ବଡ଼ ପରଦାରେ ଧମାଲ କରୁଛି ‘ଆନିମଲ’ । ହଲିଉଡର ହାଇବଜେଟ ଫିଲ୍ମକୁ ପଛରେ ପକାଇଛି ‘ଆନିମଲ’

କନକ ବ୍ୟୁରୋ : ବଡ଼ ପରଦାରେ ଧମାଲ କରୁଛି ‘ଆନିମଲ’ । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ରଣବୀର କାପୁରଙ୍କ ଏହି ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ରିଲିଜ ହେବାର ମାତ୍ର ୩ଦିନରେ ବକ୍ସ ଅଫିସରେ ଏହି ଫିଲ୍ମ ୩୪୦କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ କରିଥିବା ଜଣାପଡିଛି ।

‘ମାଷ୍ଟର’ ଓ ‘ଆରଆରଆର’ ପରେ ‘ଆନିମଲ’ ରିଲିଜର ପ୍ରଥମ ସପ୍ତାହରେ ହିଁ ଗ୍ଲୋବାଲ ବକ୍ସ ଅଫିସର ଶୀର୍ଷତମ ସ୍ଥାନରେ ରହିଛି । ‘ନେପୋଲିୟନ’ ଏବଂ ‘ହଙ୍ଗର ଗେମ୍ସ’ ଭଳି ହଲିଉଡର ହାଇବଜେଟ ଫିଲ୍ମକୁ ମଧ୍ୟ ପଛରେ ପକାଇଛି ‘ଆନିମଲ’ । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରଣବୀରଙ୍କ ନାୟିକା ଭୂମିକାରେ ସାଉଥ ସୁନ୍ଦରୀ ମନ୍ଦନାଙ୍କୁ ଦେଖିବାକୁ ମିଳିଛି । ସେହିପରି ପ୍ରମୁଖ ଭୁମିକାରେ ଅନିଲ କପୁର, ବବି ଦେଓଲ, ତୃପ୍ତି ଡିମ୍ରି ଭଳି କଳାକାର ରହିଛନ୍ତି ।

The post ବଡ଼ ପରଦାରେ ଧମାଲ କରୁଛି ‘ଆନିମଲ’ । ହଲିଉଡର ହାଇବଜେଟ ଫିଲ୍ମକୁ ପଛରେ ପକାଇଛି ‘ଆନିମଲ’ first appeared on Kanak News.

from Kanak News
via <a href="https://ifttt.com/?

ଆଜି ବାଲିଯାତ୍ରାର ଶେଷ ଦିନ । ସୋମବାର ମଞ୍ଚରେ ମନ ମୋହିଲା ଗୀତନାଟ୍ୟ ସମର ତରଙ୍ଗ

କନକ ବ୍ୟୁରୋ : ବାଲିଯାତ୍ରାରେ ମନ ମୋହିଲା ସମର ତରଙ୍ଗ । ଢେଙ୍କାନାଳଳର ନାଟ୍ୟ ସଂସ୍ଥା କଳା,ପରିଷଦ ପକ୍ଷରୁ ଗୀତନାଟ୍ୟ ସମର ତରଙ୍ଗ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କ ମନକୁ ଛୁଇଁଥିଲା ।
ଓଡ଼ିଶା ଇତିହାସରେ ଖଞ୍ଜଣାକୁ ନେଇ ମରହଟା ଏବଂ ଢେଙ୍କାନାଳ ରାଜଙ୍କ ମଧ୍ୟରେ ହୋଇଥିବା ତିନିଟି ଯୁଦ୍ଧରେ କିପରି ମରହଟା ପରାସ୍ତ ହୋଇଥିଲା ତାର କାହାଣୀକୁ ନାଟକରେ ବର୍ଣ୍ଣନା କରାଯାଇଥିଲା । ୬୦ ଜଣ କଳାକାରଙ୍କୁ ନେଇ ଏହି ନାଟକ ପ୍ରସ୍ତୁତ କରାଯାଇଥିଲା । ତେବେ ଆଜି ବାଲିଯାତ୍ରାର ଶେଷ ଦିନ । ସୋମବାର ବାଲିଯାତ୍ରା ସରିବାର ଥିଲା । କିନ୍ତୁ ଆଜି ଗୋଟିଏ ଦିନ ବଢାଯାଇଛି ।

The post ଆଜି ବାଲିଯାତ୍ରାର ଶେଷ ଦିନ । ସୋମବାର ମଞ୍ଚରେ ମନ ମୋହିଲା ଗୀତନାଟ୍ୟ ସମର ତରଙ୍ଗ first appeared on Kanak News.

from Kanak News
via <a href="https://ifttt.com/?

ନାଟକ ପ୍ରଦର୍ଶନରେ ବିଶ୍ୱ ରେକର୍ଡ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କଲା ଝାରସୁଗୁଡାର ମିରର ଥିଏଟର

କନକ ବ୍ୟୁରୋ : ନାଟକ ପ୍ରଦର୍ଶନରେ ବିଶ୍ୱ ରେକର୍ଡ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କରିଛି ଝାରସୁଗୁଡା ବେଲପାହାଡର ମିରର ଥିଏଟର । ଗୁମାଡେରା ମାଳିପଡ଼ାସ୍ଥିତ ମିରର ଥିଏଟର ମଞ୍ଚରେ ବିନା ବ୍ରେକରେ ଲଗାତାର ୪୮ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସମ୍ବଲପୁରୀ ନାଟକ କାଏଜୁରୀ ପ୍ରଦର୍ଶନ କରାଯାଇଛି । ଯାହା ଇଣ୍ଟରନ୍ୟାସନାଲ ଏକ୍ସସେଲେନ୍ସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏହା କେବଳ ଝାରସୁଗୁଡା ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛି ।

ଗତ ଡିସେମ୍ବର ୧ ତାରିଖ ସନ୍ଧ୍ୟା ୭ ଟା ୪୫ ମିନିଟରୁ କାଏଜୁରୀ ପ୍ରଦର୍ଶନ ଆରମ୍ଭ କରିଥିଲା ମିରର ଥିଏଟର । ଏହି ନାଟକଡିସେମ୍ବର ୩ ତାରିଖ ସନ୍ଧ୍ୟା ୯ ଟା ୩୩ରେ ସମାପ୍ତ ହୋଇଥିଲା । ଲଗାତାର ଭାବରେ ୪୯ ଘଣ୍ଟା ୪୮ ମିନିଟ ୧୨ ସେକେଣ୍ଡର ନାଟକ ପ୍ରଦର୍ଶନ କରାଯାଇଥବଲା । ସବୁଠୁ ଲମ୍ବା ଅବଧିର ନାଟକ ପ୍ରଦର୍ଶନ ପାଇଁ ଆଇଇଏ ବୁକ ଅଫ ୱାର୍ଲଡ ରେକର୍ଡ ସଂସ୍ଥା ପକ୍ଷରୁ ମିରର ଥିଏଟରକୁ ମାନପତ୍ର, ମେଡାଲ ଦେଇ ସମ୍ମାନିତ କରାଯାଇଛି । ଆଇଇଏ ବୁକ ଅଫ ୱାର୍ଡଲ ରେକର୍ଡର ଜୁରୀ ଡାକ୍ତର ସନ୍ଦୀପ ଏହି ନାଟକକୁ ଦେଖିବା ସହ ୱାର୍ଲଡ ରେକର୍ଡର ଆୱାର୍ଡ ପ୍ରଦାନ କରିଛନ୍ତି । ୨୦୦ ରୁ ଅଧିକ କଳାକାର ଏହି ନାଟକରେ ଅଭିନୟ କରିଛନ୍ତି । ସେମାନଙ୍କ ମଧ୍ୟରେ ଦେଢ଼ମାସର ଛୋଟ ଶିଶୁଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକ ମଧ୍ୟ ଏହି ନାଟକରେ ଅଭିନୟକରିଛନ୍ତି ।

The post ନାଟକ ପ୍ରଦର୍ଶନରେ ବିଶ୍ୱ ରେକର୍ଡ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କଲା ଝାରସୁଗୁଡାର ମିରର ଥିଏଟର first appeared on Kanak News.

from Kanak News
via <a href="https://ifttt.com/?

ପଦବୀ ଗଲା ପରେ ଅଲୋଡା ନେତା । ଦୁର୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ ବ୍ଲକ ଚେୟାରମ୍ୟାନ୍

କନକ ବ୍ୟୁରୋ : ପଦବୀ ଗଲା ପରେ ଅଲୋଡା ନେତା । ଦୁର୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ ବ୍ଲକ ଚେୟାରମ୍ୟାନ୍ । ବାର୍ଧକ୍ୟ ଭତା ଓ ରାସନ ସହ ବାପା ମା ଭରସା । ବ୍ଲକ ଚେୟାରମ୍ୟାନ୍ କହିଲେ ବ୍ଲକର ମୁଖିଆ । ତାଙ୍କ ସ୍ୱାକ୍ଷର ଓ କଥାରେ କୋଟି କୋଟି ଟଙ୍କାର କାମ ହୁଏ । ହେଲେ ପଦବୀ ଗଲା ପରେ ଏମିତି ବି ଅଛନ୍ତି ଦୁର୍ଦିନରେ କାଳାତିପାତ କରୁଛନ୍ତି ।

ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ବଡସିଂହାରୀ ଗାଁ ପୂର୍ବତନ ବ୍ଲକ ଚେୟାରମେନ ମୈଥଳୀ ବଗର୍ତୀ । ୨୦୦୭ରୁ ୨୦୧୨ ମସିହା ଯାଏଁ ମୈଥଳୀ ବ୍ଲକ ଚେୟାରମ୍ୟାନ୍ ହୋଇଥିଲେ । ତାଙ୍କ ସମୟରେ ଅନେକ କାମ ହେବା ସହ ବେଶ୍ ଖାତିର ଥିଲା । ହେଲେ ପଦବୀ ଗଲା ପରେ କେହି ପଚାରିଲେନି । ପ୍ରଥମେ ସ୍ୱାମୀଙ୍କ ମୃତ୍ୟୁ ଓ ପରେ ଏକମାତ୍ର ପୁଅ ମାନସିକ ଅନଗ୍ରସର ହେବା ପୁରା ତାଙ୍କୁ ଦୁର୍ଦିନକୁ ଠେଲି ଦେଇଛି । ଫଳରେ ମାଁ ପୁଅ ପାଉଥିବା ଏକ ହଜାର ଟଙ୍କା ଭତା ଓ ୧୦ କେଜି ଚାଉଳରେ ବହୁ କଷ୍ଟରେ ଚଳୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭାରେ ଆଲୋଚନା ହେଉଛି । ପେନସନ ବଢାଇବା ପାଇଁ ତୁମ୍ଭିତୁଫାନ ହେଉଛି । ହେଲେ ମୈଥଳୀ ପରି ବ୍ଲକ ଚେୟାରମ୍ୟାନ୍ କଣ ଜନପ୍ରତିନିଧି ନୁହନ୍ତି କି । ତେବେ ସେମାନଙ୍କୁ କେବଳ ବାର୍ଧକ୍ୟ ଭତା ଯଥେଷ୍ଟ କି । ଏମାନଙ୍କ ପାଇଁ କାହିଁକି କୌଣସି ପେନସନ କିମ୍ବା ସହାୟତାର ବ୍ୟବସ୍ଥା ନାହିଁ ।

The post ପଦବୀ ଗଲା ପରେ ଅଲୋଡା ନେତା । ଦୁର୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ ବ୍ଲକ ଚେୟାରମ୍ୟାନ୍ first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟର ବିଜେପିର ବିଜୟ ପରେ କାଲି ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେବେନି ମମତା ବାନାର୍ଜୀ

କନକ ବ୍ୟୁରୋ : ତିନି ରାଜ୍ୟରେ ବିଜେପିର ବଜୟ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଦେଇଛି ବଡ ଝଟକା । ଇଣ୍ଡିଆ ମେଣ୍ଟ ପାଇଁ ଏହା ସତର୍କର ଘଣ୍ଟି ଭଳି ହୋଇଛି । ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟର ବୈଠକ ଡକାଯାଇଛି । ଆସନ୍ତାକାଲି ବିରୋଧୀ ମେଣ୍ଟ ଇଣ୍ଡିଆ ଆଲିଆନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖିଆ ସାମିଲ ହେବେ ନାହିଁ ବୋଲି ଜଣା ପଡିଛି । ଯାହା ପୁଣିଥରେ ଇଣ୍ଡିଆ ମେଣ୍ଟରେ ଫାଟକୁ ଦର୍ଶାଇଛି । ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟର ଚେହେରା ହେବା ଉଚିତ୍ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ ବାରମ୍ବାର କୁହାଯାଉଛି ।

ସେପଟେ ଇଣ୍ଡିଆ ମେଣ୍ଟର କିଏ ହେବ ପ୍ରଧାନମନ୍ତ୍ରୀ ଚେହେରା ଏହାକୁ ନେଇ ମଧ୍ୟ ଆରମ୍ଭ ହୋଇ ଯାଇଛି ଟକ୍କର । କଂଗ୍ରେସର ପରାଜୟ ପରେ, ନୀତୀଶ କୁମାରଙ୍କୁ ବିରୋଧୀ ମେଣ୍ଟର ବିଶ୍ୱସନୀୟ ଚେହେରା କରିବାକୁ ଜେଡିୟୁ ପକ୍ଷରୁ ଦାବି କରାଯାଇଛି । ଇଣ୍ଡିଆ ମେଣ୍ଟର ନେତୃତ୍ୱ ନୀତୀଶ କୁମାର ନେବା ଉଚିତ ବୋଲି ଦଳ ପକ୍ଷରୁ ମଧ୍ୟ ବହୁବାର କୁହାଯାଇଛି । ଏହାରି ଭିତରେ ଇଣ୍ଡିଆ ମେଣ୍ଟର ଚେହେରା ମଲ୍ଲିକାର୍ଜୁନ ଖଡଗେଙ୍କୁ କରିବାକୁ କଂଗ୍ରେସ ନିଷ୍ପତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଗୋଟିଏ ପଟେ ପରାଜୟର ଦୁଃଖ, ତ ଅନ୍ୟପଟେ ଇଣ୍ଡିଆ ମେଣ୍ଟରେ ଫାଟ ବିରୋଧୀ ଗୋଷ୍ଠୀଙ୍କୁ ଦୁର୍ବଳ କରିଥିବା ବିଜେପି କହିଛି ।

The post ୩ ରାଜ୍ୟର ବିଜେପିର ବିଜୟ ପରେ କାଲି ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେବେନି ମମତା ବାନାର୍ଜୀ first appeared on Kanak News.

from Kanak News
via <a href="https://ifttt.com/?

ବର୍ଷାରେ ବେହାଲ ଚେନ୍ନାଇ । ୫ ଜଣଙ୍କ ମୃତ୍ୟୁ, ବୁଡିଲା ବିମାନବନ୍ଦରର ରନୱେ, ଉପୁଡିଲା ଗଛ

କନକ ବ୍ୟୁରୋ : ମିଗଜୋମ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁ ଚେନ୍ନାଇ ସହରର ସ୍ଥିତି ବେହାଲ ହୋଇପଡିଛି । ପାଞ୍ଚ ଜଣଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଘର ଭିତରେ ପାଣି ପଶିଯାଇଛି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ରାସ୍ତା ଉପରେ ଅନେକ ଗାଡି ମୋଟର ଫସି ଯାଇଛି । କାର ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି ।

ତେବେ ବର୍ଷା ଯୋଗୁ ୨୦୪ ଟି ଟ୍ରେନ ବାତିଲ ହୋଇଥିବା ବେଳେ ୭୦ ବିମାନ ଚଳାଚଳ ବାତିଲ କରିଦିଆଯାଇଛି । ବଡ଼ ବଡ଼ ଗାଡି, କାର, ଅଟୋ ଆଦି ବୁଡି ରହିଥିବା ଦେଖିବାକୁ ମିଳିଛି । ଚେନ୍ନାଇ ଏୟାରପୋର୍ଟ ରନୱେ ମଧ୍ୟ ବର୍ଷା ପାଣିରେ ବୁଡିଯାଇଛି । ବଡ଼ ବଡ଼ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ବର୍ଷା ସହ ପବନ ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଥିବା ବେଳେ ରାସ୍ତା ସଫା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ମୁକାବିଲା ଓ ଜଳ ନିଷ୍କାସନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । କଂଟ୍ରୋଲ୍ ରୁମ୍ ପରିଦର୍ଶନ କରି ସଜାଗ ରହିବାକୁ କହିଛନ୍ତି ଏମକେ ଷ୍ଟାଲିନ୍ । ଏପଟେ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଆନ୍ଧ୍ର ସରକାର

The post ବର୍ଷାରେ ବେହାଲ ଚେନ୍ନାଇ । ୫ ଜଣଙ୍କ ମୃତ୍ୟୁ, ବୁଡିଲା ବିମାନବନ୍ଦରର ରନୱେ, ଉପୁଡିଲା ଗଛ first appeared on Kanak News.

from Kanak News
via <a href="https://ifttt.com/?

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ବାପାଟଲା ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ବହିବ ପବନ

କନକ ବ୍ୟୁରୋ : ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ବାପାଟଲା ଉପକୂଳ ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଆଜି ପୂର୍ବାହ୍ନରେ ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବ । ପବନର ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ମିଗଜୋମ ଏବେ ବଙ୍ଗୋପସାଗରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି ।

ଗତ ୬ ଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି ବାତ୍ୟା ମିଗଜୋମ୍ । କ୍ରମଶଃ ଆହୁରି ଘନିଭୂତ ହୋଇ ଉତର ଦିଗରେ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଗତି କରିବ । କିନ୍ତୁ ଏହା ସିଧା ଓଡ଼ିଶାରେ ମାଡ ହେବନି । ହେଲେ ରାଜ୍ୟରେ ଏହାର ପ୍ରଭାବ ଦୁଇରୁ ତିନି ଦିନ ରହିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୫ ଜିଲ୍ଲା ପାଇଁ ଆଜି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ଦକ୍ଷିଣ ଓ ଉପକୂଳ ଓ୍ଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମଟିର ରହିବ ବୋଲି କୁହାଯାଇଛି । ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ପ୍ରସ୍ତୁତ ରଖାଯାଇଛି । ଚାଷୀଙ୍କୁ ଫସଲ ସୁରକ୍ଷିତ ରଖିବାକୁ କୃଷି ବିଭାଗ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି । ୮ ଜିଲ୍ଲାର କୃଷି ଅଧିକାରୀଙ୍କୁ ହାଇ ଆର୍ଲଟରେ ରହିବାକୁ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି । ବର୍ଷା ଛାଡିବା ମାତ୍ରେ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ରହିଛି ।

The post ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ବାପାଟଲା ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ବହିବ ପବନ first appeared on Kanak News.

from Kanak News
via <a href="https://ifttt.com/?

ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ।

କନକ ବ୍ୟୁରୋ: ୧୧୫ ଦିନ ପରେ ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆପ୍ ସାଂସଦଙ୍କ ଉପରେ ଲାଗିଥିବା ନିଳମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି । ଶୀତ ଅଧିବେଶନ ଆରମ୍ଭରେ ବିଜେପି ସାଂସଦ ନରସିଂହ ରାଓ ରାଘବଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ ପ୍ରସ୍ତାବ ରଖିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଦିଲ୍ଲୀ ସେବା ବିଲରେ ନକଲି ଦସ୍ତଖତ ମାମଲାରେ ରାଘବଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା । ନିଜ ନିଳମ୍ବନ ନିଷ୍ପତି ନେଇ ରାଘବ ସୁପ୍ରିମକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏହି ମାମଲାରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଲାଗି ରାଘବଙ୍କୁ ପରାମର୍ଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ଆଜି ରାଘବଙ୍କ ଉପରୁ ନିଳମ୍ବନ ନିଷ୍ପତି ପ୍ରତ୍ୟାହାର କରିଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆପ୍ ରାଜ୍ୟସଭା ସାଂସଦ ।

The post ଆପ୍ ସାଂସଦ ରାଘବ ଚଢାଙ୍କ ଉପରୁ ହଟିଲା ନିଲମ୍ବନ । ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ । first appeared on Kanak News.

from Kanak News
via <a href="https://ifttt.com/?

ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ । ମେରୋପି ପର୍ବତଶୃଙ୍ଗରେ ଉଛୁଳିଲା ଲାଭା । ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ଏହାସହ ଅନେକ ପର୍ବତାରୋହୀ ନିଖୋଜ ଥିବା ସୂଚନା ରହିଛି । ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଜନିତ ଭଗ୍ନାଶ ଖସିବା ସହିତ ପାଉଁଶ ଗଦା ହୋଇପଡିଛି । ବିପଦ ଆଶଙ୍କା କରାଯାଇ ଆଖପାଖର ଲୋକଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାମ ଜାରି ରହିଛି । ମାଉଣ୍ଟ ମେରାପିରେ ରବିବାର ଆଗ୍ନେୟ ଉଦଗୀରଣ ହୋଇଥିଲା । ୩ ହଜାର ମିଟର ଉଚ୍ଚତା ପର୍ଯ୍ୟନ୍ତ କଳା ଧୂଆଁ ଉଠିଥିଲା । ଉଦ୍ଧାରକାରୀ ଏଜେନ୍ସିର ସୂଚନା ଅନୁସାରେ ଶନିବାର ମାଉଣ୍ଟ୍ ମେରାପିରେ ପାଖାପାଖି ୭୫ରୁ ଅଧିକ ପର୍ବତାରୋହୀ ଥିଲେ । ସେମାନଙ୍କ ମଧ୍ୟରୁ ପାଖାପାଖି ୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇପାରିନଥିଲା । ୧୪ ଜଣଙ୍କ ପତ୍ତା ମିଳିଥିବାବେଳେ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।

The post ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟଗିରି ଉଦଗୀରଣ । ମେରୋପି ପର୍ବତଶୃଙ୍ଗରେ ଉଛୁଳିଲା ଲାଭା । ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ । first appeared on Kanak News.

from Kanak News
via <a href="https://ifttt.com/?

ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି ।

କନକ ବ୍ୟୁରୋ: ବାତ୍ୟା ମିଗଜୋମ୍ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଜୀବନ । ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ମିଗଜୋମ୍ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ଦକ୍ଷିଣପଶ୍ଚିମ ପାଶ୍ୱବର୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୦ କଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ତେବେ ଗୁରୁବାର ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଓ ମଚ୍ଛିଲିପଟ୍ଟନମ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।

  • ବାତ୍ୟା ‘ମିଗଜୋମ୍’ର ପ୍ରଭାବ
  • ବୁଡ଼ିଲା ଚନ୍ନୋଇ, ଭାସିଲା କାର

ପ୍ରବଳ ବର୍ଷାରେ ଉବୁଟୁବୁ ଚେନ୍ନାଇ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବାତ୍ୟା ମିଗଜୋମର ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଯାହା ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ଘର ଭିତରେ ବର୍ଷା ପାଣି ପସିଛି, ତ ପୁଣି କେଉଁଠି ପାଣିରେ କାର ଭାସିବାର ଦୃଶ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି । ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତା ଉପରେ ଅନେକ ଗାଡି ଅଟକି ରହିଛି । ଆମ୍ବୁଲାନ୍ସ ମଧ୍ୟ ଯିବାରେ ଅସୁବିଧା ସୃଷ୍ଟି ହୋଇଛି । ବଡ଼ ବଡ଼ ଗାଡି ସହ କାର ଓ ଅଟୋ ମଧ୍ୟ ବୁଡିଯାଇଥିବାର ଦେଖିବାକୁ ମିଳିଛି । ଚେନ୍ନାଇ ଏୟାରପୋର୍ଟ ରନୱେ ମଧ୍ୟ ବର୍ଷା ପାଣିରେ ବୁଡିଯାଇଛି ।

ବର୍ଷା ସହ ପବନ ମଧ୍ୟ ହେଉଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଛି । ରାସ୍ତା ଉପରୁ ଗଛକୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ ହୋଇଛି । ବାତ୍ୟା ପ୍ରଭାବରେ ବର୍ଷା ହେଉଥିବାରୁ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ମିଗଜୋମ୍, ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି । ଦକ୍ଷିଣପଶ୍ଚିମ ପାଶ୍ୱବର୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତର-ଉତରପଶ୍ଚିମ ଦିଗରେ ଘଂଟାପ୍ରତି ୧୦ କଲୋମିଟର ବେଗରେ ଆଗକୁ ବଢୁଛି । ଏହା ଗୁରୁବାର ପୂର୍ବାହ୍ନରେ ଆନ୍ଧ୍ରର ନେଲୋର ଓ ମଚ୍ଛିଲିପଟ୍ଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟରେ ପବନର ଘଂଟାପ୍ରତି ବେଗ ୯୦ରୁ ୧୦୦ କିଲୋମିଟର ରହିପାରେ ।

ବାତ୍ୟା ମିଗଜୋମକୁ ନଜରରେ ରଖି ସତର୍କ ସୂଚନା ଜାରି କରାଯାଇଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡିଶା ଓ ପୁଡ୍ଡୁଚେରୀରେ ଏହାର ପ୍ରଭାବ ପଡିବ । ପୁଡ୍ଡୁଚେରୀରେ ପ୍ରଶାସନ ତରଫରୁ ସମୁଦ୍ର କୂଳବର୍ତୀ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଏଥିସହ ସମୁଦ୍ରକୁ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।

The post ବାତ୍ୟା ‘ମିଗଜୋମ’ ପ୍ରଭାବରେ ଚେନ୍ନାଇରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଘରେ ପଶିଲା ପାଣି, ବୁଡିଗଲା ବଡ ବଡ ଗାଡି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started