ରୁଷ-ୟୁକ୍ରେନ ଯୁଦ୍ଧରେ ଏତେ ସଂଖ୍ୟକ ନେପାଳୀ କିପରି ମଲେ ?  ନେପାଳ ସରକାର ବର୍ତ୍ତମାନ କଣ ଚାହୁଁଛନ୍ତି ?

ରୁଷର ସେନାରେ କାର୍ଯ୍ୟ କରୁଥିବା ଛ’ ଜଣ ନେପାଳୀ ନାଗରିକ ୟୁକ୍ରେନ ସହିତ ଯୁଦ୍ଧରେ ନିହତ ହୋଇଛନ୍ତି । ନେପାଳ ସରକାର ଏହି ସୂଚନା ଦେଇଛନ୍ତି । ଏହା ସହିତ ନେପାଳର ନାଗରିକଙ୍କୁ ନିଜ ସେନାରେ ନିଯୁକ୍ତି ନକରିବାକୁ ସରକାର ରୁଷକୁ ଅନୁରୋଧ କରିଛନ୍ତି ।

ରୁଷ-ୟୁକ୍ରେନ ଯୁଦ୍ଧରେ ଅନେକ ଲୋକଙ୍କର ମୃତ୍ୟୁ ଖବର ଦିନକୁ ଦିନ ପ୍ରକାଶ ପାଇବାରେ ଲାଗିଛି । କେବଳ ସୈନିକମାନେ ମୃତ୍ଯୁବରଣ କରୁନାହାନ୍ତି । ହଜାର ହଜାର ନିରୀହ ସାଧାରଣ ଲୋକ ମଧ୍ୟ ଏହି ଯୁଦ୍ଧରେ ମୃତ୍ଯୁମୁଖରେ ପଡ଼ୁଛନ୍ତି । ଏହି ସମୟରେ ରୁଷ ସେନାରେ କାର୍ଯ୍ୟ କରୁଥିବା ଛ’ ଜଣ ନେପାଳୀ ନାଗରିକ ୟୁକ୍ରେନ ସହିତ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ନେପାଳ ସରକାର ସୋମବାର ଏହି ସୂଚନା ଦେଇଛନ୍ତି । ଏହା ସହିତ ନେପାଳର ନାଗରିକଙ୍କୁ ନିଜ ସେନାରେ ନିଯୁକ୍ତି ନକରିବାକୁ ସରକାର ରୁଷକୁ ଅନୁରୋଧ କରିଛନ୍ତି ।

କଣ କହିଲେ ନେପାଳ ସରକାର ?

ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରୁଷର ସେନାରେ କାର୍ଯ୍ୟ କରୁଥିବା ଛ’ ଜଣ ନେପାଳୀ ନାଗରିକ ୟୁକ୍ରେନ ସହ ଯୁଦ୍ଧରେ ନିହତ ହୋଇଛନ୍ତି । ମୃତକମାନେ ସିଆଙ୍ଗଜାର ପ୍ରୀତମ କାର୍କି, ଇଲାମର ଗଙ୍ଗା ରାଜ ମୋକତାନ, ଡୋଲାଖାର ରାଜ କୁମାର କରକି, କପିଲଭାଷ୍ଟୁର ରୂପକ କାର୍କି, କାସ୍କିର ଦିୱାନ ରାୟ ଏବଂ ଗୋରଖର ସନ୍ଦୀପ ଥାପାଲିଆ ବୋଲି ଜଣାପଡିଛି । ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଯୁଦ୍ଧରେ ନିହତ ହୋଇଥିବା ନେପାଳ ନାଗରିକମାନଙ୍କର ଶବକୁ ଫେରାଇ ଆଣିବା ଏବଂ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ମନ୍ତ୍ରଣାଳୟ ରୁଷ ସରକାରକୁ ଅନୁରୋଧ କରିଛି । ନେପାଳ ରୁଷକୁ ମଧ୍ୟ ନିଜ ନାଗରିକମାନଙ୍କୁ ସେନାରେ ନିଯୁକ୍ତ ନକରିବାକୁ ଅନୁରୋଧ କରିଛି ଏବଂ ଯଦି କୌଣସି ନେପାଳୀ ନାଗରିକଙ୍କୁ ନିଯୁକ୍ତି ଦିଆଯାଇଛି, ତେବେ ତୁରନ୍ତ ସେମାନଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

ନେପାଳୀ ବନ୍ଧକକୁ ମୁକ୍ତ କରିବାକୁ ଉଦ୍ୟମ ନେପାଳ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ରୁଷ ସେନା ପାଇଁ ଲଢୁଥିବା ବେଳେ ୟୁକ୍ରେନ ଦ୍ୱାରା ବନ୍ଧକ ହୋଇଥିବା ଜଣେ ନେପାଳୀ ସୈନିକଙ୍କୁ ମୁକ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ଚାଲିଛି । ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି  ପ୍ରାୟ ୨୦୦ ନେପାଳୀ ବର୍ତ୍ତମାନ ରୁଷ ସେନାରେ ସୈନିକ  ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଶ୍ୱାସ କରାଯାଏ ।

ନେପାଳୀ ଯୁବକମାନେ କେମିତି ରୁଷରେ ପହଁଚିଲେ ?

କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ନେପାଳର ଯୁବକମାନେ ରୁଷ ଏବଂ ୟୁକ୍ରେନର ସୈନ୍ୟବାହିନୀରେ ସେବା କରୁଥିବା ଦେଖାଯାଇଥିଲା । ଭିଡିଓରେ ଦାବି କରାଯାଇଥିଲା ଯେ ନେପାଳୀ ଯୁବକମାନେ ପ୍ରତି ମାସରେ ୪,୦୦,୦୦୦ ଟଙ୍କା ରୋଜଗାର କରିପାରିବେ। ପ୍ରକୃତରେ, ନେପାଳୀ ସେନା କେବଳ ଦ୍ୱିପାକ୍ଷିକ ଚୁକ୍ତି ହେତୁ ଭାରତୀୟ ଏବଂ ବ୍ରିଟିଶ ସେନାରେ ନେପାଳୀ ନାଗରିକ ନିଯୁକ୍ତିକୁ ଅନୁମୋଦନ କରିଛି ।

 

The post ରୁଷ-ୟୁକ୍ରେନ ଯୁଦ୍ଧରେ ଏତେ ସଂଖ୍ୟକ ନେପାଳୀ କିପରି ମଲେ ?  ନେପାଳ ସରକାର ବର୍ତ୍ତମାନ କଣ ଚାହୁଁଛନ୍ତି ? first appeared on Kanak News.

from Kanak News
via <a href="https://ifttt.com/?

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ । ଡିସେମ୍ବର ୭ରେ ନେବେ ଶପଥ

କନକ ବ୍ୟୁରୋ : ତେଲେଙ୍ଗାନାରେ କିଏ ହେବ ମୁଖ୍ୟମନ୍ତ୍ରୀ ଏନେଇ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି । କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ ତେଲେଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ସେ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏନେଇ  ବିଧାୟକ ଦଳ ବୈଠକରେ  ସର୍ବସମ୍ମତି ପ୍ରକାଶ ପାଇଛି ।

୪ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ବିଜେପିକୁ ବହୁମତ ମିଳିଥିବା ବେଳେ କେବଳ ତେଲେଙ୍ଗାନରେ କଂଗ୍ରେସକୁ ବହୁମତ ମିଳିଛି । ତେଲେଙ୍ଗାନାରେ ରେବାନ୍ତ ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସ ୧୦ ବର୍ଷର କେସିଆର ସରକାରକୁ ପରାସ୍ତ କରିଛି । ଏଠାରେ ମୋଟ ୧୧୯ ଟି ଆସନ ମଧ୍ୟରୁ କଂଗ୍ରେସକୁ ୬୪ଟି ଆସନ ମିଳିଥିବା ବେଳେ ବିଆରଏସକୁ ୩୯ ଓ ବିଜେପିକୁ ମାତ୍ର ୮ଟି ଆସନ ମିଳିଥିଲା । ଏହାସହ ଅନ୍ୟାନ୍ୟ ଦଳମାନଙ୍କୁ ମଧ୍ୟ ୮ଟି ଆସନ ମିଳିଛି ।

The post ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ । ଡିସେମ୍ବର ୭ରେ ନେବେ ଶପଥ first appeared on Kanak News.

from Kanak News
via <a href="https://ifttt.com/?

ପରାଜୟ ପରେ ମଧ୍ୟପ୍ରଦେଶ ପୂର୍ବତନ ଗୃହମନ୍ତ୍ରୀଙ୍କ ବୟାନ । କହିଲେ, ସେମାନଙ୍କ ବିଜୟ ଠାରୁ ମୋ ପରାଜୟକୁ ନେଇ ଅଧିକ ଚର୍ଚ୍ଚା

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପିକୁ ବହୁମତ ମିଳିଛି । ହେଲେ ବିଜେପିର କିଛି ବରିଷ୍ଠ ନେତାଙ୍କ ପରାଜୟ ହୋଇଛି । ୧୫ ବର୍ଷ ଧରି ବିଧାୟକ ଭାବେ ବିଜୟୀ ହେଉଥିବା ମଧ୍ୟପ୍ରଦେଶର ପୂର୍ବତନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ନିଜ ଗଡ ବଞ୍ଚାଇବାରେ ଅକ୍ଷମ ହୋଇଛନ୍ତି । ସେ ସୁବା ଆସନରୁ ୨୦୦୮ ରୁ ଲଗାତର ଭାବେ ବିଜୟୀ ହେଉଥିଲେ ବି ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଭାରତୀ ପରାଜିତ କରିଛନ୍ତି । ଏହାକୁ ନେଇ ନରୋତ୍ତମ ମିଶ୍ରା ସୋମବାର ଦିନ କହିଥିଲେ କି ମୁଁ କଥା ଦେଉଛି ଖୁବଶୀଘ୍ର ପୁଣି ବିଧାୟକ ପଦ ପାଇବି ।

ରେଳଷ୍ଟେସନରେ ଦଳର କର୍ମକର୍ତ୍ତାଙ୍କ ସହ ଥଟାମଜା କରିବା ବେଳେ ସେ କହିଛନ୍ତି କି ବିଜୟକୁ ନେଇ ଏତେ ଗର୍ବ କରନାହିଁ, କାରଣ ତୁମ ବିଜୟ ଠାରୁ ମୋ ପରାଜୟକୁ ନେଇ ଅଧିକ ଚର୍ଚ୍ଚା ହେଉଛି   । ସୋମବାର ଦିନ ନରୋତ୍ତମ ମିଶ୍ରା ଦତିଆ ଠାରେ ପହଂଚିଥିଲେ । ସେଠାରେ ସେ କର୍ମକର୍ତ୍ତାଙ୍କ ସହ ଆଲୋଚନା ବେଳେ କହିଥିଲେ କି, ବିଜୟ ପରାଜୟକୁ ନେଇ ମୁଁ ଚିନ୍ତିତ ନୁହେଁ ।

ମଧ୍ୟପ୍ରଦେଶରେ ବିଜେପିର ପ୍ରଚଣ୍ଡ ଲହର ଥିଲେ ମଧ୍ୟ ଶିବରାଜ ସିଂ କ୍ୟାବିନେଟର ଅନେକ ମନ୍ତ୍ରୀ ପରାଜିତ ହୋଇଛନ୍ତି । ସାଂସଦ ପଦ ଛାଡି ବିଧାୟକ ପ୍ରାର୍ଥୀଭାବେ ଲଢିଥିବା କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ମଧ୍ୟ ପରାଜିତ ହୋଇଛନ୍ତି ।

The post ପରାଜୟ ପରେ ମଧ୍ୟପ୍ରଦେଶ ପୂର୍ବତନ ଗୃହମନ୍ତ୍ରୀଙ୍କ ବୟାନ । କହିଲେ, ସେମାନଙ୍କ ବିଜୟ ଠାରୁ ମୋ ପରାଜୟକୁ ନେଇ ଅଧିକ ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ସେୟାର ବଜାରରେ ଜାରି ରହିଛି ଉତ୍ସାହ: ନିଫ୍ଟି ୪୫୦ ପଏଂଟରୁ ଅଧିକ ଉଚ୍ଚାରେ ଖୋଲିଥିବା ବେଳେ ସେନସେକ୍ସ ଖୋଲିଲା ୬୯ ହଜାର ୧୬୮ ପଏଂଟରେ

କନକ ବ୍ୟୁରୋ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିଜୟ ପରେ ସେୟାର ବଜାରରେ ଉତ୍ସାହ ଜାରି ରହିଛି । ଆଜି ମଧ୍ୟ ନିଫ୍ଟି ପୁଣି ନିବେଶକଙ୍କୁ ଖୁସି ଆଣି ଦେଇଛି । ନିଫ୍ଟି ୪୫୦ ପଏଂଟରୁ ଅଧିକ ଉଚ୍ଚାରେ ଖୋଲିଛି । ତେବେ କ୍ରମାଗତ ଷଷ୍ଠ ଦିନ ଧରି ଷ୍ଟକ୍ ମାର୍କେଟରେ ଭଲ ବ୍ୟବସାୟ ହେଉଥିବା ଦେଖିବାକୁ ମିଳିଛି । ସେନସେକ୍ସ ମଧ୍ୟ ରେକର୍ଡ ସ୍ତରରେ ଖୋଲିବାରେ ସଫଳ ହୋଇଛି ।ଆଜି ସେନସେକ୍ସ ୬୯ ହଜାର ୧୬୮ ପଏଂଟ ସ୍ତରରେ ଖୋଲିଛି । ନିଫ୍ଟି ୨୦ ହଜାର ୮୦୬ ପଏଂଟ ସ୍ତରରେ ଖୋଲିଛି । ନିଫ୍ଟିର ଶୀର୍ଷ ଲାଭକାରୀ ହେଉଛନ୍ତି ବିପିସିଏଲ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ ଏବଂ ଏମ୍ ଆଣ୍ଡ୍ ସହିତ ଆଦାନୀ ଗ୍ରୁପ୍ ଷ୍ଟକ୍ ରହିଛି । ଆଦାନୀ ଏଂଟରପ୍ରାଇଜେସର ସେୟାର ୧୦ ପ୍ରତିଶତ ଉପରେ ରହିଛି । କମ୍ପାନୀର ସେୟାର ଏବେ ୨ ହଜାର ୭୭୬ ଟଂକାରେ କାରବାର କରୁଛି । ଆଜି ସେୟାର ମାର୍କେଟ ଖୋଲିବାର ଏକ ଘଂଟା ମଧ୍ୟରେ ବଜାରରେ ୨୫ ହଜାର ୧୨୯.୮୧ କୋଟି ଟଂକା ବୃଦ୍ଧି ଘଟିଛି । ଆଦାନୀ-ହିଣ୍ଡେନବର୍ଗ ମାମଲାରେ ନିକଟରେ ସୁପ୍ରିମକୋର୍ଟ ଏକ ଶୁଣାଣି କରୁଥିଲେ । ଏହି ସମୟରେ ହିଣ୍ଡେନବର୍ଗର ରିପୋର୍ଟର ସତ୍ୟାସତ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରଠୁ ଆଦାନୀ ସେୟାରରେ ଉତ୍ସାହ ଜାରି ରହିଛି ।

The post ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ସେୟାର ବଜାରରେ ଜାରି ରହିଛି ଉତ୍ସାହ: ନିଫ୍ଟି ୪୫୦ ପଏଂଟରୁ ଅଧିକ ଉଚ୍ଚାରେ ଖୋଲିଥିବା ବେଳେ ସେନସେକ୍ସ ଖୋଲିଲା ୬୯ ହଜାର ୧୬୮ ପଏଂଟରେ first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟରେ ବିଜେପିର ବିଜୟ ପରେ ମୋଦୀ ଗ୍ୟାରେଂଟିକୁ ନେଇ ଚର୍ଚ୍ଚା: ବିଜେଡ଼ି ନେତା କହିଲେ, ଲୋକପ୍ରିୟତା ଆଧାରରେ ମୋଦୀ ଏକ ବ୍ରାଣ୍ଡ, ହେଲେ ପ୍ରତିଶ୍ରୁତି ଦେଇ ପୂରଣ କରେନି ବିଜେପି

କନକ ବ୍ୟୁରୋ: ମୋଦୀ ଗ୍ୟାରେଂଟି ଏବଂ ନବୀନ ବ୍ରାଣ୍ଡ । ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଚେହେରା କରି ବିଜେପି ପ୍ରାୟ ରାଜ୍ୟରେ ନିର୍ବାଚନୀ ସଫଳତା ପାଉଛି । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟୀ ହେବା ପରେ ମୋଦୀ ଗ୍ୟାରେଂଟି ଗୋଟିଏ ବଡ ଫ୍ୟାକ୍ଟର ବୋଲି କୁହାଯାଉଛି । ଆଉ ମୋଦୀଙ୍କୁ ବିଶ୍ୱାସ କରି ଲୋକେ ଭୋଟ୍ ଦେଉଛନ୍ତି ବୋଲି ବିଜେପି ନେତା ଦାବି କରୁଛନ୍ତି । ହେଲେ ଏହାର ପ୍ରଭାବ ଓଡିଶା ରାଜନୀତିରେ କେତେ ପଡିବ ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଓଡିଶାରେ ବିଜେପି ମେଂଟରୁ ଓହରିବା ପରେ ବିଜେଡି ଏକାକୀ ସରକାର ଗଢି ଆସୁଛି ୨୦୦୯ ମସିହାରୁ । ଯଦିଓ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ରାଜ୍ୟ ବିଜେପି ଉତ୍ସାହିତ କିନ୍ତୁ ଏଯାବତ ରାଜ୍ୟରେ ସଫଳତା ସେଭଳି ପାଇ ନାହିଁ । ଅନ୍ୟପଟେ ଶାସକ ଦଳର ନେତା କହୁଛନ୍ତି, ୨୦୦୦ ମସିହାରୁ ଏଯାବତ ନବୀନ ମଡେଲ ଚାଲୁଛି । ଏଠାରେ ଅନ୍ୟ କୌଣସି ମଡେଲ ଚାଲିପାରିବ ନାହିଁ ବୋଲି କହୁଛନ୍ତି । କିନ୍ତୁ ଏହା ମଧ୍ୟ ଏବେ କହୁଛନ୍ତି, ଯେ ମୋଦୀଙ୍କ ଲୋକପ୍ରିୟତା ରହିଛି । ହେଲେ ପ୍ରତିଶ୍ରୁତି ଦେଇ ପୂରଣ କରିବାରେ ବିଫଳ ହୋଇଛି ବିଜେପି ।

The post ୩ ରାଜ୍ୟରେ ବିଜେପିର ବିଜୟ ପରେ ମୋଦୀ ଗ୍ୟାରେଂଟିକୁ ନେଇ ଚର୍ଚ୍ଚା: ବିଜେଡ଼ି ନେତା କହିଲେ, ଲୋକପ୍ରିୟତା ଆଧାରରେ ମୋଦୀ ଏକ ବ୍ରାଣ୍ଡ, ହେଲେ ପ୍ରତିଶ୍ରୁତି ଦେଇ ପୂରଣ କରେନି ବିଜେପି first appeared on Kanak News.

from Kanak News
via <a href="https://ifttt.com/?

ଜନ୍ମ ହାର ହ୍ରାସ ନେଇ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ‘ଟେନସନ’ରେ ।  ସେ କାହିଁକି ସାରା ଦେଶରେ ମହିଳାଙ୍କୁ  ସହାୟତା ମାଗୁଛନ୍ତି ?

କିଛିଦିନ ତଳେ ରୁଷର ରାଷ୍ଟ୍ରପତି ପୁଟିନ ତାଙ୍କ ଦେଶର  ମହିଳାମାନଙ୍କୁ ୮ ଟି ସନ୍ତାନ ଜନ୍ମ କରିବାକୁ ପ୍ରସ୍ତାବ ଦେଇ ବିବାଦରେ ପଡ଼ିଥିଲେ । ଏବେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ସମାନ କଥା ତାଙ୍କ ଦେଶର ମହିଳାମାନଙ୍କୁ କହିଛନ୍ତି ।

ଆଜିକାଲି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଟେନସନରେ ଅଛନ୍ତି । ଦେଶରେ ହ୍ରାସ ପାଉଥିବା ଜନ୍ମ ହାରକୁ  ବନ୍ଦ କରିବାକୁ ସେ ମହିଳାମାନଙ୍କୁ ନିବେଦନ କରିଛନ୍ତି।

ସିଓଲ୍ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ନିକଟରେ ସାରା ଦେଶରେ ମହିଳାଙ୍କୁ ଡାକି ନିଜର ସମସ୍ୟା ବିଷୟରେ କହିଛନ୍ତି । ଦେଶରେ ଜନ୍ମ ହାର ବୃଦ୍ଧି କରିବାକୁ ଆବେଦନ କରି ସେ ସରକାରଙ୍କ ଉଦ୍ୟମରେ ମହିଳାଙ୍କ ସହାୟତା ଲୋଡିଥିଲେ । ରବିବାର ବିଳମ୍ବିତ ରାତିରେ ମହିଳା ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ ଏହି ହ୍ରାସକୁ ବନ୍ଦ କରିବାକୁ ଆମେ ସମସ୍ତେ ଚେଷ୍ଟା କରିବା ଉଚିତ୍ । ଏହି କାର୍ଯ୍ୟକ୍ରମରେ କିମ୍ କହିଛନ୍ତି, ‘ଜନ୍ମ ହାର ହ୍ରାସକୁ ବନ୍ଦ କରିବା ଏବଂ ପିଲାମାନଙ୍କର ଭଲ ଯତ୍ନ ନେବା ଆମର ପାରିବାରିକ ବିଷୟ । ସମସ୍ତେ ମିଳିମିଶି ଏହି ସମସ୍ୟାର ସମାଧାନ ଖୋଜିବା ଉଚିତ୍ ।

ବାସ୍ତବରେ, ଗତ ୧୦ ବର୍ଷ ମଧ୍ୟରେ ଉତ୍ତର କୋରିଆର ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି । ଏଭଳି ପରିସ୍ଥିତି ଦେଶ ପାଇଁ ଚିନ୍ତାର ବିଷୟ । ତେବେ ଉତ୍ତର କୋରିଆର ଜନସଂଖ୍ୟାର ସଠିକ ସୂଚନା ପାଇବା କଷ୍ଟକର । ୨୦୨୩  ସୁଦ୍ଧା ଉତ୍ତର କୋରିଆରେ ଜଣେ ମହିଳାଙ୍କ ପାଇଁ ଜନ୍ମ ହୋଇଥିବା ପିଲାମାନଙ୍କର ହାରାହାରି ସଂଖ୍ୟା ୧.୮ ଥିଲା । ଏହି ପ୍ରଜନନ ହାର ନିଶ୍ଚିତ ଭାବରେ ଉତ୍ତର କୋରିଆର କିଛି ପଡୋଶୀ ଦେଶ ତୁଳନାରେ ଅଧିକ, କିନ୍ତୁ ସରକାର ଏହି ଆକଳନକୁ ନେଇ ଚିନ୍ତିତ ଅଛନ୍ତି । ଉତ୍ତର କୋରିଆର ପଡୋଶୀ ଦେଶ ମଧ୍ୟ ସମାନ ଜନ୍ମ ହାର ହ୍ରାସ ନେଇ ଅସୁବିଧାରେ ଅଛନ୍ତି ।

ଉତ୍ତର କୋରିଆର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ୱେବସାଇଟର ମୁଖ୍ୟ ଆନ୍ କ୍ୟୁଙ୍ଗ-ସୁଙ୍କ ଅନୁଯାୟୀ, ‘ଅନେକ ଉତ୍ତର କୋରିଆ ପରିବାର ଗୋଟିଏରୁ ଅଧିକ ସନ୍ତାନ ପାଇବାକୁ ଚାହାଁନ୍ତି ନାହିଁ କାରଣ ସେମାନେ ଅନୁଭବ କରନ୍ତି ଯେ ପିଲାର ଭରଣପୋଷଣ, ଶିକ୍ଷା ଇତ୍ୟାଦି ପାଇଁ ଯାହା ଖର୍ଚ୍ଚ ହେବେ ତାହା ସେମାନେ ଭରଣା କରିପାରିବେ ନାହିଁ ।

ଉତ୍ତର କୋରିଆ ଗଣମାଧ୍ୟମ ଅନୁଯାୟୀ, ଦେଶରେ ତିନି କିମ୍ବା ଅଧିକ ପିଲା ଥିବା ପରିବାରକୁ ମାଗଣା ଶସ୍ୟ, ସବସିଡି, ମାଗଣା ଚିକିତ୍ସା ଇତ୍ୟାଦି ସରକାର ବିଶେଷ ସୁବିଧା ପ୍ରଦାନ କରୁଛନ୍ତି, ତଥାପି ଲୋକମାନେ ଅଧିକ ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି ।

The post ଜନ୍ମ ହାର ହ୍ରାସ ନେଇ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ‘ଟେନସନ’ରେ ।  ସେ କାହିଁକି ସାରା ଦେଶରେ ମହିଳାଙ୍କୁ  ସହାୟତା ମାଗୁଛନ୍ତି ? first appeared on Kanak News.

from Kanak News
via <a href="https://ifttt.com/?

କିଏ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ? ଦିଲ୍ଲୀରେ ଶୀର୍ଷ ନେତୃତ୍ୱ କାହା ଉପରେ ଢ଼ାଳିବେ ସୁନା କଳସ ଲାଗି ରହିଛି ଚର୍ଚ୍ଚା 

କନକ ବ୍ୟୁରୋ: ମଧ୍ୟପ୍ରଦେଶ ରାଜନୀତି ପୁଣି ଚର୍ଚ୍ଚାରେ । ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଚାଲିଛି । ଅନେକ ନେତା ମୁଖ୍ୟମନ୍ତ୍ରୀ ହେବାକୁ ନିଜ ନିଜ ଶୈଳୀରେ ଦଳର ହାଇକମାଣ୍ଡଙ୍କୁ ବାର୍ତା ଦେଉଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ସେ ତାଙ୍କ ପରିବାର ଲୋକଙ୍କ ସହ ଏକ ରେଷ୍ଟୁରାଂଟ ଯାଇଛନ୍ତି । ଯେଉଁଠାରେ ସେ ନୈଶ୍ୟ ଭୋଜିରେ ଯୋଗ ଦେଇଛନ୍ତି । ଖାଇବା ଥାଳିରେ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ କଥା ହେଉଛନ୍ତି । ଏବଂ ରେଷ୍ଟୁରାଂଟରେ ଏକ ଛୋଟ ପିଲାର ଜନ୍ମଦିନ କେକ ମଧ୍ୟ କାଟିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଅନେକ ନାମ ଚର୍ଚ୍ଚା ହେଉଛି । ନିର୍ବାଚନର ସଫଳତା ପଛରେ ପ୍ରଧାନମନ୍ତ୍ରୀଙ୍କ ପରେ ଦ୍ୱିତୀୟ ଶ୍ରେୟ ଯାଉଛି ଶିବରାଜ ସିଂହ ଚୌହାନଙ୍କୁ । ହେଲେ ଏବେ ରେସରେ ଅଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ, କୈଳାଶ ବିଜୟଭର୍ଗିଆ ଭଳି ନେତା । ତେବେ ଅନେକ ନେତା ପଦ ପାଇବାକୁ ଚାପରେ ଥିବା କୁହାଯାଉଥିବା ବେଳେ ଶିବରାଜ ସିଂଙ୍କ ଏହି ନୈଶ୍ୟ ଭୋଜି ଅନେକ ବର୍ତ୍ତା ଦେଉଛି । ଗୋଟିଏ ପଟେ କୁହାଯାଉଛି ମୁଖ୍ୟମନ୍ତ୍ରୀ ହେବା ନେଇ ‘ମାମା’ ବେଶୀ ଚିନ୍ତିତ ନୁହେଁ । କାରଣ ଏଯାବତ ସେ ୪ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି । ଏଥର ଯଦି ଆସନ ଅଳଙ୍କୃତ କରିବେ ତାହେଲେ ପଂଚମ ଥର ହେବେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଶିବରାଜ ନିଜ ସ୍ଥାନରେ ନିରବ ରହି ଶୀର୍ଷ ନେତୃତ୍ୱକୁ ବାର୍ତା ଦେବାକୁ ଚାହୁଁଛନ୍ତି ଯେ ସେ ପଦ ପାଇଁ ଆଦୌ ଲାଳାୟତ ନୁହନ୍ତି । ଏବଂ ସେ ଜଣେ ଶୃଙ୍ଖଳିତ ନେତା । ଦଳ ହାଇକମାଣ୍ଡଙ୍କ ଆଦେଶ ସର୍ବମାନ୍ୟ ।

The post କିଏ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ? ଦିଲ୍ଲୀରେ ଶୀର୍ଷ ନେତୃତ୍ୱ କାହା ଉପରେ ଢ଼ାଳିବେ ସୁନା କଳସ ଲାଗି ରହିଛି ଚର୍ଚ୍ଚା  first appeared on Kanak News.

from Kanak News
via <a href="https://ifttt.com/?

୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍: ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ

କନକ ବ୍ୟୁରୋ: ନୋଟ୍ ବଦଳାଇବାକୁ ପୁଣି ଭିଡ଼ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଭୁବନେଶ୍ୱର ଆରବିଆଇ ଆଗରେ ଲମ୍ବା ଲାଇନ୍ ଲାଗିଛି । ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଗୋଟିଏ ଆଧାର କାର୍ଡ଼ରେ ସର୍ବାଧିକ ୨୦ ହଜାର ଟଙ୍କା ବଦଳ ହୋଇପାରିବ ବୋଲି କୁହାଯାଇଛି । ଏହା ସତ୍ୱେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

The post ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଆରବିଆଇ ଆଗରେ ଲମ୍ବା ଲାଇନ୍: ଭିଡ଼କୁ ନଜରରେ ରଖି ଭୁବନେଶ୍ୱର ଆରବିଆଇ ଶାଖା ପକ୍ଷରୁ ନୂଆ ନିୟମ first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ବିଧାୟକ ମହନ୍ତ ବାଳମୁକୁନ୍ଦଙ୍କ ଭାଇରାଲ ଭିଡିଓ, ମୁସଲିମ ହୋଟେଲରେ ପଶି କର୍ମଚାରୀଙ୍କୁ ଧମକ

କନକ ବ୍ୟୁରୋ : ରାଜସ୍ଥାନରେ ବିଜେପି ବିଜୟୀ ହେବା ପରେ ଜୟପୁର ହବା ମହଲ ଆସନରୁ ବିଜେପି ଟିକେଟରୁ ବିଜୟୀ ହୋଇଥିବା ବିଧାୟକ ବାଲମୁକୁନ୍ଦ ଆଚାର୍ଯ୍ୟ ଆକ୍ସନ ମୋଡକୁ ଆସିଛନ୍ତି । ବିନା ପଞ୍ଜିକରଣରେ ଚାଲିଥିବା ଆମିଷ ଫୁଡ ଷ୍ଟଲ ଓ ହୋଟେଲଗୁଡିକୁ ବନ୍ଦ କରିବା ନେଇ ମୋର୍ଚ୍ଚା ଖୋଲିଛନ୍ତି । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଆମିଷ ହୋଟେଲ ଓ ଫୁଡଷ୍ଟଲଗୁଡିକୁ ବନ୍ଦ କରିବା ନେଇ କାହାକୁ ଆଦେଶ ଦେଉଛନ୍ତି ।

ଆମିଷ ହୋଟେଲ ଗୁଡିକୁ ବନ୍ଦ କରିବା ନେଇ ଅଲ୍ଟିମେଟ ଦେବା ପରେ ବାଲମୁକୁନ୍ଦ ନିଜ ସମର୍ଥକଙ୍କ ସହ ଉପରକାଶୀ ଅଞ୍ଚଳରେ ଥିବା ଏମ୍ ଏମ୍ ଖାନ ନାମକ ଏକ ହୋଟେଲରେ ପହଂଚିଥିଲା । ସେଠାରେ ସେ ହୋଟେଲ ମାଲିକଙ୍କୁ ଲାଇସେନ୍ସ ମାଗିଥିଲେ । ହୋଟେଲ ମାଲିକ ଲାଇସେନ୍ସ ନଦେବାରୁ ବିଧାୟକ ବାବା କହିଥିଲେ କି ତୁମେ ଏହି ସ୍ଥାନକୁ କରାଚୀ କରିବାକୁ ଚାହୁଁଛ, ହେଲେ ବାବା ବବାଲ ଅଟନ୍ତି । ତେଣୁ ସାବଧାନ । ଏହାସହ ବିଧାୟକ ବାବା ହୋଟେଲ ଭିତରେ ପଶି କର୍ମଚାରୀଙ୍କୁ ଧମକ ଚମକ ଦେଇଛନ୍ତି ।

ହବାମହଲ ଆସନରୁ ବିଜେପି ଟିକେଟରୁ ବିଧାୟକ ଭାବେ ବିଜୟୀ ହେବା ପରେ ମହନ୍ତ ବାଳମୁକୁନ୍ଦ ଆକ୍ସନ ମୋଡକୁ ଆସିଛନ୍ତି । ସୋମବାର ଦିନ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ସେ ଅଧିକାରୀମାନଙ୍କୁ ରାସ୍ତାକଡରେ ଥିବା ଆମିଷ ଫୁଡଷ୍ଟଲ ଓ ଆମିଷ ହୋଟେଲଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିବାର ଦେଖିବାକୁ ମିଳିଛି ।

The post ବିଜେପି ବିଧାୟକ ମହନ୍ତ ବାଳମୁକୁନ୍ଦଙ୍କ ଭାଇରାଲ ଭିଡିଓ, ମୁସଲିମ ହୋଟେଲରେ ପଶି କର୍ମଚାରୀଙ୍କୁ ଧମକ first appeared on Kanak News.

from Kanak News
via <a href="https://ifttt.com/?

୨୨ ଲକ୍ଷ ଟଙ୍କାର ମୋବାଇଲ ଚୋରାଇନେଲେ ଲୁଟେରା: ସିସିଟିଭିରେ ଚୋରି ସମୟର ଦୃଶ୍ୟ କଏଦ

କନକ ବ୍ୟୁରୋ: ରାଉରକେଲା କୋଏଲ ନଗର ଝିରପାଣି ମାର୍କେଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଚୋରି ସମୟର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନାମୀଦାମୀ କମ୍ପାନୀର ୯୭ଟି ମୋବାଇଲ ଲୁଟି ନେଇଛନ୍ତି ଲୁଟେରା । ଦୁଇ ଜଣ ଚୋର ଦୋକାନ ଭିତରେ ପଶି ଲୁଟ୍ପାଟ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ରାତି ପ୍ରାୟ ଗୋଟାଏରୁ ୨ଟା ଭିତରେ ଚୋରି କରିଛନ୍ତି ଲୁଟେରା । ୭ଟି ଆଇଫୋନ ସହ ୯୭ଟି ମୋବାଇଲ ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ । ଯାହାର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବା ବୋଲି କୁହାଯାଉଛି । ଦୋକାନ ଖୋଲିବାର ମାତ୍ର ୧୦ ଦିନ ପରେ ଏଭଳି ଘଟଣା ଘଟିଛି । ଦୋକାନ ମାଲିକ ଚନ୍ଦନ କୁମାର ଝା’ଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୋକାନରେ ମୋବାଇଲ ସହ ଟିଭି, ଫ୍ରିଜ୍, ୱାସିଂ ମେସିନ୍ ସମେତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ବିକ୍ରି କରୁଥିଲେ ଚନ୍ଦନ କୁମାର ଝା’ ।

The post ୨୨ ଲକ୍ଷ ଟଙ୍କାର ମୋବାଇଲ ଚୋରାଇନେଲେ ଲୁଟେରା: ସିସିଟିଭିରେ ଚୋରି ସମୟର ଦୃଶ୍ୟ କଏଦ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started