ପରେ ଆଲୁଅ ପାଇଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।

The post ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଦୀର୍ଘ ୬୫ ବର୍ଷ ପରେ ଆଲୋକିତ ହେଲା ଅନ୍ଧାରୀ ଗାଁ first appeared on Kanak News.

from Kanak News
via <a href="https://ifttt.com/?

ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ ।  ଦକ୍ଷିଣ ଓଡ଼ିଶାରେ ଝିପି ଝିପି ବର୍ଷା,  କିଛି ସ୍ଥାନରେ ପାଗ କୋହଲା ସହ ସାମାନ୍ୟ ବର୍ଷା

କନକ ବ୍ୟୁରୋ :  ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସେପଟେ ବାତ୍ୟା ଯୋଗୁ ଭୟଭୀତ ହୋଇପଡିଛନ୍ତି  ଚାଷୀ ମାନେ । ଅମଳ ସମୟରେ ଚାଷୀଙ୍କୁ ବର୍ଷା ଚିନ୍ତା ଘାରିଛି । ଅନ୍ୟ ସ୍ଥାନ ଭଳି ବଲାଙ୍ଗୀର ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ବେଳେ ଲୋକଙ୍କ ଧାନ ସବୁ ଭିଜି ଯାଇଛି । ତେଣୁ ପାଚିଲା ଧାନ ଗଜା ହେବାର ଆଶଙ୍କା କରିଛି ଚାଷୀ ।  ଅକ୍ଳାନ୍ତ ପରିଶ୍ରମ କରି ଚାଷ କରିଥିବା ଚାଷୀ ଅମଳ ସମୟରେ ଚିନ୍ତାରେ ପଡ଼ିଛି । ଚାଷୀ ବିଭିନ୍ନ ସ୍ଥାନରୁ ପଚିଲା ଧାନସବୁ କାଟି ନେଉଥିବାର ଦେଖିବକୁ ମିଳିଛି ।

ଅନ୍ୟସ୍ଥାନ ଭଳି  ବାତ୍ୟା ଯୋଗୁ ଢେଙ୍କାନଳରେ ଚାଷୀଙ୍କ ମନରେ ଭୟ ।  ବର୍ଷା ଭୟରେ ରାତି ସାରା ଧାନ କାଟିନେଉଛନ୍ତି  ଢେଙ୍କାନାଳର ଚାଷୀ କୂଳ । ଧାନ ନଷ୍ଟ ହେବା ଆଶଙ୍କା କରି ଚାଷୀ ମାନେ ରାତି ସାରା ମେସିନ ଲଗାଇ ଧାନ କାଟିଛନ୍ତି । ଅମଳ ସମୟରେ ଅଦିନିଆ ବର୍ଷା ଆଶାଙ୍କା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ତେଣୁ ତରତର ହୋଇ ଧାନ ସାଇତି ରଖିବାରେ ବ୍ୟସ୍ତ ଅଛନ୍ତି ଚାଷୀ ମାନେ ।

The post ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ ।  ଦକ୍ଷିଣ ଓଡ଼ିଶାରେ ଝିପି ଝିପି ବର୍ଷା,  କିଛି ସ୍ଥାନରେ ପାଗ କୋହଲା ସହ ସାମାନ୍ୟ ବର୍ଷା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started