ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଜେପି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ରେସରେ ୪ ନେତା

କନକ ବ୍ୟୁରୋ: ରାଜସ୍ଥାନରେ ବିଜେପିକୁ ଅଡୁଆ ବସୁନ୍ଧରା ରାଜେ ସିନ୍ଧିଆ? ଏଭଳି ଚର୍ଚ୍ଚା ଏବେ ଜାତୀୟ ରାଜନୀତିରେ । ୪ ନାଁକୁ ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ଏ ନେଇ ଶୀର୍ଷ ନେତା କ’ଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ ଦାବିଦାର କୁହାଯାଉଥିବା ବସୁନ୍ଧରାଙ୍କୁ ୭୦ ଜଣ ବିଧାୟକ ଭେଟିଥିବା କୁହାଯାଉଛି । ଗୋଟିଏ ପଟେ ଦିଲ୍ଲୀରେ ବିଜେପିର ଶୀର୍ଷ ନେତା ସବୁ ଦିଗକୁ ବିଚାର କରୁଛନ୍ତି । ଯେପରି ନିଷ୍ପତି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପାଇଁ ବୁମେରାଂ ନହେବ । ଅନ୍ୟପଟେ ବସୁନ୍ଧରାଙ୍କୁ ୭୦ ବିଧାୟକ ଭେଟିବା ଦଳ ଭିତରେ ସିଏମ୍ ଚେହେରାକୁ ନେଇ ମତପାର୍ଥକ୍ୟ ରହିଛି ବୋଲି ଇଂଗିତ ଦେଉଛି । ବିଧାନସଭା ନିର୍ବାଚନ ବେଳେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରା, ଗେହଲଟ ସରକାରର ବିଫଳତାକୁ ମୁଦ୍ଦା କରି ୫ ବର୍ଷ ପରେ ପୁଣିଥରେ ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛି ବିଜେପି । ଏବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ସେ ନେଇ ଚାଲିଛି ଚର୍ଚ୍ଚା । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସମସ୍ତଙ୍କ ଅପେକ୍ଷା ରହିଛି । ଏହାରି ଭିତରେ ଅନେକ ନାଁ ଚର୍ତ୍ତା ହେଉଛି । ବସୁନ୍ଧରା ରାଜେ ପୂର୍ବରୁ ଦୁଇ ଦୁଇଥରର ମୁଖ୍ୟମନ୍ତ୍ରୀ ରହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ରେସରେ ଆଉ ଜଣେ ମହିଳା ଦିଆକୁମାରୀ ଆଗରେ ଅଛନ୍ତି । ସେ ବର୍ତମାନ ସାଂସଦ ଅଛନ୍ତି । ସେ ରାଜସ୍ଥାନର ଲୋକପ୍ରିୟ ରାଣୀ ଗାୟତ୍ରୀ ଦେବୀଙ୍କ ନାତୁଣୀ । ନିଜ ଅଂଚଳର ବିକାଶ କାମ ଯୋଗୁଁ ରାଜସ୍ଥାନରେ ତାଙ୍କର ଲୋକପ୍ରିୟତା ବଢିଛି । ସେହିପରି ଗଜେନ୍ଦ୍ର ସିଂ ଶେଖାୱତ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି । ଅଶୋକ ଗେହଲଟଙ୍କ ପ୍ରମୁଖ ବିରୋଧୀ ଭାବେ ଜଣାଶୁଣ।। ଅଲୱାରରୁ ସାଂସଦ ଥିବା ବାବା ବାଲକନାଥ ମଧ୍ୟ ଏବେ ଚର୍ଚ୍ଚାରେ ।

The post ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ? ବିଜେପି ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ରେସରେ ୪ ନେତା first appeared on Kanak News.

from Kanak News
via <a href="https://ifttt.com/?

ଋଣକ୍ଷେତ୍ର ସାଜିଲା ଚାଷ ଜମି । ଜମି ବିବାଦକୁ ନେଇ ଲଙ୍କାକାଣ୍ଡ , ଟ୍ରାକ୍ଟର ଚଢାଇ ୫ ଜଣଙ୍କୁ ହତ୍ୟା

କନକ ବ୍ୟୁରୋ : ସମ୍ପତ୍ତି ଆଗରେ ଫିକା ପଡିଲା ସଂପର୍କ । ଜମି ଜମା ବିବାଦରୁ ଗୋଟିଏ ପକ୍ଷର ଲୋକ ଅନ୍ୟପକ୍ଷର ଲୋକଙ୍କ ଉପରେ ଟ୍ରାକ୍ଟର ମଡାଇ ଦେବାରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ଜମିଜମାକୁ ନେଇ ସାଧାରଣ ବିବାଦରୁ ଉପୁଜିଥିବା ହିଂସା ଉଗ୍ର ରୂପ ନେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ରୁସ୍ତମପୁର ଥାନା ଅନ୍ତର୍ଗତ କର୍ମୋପୁର ଗ୍ରାମରେ । କିଛି ଜମି ପାଇଁ ଦୁଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ସେହି ଜମି ଉପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଉଭୟ ପକ୍ଷ ଗଣ୍ଡଗୋଳ ଲାଗିଥିବା ବେଳେ ଗୋଟିଏ ପକ୍ଷର ଲୋକ ଅନ୍ୟ ପକ୍ଷର ଲୋକଙ୍କ ଉପରେ ଟ୍ରାକ୍ଟର ମଡାଇ ଦେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିବା ପରେ ଥାନା ତରଫରୁ ୨ଟି ମାମଲା ରୁଜୁ କରାଯାଇଛି । ଏହାସହ ଉଭୟ ପକ୍ଷରୁ ଦୁଇଜଣଙ୍କୁ ପୋଲିସ ଗିରଫ କରି ଥାନାକୁ ନେଇଛି ।

The post ଋଣକ୍ଷେତ୍ର ସାଜିଲା ଚାଷ ଜମି । ଜମି ବିବାଦକୁ ନେଇ ଲଙ୍କାକାଣ୍ଡ , ଟ୍ରାକ୍ଟର ଚଢାଇ ୫ ଜଣଙ୍କୁ ହତ୍ୟା first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ: ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା

କନକ ବ୍ୟୁରୋ: ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇଛି । ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା । ଆନ୍ଧ୍ର ଉପକୂଳ ବାପଟଲାରେ ମାଡ଼ ହେବ ମିଗଜୋମ । ଗତ ୬ ଘଂଟା ହେଲା ଘଂଟା ପ୍ରତି ୧୧ କିଲୋମିଟର ବେଗରେ ଉତର ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୧୦୦ କିଲୋମିଟର ଓ ବାପଟଲାରୁ ୬୦ କିଲୋମିଟର ଦୂରରେ ରହିଛି ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଏବଂ ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା ରହିପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

The post ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ: ଆଗାମି ୨ଘଂଟା ଭିତରେ ସ୍ଥଳଭାଗ ଅତିକ୍ରମ କରିବ ଭୀଷଣ ବାତ୍ୟା first appeared on Kanak News.

from Kanak News
via <a href="https://ifttt.com/?

ପାଇପ୍ ଫାଟିଯିବାରୁ ଶବ ବ୍ୟବଚ୍ଛେଦ ଗୃହରେ ପଶିଥିଲା ନର୍ଦ୍ଦମା ପାଣି । ମରାମତି ପରେ ସ୍ୱାଭାବିକ ହୋଇଛି ସ୍ଥିତି

କନକ ବ୍ୟୁରୋ : ଏସସିବିରେ ଅଭାବନୀୟ ସ୍ଥିତି । ଶବ ବ୍ୟବଚ୍ଛେଦ ଗୃହରେ ଲହଡ଼ି ଭାଙ୍ଗିଲା ନର୍ଦ୍ଦମା ପାଣି । ଗତକାଲି ବିନା ବର୍ଷାରେ ଶବ ବ୍ୟବଚ୍ଛେଦ ଗୃହରେ ନର୍ଦ୍ଦମା ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା । ଫଳରେ ଶବ ବ୍ୟବଚ୍ଛେଦରେ ବାଧା ସୃଷ୍ଟି ହୋଇଥିଲା । ଏପରିକି ଘଣ୍ଟା ଘଣ୍ଟା ଧରି ମୃତଦେହ ବ୍ୟବଚ୍ଛେଦ ହୋଇନପାରି ପଡ଼ିରହିଥିଲା ।

ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଆନାଟୋମୀ ବିଭାଗରେ ଶବ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଥିଲା । ନିର୍ମାଣଧିନ କାମର ପାଇପ ଫାଟି ଯିବାରୁ ଏଭଳି ସ୍ଥିତି ଦେଖାଦେଇଥିଲା । ଏହାର ମରାମତି ପରେ ସ୍ୱାଭାବିକ ହୋଇଛି ଶବ ବ୍ୟବଚ୍ଛେଦ ।

The post ପାଇପ୍ ଫାଟିଯିବାରୁ ଶବ ବ୍ୟବଚ୍ଛେଦ ଗୃହରେ ପଶିଥିଲା ନର୍ଦ୍ଦମା ପାଣି । ମରାମତି ପରେ ସ୍ୱାଭାବିକ ହୋଇଛି ସ୍ଥିତି first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? କାହା ହାତରେ ନେତୃତ୍ୱର ଭାର ଦେବେ ବିଜେପିର ଶୀର୍ଷ ନେତୃତ୍ୱ । ପଢନ୍ତୁ, ସମ୍ପୂର୍ଣ୍ଣ ଷ୍ଟୋରୀ…

କନକ ବ୍ୟୁରୋ: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବିଜେପିକୁ ବହୁମତ ମିଳିବା ପରେ, ଏବେ ଏହି ୩ ରାଜ୍ୟରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଏହି ତିନି ରାଜ୍ୟରେ ଦଳ କୌଣସି ବି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିନଥିଲା । ନିର୍ବାଚନରେ କେବଳ ମୋଦୀଙ୍କ ଚେହେରାକୁ ନେଇ ଲୋକଙ୍କ ପାଖକୁ ଯାଇଥିଲା ବିଜେପି । ତେଣୁ ଏବେ ବହୁମତ ମିଳିବା ପରେ ଦଳ କେଉଁ ନେତାଙ୍କ ଉପରେ ନେତୃତ୍ୱ ଭାର ଦେଉଛି ତାକୁ ନେଇ ବଢିଛି ଚର୍ଚ୍ଚା ଆଉ ଆଲୋଚନା ।

ଛତିଶଗଡର ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ରହିଛନ୍ତି ତିନି ଥରର ମୁଖ୍ୟମନ୍ତ୍ରୀ ରମଣ ସିଂହ । ଏହାବାଦ୍ ଛତିଶଗଡ ବିଜେପି ଅଧ୍ୟକ୍ଷ ଅରୁଣ ସାବ, ସରୋଜ ପାଣ୍ଡେ, ରେଣୁକା ସିଂହ ଏବଂ ଓପି ଚୌଧୁରୀ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ହେଲେ ଛତିଶଗଡରେ କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସେଭଳି କୌଣସି ହଲଚଲ ଦେଖିବାକୁ ମିଳୁନାହିଁ । ରମଣ ସିଂହ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନରେ, ବିଧାୟକ ଦଳ ହିଁ ନିଷ୍ପତ୍ତି ନେବ ବୋଲି ଉତ୍ତର ରଖିଛନ୍ତି ।

ଅନ୍ୟପଟେ ମ ଧ୍ୟପ୍ରଦେଶରେ ମଧ୍ୟ ସେହି ସମାନ ସ୍ଥିତି । ମଧ୍ୟପ୍ରଦେଶରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳିସାରିଛି । ଆଉ ଦଳ ଏଠାରେ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ହେଲେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବଢିଛି ରାଜନୀତିର ପାରା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଦଳ ପୁଣିଥରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରେ ବୋଲି ଅନେକ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି । ନଚେତ୍ ପହ୍ଲାଦ ପଟେଲ, ନରେନ୍ଦ୍ର ସିଂହ ତୋମାର, କୈଳାସ ବିଜୟବର୍ଗୀୟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜସ୍ଥାନରେ କାହାକୁ ମୁଖ୍ୟମନ୍ତ୍ରୀ ବାଛିବ ସେନେଇ ଅଧିକ ଟେନସନରେ ଅଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିଏମ୍ ରେସର ସବୁଠୁ ଆଗରେ ରହିଛନ୍ତି । ଏମିତିକି ନିର୍ବାଚନ ଫଳାଫଳ ବାହାରିବା ପରେ ସେ ହିଁ ଏକମାତ୍ର ନେତା ଭାବେ ସକ୍ରିୟ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୬୮ ବିଧାୟକଙ୍କ ସହ କଥା ହେଇସାରିଥିବାବେଳେ, ୨୮ ଜଣ ବିଧାୟକଙ୍କୁ ଭେଟି ମଧ୍ୟ ସାରିଲେଣି । ତେଣୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାବାଦ୍, ଦିୟା କୁମାରୀ, ଓମ ବିର୍ଲା, ଭୁପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବାବା ବାଲକନାଥଙ୍କ ଭଳି ନେତା ମଧ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ତେଣୁ ଏମାନଙ୍କ ଭିତରୁ କେଉଁ ନେତାଙ୍କୁ ଦଳ ଦାୟିତ୍ୱ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

The post ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? କାହା ହାତରେ ନେତୃତ୍ୱର ଭାର ଦେବେ ବିଜେପିର ଶୀର୍ଷ ନେତୃତ୍ୱ । ପଢନ୍ତୁ, ସମ୍ପୂର୍ଣ୍ଣ ଷ୍ଟୋରୀ… first appeared on Kanak News.

from Kanak News
via <a href="https://ifttt.com/?

ଭିସା ନିୟମରେ ବ୍ୟାପକ ପରିବର୍ତ୍ତନ କଲା ବ୍ରିଟେନ । କେଉଁ  ଭାରତୀୟମାନେ ପ୍ରଭାବିତ ହେବେ ?

ବ୍ରିଟେନ ଏହାର ଭିସା ନିୟମ ପରିବର୍ତ୍ତନ କରିଛି । ଯଦିଓ ଏହା ସମସ୍ତ ଦେଶକୁ ପ୍ରଭାବିତ କରିବ କିନ୍ତୁ ଭାରତ, ଯେଉଁଠାରୁ ବହୁସଂଖ୍ୟାରେ ଲୋକମାନେ ଅଧ୍ୟୟନ, ଚାକିରି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବ୍ରିଟେନ ଯାଆନ୍ତି ।  ଏହା ନୂତନ ନିୟମ ଦ୍ୱାରା ସେମାନେ ପ୍ରଭାବିତ ହୋଇପାରନ୍ତି । ବ୍ରିଟେନରେ ନୂତନ ନିୟମ ଆସନ୍ତା ବର୍ଷ ୨୦୨୪ ରୁ କାର୍ଯ୍ୟକାରୀ ହେବ ।ବ୍ରିଟେନରେ ଏହି ନିଷ୍ପତ୍ତି ନିଆଯାଇଛି କିନ୍ତୁ ଏହାର ପ୍ରତିଧ୍ଵନି  ଅନେକ ଦେଶରେ ଶୁଣିବାକୁ ମିଳୁଛି । ବ୍ରିଟିଶ ସରକାରଙ୍କ ନିଷ୍ପତ୍ତି ବିଷୟରେ ଭାରତରେ ବିଶେଷ ଭାବେ ଆଲୋଚନା ହେଉଛି । ବ୍ରିଟେନକୁ ଆସୁଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ରୁଷି ସୁନକଙ୍କ ସରକାର କିଛି କଠୋର ପଦକ୍ଷେପ ନେଇଛନ୍ତି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରିଟେନକୁ ଆସୁଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନଠାରୁ ତାଙ୍କ ପରିବାର ସଦସ୍ୟଙ୍କୁ ସେଠାକୁ ନେଇପାରିବେ ନାହିଁ । ଏହାପରି କଠୋର କଟକଣା ମଧ୍ୟରେ ଏକ ଭଲ ଖବର ମଧ୍ୟ ଅଛି । ବ୍ରିଟେନ ସରକାର କୁଶଳୀ ଚାକିରି(ସ୍କିଲଡ୍ ଜବ) ପାଇଁ ପାରିଶ୍ରମିକରେ ବହୁତ ବୃଦ୍ଧି କରିଛନ୍ତି ।

ଗତ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବ୍ରିଟେନକୁ ଆସୁଥିବା କୁଶଳୀ ଶ୍ରମିକମାନଙ୍କ ମଧ୍ୟରେ  ଭାରତୀୟମାନଙ୍କ ପ୍ରାଧାନ୍ୟ ରହିଛି ।  ଏହି ଶ୍ରମିକମାନଙ୍କ ବ୍ୟତୀତ ମେଡିକାଲରେ କାର୍ଯ୍ୟ କରୁଥିବା ଏବଂ ଅନେକ ଛାତ୍ର ଗତ ବର୍ଷ ବ୍ରିଟେନର ଭିସା ନେଇଥିଲେ । ଗତ ବର୍ଷ ବିଭିନ୍ନ ବର୍ଗରେ ବ୍ରିଟେନକୁ ଭିସା ଆବେଦନ କରୁଥିବା ଲୋକଙ୍କ ମଧ୍ୟରେ ଭାରତୀୟମାନେ ଶୀର୍ଷରେ ରହିଥିଲେ । ଛାତ୍ର ଭିସା ବର୍ଗରେ ଭାରତୀୟଙ୍କ ସର୍ବାଧିକ ଅଂଶ ଥିଲା। ଭାରତୀୟ ଛାତ୍ରମାନେ ନୂତନ ସ୍ନାତକୋତ୍ତର ଭିସା ସ୍କିମ୍ ରେ ବ୍ରିଟେନକୁ ଯାଉଛନ୍ତି । ଗତ ବର୍ଷ ଏହି ବ୍ୟବସ୍ଥା ଅଧୀନରେ ଦିଆଯାଇଥିବା ଅନୁଦାନର ପ୍ରାୟ ୪୩  ପ୍ରତିଶତ ଅନୁଦାନ ଭାରତୀୟମାନେ ନେଇଥିଲେ ।

କେତେ ଭାରତୀୟ ଭିସା ପାଇଁ ଆବେଦନ କରିଥିଲେ ? 

ଗତ ବର୍ଷ ବ୍ରିଟେନରେ କୁଶଳୀ ଶ୍ରମିକଙ୍କ ସଂଖ୍ୟାରେ ପ୍ରାୟ ୯  ପ୍ରତିଶତ ବୃଦ୍ଧି ଘଟିଥିଲା । ଏଥି ସହିତ ଗତ ବର୍ଷ ବ୍ରିଟେନରେ ସ୍ୱାସ୍ଥ୍ୟ ଏବଂ ଦେଖାରଖା(କେୟାର ଟେକର) ଭିସା ବୃଦ୍ଧିରେ ଦୁଇଗୁଣରୁ ଅଧିକ ରେକର୍ଡ କରାଯାଇଥିଲା । ଗତ ବର୍ଷ ବ୍ରିଟେନରେ ଭିସା ପାଇଁ ଆବେଦନ କରିଥିବା ଅଧିକାଂଶ ଲୋକ ଭାରତ, ନାଇଜେରିଆ ଏବଂ ଜିମ୍ବାୱେରୁ ଆସିଥିଲେ ଗତ ବର୍ଷ ପ୍ରାୟ ୧ ଲକ୍ଷ ୩୪ ହଜାର ଭାରତୀୟ ଛାତ୍ରଙ୍କୁ ଭିସା ଅନୁଦାନ ଦିଆଯାଇଥିଲା । ପର୍ଯ୍ୟଟନ ପାଇଁ ଆବେଦନ କରାଯାଇଥିବା ଭିସାରେ ଭାରତୀୟଙ୍କ ଅନୁପାତ ମଧ୍ୟ ସର୍ବାଧିକ ଥିଲା । ୨୭  ପ୍ରତିଶତ ଭାରତୀୟ ପର୍ଯ୍ୟଟକ ଭାବରେ ବ୍ରିଟେନ ଭିସା ପାଇଁ ଆବେଦନ କରିଥିଲେ, ଯାହା ପଡୋଶୀ ଚୀନ୍ ଠାରୁ ଅଧିକ ଥିଲା ।

ରୁଷି ସୁନକ ସରକାରଙ୍କ ଉପରେ ଚାପ ରହିଛି

ବ୍ରିଟେନରେ ପରିବର୍ତ୍ତନ ହୋଇଥିବା ନୂତନ ନିୟମ ଆସନ୍ତା ବର୍ଷ ୨୦୨୪ ଠାରୁ କାର୍ଯ୍ୟକାରୀ ହେବ । ନୂତନ ଇମିଗ୍ରେସନ ନିୟମ ସମ୍ପର୍କରେ ବ୍ରିଟିଶ ସରକାର କହିଛନ୍ତି ଯେ ଏହା ପ୍ରତିବର୍ଷ ବ୍ରିଟେନକୁ ଆସୁଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବ । ଗୃହ ସଚିବ ଜେମ୍ସ କ୍ଲିଭର୍ଲି ଏହି ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ଅଣ ସ୍ୱୀକୃତିପ୍ରାପ୍ତ ଇମିଗ୍ରେସନ ହ୍ରାସ ପାଇଁ ବ୍ରିଟେନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବିଦେଶରୁ କାମ କରିବା ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା  ହ୍ରାସ ପାଇଁ ରୁଷି ସୁନକଙ୍କ ସରକାର ପୂର୍ବରୁ ଅତିରିକ୍ତ ଚାପରେ ଅଛନ୍ତି । ବ୍ରିଟେନର ଏହି ନିଷ୍ପତ୍ତିକୁ ଅନେକ ସର୍କଲରେ ମଧ୍ୟ ସମାଲୋଚନା କରାଯାଉଛି । ଏହା କୁହାଯାଉଛି ଯେ ଏହା ବ୍ରିଟେନକୁ ଆସୁଥିବା କୁଶଳୀ ଲୋକଙ୍କ ସଂଖ୍ୟା ହ୍ରାସ କରିବ ।

The post ଭିସା ନିୟମରେ ବ୍ୟାପକ ପରିବର୍ତ୍ତନ କଲା ବ୍ରିଟେନ । କେଉଁ  ଭାରତୀୟମାନେ ପ୍ରଭାବିତ ହେବେ ? first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟା ପ୍ରଭାବ : ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

କନକ ବ୍ୟୁରୋ : ବାତ୍ୟା ପ୍ରଭାବରେ ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୋହନାରେ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସେହିପରି ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ତେବେ ଓଡିଶା ଉପରେ ସେଭଳି କୌଣସି ପ୍ରଭାବ ନାହିଁ ବୋଲି ଆଇଏମଡି ସ୍ପଷ୍ଟ କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆଜି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ତିନୋଟି ଜିଳ୍ଲାକୁ ଅରେଂଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡା ରେ ୭ରୁ ୨୦ ସେଂଟିମିଟର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ୮ଟି ଜିଲ୍ଲାରେ ବର୍ଷା ନେଇ ଜାରି ହୋଇଛି ୟୋଲୋ ୱାର୍ଣ୍ଣିଂ ।

The post ବାତ୍ୟା ପ୍ରଭାବ : ଆସନ୍ତାକାଲି ଗଜପତି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା first appeared on Kanak News.

from Kanak News
via <a href="https://ifttt.com/?

ଆରପାରିରେ ‘ସିଆଇଡି’ ଇନ୍ସପେକ୍ଟର । ହାର୍ଟ ଆଟାକ୍ ପରେ ହସ୍ପିଟାଲରେ ହେଇଥିଲେ ଭର୍ତ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ।

କନକ ବ୍ୟୁରୋ: ଆରପାରିରେ ଲୋକପ୍ରିୟ ଟିଭି ସୋ’ ସିଆଇଡିର ଇନ୍ସପେକ୍ଟର ଫ୍ରେଡିକ୍ସ । ଏହି ଚରିତ୍ରରେ ଅଭିନୟ କରୁଥିବା ଦିନେଶ ଫଡନୀଶଙ୍କର ଆଜି ଦେହାନ୍ତ ଘଟିଛି । ତେବେ କିଛି ଦିନ ହେଲା ହାର୍ଟ ଆଟାକ୍ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଡିସେମ୍ବର ୫ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଦିନେଶ ଫଡନୀଶ ଗତ କିଛି ଦିନ ଧରି ଆଇସିୟୁରେ ମୃତ୍ୟୁ ସହ ଯୁଦ୍ଧ ଲଢୁଥିଲେ । ହେଲେ ଆଜି ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କର ବନ୍ଧୁ ତଥା ସିଆଇଡିରେ ତାଙ୍କର ସାଥୀ ଅଭଇନେତା ଦୟାନନ୍ଦ ସେଟ୍ଟୀ ସୂଚନା ଦେଇଛନ୍ତି ।

ଲୋକପ୍ରିୟ ଟିଭି ସୋ ସିଆଇଡି ଜରିଆରେ ବେଶ ଲୋକପ୍ରିୟ ହେଇଥିଲେ ଦିନେଶ । ଏହି ସୋରେ ସେ ଇନ୍ସପେକ୍ଟର ଭୂମିକାରେ ନଜର ଆସୁଥିଲେ । ତାଙ୍କ ଚରିତ୍ରକୁ ଦର୍ଶକମାନେ ବେଶ ପସନ୍ଦ କରୁଥିବାବେଳେ, ଲଗାତାର ସେ ବି ସ୍କ୍ରିନରେ ଚମକ୍ରାର ଅଭିନୟ ଜାରି ରଖିଥିଲେ । ତେବେ ୫୭ ବର୍ଷ ବୟସରେ ତାଙ୍କର ଆରପାରିକୁ ଯିବା ତାଙ୍କ ଫ୍ୟାନ୍ସକୁ ଦୁଃଖ ଦେଇଛି ।

The post ଆରପାରିରେ ‘ସିଆଇଡି’ ଇନ୍ସପେକ୍ଟର । ହାର୍ଟ ଆଟାକ୍ ପରେ ହସ୍ପିଟାଲରେ ହେଇଥିଲେ ଭର୍ତ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ । first appeared on Kanak News.

from Kanak News
via <a href="https://ifttt.com/?

ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ମୋଦୀ ଗ୍ୟାରେଣ୍ଟିକୁ ନେଇ ବଢିଲା ଚର୍ଚ୍ଚା । ବିରୋଧୀ ମାଳ ମାଳ ମାଗଣା ଯୋଜନା ଘୋଷଣା କରିଥିଲେ ବି ମୋଦୀ ଗ୍ୟାରେଣ୍ଟି ଆଗରେ ସବୁ ପଡିଲା ଫିକା

କନକ ବ୍ୟୁରୋ : ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ମୋଦୀ ଗ୍ୟାରେଣ୍ଟିକୁ ନେଇ ବଢିଲା ଚର୍ଚ୍ଚା । ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା ବିଜେପି । ବିରୋଧୀ ମାଳ ମାଳ ମାଗଣା ଯୋଜନା ଘୋଷଣା କରିଥିଲେ ବି ମୋଦୀ ଗ୍ୟାରେଣ୍ଟି ଆଗରେ ସବୁ ପଡିଲା ଫିକା । ‘ମୋଦୀ କି ଗ୍ୟାରେଣ୍ଟି’ ଉପରେ ଭରସା କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଅନ୍ୟ ମାନଙ୍କର ଗ୍ୟାରେଣ୍ଟି ଯେଉଁଠି ଶେଷ ହୁଏ ସେଠାରୁ ମୋଦୀଙ୍କ ଗ୍ୟାରେଣ୍ଟି ଆରମ୍ଭ ହୂୁଏ ବୋଲି ମୋଦୀ ନିର୍ବାଚନ ପ୍ରଚାର ବେଳେ ବାର ବାର କହିଥିଲେ । ଏବଂ କଂଗ୍ରେସର ୬ଗ୍ୟାରେଣ୍ଟିକୁ କାଉଁଟର କରିଥିଲେ ମୋଦୀ ।

ସେହିପରି ଡବଲ ଇଞ୍ଜିନ ସରକାର ପାଇଁ ବିଜେପିକୁ ଭୋଟ୍ ଦେବାକୁ କହିଥିଲେ । ୩ଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ମୋଦୀଙ୍କ ଲୋକପ୍ରିୟତା ବୋଲି କୁହାଯାଉଛି । ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ଦଳକୁ ଝଟକା ଲାଗିଥିଲେ ବି ଦଳ ନିଜର ଷ୍ଟାର କ୍ୟାମ୍ପେନର ଉପରେ ଭରସା ରଖିଥିଲା । ମଧ୍ୟପ୍ରଦେଶରେ ଦଳ ସରକାର ବଜାୟ ରଖିବାରେ ସଫଳ ହୋଇଛି । ରଜ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ମୋଦୀ ନେଇଥିବା କହି ଲୋକଙ୍କ ଭିତରେ ବିଶ୍ୱାସ ଦେଇଥିଲେ । ଏବଂ ମୋଦୀ ଗ୍ୟାରେଣ୍ଟି କଥା ପ୍ରତି ଥର ନିର୍ବାଚନୀ ପ୍ରଚାରରେ ଦୋହରାଇଥିଲେ ।

The post ହିନ୍ଦୀ ହାର୍ଟଲ୍ୟାଣ୍ଡ ବିଜୟ ପରେ ମୋଦୀ ଗ୍ୟାରେଣ୍ଟିକୁ ନେଇ ବଢିଲା ଚର୍ଚ୍ଚା । ବିରୋଧୀ ମାଳ ମାଳ ମାଗଣା ଯୋଜନା ଘୋଷଣା କରିଥିଲେ ବି ମୋଦୀ ଗ୍ୟାରେଣ୍ଟି ଆଗରେ ସବୁ ପଡିଲା ଫିକା first appeared on Kanak News.

from Kanak News
via <a href="https://ifttt.com/?

ବ୍ରହ୍ମପୁର ଏମକେସିଜିରେ ପ୍ରସବ ବେଳେ ଆଖି ବୁଜିଦେଲେ ଯୁବତୀ । କୁଆଁରୀ ମାଆ ବୋଲି ଅନାଥ ଝିଅଟିକୁ ମିଳିଲାନି ଉପଯୁକ୍ତ ଯତ୍ନ 

କନକ ବ୍ୟୁରୋ : ସଭ୍ୟ ସମାଜରେ ମାନବିକତା ମରିଯାଉଥିବାର ଖବର ଅନେକ ସମୟରେ ଆସେ । ଏହା ଆମକୁ ବିଚଳିତ କରେ, ଆଉ ଅସମୟରେ କାହିଁକି ସହାୟତାର ହାତ  ବଢିଆସୁନି, ସେନେଇ ଆମେ ଚିନ୍ତାପ୍ରକଟ କରୁ । ଆଉ ଏବେ ଯେଉଁ ଖବର ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ, ତାହା ଆପଣଙ୍କୁ ହଜାରେ ଥର ଚିନ୍ତା କରିବାକୁ ବାଧ୍ୟ କରିବ ଯେ ପ୍ରକୃତରେ କଣ ମଣିଷପଣିଆ ସମାଜରେ ଅଛି ।

ଆଜି ଆମେ ଏକ କୁଆଁରୀ ମା’ର ଯନ୍ତ୍ରଣା ଜର୍ଜରିତ ମୃତ୍ୟୁର କାହାଣୀ କହିବୁ । କାହଣୀ କିଛି ଏମିତି । ଗଞ୍ଜାମ ବଡଗଡ ଥାନା ଟିଣିଟିଣାପଲ୍ଲୀ ଗାଁ । ଗାଁର ବାପାମା ନଥିବା ଅନାଥ ଝିଅଟିଏ । ବାପା ମା ନାହାନ୍ତି, ଭାଇ ଭଉଣୀ ନାହାନ୍ତି, ଯାହାକୁ ଆମେ ଅନାଥ ବା ବେସାହାରା ବୋଲି କହୁ । ଜେଜେମା ଓ ଜେଜେବାପାଙ୍କ ପାଖରେ ରହି କଷ୍ଟରେ ଦଶମ ପର୍ଯ୍ୟନ୍ତ ପାଠ ପଢିଛି ଝିଅଟି । ବୟସ ବଢିବା ପରେ, କେଉଁ ଗୋଟିଏ ଦୁର୍ବଳ ମୁହୁର୍ତରେ ପାଖ ଗାଁର ଜଣେ ଯୁବକକୁ ଭଲପାଇବସେ । ସମ୍ପର୍କ ବଢିବା ପରେ ପ୍ରେମିକର ମିଠା ମିଠା କଥାରେ ଭଳିଯାଇ ଝିଅଟି ଗର୍ଭବତୀ ହୁଏ । କୁମାରୀ ମାତୃତ୍ୱ ପାଇଁ ଲୋକଲଜ୍ଜ୍ୟା ଭୟରେ ଝିଅଟିକୁ ଘରୁ ତଡିଦିଅନ୍ତି ଜେଜମା । ଏକୁଟିଆ ଝିଅଟି ପ୍ରସବ ପାଇ ଧରାକୋଟ ହସ୍ପିଟାଲକୁ ଯାଏ, ଆଉ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଏ । ଆଉ ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମଦେବା ପରେ ଏହି କୁଆଁରୀ ମା’ଟିର ମୃତ୍ୟୁ ହୁଏ ।

କାହାଣୀ ଏତିକିରେ ସରୁନି । ଜନ୍ମିତ ଶିଶୁଟିକୁ ହସ୍ପିଟାଲରୁ ଗାଏବ କରିଦିଆଯାଏ । ଏପଟେ ହସ୍ପିଟାଲରୁ ଶବ ନେବାକୁ ନା ପରିବାରଲୋକେ, ନା ସମ୍ପର୍କୀୟ ନା ଗାଁଲୋକେ, ସମସ୍ତେ ଅମଙ୍ଗ ହେଲେ । ଆଉ ୪ଦିନ ପର୍ଯ୍ୟନ୍ତ ଶବ ସଂରକ୍ଷଣ ଗୃହରେ ଶବ ପଡିରହିଲା । ଶେଷରେ ଏକ ସାମାଜିକ ସଂଗଠନ ଓ ସ୍ଥାନୀୟ ସାମ୍ବାଦିକ ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ସଂସ୍କାର କରାଯାଇଛି । ସେପଟେ ଥାନାରେ କୌଣସି ମାମଲା ହୋଇନଥିବାରୁ ଯୁବତୀଙ୍କ ଏଭଳି ଅବସ୍ଥା ସମ୍ପର୍କରେ କୌଣସି ତଦନ୍ତ ହୋଇନାହିଁ ।

The post ବ୍ରହ୍ମପୁର ଏମକେସିଜିରେ ପ୍ରସବ ବେଳେ ଆଖି ବୁଜିଦେଲେ ଯୁବତୀ । କୁଆଁରୀ ମାଆ ବୋଲି ଅନାଥ ଝିଅଟିକୁ ମିଳିଲାନି ଉପଯୁକ୍ତ ଯତ୍ନ  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started