ଅଡୁଆରେ ତିର୍ତ୍ତୋଲ ବିଧାୟକ । ବିବାହ ଆବେଦନ ଖାରଜ କଲେ କୋର୍ଟ

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାୟକ ବିଜୟ ଶଂକର ଦାସଙ୍କୁ ବଡ ଝଟକା ଲାଗିଛି । ବିବାହ କରିବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । କଟକ ସବରେଜିଷ୍ଟ୍ରାର କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିଜୟ ଶଂକର ଭୁଲ ତଥ୍ୟ ଦେଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ବାନ୍ଧବୀ ସୋମାଲିକା ।

ବିଜୟ ଶଂକରଙ୍କ ବିବାହକୁ ନେଇ ଦୀର୍ଘଦିନ ହେବ ମାମଲା ଲାଗି ରହିଛି । ବାନ୍ଧବୀ ସୋମାଲିକା ବିଜୟଙ୍କୁ ବିବାହ କରିଥିବା ନେଇ ବାରମ୍ବାର କହୁଥିବା ବେଳେ ବିଜୟ ଶଂକର କିନ୍ତୁ ଏହା ମିଥ୍ୟା ବୋଲି କହୁଛନ୍ତି । ଏନେଇ ଉଭୟଙ୍କ ତରଫରୁ ଦାଖଲ ହୋଇଥିବା ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହାରି ମଧ୍ୟରେ ବିଜୟ ଶଂକର ଅନ୍ୟତ୍ର ବିବାହ କରିବାକୁ କୋର୍ଟରେ ଆବେଦନ କରିଥିଲେ । ହେଲେ ଆବେଦନରେ ବିଜୟ ଶଂକର ଭୁଲ ତଥ୍ୟ ଦେଇଥିବା ନେଇ ବାନ୍ଧବୀ ସୋମାଲିକା କୋର୍ଟଙ୍କୁ ଅବଗତ କରିଥିଲେ ।

The post ଅଡୁଆରେ ତିର୍ତ୍ତୋଲ ବିଧାୟକ । ବିବାହ ଆବେଦନ ଖାରଜ କଲେ କୋର୍ଟ first appeared on Kanak News.

from Kanak News
via <a href="https://ifttt.com/?

ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମିଗଜୋମ । ପବନର ବେଗ ୯୦ରୁ ଶହେ କିଲୋମିଟର

କନକ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି ।

ବାତ୍ୟା ମିଗଜୋମକୁ ନେଇ ଆନ୍ଧ୍ରର ୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ତିରୁପତି, ନେଲୋର, ପ୍ରକାଶମ, ବାପଟଲା, କୃଷ୍ଣା, ପଶ୍ଚିମ ଗୋଦାବରୀ, କୋନସିମା ଏବଂ କାକିନଡା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ୮ଟି ଜିଲ୍ଲାରେ ଏନଡିଆରଏଫ ଓ ଏସଡିଆରଏଫର ଟିମକୁ ନିୟୋଜିତ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଇଏମଡି । ବର୍ଷା ଓ ବାତ୍ୟା ପାଇଁ ବନ୍ଦ ରହିଛି ସ୍କୁଲ ଓ କଲେଜ । ଖରାପ ପାଗ ପାଇଁ ତିରୁପତି ବିମାନ ବନ୍ଦରରୁ ସମସ୍ତ ବିମାନ ଉଡାଣକୁ ବାତିଲ କରାଯାଇଛି ।

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୋହନାରେ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ତେବେ ଓଡିଶା ଉପରେ ସେଭଳି କୌଣସି ପ୍ରଭାବ ନାହିଁ ବୋଲି ଆଇଏମଡି ସ୍ପଷ୍ଟ କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆଜି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ତିନୋଟି ଜିଳ୍ଲାକୁ ଅରେଂଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡା ରେ ୭ରୁ ୨୦ ସେଂଟିମିଟର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୮ଟି ଜିଲ୍ଲାରେ ବର୍ଷା ନେଇ ଜାରି ହୋଇଛି ୟୋଲୋ ୱାର୍ଣ୍ଣିଂ ।

The post ଆନ୍ଧ୍ରର ବାପଟଲାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ମିଗଜୋମ । ପବନର ବେଗ ୯୦ରୁ ଶହେ କିଲୋମିଟର first appeared on Kanak News.

from Kanak News
via <a href="https://ifttt.com/?

ଦିନ ମଜୁରିଆ ହେଲେ ବିଧାୟକ: ୭ଥରର ବିଧାୟକଙ୍କୁ ହରାଇ ଜିତିଲେ ନିର୍ବାଚନ, ଦଙ୍ଗାରେ ପ୍ରାଣ ହରାଇଥିଲା ପୁଅ

କନକ ବ୍ୟୁରୋ: ୪ ରାଜ୍ୟର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଆଉ ସମସ୍ତଙ୍କୁ ବେଶୀ ଆଶ୍ଚର୍ଯ୍ୟ କରିଛି ଛତିଶଗଡ । କେହି ଭାବିନଥିଲେ ଏଠାରେ ଭୂପେଶ ବଘେଲଙ୍କ ଶକ୍ତିଶାଳୀ ସରକାରକୁ ଭାଙ୍ଗି ବିଜେପି ସରକାର ଗଢିବ । ହେଲେ ତାହା ହିଁ ହେଲା ଛତିଶଗଡରେ ବଘେଲ ସରକାରଙ୍କୁ ଓପାଡି ଫୋପାଡିଲା ବିଜେପି । ଛତିଶଗଡ ବେମେତରା ଜିଲ୍ଲା ସାଜା ବିଧାନସଭାରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଫଳାଫଳ ସାମ୍ନାକୁ ଆସିଛି । ଯେଉଁଠାରେ ଇଶ୍ୱର ସାହୁ ନାମକ ଜଣେ ଦିନ ମଜୁରିଆ ଭୂପେଶ ବଘେଲଙ୍କ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେଙ୍କୁ ହରାଇ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା ରବିନ୍ଦ୍ର ଚୌବେ ସେହି ଆସନରୁ ୭ ଥର ନିର୍ବାଚନ ଜିତି ଆସୁଥିଲେ । ଆଉ ଇଶ୍ୱର ସାହୁ ଏହା ପୂର୍ବରୁ କୌଣସି ନିର୍ବାଚନ ନଜିତି ବି ତାଙ୍କୁ ହରାଇ ଦେଇଥିଲେ ।

ସାଜା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଇଶ୍ୱର ସାହୁଙ୍କୁ ଭରସା କରିଥିଲା ବିଜେପି । କାରଣ ସେଠାରେ କଂଗ୍ରେସ ବହୁତ ଶକ୍ତିଶାଳୀ ଥିଲା । କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିବା ରବିନ୍ଦ୍ର ଚୌବେ ୭ ଥରର ବିଧାୟକ ଆଉ ବଘେଲ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ହେଲେ ଜଣେ ଶ୍ରମିକ ତାଙ୍କୁ ୫ ହଜାରରୁ ଅଧିକ ଭୋଟରେ ମାତ ଦେଇଥିଲେ । ଇଶ୍ୱରଙ୍କୁ ୧ ଲକ୍ଷ ୧ ହଜାର ୭୮୯ ଭୋଟ ମିଳିଥିବା ବେଳେ ରବିନ୍ଦ୍ର ଚୌବେଙ୍କୁ ୯୬ ହଜାର ୫୯୩ ଭୋଟ ମିଳିଥିଲା ।

ଇଶ୍ୱର ସାହୁଙ୍କ ପୁଅ ୨୦୨୩ ଏପ୍ରିଲ ମାସରେ ଏକ ସମ୍ପ୍ରଦାୟିକ ଦଙ୍ଗାରେ ପ୍ରାଣ ହରାଇଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏଠାରେ ଏକ ସ୍କୁଲରେ ହୋଇଥିବା ମାରପିଟ ଘଟଣା ସମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା । ଆଉ ଏହି ଦଙ୍ଗାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ଇଶ୍ୱରଙ୍କ ପୁଅ ଭୁବନେଶ୍ୱର ସାହୁ ମଧ୍ୟ ଥିଲେ । ଏହି ଘଟଣା ପରେ ଛତିଶଗଡର ବଘେଲ ସରକାର ତାଙ୍କ ପରିବାରକୁ ସରକାରୀ ଚାକିରି ସହ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ । ହେଲେ ଇଶ୍ୱର ସାହୁ କ୍ଷତିପୂରଣ ନେବାକୁ ମନା କରିଥିଲେ । ଏହାପରେ ବିଜେପି ଇଶ୍ୱରଙ୍କୁ ଏହି ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେଇଥିଲା ।

ନିର୍ବାଚନ ପ୍ରଚାର ବେଳେ ଅମିତ ଶାହା ସାଜା ଆସିଥିଲେ । ଆଉ ଇଶ୍ୱର ସାହୁଙ୍କ ପାଇଁ ପ୍ରଚାର କରିଥିଲେ । ଆଉ କହିଥିଲେ ଇଶ୍ୱର ସାହୁ କେବଳ ଜଣେ ପ୍ରାର୍ଥୀ ନୁହନ୍ତି ସେ ହେଉଛନ୍ତି ନ୍ୟାୟ ଯୁଦ୍ଧର ପ୍ରତୀକ । ଯଦି ବିଜେପି ସରକାରକୁ ଆସେ ତେବେ ଇଶ୍ୱର ସାହୁଙ୍କ ପୁଅ ଭୁବନେଶ୍ୱରଙ୍କ ସମସ୍ତ ହତ୍ୟାକାରୀଙ୍କୁ ଜେଲ ପଠାଯିବ ।

କେବଳ ଇଶ୍ୱର ସାହୁ ନୁହେଁ ସାରା ଛତିଶଗଡରେ ବିଜେପିର ବିଜୟ ହୋଇଛି । ବହୁମତ ସହ ବିଜେପି ଏବେ ଛତିଶଗଡରେ ସରକାର ଗଠନ କରିବାକୁ ଯାଉଛି । ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଇଥିବା ବେଳେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଲାଗି ରହିଛି ।

The post ଦିନ ମଜୁରିଆ ହେଲେ ବିଧାୟକ: ୭ଥରର ବିଧାୟକଙ୍କୁ ହରାଇ ଜିତିଲେ ନିର୍ବାଚନ, ଦଙ୍ଗାରେ ପ୍ରାଣ ହରାଇଥିଲା ପୁଅ first appeared on Kanak News.

from Kanak News
via <a href="https://ifttt.com/?

ସରକାରୀ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ବର୍ଷରେ ଆଇଆଇଟି ଓ ଆଇଆଇଏମ୍ ଛାଡିଛନ୍ତି ୧୩ ହଜାର ପଛୁଆ ବର୍ଗର ଛାତ୍ର ଛାତ୍ରୀ

କନକ ବ୍ୟୁରୋ : ଗତ ୫ବର୍ଷ ମଧ୍ୟରେ ସଂରକ୍ଷିତ ବର୍ଗର ୧୩ ହଜାର ଛାତ୍ର ଛାତ୍ରୀ ଦେଶର ଆଇଆଇଟି ଓ ଆଇଆଇଏମରୁ ପାଠ ଛାଡି ପଳାଇଯାଇଛନ୍ତି । ସୋମବାର ଦିନ ଲୋକସଭାରେ ଏନେଇ ସୂଚନା ଦିଆଯାଇଛି । ଲୋକସଭାର ବିଏସପି ସାଂସଦ ରିତେଣ ପାଣ୍ଡେଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ସୁଭାଷ ସରକାର ସୂଚନା ଦେଇଛନ୍ତି ।

ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି କି, ଗତ ୫ ବର୍ଷ ମଧ୍ୟରେ ଏହି ଦୁଇଟି ଇନଷ୍ଟିଚ୍ୟୁଟରୁ ଓବିସି ବର୍ଗର ୪୫୯୬, ଏସସି ବର୍ଗର ୨୪୨୪ ଓ ଏସଟି ବର୍ଗର ୨୬୨୨ ଜଣ ଛାତ୍ର ଛାତ୍ରୀ ଅଧାର ପାଠ ଛାଡି ପଳାଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଆଇଆଇଟିରେ ଓବିସି ବର୍ଗର ୨୦୬୬, ଏସସି ବର୍ଗର ୧୦୬୮ ଓ ଏସଟି ବର୍ଗର ୪୦୮ ଜଣ ଛାତ୍ର ଛାତ୍ର ପାଠ ପଢା ଛାଡି ପଳାଇଛନ୍ତି । ସେହିଭଳି ଆଇଆଇଏମରେ କ୍ରମଶଃ ୧୬୩,୧୮୮ ଓ ୯୧ ଛାତ୍ର ଛାତ୍ରୀ ପାଠ ପଢା ଛାଡି ପଳାଇଛନ୍ତି । ସଂରକ୍ଷିତ ବର୍ଗର ମୋଟ ୧୩,୬୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଦୁଇଟି ଇନଷ୍ଟିଚ୍ୟୁଟରୁ ପାଠ ଛାଡି ପଳାଇଛନ୍ତି ।

ଏନେଇ ସରକାର ତାଙ୍କ ସଫେଇରେ କହିଛନ୍ତି କି ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଖରେ ଅନେକ ବିକଳ୍ପ ଥାଏ । ସେମାନେ ଗୋଟିଏ ସଂସ୍ଥାରୁ ଅନ୍ୟ ସଂସ୍ଥାକୁ ନିଜର ବିକଳ୍ପ ଭାବେ ଚୟନ କରିଥାନ୍ତି ।

The post ସରକାରୀ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ବର୍ଷରେ ଆଇଆଇଟି ଓ ଆଇଆଇଏମ୍ ଛାଡିଛନ୍ତି ୧୩ ହଜାର ପଛୁଆ ବର୍ଗର ଛାତ୍ର ଛାତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

COP28: ଗୁଜୁରାଟର ୨ ଜଣ ମହିଳା ଜଳବାୟୁ ପରିବର୍ତ୍ତନର  ମୁକାବିଲା କରିବା ପାଇଁ ପାରମ୍ପରିକ ପଦ୍ଧତିରେ ସମାଧାନ ଉପସ୍ଥାପନ କଲେ

ପାରମ୍ପରିକ ଜ୍ଞାନ ଉପରେ ଆଧାର କରି ନିମ ପତ୍ର ଏବଂ ଗୋମୁତ୍ର ବ୍ୟବହାର କରି ଉଭୟ ମହିଳା ଜୈବିକ ସାର ଏବଂ କୀଟନାଶକ ତିଆରି କରୁଛନ୍ତି, ଯାହା କେବଳ ବର୍ଷ ବର୍ଷ ଧରି ସେମାନଙ୍କ ଫସଲକୁ ବଞ୍ଚାଇ ରଖିବ ନାହିଁ ବରଂ ସାରା ଭାରତରେ ମହିଳା ଚାଷୀଙ୍କୁ ମଧ୍ୟ ଉପକୃତ କରିପାରିବ।

ଦୁବାଇ: ଦେଶୀ ପୋଷାକ ପରିଧାନ କରି ସଂଗୀତାବେନ ରାଥୋଡ ଏବଂ ଜସୁମତିବେନ ଜେଥାବାଇ ପାରମାର ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଶକ୍ତିଶାଳୀ ପାରମ୍ପରିକ ସମାଧାନ ସହିତ ଏଠାରେ ଚାଲିଥିବା ବିଶ୍ୱ ଜଳବାୟୁ ଶିଖର ସମ୍ମିଳନୀରେ ନିଜର ଦୃଢ ଉପସ୍ଥିତି ଜାହିର କରିଛନ୍ତି ।  ଆରାଭାଲୀରୁ ରାଠୋର ଏବଂ ଜେଟାପୁରର ପାରମାର, ଯେଉଁମାନେ ପୂର୍ବରୁ ନିଜ ରାଜ୍ୟ ଗୁଜୁରାଟ ଛାଡି ବାହାରକୁ ଯାଇନାହାନ୍ତି ସେମାନେ ଆଜି ଦୁବାଇରେ ଚାଲିଥିବା ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବ୍ୟବହାରିକ ସମାଧାନ ଉପସ୍ଥାପନ କରିଥିଲେ ଯାହା ଆନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ହେଇଛି ।

ପାରମ୍ପରିକ ଜ୍ଞାନ ଉପରେ ଆଧାର କରି ନିମ ପତ୍ର ଏବଂ ଗୋମୁତ୍ର ବ୍ୟବହାର କରି ଉଭୟ ମହିଳା ଜୈବିକ ସାର ଏବଂ କୀଟନାଶକ ତିଆରି କରୁଛନ୍ତି, ଯାହା କେବଳ ବର୍ଷ ବର୍ଷ ଧରି ସେମାନଙ୍କ ଫସଲକୁ ବଞ୍ଚାଇ ରଖିବ । ଏହାକୁ ରାସାୟନିକ ସାରର ଏକ ବିକଳ୍ପ ବୋଲି ଦେଖାଯାଉଛି ।

ରାଠୋର କହିଛନ୍ତି, “ଜଳବାୟୁ ପରିବର୍ତ୍ତନ ହେତୁ ବହୁ କ୍ଷତି ସହିବା ପରେ ମୁଁ ସ୍ଥାନୀୟ ସ୍ତରରେ ସମାଧାନ ଖୋଜିବାକୁ ସ୍ଥିର କଲି । ମୁଁ ୨୦୧୯ ରେ ୧.୫ ଲକ୍ଷରୁ ଅଧିକ ମୂଲ୍ୟର ଗହମ ଫସଲର କ୍ଷତି ସହିଛି । ଏହା ପରେ ଆମେ ଏହି ସମସ୍ୟା ବିଷୟରେ ଆମେ ଖୋଜିବା  ଆରମ୍ଭ କଲୁ ଏବଂ ଜାଣିଲୁ ଯେ ଜଳବାୟୁ ପରିବର୍ତ୍ତନ ହେତୁ କୀଟନାଶକ ଆକ୍ରମଣରେ ବୃଦ୍ଧି ଘଟିଛି ଏବଂ ରାସାୟନିକ କୀଟନାଶକର କୌଣସି  ପ୍ରଭାବ ପକାଉ ନାହିଁ । ତା’ପରେ ଆମେ ପାରମ୍ପରିକ ସମାଧାନ ଆଡକୁ ଯିବାକୁ ଚିନ୍ତା କଲୁ ଯାହା ଆମର ପୂର୍ବଜମାନେ ବ୍ୟବହାର କରିଥିଲେ, ଯେଉଁଥିରେ ନିମପତ୍ର ଏବଂ ଗୋମୁତ୍ର  ଅନ୍ତର୍ଭୁକ୍ତ ଥିଲା ।”

ଯେତେବେଳେ ରାଠୋରଙ୍କୁ ପଚରାଯାଇଥିଲା ଯେ ସେ ବିଶ୍ୱ ସ୍ତରରେ କ’ଣ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ସେ କହିଥିଲେ ଯେ ସେ ଆଶା କରିଛନ୍ତି ଯେ ସେ ଗ୍ରହଣ କରିଥିବା ସମାଧାନ ଯଥା ସମ୍ଭବ ଲୋକଙ୍କ ସହିତ ବାଣ୍ଟିବେ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ କ’ଣ ତାହା ବୁଝାଇବେ ।  ତାଙ୍କ ସହ ଆସିଥିବା ଜସୁମତି ବେନ୍ କହିଛନ୍ତି ଯେ ସରଳ ମନେହେଉଥିବା ଆମର ପରମ୍ପରାଗୁଡ଼ିକ ଏକ ସ୍ଥାୟୀ ଭବିଷ୍ୟତର ଚାବିକାଠି ଅଟେ । ସଂଗୀତବେନ  ଏବଂ ଜସୁମତି ବେନ୍ ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ୍ ଏବଂ ଭାରତୀୟ ମହିଳାଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ସେମାନଙ୍କ ସହ ବାଣ୍ଟିଥିଲେ। ଆତ୍ମନିର୍ଭରଶୀଳ ମହିଲା ସେବା ସଂଗଠନର ନିର୍ଦ୍ଦେଶକ ରେମା ନାନାବତୀ ମଧ୍ୟ ଜଳବାୟୁ ପରିବର୍ତ୍ତନ ହେତୁ ଭାରତୀୟ ମହିଳା ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ଉଲ୍ଲେଖ କରିଛନ୍ତି । ୧୯୮  ଦେଶରୁ ୧,୦୦,୦୦୦  ରୁ ଅଧିକ ଲୋକ ଏଠାରେ ବିଶ୍ୱ ଜଳବାୟୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

The post COP28: ଗୁଜୁରାଟର ୨ ଜଣ ମହିଳା ଜଳବାୟୁ ପରିବର୍ତ୍ତନର  ମୁକାବିଲା କରିବା ପାଇଁ ପାରମ୍ପରିକ ପଦ୍ଧତିରେ ସମାଧାନ ଉପସ୍ଥାପନ କଲେ first appeared on Kanak News.

from Kanak News
via <a href="https://ifttt.com/?

ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ମିଗଜୋମ’ । ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର

କନକ ବ୍ୟୁରୋ : ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି । ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିଥିଲା । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ  ପ୍ରବଳ ବର୍ଷା ହୋଇଛି । ବାପଟଲା ସମୁଦ୍ର ତଟ ଦେଇ ବାତ୍ୟା ଅତିକ୍ରମ କରିବା ପୂର୍ବରୁ ସମସ୍ତ ନାଗରିକଙ୍କୁ ସମୁଦ୍ର ତଟରୁ ଦୂରକୁ ନିଆଯାଇଥିଲା । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା କାରଣରୁ ରାସ୍ତା ବୁଡିଯିବା ସହ ଅନେକ ଘରେ ପାଣି ପଶିଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ଏବେ ପବନର ବେଗ କମିଛି । ତାମିଲନାଡୁର ଭିନ୍ନ ଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଫଶି ରହିଥିବା ଲୋକଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଉଛି । ବର୍ଷା କାରଣରୁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ ମିଳିଛି । ଏନଡିଆରଏଫର ମୋଟ ୨୯ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

The post ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା ‘ମିଗଜୋମ’ । ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର first appeared on Kanak News.

from Kanak News
via <a href="https://ifttt.com/?

ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍: ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ବିରୋଧୀ ଅପରାଧ

କନକ ବ୍ୟୁରୋ: ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ । ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ବିରୋଧୀ ଅପରାଧ । ୨୦୨୨ରେ ୧ଲକ୍ଷ ୭୮ ହଜାର ୧୯୦ଟି ମହିଳା ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି । ସେହିପରି ଶିଶୁ ବିରୋଧ ଅପରାଧରେ ୬ନମ୍ବରରେ ରହିଛି ଓଡ଼ିଶା । ୨୦୨୨ରେ ୮ହଜାର ୨୪୦ଟି ଶିଶୁ ବିରୋଧ ମାମଲା ରୁଜୁ ହୋଇଥିଲା । ବର୍ତମାନ ସମୟରେ ପ୍ରତି ଘଂଟାରେ ୨ଜଣ ଓ ପ୍ରତ୍ୟେକ ଦିନ ୧୨ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି କିନ୍ତୁ ବର୍ଷକୁ ମାତ୍ର ୧୨ ଜଣ ଦଣ୍ଡିତ ହେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଫାଷ୍ଟ୍ରାକ୍ କୋର୍ଟ ଗଠନ କରି ତ୍ୱରିତ ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନରେ ବିଫଳ ଯୋଗୁଁ ମାମଲା ସଂଖ୍ୟା ବଢ଼ୁଥିବା କହିଛି ବିଜେପି । ଏବେ ବି ୯୬ ପ୍ରତିଶତ ମହିଳା ବିରୋଧୀ ମାମଲା କୋର୍ଟରେ ପଡ଼ି ରହିଛି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ବିଜେପି ଦାବି କରିଛି । ସେପଟେ ବିଜେଡ଼ି ମଧ୍ୟ ଏହକୁ ନେଇ ପ୍ରତିକ୍ରିୟା ରଖିଛି । ମଣିପୁର ହିଂସା ଘଟଣା ଉଠାଇ ବିଜେପିକୁ ଟାର୍ଗେଟ୍ କରିଛି ।

The post ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍: ୨୦୨୧ ତୁଳନାରେ ୨୦୨୨ରେ ବଢ଼ିଛି ମହିଳା ବିରୋଧୀ ଅପରାଧ first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡୀଙ୍କୁ ଜୟପୁର ଠାରେ ଗୁଳି କରି ହତ୍ୟା କରାଯାଇଛି । ଶ୍ୟାମନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରେ କିଛି ଅସାମାଜିକ ବ୍ୟକ୍ତି ପଶି ତାଙ୍କୁ ଗୁଳିକରିଥିଲେ । ଗୁଳି ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଗୁଳିକାଣ୍ଡ ଖବର ପାଇବା ପରେ ବହୁମାତ୍ରାର ପୋଲିସ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ସୁଖଦେବ ସିଂଙ୍କ ଉପରକୁ ୪ଟି ଗୁଳିମାଡ ହୋଇଛି । ଗୁଳି କେଉଁଠାରେ ବାଜିଛି ତାହା ସ୍ପଷ୍ଟ ହୋଇନାହିଁ । ଏହାସହ କେଉଁମାନେ ସୁଖଦେବଙ୍କୁ ଗୁଳିମାରିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ସୁଖଦେବ ସିଂ ଦୀର୍ଘଦିନ ହେବ କରଣୀ ସେନା ସହ ଜଡିତ ଥିଲେ । କରଣୀ ସେନା ସହ ବିବାଦ ହେବା ପରେ ସେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନାମରେ ଏକ ଅଲଗା ସଂଗଠନ ତିଆରି କରିଥିଲେ ଓ ନିଜେ ତାହାର ଅଧ୍ୟକ୍ଷ ଥିଲେ । ବିଭିନ୍ନ ସମୟରେ ଅଲଗା ଅଲଗା ପ୍ରସଙ୍ଗରେ ଆନ୍ଦୋଳନକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ ।

ସୁଖଦେବ ସିଂଙ୍କ ଉପରେ ଗୁଳିମାଡ ଖବର ପ୍ରଚାରିତ ହେବା ପରେ ପୁରା ରାଜସ୍ଥାନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜୟପୁର ସହରରେ ପୋଲିସ ହାଇଆର୍ଲଟ ଜାରି କରିଛି । ଆକ୍ରମଣକାରୀ କିଏ ଓ କେଉଁଠୁ ଆସିଥିଲେ ସେ ନେଇ ପୋଲିସ ତଦନ୍ତ କରୁଛି । ସବୁଠାରୁ ବଡ କଥା ହେଉଛି ସୁଖଦେବ ସିଂ ଅନେକ ଦିନ ହେବ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରକାରଙ୍କ ଠାରୁ ସୁରକ୍ଷା ଦାବି କରୁଥିଲେ ।

The post ରାଜସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା first appeared on Kanak News.

from Kanak News
via <a href="https://ifttt.com/?

ଚୀନ୍‌ର ଯୁବବର୍ଗ କାହିଁକି ଯାଉଛନ୍ତି ଥାଇଲ୍ୟାଣ୍ଡ ? ବର୍ଷକ ମଧ୍ୟରେ ୫୦ ଲକ୍ଷ ଯୁବକ ଥାଇଲାଣ୍ଡ ଗଲେଣି ।

ଚାଇନା ଲୋକଙ୍କ ପାଇଁ ଥାଇଲ୍ୟାଣ୍ଡ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ପାଲଟିଛି।  ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଥାଇଲ୍ୟାଣ୍ଡରେ ପ୍ରାୟ ୭.୧ ନିୟୁତ ଚାଇନାର ଲୋକ ବାସ କରୁଛନ୍ତି ।

ଚାଇନାର ନାଗରିକ ଝାଙ୍ଗ ଚୁଆନାନ ତାଙ୍କ ଦେଶରେ କଠୋର ଶୂନ-କୋଭିଡ ଲକଡାଉନ ସମୟରେ ଚାକିରି ହରାଇଥିଲେ । ସାଂଘାଇର ଏକ କସମେଟିକ୍ ଫାର୍ମରେ ଆକାଉଣ୍ଟାଣ୍ଟ ଭାବରେ ଚାକିରିରୁ ବରଖାସ୍ତ ହେବା ପରେ ୩୪ ବର୍ଷୀୟ ଝାଙ୍ଗ ଅନଲାଇନ୍ ଥାଇ ପାଠ୍ୟକ୍ରମ ପାଇଁ ୧୪୦୦ ଡଲାର୍ ପ୍ରଦାନ କରିଥିଲେ । ପରେ ସେ ଶିକ୍ଷା ଭିସା ପାଇ ଥାଇଲାଣ୍ଡର ଉତ୍ତର ସହର ଚିଆଙ୍ଗ ମାଇକୁ ଚାଲିଗଲେ ।

ଝାଙ୍ଗ ହେଉଛି ବଢୁଥିବା ସଂଖ୍ୟକ ଚାଇନିଜ୍ ଯିଏ ଆଦର୍ଶଗତ କାରଣରୁ ନୁହେଁ ବରଂ ଦେଶର ଅତି ପ୍ରତିସ୍ପର୍ଦ୍ଧା କାର୍ଯ୍ୟ ସଂସ୍କୃତି, ସୀମିତ ସୁଯୋଗ ଏବଂ ବେରୋଜଗାରରୁ ବଞ୍ଚିବା ପାଇଁ ବିଦେଶକୁ ଚାଲି ଯାଉଛନ୍ତି ।

ବର୍ତ୍ତମାନ ଚାଇନା ଲୋକଙ୍କ ପାଇଁ ଥାଇଲ୍ୟାଣ୍ଡ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ପାଲଟିଛି। ମହାମାରୀ ସମୟରେ ଚୀନ୍ ବିଶ୍ୱର ସବୁଠାରୁ କଠୋର କୋଭିଡ୍ ପ୍ରତିବନ୍ଧକ ଲଗାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦୀର୍ଘ ସମୟ ଧରି ବନ୍ଦ କରି ରଖିଥିଲା । ଫଳସ୍ୱରୂପ ଯୁବକମାନେ ବିରକ୍ତ ହୋଇ ବିଦେଶକୁ ପଳାଇବା ଆରମ୍ଭ କଲେ ।  ବ୍ୟାଙ୍କର ୨୬ ବର୍ଷ ବୟସ୍କ ପୂର୍ବତନ କର୍ମଚାରୀ ଚେନ୍ AFP କୁ କହିଛନ୍ତି ଯେ ମହାମାରୀ ସମୟରେ ଲୋକଙ୍କ ସ୍ୱାଧୀନତା ପାଇଁ ଇଚ୍ଛା ଅଧିକ ଶକ୍ତିଶାଳୀ ହୋଇଥିଲା । ଚୀନ୍‌ର ଆର୍ଥିକ ରାଜଧାନୀ ସାଂଘାଇରେ କଡା ଲକ୍ଡାଉନ୍ ଦ୍ୱାରା ପ୍ରଭାବିତ ହୋଇଥିବା ଚେନଙ୍କର ଏକ ସ୍ଥିର, ଭଲ ବେତନ ପ୍ରାପ୍ତ ଚାକିରି ଥିଲା କିନ୍ତୁ ଭବିଷ୍ୟତର କ୍ୟାରିଅର୍ ପାଇଁ ସେ ଅସନ୍ତୁଷ୍ଟ ଥିଲେ ।

ଚାଇନିଜମାନେ ଥାଇଲ୍ୟାଣ୍ଡକୁ କାହିଁକି ପସନ୍ଦ କରୁଛନ୍ତି ?

ଚାଇନାର ଲୋକପ୍ରିୟ ସୋସିଆଲ ମିଡିଆ ଏବଂ ଇ-କମର୍ସ ପ୍ଲାଟଫର୍ମରେ ପ୍ରଭାବଶାଳୀ ଲୋକମାନଙ୍କର ଥାଇଲ୍ୟାଣ୍ଡକୁ ସ୍ଥାନାନ୍ତରର ଲାଭ ଭିଡିଓରେ ପରିପୂର୍ଣ୍ଣ । ସୁଲଭ ଆନ୍ତର୍ଜାତୀୟ ବିଦ୍ୟାଳୟଠାରୁ ଆରମ୍ଭ କରି ବିଦେଶୀ ସ୍ଥାନ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡ ନିଜକୁ ଏକ ସ୍ୱର୍ଗ ଭାବରେ ସ୍ଥାନିତ କରୁଛି ଯାହା ସମସ୍ତଙ୍କ ପାଇଁ କିଛି ଦେଇଥାଏ । ୟୁରୋପ କିମ୍ବା ଉତ୍ତର ଆମେରିକା ଅପେକ୍ଷା ଦକ୍ଷିଣ ପୂର୍ବ ଏସୀୟ ଦେଶକୁ ଯାତ୍ରା ସହଜ ବୋଲି ବିବେଚନା କରାଯାଏ ।  ଯେଉଁଥିରେ ରାଜ୍ୟ ଦୀର୍ଘକାଳୀନ ଭିସା ସହିତ ଏକ ଭାଷା ପାଠ୍ୟକ୍ରମ ମଧ୍ୟ ଦେଇଥାଏ  । ଯାହାର ମୂଲ୍ୟ ମାତ୍ର ୭୦୦ ରୁ ୧୮୦୦ ଡଲାର ମଧ୍ୟରେ ରହିଥାଏ ।

ଷ୍ଟଡ଼ି ଭିସାରେ ଯାଉଛନ୍ତି ଚୀନି ଯୁବକ

ଏହା ବ୍ୟତୀତ ଥାଇଲ୍ୟାଣ୍ଡରୁ ଏକ ବର୍ଷ ଅଧ୍ୟୟନ ଭିସା ପାଇବା ଅପେକ୍ଷାକୃତ ସହଜ ଅଟେ । ପ୍ରାୟ ୫୦୦  ଚାଇନାର ଲୋକ ଚଳିତ ବର୍ଷ ପ୍ରାରମ୍ଭରେ ଚିଆଙ୍ଗ ମାଇର ପାୟାପ୍ ବିଶ୍ୱବିଦ୍ୟାଳୟରେ ଏକ ଅନଲାଇନ୍ ଥାଇ ପାଠ୍ୟକ୍ରମ ପାଇଁ ଆବେଦନ କରିଥିଲେ । ଅନେକ ଚାଇନିଜ୍ ପାଇଁ ଥାଇଲ୍ୟାଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ଭାବରେ ଦେଖାଯାଏ, ଯାହା ବିଦେଶରେ ରହିବା ସହିତ ପରୀକ୍ଷଣ ପାଇଁ ଆଦର୍ଶ ।

ଥାଇଲାଣ୍ଡରେ କେତେ ସଂଖ୍ୟକ ଚୀନ ନାଗରିକ ?

ସାଉଥ୍ ଚାଇନା ମର୍ନିଂ ପୋଷ୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶରେ ପ୍ରାୟ ୭.୧  ନିୟୁତ ଲୋକ ଅଛନ୍ତି ଯେଉଁମାନେ ନିଜକୁ ଚାଇନିଜ୍ ବୋଲି ଭାବନ୍ତି, ଯାହା ସେମାନଙ୍କୁ ଦକ୍ଷିଣ ପୂର୍ବ ଏସିଆର ସର୍ବ ପୁରାତନ ତଥା ମହତ୍ଵପୂର୍ଣ୍ଣ ଚାଇନିଜ୍ ସମ୍ପ୍ରଦାୟରେ ପରିଣତ କରେ । ଏକ ରିପୋର୍ଟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ୫  ମିଲିୟନ ଅର୍ଥାତ ୫୦ ଲକ୍ଷ ଚୀନ୍ ନାଗରିକ ଥାଇଲ୍ୟାଣ୍ଡରେ ପହଞ୍ଚିଛନ୍ତି । ଥାଇଲ୍ୟାଣ୍ଡର ରିଏଲ୍ ଇଷ୍ଟେଟ୍ ସୂଚନା କେନ୍ଦ୍ର ଅନୁଯାୟୀ, ଥାଇଲ୍ୟାଣ୍ଡରେ ବିଦେଶୀ କ୍ରେତାମାନଙ୍କର ସର୍ବ ବୃହତ ଗୋଷ୍ଠୀ ଭାବରେ ଚାଇନିଜ୍ ମାନ୍ୟତା ପାଇଛି ଏବଂ ୨୦୨୨ ମସିହାରେ ୩୫୦୦ ରୁ ଅଧିକ ୟୁନିଟ୍ ହାରାହାରି ୧୫୦,୦୦୦ ଡଲାରରେ କ୍ରୟ କରାଯାଇଛି।

The post ଚୀନ୍‌ର ଯୁବବର୍ଗ କାହିଁକି ଯାଉଛନ୍ତି ଥାଇଲ୍ୟାଣ୍ଡ ? ବର୍ଷକ ମଧ୍ୟରେ ୫୦ ଲକ୍ଷ ଯୁବକ ଥାଇଲାଣ୍ଡ ଗଲେଣି । first appeared on Kanak News.

from Kanak News
via <a href="https://ifttt.com/?

ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ମିଳିବ ମାଗଣା ଚିକିତ୍ସା । ୪ ମାସ ମଧ୍ୟରେ ପୂରା ଦେଶରେ ଲାଗୁ କରିବାକୁ ସରକାରଙ୍କ ଯୋଜନା

କନକ ବ୍ୟୁରୋ : କେନ୍ଦ୍ର ସରକାର ଦେଶର ନାଗରିକଙ୍କ ପାଇଁ ବଡ ଯୋଜନା କରିଛନ୍ତି । ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାର କହିଛନ୍ତି କି, ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ଡେରିରେ ଚିକିତ୍ସା କାରଣରୁ ହୋଇଥାଏ । ଏହି ଗମ୍ଭୀର ବିଷୟକୁ ଧ୍ୟାନରେ ରଖି ସରକାର ଖୁବଶୀଘ୍ର ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରିବାକୁ ଯାଉଛନ୍ତି । ଏନେଇ ପ୍ରଥମରୁ ସରକାର ମଟୋର ଭେଇକିଲ ନିୟମର ପରିବର୍ତ୍ତନ କରିସାରିଛନ୍ତି । ପରିସଂଖ୍ୟାନ ମୁତାବକ ଗତବର୍ଷ ୪.୪୬ ଲକ୍ଷ ସଡକ ଦୁର୍ଘଟଣା ହୋଇଛି । ଏଥିରେ ୪.୨୩ ଲକ୍ଷ ଲୋକ ଆହତ ହୋଇଛନ୍ତି ଓ ୧.୭୧ ଲୋକଙ୍କର ମୃତ୍ୟୁ ହୋଇଛି ।

ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏନେଇ ଘୋଷଣା କରିପାରେ । ଆଗାମୀ ୪ମାସ ମଧ୍ୟରେ ସାରା ଦେଶରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ମନ୍ତ୍ରଣାଳୟର ସଚିବ ଅନୁରାଗ ଜୈନ ଏକ କର୍ଯ୍ୟକ୍ରମରେ କହିଛନ୍ତି କି, ସଡକ ଦୁର୍ଘଟଣାରେ ଦେଶରେ ସର୍ବାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ନିଶ୍ଳୁକ ଓ କ୍ୟାସଲେସ ଚିକିତ୍ସା ଭାରତୀୟ ମୋଟର ଯାନ ଆଇନରେ ରହିଛି । ଏବେ ଏହି ନିୟମର ପାଳନ କିଛି ରାଜ୍ୟରେ କରାଯାଉଛି । ହେଲେ ଆଗାମୀ ୪ ମାସ ମଧ୍ୟରେ ଏହା ଦେଶର ପ୍ରତିଟି ରାଜ୍ୟରେ ଲାଗୁ ହେବ । ଏନେଇ ମନ୍ତ୍ରଣାଳୟ ତରଫରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିକଟରେ ଆବେଦନ କରାଯାଇଛି ।

ସେପଟେ ସଡକ ସୁରକ୍ଷା ନେଇ ସଚେତନ କରିବାକୁ ସରକାର ରୋଡ ସେଫ୍ଟି କୋର୍ସ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହା ଖୁବଶୀଘ୍ର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ ହେବ । ଏହାସହ ଭାରତ ଏନକ୍ୟାପ ବି ଲାଗୁ ହେବ । ଏଥିରେ ସିଟ୍ ବେଲ୍ଟ ରିମାଇଣ୍ଡର ଓ ଗାଡିର କିଛି ଟେକ୍ନୋଲୋଜୀରେ ପରିବର୍ତ୍ତନ କରାଯିବ ।

The post ସଡକ ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ମିଳିବ ମାଗଣା ଚିକିତ୍ସା । ୪ ମାସ ମଧ୍ୟରେ ପୂରା ଦେଶରେ ଲାଗୁ କରିବାକୁ ସରକାରଙ୍କ ଯୋଜନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started