ଭାରତ ଆସିବେ ଓମାନର ସୁଲତାନ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗୁରୁତ୍ବପୁର୍ଣ ଗସ୍ତ

ଓମାନର ସୁଲତାନ ହାଥମ୍-ବିନ୍-ତାରିକ୍ ଖୁବ୍ ଶୀଘ୍ର ଭାରତ ଗସ୍ତ କରିବାକୁ ଯାଉଛନ୍ତି । ଏହି ଗସ୍ତକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରାଯାଉଛି କାରଣ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହା ହେଉଛି କୌଣସି ଆରବ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଭାରତ ଗସ୍ତ ।

ଆମର ସମସ୍ତ ପଡୋଶୀ ଦେଶ ମଧ୍ୟରେ, ଆରବ ଗଲ୍ଫର କିଛି ଦେଶ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦେଶ ମଧ୍ୟରୁ ଗୋଟିଏ ହେଉଛି ଓମାନ । ଯାହାର ସୁଲତାନ ହାଥମ୍ ବିନ୍ ତାରିକ୍ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ଏହି ଯାତ୍ରା ଏହି ମାସ ଅର୍ଥାତ ଡିସେମ୍ବରର ଦ୍ଵିତୀୟାର୍ଦ୍ଧରେ ହୋଇପାରେ

। ଓମାନର ସୁଲତାନଙ୍କ ଏହି ଗସ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି କାରଣ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏହା ଯେ କୌଣସି ଆରବ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଭାରତ ଗସ୍ତ ।  ଏହି ଗସ୍ତ ଆଉ ଏକ ଦୃଷ୍ଟିରୁ ମଧ୍ୟ ବିଶେଷ କାରଣ ପଶ୍ଚିମ ଏସିଆର ପରିସ୍ଥିତିକୁ ନେଇ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏକ ବିଶେଷ ଆଲୋଚନା ହୋଇପାରେ ।

କେବେ ଭାରତ ଗସ୍ତରେ ଅସିବେ ?

ବିଶ୍ୱାସ କରାଯାଏ ଯେ ଓମାନର ସୁଲତାନଙ୍କ ଗସ୍ତ ଡିସେମ୍ବରର ଦ୍ଵିତୀୟାର୍ଦ୍ଧରେ ଅର୍ଥାତ ୧୫-୧୬ ଡିସେମ୍ବର ମଧ୍ୟରେ ହୋଇପାରେ ।  ଜି -20 ସମ୍ମିଳନୀରେ ଓମାନ ଭାରତର ଅତିଥି ଦେଶ ଭାବରେ  ଥିଲା, କିନ୍ତୁ, ଓମାନ ସୁଲତାନ ସେତେବେଳେ ଭାରତ ଗସ୍ତରେ ଆସିପାରିନଥିଲେ। ଜି -20 ବୈଠକର ଅନୁପସ୍ଥିତିକୁ ଏହି ଗସ୍ତ ସହିତ ଯୋଡି ଦେଖିଲେ ଏହି ଯାତ୍ରା ସୁଲତାନଙ୍କ ପାଇଁ କ୍ଷତିପୂରଣ ବୋଲି କୁହାଯାଉଛି । ମସ୍କାଟ ଗସ୍ତ ସମୟରେ ଏନଏସଏ ଅଜିତ ଡୋଭାଲ ଓମାନର ସୁଲତାନଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଥିଲେ ।

ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଓମାନର ଆଭିମୁଖ୍ୟ

ଅନ୍ୟ ଗଲ୍ଫ ଦେଶମାନଙ୍କ ପରି ଓମାନ ମଧ୍ୟ ଇସ୍ରାଏଲ-ହାମାସ ଯୁଦ୍ଧ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିଛି । ଓମାନ କହିବା କଥା ଯେ ଗାଜାରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଉଚିତ୍ । ଏହା ବ୍ୟତୀତ ଗାଜାରେ ହୋଇଥିବା ଆକ୍ରମଣର ମଧ୍ୟ ଯାଞ୍ଚ କରାଯିବା ଉଚିତ । ଗତ ମାସରେ ଆମେରିକାର ରାଷ୍ଟ୍ରପତି ଜୋ ବାଈଡେନଙ୍କ ସହ ଏକ ବାର୍ତ୍ତାଳାପରେ ଓମାନର ସୁଲତାନ ହାଇଥାମ ବିନ ତାରିକ ଅନ୍ତର୍ଜାତୀୟ ମାନବିକ ଆଇନ ଏବଂ ପାଲେଷ୍ଟାଇନବାସୀଙ୍କ ଅଧିକାରକୁ ସମ୍ମାନ ତଥା ସମ୍ମାନର ଗୁରୁତ୍ୱ ବିଷୟରେ କହିଥିଲେ ।

ଓମାନ ଏବଂ ଭାରତ ମଧ୍ୟରେ ସମ୍ପର୍କ

ଦୁଇ ଦେଶ ମଧ୍ୟରେ ଅତୀତର ସମ୍ପର୍କ ବିଷୟରେ କହିବାକୁ ଗଲେ ଓମାନ ହେଉଛି ପ୍ରଥମ ଗଲ୍ଫ ଦେଶ ଯିଏକି ଭାରତ ସହିତ ଆନୁଷ୍ଠାନିକ ସାମରିକ ସମ୍ପର୍କ ସ୍ଥାପନ କରିଛି । ଓମାନ ହେଉଛି ଆରବ ଗଲ୍ଫରେ ଭାରତର ନିକଟତମ ଏବଂ ବିଶ୍ୱସ୍ତ ପ୍ରତିରକ୍ଷା ସହଯୋଗୀ । ଏଥିସହ ଓମାନ ଭାରତୀୟ ନୌସେନାକୁ ଏହାର ରଣନୈତିକ ବନ୍ଦର ଡୁକମକୁ ବ୍ୟବହାର କରିବାକୁ ଅନୁମତି ଦେଇଛି । ରାଜନୈତିକ ଦୃଷ୍ଟିରୁ ଓମାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବିକୁ ସମର୍ଥନ କରୁଛି । ଓମାନରେ ପ୍ରାୟ ୭୦୦,୦୦୦ ଭାରତୀୟ ବାସ କରୁଛନ୍ତି ।

 

The post ଭାରତ ଆସିବେ ଓମାନର ସୁଲତାନ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗୁରୁତ୍ବପୁର୍ଣ ଗସ୍ତ first appeared on Kanak News.

from Kanak News
via <a href="https://ifttt.com/?

ଆଜି ଜେଲରୁ ବାହାରିବେ ଅର୍ଚ୍ଚନା ନାଗ । ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଜେଲରୁ ବାହାରିବେ । ଗତକାଲି ତାଙ୍କୁ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ତେଣୁ ସେ ଆଜି ଜେଲରୁ ବାହାରିବେ ବୋଲି ସୂଚନା ରହିଛି । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ଅର୍ଚ୍ଚନାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ ।

ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଇଡି ମାମଲାରେ ଛନ୍ଦି ହୋଇ ଜେଲରେ ଥିଲେ । କିନ୍ତୁ ଗତକାଲି ହାଇକୋର୍ଟ ତାଙ୍କୁ ଏହି ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି । ଗତବର୍ଷ ଅକ୍ଟୋବର ୬ରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ବେଆଇନ୍ କାର୍ଯ୍ୟକଳାପ ଓ କଳାଟଂକା ମାମଲା ସାମ୍ନାକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା । ପରେ ଡିସେମ୍ବର ୧୩ରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା । ଏବେ ନଜର ପକାନ୍ତୁ କଣ ରହିଛି ଅର୍ଚ୍ଚନା ନାଗଙ୍କ ପାଇଁ ସର୍ତ ।

The post ଆଜି ଜେଲରୁ ବାହାରିବେ ଅର୍ଚ୍ଚନା ନାଗ । ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିଲା ପଦ୍ମପୁର ଜିଲ୍ଲା ମାନ୍ୟତା ଆଶା । ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ବଢ଼ିଲା ପଦ୍ମପୁର ଜିଲ୍ଲା ମାନ୍ୟତା ଆଶା । ପଦ୍ମପୁରରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ କରିଛନ୍ତି ଉତରାଞ୍ଚଳ ଆରଡିସି । ଏହାସହ ବିଭିନ୍ନ ଅଫିସ ଖୋଲିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଆରଡିସିଙ୍କ ସହ ବରଗଡ଼ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆର୍ଏନଡି ଇଞ୍ଜିନିୟର, ବରଗଡ଼ ସିଡିଏମ୍, ପଦ୍ମପୁର ତହସିଲଦାର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ।

ପଦ୍ମପୁରକୁ ଦୀର୍ଘ ଦିନ ହେବ ଜିଲ୍ଲା ମାନ୍ୟତା ପାଇଁ ଦାବି କରାଯାଇ ଆସୁଛି । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପଦ୍ମପୁରୀକୁ ଜିଲ୍ଲା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯାହା ଖୁବଶୀଘ୍ର ଏହି ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି । ନୂତନ ଜିଲ୍ଲା ହେବା ପରେ ପଦ୍ମପୁରବାସୀ ବିଭିନ୍ନ ଯୋଜନାର ଫାଇଦା ପାଇବେ ।

The post ବଢ଼ିଲା ପଦ୍ମପୁର ଜିଲ୍ଲା ମାନ୍ୟତା ଆଶା । ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ । ୧୨ ଗୁରୁତର

କନକ ବ୍ୟୁରୋ : ଟିଟିଲାଗଡ଼ରେ ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ । ୧୨ ଗୁରୁତର ହୋଇଛନ୍ତି । ଏଥିମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁର ଭୁଏପଡା ଗାଁରୁ ପ୍ରାୟ ୨୦-୨୫ ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡାକୁ ବଣଭୋଜି କରିବାକୁ ଯାଉଥିଲେ ।

ଏହି ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପଟି ଓଲଟି ପଡିଥିଲା । ଗୁରୁତର ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ମଧ୍ୟରେ ସ୍ଥାନୀୟ ଲୋକେ ଟିଟିଲାଗଡ଼ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ଏବେ ଆହତଙ୍କ ଚିକିତ୍ସା ଚାଲିଛି । ହେଲେ ଏବେ ସୁଦ୍ଧା କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି ।

The post ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ । ୧୨ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ଜିଲ୍ଲା ଦାବିରେ କଣ୍ଟାବାଞ୍ଜିରେ ପ୍ରତିବାଦ । ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା ସଂଘର୍ଷ ସମିତି

କନକ ବ୍ୟୁରୋ : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ । ଜିଲ୍ଲା ସଂଘର୍ଷ ସମିତିର ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି । ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ଆଜି ବନ୍ଦ ରହିଛି ।

ତେବେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି । ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଜିଲ୍ଲା ସଂଘର୍ଷ ସମିତିର କର୍ମକର୍ତା ମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜିର ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ।

The post ଜିଲ୍ଲା ଦାବିରେ କଣ୍ଟାବାଞ୍ଜିରେ ପ୍ରତିବାଦ । ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା ସଂଘର୍ଷ ସମିତି first appeared on Kanak News.

from Kanak News
via <a href="https://ifttt.com/?

ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ପରେ ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଲନାଥ । ଦଳୀୟ କର୍ମକର୍ତାଙ୍କୁ ସାକ୍ଷାତ ନକରି ଶିବରାଜଙ୍କୁ ଭେଟିବା ନେଇ ଖପ୍ପା କଂଗ୍ରେସ ନେତୃତ୍ୱ 

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ପରେ ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଲନାଥ । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ କଂଗ୍ରେସର ପରାଜୟ ପରେ ଦଳୀୟ କର୍ମକର୍ତାଙ୍କୁ ସାକ୍ଷାତ କରିନଥିଲେ କମଲନାଥ । କିନ୍ତୁ ଏହି ସମୟରେ ବିଜୟୀ ଶିବରାଜଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ଯାହାକୁ ନେଇ ଖପ୍ପା ହୋଇଛି କଂଗ୍ରେସର ଶୀର୍ଷ ନେତୃତ୍ୱ ।

ଏସବୁ ଭିତରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି କମଲନାଥ ଇସ୍ତଫା ଦେବେ ବୋଲି କୁହାଯାଉଛି । ୨୦୧୮ରେ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟପ୍ରଦେଶରେ ୧୧୪ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା । ମାତ୍ର ୧୫ମାସ ପରେ କମଲନାଥ ସରକାର ଭାଙ୍ଗିଯାଇଥିଲା । କିନ୍ତୁ ଏଥର ଦଳକୁ ମାତ୍ର ୬୬ଟି ଆସନ ମିଳିଛି । ୨୩୦ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ଦମଦାର କମବ୍ୟାକ୍ କରିଛି । ୧୬୩ଟି ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ଏଥର ମଧ୍ୟପ୍ରଦେଶରେ କଂଗ୍ରେସ ଓ ପରାଜୟ ପରେ ଶିବରାଜଙ୍କୁ ଭେଟିବା ଓ ଇଣ୍ଡିଆ ମେଣ୍ଟର ନେତାଙ୍କ ବିରୋଧରେ କମଲନାଥଙ୍କ ବୟାନକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱ ଖପ୍ପା ଥିବା ଜଣାପଡ଼ିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ବିରୋଧରେ ସିଟ ସେୟାରିଂ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ମଧ୍ୟ କଂଗ୍ରେସ ଖପ୍ପା ଅଛି

The post ମଧ୍ୟପ୍ରଦେଶରେ କଂଗ୍ରେସ ପରାଜୟ ପରେ ଇସ୍ତଫା ଦେଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି କମଲନାଥ । ଦଳୀୟ କର୍ମକର୍ତାଙ୍କୁ ସାକ୍ଷାତ ନକରି ଶିବରାଜଙ୍କୁ ଭେଟିବା ନେଇ ଖପ୍ପା କଂଗ୍ରେସ ନେତୃତ୍ୱ  first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟା ମିଗଜୋମ ପ୍ରଭାବରେ ଭୋରରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ତେବେ ଓଡିଶା ଉପରେ ସେଭଳି କୌଣସି ପ୍ରଭାବ ନାହିଁ ବୋଲି ଆଇଏମଡି ସ୍ପଷ୍ଟ କରିଛି । ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମରେ ବର୍ଷା ହେବ ବୋଲି ସୂଚନା ରହିଛି । ସେହିପରି ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଯେମିତି କି ମାଲକାନଗିରି, କୋରାପୁଟ, ଗଜପତି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶା ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ ଅଞ୍ଚଳରେ ବର୍ଷା ହେଇଛି ।

ବାତ୍ୟା ମିଗଜୋମ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ରେ ଝିପି ଝିପି ବର୍ଷା ଲାଗି ରହିଛି । ଗତ ରାତିଠାରୁ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ତେଣୁ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

The post ବାତ୍ୟା ମିଗଜୋମ ପ୍ରଭାବରେ ଭୋରରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ first appeared on Kanak News.

from Kanak News
via <a href="https://ifttt.com/?

ଆଉ କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ୯ କିଲୋମିଟର ବେଗରେ କରୁଛି ଗତି

କନକ ବ୍ୟୁରୋ : ଆଉ କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏବେ ୯ କିଲୋମିଟର ବେଗରେ ଗତି କରୁଛି । ଏବେ ଉତର-ଉତର ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ନେଲୋରରୁ ୩୦ କିଲୋମିଟର ଓ ବାପାଟଲାରୁ ୧୩୦କିଲୋମିଟର ଦୂରରେ ରହିଛି ମିଗଜୋମ ।
ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୦୦ କିଲୋମିଟର ରହିବ । ପବନର ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ମିଗଜୋମ ଏବେ ବଙ୍ଗୋପସାଗରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ଏହାର ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଭୋରରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା । ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ୧୨ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶା ଉପରେ ବିଶେଷ ପ୍ରଭାବ ନାହିଁ ବୋଲି ଆଇଏମଡି କହିଛି ।

The post ଆଉ କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ୯ କିଲୋମିଟର ବେଗରେ କରୁଛି ଗତି first appeared on Kanak News.

from Kanak News
via <a href="https://ifttt.com/?

ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ୧୧ଜଣ ପର୍ବତାରୋହୀ ମୃତ

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ୍ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ଏହାସହ ଅନେକ ପର୍ବତାରୋହୀ ନିଖୋଜ ଥିବା ସୂଚନା ରହିଛି । ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଜନିତ ଭଗ୍ନାଶ ଖସିବା ସହିତ ପାଉଁଶ ଗଦା ହୋଇ ପଡିଛି । ବିପଦ ଆଶଙ୍କା କରାଯାଇ ଆଖପାଖର ଲୋକଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାମ ଜାରି ରହିଛି ।
ମାଉଣ୍ଟ ମେରାପିରେ ରବିବାର ଆଗ୍ନେୟ ଉଦଗୀରଣ ହୋଇଥିଲା । ୩ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ କଳା ଧୂଆଁ ଉଠିଥିଲା । ଉଦ୍ଧାରକାରୀ ଏଜେନ୍ସିର ସୂଚନା ଅନୁସାରେ ଶନିବାର ମାଉଣ୍ଟ ମେରାପିରେ ପାଖାପାଖି ୭୫ରୁ ଅଧିକ ପର୍ବତାରୋହୀ ଥିଲେ । ସେମାନଙ୍କ ମଧ୍ୟରୁ ପାଖାପାଖି ୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ପାରି ନଥିଲା । ୧୪ ଜଣଙ୍କ ପତା ମିଳିଥିବାବେଳେ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।

The post ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ୧୧ଜଣ ପର୍ବତାରୋହୀ ମୃତ first appeared on Kanak News.

from Kanak News
via <a href="https://ifttt.com/?

ଆଜି ପ୍ରଥମାଷ୍ଟମି : ଶ୍ରୀମନ୍ଦିର ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ । ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଆସିଛି ନବବସ୍ତ୍ର ଓ ଅଷ୍ଟମୀ ଭାର 

କନକ ବ୍ୟୁରୋ : ଆଜି ପ୍ରଥମାଷ୍ଟମି ପାଇଁ ଶ୍ରୀମନ୍ଦିର ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ବଡ଼ ଠାକୁର ହିସାବରେ ଶ୍ରୀଜଗନ୍ନାଥଙ୍କୁ ମନ୍ଦିରରେ ପଢୁଆଁ କରାଯିବ । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢ଼ିବା ପରେ ଶ୍ରୀଜଗନ୍ନାଥଙ୍କ ବେଶ ଅନୁଷ୍ଠିତ ହେବ ।

ବେଶରେ ନୂଆ ଲୁଗା ସହ ବିଭିନ୍ନ ଅଳଙ୍କାର ଲାଗି ଓ ସ୍ୱତନ୍ତ୍ର ବନ୍ଦାପନା ପରେ ମଧ୍ୟାହ୍ନ ଧୁପ ବଢ଼ିବା ପରେ ମହାପ୍ରଭୁଙ୍କୁ ପଢ଼ୁଆଁ କରାଯିବ । ଏଥିପାଇଁ ନିଆଳି  ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଆସିଛି ନବବସ୍ତ୍ର ଓ ଅଷ୍ଟମୀ ଭାର ।

The post ଆଜି ପ୍ରଥମାଷ୍ଟମି : ଶ୍ରୀମନ୍ଦିର ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ । ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଆସିଛି ନବବସ୍ତ୍ର ଓ ଅଷ୍ଟମୀ ଭାର  first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started