ରାଜଧାନୀରେ ମାତିଛନ୍ତି ବୁଲେଟ୍ ଚୋର । ୩ ବାଇକ୍ ଲୁଟେରାଙ୍କୁ ବାନ୍ଧିଲା ଖଣ୍ଡଗିରି ପୋଲିସ

କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ରୟାଲ ଲୁଟେରା । ଦାମୀ ରୟାଲ ଏନଫିଲ୍ଡ ଗାଡିକୁ ଟାର୍ଗେଟ କରୁଛନ୍ତି । ଆଉ ଏହିଭଳି କିଛି ରୟାଲ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ ।

ଥାନାରେ ଧାଡି ଧାଡି ହୋଇ ଥୁଆ ହୋଇଛି ବୁଲେଟ୍ ଏବଂ ନୂଆ ନୂଆ ଦାମୀ ବାଇକ୍ । ଥାନାରେ ହଠାତ ଏହି ଦୃଶ୍ୟରୁ ଦେଖି ଯେକେହି ବି ଭାବିବ ୟେ କୌଣସି ବୁଲେଟ ସୋ ରୁମର । କିନ୍ତୁ ବାସ୍ତବ ଜିନିଷ ସମସ୍ତଙ୍କୁ ଚକ୍କିତ କରିଦେବ । ଜବତ ହୋଇଥିବା ସବୁ ଦାମୀ ଗାଡି ଗୁଡିକୁ ବିଭିନ୍ନ ସ୍ଥାନରୁ ଚୋରୀ କରି ବିକ୍ରି କରିବା ଉଦେଶ୍ୟରେ ରଖିଥିବା ବେଳେ ୩ ଜଣଙ୍କୁ ମାଡି ବସିଛି ଖଣ୍ଡଗିରି ଥାନା ପୋଲିସର ସ୍ୱତନ୍ତ୍ର ଟିମ । ଚୋରି ସମୟର ସିସିଟିଭି ଫୁଟେଜବି ପୋଲିସ ହାତରେ ଲାଗିଛି ।

କେବଳ ଭୁବନେଶ୍ୱର ନୁହେଁ,ଗାଁ ଠୁ ସହର,ପ୍ରତି ଜିଲ୍ଲାରେ ବାଇକ ଚୋରୀର ପ୍ରାୟ ସମାନ ଅବସ୍ଥା । ରାଜ୍ୟର ପ୍ରତି ଥାନାରେ ମାଳ ମାଳ ବାଇକ ଚୋରିର ମାମଲା ବର୍ଷ ବର୍ଷ ଧରି ଏହିଭଳି ପଡିରହୁଛି । କିଛି ସ୍ଥାନରେ ବାଇକ ଲୁଟେରା ଗିରଫ ହେଉଥିବା ବେଳେ ଅନେକ ମାମଲାରେ ଲୁଟେରା ବେଧଡକ ବୁଲୁଛନ୍ତି । କିନ୍ତୁ ବାଇକ ମିଳୁନାହିଁ ।

ବାଇକ ଚୋର ଅତି ଆରାମରେ ବାଇକ ଚୋରିକରି ବାଇକ ଗୁଡିକୁ କମ ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଲୁଟେରା ଧରାପଡୁନାହାନ୍ତି । ଏହା ପୁଲିସର
କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଇକ ଚୋରି ବର୍ତମାନ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

The post ରାଜଧାନୀରେ ମାତିଛନ୍ତି ବୁଲେଟ୍ ଚୋର । ୩ ବାଇକ୍ ଲୁଟେରାଙ୍କୁ ବାନ୍ଧିଲା ଖଣ୍ଡଗିରି ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ବିଜୟ ପରେ କଂଗ୍ରେସକୁ ସମାଲୋଚନା । ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ । ସେପଟେ ପ୍ରିୟଙ୍କାଙ୍କ ଥଟ୍ଟାର ଜବାବ ଦେଲେ ସିନ୍ଧିଆ

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପି ବିପୁଳ ବିଜୟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଭଳି କି ଭଳି ପ୍ରତିକ୍ରିୟା ସବୁ ଦେଖିବାକୁ ମିଳିଛି । କଂଗ୍ରେସକୁ ପରାଜୟ ନେଇ ବିଜେପିର ବରିଷ୍ଠ ନେତାମାନେ ଜୋରଦାର ସମାଲୋଚନା କରିଛନ୍ତି ।

  • ବିଜୟ ପରେ କଂଗ୍ରେସକୁ ସମାଲୋଚନା
  • ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ

ସୋସିଆଲ ମିଡିଆରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମଜାକ ଉଡାଇଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ । ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶରେ ବିଜେପିର କ୍ଲିନ୍ ସ୍ୱିପ୍ ପରେ ରାହୁଲଙ୍କ କିଛି ମଜାଳିଆ ଭିଡିଓ ସେୟାର କରିଛନ୍ତି ପିୟୁଷ ଗୋଏଲ । ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ପାଲଟିଥିବା ମୋଏ ମୋଏ ଲାଇନଙ୍କୁ ଯୋଡି ଏହି ଭିଡିଓ କରାଯାଇଛି । ଆଉ କ୍ୟାପସନରେ ଲେଖାଯାଇଛି, ସତ ହେଲା ରାହୁଲଙ୍କ କଥା ।

  • ଉଚ୍ଚତାକୁ ନେଇ ଥଟ୍ଟା କରିଥିଲେ ପ୍ରିୟଙ୍କା
  • ବିଜୟ ପରେ ଜବାବ ରଖିଲେ ସିନ୍ଧିଆ

ସେପଟେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମଧ୍ୟପ୍ରଦେଶରେ ବଡ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହାନ, ନରେନ୍ଦ୍ର ସିଂହ ତୋମାର ଏବଂ ମଧ୍ୟପ୍ରଦେଶ ଅନ୍ୟ ବରିଷ୍ଠ ବିଜେପି ନେତା ବିଜୟ ଉତ୍ସବ ପାଳନ କରୁଛନ୍ତି । ଏହିସମୟରେ ସିନ୍ଧିଆ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, କେହି ଜଣେ ମୋ ଉଚ୍ଚତାକୁ ନେଇ ଟିପ୍ପଣୀ ଦେଇଥିଲେ, ଆଜି ଜନତା ତାର ଠିକ୍ ଜବାବ ଦେଇଛନ୍ତି । କିଛି ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାରେ ସିନ୍ଧିଆଙ୍କ ଉଚ୍ଚତାକୁ ନେଇ କଟାକ୍ଷ କରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା କହିଥିଲେ, ସିନ୍ଧିଆଙ୍କ ହାଇଟ୍ ଛୋଟ, ମାତ୍ର ତାଙ୍କ ଅହଙ୍କାର ବହୁତ ବଡ଼ ।

  • ପୁଣି ଟ୍ରେଣ୍ଡ କଲା ‘ପନୌତି’ ଶବ୍ଦ
  • ପରାଜୟ ପରେ ରାହୁଲଙ୍କୁ ସମାଲୋଚନା

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପନୌତି କହି ଏକ ନୂଆ ବିବାଦ ଆରମ୍ଭ କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ବିଶ୍ୱକପ୍ କ୍ରିକେଟରେ ହାରିବା ପାଇଁ ମୋଦୀଙ୍କୁ ଦାୟୀ କରିବା ସହ ଅଶୁଭ ବୋଲି କହିଥିଲେ ରାହୁଲ । ହେଲେ ବିଧାନସଭା ନିର୍ବାଚନରେ ଭୟଙ୍କର ପରାଜୟ ପରେ ଏବେ ରାହୁଲଙ୍କୁ ପନୌତି ବା ଅଶୁଭ ବୋଲି କହି ସମାଲୋଚିତ କରୁଛନ୍ତି ବିଜେପି ନେତା । ଏପରିକି କିଏ ଅଶୁଭ କହି ସୋସିଆଲ ମିଡିଆରେ ଏକାଧିକ ପୋଷ୍ଟ ବି ସେୟାର କରାଯାଉଛି । ଏଗଜିଟ୍ ପୋଲର ସବୁ ମତାମତ ଫେଲ ମାରିଛି । ତେଲେଙ୍ଗାନାକୁ ଛାଡିଦେଲେ ଆଉ କେଉଁଠି ବି ବିଜେପି-କଂଗ୍ରେସ ଭିତରେ ଟକ୍କର ହୋଇ ନାହିଁ । ବରଂ ବିଜେପି ବହୁମତ ସଂଗ୍ରହ କରିବାରେ ସଫଳ ହୋଇଛି ।

୫ ରାଜ୍ୟ ବିଧାନସଭା ନିର୍ବାଚନରେ ତିନି ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଆଉ ଏହାର ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନରେ ପଡିବ ବୋଲି ଆଶା କରାଯାଉଛି ।

The post ବିଜୟ ପରେ କଂଗ୍ରେସକୁ ସମାଲୋଚନା । ରାହୁଲଙ୍କ ମଜାକ ଉଡ଼ାଇଲେ କେନ୍ଦ୍ରମନ୍ତ୍ରୀ । ସେପଟେ ପ୍ରିୟଙ୍କାଙ୍କ ଥଟ୍ଟାର ଜବାବ ଦେଲେ ସିନ୍ଧିଆ first appeared on Kanak News.

from Kanak News
via <a href="https://ifttt.com/?

କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର

କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ମୋଦୀଙ୍କ ସେଲଫି ପଏଣ୍ଟ ହେବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
– ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଥ୍ରି-ଡି ସେଲଫି ପଏଣ୍ଟ କଲେଜ କ୍ୟାମ୍ପସରେ ରହିବ
– ନୂତନ-ଶିକ୍ଷାନୀତିରେ ନିଆଯାଇଥିବା ପଦକ୍ଷେପ ଓ ଯୋଜନା, ଏକ ଭାରତ ଶ୍ରେଷ୍ଠ ଭାରତ ଆଦି ବିଭିନ୍ନ ବିଷୟ ସ୍ଥାନ ପାଇବ
– ସେଲଫି ପଏଣ୍ଟରେ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବେ ଛାତ୍ରଛାତ୍ରୀ
ଭାରତର ବିକାଶ ପାଇଁ ରୂପାନ୍ତରଣ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯିବ । ବିଭିନ୍ନ କ୍ଷେତ୍ରରେ ଭାରତ ପାଇଥିବା ସଫଳତା ସଂପର୍କରେ ଅବଗତ କରାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

ସେହିପରି କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ମଧ୍ୟ ପଛରେ ପଡିନାହାନ୍ତି । ନଭେମ୍ବର ଓ ଡିସେମ୍ବର ମାସରେ ଆୟୋଜିତ ହେବ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା । ନୂଆ ଓଡ଼ିଶା ନାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଫ୍ଲେକ୍ସ ଲଗାଇ କାର୍ଯ୍ୟକ୍ରମ କରିବେ ବୋଲି କଲେଜଗୁଡିକୁ କୁହାଯାଇଛି । ଏହି କାର୍ଯ୍ୟକ୍ରମର ଫଟୋ ଉଠାଇ ଉଚ୍ଚଶିକ୍ଷା ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୪ ନିର୍ବାଚନ ଲାଗି ଏବେଠୁ ଅଣ୍ଟା ଭିଡିଲେଣି ବିଜେଡି-ବିଜେପି । ରାଜ୍ୟର ଯୁବ ଏବଂ ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ କରିଛନ୍ତି ରଣନୀତି । କଲେଜ କ୍ୟାମ୍ପସରୁ ଆରମ୍ଭ ହୋଇଛି ପୋଷ୍ଟର ରାଜନୀତି ।

The post କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର first appeared on Kanak News.

from Kanak News
via <a href="https://ifttt.com/?

ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ପ୍ରଥମ ଦିନରେ ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ । ବିଜୟର ଖୁସି ମନାଇଲେ ବିଜେପି ସାଂସଦ

କନକ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି । ଆଉ ଗୃହରେ ଦେଖିବାକୁ ମିଳିଛି ବିଜେପି ବିଜୟର ପ୍ରଭାବ । ମୋଦୀ ମୋଦୀ ନାରା ସହ କମ୍ପି ଉଠିଥିଲା ସଂସଦ ଭବନ । ସେପଟେ, ପରାଜୟର ରାଗ ଗୃହରେ ନ ବାହାର କରିବାକୁ ବିରୋଧୀ ସାଂସଦଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

  • ଲୋକସଭାରେ ଝଲସିଲା ବିଜୟ ଖୁସି
  • ମୋଦୀ ନାରାରେ କମ୍ପିଲା ଗୃହ

ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଆଉ ପ୍ରଥମ ଦିନରେ ବିଜେପି ସାଂସଦଙ୍କ ଖୁସି ଝଲସିଛି ଲୋକସଭା ଗୃହରେ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିପୁଳ ବିଜୟ ପରେ ବିଜେପି ସାଂସଦ ଆଜି ଗୃହରେ ଉତ୍ସବ ପାଳନ କରିଥିବାର ନଜର ଆସିଛନ୍ତି । ସାଂସଦମାନେ ବାର-ବାର ମୋଦୀ ସରକାରର ନାରା ଦେଉଥିବାର ଦେଖିବାକୁ ମିିଳିଥିଲା ଗୃହରେ । ଚଳିତ ଶୀତ ଅଧିବେଶନ ସୋମବାର ୪ ଡିସେମ୍ବରରୁ ଆରମ୍ଭ ହୋଇଥିବାବେଳେ ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

  • ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ
  • ‘ପରାଜୟର ରାଗ ସଂସଦରେ ବାହାର କରା ନଯାଉ’

ସେପଟେ ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀଙ୍କୁ ଅପିଲ କରି କିଛି ଏହିପରି ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରୋଧୀଙ୍କୁ ଅପିଲ କରି ସେ କହିଛନ୍ତି, ‘ପରାଜୟର ରାଗ ସଂସଦରେ ପ୍ରକାଶ କରାନଯାଉ । ସଂସଦକୁ ସକରାତ୍ମକ ମନଭାବନା ନେଇ ଆସନ୍ତୁ । ଗଣତନ୍ତ୍ରର ମନ୍ଦିରକୁ ରାଜନୀତିର ପ୍ଲାଟଫର୍ମରେ ପରିଣତ କରନ୍ତୁ ନାହିଁ ।’

  • କମାଲ ଦେଖାଇଲା ମୋଦୀ ମ୍ୟାଜିକ୍
  • ୩ ରାଜ୍ୟରେ ବିଜେପିର କ୍ଲିନ୍ ସ୍ୱିପ୍

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିର ବିପୁଳ ବିଜୟ ସଭିଁଙ୍କୁ ଚକିତ କରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ଏକ ବଡ ବିଜୟ ଭାବେ ଏହା ଜଣାଯାଉଛି । ଆଉ ଏହା ପଛରେ ରହିଛି ଭାରତୀୟ ଜନତା ପାର୍ଟିର ଏକ ଖାସ୍ ରଣନୀତି । ଏଥର ବିଧାନସଭା ନିର୍ବାଚନରେ ଆଞ୍ଚଳିକ ନେତାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ମଧ୍ୟ ମଇଦାନକୁ ଓହ୍ଲାଇଥିଲା ଦଳ । ୫ କେନ୍ଦ୍ରମନ୍ତ୍ରୀ ଓ ୧୯ ସାଂସଦଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଇଥିଲା । ମଧ୍ୟପ୍ରଦେଶରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ରାଜସ୍ଥାନରେ ୭ ସାଂସଦଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଛତିଶଗଡରେ ୨ କେନ୍ଦ୍ରମନ୍ତ୍ରୀ ଓ ଜଣେ ସାଂସଦ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ । ଆଉ ଏହି ରଣନୀତି ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ଏହାସହ ମୋଦୀ ମ୍ୟାଜିକ୍ ବି ଦଳ ପାଇଁ ବଡ ବିଜୟ ଆଣିଛି । ପ୍ରତି ରାଜ୍ୟରେ ପ୍ରଧାନମନ୍ତ୍ରୀ ନିଜେ ର୍ୟାଲି ଓ ରୋଡ୍ ଶୋ କରିବା ବିଜେପି ବିଜୟର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ତେବେ ତିନି ରାଜ୍ୟକୁ ବିଜେପି ଦଖଲ କରିଛି । ଏହି ବିଜୟ ପରେ ବିଜେପି ପୁଣିଥରେ ଆଗାମୀ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ୍ କରିବ ବୋଲି ଦଳ ପକ୍ଷରୁ ଦୃଢୋକ୍ତି ପ୍ରକାଶ କରାଯାଉଛି ।

The post ଆରମ୍ଭ ହେଲା ସଂସଦର ଶୀତ ଅଧିବେଶନ । ପ୍ରଥମ ଦିନରେ ମୋଦୀ ମୋଦୀ ନାରାରେ କମ୍ପିଲା ଗୃହ । ବିଜୟର ଖୁସି ମନାଇଲେ ବିଜେପି ସାଂସଦ first appeared on Kanak News.

from Kanak News
via <a href="https://ifttt.com/?

ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପନେଲା ‘ମିଗଜୋମ’ । ପ୍ରଭାବରେ ଓଡ଼ିଶାରେ ପବନ କମ୍, ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ବଙ୍ଗୋପସାଗରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି ‘ମିଗଜୋମ୍’ । ଏହାର ବଡ଼ ପ୍ରଭାବ ପଡିଛି ତାମିଲନାଡୁ ଉପକୂଳ ଅଞ୍ଚଳରେ । ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି । କେଉଁଠି ଘର ଭିତରେ ପାଣି ପଶି ଗଲାଣି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ରାସ୍ତା ଉପରେ ଅନେକ ଗାଡି ମୋଟର ଫସି ଯାଇଛି । ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ବଡ଼ ବଡ଼ ଗାଡି, କାର, ଅଟୋ ଆଦି ବୁଡି ରହିଥିବା ଦେଖିବାକୁ ମିଳିଛି । ଚେନ୍ନାଇ ଏୟାରପୋର୍ଟ ରନୱେ ମଧ୍ୟ ବର୍ଷା ପାଣିରେ ବୁଡିଯାଇଛି । ବର୍ଷା ସହ ପବନ ହେଉଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଫଳରେ ରାସ୍ତାରେ ଅନେକ ଗଛ ଭାଙ୍ଗି ପଡ଼ିଥିବା ବେଳେ ରାସ୍ତା ସଫା ପାଇଁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେଉଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବାତ୍ୟା ମୁକାବିଲା ଓ ଜଳ ନିଷ୍କାସନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । କଂଟ୍ରୋଲ୍ ରୁମ୍ ପରିଦର୍ଶନ କରି ସଜାଗ ରହିବାକୁ କହିଛନ୍ତି ଏମକେ ଷ୍ଟାଲିନ୍ । ଏପଟେ ଆନ୍ଧ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଆନ୍ଧ୍ର ସରକାର ।

ଡିସେମ୍ବର ୫ ତାରିଖ ପୂର୍ବାହ୍ଣରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା
ଆନ୍ଧ୍ରର ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ଅତିକ୍ରମ କରିବ ‘ମିଗ୍ଜୋମ୍’!
ଘଣ୍ଟା ପ୍ରତି ସର୍ବାଧିକ ୧୧୦ କିଲୋମିଟର ବେଗରେ ଦେଇପାରେ ଝଟକା

ଗତ ୬ ଘଂଟା ଧରି ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି ବାତ୍ୟା ମିଗଜୋମ୍ । କ୍ରମଶଃ ଆହୁରି ଘନିଭୂତ ହୋଇ ଉତ୍ତର ଦିଗରେ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଗତି କରିବ । ବାତ୍ୟାର ସବୁଠୁ ବଡ଼ ପ୍ରଭାବ ପଡ଼ିବ ୫ ତାରିଖରେ । କାରଣ ପୂର୍ବାହ୍ଣ ସୁଦ୍ଧା ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମମିଟର ବେଗରେ ବହିପାରେ ପବନ । ସ୍ଥଳ ବିଶେଷରେ ୧୧୦ କିଲୋମିଟର ବେଗରେ ଝଟକା ଦେଇପାରେ ପବନ ।

ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା । ୫ ତାରିଖରେ ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ପ୍ରସ୍ତୁତ ରଖାଯାଇଛି । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

The post ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପନେଲା ‘ମିଗଜୋମ’ । ପ୍ରଭାବରେ ଓଡ଼ିଶାରେ ପବନ କମ୍, ଦକ୍ଷିଣ ଉପକୂଳବର୍ତୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା first appeared on Kanak News.

from Kanak News
via <a href="https://ifttt.com/?

ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପୁରୁଣା ନା ନୂଆ ଚେହେରା ଦେଖିବେ ରାଜ୍ୟବାସୀ, ଚାଲିଛି ଅଙ୍କକଷା

କନକ ବ୍ୟୁରୋ: ୩ଟି ରାଜ୍ୟରେ ବିଜେପିର ଦମଦାର ବିଜୟ ପରେ କିଏ ହେବ ମୁଖମନ୍ତ୍ରୀ ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ପୁରୁଖା ନେତାଙ୍କ ଉପରେ ବିଜେପି ଭରସା କରିବ ନା ନୂଆ ମୁହଁ ଆଣି ସରପ୍ରାଇଜ ଦେବ ତା ଉପରେ ସାରା ଦେଶର ନଜର ରହିଛି । ଆଉ ଏହାରି ଭିତରେ ତେଲେଙ୍ଗାନାରେ ବି ମୁଖ୍ୟମନ୍ତ୍ରୀ ବାଛିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।

  • ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ
  • କାହା ହାତରେ ରାଜ୍ୟ ଚଳାଇବାର ଦାୟିତ୍ୱ?

ମଧ୍ୟପ୍ରଦେଶକୁ ବାଦ୍ ଦେଲେ ୪ଟି ରାଜ୍ୟ ବିଧାନସଭା ନିର୍ବାଚନରେ ହୋଇଛି ପଟ୍ଟ ପରିବର୍ତନ । କ୍ଷମତା ଅନ୍ୟ ରାଜନୈତିକ ଦଳ ହାତକୁ ଚାଲି ଯାଇଥିବାବେଳେ, ଏବେ କାହା ହାତରେ ରହିବ ରାଜ୍ୟ ପରିଚାଳନାର ଦାୟିତ୍ୱ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହଇଛି । ଅର୍ଥାତ କିଏ ହେବେ ଏସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ?

ମଧ୍ୟପ୍ରଦେଶ

ସରକାର ବିରୋଧୀ ହାୱାର ଆଶଙ୍କା କରି, ଏଥର ବିଧାନସଭା ନିର୍ବାଚନରେ କାହାରିକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଆଗକୁ ଆଣିନଥିଲା ବିଜେପି । ତଥାପି ଦଳକୁ ସ୍ପଷ୍ଟ ବହୁମତରେ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ମୁଖ୍ୟମନ୍ତ୍ରୀ ଦୌଡ଼ର ଆଗରେ ଅଛନ୍ତି ଶିବରାଜ ସିଂ ଚୌହାନ । କଂଗ୍ରେସ ବିରୋଧରେ ବିଦ୍ରୋହ କରି ରାଜ୍ୟରେ ବିଜେପିକୁ ନୂଆଶକ୍ତି ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁକୁ ମଧ୍ୟ ବିଚାର କରିପାରନ୍ତି ବିଜେପି ହାଇକମାଣ୍ଡ । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହଲ୍ଲାଦ ସିଂ ପଟେଲ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ନାଁ ମଧ୍ୟ ବିଚାର କରାଯାଉଛି ।

ରାଜସ୍ଥାନ

କଂଗ୍ରେସ ପୂର୍ବରୁ ବିଜେପି କ୍ଷମତାରେ ଥିଲାବେଳେ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ନିର୍ବାଚନ ପୂର୍ବରୁ ବସୁନ୍ଧରାଙ୍କୁ ନେଇ ଏତେଟା ଉତ୍ସାହିତ ନଥିଲା ବିଜେପି । ଶେଷ ମୁହୂର୍ତରେ ତାଙ୍କୁ ଟିକେଟ୍ ଦିଆଗଲା । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କି ନାହିଁ ସେନେଇ ଦଳ ବିଚାର କରୁଥିବାବେଳେ ଅର୍ଜୁନରାମ ମେଘୱାଲ, ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦୀୟା କୁମାରୀଙ୍କ ନାଁ ଉପରେ ଚର୍ଚ୍ଚା ହେଉଛି । ଲୋକସଭାରେ ବାଚସ୍ପତି ଥିବା ଓମ ବିର୍ଲାଙ୍କ ନାଁ ମଧ୍ୟ ଶୁଣାଯାଉଛି ।

ଛତିଶଗଡ଼

ଛତିଶଗଡ଼ ହେଉଛି ଏକ ଆଦିବାସୀ ବହୁଳ ରାଜ୍ୟ । ତେଣୁ ଯଦି ବିଜେପି ଜଣେ ଆଦିବାସୀ ଚେହେରାକୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଏ, ତେବେ ପ୍ରଥମ ପସନ୍ଦ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜ୍ୟ ବିଜେପି ସରକାରର ନେତୃତ୍ୱ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ, ବରିଷ୍ଠ ନେତା ରାମବିଚାର ନେତମ ମଧ୍ୟ ଏହି ଦୌଡ଼ରେ ଅଛନ୍ତି ।

ତେଲେଙ୍ଗାନା

ତେଲେଙ୍ଗାନାରେ କେସିଆରଙ୍କ ହାତରୁ କ୍ଷମତା ଛଡାଇ ଆଣିଛି କଂଗ୍ରେସ । ଆଉ ଏହି ବିଜୟର ଶ୍ରେୟ ତେଲେଙ୍ଗାନା କଂଗ୍ରେସ ପ୍ରଦେଶ ଅଧକ୍ଷ ରେଭନ୍ତ ରେଡ୍ଡୀଙ୍କୁ ଯାଉଛି । ତାଙ୍କରି ନେତୃତ୍ୱରେ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀ ଆସନ ପାଇଁ ସେ ହିଁ ପ୍ରବଳ ଦାବିଦାର । କିନ୍ତୁ କଂଗ୍ରେସର ଚିନ୍ତା ବଢାଇ ପାରନ୍ତି ପୂର୍ବତନ ପିସିସି ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଉତ୍ତମ କୁମାର ରେଡ୍ଡୀ ।

ସୂଚନାଯୋଗ୍ୟ ଯେ, ଦିନଟିଏ ପରେ ଭୋଟ୍ ଗଣତି ହୋଇଥିବା ମିଜୋରାମରେ ମଧ୍ୟ ଶାସକ ଦଳର ପରାଜୟ ହୋଇଛି । ଏମଏନଏଫ ହାତରୁ କ୍ଷମତା ଛଡାଇ ନେଇଛି ଜେଡପିଏମ । ଏପରିକି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ନିଜ ଆସନରୁ ହାରି ଯାଇଛନ୍ତି । ତେଣୁ ୫ ରାଜ୍ୟରେ ୫ ନୂଆ ମୁଖ୍ୟମନ୍ତ୍ରୀ ଚେହେରାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।

The post ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପୁରୁଣା ନା ନୂଆ ଚେହେରା ଦେଖିବେ ରାଜ୍ୟବାସୀ, ଚାଲିଛି ଅଙ୍କକଷା first appeared on Kanak News.

from Kanak News
via <a href="https://ifttt.com/?

ତିନି ରାଜ୍ୟରେ ବିପୁଳ ବିଜୟ ପରେ ଉତ୍ସବମୁଖର ବିଜେପି । ମୋଦୀ ମୋଦୀ ନାରାରେ କମ୍ପିଲା ସଂସଦ ଭବନ । ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

କନକ ବ୍ୟୁରୋ: ତିନି ରାଜ୍ୟରେ ବିଜୟ ପରେ ଭାରତୀୟ ଜନତା ପାର୍ଟି ଉତ୍ସାହିତ । ସଡକରୁ ସଂସଦ ଉତ୍ସବ ମନାଉଛନ୍ତି ବିଜେପି ନେତା । ଗତକାଲିଠାରୁ ବିଜେପି ନେତା ଓ କର୍ମୀ ସାରଦେଶରେ ଉତ୍ସବ ମନାଉଥିବାବେଳେ ଆଜି ସଂସଦରେ ଦେଖିବାକୁ ମିଳିଥିଲା ତାର ଝଲକ ।

ଶୀତକାଳିନ ଅଧିବେଶନରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପହଞ୍ଚିବା ମାତ୍ରେ, ଭବ୍ୟ ସ୍ୱାଗତ କରିଥିଲେ ବିଜେପି ଓ ସହଯୋଗୀ ଦଳର ସାଂସଦ । ସାଂସଦମାନେ ନିଜ ନିଜ ଆସନରେ ଛିଡା ହୋଇ ତାଳି ବଜାଇ ମୋଦୀଙ୍କ ସ୍ୱାଗତ କରିଥିଲେ । ଆଉ ତୃତୀୟ ଥର ପୁଣି ମୋଦୀ ସରକାର ବୋଲି ସ୍ଲୋଗାନ ଦେଇଥିଲେ ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ, ତିନି ରାଜ୍ୟରେ ବମ୍ପର ବିଜୟ ପରେ ବିଜେପି ଶିବିରରେ ଜୋଶ୍ ଭରି ଯାଇଛି । ତେବେ ଶୀତକାଳିନ ଅଧିବେଶନରେ ଯୋଗ ଦେବା ପୂର୍ବରୁ ସଂସଦରେ ଅନ୍ତୋଷ ନବାହାର କରିବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ ଅନ୍ୟପଟେ ଏନଡିଏ ସଦସ୍ୟଙ୍କ ସ୍ଲୋଗାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ବିଜୟ ପରେ ସାରାଦେଶରେ ବିଜେପି ନେତା ଓ କର୍ମୀ ଉତ୍ସବ ମନାଉଛନ୍ତି । ବିଜୟ ପାଇଁ ମୋଦୀ ଓ ଶାହାଙ୍କୁ ବିଜୟର ଶ୍ରେୟ ଦେଉଛନ୍ତି । ଦୁଇ ନେତାଙ୍କ ଚତୁର ରଣନୀତି ଯୋଗୁ ଦଳ ବିଜୟୀ ହେଲା ବୋଲି କହୁଛନ୍ତି । ତେବେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରି କହିଥିଲେ, ହିନ୍ଦୀ ହାର୍ଟଲାଣ୍ଡରେ ବିଜୟ ୨୦୨୪ରେ ହାଟ୍ରିକ ପାଇଁ ସଙ୍କେତ ।

The post ତିନି ରାଜ୍ୟରେ ବିପୁଳ ବିଜୟ ପରେ ଉତ୍ସବମୁଖର ବିଜେପି । ମୋଦୀ ମୋଦୀ ନାରାରେ କମ୍ପିଲା ସଂସଦ ଭବନ । ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଢ଼ିଲା ଚର୍ଚ୍ଚା, କଂଗ୍ରେସ କହିଲା ବିଜେଡି-ବିଜେପି ଏକ

କନକ ବ୍ୟୁରୋ : ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବିଜେପି ଦମଦାର ବିଜୟ ହାସଲ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ରାଜ୍ୟରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ବିଜେଡି-ବିଜେପି ଏକ ବୋଲି ବାରମ୍ବାର କହି ଆସୁଛି କଂଗ୍ରେସ । ଆଉ ଏବେ ଯେତେବେଳେ ମୋଦୀଙ୍କୁ ନବୀନ ଫୋନ କରି ବିଜୟ ଅଭିନନ୍ଦନ ଜଣାଇଛନ୍ତି, ସେତେବେଳେ କଂଗ୍ରେସକୁ ଆଉ ସୁଯୋଗ ମିଳିଯାଇଛି । ଦୁଇ ଦଳ ମିଶିକରି ଥିବାରୁ କଂଗ୍ରେସ ଏଥର ଫାଇଦାରେ ରହିବ ବୋଲି ଦାବି କରିଛନ୍ତି ପିସିସି ସଭାପତି । ଏପରିକି ଦଳ ୯ରୁ ୯୦ ଆସନରେ ପହଁଚିବ ବୋଲି କହିଛନ୍ତି । ତେବେ କଂଗ୍ରେସର ଏଭଳି ଅଭିଯୋଗକୁ ଗ୍ରହଣ କରିପାରିନି ବିଜେଡି । ଓଡିଶାରେ କେବଳ ନବୀନ ମଡେଲ କାମ କରିବ ବୋଲି କହିଛନ୍ତି ବିଜେଡି ନେତା । ବିଜେପି ମଧ୍ୟ କଂଗ୍ରେସର ଅଭିଯୋଗକୁ ସମାଲୋଚନା କରିଛି ।

ନିର୍ବାଚନ ଫଳାଫଳର ପ୍ରଭାବ ଓଡିଶା ଉପରେ ପଡିବ କି ନାହିଁ, ଚର୍ଚ୍ଚା ଭିତରେ, ତେଲେଙ୍ଗାନାରୁ ଆଉ ଏକ ଦିଗ ସାମନାକୁ ଆସିଛି । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ବିଜେପି ସହ ବିଆରଏସର ସମ୍ପର୍କ କେସିଆରଙ୍କ ହାରିବାର ଅନ୍ୟତମ ପ୍ରମୁଖ କାରଣ । ଯାହା ଆଗାମି ଦିନରେ ଓଡିଶା ରାଜନୀତିରେ ମଧ୍ୟ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରିଛନ୍ତି ରାଜନୀତି ସମୀକ୍ଷକ ।

ଆଉ ତିନି ମାସ ରହିଲା ସାଧାରଣ ନିର୍ବାଚନ । ଏହି ତିନି ମାସରେ ରାଜ୍ୟ ରାଜନୀତିରେ ଅନେକ ସମୀକରଣ ଓ ରାଜନୈତିକ ହଟଚମଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ବିଜେଡି ପ୍ରତି କେଉଁ ଆଭିମୁଖ୍ୟ ରଖୁଛି, ଆଉ କଂଗ୍ରେସ ତେଲେଙ୍ଗାନା ମଡେଲ ଆପଣାଇ କେତେ ଲାଭ ପାଉଛି ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।

The post ନିର୍ବାଚନ ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଢ଼ିଲା ଚର୍ଚ୍ଚା, କଂଗ୍ରେସ କହିଲା ବିଜେଡି-ବିଜେପି ଏକ first appeared on Kanak News.

from Kanak News
via <a href="https://ifttt.com/?

୩ ରାଜ୍ୟରେ ପରାଜୟ ପରେ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା । ବିରୋଧୀଙ୍କ ବୈଠକରେ ସାମିଲ ହେବନି ତୃଣମୂଳ କଂଗ୍ରେସ ।

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପିର ବଡ ବିଜୟ ପରେ ଏବେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ ଝଟକା । ଆସନ୍ତା ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଥିବାବେଳେ, ଏହି ବୈଠକରେ ଯୋଗଦେବେନି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ତେବେ ଏହି ବୈଠକରେ ତୃଣମୂଳ କଂଗ୍ରେସର କୌଣସି ବି ନେତା ଯୋଗ ଦେବେନି ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ବିରୋଧୀ ମେଣ୍ଟର ଏହି ବୈଠକ ନେଇ ତୃଣମୂଳ କଂଗ୍ରେସକୁ କୌଣସି ଖବର ଦିଆଯାଇନି । ତେଣୁ ଏଥିପାଇଁ ମମତା ବାନାର୍ଜୀ ଏହି ଦିନ ତାଙ୍କ କାର୍ଯ୍ୟକ୍ରମ ରଖିଛନ୍ତି । ଏହି କାରଣରୁ ସେ ଆସନ୍ତା ବୁଧବାର ଦିନ ହେବାକୁ ଥିବା ବିରୋଧୀ ଇଣ୍ଡିଆ ମେଣ୍ଟର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ହୋଇଥିବା ୫ଟି ରାଜ୍ୟରୁ ୩ଟି ରାଜ୍ୟରେ ବିଜେପି ବଡ ବିଜୟ ହାସଲ କରିଛି । ମଧ୍ୟପ୍ରଦେଶ, ଛତିଶଗଡ ସହିତ ରାଜସ୍ଥାନରେ ସରକାର ଗଠନ କରୁଛି ବିଜେପି । ତେଲେଙ୍ଗାନାକୁ ଛାଡିଦେଲେ ଏହି ତିନୋଟି ରାଜ୍ୟରେ କଂଗ୍ରେସକୁ ମିଳିଛି ଜବରଦସ୍ତ ଝଟକା । ଆଉ ଏବେ ବିରୋଧୀ ମେଣ୍ଟର ବୈଠକରେ ମମତା ବାନାର୍ଜୀ ସାମିଲ ନହେବାକୁ କଂଗ୍ରେସକୁ ଦ୍ୱିତୀୟ ଝଟକା ବୋଲି କୁହାଯାଉଛି ।

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମୁକାବିଲା କରିବାକୁ ବିରୋଧୀ ଦଳମାନେ ଏକଜୁଟ୍ ହେଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ । ସେତେବେଳେ ଏହି ମେଣ୍ଟରେ ୨୬ଟି ଦଳ ସାମିଲ ହେଇଥିଲେ । ଏହି ମେଣ୍ଟର ଦ୍ୱିତୀୟ ବୈଠକ ବେଙ୍ଗାଲୁରୁ ଏବଂ ତୃତୀୟ ବୈଠକ ମୁମ୍ବାଇରେ ଆୟୋଜିତ ହେଇଥିଲା । ତେବେ ଆସନ୍ତା ଡିସେମ୍ବର ୬ ତାରିଖରେ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ବସିବାକୁ ଅଛି ।

The post ୩ ରାଜ୍ୟରେ ପରାଜୟ ପରେ ‘ଇଣ୍ଡିଆ’ ମେଣ୍ଟକୁ ବଡ ଝଟକା । ବିରୋଧୀଙ୍କ ବୈଠକରେ ସାମିଲ ହେବନି ତୃଣମୂଳ କଂଗ୍ରେସ । first appeared on Kanak News.

from Kanak News
via <a href="https://ifttt.com/?

୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀକୁ ହତ୍ୟା ଉଦ୍ୟମ । ପାକିସ୍ଥାନ ଜେଲରେ ଖାଦ୍ୟରେ ଦିଆଯାଇଛି ବିଷ । ! ଆର୍ମି ହସ୍ପିଟାଲରେ ଭର୍ତ୍ତି ।

ଗତ କିଛିଦିନ ଧରି ପାକିସ୍ଥାନ ମାଟିରେ ଭାରତର ଶତ୍ରୁ ମାନଙ୍କୁ ଅଜଣା ଆତତାୟୀ ଦ୍ଵାରା ହତ୍ୟା କରାଯାଉ ଥିବାର ଖବର ପ୍ରାୟ ସବୁ ଖବରକାଗଜର ମୁଖ୍ୟ ପୃଷ୍ଠା ମଣ୍ଡନ କରୁଛି । ଏହିକ୍ରମରେ ଆଜି ଆଉଏକ ଚଞ୍ଚଲ୍ୟକର ଖବର ସାମନାକୁ ଆସିଛି ।

ମୁମ୍ବାଇରେ ହୋଇଥିବା ୨୬/୧୧  ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ର କୁଖ୍ୟାତ ଆତଙ୍କବାଦୀ ସାଜିଦ ମୀରକୁ  ପାକିସ୍ଥାନର ଏକ ଜେଲରେ ବିଷ ଦେଇଥିବାର ଅଭିଯୋଗ ହୋଇଛି । ତାକୁ ବାହାବଲପୁରର ସାମରିକ ଡାକ୍ତରଖାନାକୁ ଅଣାଯାଇଛି ଯେଉଁଠାରେ ତାର  ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ମାମଲାରେ ଜେଲର ଜଣେ ରୋଷେଇଆକୁ ଖୋଜା ଚାଲିଛି ।

ସାଜିଦ ମୀରକୁ ଭାରତ ତାର ମୋଷ୍ଟ ୱାଣ୍ଟେଡ  ଆତଙ୍କବାଦୀ ତାଲିକାରେ ନାମିତ କରିଛି । ମୁମ୍ବାଇରେ ୨୬/୧୧ ଆକ୍ରମଣ ସମୟରେ ତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।  ପ୍ରାରମ୍ଭରେ ପାକିସ୍ତାନ ସାଜିଦ ମୀରର ଅସ୍ତିତ୍ଵକୁ ଅସ୍ଵୀକାର କରୁଥିଲେ । ତାକୁ  ଜଣେ କଳ୍ପିତ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲା, କିନ୍ତୁ ପରେ ୨୦୨୦ ରେ ପାକିସ୍ତାନ ସରକାର ନିଜେ ତାକୁ ଗିରଫ କରିଥିଲେ । ଆତଙ୍କବାଦ ମାମଲାରେ ୨୦୨୨ ମସିହାରେ ପାକିସ୍ତାନୀ କୋର୍ଟ ତାକୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସେବେଠାରୁ ସେ ଲାହୋର ଜେଲରେ ରହିଛି ।  ନିକଟରେ ତାକୁ ଲାହୋର ଜେଲରୁ ସେଣ୍ଟ୍ରାଲ ଜେଲ ଡେରା ଗାଜି ଖାନକୁ ସ୍ଥାନାନ୍ତର କରାଯାଇଥିଲା ।

ଖାଦ୍ୟରେ ବିଷ ଦିଆଯାଇଥିବାର ସନ୍ଦେହ

ସୂଚନାନୁସାରେ, ସାଜିଦ ମୀର ଆଜି ସେଣ୍ଟ୍ରାଲ ଜେଲ ଡେରା ଗାଜୀ ଖାନଙ୍କ ଭିତରେ ଚେତାଶୂନ୍ୟ ହୋଇପଡିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ବୋଧହୁଏ ତା ଖାଦ୍ୟରେ କିଛି ବିଷାକ୍ତ ପଦାର୍ଥ ଦିଆଯାଇଥିଲା । ଏହି ଖବର ପାଇବା ମାତ୍ରେ ତାଙ୍କୁ ତୁରନ୍ତ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଦ୍ୱାରା ହେଲିକପ୍ଟର ତାକୁ ଯୋଗେ ବାହାବଲପୁରର ସାମରିକ ଡାକ୍ତରଖାନାକୁ ନିଆଯାଇଥିଲା ।  ଯେଉଁଠାରେ ତା ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ଯାଞ୍ଚ ବେଳେ ଏହି ମାମଲାରେ ଜଣେ ଜେଲ୍ ରୋଷେଇଆର  ଭୂମିକା ସନ୍ଦେହଜନକ ବୋଲି କୁହାଯାଉଛି । ସିଏ ବର୍ତ୍ତମାନ ଘଟଣା ପରେ ନିଖୋଜ ଥିବା କୁହାଯାଉଛି । କୁହାଯାଏ ଯେ ଏହି ରୋଷେଇଆ ଗତ ଏକ ବର୍ଷ ଧରି ଜେଲରେ କାମ କରୁଥିଲେ ।

ସେନାର ବରିଷ୍ଠ ଅଧିକାରୀଙ୍କ ଜ୍ଵାଇଁ

ସାଜିଦ ମୀର ହେଉଛି ପାକିସ୍ତାନୀ ସେନାର ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କ ଜ୍ବାଇଁ । ସେ ୧୯୯୪ ରୁ ଲଶ୍କର ତୋଇବା ସହିତ ସକ୍ରିୟ ଭାବରେ ଜଡିତ ଅଛି ।  ଆହୁରି ମଧ୍ୟ ପ୍ରମାଣ ଅଛି ଯେ ସାଜିଦ ମୁମ୍ବାଇ ଆକ୍ରମଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ପାକିସ୍ତାନୀ ମୂଳ ଆମେରିକୀୟ ନାଗରିକ ଡେଭିଡ ହେଡଲିଙ୍କୁ ମଧ୍ୟ ଲଶ୍କରରେ ନିଯୁକ୍ତି ଦେବାପଛରେ ସାଜିଦର ଭୂମିକା ଅତ୍ୟନ୍ତ ଗୁରୁତ୍ବପୁର୍ଣ । ସାଜିଦ ମୀର ମଧ୍ୟ ପାକିସ୍ତାନରେ ଅବସ୍ଥିତ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ସଂଯୋଗ ସ୍ଥାପନ କରିବାର ଏକ ପ୍ରମୁଖ ମାଧ୍ୟମ ଥିଲା ।

  ପ୍ରତ୍ୟାର୍ପଣ ପାଇଁ ଭାରତ ଦାବି କରିଆସୁଛି

୨୦୨୦ ମସିହାରେ ଭାରତ ସାଜିଦଙ୍କୁ ପ୍ରତ୍ୟର୍ପଣ କରିବାକୁ ପାକିସ୍ତାନ ନିକଟରେ ଦାବି କରିଥିଲା । କିନ୍ତୁ ସେତେବେଳେ ପାକିସ୍ତାନ ଏହାର କୌଣସି ଉତ୍ତର ଦେଇନଥିଲା । ସମ୍ପ୍ରତି ରହସ୍ୟମୟ ପରିସ୍ଥିତିରେ ବିଷାକ୍ତ ଖାଦ୍ୟ ଖାଇବା ପରେ ସାଜିଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜେଲର ରୋଷେଇଆକୁ ଧରିବା ପାଇଁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ କ୍ରମାଗତ ଭାବେ ଚଢାଉ କରୁଛି।

The post ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀକୁ ହତ୍ୟା ଉଦ୍ୟମ । ପାକିସ୍ଥାନ ଜେଲରେ ଖାଦ୍ୟରେ ଦିଆଯାଇଛି ବିଷ । ! ଆର୍ମି ହସ୍ପିଟାଲରେ ଭର୍ତ୍ତି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started